ବାଲେଶ୍ବର : ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ଯୋଜନାରେ ରାଜ୍ୟର ବସ୍ତିରେ ବିଜୁଳି, ଭଲ ପିଇବା ପାଣି, ରାସ୍ତା, ଗୋଷ୍ଠୀକେନ୍ଦ୍ର ଆଦି ନାଗରିକ ସୁବିଧାର ବିକାଶ କରି ବସ୍ତିର ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣାଯିବା ସହିତ ଜୀବିକା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟର ଏକ ହଜାର ବସ୍ତିରେ ଏହି କାର୍ଯ୍ୟକ୍ରମ ତୁରନ୍ତ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଜାଗା ମିଶନ ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲା। ଏପରିକି ଏହି କାର୍ଯ୍ୟକ୍ରମ ବିଶ୍ବ ସମୁଦାୟର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ 116ଟି ବହୁମୂଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ର ମଧ୍ୟ ଲୋକାର୍ପଣ କରିଛନ୍ତି…
Author: Samikhsya Bureau
ଭୁବନେଶ୍ବର : ଆଜି ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ସେପ୍ଟେମ୍ବର 29 ତାରିଖରୁ ଅକ୍ଟୋବର 2 ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ ।ଯୁକ୍ତ ତିନି ଆଡମିଶନ ନେଇ ଗାଇଡଲାଇନ୍ ଜାରି କଲେ ରାଜ୍ୟସରକାର । ଅରିଜିନାଲ୍ ସାର୍ଟିଫିକେଟ୍ ବିନା ଯୁକ୍ତ ତିନି ଆଡ୍ମିଶନ ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଦିଆଯାଇଛି । କରୋନା କାରଣରୁ ଅରିଜିନାଲ୍ ସାର୍ଟିଫିକେଟ୍ ବିଳମ୍ବ ହେଉଥିବାରୁ ବ୍ୟବସ୍ଥା କରାଯାଇଛି । ସେଲ୍ଫ ଆଟେଷ୍ଟେଡ୍ ଡାଉନଲୋଡ୍ ମାର୍କସିଟ୍ ଗ୍ରହଣ କରାଯିବାକୁ ଚିଠି କରାଯାଇଛି । ମାଇଗ୍ରେସନ ସାର୍ଟିଫିକେଟ୍ ପାଇଁ ବି ବାଧ୍ୟ ନ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ପରେ ଅରିଜିନାଲ୍ ସାର୍ଟିଫିକେଟ୍ ଦେବାକୁ ଅଣ୍ଡରଟେକିଂ ଦେବେ ଛାତ୍ରଛାତ୍ରୀ ।
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ମଲାଇକା ଅରେରାଙ୍କୁ କରୋନା ହେବା ପରେ ଅଭିନେତ୍ରୀ ତଥା ନୃତ୍ୟାଙ୍ଗନା ନୋରା ଫତେହୀ ରିଅଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ରେ ବିଚାରକ ଦାୟିତ୍ବ ସମ୍ଭାଳିଛନ୍ତି । ନୋରାଙ୍କ ଅନ୍ଦାଜ୍ ଓ ଟେରେନ୍ସ ଲୁଇସ୍ଙ୍କ ସହ ତାଙ୍କ ଦୋସ୍ତି ଓ କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । କିନ୍ତୁ ଏହା ଏବେ ଟେରେନ୍ସଙ୍କ ପାଇଁ ବିବାଦ ସୃଷ୍ଟିକରିଛି । କିଛି ଦିନ ପୂର୍ବରୁ ନୋରା ଓ ଟେରେନ୍ସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ୟୁଜର୍ସ କୋରିଓଗ୍ରାଫର୍ ଟେରେନ୍ସ ଲୁଇସ୍ଙ୍କୁ ବେଶ୍ କଟାକ୍ଷ କରିଛନ୍ତି । ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ଶୋ’ର ଏକ ଏପିସୋଡ୍ରେ ଅଭିନେତ୍ରୀ ନୋରା ଫତେହୀଙ୍କ ପଛପଟକୁ ଟେରେନ୍ସ ଛୁଉଁଥିବାର ନଜର ଆସିଛି । ଏହି ଭିଡିଓ କ୍ଲିପ୍କୁ ବହୁ ଲୋକେ ସେୟାର କରିବା ସହିତ…
