ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ନିବାଚନ କମିଶନ ମଧ୍ୟପ୍ରଦେଶ, ଗୁଜରାଟ, ଓଡ଼ିଶା, ନାଗାଲାଣ୍ଡ, ମଣିପୁର ସମେତ 56ଟି ବିଧାନସଭା ଆସନ ଓ ଗୋଟିଏ ଲୋକ ସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି । ଏହି ଆସନରେ ନଭେମ୍ବର 3ରେ ଭୋଟ ଗ୍ରହଣ କରାଯିବ ଓ ନଭେମ୍ବର 10ରେ ଗଣତି ହେବ । ତେବେ ଆସାମ, କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗର 7 ଆସନରେ ଉପନିର୍ବାଚନ ହେବନାହିଁ । ନିର୍ବାଚନ କମିଶନରଙ୍କ ନିଷ୍ପତ୍ତି ଅନୁଯାୟୀ ଆସାମର ରଙ୍ଗାପରା, ଶିବସାଗର, କେରଳର କୁଟ୍ଟନାଦ ଓ ଚାବାରା ଓ ତାମିଲନାଡୁର ତିରୁବୋଟିଓ୍ବର୍ ଗୁଡିଆଟ୍ଟମ୍ ଓ ପଶ୍ଚିମବଙ୍ଗର ଫଲକଟ୍ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ । ଏହି ସମସ୍ତ ରାଜ୍ୟରୁ ମିଳୁଥିବା ଇନ୍ପୁଟ୍ ଯୋଗୁଁ ନିର୍ବାଚନ ହେବା ସମ୍ଭବପର ନୁହେଁ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଆସାମ, କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗର ବିଧାନସଭା କାର୍ଯ୍ୟକାଳ…
Author: Samikhsya Bureau
ବୌଦ୍ଧ : ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ ଗିରଫ । ପତ୍ନୀ ନିର୍ଯାତନା ଅଭିଯୋଗରେ ଶରତ ବାଗଙ୍କୁ ଝାରସୁଗୁଡା ଟାଉନ୍ ଥାନା ପୋଲିସ୍ ଗିରଫ କରିଛି। ବିଟିଏମ୍ ଫାଣ୍ଡିରେ ଡେପୁଟି କଲେକ୍ଟରଙ୍କୁ ପଚରାଉଚୁରା କରାଯାଉଛି । ସୂଚନାଯୋଗ୍ୟ, ବୌଦ୍ଧ ଠାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଝାରସୁଗୁଡ଼ା ଲହଣ୍ଡାବୁଡ଼ ନିବାସୀ ଶରତ ବାଗଙ୍କ ବିରୋଧରେ ତାଙ୍କ ପତ୍ନୀ ଡାଲିଆ ଦେବନାଥ ବିଟିଏମ ଥାନାରେ ଏଫଆଇଆର ଦାୟର କରିଥିଲେ। ସ୍ବାମୀ ଶରତ ତାଙ୍କ ପ୍ରେମିକା ଓ ଅନ୍ୟ ସମ୍ପର୍କୀୟଙ୍କ ସହ ତାଙ୍କୁ ମାଡ଼ଧର ଓ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ କରିଥିଲେ ।
ଭୁବନେଶ୍ବର : ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ସସ୍ମିତ । ପଜିଟିଭ୍ ଚିହ୍ନଟ ପରେ ଏବେ ହୋମ୍ ଆଇସୋଲେସନ୍ରେ ଥିବା ଜଣାଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଟେଷ୍ଟ କରାଇ ନେବାକୁ କହିଛନ୍ତି । ଆମେ ସମସ୍ତେ ମିଳିମିଶି କରୋନାକୁ ପରାସ୍ତ କରିପାରିବା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଜିଠାରୁ ବିଧାନସଭା ମୌସୁମୀ ଅଧିବେଶନ ହୋଇଛି। ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାୟକ ଓ ମନ୍ତ୍ରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ମୋଟ୍ 19ଜଣ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି 5ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଗତକାଲି 12ଜଣଙ୍କର ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଥିଲା । ପ୍ରଥମ ଦିନ 2 ଜଣଙ୍କର ପଜିଟିଭ୍ ରିପୋର୍ଟ ଚିହ୍ନଟ ହୋଇଥିଲା ।
ଭୁବନେଶ୍ବର : ଉପନିର୍ବାଚନ ପାଇଁ ବିଗୁଲ୍ ବାଜିଲା। ରାଜ୍ୟର ଦୁଇ ବିଧାନସଭା ଆସନ ପାଇଁ ଆସନ୍ତା ନଭେମ୍ବର 3 ତାରିଖରେ ହେବ ଭୋଟଗ୍ରହଣ । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବିଧାୟକ ବିଷ୍ଣୁ ଦାସ ଓ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ରାଜ୍ୟର ଦୁଇ ଆସନ ଫାଙ୍କା ପଡିଛି । ଏହି ଦୁଇ ବାଲେଶ୍ବର ଓ ତିର୍ତ୍ତୋଲ୍ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ନଭେମ୍ବର ତିନି ତାରିଖରେ ବାଲେଶ୍ବର ଓ ତିର୍ତ୍ତୋଲ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ। ନଭେମ୍ବର 3ରେ ଉଭୟ ନିର୍ବାଚନ ମଣ୍ଡଳି ପାଇଁ ଭୋଟ ଗ୍ରହଣ ହେବ । ନଭେମ୍ବର 10ରେ ଉଭୟ ନିର୍ବାଚନ ମଣ୍ଡଳିର ଭୋଟ ଗଣତି ହେବ। ଅକ୍ଟୋବର 9ରେ ଉଭୟ ନିର୍ବାଚନ ମଣ୍ଡଳି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର…
ଖୋର୍ଦ୍ଧା : ଜଟଣୀରେ ଦିନ ଦ୍ବିପ୍ରହରରେ ଚେନ୍ ଲୁଟ ଘଟଣାରେ 2ଜଣଙ୍କୁ ଗିରଫ କରିଛି ପୋଲିସ୍ । ମହିଳାଙ୍କଠାରୁ ଚେନ୍ ଝାମ୍ପି ନେଇଥିବା ବ୍ୟକ୍ତି ଜଟଣୀରୁ ଗିରଫ ହୋଇଛନ୍ତି । ଚୋରି ଚେନ୍କୁ କିଣିଥିବା କଟକର ଆଉ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି। ସିସିଟିଭିରେ କଏଦ ଲୁଟ୍ ବେଳର ଦୃଶ୍ୟ ଦେଖି ଗିରଫ କରିଛି ପୋଲିସ୍ ।
ମୁମ୍ବାଇ : ବଲିଉଡ୍ରେ ପୁଣିଥରେ ମିଠୁ ବିବାଦ ଦେଖାଦେଇଛି । ଲୋକପ୍ରିୟ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୋଧରେ ଅଭିନେତ୍ରୀ ପାଏଲ୍ ଘୋଷ ମିଠୁ ଅଭିଯୋଗ ଆଣିଛନ୍ତି । ଯୌନଶୋଷଣ ବିବାଦରେ ଛନ୍ଦି ହୋଇପଡିଥିବା ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ମୁସ୍କିଲ୍ ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଅନୁରାଗ କାଶ୍ୟପଙ୍କୁ ମୁମ୍ବାଇ ପୋଲିସ୍ ସମନ ପଠାଇବାର ସମ୍ଭାବନା ରହିଛି । ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କାଶ୍ୟପଙ୍କୁ ବିରୋଧରେ ମୁମ୍ବାଇର ବାର୍ସୋବ ପୋଲିସ୍ ଥାନାରେ ଯୌନଶୋଷଣ ଓ ଦୁଷ୍କର୍ମ ମାମଲା ଦାଏର ହୋଇଛି । ଅନୁରାଗ କାଶ୍ୟପଙ୍କ ବିରୋଧରେ ଆଇପିସି ଧାରା 376, 354, 341 ଓ 342 ଆଧାରରରେ ଏଫଆଇଆର ଦାଏର ରହିଛି । କିନ୍ତୁ ଏପର୍ଯ୍ୟନ୍ତ ମୁମ୍ବାଇ ପୋଲିସ୍ କୌଣସି ଆକ୍ସନ ଗ୍ରହଣ କରିନାହିଁ । ଏହାକୁ ନେଇ ଅଭିନେତ୍ରୀ ପାଏଲ୍ ମଧ୍ୟ ନାରାଜ ରହିଛନ୍ତି । ଯଦି ପୋଲିସ୍ ଅନୁରାଗଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ…
