Author: Samikhsya Bureau

ଭୁବନେଶ୍ବର : ପୁରୀରୁ ଆଜି ସନ୍ଧ୍ୟାରେ 3ଟି ଟ୍ରେନ ଚାଲିବ ବୋଲି ନିଷ୍ପତ୍ତି ହୋଇଛି । ତିନୋଟି ଏକ୍ସପ୍ରେସ ଟ୍ରେନ ପୁରୀରୁ ଗଡ଼ିବ । ତେବେ କରୋନା ପାଇଁ ପୁରୀକୁ ସମସ୍ତ ଟ୍ରେନ ବନ୍ଦ କରିଦିଆଯାଇଥିଲା । କରୋନା କଟକଣା ଯୋଗୁଁ ଟ୍ରେନ ସେବାକୁ ବନ୍ଦ ରଖାଯାଇଥିଲା । ତେବେ ଦୀର୍ଘ ସାତ ମାସ ପରେ ପୁରୀକୁ ଟ୍ରେନ ଚଳାଚଳକୁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ ଗୁଡ଼ିକ ହେଲା ପୁରୀ-ଦୁର୍ଗ, ପୁରୀ- ଅହମ୍ମଦାବାଦ ଓ ପୁରୀ- ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ । କୋଭିଡ ନିୟମ ମାନି ଏହି ତିନୋଟି ଟ୍ରେନ ଚଳାଚଳ କରିବା ନେଇ ସୂଚନା ଦିଆଯାଇଛି । ପ୍ରକାଶ ଯେ, ପର୍ଯ୍ୟଟନ ସହର ପୁରୀକୁ କରୋନା ଲକଡାଉନ ସମୟରେ ବହୁ କ୍ଷତି ସହିବାକୁ ପଡ଼ିଛି । ପର୍ଯ୍ୟଟନ ସ୍ଥଳୀ ଓ ହୋଟେଲ ବନ୍ଦ ରହିଥିବାରୁ ଲୋକଙ୍କୁ ବହୁ ଅସୁବିଧା ସହିବାକୁ ପଡ଼ିବା ସହିତ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପଡ଼ିଥିଲା…

Read More

ଭୁବନେଶ୍ବର : ବିଧାନସଭା ଚାଲିଥିବାବେଳେ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ବିଧାନସଭା ସାମ୍ନା ପିଏମ୍‌ଜିରେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି ।  ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇ ଜଣେ ଯୁବକ ଧମକ ଦେଇଥିବାର ସୂଚନା ମିଳିଛି । ବେକରେ ଛୁରୀ ଲଗାଇ କିଛି ମନ୍ତ୍ରୀଙ୍କ ନାଁ ନେବା ସହିତ ପାଗଳ ଭଳି ପ୍ରଳାପ କରିଥିବାର ଦେଖିବାକୁ ମିଳିଥିଲା । ବହୁ କଷ୍ଟରେ ଯୁବକଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ୍‌ । ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରିବାସହ ଯୁବକଙ୍କୁ ନିଜ ହେପାଜତକୁ ନେଇଛି ପୋଲିସ୍‌ । ଅପରପକ୍ଷରେ ହାଇସିକ୍ୟୁରିଟି ଜୋନ୍‌କୁ ଜଣେ ଯୁବକ ଛୁରୀ ନେଇ କିଭଳି ଗଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକ ଓ ନୟାଗଡରୁ 2 ଜଣ ଲେଖାଏଁ  ଆକ୍ରାନ୍ତଙ୍କର ମୃତ୍ୟୁହୋଇଛି । ସେହିପରି ଭଦ୍ରକ, ଅନୁଗୁଳ, ବଲାଙ୍ଗିର, ଜଗତସିଂହପୁର, କଳାହାଣ୍ଡି ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା 859ରେ ପହଞ୍ଚିଛି । ଖୋର୍ଦ୍ଧାରୁ ଆଜି ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ 59 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ 62 ବର୍ଷୀୟା ମହିଳା ରହିଥିବାବେଳେ 48 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଜଣେ 89 ବର୍ଷୀୟ ବ୍ୟକ୍ତି ରହିଛନ୍ତି । କଟକରୁ 83 ବର୍ଷୀୟ ପୁରୁଷ ରହିଥିବାବେଳେ 67ବର୍ଷୀୟା ମହିଳା ରହିଛନ୍ତି ।  ସେହିପରି ନୟାଗଡରୁ 86 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ 71 ବର୍ଷୀୟା ମହିଳାରହିଛନ୍ତି । ଅନୁଗଳୁରୁ ଜଣେ 45 ବର୍ଷୀୟ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି  3 ହଜାର 615କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2118ଜଣ ଚିହ୍ନଟ ହୋଇଥିବାବେଳେ 1497ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 22ହଜାର734କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 85 ହଜାର 700 ଜଣ ।  ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 36ହଜାର122ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 842ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3ହଜାର 615ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 671ଜଣ ଚିହ୍ନଟ ହୋଇଥିବାବେଳେ…

