ନୂଆଦିଲ୍ଲୀ, ଦିଲ୍ଲୀର କର୍କାର୍ଡୋମା ଅଞ୍ଚଳରେ ଥିବା ଆଦିତ୍ୟ ମଲରେ ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁକୁ ଶୀଘ୍ର ଆୟତ କରି ନିଆଯାଇଥିଲା। ଫଳରେ କୈଣସି ପ୍ରାଣହାନି ଘଟି ନ ଥିବାର ଜଣାପଡିଛି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ସୂଚନା ଅନୁଯାୟୀ ଏହି ଅଗ୍ନିକାଣ୍ଡ ଶିଘ୍ର ଆୟତ କରିବା ପାଇଁ ଘଟଣାସ୍ଥଳରେ ଆଠଟି ଦମକଳକୁ ନିୟୋଜିତ କରାଯାଇଥିଲା। ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି, “ଆମେ ଏକ କଲ ପାଇଥିଲୁ ଯେ, ଆଦିତ୍ୟ ମଲର ଦ୍ୱିତୀୟ ମହଲାରେ ଥିବା ଏକ କାର୍ଯ୍ୟାଳୟରେ ନିଆଁ ଲାଗିଛି। ଏହାପରେ ସେଠାରେ ତୁରନ୍ତ ପଦକ୍ଷେପ ନିଆଯାଇ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା।
Author: Samikhsya Bureau
ଶ୍ରୀନଗର, ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ଗୁରୁବାର ଦିନ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ପୁଲୱାମାର ମାଗାମାରେ ଆତଙ୍କବାଦୀମାନେ ଅଛନ୍ତି ବୋଲି ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହି ପ୍ରଥମେ ଜନଶୂନ୍ୟ କରିବା ପରେ ଏନକାଉଣ୍ଟର ଆରମ୍ଭ କରିଥିଲେ। ଏଥିରେ ଜଣେ ଅଜଣା ଅତଙ୍କବାଦୀ ମରିଥିବାର ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ଗୁଳିବିନମୟ ଚାଲିଛି।
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନଜରକୁ ଆସିଛି ରାସନ କାର୍ଡର ମହାଦୁର୍ନୀତି। ଦୀର୍ଘ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ରାସନ କାର୍ଡରୁ ରାସନ ସାମଗ୍ରୀ ଉଠୁଥିବା ନେଇ ଅଭିଯୋଗ ହେଉଛି। ମାନସିଂହପୁର ପଞ୍ଚାୟତରେ ଏପରି ଜଘନ୍ୟ କାରନାମା ଚାଲିଛି। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ମାନସିଂହପୁର ପଞ୍ଚାୟତର ସୀତା ବେହେରା ଏବଂ ରାଞ୍ଚନ ବେହେରାଙ୍କ ରାସନ କାର୍ଡ ନମ୍ବର ଯଥାକ୍ରମେ ୧୯୦୭୧୪୧୨୫୮୬ ଏବଂ ୧୯୦୭୧୪୧୨୮୨୦ ଅଟେ। ହେଲେ ସୀତା ବେହେରା ୩୧.୦୮.୧୮ରେ ମୃତ୍ୟୁବରଣ କରିଥିବାବେଳେ କାଞ୍ଚନ ବେହେରାଙ୍କ ମୃତ୍ୟୁ ୨୪.୦୭.୧୬ ରେ ହୋଇଥିଲା। ତେବେ ଆଜି ତାରିଖରେ ସୀତା ବେହେରାଙ୍କ ମୃତ୍ୟକୁ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ହୋଇଯାଇଥିବା ସ୍ଥଳେ କାଞ୍ଚନଙ୍କ ମୃତ୍ୟୁକୁ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ ହୋଇଗଲାଣି କିନ୍ତୁ ଆଶ୍ଚର୍ଯ୍ୟର କଥା ଉଭୟଙ୍କ ରାସନ କାର୍ଡ ଆଜି ବି କାର୍ଯ୍ୟକ୍ଷମ ଅଛି। ହେଲେ ଏ ନେଇ ମାନସିଂହପୁର ଗ୍ରାମ ପଞ୍ଚାୟତ ଯୋଗାଣ ସହାୟକ ସୁକାନ୍ତ ବେହେରାଙ୍କୁ…