ଭୁବନେଶ୍ବର, ଆଜି ଆରମ୍ଭ ହୋଇଛି ବିଧାନସଭା। କରୋନା ମାହାମାରୀ ସଂକ୍ରାମଣକୁ ରୋକିବା ପାଇଁ ବହୁ ବ୍ୟବସ୍ଥା କରାଯାଇଛି। ଏହି ସୁରକ୍ଷା ଭିତରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ ଭିତରକୁ ପ୍ରବେଶ କରୁଛନ୍ତି।
ଭୁବନେଶ୍ବର, ଆଜି ବିଧାନସଭା ଆରମ୍ଭ ହୋଇଛି। କୋଭିଡ ମହାମାରୀ ସମୟରେ ଏହା ହେଉଛି ପ୍ରଥମ ଅଧିବେଶନ। ଆଜି ନିର୍ଦ୍ଧାରିତ ସମୟରେ ବାଚସ୍ପତି ବିଧାନସଭା ପରିସରରେ ପହଁଞ୍ଚିବା ପରେ ନିୟମ ଅନୁସାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।
ଭୁବନେଶ୍ବର, ଆଜି କୋଭିଡ କଟକଣା ଭିତରେ ବିଧାନସଭା ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଆଜି ନିର୍ଦ୍ଧାରିତ ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ନବୀନ ନିବାସରୁ ଭିଡିଓ କନଫ୍ରେନସିଂରେ ଯୋଡି ହୋଇଥିବା ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟତଃ ଦିଂବଗତ ନେତା, କୋଭିଡ ଯୋଦ୍ଧା ଏବଂ ଶହୀଦଙ୍କ ପାଇଁ ଶୋକ ଆଗତ କରାଯାଇଥିଲା। ଏହାପରେ ଗୃହରେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନୀ କରାଯାଇ ଅପରାହ୍ନ 3 ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା।।
ପାଟନା : ପୂର୍ବ କେନ୍ଦ୍ର ମନ୍ତ୍ରୀ ଓ ଆରଏଲ୍ଏସ୍ପି ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ବାହା ୟୁପିଏ ସହ ସମ୍ପର୍କ ଛିନ୍ନ କରିଛନ୍ତି । ଔପଚାରିକ ଭାବରେ ଆଜି ଦ୍ବିପ୍ରହରରେ ଏନେଇ ଘୋଷଣା କରିବେ ବୋଲି ସୂଚନା ରହିଛି । ଉପେନ୍ଦ୍ର କୁଶଓ୍ବାହା ବିହାର ନିର୍ବାଚନ ପାଇଁ ବିଏସ୍ପି ଓ ବିଆଇପି ଦଳ ସହ ମିଶି କରି ତୃତୀୟ ମୋର୍ଚ୍ଚା ସମ୍ଭାଳିବେ ବୋଲି ସୂଚନା ରହିଛି । ଏହି ମୋର୍ଚ୍ଚା କୁଶଓ୍ବାହାଙ୍କ ନେତୃତ୍ବରେ ନିର୍ବାଚନ ଲଢିବ । ୟୁପିଏ୍ ସହ ମୋହଭଙ୍ଗ ପରେ ଉପେନ୍ଦ୍ର କୁଶଓ୍ବାହା ଏନ୍ଡିଏ ସମ୍ପର୍କରେ ମଧ୍ୟ ଥିଲେ । କିନ୍ତୁ ଆସନ ବୁଝାମଣା ନେଇ ଅଙ୍କ ଛିଣ୍ଡି ନ ପାରିବାରୁ ଉପେନ୍ଦ୍ର କୁଶଓ୍ବାହା ଏବେ ନୂତନ ଦଳ ଗଠନ ନେଇ ସୂଚନା ଦେଇଛନ୍ତି । ଉପେନ୍ଦ୍ର କୁଶଓ୍ବାହା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ନେତୃତ୍ବକୁ ସ୍ବୀକର କରିବାକୁ ପ୍ରସ୍ତୁତ ନ ଥିଲେ…