Read More

ମୁମ୍ବାଇ : ଥାନାରେ ହାଜର ହୋଇଛନ୍ତି ଅନୁରାଗ କାଶ୍ୟପ । ମୁମ୍ବାଇ ଭର୍ସୋଭା ଥାନାରେ ହାଜର ହୋଇଛନ୍ତି ଅନୁରାଗ । ଅଭିନେତ୍ରୀ ପାୟଲ ଘୋଷ ଯୌନ ନିର୍ଯାତନା ନେଇ ଅଭିଯୋଗ କରିବା ପରେ ମୁମ୍ବାଇ ପୁଲିସ ଗତକାଲି ଜେରା ପାଇଁ ଅନୁରାଗଙ୍କୁ ସମନ ପଠାଇଥିଲା । ସମନ ପାଇ ଏବେ ଜେରା ପାଇଁ ମୁମ୍ବାଇର ବର୍ସୋବା ଥାନାରେ ପହଞ୍ଚିଛନ୍ତି ଅନୁରାଗ କଶ୍ୟପ। ଯୌନ ନିର୍ଯାତନା ନେଇ ଆଜି ନିଜ ପକ୍ଷ ରଖିବେ ଅନୁରାଗ । ସୂଚନାଯୋଗ୍ୟ, କିଛି ଦିନ ତଳେ ଅସଦାଚରଣ ଅଭ‌ିଯୋଗ ଆଣି ଅନୁରାଗଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ଅଭିନେତ୍ରୀ। ଅନୁରାଗଙ୍କ ବିରୋଧରେ ଲିଖିତ ଅଭିଯୋଗ ପୂର୍ବରୁ ପାୟଲ ସୋସିଆଲ ମିଡିଆରେ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ।

Read More

ବିଜାପୁର : ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି । ପୋଲିସ୍‌ ଇନଫର୍ମର ସନ୍ଦେହରେ 2 ଜଣଙ୍କୁହତ୍ୟା କରିଛନ୍ତି ମାଓବାଦୀ । ଜଙ୍ଗଲା ଗାଁର  ଓ୍ବାର୍ଡମେମ୍ବର ସହ 2 ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଥିବାର ସୂଚନା ରହିଛି । ମୃତକ ଦ୍ବୟ ହେଲେ ଜଙ୍ଗଲା ଗ୍ରାମର ଉପସରପଞ୍ଚ ଓ ଓ୍ବାର୍ଡମେମ୍ବର ।  ଧାରୁଆ ଅସ୍ତ୍ରରେ ପରିବାର ଲୋକଙ୍କ ସାମ୍ନାରେ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଏନେଇ ସୂଚନା ପ୍ରଦାନ କରିଛନ୍ତି ବିଜାପୁର ଏସ୍‌ପି କମଳଲୋଚନ କାଶ୍ୟପ ।ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ବିଜାପୁରଠାରେ ମାଓବାଦୀଙ୍କ ବର୍ବରୋଚିତ କାଣ୍ଡ ବଢିବାରେ ଲାଗିଛି । ନିକଟରେ ଜଣେ ପୋଲିସ୍‌ କର୍ମୀଙ୍କୁ ଅପହରଣ କରି ହତ୍ୟା କରିଥିବାର ସୂଚନା ରହିଥିଲା । (ଏଜେନ୍ସି)