ଭୁବନେଶ୍ୱର, ଚଳିତ ଖରିଫ୍ ଚାଷ ନିମନ୍ତେ ଚାଷୀମାନଙ୍କୁ ସାରର ସୁଷମ ଯୋଗାଣ ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ବରିଷ୍ଠ କୃଷି ଅଧିକାରୀଙ୍କ ଏକ ଭର୍ଚ୍ଚୁଆଲ ବୈଠକରେ ସାର ଯୋଗାଣ ସମ୍ପର୍କରେ ସମୀକ୍ଷା କରିବା ଅବସରରେ ରାଜ୍ୟର ସବୁ ଚାଷୀ ଖରିଫ ଚାଷ ନିମନ୍ତେ ଯେପରି ଆବଶ୍ୟକୀୟ ସାର ପାଇପାରିବେ, ସେ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ। ସାର ବିକି୍ର ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସହିତ ଡିଲରମାନେ ଯେପରି ଚଢ଼ା ଦରରେ ସାର ବିକି୍ର କରି ନପାରନ୍ତି ସେଥିନିମନ୍ତେ ପ୍ରତ୍ୟେକ ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ସହିତ ଖିଲାପି ଡିଲରମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକର…
ବୋଲଗଡ଼, କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଦୁଇଟି କୃଷି ବିଲକୁ ବିରୋଧ କରି ସାରା ଭାରତ ବର୍ଷର କୃଷକ ସଂଗଠନଗୁଡିକ ଆସନ୍ତା 25 ତାରିଖରେ ଭାରତ ବନ୍ଦ କରୁଛନ୍ତି। ସେଥିରେ ନବନିର୍ମାଣ କୃଷକ ସଂଗଠନ ଅଂଶଗ୍ରହଣ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି। ସେ କହିଲେ ଯେ, କୃଷି ବିଧେୟକ ସମୃଦ୍ଧିର ପଥ ବାହାର କରିଛି ବୋଲି ସରକାର ଯେଉଁ ପ୍ରଚାର କରୁଛନ୍ତି, ଏହା ମିଥ୍ୟା । ବିଗତ ଦିନରେ ସରକାର ସ୍ୱାମୀନାଥନ କମିଶନ ସୁପାରିଶ ଲାଗୁ କରିବା ଏବଂ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରସଙ୍ଗରେ ଚାଷୀମାନଙ୍କ ସହ ପ୍ରତାରଣା କରିଛନ୍ତି । ସରକାର ସବୁବେଳେ ମାତ୍ରାଧିକ କର୍ପୋରେଟ ପ୍ରତି ରହିଆସିଥିବା କାରଣରୁ ଏବେ ଏହି ନୂଆ ବିଧେୟକରେ କର୍ପୋରେଟଙ୍କ କୃଷିକ୍ଷେତ୍ରକୁ କବ୍ଜା କରିବାର ବାଟ ଫିଟିଯାଇଛି । ଏହି ବିଗତ ବର୍ଷମାନଙ୍କରେ ଇନ୍ସୁରାନ୍ସ…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ପୁଣି ୧୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକରୁ ସର୍ବାଧିକ ୩୨ଜଣ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ୧୪ଜଣ, ବିରିଡ଼ି ବ୍ଲକରୁ ୧୭ଜଣ, ଏରସମା ବ୍ଲକରୁ ୨୯ଜଣ, ଜଗତସିଂହପୁର ବ୍ଲକରୁ ୧୮ଜଣ, କୁଜଙ୍ଗ ବ୍ଲକରୁ ୨୧ଜଣ, ରଘୁନାଥପୁର ବ୍ଲକରୁ ୧୪ଜଣ, ତିର୍ତ୍ତୋଲ ବ୍ଲକରୁ ୧୨ଜଣ, ପାରାଦ୍ଵୀପରୁ ୧୩ଜଣ ଓ ଅନ୍ୟ ଜିଲ୍ଲାରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଜିଲ୍ଲାରୁ ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୪୩୮୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭୩ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୧୨୦୫ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀ: କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଙ୍ଗଦୀଙ୍କ କରୋନାରେ ମୃତ୍ୟୁ ହୋଇଛି। ସେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଚିକିତ୍ସିତ ବୁଧବାରବେଳେ ମୃତ୍ୟୁବରଣ କରିଛନ୍ତି। ଉଲ୍ଲେଖ ଯୋଗ୍ୟ କି, କର୍ଣ୍ଣାଟକର ବେଲାଗାଭିର ୬୫ ବର୍ଷୀୟ ସାଂସଦ କରୋନାଭାଇରସ୍ ରୋଗର ଚିକିତ୍ସା ପାଇଁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିଲେ ଏବଂ ଚିକିତ୍ସା ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ନୀରଜ ନିଶାଲଙ୍କ ଅଧୀନରେ ଚିକିତ୍ସିତ ହେଉଥିଲେ। ଏହି ମୃତ୍ୟୁକୁ ସମବେଦନା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଲେଖିଛନ୍ତି ଯେ ଶ୍ରୀ ସୁରେଶ ଅଙ୍ଗଡି ଜଣେ ବ୍ୟକ୍ତିତ୍ୱର କର୍ଣ୍ଣାଟକ ଥିଲେ, ଯିଏ କର୍ଣ୍ଣାଟକରେ ଦଳକୁ ଶକ୍ତିଶାଳୀ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ସେ ଜଣେ ଉତ୍ସର୍ଗୀକୃତ ସାଂସଦ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିଲେ। ମୁଁ ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ବନ୍ଧୁ ପରିଜନଙ୍କ ସହିତ ଅଛି। ଓମ୍ ଶାନ୍ତି। “
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ମହାମାରୀ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବେଶୀ ବ୍ୟାପୁଥିବାବେଳେ ସ୍ଥାନୀୟ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି। ବାଣପୁର ତହସିଲଦାର ତଥା କୋଭିଡ ଏନ୍ଫୋର୍ସମେଣ୍ଟ କମିଟି ଚେୟାରମ୍ୟାନ ଶ୍ରୀ ମନ୍ମଥ ବେହେରା ନିକଟରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି। ତଥାପି କରୋନାକୁ ଭୃକ୍ଷେପ ନକରି ନିଜ କର୍ତ୍ତବ୍ୟ ପ୍ରତି ଧ୍ୟାନ ଦେଉଛନ୍ତି। ପ୍ରତିଦିନ ବାଣପୁରରେ ପୋଲିସ, ଏନ.ଏ.