Author: Samikhsya Bureau

ଭୁବନେଶ୍ବର: ଆସନ୍ତା ଅକ୍ଟୋବର ମାସ ପହିଲା ଓ ତା ପରଠାରୁ ପୂର୍ବତଟ ରେଳପଥ ଦ୍ୱାରା ଚଳାଚଳ କରୁଥିବା ବିଶେଷ ଟ୍ରେନର ଅନ୍ୟ ଷ୍ଟେସନ ମାନଙ୍କ ଠାରେ ଅତିରିକ୍ତ ରହଣି ଏବଂ କେତେକ ବିଶେଷ ଟ୍ରେନକୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରେନ ଗୁଡିକର ସମ୍ପ୍ରସାରଣ ଏବଂ ଅତିରିକ୍ତ ଷ୍ଟପେଜ୍ ପାଇଁ ପ୍ରସ୍ତୁତି କରିବାକୁ ପୂର୍ବତଟ ରେଳପଥ ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକୁ ସମୟ ଦଇଛି। A: ଅକ୍ଟୋବର ମାସ ପହିଲା ଠାରୁ ଟ୍ରେନ ଗୁଡିକର ର ଅତିରିକ୍ତ ରହଣି: 01. ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ୱତନ୍ତ୍ର କୋଣାର୍କ ଏକ୍ସପ୍ରେସ 01019/01020 ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ୱତନ୍ତ୍ର କୋଣାର୍କ ଏକ୍ସପ୍ରେସ ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ। 02. ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ୱତନ୍ତ୍ର ଏକ୍ସପ୍ରେସ 02704/02703 ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ୱତନ୍ତ୍ର ଏକ୍ସପ୍ରେସ ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ। 03. ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସପ୍ତାହ ବିଶେଷ ଟ୍ରେନ…

Read More

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ 5 ମାସରୁ ଅଧିକ ହେବ ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନମାନ ବନ୍ଦ ରହିଛି । ତେବେ ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟସରକାର।ବର୍ତ୍ତମାନ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ସରକାର ଦର୍ଶାଇଛନ୍ତି। ତେବେ ଗର୍ଭଗୃହ ଛୋଟ ଯୋଗୁଁ ଗହଳି ହେଲେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ସରକାର ଦର୍ଶାଇଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। କରୋନା ସଂକ୍ରମଣ ପାଇଁ ମନ୍ଦିର ବନ୍ଦ ରହିଥିବାବେଳେ ପରମ୍ପରା ରକ୍ଷା ଲାଗି ଠାକୁରଙ୍କ ନୀତିକାନ୍ତି ଚାଲିଛି । ବିନା ଭକ୍ତରେ ଠାକୁରଙ୍କ ପର୍ବ ଓ ପରମ୍ପରା ରକ୍ଷା ହେଉଛି ।

Read More

ନେଦରଲ୍ୟାଣ୍ଡ : ଜଣେ ଲୋକ କେତୋଟି ସନ୍ତାନର ଜନକ ହୋଇପାରିବେ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ 89 ବର୍ଷୀୟ ଡାକ୍ତର ତାଙ୍କ ଜୀବନକାଳ ମଧ୍ୟରେ 60ଟି ସନ୍ତାନର ଜନକ ହୋଇଛନ୍ତି । ତେବେ ଏହା କେବଳ ଜଣେ ମହିଳାଙ୍କଠାରୁ ଜନ୍ମିତ ସନ୍ତାନଙ୍କର ପିତା ହୋଇନାହାନ୍ତି । ବରଂ ଭିନ୍ନ ଭିନ୍ନ ମହିଳାଙ୍କଠାରୁ ଜନ୍ମିତ ସନ୍ତାନଙ୍କର ପିତା ହୋଇଛନ୍ତି ସମ୍ପୃକ୍ତ ଡାକ୍ତର ଜଣକ । ଡିଏନ୍‌ଏ ରିପୋର୍ଟରୁ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, କିଛି ଦମ୍ପତି ସନ୍ତାନ ଜନ୍ମ ନ କରିବାର କାରଣରୁ ଆଇଭିଏଫ୍‌ର ସାହାରା ନେଇଥା’ନ୍ତି । ତେବେ ସମ୍ପୃକ୍ତ ଡାକ୍ତର  ଜଣକ ଏହି ଆଇଭିଏଫ୍‌ର ଫାଇଦା ଉଠାଇ ଲୋକଙ୍କୁ ଠକିଥିବାର ଅଭିଯୋଗ ହୋଇଛି । ନେଦରଲ୍ୟାଣ୍ଡରେ ଏକ ଆଇଭିଏଫ୍‌ କ୍ଲିନିକ୍‌ରେ ମହିଳାଙ୍କ ସହିତ ବଡ ଠକାମୀ ହୋଇଥିବାର ଖବର ସାମ୍ନାକୁ ଆସିଛି । ଏହି କ୍ଲିନିକ୍‌ର ଜଣେ ଡାକ୍ତର 49 ମହିଳାଙ୍କୁ ଗର୍ଭବତୀ କରାଇବାରେ…