Read More

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଧୁନିକ ଟେକ୍‌ନିକ୍‌ ବ୍ୟବହାର କରାଯାଉଛି । ଏହି ଟେକ୍‌ନିକ୍‌ ଆଧାରରେ ଭଏସ୍‌ ଟେଷ୍ଟିଂର ଯାଞ୍ଚ ଆରମ୍ଭ କରାଯାଇଛି । ସେପ୍ଟେମ୍ବର 1 ତାରିଖରୁ ଆରମ୍ଭ ହୋଇଥିବା ଏହି ଯାଞ୍ଚରେ ଏପର୍ଯ୍ୟନ୍ତ ମୁମ୍ବାଇରେ ଏକ ହଜାର କରୋନା ରୋଗୀଙ୍କ ଭଏସ୍‌ ଟେଷ୍ଟିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଛି । ଏହି ପ୍ରକ୍ରିୟା ଆଧାରରେ ରୋଗୀଙ୍କ ସ୍ବରରୁ ସମ୍ପୃକ୍ତ ଆକ୍ରାନ୍ତଙ୍କ ଶରୀରରେ କରୋନାର ରିସ୍କ କେତେ ରହିଛି ବା ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ କରୋନାର ପ୍ରଭାବ କେତେଦୂର ରହିଛି ତାହା ଜଣାପଡିବ । ମୁମ୍ବାଇ ପଶ୍ଚିମୀ ଉପନଗରର ନେସ୍କୋ କୋଭିଡ୍‌ ସେଣ୍ଟରରେ ଆକ୍ରାନ୍ତଙ୍କ ସ୍ବର ନମୁନା ନିଆଯାଇଛି । ଏହି କୋଭିଡ ସେଣ୍ଟରର ଡିନ୍‌ ଡ. ନୀଲମ୍‌ ଅନ୍ଦ୍ରାଡେଙ୍କ କହିଛନ୍ତି ଯେ, ସମସ୍ତ କରୋନା ଆକ୍ରାନ୍ତଙ୍କ ସ୍ବରର ନମୁନାକୁ ଏକାଠି କରାଯାଇଛି । ଆସନ୍ତା 15 ଅକ୍ଟୋବର ସୁଦ୍ଧା ପ୍ରାୟ 2000…

Read More

ବଳରାମପୁର : ୟୁପିର ବଳରାମପୁରଠାରେ ହାଥରସ୍‌ ପରି ଆଉ ଏକ ଗଣଦୁଷ୍କର୍ମ ଘଟଣା ଘଟିଥିବାର ସାମ୍ନାକୁ ଆସିଛି । ଏଠାରେ ଜଣେ 22 ବର୍ଷୀୟା ଯୁବତୀଙ୍କୁ ଆଡମିସନ୍‌ କରିବା ପାଇଁ କଲେଜ ଯାଇଥିବା ସମୟରେ କିଛି ଯୁବତ ତାକୁ ଅପହରଣ କରିନେଇଥିଲେ । ଅପହରଣ କରିନେବା ପରେ ଗଣଦୁଷ୍କର୍ମ କରି ପୀଡ଼ିତାଙ୍କର ଅଣ୍ଟା ଏବଂ ଗୋଡ ଭାଙ୍ଗି ଦେଇଥିଲେ । ଯୁବତୀ ଜଣକ ହସ୍ପିଟାଲ ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ପୀଡିତାଙ୍କ ମା’ଙ୍କ କହିବାନୁଯାୟୀ ତାଙ୍କ ଝିଅ ମଙ୍ଗଳବାର ଦିନ ପ୍ରାୟ 10ଟା ବେଳେ କଲେଜରେ ଆଡମିସନ ପାଇଁ ଯାଇଥିଲେ । ସେହି ସମୟରେ କିଛି ଯୁବକ ତାଙ୍କୁ ଅପହରଣ କରିନେଇଥିଲେ । ପରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ଘର ଲୋକ ତାଙ୍କୁ ଫୋନ୍ କରିଥିଲେ ମାତ୍ର ତାଙ୍କ ଫୋନ୍ ବନ୍ଦ ଥିଲା । ପ୍ରାୟ…