ସି ଏବଂ ତହସିଲ ପକ୍ଷରୁ ପୃଥକ ପୃଥକ ଭାବେ କୋଭିଡ ନିୟମର କଡ଼ାକଡ଼ି ଯାଞ୍ଚ ହେଉଛି। ହେଲେ ଏକାକୀ ତହସିଲ ପ୍ରଶାସନ ଦ୍ୱାରା ତିନି ଗୋଟି ଏନ୍ଫୋର୍ସମେଣ୍ଟ ଟିମ ଗଠନ କରାଯାଇଅଛି। ଯାହା ସମ୍ପୂର୍ଣ ତହସିଲ ଅଞ୍ଚଳରେ ଦିନ ତମାମ କୋଭିଡ ନିୟମର କଡ଼ାକଡ଼ି ଯାଞ୍ଚ କରୁଛି। ବାଣପୁର ରେ କୋଭିଡ ସଂକ୍ରମଣକୁ କମେଇବାକୁ ହେଲେ ଅମାନିଆଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା…
ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୦୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୧୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ସୁନ୍ଦରଗଡରୁ ୧୮୨, ପୁରୀରୁ ୧୮୧, ଜଗତସିଂହପୁର ୧୬୪, ଯାଜପୁରରୁ ୧୫୨, ଝାରସୁଗୁଡାରୁ ୧୫୦, ରାୟଗଡାରୁ ୧୪୬, ମୟୂରଭଞ୍ଜରୁ ୧୩୮, କେନ୍ଦ୍ରାପଡାରୁ ୧୨୯, ସମ୍ବଲପୁରରୁ ୧୨୮, ସୋନପୁରରୁ ୧୨୬, ଅନୁଗୁଳରୁ ୧୨୨, ନୂଆପଡାରୁ ୧୨୧, ବାଲେଶ୍ବରରୁ ୧୧୧, ନବରଙ୍ଗପୁରରୁ ୧୦୧, ବରଗଡରୁ ୯୭, କୋରାପୁଟରୁ ୯୧, କେନ୍ଦୁଝରରୁ ୮୩, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୭୨, ଢେଙ୍କାନାଳରୁ ୭୧, ଭଦ୍ରକରୁ ୬୫, ଗଞ୍ଜାମରୁ ୫୫, ନୟାଗଡରୁ ୪୫, ବଲାଙ୍ଗିରିରୁ ୪୪, ମାଲକାନଗିରିରୁ ୩୬, ଦେବଗଡରୁ ୨୦, ବୌଦ୍ଧରୁ ୧୭, ଗଜପତିରୁ ୧୫ ଏବଂ ଷ୍ଟେଟ ପୁଲରୁ ୨୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଏବଂ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ବଲିଉଡରେ ବହୁ ଅଭିନେତ୍ରୀଙ୍କୁ ସମନ ଜାରି କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଦୀପିକା ପାଦୁକୋନଙ୍କୁ ସମନ ଜାରି କରିଛି ଏନସିବି। ସେପ୍ଟେମ୍ବର ୨୫ ତାରିଖରେ ଦୀପିକାଙ୍କୁ ହାଜର ହେବାକୁ ସମନ ଜାରି କରାଯାଇଛି। ଦୀପିକାଙ୍କ ପରି ଆଉ କିଛି ଅଭିନେତ୍ରୀଙ୍କୁ ସମନ କରିଛି ଏନସିବି। ସେମାନେ ହେଲେ ସାରା ଅଲ୍ଲି ଖାଁ, ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂହ ଓ ସିମୋନ ଖମ୍ବଟାଙ୍କୁ ମଧ୍ୟ ସମନ କରାଯାଇଛି। ଡ୍ରଗ୍ସ ଲିଙ୍କରେ ଏହି ଅଭିନେତ୍ରୀମାନଙ୍କୁ ଜେରା କରିବ ଏନସିବି। ସେପ୍ଟେମ୍ବର ୨୪ ରେ ହାଜର ହେବେ ରକୁଲପ୍ରୀତ ଏବଂ ସିମୋନ। ପୂର୍ବରୁ ଏନସିବି ଡ୍ରଗ୍ସ ଲିଙ୍କରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି।