ଭୁବନେଶ୍ବର, ବିଜୁ ଜନତା ଦଳ ତାହାର ଯୁବ ଓ ଛାତ୍ର ସଂଗଠନର ବିଭିନ୍ନ କର୍ମକର୍ତ୍ତାଙ୍କ ନାମ ଘୋଷଣା ପରେ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଟେନସନ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦଳ ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ କଳ୍ପତରୁ ଓଝାଙ୍କୁ ବହିସ୍କୃତ କରିଛି। କଳ୍ପତରୁଙ୍କୁ ତିନିଦିନ ତଳେ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଥିଲା। ଧିରେ ଧିରେ ଯୁବ ଓ ଛାତ୍ର ସଂଗଠନର ନେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଅନେକ ନେତା ତାଙ୍କ ପଦପଦବୀରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ହେଉଥିବାର ଜଣାପଡିଛି। ସେହିପରି କେତେକ ନେତାଙ୍କୁ କୌଣସି ପଦପଦବୀ ଦିଆଯାଇ ନ ଥିବାରୁ ସେମାନେ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି।
ଭୁବନେଶ୍ବର, ଓଡିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଖୁବ ଶିଘ୍ର ଓଡିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ଖୋଲିବ ରେସ୍ତୋରାଁ। ଯାହାର ନାମ ରଖାଯାଇଛି ‘ନିମନ୍ତ୍ରଣ’ ବୋଲି ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ କହିଛନ୍ତି। ଏଥିରେ ଓଡିଆ ଖାଦ୍ୟ ପ୍ରସ୍ତୁତିରେ ଅଭିଜ୍ଞତା ଥିବା କୁକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ବିଭାଗ ଭୁବନେଶ୍ବର, ପୁରୀ ଏବଂ ସମ୍ବଲପୁରରେ ଏହି ରେସ୍ତୋରାଁ ଖୋଲିବ ବୋଲି ନିଷ୍ପତି ନେଇଛି। ଏଥିସହିତ ଏହି ତିନି ସହରରେ ବିଭାଗ ‘ଫୁଡ ଅନ ହ୍ବିଲ୍’ ର ମଧ୍ୟ ଶୁଭାରମ୍ଭ କରିବ। ଏହା ଦ୍ବାରା ଓଡିଶାକୁ ଆସୁଥିବା ପର୍ଯ୍ୟଟକ ଓଡିଆ ଖାଦ୍ୟର ମଜ୍ଜା ନେଇପାରିବେ ବୋଲି ବିଭାଗ ଆଶା ରଖିଛି।
ଉମରକୋଟ, ଆଜି ଉମରକୋଟ ପୋଲସି ତରଫରୁ ଗୋଟିଏ ଗାଁରେ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ଉମରକୋଟ ଥାନା ଅଧିନରେ ଥିବା ଧୋଦ୍ରା ଗାଁରେ ଏହି ଚଢାଉ କରାଯାଇଥିଲା। ଏଥିରେ ପ୍ରାୟ 131.59 ଲିଟର ମଦ ଜବତ କରାଯାଇଛି। ଏହି ମାମଲାରେ ପୋଲିସ ଜଣଙ୍କୁ ଆଣି ପଚରାଉଚୁରା କରୁଛି।ଏହି ସାମ୍ବାଦିକଙ୍କୁ ଜଣାଇବା ପାଇଁ ବୋତଲଗୁଡିକ ଥାନା ବାରଣ୍ଡାର ରଖାଯାଇଥିଲା।