ନୂଆଦିଲ୍ଳୀ : ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଛନ୍ତି ହାଥରସ୍ ଗଣଦୁଷ୍କର୍ମ ପୀଡିତା । ସେପ୍ଟେମ୍ବର 14 ତାରିଖରେ ଉଚ୍ଚଜାତିର ଯୁବକଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣକ ମଙ୍ଗଳବାର ଏମ୍ସରେ ପ୍ରାଣ ହରାଇଛନ୍ତି । ଯୁବତୀଙ୍କ ମେରୁଦଣ୍ଡ ଏବଂ ଶ୍ୱାସନଳୀ ଗଭୀର ଭାବରେ ଆଘାତ ପ୍ରାପ୍ତ ହୋଇଥିଲା । 19 ବର୍ଷୀୟ ଯୁବତୀ ଜଣକ ଗାଇ ପାଇଁ ଚାରା ଆଣିବାକୁ ଯାଇଥିବା ବେଳେ ଉଚ୍ଚ ଜାତିର ପୁରୁଷଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଯୁବତୀଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । 22ତାରିଖରେ ଯୁବତୀଙ୍କ ବୟାନ ରେକର୍ଡ ପରେ ପୋଲିସ ଆଉ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ଯୁବତୀଙ୍କ ଓଢଣୀ ସାହାଯ୍ୟରେ ଗଳା ଦବାଇବା ସହିତ ଜିଭକୁ ମଧ୍ୟ କାଟିଦେଇଥିଲେ ।
ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ, ଭୁବନେଶ୍ବର ଓ ବାଲେଶ୍ବରରୁ ସର୍ବାଧିକ 3ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁହୋଇଛି । ସେହିପରି ଝାରସୁଗୁଡା, ନବରଙ୍ଗପୁର, ସୁନ୍ଦରଗଡ ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା 828ରେ ପହଞ୍ଚିଛି । ବାଲେଶ୍ବରରୁ ଆଜି ଦୁଇଜଣ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ପୁରୁଷ ଆକ୍ରାନ୍ତ ରହିଛନ୍ତି । ଦୁଇ ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 61 ଓ 70 ବର୍ଷ ରହିଥିବାବେଳେ ପୁରୁଷ ଆକ୍ରାନ୍ତଙ୍କ ବୟସ 56 ବର୍ଷ ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ 73, 50 ଓଙ 60 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି କଟକର 40 ବର୍ଷୀୟ ପୁରୁଷ, 68 ବର୍ଷୀୟ ପୁରୁଷ ଓ ଜଣେ 82 ବର୍ଷୀୟା ମହିଳା…
ଚଣ୍ଡୀଗଡ : ବିରୋଧୀଙ୍କ ହଙ୍ଗମା ସତ୍ତ୍ବେ କୃଷି ବିଲ୍ ଆଇନ୍ରେ ପରିଣତ ହୋଇଛି । ଏହାକୁ ନେଇ ପଞ୍ଜାବ ଓ ହରିୟାଣାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି ।ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ସମାଲୋଚନା କରିଛନ୍ତି ଶିରୋମଣୀ ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ । ଅମରିନ୍ଦର ଚାଷୀ ଆନ୍ଦୋଳନ ନାମରେ ନାଟକବାଜି କରୁଛନ୍ତି ବୋଲି ବାଦଲ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନୂତନ କୃଷି ବିଲକୁ ନେଇ ମତଭେଦ ଦେଖାଦେବା ପରେ ଏନଡିଏରୁ ଓହରି ଯାଇଥିଲା ଅକାଳୀ ଦଳ । ଏପରିକି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ । ଶାନ୍ତିପୂର୍ଣ୍ଣ ଭାବରେ ଏହି ଆନେ୍ଦାଳନ ଜାରି ରହିଥିବା ବେଳେ ଏହାକୁ ହିଂସକ ରୂପ ଦେବା ପାଇଁ ଅମରିନ୍ଦର ପ୍ରୟାସ କରୁଛନ୍ତି ବୋଲି ବାଦଲ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଖଟକର କାଲାନ ଠାରେ…
ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 67କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1809ଜଣ ଚିହ୍ନଟ ହୋଇଥିବାବେଳେ 1258ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 15ହଜାର676କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 77 ହଜାର 585 ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 37ହଜାର210ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 813ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3ହଜାର 235ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 555ଜଣ ଚିହ୍ନଟ ହୋଇଥିବାବେଳେ…
ନୂଆଦିଲ୍ଲୀ : ମାତ୍ର କୋଡିଏ ଟଙ୍କା ପାଇଁ ବ୍ୟକ୍ତିଙ୍କ ହତ୍ୟା ହୋଇଥିବାର ଘଟଣା ସାମ୍ନାକୁ ଆସିଛି । ରାଜଧାନୀ ଦିଲ୍ଲୀଠାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଏଠାର ବୁରାଡି ଅଞ୍ଚଳରେ କିଛି ବଦମାସ ଜଣେ ବ୍ୟକ୍ତିକୁ ତାଙ୍କର 13 ବର୍ଷର ପୁଅ ସାମ୍ନାରେ ବାଡିରେ ପିଟି ପିଟଇ ମାରି ଦେଇଛନ୍ତି । ଏହି ଘଟଣା ସେପ୍ଟେମ୍ବର 24 ତାରିଖରେ ଘଟିଥିବାର ସୂଚନା ରହିଛି । ଏହି ମାମଲାରେ ପୋଲିସ୍ ଦୁଇଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ମୃତକ ବ୍ୟକ୍ତିଜଣକ ହେଉଛନ୍ତି 38 ବର୍ଷୀୟ ରୂପେଶ୍ ସନ୍ତ । ରୂପେଶ୍ ସେପ୍ଟେମ୍ବର 24 ତାରିଖରେ ନିଜ ଘର ନିକଟରେ ଥିବା ଏକ ଭଣ୍ଡାରୀ ଦୋକାନକୁ ବାଳ କାଟିବାକୁ ଯାଇଥିଲେ । ଦୋକାନ ମାଲିକ ସନ୍ତୋଷ ବାଳ କାଟିବା ଲାଗି ରୂପେଶଙ୍କୁ ପଚାଶ ଟଙ୍କା ମାଗିଥିଲେ । କିନ୍ତୁ ରୂପେଶ ମାତ୍ର 20 ଟଙ୍କା ଦେଇ ଆଉ ଟଙ୍କା…
