Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ ଆଜି  3 ହଜାର 235କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1915ଜଣ ଚିହ୍ନଟ ହୋଇଥିବାବେଳେ 1320ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 12ହଜାର609କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 73 ହଜାର 571 ଜଣ ।  ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 38ହଜାର172ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 797ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3ହଜାର 235ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 506ଜଣ ଚିହ୍ନଟ ହୋଇଥିବାବେଳେ…

Read More

ଭଦ୍ରକ, ଆଜି ସେପ୍ଟେମ୍ବର ୨୮ ତାରିଖ ଓଡିଶା ସ୍ବାଧୀନତା ସଂଗ୍ରାମ ଇତିହାର ଏକ ସ୍ମରଣୀୟ ଦିନ ହୋଇ ରହିଛି। କାରଣ ହେଲା ଠିକ୍ ୧୯୪୨ ମସିହା ଆଜିର ଦିନରେ ଇଂରେଜ ସରକାର ଓଡିଶାର ୨୯ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ହତ୍ୟା କରିଥିଲେ। ଆଉ ସେହି ସ୍ଥାନଟି ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ନିକଟସ୍ଥ ଇରମ୍ ଅଞ୍ଚଳ। ସେତେବେଳେ ଏହି ସ୍ବାଧୀନତା ସଂଗ୍ରାମୀଙ୍କୁ ଯେପରି ହତ୍ୟା କରାଗଲା ତାହା ଜାଣିଲେ ଲୋମ ଟାଙ୍କୁରି ଉଠେ। ଘଟଣାଟି ହେଲା ସେତେବେଳେ ଇରମ ସ୍ଥାନଟି ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଗୁପ୍ତଭାବେ ବୈଠକ କରିବା ପାଇଁ ପ୍ରକୃଷ୍ଠ ଥିଲା। କାରଣ ହେଲା ଏହା ଏପରି ଏକ ସ୍ଥାନ ଯେଉଁଠାରେ ପ୍ରାକୃିତକ ଭାବେ ପାହଡ ସମୁଦ୍ର ଏବଂ ନଦୀ ଦ୍ବାରା ଆବଦ୍ଧ ଥିଲା। ଫଳରେ ଇଂରେଜମାନେ କିଛି ଜାଣିବା କଷ୍ଟକର ଥିଲା। ଏହି ସ୍ଥାନର ମଝିରେ ଗୋଟିଏ ଖୋଲା ପଡିଆ ଥିଲା। ସେହି ପଡିଆ ଚାରିପଟୁ ଆବଦ୍ଧ ଥିବା…

Read More

ପାଟନା : ବିହାର ନିର୍ବାଚନ ବିଗୁଲ୍‌ ବାଜି ସାରିଛି । କିନ୍ତୁ ବିହାରର ଏବେ ଏନଡିଏ ପାଇଁ ସମସ୍ୟା ବଢିଛି । ଏନ୍‌ଡିଏରେ ଆସନ ଭାଗବଣ୍ଟା ଠିକ୍‌ରେ ହୋଇପାରୁନଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ବିହାରରେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପିନିଜର ଦାବି ରଖିଛି ।  ଯଦି ଏହା ପୂରଣ ନ ହୁଏ, ତେବେ ବିହାର ନିର୍ବାଚନକୁ ଏକାକୀ ଓହ୍ଲାଇବ ବୋଲି ଧମକ ଦେଇଛି । ମିଳିଥିବା ସୂଚନା ଅନୁସାରେ 2015 ମସିହା ପରି ଚଳିତ ଥର ମଧ୍ୟ ଏଲ୍‌ଜେପି 42ଟି ଆସନରେ ନିର୍ବାଚନ ଲଢିବାକୁ ଚାହୁଁଛି ।  2019 ମସିହା ଲୋକସଭା ନିର୍ବାଚନରେ ଏଲ୍‌ଜେପି 6ଟି ଲୋକସଭା ଆସନରେ ଲଢିଥିବାବେଳେ ଗୋଟିଏ ରାଜ୍ୟସଭା ଆସନା ପାଇଥିଲା । ଏହି କ୍ରମରେ ଏଲ୍‌ଜେପି ଚଳିତ ନିର୍ବାଚନରେ 42ଟି ଆସନ ଚାହିଁଛି । ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାଶଓ୍ବାନ୍‌ ଏନ୍‌ଡିଏର ମେଣ୍ଟକୁ ଦେଖି ବିଜେପି ସାମ୍ନାରେ ନୂତନ ଫର୍ମୁଲା ରଖିଛି…

Read More

ନୂଆଦିଲ୍ଲୀ: ଦିନକରେ ୮୨ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୩୯  ଜଣ ମୃତ୍ୟୁବରଣ କରଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ଲକ୍ଷ ୭୪ ହଜାର ୭୦୩ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫ ହଜାର ୫୪୨ ରେ ପହଞ୍ଚିଛି। ତେବେ ମୋଟ ସକ୍ରିୟ ଆକ୍ରଙ୍କଙ୍କ ସଂଖ୍ୟା ୯ ଲକ୍ଷ ୬୨ ହଜାର ୬୪୦ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ୧୬ ହଜାର ୫୨୦ ରହିଛି।

Read More

ଭୁବନେଶ୍ବର: ରାଜ୍ୟରେ ଦିନକରେ ୪୭ ହଜାର ୬୩୪ କରୋନା ପରୀକ୍ଷା କରାଯାଇଛି। ୪୭ ହଜାର ୬୩୪ଟି ପରୀକ୍ଷା ମଧ୍ୟରୁ ୬ ହଜାର ୬୪୮ ଟି ଆରଟିପିସିଆର ପରୀକ୍ଷା, ୪୦ ହଜାର ୯୪୫ ଟି ଆଣ୍ଟିଜେନ ପରୀକ୍ଷା ଏବଂ ୪୧ ଟି ଟ୍ରୁନଟ ପରୀକ୍ଷା ହୋଇଛି।

