ଆଉ ନାହାନ୍ତି ବଲିଉଡ୍‌ ଅଭିନେତା ବିଶାଲ୍‌ ଆନନ୍ଦ

Published: Oct 5, 2020, 1:52 pm IST

ମୁମ୍ବାଇ : ବଲିଉଡ୍‌ର ବରିଷ୍ଠ ଅଭିନେତା ବିଶାଲ ଆନନ୍ଦଙ୍କର ପରଲୋକ ହୋଇଛି।  ଚଲ୍‌ତେ ଚଲ୍‌ତେ, ସାରେଗମା, ଦିଳ୍‌ସେ ମିଲ୍‌ ଦିଲ୍‌, ଟ୍ୟାକ୍ସି ଡ୍ରାଇଭର, କିସମତ୍‌ ପରି ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ତେବେ ଦୀର୍ଘ ଦିନଧରି ଅସୁସ୍ଥ ରହିଥିବାବେଳେ ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି।

ବିଶାଲ ଆନନ୍ଦଙ୍କ ଅସଲ ନାମ ଭୀଷ୍ମ କୋହଲୀ ଥିବାବେଳେ ସେ ତାଙ୍କ କ୍ୟାରିଅରରେ 11ଟି ଫିଲ୍ମରେ କାମ କରିଛନ୍ତି । କିଛି ଫିଲ୍ମରେସେ ନିର୍ମାତା – ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି ।

Bollywood Movie Fashion: Vishal Anand in Chalte Chalte (1976)

ଭେଟେରାନ୍ ବଲିଉଡ୍ ଅଭିନେତା ବିଶାଲ ଆନନ୍ଦଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ରବିବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। 1976ରେ ରିଲିଜ୍ ହୋଇଥିବା ‘ଚଲତେ ଚଲତେ’ ଫିଲ୍ମକୁ ମଧ୍ୟ ବିଶାଲ୍‌ ପ୍ରଯୋଜନା କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଭାବେ ସିମ୍ମି ଗରେୱାଲ୍ ଥିଲେ।

Related posts