Read More

ପାଟନା : ବିହାର ନିର୍ବାଚନୀ ବିଗୁଲ୍‌ ବାଜି ସାରିଛି । ସମସ୍ତ ଦଳ ନିଜ ନିଜ ସ୍ତରରେ ଶାସନ ହାତେଇବା ପାଇଁ ଅଣ୍ଟା ଭିଡି ସାରିଲେଣି । ବିହାର ବିଧାନସଭା ରାଜନୀତିରେ ଏବେ ଏକ ନୂଆ ନାମ ଚର୍ଚ୍ଚାକୁ ଆସିଛି । ଏହି ନାମଟି ହେଉଛି ପୁଷ୍ପ୍ୟମ୍‌ ପ୍ରିୟା ଚୌଧୁରୀ । ଛ’ ମାସ ପୂର୍ବରୁ କେହି ଏହି ନାଁକୁ ଜାଣିନଥିବାବେଳେ ଏବେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ନାମ ହେଉଛି ପୁଷ୍ୟମ୍‌ ପ୍ରିୟା ଚୌଧୁରୀ । ବିହାରର ରାଜନୈତିକ ସରଗରମ ଭିତରେ ଏବେ ଏକ ନୂଆ ଦଳ ‘ପ୍ଲୁରାଲ୍ସ’ ମୁଣ୍ଡ ଟେକିଛି । ବିହାରର ମୁ୍‌ଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପୁଷ୍ପ୍ୟମ୍‌ ପ୍ରିୟା ଚୌଧୁରୀ ‘ପ୍ଲୁରାଲ୍ସ’ ଦଳ ତରଫରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏଥିପାଇଁ ସେ ତୃଣମୂଳସ୍ତରରେ ମଧ୍ୟ ବହୁ କଡା ପରିଶ୍ରମ କରୁଛନ୍ତି । କିଏ ଏହି ପୁଷ୍ୟମ୍‌ ପ୍ରିୟା ଚୌଧୁରୀ ? ଦରଭଙ୍ଗା ଜିଲ୍ଲା ନିବାସୀ ପୁଷ୍ୟମ୍‌ ଜେଡିୟୁ ନେତା…

Read More

ରମେଶ ମହାନ୍ତି ଜଗତସିଂହପୁର :ତିର୍ତ୍ତୋଲ ବାର୍ ଆସୋସିଏସନର ପ୍ରତିଷ୍ଠାତା ସଭାପତି ତଥା ବରିଷ୍ଠ ଆଇନଜିବୀ ରାଜକିଶୋର ପଟ୍ଟନାୟକଙ୍କ ଗତ ଶନିବାର ତା ୨୬.୯.୨୦ରିଖ ଦିନ ୧୦ଟା୧୫ ମିନିଟରେ ହୃଦଘାତରେ ପରଲୋକ ହେବା ପରେ ଆଜି ତିର୍ତ୍ତୋଲ ବାର୍ ଆସୋସିଏସନ ସଭାଗୃହରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ପ୍ରଶାନ୍ତ କୁମାର ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଲ୍ହାଦ ପରିଜା, ସୁଧିରଖୁଣ୍ଟିଆ, ସରୋଜ ପାଣିଗ୍ରାହି,ଟୁକନ ସେଠୀ,ଶୁଭେନ୍ଦୁ ରାୟ,ଗୋବିନ୍ଦ ସ୍ୱାଇଁ,ଅମର ସାହୁ,ଶାରଦା ଚୈଧୁରୀ,ଦେବେନ୍ଦ ନାୟକ,ସରତ ସାହୁ,ସୁବୋଧ ଖୁଣ୍ଟିଆ,ନାରାୟଣ ମହାନ୍ତି,ରିତା ମାହାନ୍ତି,ପ୍ରକାଶ ରାୟ,ପ୍ରମୁଖ ଆଇନଜିବୀ ଓ ନୃସିଂହ ବ୍ରହ୍ମ,ପ୍ରଦିପ ନାୟକ,ତୁଶାର ରାୟ,ପ୍ରକାଶ ମାହାନ୍ତି,ଲଳିତ ମୋହନ ପାଣି,ନୀରଂଜନ ସାମଲ,ଶିବ ମଲ୍ଲିକ,ତର୍ପଣ ସତପଥି, ମନୋରଂଜନ ନାୟକ,ଅକ୍ଷୟ ପରିଡା,ଜତିନ୍ଦ୍ର ଦାସ,ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ଏହି ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିସହିତ ସ୍ଥାନୀୟ କୋର୍ଟ କାର୍ଯ୍ୟ ଆଜି ଦିନକ ପାଇଁ ବନ୍ଦ ରହିଥିବା ଜଣାପଡ଼ିଛି।