Read More

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି 86 ହଜାର 821 ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 63ଲକ୍ଷ 12 ହଜାର 585କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଲକ୍ଷେ ମୁହାଁ କରୋନା ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ 1181ଜଣଙ୍କ ଜୀବନ ନେଇଥିବାବେଳେ ମୋଟ୍‌ ମୃତ୍ୟୁ ସଂଖ୍ୟା 98 ହଜାର 678କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା 52 ଲକ୍ଷ 73 ହଜାର 202କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 9 ଲକ୍ଷ 40 ହଜାର 705 ଜଣ । ମହାରାଷ୍ଟ୍ରରୁ ସର୍ବାଧିକ 18 ହଜାର 317 ଆକ୍ରାନ୍ତଚିହ୍ନଟ ହୋଇଥିବାବେଳେ କର୍ଣ୍ଣାଟକରୁ 8 ହଜାର 856 ଜଣ, ଆନ୍ଧ୍ରପ୍ରଦେଶରୁ 6 ହଜାର 133ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ବର, ଗତକାଲିଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି। ମୁଖ୍ୟତଃ ପଶ୍ଚିମ ବଙ୍ଗୋବ ସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ଏହିପରି ବର୍ଷା ଅନୁଭୂତ ହୋଇଛି। ତେବେ ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ଏହିପରି ବର୍ଷା ଆହୁରି ତିନିଦିନ ପର୍ଯ୍ୟନ୍ତ ଲାଗିରହିବ। ତେବେ ଚାରୋଟି ଜିଲ୍ଲାର ଗୋଟିଏ ଗୋଟିଏ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ସେହି ଜିଲ୍ଲା ହେଲା ଗଂଜାମ, କନ୍ଧମାଳ, ଗଜପତି ଏବଂ ପୁରୀ ଜିଲ୍ଲା। ତେବେ ପାଣିପାଗ ବିଭାଗ ଅନୁସାରେ ବଙ୍ଗୋବସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଧିରେଧିରେ ଲଘୁଚାପ ଭାବେ ପରିବର୍ତ୍ତନ ହେବାରେ ଲାଗିଛି। ଯଦି ଏହି ସଂପୂର୍ଣ୍ଣ ଭାବେ ଲଘୁଚାପ ଭାବେ ପରିବର୍ତ୍ତନ ହୁଏ ତେବେ ଏହି ବର୍ଷାର ପରିମାଣ ବୃଦ୍ଧି ପାଇବ।