ଭୁବନେଶ୍ବର : +3 ପ୍ରଥମ ପର୍ଯ୍ୟାୟ ନାମଲେଖା କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି କଟ୍ ଅଫ୍ ମାର୍କ ତାଲିକା । ସେପ୍ଟେମ୍ବର 29 ତାରିଖରୁ ଅକ୍ଟୋବର 2 ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ । ବିଜ୍ଞାନର ଅଧିକାଂଶ ଅନର୍ସ ବିଷୟରେ ବିଜେବି କଲେଜ ଆଗରେ ରହିଛି । ବିଜେବି କଲେଜରେ ଫିଜିକ୍ସ ଅନର୍ସରେ ନାମଲେଖା ପାଇଁ କଟ୍ଅଫ୍ ମାର୍କ 95% ରହିଥିବାବେଳେ କେମେଷ୍ଟ୍ରି ପାଇଁ 94. 6%, ମ୍ୟାଥମେଟିକ୍ସ ପାଇଁ 95.2% ରହିଛି । ସେହିପରି ବାଣିଜ୍ୟ କଟ୍ ଅଫ୍ରେ ବି ବିଜେପି ଆଗରେ ରହିଛି । ବାଣିଜ୍ୟ ପାଇଁ 88.67% ରହିଛି । ସେହିପରି ବିଜେବିରେ ଇକୋନୋମିକ୍ସ ପାଇଁ 90.5%, ଜ୍ୟୋ୍ଗ୍ରାଫି ପାଇଁ 92 % କଟ୍ ଅଫ୍ ମାର୍କ ରହିଛି । ସେହିପରି ପଲଟିକାଲ ସାଇନ୍ସ ପାଇଁ 91.5% ମାର୍କ ରହିଛି । ନିଜର କଲେଜ୍ ଚୟନ…
ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବରରୁ ସର୍ବାଧିକ 3ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ମୟୂରଭଞ୍ଜ, ପୁରୀରୁ 2 ଜଣ ଆକ୍ରାନ୍ତ ଲେଖାଏଁ ରହିଥିବାବେଳେ ଗଞ୍ଜାମ, କଳାହାଣ୍ଡି, କଟକ, କନ୍ଧମାଳ, ଢେଙ୍କାନାଳ, ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 813କୁ ବୃଦ୍ଧି ବାଲେଶ୍ବରରୁ ଆଜି ସର୍ବାଧିକ ତିନି ଆକ୍ରାନ୍ତଙ୍କର ମୃତ୍ୟୁହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55ବର୍ଷୀୟ ବ୍ୟକ୍ତି ଓ ଅନ୍ୟ ଜଣେ 63 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ଦୁଇ ମୃତକଙ୍କ ମଧ୍ୟରେ 63 ବର୍ଷୀୟ ମହିଳା ଓ ଅନ୍ୟ ଜଣେ 78 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ପୁରୀରୁ ଦୁଇ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟ ବ୍ୟକ୍ତି ଥିବାବେଳେ…
ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 235କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1915ଜଣ ଚିହ୍ନଟ ହୋଇଥିବାବେଳେ 1320ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 12ହଜାର609କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 73 ହଜାର 571 ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 38ହଜାର172ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 797ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3ହଜାର 235ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 506ଜଣ ଚିହ୍ନଟ ହୋଇଥିବାବେଳେ…