Read More

ଭୁବନେଶ୍ବର, ପୂର୍ବ ବିହାର ଏବଂ ପଶ୍ଚିମ ବଂଗର ବଙ୍ଗୋବ ସାଗରରେ ଏକ ବାତ୍ୟାବଳୟ ସୃଷ୍ଟି ହୋଇଥିବାରୁ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ବଳୟଟି ସମୁଦ୍ର ପତନରୁ 3 କିଲୋମିଟର ଉଚ୍ଚର ରହିଛି। ଏହାର ପ୍ରଭାବ ଆସନ୍ତା 30 ତାରିଖୁ ସ୍ଥଳ ଭାଗରେ ଅନୁଭୂତ ହେବ। ଫଳରେ ଓଡିଶାରେ 30 ତାରିଖ ପାଇଁ 16 ଟି ଜିଲ୍ଲାରେ ୱେଲୋ ୱାର୍ଣ୍ଣି ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଏବଂ ଢେଙ୍କାନାଳ। ତେବେ ସେଦିନ 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା ଗଂଜାମ, ଗଜପତି, ପୁରୀ, ନୟାଗଡ ଏବଂ କନ୍ଧମାଳ। ଏସବୁ ଦୃଷ୍ଟିରେ ରଖି ଆଜି ଏସଆରସି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖି ଜଣାଇ ଦେଇଛନ୍ତି।

Read More

ଭୁବନେଶ୍ବର: ଆସନ୍ତକାଲି ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଆଜି ମନ୍ତ୍ରୀ ଓ ବିଧାୟକଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିଛି। ରାଜ୍ୟର ୧୪ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରସୂଚନା ରହିଛି। କାଲି ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟତ, ଭାଗିରଥୀ ସେଠୀ, ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ, ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ର ପଜିଟିଭ ଚିହ୍ନଟ ହୋଇଥିଲେ।

Read More

ଭୁବନେଶ୍ବର : ଭୁବନେଶ୍ବର ମହାନଗରରୁ ଆଜି ଆଉ 342 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆଜି ଚିହ୍ନଟ ହୋଇଥିବା ମୋଟ୍‌ 342 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ରୁ 111ଜଣ ରହିଥିବାବେଳେ 231ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଥିବାର ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । https://twitter.com/bmcbbsr/status/1310526186347311104?s=20 ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 21 ହଜାର 197ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 17 ହଜାର 497ରେ ପହଞ୍ଚିଛି । ସେହିପରି 88 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 595ଜଣ ।