ଭୁବନେଶ୍ବର, ଦିନକୁ ଦିନ ଦୁର୍ବତମାନେ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି। ଦିନ ଦ୍ବିପହରେ ସେମାନେ ବ୍ୟାଙ୍କରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହିପରି ଏକ ଘଟଣା ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଛି। ବରିମୁଣ୍ଡର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଜଣେ ବନ୍ଧୁକ ଦେଖାଏ 10 ଲକ୍ଷ ଟଙ୍କା ଦିନରେ ଲୁଟି ନେଇଛି। ଘଟଣାଟି ହେଲା ଗତକାଲି ଦ୍ବିପ୍ରହରରେ ଜଣେ ବ୍ୟକ୍ତି ଏକ ମୋଟର ସାଇକେଲରେ ଆସି ବ୍ୟାଙ୍କ ଆଗରେ ରଖିଲା। ହେଲମେଟ ପିନ୍ଧି ବ୍ୟାଙ୍କ ଭିତରେ ପଶିବାକୁ ଉଦ୍ୟମ କଲା। ହେଲେ ସଠାରେ ଥିବା ସିକ୍ୟୁରିଟ ଲଞ୍ଚ ଟାଇମ ହୋଇଗଲାଣି ବୋଲି କହି ଯିବାକୁ ଅନୁମତି ଦେଲା ନାହିଁ। ହେଲେ ସେ ଦୁର୍ବତ ତାଙ୍କୁ ଧକ୍କା ମାରି ଭିତରକୁ ପଶିଲା। ଭିତରେ ମାତ୍ର ତିନି ଜଣ ଗ୍ରାହକ ଦୁଇ ଜଣ କର୍ମଚାରୀ ଥିଲେ। ବ୍ୟାଙ୍କ ଭିତରେ ଦୁର୍ବତ ଦୁଇ ହାତରେ ଦୁଇଟି ବନ୍ଧୁକ କାଢି ବ୍ଲାଙ୍କ ଫାଇରିଂ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୭୦ ହଜାର ୫୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ଲକ୍ଷ ୪୫ ହଜାର ୨୯୨ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ଦିନକରେ ୭୭୬ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଦେଶରେ ମୋଟ କୋରୋନଜନିତ ମୃତ୍ୟୁ ସଂଖ୍ୟା ୯୬ ହଜାର ୩୧୮ ରେ ପହଞ୍ଚିଛି। ଦେଶରେ ମୋଟ ସକ୍ରିୟ କେସ ୯ ଲକ୍ଷ ୪୭ ହଜାର ୫୭୬ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୧ ଲକ୍ଷ ୧ ହଜାର ୩୯୭ ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବର, ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହେଇଛି। ଏଥର କୋଭିଡ ମହାମାରୀ ପାଇଁ ବିଧାନସଭାର ରୂପରେଖ ପୁରା ବଦଳିଯାଇଛି। ମୋଟ ଆଠିଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେସନରେ 7ଟି ସରକାରୀ ଓ ଗୋଟିଏ ବେସରକାର ଦିବସ ରହିଛି। ଏଥିରେ 9ଟି ଅଧ୍ୟାଦେଶ ଏବଂ 16ଟି ବିଲ ପାଶ ହେବ। ତେବେ ମାହାମାରୀ ପାଇଁ ବିଧାନସଭାରେ ବହୁ ପରିବର୍ତ୍ତନ କରାଯାଇଛି। ଏଥର ପ୍ରଥମ ଥର ପାଇଁ ନବୀନ ନିବାସରୁ ରହି ମୁଖ୍ୟମନ୍ତ୍ରୀ ବିଧାନସଭା କାର୍ଯ୍ୟରେ ଯୋଗ ଦେବେ। ସେହିପରି 6 ଜଣ ବିଧାୟକ ସଚିବାଳୟ ଭିଡିଓ କଂନଫ୍ରେସିଂ ହଲରୁ ରହିବେ। 4 ଜଣ ବିଧାୟକ ସେମାନଙ୍କ ଜିଲ୍ଲାରେ ରହି ବିଧାନସଭାରେ ଯୋଗ ଦେବେ। ସାମ୍ବାଦିକମାନେ ବିଧାନସଭା କଂନଫ୍ରେସ ହଲରେ ବସି ରିପୋର୍ଟିଂ କରିବାର ବ୍ୟବସ୍ଥା କରାଯାଇଛି।