ଭଦ୍ରକ, ଆଜି ସେପ୍ଟେମ୍ବର ୨୮ ତାରିଖ ଓଡିଶା ସ୍ବାଧୀନତା ସଂଗ୍ରାମ ଇତିହାର ଏକ ସ୍ମରଣୀୟ ଦିନ ହୋଇ ରହିଛି। କାରଣ ହେଲା ଠିକ୍ ୧୯୪୨ ମସିହା ଆଜିର ଦିନରେ ଇଂରେଜ ସରକାର ଓଡିଶାର ୨୯ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ହତ୍ୟା କରିଥିଲେ। ଆଉ ସେହି ସ୍ଥାନଟି ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ନିକଟସ୍ଥ ଇରମ୍ ଅଞ୍ଚଳ। ସେତେବେଳେ ଏହି ସ୍ବାଧୀନତା ସଂଗ୍ରାମୀଙ୍କୁ ଯେପରି ହତ୍ୟା କରାଗଲା ତାହା ଜାଣିଲେ ଲୋମ ଟାଙ୍କୁରି ଉଠେ। ଘଟଣାଟି ହେଲା ସେତେବେଳେ ଇରମ ସ୍ଥାନଟି ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଗୁପ୍ତଭାବେ ବୈଠକ କରିବା ପାଇଁ ପ୍ରକୃଷ୍ଠ ଥିଲା। କାରଣ ହେଲା ଏହା ଏପରି ଏକ ସ୍ଥାନ ଯେଉଁଠାରେ ପ୍ରାକୃିତକ ଭାବେ ପାହଡ ସମୁଦ୍ର ଏବଂ ନଦୀ ଦ୍ବାରା ଆବଦ୍ଧ ଥିଲା। ଫଳରେ ଇଂରେଜମାନେ କିଛି ଜାଣିବା କଷ୍ଟକର ଥିଲା। ଏହି ସ୍ଥାନର ମଝିରେ ଗୋଟିଏ ଖୋଲା ପଡିଆ ଥିଲା। ସେହି ପଡିଆ ଚାରିପଟୁ ଆବଦ୍ଧ ଥିବା…
ପାଟନା : ବିହାର ନିର୍ବାଚନ ବିଗୁଲ୍ ବାଜି ସାରିଛି । କିନ୍ତୁ ବିହାରର ଏବେ ଏନଡିଏ ପାଇଁ ସମସ୍ୟା ବଢିଛି । ଏନ୍ଡିଏରେ ଆସନ ଭାଗବଣ୍ଟା ଠିକ୍ରେ ହୋଇପାରୁନଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ବିହାରରେ ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପିନିଜର ଦାବି ରଖିଛି । ଯଦି ଏହା ପୂରଣ ନ ହୁଏ, ତେବେ ବିହାର ନିର୍ବାଚନକୁ ଏକାକୀ ଓହ୍ଲାଇବ ବୋଲି ଧମକ ଦେଇଛି । ମିଳିଥିବା ସୂଚନା ଅନୁସାରେ 2015 ମସିହା ପରି ଚଳିତ ଥର ମଧ୍ୟ ଏଲ୍ଜେପି 42ଟି ଆସନରେ ନିର୍ବାଚନ ଲଢିବାକୁ ଚାହୁଁଛି । 2019 ମସିହା ଲୋକସଭା ନିର୍ବାଚନରେ ଏଲ୍ଜେପି 6ଟି ଲୋକସଭା ଆସନରେ ଲଢିଥିବାବେଳେ ଗୋଟିଏ ରାଜ୍ୟସଭା ଆସନା ପାଇଥିଲା । ଏହି କ୍ରମରେ ଏଲ୍ଜେପି ଚଳିତ ନିର୍ବାଚନରେ 42ଟି ଆସନ ଚାହିଁଛି । ଏଲ୍ଜେପି ଅଧ୍ୟକ୍ଷ ଚିରାଗ ପାଶଓ୍ବାନ୍ ଏନ୍ଡିଏର ମେଣ୍ଟକୁ ଦେଖି ବିଜେପି ସାମ୍ନାରେ ନୂତନ ଫର୍ମୁଲା ରଖିଛି…
ନୂଆଦିଲ୍ଲୀ: ଦିନକରେ ୮୨ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୩୯ ଜଣ ମୃତ୍ୟୁବରଣ କରଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ଲକ୍ଷ ୭୪ ହଜାର ୭୦୩ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫ ହଜାର ୫୪୨ ରେ ପହଞ୍ଚିଛି। ତେବେ ମୋଟ ସକ୍ରିୟ ଆକ୍ରଙ୍କଙ୍କ ସଂଖ୍ୟା ୯ ଲକ୍ଷ ୬୨ ହଜାର ୬୪୦ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ୧୬ ହଜାର ୫୨୦ ରହିଛି।