Read More

ମୁମ୍ବାଇ : ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଅଭିଳାଷ । ପ୍ରସିଦ୍ଧ ଗୀତିକାର ତଥା ଲେଖକ ଅଭିଳାଷଙ୍କ ଦେହାନ୍ତ ହୋଇଯାଇଛି। ବହୁ ଦିନ ହେଲା କ୍ୟାନସରରେ ପୀଡିତ ଥିଲେ । ସୋମବାର ସକାଳ4ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ସେ ଲିଭର କ୍ୟାନସରରେ ପୀଡିତ ଥିବା ଜଣାପଡିଥିଲା । 1985ମସିହାରେ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଅଙ୍କୁଶର ଲୋପ୍ରିୟ ଗୀତ ‘ଇତ୍‌ନି ଶକ୍ତି ହମେଁ ଦେନା ଦାତା’ ଲେଖିଥିଲେ । ଏହି ଗୀତ ଦେଶର ଅନେକ ସ୍କୁଲର ପ୍ରାର୍ଥନାରେ ସାମିଲ ହୋଇଛି । ଏହି ଗୀତକୁ ସାରା ଦୁନିଆରେ 8ଟି ଭାଷାରେ ଅନୁବାଦ କରାଯାଇଛି । କଳାଶ୍ରୀ ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି ଅଭିଳାଷ । (ଏଜେନ୍ସି)

Read More

ଭୁବନଶ୍ବର, ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଦ୍ବାରା ପରିଚାଳିତ ଇକୋ ପର୍ଯ୍ୟଟନ କ୍ଷେତ୍ର ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟରେ ଥିବା 42 ଟି ସବୁଜ ପର୍ଯ୍ୟଟନରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। କରୋନା ପାଇଁ ଦୀର୍ଘ ସାତ ମାସ ଧରି ଏହି ପର୍ଯ୍ୟଟନ ସ୍ଥଳ ଗୁଡିକ ବନ୍ଦ କରିଦିଆଯାଇ ଥିଲା। ଏବେ ସରକାର ଅନୁମତି ଦେବା ପରେ ଏହି ସ୍ଥଳଗୁଡିକ ଚଳଚଞ୍ଚଳ ହୋଇ ଉଠିଛି। ଏହି ସବୁଜ ପର୍ଯ୍ୟଟନ ଉପରେ ପ୍ରାୟ ଛଅଶହ ଜଙ୍ଗଲ ଅଞ୍ଚଳର ବାସିନ୍ଧା ବେଶ ଉପକୃତ ହୋଇପାରୁଥିଲା। ହିସାବ ଅନୁସାରେ ଗତ 2015-16 ମସିହାରେ ଏହି ପର୍ଯ୍ୟଟନରୁ ପ୍ରାୟ 47 ଲକ୍ଷ ଆୟ ହୋଇଥିବା ବେଳେ 2019-20ରେ ଏହା 6 କୋଟି 85 ଲକ୍ଷକୁ ବୃଦ୍ଧି ପାଇଥିଲା।

Read More

ଅମରାବତୀ, ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୟାଇଏସ ଜଗନ ମୋହନ ରେଡ୍ଡୀ ରାଜ୍ୟର ଚାଷିମାନଙ୍କ ପାଇଁ କରିଛନ୍ତି ବଡ ଘୋଷଣା। ଘୋଷଣା ଅନୁସାରେ ଏହି କାମ ପାଇଁ ଖର୍ଚ୍ଚ ହେବ 2 ହଜାର 3ଶହ 40 କୋଟି ଟଙ୍କା। ଆଉ ଏହି ଯୋଜନାର ନାମ ହେଲା ୱାଇଏସଆର ଜଳକଳ ଯୋଜନା। ଏହି ଯୋଜନା ଅନୁସାରେ ସରକାର ଆସନ୍ତା 4 ବର୍ଷ ମଧ୍ୟରେ ଦୁଇ ଲକ୍ଷ ନଳକୂପ ଖୋଳିବେ। ଯେଉଁ ସ୍ଥାନରେ ଜଳସେଚନ ସୁବିଧା ନାହିଁ ସେହି ସ୍ଥାନରେ ଏହି ନଳକୂପ ଚାଷିଙ୍କ ପାଇଁ ଖୋଳାଯିବ। ଏଥିସହିତ ନଳକୂପଠାରୁ ଜମି ପର୍ଯ୍ୟନ୍ତ ପାଣି ନେବା ପାଇଁ ପାଇପର ମଧ୍ୟ ବନ୍ଦୋବସ୍ତ କରାଯିବ। ଆଜି ଘୋଷଣା ହେବା ପରେ ପରେ ରାଜ୍ୟରେ 163ଟି ନଳକୂପ ଖୋଳିବା ପାଇଁ ସ୍ଥାନ ନିରୂପଣ ହୋଇ ସାରିଛି।

