Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ତହସିଲଦାର ଏବଂ ଟିମ ଦ୍ୱାରା କଡ଼ା କୋଭିଡ ପାଟ୍ରୋଲିଂ: ଦିନକରେ ରେକର୍ଡ଼ ଏକୋଇଶି ହଜାର ଜରିମାନା ଆଦାୟ
ଆଞ୍ଚଳିକ

ଚିଲିକା ତହସିଲଦାର ଏବଂ ଟିମ ଦ୍ୱାରା କଡ଼ା କୋଭିଡ ପାଟ୍ରୋଲିଂ: ଦିନକରେ ରେକର୍ଡ଼ ଏକୋଇଶି ହଜାର ଜରିମାନା ଆଦାୟ

October 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ଚିଲିକା: କରୋନା ମହାମାରୀ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ  ଚିଲିକା ନିର୍ବାଚନମଣ୍ଡଳୀରେ କମି କମି ଯାଉଛି। ବିଶେଷତଃ ବାଲୁଗାଁ ସହର ଏବଂ ଚିଲିକା ବ୍ଲକର କିଛି ପଞ୍ଚାୟତ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଅଞ୍ଚଳ ହୋଇଥିବାସ୍ଥଳେ ଏହାକୁ ବେଶ ଧ୍ୟାନ ଦେଉଛି ଉଭୟ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ। ଗତକାଲି ସୁଦ୍ଧା ବାଲୁଗାଁ ଏନ.ଏ.ସି ରେ ୩୨ ଗୋଟି କୋଭିଡ ଆକ୍ଟିଭ କେସ ଥିବାବେଳେ ଚିଲିକା ବ୍ଲକରେ ୨୫ ଗୋଟି କୋଭିଡ କେସ ଆକ୍ଟିଭ ଅଛି। ତଥାପି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଅକ୍ଟୋବର ୩୧ ସୁଦ୍ଧା ଶୂନ କୋଭିଡ କେସ କରିବା ପାଇଁ ଲାଗିପଡିଛନ୍ତି ସ୍ଥାନୀୟ ପ୍ରଶାସନ।

ଏହି ପରିପ୍ରେକ୍ଷୀରେ ନିକଟରେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଆଗ ଧାଡ଼ିର କରୋନା ଯୋଦ୍ଧା ତଥା ଚିଲିକା ତହସିଲଦାର ଡ଼ା ପୁନମ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଏକ ବିଶାଳ ଏନ୍ଫୋର୍ସମେଣ୍ଟ ଟିମ ଗଠନ ହୋଇଥିଲା ଯେଉଁଥିରେ ଚିଲିକାରେ କୋଭିଡ ମନିଟରିଂ ପାଇଁ ସ୍ୱତନ୍ତ୍ର ଭାବେ ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା ଟି.ଆର.ଓ ସାଗର ପାଲୋ, ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା , ତହସିଲ କର୍ମଚାରୀ, ଏନ.ଏ.ସି କର୍ମଚାରୀ ଏବଂ ବାଲୁଗାଁ  ପୋଲିସ ପ୍ରମୂଖ ସାମିଲ ଥିଲେ। ଉକ୍ତ ଟିମ ବାଲୁଗାଁ ଏନ.ଏ.ସି ସମେତ ବଡକୁଳ,ଡୁଙ୍ଗମାଳ ଏବଂ ନାଭାଲ ଛକ ବଜାର ଆଦି ସ୍ଥାନରେ କଡ଼ାକଡ଼ି କୋଭିଡ ଗାଇଡ଼ଲାଇନ ତଦାରଖ କରିଥିଲେ। ଏହି ସମୟରେ କେତେକ ଜାଗାରେ ଭିଡ଼ ପରିଲକ୍ଷିତ ହେବା ସହ କେତେ ଜଣ ଅମାନିଆ ମାସ୍କ ପିନ୍ଧିନଥିଲେ। ସ୍ଥାନୀୟ  ପ୍ରଶାସନ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ  ଏକୋଇଶି ହଜାର ଟଙ୍କା ଜରିମାନା ଆଦାୟ କରିଥିଲା ଯାହା ଚିଲିକା ଏବଂ ବାଲୁଗାଁ ଅଞ୍ଚଳରେ ଦିନିକିଆ ସର୍ବକାଳୀନ ରେକର୍ଡ ପରିମାଣର ଜରିମାନା।

ଅନ୍ୟପକ୍ଷରେ ତହସିଲଦାର ମହୋଦୟା କରୋନା ସଚେତନତା ବାର୍ତ୍ତା ଦେଇକହିଥିଲେ ଯେ, ଏହି କରୋନା ମହାମାରୀ କବଳରୁ ନିଜକୁ ଏବଂ ନିଜ ପରିବାରକୁ ବଞ୍ଚାଇବାକୁ ହେଲେ ଆମ ସମସ୍ତଙ୍କୁ କୋଭିଡ଼ ନିୟମକୁ ମାନି ଚାଲିବାକୁ ପଡିବ। ଏହା ସହିତ ଯେ ପର୍ଯ୍ୟନ୍ତ କରୋନା ଟୀକା କିମ୍ବା ଔଷଧ ତିଆରି ହୋଇନି ସେପର୍ଯ୍ୟନ୍ତ ଆମକୁ ଏହି ସବୁ କଟକଣା ତଥା ମାସ୍କ ପରିଧାନ ଏବଂ ସାମାଜିକ ଦୁରତ୍ଵ ସହିତ ଅଭ୍ୟସ୍ତ ହେବାକୁ ପଡିବ। ଆଜିର ଏହି ଏନ୍ଫୋର୍ସମେଣ୍ଟ ଦ୍ୱାରା ବାଲୁଗାଁ ସହର ସହ ସମସ୍ତ ଚିଲିକାବାସୀ କୋଭିଡ ମହାମାରୀକୁ ନେଇ ଆହୁରି ସଚେତନ ଓ ସତର୍କ  ହୋଇଥିବା ଏବଂ ଅମାନିଆମାନଙ୍କ ମନରେ ଛନକା ପଶିଥିବା ପରିଲକ୍ଷିତ ହୋଇଛି।

କୋଭିଡ ପାଟ୍ରୋଲିଂ ଚିଲିକା ଜରିମାନା ଆଦାୟ ତହସିଲଦାର
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.