ଭୁବନେଶ୍ଵର: ଆଜି ରାଜ୍ୟରେ ବିଦ୍ୟୁତ ଦର ବଢିଥିବା ନେଇ ଘୋଷଣା କରିଛି ବିଦ୍ୟୁତ ନିୟାମକ ଆୟୋଗ। ଆସନ୍ତା ଅକ୍ଟୋବର ମାସରୁ ବିଦ୍ୟୁତ ଦର ବଢିବା ନେଇ ନିଷ୍ପତ୍ତି ନେଇଛି ଓଇଆରସି। ୟୁନିଟ ପିଛା ୨୦ ପଇସା ବୃଦ୍ଧି ହୋଇଥିବା ନେଇ ସୂଚନା ରହିଛି। ୫୦ ୟୁନିଟ ପର୍ଯ୍ୟନ୍ତ ଦର ୨ ଟଙ୍କା ୭୦ ପଇସାକୁ ବୃଦ୍ଧି ହୋଇଥିବା ବେଳେ ୧୦୦ ୟୁନିଟ ପର୍ଯ୍ୟନ୍ତ ୩ ଟଙ୍କା ୬୦ ପଇସା, ୨୦୦ ୟୁନିଟ ପର୍ଯ୍ୟନ୍ତ ୪ ଟଙ୍କା ୦୫ ପଇସା, ୪ ଶହ ୟୁନିଟ ପର୍ଯ୍ୟନ୍ତ ୪ ଟଙ୍କା ୫୩ ପଇସା, ୪ ଶହ ଯାଏଁ ୪ ଟଙ୍କା ୭୮ ପଇସା, ୫ ଶହ ଯାଏଁ ୫ ଟଙ୍କାକୁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନେଇଛି ଓଇଆରସି। ତେବେ କୃଷି କ୍ଷେତ୍ର ଏବଂ କୁଟୀର ଜ୍ୟୋତି ଗ୍ରାହକମାନଙ୍କୁ ଏହି ବର୍ଦ୍ଧିତ ଦରରୁ ବାଦ ଦିଆଯାଇଥିବା ଜଣାପଡିଛି।
ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ଦ୍ଵାରା ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି। ଏହି କ୍ରମରେ ଢେଙ୍କାନାଳ ଏସପି ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ବିଭାଗ ଏସପି ଦାୟିତ୍ଵ ଦିଆଯାଇଥିବା ବେଳେ ଅରୁଣ କୁମାର ରାୟଙ୍କୁ ଏଡିଜି, କମ୍ୟୁନିକେସନ ଦାୟିତ୍ଵ। ଲଳିତ ଦାସଙ୍କୁ ଏଡିଜି, ହେଡକ୍ୱାର୍ଟର ଦାୟିତ୍ଵ। ଯଶୋବନ୍ତ ଜେଠୱାଙ୍କୁ ଏଡିଜି, ଆଇନଶ୍ରୁଙ୍ଖଳା ଦାୟିତ୍ଵ। ବିନୟତୋଷ ମିଶ୍ରଙ୍କୁ ଏସଆରବି ନିର୍ଦ୍ଦେଶକ ଦାୟିତ୍ଵ। ସଞ୍ଜୟ ସିଂହଙ୍କୁ ଆଇଜିପି, ପୋଲିସ ଆଧୁନିକକରଣ ଦାୟିତ୍ଵ। ରେଖା ଲୋହାନିଙ୍କୁ ଅତିରିକ୍ତ ପୋଲିସ କମିଶନର ଦାୟିତ୍ଵ। ରିତୁ ଆରୋର ହେଲେ ଗୃହ ବିଭାଗର ଓଏସଡି। ରାଜେଶ କୁମାରଙ୍କୁ ଆଇଜି ପୋଲିସ ଏଫଏସଏଲର ଦାଇତ୍ଵ ମିଳିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ବାଣପୁର ବ୍ଲକ ଅନ୍ତର୍ଗତ କୁମାରଙ୍ଗ ପଞ୍ଚାୟତ ନୀଳକଣ୍ଠେଶ୍ୱର ବିଦ୍ୟାପୀଠର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ନବଘନ ଦଳାଇଙ୍କ ପରଲୋକ ହୋଇଯାଇଛି। ମାତ୍ର ୬୭ ବର୍ଷ ବୟସରେ ଶ୍ରୀ ନବଘନ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସୂଚନା ଅନୁସାରେ କିଛି ଦିନ ତଳେ ଏକ ମୋଟର ସାଇକଲ ଦୁର୍ଘଟଣାରେ ଗୋଡ ଭାଙ୍ଗି ଯାଇଥିଲା। ପ୍ରଧାନ ଶିକ୍ଷକ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସେହି ଦିନଠାରୁ ଚିନ୍ତିତ ହୋଇପଡିଥିଲେ। ଗତ ଶନିବାର ଦିନ କିଡନି ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ଠାରେ ଚିକିତ୍ସ। ପାଇଁ ଭର୍ତ୍ତି କରାଇଥିଲେ ପରିବାର ଲୋକେ। କିନ୍ତୁ ଗତ କାଲି ରାତ୍ର ସମୟରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏକ ନିର୍ଦ୍ଧିଷ୍ଠ ଘରୋଇ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ନବଘନ ଦଳାଇ ପ୍ରଧାନ ଶିକ୍ଷକ ଥିବା ସମୟରେ ନିଜ ଛାତ୍ରଙ୍କ ସଠିକ ରାସ୍ତା ଦେଖାଇ ଆଇ ପି…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲି ଠାରୁ କୋଭିଡ଼ ସଚେତନ ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି। ଜନପ୍ରତିନିଧି ଏବଂ ସ୍ଵେଚ୍ଚାସେବୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ରାଲି ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହା ସହିତ ଏନଜିଓ, କୋଭିଡ଼ ଶକ୍ତି ମହିଳାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କୁ ସଚେତନତା କରିବେ। ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ କ୍ୟାମ୍ପେନ କରାଯିବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ପିଲାଙ୍କ ମଧ୍ୟରେ ଅନଲାଇନରେ କରୋନା ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗଞ୍ଜାମକୁ କରୋନା ମୁକ୍ତ କରିବାପାଇଁ ଜିଲ୍ଲାପାଳ ଗଞ୍ଜାମବାସୀଙ୍କ ସହଯୋଗ ଲୋଡିଛନ୍ତି। କରୋନାକୁ ହାଲକା ଭାବେ ନନେଇ ସାମାଜିକ ଦୁରତ୍ଵରକ୍ଷା କରିବା, ସମସ୍ତେ ମାସ୍କ ନିୟମିତ ପିନ୍ଧିବା, ନିୟମିତ ବ୍ୟବଧାନରେ ନିଜ ହାତକୁ ସାବୁନରେ ଧୋଇବା କିମ୍ବା ସାନିଟାଇଜ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି।…
ମୁମ୍ବାଇ, ରିଲିଜ ଅପେକ୍ଷାରେ ଥିବା ତେଲୁଗୁ ଚଳଚିତ୍ର ବ୍ଲାକ ରୋଜ କୁ ନେଇ ବେଶ୍ ଆଶାବାଦୀ ହୋଇ ପଡିଛନ୍ତି ଅଭିନେତ୍ରୀ ଉର୍ବଶୀ ରାଉତେଲା। ଏହି ଚଳଚିତ୍ରରେ ତାଙ୍କୁ ଏକ ପ୍ରମୁଖ ଭୂମିକା ମିଳିଥିବାରୁ ସେଥିରେ ସେ ମନନିବେଶ କିରଛନ୍ତି। ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ ହୋଇଛି। ଆଜି ଆମର ନିର୍ମାତାମାନେ ଫିଲ୍ମର ବ୍ଲାକ୍ ରୋଜ୍ ପ୍ରଥମ ଲୁକ୍ ଉନ୍ମୋଚନ କରିଛନ୍ତି। ଆପଣ ଯେପରି ଦେଖିଥିବେ ମୁଁ ଏକ ସୁନ୍ଦର ଶାଢୀ ପିନ୍ଧିଛି ଯାହା ଫିଲ୍ମର ଟାଇଟଲ୍ ର ପ୍ରତୀକ ଅଟେ। ମୁଁ ଏହି ପୋଷ୍ଟରରେ ରନୱେରେ ବୁଲୁଥିବାର ଦେଖାଯାଇଛି ବୋଲି ଉର୍ବଶୀ କହିଛନ୍ତି। ଏହି ଚଳଚ୍ଚିତ୍ର ତେଲୁଗୁ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି ସାମ୍ପଥ ନନ୍ଦୀ।