Read More

ଭୁବନେଶ୍ବର, ବିଭିନ୍ନ ସମୟରେ ଜଙ୍ଗଲ ବିଭାଗ ତରଫରୁ ଏକ୍ରାମ କାନନକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଚେଷ୍ଠା କରାଯାଇଛି। ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ କମ ଶେଷ ହେବା ପରେ ଏହା ହେଉଛି ଏକ୍ରାମ କାନନର ଦୃଶ୍ୟ।

Read More

ଭୁବନେଶ୍ବର, ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ତିର୍ତ୍ତୋଲ ପାଇଁ ଚଳଚଞ୍ଚଳ ହୋଇପଡିଛି ଶାସକ ବିଜେଡି। ଆଜି ସେହି ଅଞ୍ଚଳର ମହାନଦୀ ଉପରେ ଦୁଇଟି ବ୍ରିଜର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିଏ ହେଲା  ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ତିର୍ତ୍ତୋଲ ପୋଷଳ ହାଇ ଲେବେଲ ସେତୁ। ଅନ୍ୟଟି ହେଲା ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ହାଇଲେବେଲ ସେତୁ। ଏହି ଦୁଇଟି ସେତୁ ଦ୍ବାରା ତିର୍ତ୍ତୋଲ ସହିତ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ୨୮ଟି ଗ୍ରାମ ପଞ୍ଚାୟତର ପ୍ରାୟ ଦେଢ ଲକ୍ଷ ଲୋକ ଉପକାର ପାଇବେ। ଢେଙ୍କାନାଳରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଦୃଢ ସଂକଳ୍ପ ନେଇ ଓଡିଶାର ବିକାଶ ପାଇଁ କାମ କରିଆସୁଛନ୍ତି। ଆଜି ଏହି ଦୁଇଟି ସେତୁ…

Read More

ବାଲେଶ୍ବର : ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।  ଆଜି ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ଯୋଜନାରେ ରାଜ୍ୟର ବସ୍ତିରେ ବିଜୁଳି, ଭଲ ପିଇବା ପାଣି, ରାସ୍ତା, ଗୋଷ୍ଠୀକେନ୍ଦ୍ର ଆଦି ନାଗରିକ ସୁବିଧାର ବିକାଶ କରି ବସ୍ତିର ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣାଯିବା ସହିତ ଜୀବିକା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟର ଏକ ହଜାର ବସ୍ତିରେ ଏହି କାର୍ଯ୍ୟକ୍ରମ ତୁରନ୍ତ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଜାଗା ମିଶନ ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲା। ଏପରିକି ଏହି କାର୍ଯ୍ୟକ୍ରମ ବିଶ୍ବ ସମୁଦାୟର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲା ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ 116ଟି ବହୁମୂଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ର ମଧ୍ୟ ଲୋକାର୍ପଣ କରିଛନ୍ତି…

Read More

ଭୁବନେଶ୍ବର : ଆଜି ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି । ସେପ୍ଟେମ୍ବର 29 ତାରିଖରୁ ଅକ୍ଟୋବର 2 ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ ।ଯୁକ୍ତ ତିନି ଆଡମିଶନ ନେଇ ଗାଇଡଲାଇନ୍‌ ଜାରି କଲେ ରାଜ୍ୟସରକାର । ଅରିଜିନାଲ୍‌ ସାର୍ଟିଫିକେଟ୍‌ ବିନା ଯୁକ୍ତ ତିନି ଆଡ୍‌ମିଶନ ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଦିଆଯାଇଛି । କରୋନା କାରଣରୁ ଅରିଜିନାଲ୍‌ ସାର୍ଟିଫିକେଟ୍‌ ବିଳମ୍ବ ହେଉଥିବାରୁ ବ୍ୟବସ୍ଥା  କରାଯାଇଛି । ସେଲ୍‌ଫ ଆଟେଷ୍ଟେଡ୍‌ ଡାଉନଲୋଡ୍‌ ମାର୍କସିଟ୍‌ ଗ୍ରହଣ କରାଯିବାକୁ ଚିଠି କରାଯାଇଛି । ମାଇଗ୍ରେସନ ସାର୍ଟିଫିକେଟ୍‌ ପାଇଁ ବି ବାଧ୍ୟ ନ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ପରେ ଅରିଜିନାଲ୍‌ ସାର୍ଟିଫିକେଟ୍‌ ଦେବାକୁ ଅଣ୍ଡରଟେକିଂ ଦେବେ ଛାତ୍ରଛାତ୍ରୀ ।