Read More

ନୂଆଦିଲ୍ଲୀ, କଣ୍ଟେନମେଣ୍ଟ ଜୋନ୍ ବାହାରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦେବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ ଅକ୍ଟୋବର ୧, ୨୦୨୦ ଠାରୁ ଲାଗୁ ହେବ। ଏହା ଦେଶରେ ବିଭିନ୍ନ କାର୍ଯ୍ୟକଳାପକୁ ପୁନଃଖୋଲିବା ପ୍ରକ୍ରିୟାକୁ ଆହୁରି ସମ୍ପ୍ରସାରିତ କରିବ । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ନିକଟରୁ ମିଳିଥିବା ମତାମତ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ସହିତ ବ୍ୟାପକ ବିଚାର ଆଲୋଚନା କରିବା ପରେ ଏହି ନୂଆ ଦିଶାନିର୍ଦ୍ଦେଶ ଆଜି ଜାରି କରାଯାଇଛି। ନୂଆ ଗାଇଡଲାଇନର ପ୍ରମୁଖ ବୈଶିଷ୍ଟ୍ୟ କଣ୍ଟେନମେଣ୍ଟ ଜୋନ ବାହାରେ ଅକ୍ଟୋବର ୧୫, ୨୦୨୦ ପରଠାରୁ ବିଭିନ୍ନ କାର୍ଯ୍ୟକଳାପକୁ ଅନୁମତି 1-ସିନେମା ହଲ/ଥିଏଟର/ମଲ୍ଟିପ୍ଲେକ୍ସଗୁଡ଼ିକୁ ୫୦% ଦର୍ଶକ ବସିବା କ୍ଷମତା ସହିତ ଖୋଲିବା ଲାଗି ଅନୁମତି ଦିଆଯାଇଛି। ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସାଧାରଣ ପରିଚାଳନା ମାନକ (ଏସଓପି) ଜାରି କରାଯିବ। 2-ବ୍ୟବସାୟିକ (ବିଟୁବି)…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସରକାର କୃଷି ଓ କୃଷକ ମାନଙ୍କ ଉନ୍ନତି ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିବା ସହିତ କୃଷି କ୍ଷେତ୍ରରେ ଆଧୁନିକ ପ୍ରଣାଳୀ ଅବଲମ୍ବନ କରିବା ପାଇଁ ରିହାତି ମୂଲ୍ୟରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଯୋଗାଣ ବ୍ୟବସ୍ଥା କରିଛନ୍ତି। ଏହାର ସୁଯୋଗ ନେଇ କଳାହାଣ୍ଡିର ନୀରିହ ଚାଷୀମାନଙ୍କ ସରଳତାର ସୁଯୋଗ ନେଇ କେତେକ ଅସାଧୁ ଡିଲର ଚାଷୀଙ୍କୁ କୌଣସି କୃଷି ଯନ୍ତ୍ରପାତି ଯୋଗାଇ ନଦେଇ ଚାଷୀଙ୍କ ନାମରେ ସବସିଡି ଟଙ୍କା ହଡପ କରିନେଇଥିବା ଅଭିଯୋଗ ହୋଇଛି। ଅନେକ ଚାଷୀ ନିଜ ନାମରେ କୌଣସି କୃଷି ଯନ୍ତ୍ରପାତି ଆଣିନଥିବାର ପ୍ରକାଶ କରିଛନ୍ତି। ଇନ୍ଦ୍ରାବତୀ ଜଳ ସେଚନ ଯୋଜନାରୁ ବ୍ୟାପକ ଭାବେ ଜଳସେଚନ ବ୍ୟବସ୍ଥା ହେବାପରେ ଦୁଇଫସଲି ଧାନ ଚାଷ ବୃଦ୍ଧିପାଇବାରେ ଲାଗିଛି। ଏହାର ସୁଯୋଗ ନେଇ ଜିଲ୍ଲା ସାରା ଅଣଓଡିଆ ଚାଷୀ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଧାନ ଅମଳ କରିବା ପାଇଁ ନିର୍ଦ୍ଧାରିତ ସମୟରେ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ହେଡ କ୍ଲର୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ହେଡ କ୍ଲର୍କ ତପନ କୁମାର ନାୟକ ୨୦,୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ବସନ୍ତ ଗ୍ରାମର ରାଜ ନାୟକ ଅନୁସୂଚିତ ଜାତିର। ସେ ସାଧାରଣ ବର୍ଗର ଲୋକକୁ ଏକ ଜମି ବିକ୍ରୀ କରିବାକୁ ସ୍ବୀକୃତି ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦରଖାସ୍ତ କରିଥିଲେ। ସ୍ବୀକୃତି କରାଇଦେବାପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ହେଡ କ୍ଲର୍କ ତପନ କୁମାର ନାୟକ ରାଜ ନାୟକଙ୍କୁ ୨୦,୦୦୦ ଟଙ୍କା ମାଗିଥିଲେ। ଯୋଜନା ମୂତାବକ ରାଜ ନାୟକଙ୍କ ଠାରୁ ହେଡ କ୍ଲର୍କ ଟଙ୍କା ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତପନ କୁମାର ନାୟକଙ୍କ ଠାରୁ କେମିକାଲ ବୋଳା ଟଙ୍କା ଜବତ କରି ଗିରଫ କରିଥିବା ଜଣାପଡିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୨୮, କଟକରୁ ୪୯୪, ପୁରୀରୁ ୨୬୪, ଝାରସୁଗୁଡାରୁ ୨୩୨, ଅନୁଗୁଳରୁ ୨୦୯, ଜଗତସିଂହପୁରରୁ ୧୬୩, କେନ୍ଦ୍ରାପଡାରୁ ୧୬୧, ମୟୂରଭଞ୍ଜରୁ ୧୫୩, ରାୟଗଡାରୁ ୧୩୨, ଯାଜପୁରରୁ ୧୨୯, ବଲାଙ୍ଗିରିରୁ ୧୨୩,  ବାଲେଶ୍ବରରୁ ୧୧୯, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୧୩, ବରଗଡରୁ ୧୧୨, କନ୍ଧମାଳରୁ ୮୭, ଢେଙ୍କାନାଳରୁ ୮୫, କେନ୍ଦୁଝରରୁ ୮୩, ସୋନପୁରରୁ ୭୯, ନବରଙ୍ଗପୁରରୁ ୭୫, କୋରାପୁଟରୁ ୭୨, ଗଞ୍ଜାମରୁ ୬୧, ନୂଆପଡାରୁ ୬୦, ମାଲକାନଗିରିରୁ ୫୬, ସୁନ୍ଦରଗଡରୁ ୫୫, ନୟାଗଡରୁ ୫୪, ବୌଦ୍ଧରୁ ୪୯, ଗଜପତିରୁ ୩୯, କଳାହାଣ୍ଡିରୁ ୩୫, ଦେବଗଡ଼ରୁ ୨୧ ଏବଂ ଷ୍ଟେଟ ପୁଲରୁ ୧୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ୨ ଲକ୍ଷ ୧୯ ହଜାର ୧୧୯ ଜଣ ମୋଟ ଆକ୍ରାନ୍ତ…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ନୋଡାଲ ହାଇସ୍କୁଲରେ ଗୁରୁ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଚାରି ଦଶନ୍ଧି ଧରି ଶିକ୍ଷକତା କରିଆସୁଥିବା ଦୁଇ କୃତି ଶିକ୍ଷକଙ୍କୁ ଅବସରକାଳିନ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି।ମଣିଜଙ୍ଗା ନୋଡାଲ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶାରଦା ପ୍ରସନ୍ନ ଜେନା ଓ ସହକାରୀ ଶିକ୍ଷକ ଶ୍ରୀନାଥ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। କରୋନା କଟକଣାକୁ ପାଳନ ପୂର୍ବକ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷୟତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ଆଲୋକ ମହାପାତ୍ର ସଭା ପରିଚାଳନା କରିଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ତିର୍ତ୍ତୋଲ ବ୍ଲକ ଏବିଓ ଅନନ୍ତ କିଶୋର ଭୂୟାଁ,ପ୍ରସନ୍ନ କୁମାର କର,ତିର୍ତ୍ତୋଲ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ,ଶିକ୍ଷକସଂଘ ଓଷ୍ଟାର ଜଗତସିଂହପୁର ଜିଲ୍ଲା ସମ୍ପାଦକ ନାରାୟଣ ବାରିକ ସମେତ ବସନ୍ତ କୁମାର ଦାସ, ସୁବାଷ ଚନ୍ଦ୍ର ଦାସ, ସୁଶୀଲ କୂଅଁର ,ଅନିଲ ଜେନା ପ୍ରମୁଖ ଓଷ୍ଟାର…