ଭୁବନେଶ୍ବର: ଆଜି ଭୁବନେଶ୍ବର ମହାନଗରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହେଲେ ୩୯୨ କରୋନା ଆକ୍ରାନ୍ତ। ୩୯୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୩ ଜଣ କ୍ଵାରେଣ୍ଟିନ ରୁ ଚିହ୍ନଟ ହୋଇଥିବା ବେଳେ ୨୧୮ ଜଣ ସ୍ଥାନୀୟ ସଂକ୍ରମଣ। ତେବେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଏନକେ ସଂଖ୍ୟା ୧୯୫୪୪ ଜଣ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୪୬। ସେହିପରି ବର୍ତ୍ତମାନ ମହାନଗରରେ ୩୭୧୧ ଜଣ କରୋନାରେ ଚିକିତ୍ସିତ ହୋଇଥିବା ବେଳେ ୭୩ ଜଣ କରୋନାରେ ସଂକ୍ରମଣ ହୋଇ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ, କୋଭିଡ19 ପାଇଁ ଆଜି ସଂସଦର ଉଭୟ ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ କରି ଦିଆଯାଇଛି। ଏହି ମୌସୁମୀ ଅଧିବେସନ ଆସନ୍ତା ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ଦିନକୁ ଦିନ ସଂସାଦମାନେ ପଜେଟିଭି ଚିହ୍ନଟ ହେବା ଏବଂ ସାରା ଦେଶର ସ୍ଥିତି ଉଦବେଗ ଜନକ ହୋଇପଡିବାରୁ ଏପରି ପଦକ୍ଷେପ ନିଆଯାଇଛି। ଫଳରେ ଏହି ମୌସୁମୀ ଅଧିବେସନ ମାତ୍ର 10 ଦିନ ପାଇଁ ଚାଲିଛି। ଏହି ସମୟରେ ଗୃହରେ 25 ଟି ବିଲ୍ ପାଶ ହୋଇଥିବା ବେଳେ 6ଟି ବିଲ ଉପସ୍ଥାପିତ ହୋଇଛି।
ନୂଆଦିଲ୍ଲୀ: ଅହମଦନଗରସ୍ଥିତ ଆର୍ମୋର୍ଡ୍ କର୍ପସ୍ ସେଣ୍ଟର୍ ଆଣ୍ଡ୍ ସ୍କୁଲ୍ସ୍ଥିତ କେ କେ ରେଞ୍ଜ୍ର୍ ଅର୍ଜୁନ୍ କମାଣରୁ ତା’ର ‘ଲେଜର୍-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ପରୀକ୍ଷା କରିଛି। ଏହି ପରୀକ୍ଷା ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ) ତରଫରୁ କରାଯାଇଛି। ଏହି କ୍ଷେପଣାସ୍ତ୍ର ‘ଲେଜର୍-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ତିନି କିଲୋମିଟର୍ ଦୂରରେ ଥିବା ଏକ ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଭେଦ କରି ପାରିଛି। ଏହି କ୍ଷେପଣାସ୍ତ୍ର ଆଧୁନିକ ତଥା ଭବିଷ୍ୟତର ଶତ୍ରୁ ଯୁଦ୍ଧ ଟ୍ୟାଙ୍କକୁ ନଷ୍ଟ କରିବା ପାଇଁ ପରିକଳ୍ପନା କରାଯାଇଛି। ଅର୍ଜୁନ ଟ୍ୟାଙ୍କ ବନ୍ଧୁକରୁ ଉତକ୍ଷେପଣ ପାଇଁ ଡିଜାଇନ୍ ହୋଇଥିବା ଏହି କ୍ଷେପଣାସ୍ତ୍ର କମ୍ ଫ୍ଲାଇଙ୍ଗ୍ ହେଲିକପ୍ଟର ସମେତ ଏକ ଚଳପ୍ରଚଳ ଲକ୍ଷ୍ୟକୁ ସକ୍ରିୟ ଭାବରେ ନିୟୋଜିତ କରାଯିବ।