Read More

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ମଲାଇକା ଅରେରାଙ୍କୁ କରୋନା ହେବା ପରେ ଅଭିନେତ୍ରୀ ତଥା  ନୃତ୍ୟାଙ୍ଗନା ନୋରା ଫତେହୀ ରିଅଲିଟି ଶୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର’ରେ ବିଚାରକ ଦାୟିତ୍ବ ସମ୍ଭାଳିଛନ୍ତି । ନୋରାଙ୍କ ଅନ୍ଦାଜ୍‌ ଓ ଟେରେନ୍ସ ଲୁଇସ୍‌ଙ୍କ ସହ ତାଙ୍କ ଦୋସ୍ତି ଓ କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । କିନ୍ତୁ ଏହା ଏବେ ଟେରେନ୍ସଙ୍କ ପାଇଁ ବିବାଦ ସୃଷ୍ଟିକରିଛି । କିଛି ଦିନ ପୂର୍ବରୁ ନୋରା ଓ ଟେରେନ୍ସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଦ୍ରୁତ ଗତିରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ୟୁଜର୍ସ କୋରିଓଗ୍ରାଫର୍‌ ଟେରେନ୍ସ ଲୁଇସ୍‌ଙ୍କୁ ବେଶ୍‌ କଟାକ୍ଷ କରିଛନ୍ତି । ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର ଶୋ’ର ଏକ ଏପିସୋଡ୍‌ରେ ଅଭିନେତ୍ରୀ ନୋରା ଫତେହୀଙ୍କ ପଛପଟକୁ ଟେରେନ୍ସ ଛୁଉଁଥିବାର ନଜର ଆସିଛି । ଏହି ଭିଡିଓ କ୍ଲିପ୍‌କୁ ବହୁ ଲୋକେ ସେୟାର କରିବା ସହିତ…

Read More

ଭୁବନେଶ୍ବର, ବିଜୁ ଜନତା ଦଳ ତାହାର ଯୁବ ଓ ଛାତ୍ର ସଂଗଠନର ବିଭିନ୍ନ କର୍ମକର୍ତ୍ତାଙ୍କ ନାମ ଘୋଷଣା ପରେ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଟେନସନ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦଳ ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ କଳ୍ପତରୁ ଓଝାଙ୍କୁ ବହିସ୍କୃତ କରିଛି। କଳ୍ପତରୁଙ୍କୁ ତିନିଦିନ ତଳେ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଥିଲା। ଧିରେ ଧିରେ ଯୁବ ଓ ଛାତ୍ର ସଂଗଠନର ନେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଅନେକ ନେତା ତାଙ୍କ ପଦପଦବୀରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ହେଉଥିବାର ଜଣାପଡିଛି। ସେହିପରି କେତେକ ନେତାଙ୍କୁ କୌଣସି ପଦପଦବୀ ଦିଆଯାଇ ନ ଥିବାରୁ ସେମାନେ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି।

Read More

ଭୁବନେଶ୍ବର, ଓଡିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଖୁବ ଶିଘ୍ର ଓଡିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ଖୋଲିବ ରେସ୍ତୋରାଁ। ଯାହାର ନାମ ରଖାଯାଇଛି ‘ନିମନ୍ତ୍ରଣ’ ବୋଲି ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ କହିଛନ୍ତି। ଏଥିରେ ଓଡିଆ ଖାଦ୍ୟ ପ୍ରସ୍ତୁତିରେ ଅଭିଜ୍ଞତା ଥିବା କୁକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ବିଭାଗ ଭୁବନେଶ୍ବର, ପୁରୀ ଏବଂ ସମ୍ବଲପୁରରେ ଏହି ରେସ୍ତୋରାଁ ଖୋଲିବ ବୋଲି ନିଷ୍ପତି ନେଇଛି। ଏଥିସହିତ ଏହି ତିନି ସହରରେ ବିଭାଗ ‘ଫୁଡ ଅନ ହ୍ବିଲ୍’ ର ମଧ୍ୟ ଶୁଭାରମ୍ଭ କରିବ। ଏହା ଦ୍ବାରା ଓଡିଶାକୁ ଆସୁଥିବା ପର୍ଯ୍ୟଟକ ଓଡିଆ ଖାଦ୍ୟର ମଜ୍ଜା ନେଇପାରିବେ ବୋଲି ବିଭାଗ ଆଶା ରଖିଛି।