ଭୁବନେଶ୍ୱର, ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁୁ କୃଷି ବିଲ ବିରୋଧରେ ଏକ ବିରାଟ ଶୋଭାଯାତ୍ରା କରାଯାଇତିଲା। ଏହି ଶୋଭାଯାତ୍ରା ଗୋପବନ୍ଧୁ ଛକଠାରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଥିଲା। ସେଠାରୁ ବିଧାୟକ ତାରାବାହିନୀ ପତିଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କ ପ୍ରତିନିଧିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଡ. ରାମଚନ୍ଦ୍ର ଖୁଂଟିଆ, ଏଆଇସିସି ସଂପାଦକ ଶରତ ରାଉତ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ମହମ୍ମଦ ମୋକିମ ପ୍ରମୁଖ ଯୋଗ ଦେଇଥିଲେ।
ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର: ଆମେ ନିହାତି ଗରିବ, ଅସହାୟ ଓ ମେହନତି ଖଟିଖିଆ ଶ୍ରେଣୀର ମହିଳା ଅଟୁ। ଆମେ ରାସନ କାର୍ଡ଼ ପ୍ରଦାନ କରିବା ନିମନ୍ତେ ଯୋଗ୍ୟ ହିତାଧିକାରୀ। ତେଣୁ ଆମମାନଙ୍କୁ ତୁରନ୍ତ ରାସନ କାର୍ଡ଼ ପ୍ରଦାନ କରିବା ଦାବି ନେଇ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମପଂଚାୟତ ଅନ୍ତର୍ଗତ ଖଣ୍ଡୁୁରୁ ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ମହିଳାମାନେ ଛତ୍ରପୁର ଆସି ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ସେମାନେ କହିବାନୁସାରେ ଆମେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ପଂଚାୟତ ସରପଂଚ ଓ ବ୍ଲକ କର୍ତୃପକ୍ଷ ରାସନ କାର୍ଡ଼ ପ୍ରଦାନ କରୁନାହାନ୍ତି। ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ରାସନ କାର୍ଡ଼ ପ୍ରଦାନ କରାଯାଇଛି। ତେଣୁ ଆମକୁ ରାସନ କାର୍ଡ଼ ଖଣ୍ଡିଏ ଖଣ୍ଡିଏ ପ୍ରଦାନ କଲେ ଆମେ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ପାଇବୁ। ଏହାସହ ଗ୍ରାମର ରଶ୍ମିତା…
ଭୁବନେଶ୍ଵର: ଆଜି ରାଜ୍ୟରେ ୪୦୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୪୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୪୦୪ ଜଣ, ପୁରୀରୁ ୨୯୮, ଜଗତସିଂହପୁରରୁ ୨୧୨, ଯାଜପୁରରୁ ୧୬୭, ମୟୂରଭଞ୍ଜରୁ ୧୫୯, ସମ୍ବଲପୁରରୁ ୧୫୭, ଅନୁଗୁଳରୁ ୧୪୩, ବାଲେଶ୍ବରରୁ ୧୩୧, କନ୍ଧମାଳରୁ ୧୩୦, ଝାରସୁଗୁଡାରୁ ୧୨୪, କେନ୍ଦ୍ରାପଡାରୁ ୧୧୯, ବରଗଡରୁ ୧୧୩, ବୌଦ୍ଧରୁ ୧୧୩, କଳାହାଣ୍ଡିରୁ ୯୦, ଢେଙ୍କାନାଳରୁ ୮୬, ନବରଙ୍ଗପୁରରୁ ୮୬, କୋରାପୁଟରୁ ୮୧, ନୂଆପଡାରୁ ୮୦, ସୋନପୁରରୁ ୭୮, ବଲାଙ୍ଗିରିରୁ ୭୫, ଭଦ୍ରକରୁ ୭୩, କେନ୍ଦୁଝରରୁ ୭୩, ସୁନ୍ଦରଗଡରୁ ୬୮, ମାଲକାନଗିରିରୁ ୫୩, ନୟାଗଡରୁ ୪୨, ଗଞ୍ଜାମରୁ ୪୧, ରାୟଗଡାରୁ ୪୧, ଗଜପତିରୁ ୩୧, ଦେବଗଡରୁ ୧୨ ଏବଂ ଷ୍ଟେଟ ପୁଲରୁ ୧୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୭୭ ହଜାର ୫୮୫ ଜଣ ସୁସ୍ଥ ହୋଇଛନ୍ତି।…