ଭୁବନେଶ୍ବର, ପୂର୍ବତଟ ରେଳପଥ ସ୍ଵଛ ଭାରତ ଅଭିଯାନର ସ୍ଵଛ ରେଳ – ସ୍ଵଛ ଭାରତ – ସ୍ଵଛ ପରିସର ନାମିତ ଏକ ଅଭିଜାନ ଆରମ୍ଭ କରିଛି। ଏଥିରେ ପୂର୍ବତଟ ଅଧିକାରୀଙ୍କ ନେତୃତ୍ୱରେ କର୍ମଚାରୀମାନେ ସମସ୍ତ ଷ୍ଟେସନ ପରିଚାଳନା କ୍ଷେତ୍ରର ପରିଚ୍ଛନ୍ନତା ଆଣିବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। ଷ୍ଟେସନ ସହିତ ନିଜ କାର୍ଯ୍ୟାଳୟ ଓ ଏହାର ପରିସରରେ ପରିଚ୍ଛନ୍ନତା ଆଣିବା ଥିଲା ଏହି ଅଭିଜାନର ମୂଳ ଲକ୍ଷ। ରେଳଷ୍ଟେସନ ପରିଚାଳନା କ୍ଷେତ୍ର ମାନଙ୍କରେ ଉପଯୁକ୍ତ ଯାତ୍ରୀ ପରିଷେବା ସୁନିଶ୍ଚିତ କରାଯାଇଥିଲା। ଷ୍ଟେସନ ମାନଙ୍କରେ ସମସ୍ତ ଡ୍ରେନ ମାନଙ୍କର ସଫେଇ କାର୍ଯ୍ୟ ଏହି ଅବସରରେ ସମ୍ପାଦନ କରାଯାଇଥିଲା I ସ୍ୱଚ୍ଛତା ଅଭିଯାନକୁ ସ୍ମରଣୀୟ କରାଇବା ପାଇଁ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଓ ସମସ୍ତ ପ୍ରମୁଖ ଅଧିକାରୀମାନଙ୍କ ନେତୃତ୍ୱରେ ଅଧିକାରୀ ଓ କାର୍ମଚାରୀମାନେ ଆଜି ରେଳ ସଦନ ପରିସର ସହିତ ବିଭିନ୍ନ କାର୍ଯ୍ୟ ସ୍ଥାନ ମାନଙ୍କରେ ସଫେଇ କାର୍ଯ୍ୟ କରିଥିଲେ I
ଭୁବନେଶ୍ବର, ଗତ କିଛିଦିନ ତଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ କିପରି କୋଭିଡ19 ସୁରକ୍ଷା ବ୍ୟବସ୍ଥା କରାଯାଇଛି ତାହାର ତଦାରଖ କରିଥିଲେ। ଏହି ସମୟରେ ତାଙ୍କ ବେକର ଆଇଡେଣ୍ଟି କାର୍ଡ ପରି ଏକ ବସ୍ତୁଟିଏ ଝୁଲୁଥିଲା। ହେଲେ ତାହା କାଳେ ବିଧାନସଭା କାର୍ଡ ହୋଇଥିବ ଭାବେ ଅଧିକାରୀମାନେ କେହି କିଛି ପଚାରିଲେ ନାହିଁ। ତେବେ ବାଚସ୍ପତି ତଦାରଖ ସାରି ବାହାରକୁ ଆସିବା ପରେ ସାମ୍ବାଦିକମାନେ ତାଙ୍କୁ ଘେରି ଗଲେ। ବେକରେ ଝୁଲୁଥିବା ଜିନିଷଟି କଣ ବୋଲି ପଚାରି ପକାଇଲେ। ଏହାର ଉତ୍ତରରେ ବାଚସ୍ପତି କହିଲେ ଯେ ଏହା ହେଉଛି ଏକ ପ୍ରକାରର କରୋନା ତାବିଜ୍। ଏହା ବେକରେ ଝୁଲୁ ଥିଲେ କରୋନା ଭାଇସର ପାଖକୁ ଆସିବ ନାହିଁ। ଏପରିକି କରୋନା ପଜେଟିଭ ରୋଗୀ ପାଖରେ ଥିଲେ ମଧ୍ୟ ସେ ଭାରସ ମୋତେ ସ୍ପର୍ଶ କରିବ ନାହିଁ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ସାମ୍ବାଦିକମାନେ ପ୍ରଶ୍ନ ପଚାରିବା ଆଗରୁ…
ଭୁବନେଶ୍ବର, ଆଜି ବୁଧବାର ଦିନ ମୁମ୍ବାଇ ଠାରୁ ଭୁବନେଶ୍ୱର ଆସୁଥିବା ୧୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ ଏହାର ନିର୍ଧାରିତ ସମୟ ଅପରାହ୍ନ ୩ଘ.୦୫ମି. ପରିବର୍ତେ ରାତ୍ର ୧୦ ଘଟିକାରେ ଭୁବନେଶ୍ୱରକୁ ଯାତ୍ରା କରିବ। ମୁମ୍ବାଇ ଅଂଚଳରେ ମାତ୍ରାଧିକ ବର୍ଷ ଜନିତ ଟ୍ରେନ ଲାଇନ ଉପରେ ପାଣି ସରବରାହ ଯୋଗୁଁ ମୁମ୍ବାଇ ଠାରୁ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ର ଛାଡିବା ସମୟରେ ଆଜି ପରିବର୍ତନ କରାଯାଇ ଅଛି। ଏହି ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇ।