ଭୁବନେଶ୍ବର: ରାଜ୍ୟରେ ଦିନକରେ ୪୭ ହଜାର ୬୩୪ କରୋନା ପରୀକ୍ଷା କରାଯାଇଛି। ୪୭ ହଜାର ୬୩୪ଟି ପରୀକ୍ଷା ମଧ୍ୟରୁ ୬ ହଜାର ୬୪୮ ଟି ଆରଟିପିସିଆର ପରୀକ୍ଷା, ୪୦ ହଜାର ୯୪୫ ଟି ଆଣ୍ଟିଜେନ ପରୀକ୍ଷା ଏବଂ ୪୧ ଟି ଟ୍ରୁନଟ ପରୀକ୍ଷା ହୋଇଛି।
ପୁରୀ, ଆଜି ଲତା ମଙ୍ଗେସକର 91 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ ବାଲୁକା କଳାରେ ନିର୍ମାଣ କରିଛନ୍ତି ଏକ ଆକର୍ଷଣୀୟ ସ୍ଥାପତ୍ୟ। ଏଥିରେ ସୁଦର୍ଶନ ଲତାଙ୍କର ଏକ ପ୍ରତିମୂର୍ତ୍ତି ସହିତ ଏକ ଗ୍ରାଫୋନ ରେକର୍ଡଟିଏ ପାଖରେ ରଖିଛନ୍ତି। ଏଥିସହିତ ସେ ବାଲୁକା କଳାରେ ହାପି ବାର୍ଥ ଡେ ବୋଲି ଇଂରାଜୀରେ ଲେଖିଛନ୍ତି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସ୍ଥଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତି ୩ ଘଟିକାରେ ଯୋଡ଼ାରୁ ଗୋପାଳପୁର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ(ସିଜି-୦୪ଏମବି-୪୦୭୭) ଟି ସୁବୁଦ୍ଧିପାଟଣା ଛକ ନିକଟରେ ବ୍ରେକ ଡ଼ାଉନ ହୋଇଯିବାରୁ ଟ୍ରକଟିକୁ ରାସ୍ତାରେ ଛିଡାକରି ଟ୍ରକ ଚାଳକ ଟ୍ରକ ତଳେ ପଶି ମରାମତି କରୁଥିଲେ। ଉକ୍ତ ସମୟରେ ଦ୍ରୁତଗତିରେ ଯୋଡ଼ାରୁ ଗୋପାଳପୁର ଯାଉଥିବା ଆଉ ଏକ କୋଇଲା ବୋଝେଇ ଟ୍ରକ(ଏପି-୦୫-ଟିଟି-୯୭୨୦) ସେହି ସ୍ଥାନରେ ଆଇରନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ଫଳରେ ଆଇରନ ବୋଝେଇ ଟ୍ରକଟି ଆଗକୁ ଗଡ଼ିଯାଇ ଟ୍ରକ ଚକା ତଳେ ଥିବା ଚାଳକ ଉପରେ ଚଢ଼ିଯାଇଥିଲା ଏବଂ ଘଟଣାସ୍ଥଳରେ…
ଭୁବନେଶ୍ବର, ଆଜି ହେଉଛି ପ୍ରଖ୍ୟାତ କଣ୍ଠଶିଳ୍ପ ଲତା ମଙ୍ଗେସକରଙ୍କ ଜନ୍ମଦିନ। ଲତା ୧୯୨୯ ମସିହା ସେପ୍ଟେମ୍ବର୨୮ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଏହି ମହାନ୍ ଗାୟିକାଙ୍କର ଜନ୍ମଦିବସ ଉପଲକ୍ଷେ ବିଭିନ୍ନ ମହଲରୁ ଅଭିନନ୍ଦନର ବାର୍ତ୍ତା ଆସିବାରେ ଲାଗିଛି। ଭାରତୀୟ ସଂଗୀତ ଜଗତରେ ଲତା ମଙ୍ଗେସକର ବେଶ୍ ପରିଚିତ ନାମ। ଯାହାକୁ କୁହାଯାଇ ପାରିବ ଘରେ ଘରେ ପରିଚିତ ନାମ। ସେ ପ୍ରଥମେ ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଲତାଙ୍କ ସଂଗୀତ ଜୀବନ ମଧ୍ୟ ବେଶ୍ ସଂଘର୍ଷମୟ। ଥରେ ସେ ମୁମ୍ବାଇର ଏକ ଲୋକାଲ୍ ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ‘ଆପ୍ କି ସେବା ମେଁ’ରେ ଗାୟିକା ହେବାର ସୁଯୋଗ ମିଳିଥିଲା । ପରେ ତାଙ୍କୁ ‘ମଜବୁର୍’ ଓ…