Read More

କନ୍ଦର୍ପ ବେହେରା ରେଢାଖୋଲ: ସରକାର ଆଦିବାସୀ ଓ ହରିଜନମାନଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କେବଳ କାଗଜ କଲମରେ ସୀମିତ ରହିଛି ଏହି ଯୋଜନା। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ ସାଲେଭଟା ଗ୍ରାମପଂଚାୟତର ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁନ୍ଦେଇଜୋରୀ। ଏହି ଗାଁରେ କେବଳ ଆଦିବାସୀ ଓ ହରିଜନ ସଂପ୍ରଦାୟର ଲୋକ ବାସ କରନ୍ତି। ସରକାରଙ୍କ ଯୋଜନା ଏହି ଗାଁରେ ଠିକ୍ ଭାବରେ ପହଂଚି ପାରିନି। ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ବଂଚିତ ଏହି ଗାଁଟି। ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ଆଦି ମୌଳିକ ସୁବିଧା ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ପହଂଚି ପାରିନି। ଇଂରେଜ ସରକାରଙ୍କ ଶାସନ କାଳରୁ ହିଁ ଏହି ଗାଁରେ ରାଜସ୍ୱ ଗ୍ରାମ ଭାବରେ ମାନ୍ୟତା ପାଇଛି। କୁନ୍ଦେଇଜୋରୀ ଗାଁ ପଂଚାୟତ ସଦର ମହକୁମା ସାଲେଭଟାଠାରୁ ୧୫ କିମି ଦୂର। ଏହି ଗାଁକୁ ସବୁଦିନିଆ ରାସ୍ତା ନାହିଁ। ପଂଚାୟତ ସଦର ମହୁକୁମା ଠାରୁ ଗାଁକୁ ଯେଉଁ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଗତକାଲି ରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକରେ ଏକ ବୁଲେଟ ମଟରସାଇକଲ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଏକ ଷଣ୍ଢର ମୃତ୍ୟୁ ଘଟିଥିବାବେଳେ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୧୦.୪୦ ମିନିଟରେ ରେ କଟକ ମୁଣ୍ଡୁଳିସ୍ଥିତ ରୟାଲ ଏନଫିଲଡ଼ ଡିପୋରୁ ୧୪ ଗୋଟି ବୁଲେଟ ମଟରସାଇକେଲ ନେଇ ଏକ ଟାଟା କଣ୍ଟେନର (ଓଡ଼ି ୦୫ ଆର ୭୭୨୫) ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକ ନିକଟରେ ହଠାତ କଣ୍ଟେନର ସାମ୍ନାରେ ଏକ ଷଣ୍ଢ ଆସିଯାଇଥିଲା। ଯାହାଫଳରେ କଣ୍ଟେନରଟି ଷଣ୍ଢକୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ବିପରୀତ ପାର୍ଶ୍ୱର ରୋଡ ସାଇଡକୁ ଚାଲିଯାଇ ଓଲଟିପଡିଥିଲା। ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ଏବଂ ମଠପୁରର କିଛି ଗ୍ରାମବାସୀ ପହଁଚି…

Read More

କାଠମାଣ୍ଡୁ: ନେପାଳର ଏକ ସ୍ଥାନୀୟ ସରକାର ଅଯୋଧ୍ୟାପୁରୀ ଧାମ ନିର୍ମାଣ ପାଇଁ ୪୦ ଏକରରୁ ଅଧିକ ଜମି ନେବାକୁ ନିଷ୍ପତ୍ତି ନେଇଛି। ନେପାଳର ପ୍ରଧାନମନ୍ତ୍ରୀ କେ.ପି.ଙ୍କ ଦାବି ଅନୁଯାୟୀ ଚିତୱାନ ଜିଲ୍ଲାର ମାଡି ମ୍ୟୁନିସିପାଲିଟିରେ ପ୍ରଭୁ ରାମ ଚନ୍ଦ୍ରଙ୍କର ଜନ୍ମ ହୋଇଥିଲା। ଗତକାଲି ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ସଂସ୍ଥାର ବୈଠକରେ ଅଯୋଧ୍ୟାପୁରୀ ଧାମ ନିର୍ମାଣ ପାଇଁ ୪୦ ଏକରର ଜମି ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିବା ନେପାଳର ଜାତୀୟ ସମ୍ବାଦ ଏଜେନ୍ସିକୁ ଠାକୁର ପ୍ରସାଦ ଧାକଲ କହିଛନ୍ତି। ଗତ ଜୁଲାଇ ୧୪ ରେ, ଓଲି ପ୍ରଭୁ ରାମ ଚନ୍ଦ୍ରଙ୍କ ଜନ୍ମ ସ୍ଥାନ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ ଯେ ରାମ ନେପାଳରେ ଜନ୍ମ ହୋଇଥିଲେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନୁହେଁ। ଭାରତ ଏକ ନକଲି ଅଯୋଧ୍ୟା ସୃଷ୍ଟି କରିଛି ଏବଂ ନେପାଳ ବିରୋଧରେ ସାଂସ୍କୃତିକ ଆକ୍ରମଣ କରୁଛି ବୋଲି ଅଲି ଅଭିଯୋଗ କରିଥିଲେ। ଓଲିଙ୍କ ବିବୃତ୍ତି ଉଭୟ ଭାରତ ଏବଂ ନେପାଳରେ…