Read More

ଉମରକୋଟ, ଆଜି ଉମରକୋଟ ପୋଲସି ତରଫରୁ ଗୋଟିଏ ଗାଁରେ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ଉମରକୋଟ ଥାନା ଅଧିନରେ ଥିବା ଧୋଦ୍ରା ଗାଁରେ ଏହି ଚଢାଉ କରାଯାଇଥିଲା। ଏଥିରେ ପ୍ରାୟ 131.59 ଲିଟର ମଦ ଜବତ କରାଯାଇଛି। ଏହି ମାମଲାରେ ପୋଲିସ ଜଣଙ୍କୁ ଆଣି ପଚରାଉଚୁରା କରୁଛି।ଏହି  ସାମ୍ବାଦିକଙ୍କୁ ଜଣାଇବା ପାଇଁ ବୋତଲଗୁଡିକ ଥାନା ବାରଣ୍ଡାର ରଖାଯାଇଥିଲା।

Read More

ଭୁବନେଶ୍ବର : +3 ପ୍ରଥମ ପର୍ଯ୍ୟାୟ ନାମଲେଖା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି କଟ୍‌ ଅଫ୍‌ ମାର୍କ ତାଲିକା । ସେପ୍ଟେମ୍ବର 29 ତାରିଖରୁ ଅକ୍ଟୋବର 2 ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ । ବିଜ୍ଞାନର ଅଧିକାଂଶ ଅନର୍ସ ବିଷୟରେ ବିଜେବି କଲେଜ ଆଗରେ ରହିଛି । ବିଜେବି କଲେଜରେ ଫିଜିକ୍ସ ଅନର୍ସରେ ନାମଲେଖା ପାଇଁ କଟ୍‌ଅଫ୍‌ ମାର୍କ 95% ରହିଥିବାବେଳେ କେମେଷ୍ଟ୍ରି ପାଇଁ 94. 6%, ମ୍ୟାଥମେଟିକ୍ସ ପାଇଁ 95.2% ରହିଛି । ସେହିପରି ବାଣିଜ୍ୟ କଟ୍‌ ଅଫ୍‌ରେ ବି ବିଜେପି ଆଗରେ ରହିଛି । ବାଣିଜ୍ୟ ପାଇଁ 88.67% ରହିଛି । ସେହିପରି ବିଜେବିରେ ଇକୋନୋମିକ୍ସ ପାଇଁ 90.5%, ଜ୍ୟୋ୍ଗ୍ରାଫି ପାଇଁ 92 %  କଟ୍‌ ଅଫ୍‌ ମାର୍କ ରହିଛି । ସେହିପରି ପଲଟିକାଲ ସାଇନ୍ସ ପାଇଁ 91.5% ମାର୍କ ରହିଛି । ନିଜର କଲେଜ୍ ଚୟନ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବରରୁ ସର୍ବାଧିକ 3ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ମୟୂରଭଞ୍ଜ, ପୁରୀରୁ 2 ଜଣ ଆକ୍ରାନ୍ତ ଲେଖାଏଁ ରହିଥିବାବେଳେ  ଗଞ୍ଜାମ, କଳାହାଣ୍ଡି, କଟକ, କନ୍ଧମାଳ, ଢେଙ୍କାନାଳ, ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 813କୁ ବୃଦ୍ଧି ବାଲେଶ୍ବରରୁ ଆଜି ସର୍ବାଧିକ ତିନି ଆକ୍ରାନ୍ତଙ୍କର ମୃତ୍ୟୁହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55ବର୍ଷୀୟ ବ୍ୟକ୍ତି ଓ ଅନ୍ୟ ଜଣେ 63 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ଦୁଇ ମୃତକଙ୍କ ମଧ୍ୟରେ 63 ବର୍ଷୀୟ ମହିଳା ଓ ଅନ୍ୟ ଜଣେ 78 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ପୁରୀରୁ ଦୁଇ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟ ବ୍ୟକ୍ତି ଥିବାବେଳେ…

Read More