ଭୁବନେଶ୍ବର, ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଦେବୀ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରଥିଲେ। ସେହିପରି ସେତେବେଳେ ବିଜୁ ଛାତ୍ର ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଥିଲେ। ଦେବୀ ବର୍ତ୍ତମାନ ବାଙ୍କିର ବିଧାୟକ ଅଛନ୍ତି। ସେ ହେଉଛନ୍ତି ବାଙ୍କିର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କ ପୁତ୍ର।
ଭୁବନେଶ୍ବର, ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତାର ସଭାପତି ଭାବେ ବିଧାୟକ ବ୍ୟୋମକେଶ ରାୟଙ୍କୁ ନିଯୁକ୍ତି ଦେଇଛନ୍ତି। ଏ ନେଇ ବିଜେଡି ତରଫରୁ ଏକ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି। ସେ ପୂର୍ବରୁ ଥିବା ସାଧାରଣ ସଂପାଦକ ଛାତ୍ର ବ୍ୟାପାରରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି। ବ୍ୟୋମକେଶ ବର୍ତ୍ତମାନ ଚାନ୍ଦବାଲିର ବିଧାୟକ ଅଛନ୍ତି। ଯୁବ ବିଧାୟକ ଭାବେ ସେ ଦଳ ଭିତରେ ବେଶ୍ ଜଣାଶୁଣା। ତାଙ୍କର ସଂଗଠନ ଦକ୍ଷତା ଥିବାରୁ ନବୀନ ତାଙ୍କୁ ଏହି ପଦରେ ନିଯୁକ୍ତି କରିଛନ୍ତି।
ଯାଜପୁର ପ୍ରଶାସନ ତରଫରୁ ବରି ବ୍ଲକରେ ବନ୍ୟା କ୍ଷତିଗସ୍ତଙ୍କୁ ବଣ୍ଟନ କରାଯାଉଛି ପଲିଥିନ।
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ କୋଟକଣା ଛକଠାରେ ଆଜି କଂଗ୍ରେସ ଓ ବିଜେପି ଦୁଇ ଦଳର ନେତା ଗୋଟିଏ ମଞ୍ଚରେ ଏକାଠି ହୋଇ କଟକ-ପାରାଦ୍ବୀପ ରାସ୍ତା ନିକଟସ୍ଥ କୋଟକଣାରୁ ବାନାମ୍ବର ଘାଟ ମହାନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ଦାବି କରିଛନ୍ତି। କୋଟକଣା-ବାନାମ୍ବର ସେତୁ କମିଟିର ଆବାହକ ତଥା କନିମୁଳ ପଞ୍ଚାୟତର ସରପଞ୍ଚ ବେଦଦ୍ୟୁତି ପୁଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ଦୁଇଥର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଫେସର ରମାକାନ୍ତ ଭୋଇ, କଂଗ୍ରେସ ଦଳରୁ ଏଥର ତିର୍ତ୍ତୋଲର ବିଧାୟକ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିବା ହିମାଂଶୁ ଭୂଷଣ ମଲ୍ଲିକ, ସ୍ଥାନୀୟ ତରଜଙ୍ଗା ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ସେଠୀ ପ୍ରମୁଖ ଯୋଗଦେଇ କୋଟକଣା-ବାନାମ୍ବର ସେତୁ ନିର୍ମାଣକୁ ସରକାର କ’ଣ ପାଇଁ ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ ଉଠାଇବା ସହିତ…
କଟକ, ଏସସିବି ମେଡିକାଲ ବିଲିଡିଂର ସଂପ୍ରସାରଣ କାମ ପରେ ଏହା ହେଉଛି କଟକ ସହରର ଦୃଶ୍ୟ। ହଜାର ବର୍ଷର ସହରକୁ ଦିଆଯାଇଛି ନୂଆ ରୂପ।