Read More

ଲକ୍ଷ୍ନୌ: ଆଜି ସ୍ଵତନ୍ତ୍ର ସିବିଆଇ କୋର୍ଟ ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇଛନ୍ତି। ସ୍ଵତନ୍ତ୍ର ସିବିଆଇ କୋର୍ଟର ବିଚାରପତି ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି। ବାବ୍ରୀ ମସଜିଦ ଭାଙ୍ଗିବା ଯୋଜନା ବଦ୍ଧ ନଥିଲା, ଏହା ଅଚାନକ ହୋଇଥିଲା ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି। ଦୋଷୀ ସାବ୍ୟସ୍ତ ପାଇଁ କୌଣସି ପ୍ରମାଣ ନାହିଁ। ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ଲାଲକୃଷ୍ଣ ଆଡଭାନୀ, କଲ୍ୟାଣ ସିଂହ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ ପ୍ରମୁଖ ବହୁ ବଡ ବଡ ନେତା ଅଭିଯୁକ୍ତ ଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଧୋଷ ବୋଲି ରାୟ ଦେଇଛି ସ୍ଵତନ୍ତ୍ର ସିବିଆଇ କୋର୍ଟ।

Read More

ଭୁବନେଶ୍ଵର; ଆଜି ରାଜ୍ୟରେ ୩୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୩୪୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୪୨୬ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୧୧୯କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ୩୬ ହଜାର ୭୪୩ ଜଣ ଚିକିତ୍ସିତ ହେଉଥିବା ବେଳେ ୧ ଲକ୍ଷ ୮୧ ହଜାର ୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୦୧ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୫୯ ଜଣ ଚିହ୍ନଟ ହୋଇଛନ୍ତି ସେହିପରି ଅନୁଗୁଳରୁ ୧୦୦, ବାଲେଶ୍ବରରୁ ୧୫୨, ଭଦ୍ରକରୁ ୯୫, ବଲାଙ୍ଗିରିରୁ ୧୧୪ ବୌଦ୍ଧରୁ ୧୦, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୪୭, ଗଜପତିରୁ ୧୮, ଗଞ୍ଜାମରୁ ୫୪, ଜଗତସିଂହପୁରରୁ ୭୮, ଯାଜପୁରରୁ ୧୩୦, ଝାରସୁଗୁଡାରୁ ୭୭, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୧୦୩, କେନ୍ଦ୍ରାପଡାରୁ ୧୦୧, କେନ୍ଦୁଝରରୁ…

Read More

ଭୁବନେଶ୍ବର, ଆଜି ବିଧାନସଭାର ଦ୍ବିତୀୟ ଦିନରେ ଗୃହକାର୍ଯ୍ୟ ସ୍ବଭାବିକ ଭାବେ ଚାଲିଛି। ହେଲେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ପ୍ରଶ୍ନକାଳ ଉଠାଇବା ନେଇ ହୋହାଲ୍ଲା କରିଥିଲେ। ହେଲେ ପରବର୍ତ୍ତି ସମୟରେ ଗୃହକାର୍ଯ୍ୟ ଠିକ୍ ଭାବେ ଚାଲିଛି। ଆଜି ଗୃହରେ ବିରୋଧୀ ଦଳ କରୋନା ମୁକାବିଲାରେ ସରକାର ବିଫଳ ଶିର୍ଷକ ମୁଲତବି ପ୍ରସ୍ତାବ ଆଣିଛନ୍ତି। ଏହାକୁ ବାଚସ୍ପତି ମଧ୍ୟ ଗ୍ରହଣ କରିଛନ୍ତି। ଆଜି ଏ ନେଇ ଏହାର ଉତ୍ତର ରଖିବେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।

Read More