Read More

ପୁରୀ, ଆଜି ଲତା ମଙ୍ଗେସକର 91 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ ବାଲୁକା କଳାରେ ନିର୍ମାଣ କରିଛନ୍ତି ଏକ ଆକର୍ଷଣୀୟ ସ୍ଥାପତ୍ୟ। ଏଥିରେ ସୁଦର୍ଶନ ଲତାଙ୍କର ଏକ ପ୍ରତିମୂର୍ତ୍ତି ସହିତ ଏକ ଗ୍ରାଫୋନ ରେକର୍ଡଟିଏ ପାଖରେ ରଖିଛନ୍ତି। ଏଥିସହିତ ସେ ବାଲୁକା କଳାରେ ହାପି ବାର୍ଥ ଡେ ବୋଲି ଇଂରାଜୀରେ ଲେଖିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସ୍ଥଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତି ୩ ଘଟିକାରେ ଯୋଡ଼ାରୁ ଗୋପାଳପୁର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ(ସିଜି-୦୪ଏମବି-୪୦୭୭) ଟି ସୁବୁଦ୍ଧିପାଟଣା ଛକ ନିକଟରେ ବ୍ରେକ ଡ଼ାଉନ ହୋଇଯିବାରୁ ଟ୍ରକଟିକୁ ରାସ୍ତାରେ ଛିଡାକରି ଟ୍ରକ ଚାଳକ ଟ୍ରକ ତଳେ ପଶି ମରାମତି କରୁଥିଲେ। ଉକ୍ତ ସମୟରେ ଦ୍ରୁତଗତିରେ ଯୋଡ଼ାରୁ ଗୋପାଳପୁର ଯାଉଥିବା ଆଉ ଏକ କୋଇଲା ବୋଝେଇ ଟ୍ରକ(ଏପି-୦୫-ଟିଟି-୯୭୨୦) ସେହି ସ୍ଥାନରେ ଆଇରନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ଫଳରେ ଆଇରନ ବୋଝେଇ ଟ୍ରକଟି ଆଗକୁ ଗଡ଼ିଯାଇ ଟ୍ରକ ଚକା ତଳେ ଥିବା ଚାଳକ ଉପରେ ଚଢ଼ିଯାଇଥିଲା ଏବଂ ଘଟଣାସ୍ଥଳରେ…

Read More

ଭୁବନେଶ୍ବର, ଆଜି ହେଉଛି ପ୍ରଖ୍ୟାତ କଣ୍ଠଶିଳ୍ପ ଲତା ମଙ୍ଗେସକରଙ୍କ ଜନ୍ମଦିନ। ଲତା ୧୯୨୯ ମସିହା ସେପ୍ଟେମ୍ବର୨୮ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଏହି ମହାନ୍ ଗାୟିକାଙ୍କର ଜନ୍ମଦିବସ ଉପଲକ୍ଷେ ବିଭିନ୍ନ ମହଲରୁ ଅଭିନନ୍ଦନର ବାର୍ତ୍ତା ଆସିବାରେ ଲାଗିଛି। ଭାରତୀୟ ସଂଗୀତ ଜଗତରେ ଲତା ମଙ୍ଗେସକର ବେଶ୍ ପରିଚିତ ନାମ। ଯାହାକୁ କୁହାଯାଇ ପାରିବ ଘରେ ଘରେ ପରିଚିତ ନାମ। ସେ ପ୍ରଥମେ ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ  ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଲତାଙ୍କ ସଂଗୀତ ଜୀବନ ମଧ୍ୟ ବେଶ୍ ସଂଘର୍ଷମୟ। ଥରେ ସେ ମୁମ୍ବାଇର ଏକ ଲୋକାଲ୍ ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ‘ଆପ୍ କି ସେବା ମେଁ’ରେ ଗାୟିକା ହେବାର ସୁଯୋଗ ମିଳିଥିଲା । ପରେ ତାଙ୍କୁ ‘ମଜବୁର୍’ ଓ…

Read More

ଭୁବନେଶ୍ବର, ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଦେବୀ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରଥିଲେ। ସେହିପରି ସେତେବେଳେ ବିଜୁ ଛାତ୍ର ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଥିଲେ। ଦେବୀ ବର୍ତ୍ତମାନ ବାଙ୍କିର ବିଧାୟକ ଅଛନ୍ତି। ସେ ହେଉଛନ୍ତି ବାଙ୍କିର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କ ପୁତ୍ର।

Read More

ଭୁବନେଶ୍ବର, ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତାର ସଭାପତି ଭାବେ ବିଧାୟକ ବ୍ୟୋମକେଶ ରାୟଙ୍କୁ ନିଯୁକ୍ତି ଦେଇଛନ୍ତି। ଏ ନେଇ ବିଜେଡି ତରଫରୁ ଏକ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି। ସେ ପୂର୍ବରୁ ଥିବା ସାଧାରଣ ସଂପାଦକ ଛାତ୍ର ବ୍ୟାପାରରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି। ବ୍ୟୋମକେଶ ବର୍ତ୍ତମାନ ଚାନ୍ଦବାଲିର ବିଧାୟକ ଅଛନ୍ତି। ଯୁବ ବିଧାୟକ ଭାବେ ସେ ଦଳ ଭିତରେ ବେଶ୍ ଜଣାଶୁଣା। ତାଙ୍କର ସଂଗଠନ ଦକ୍ଷତା ଥିବାରୁ ନବୀନ ତାଙ୍କୁ ଏହି ପଦରେ ନିଯୁକ୍ତି କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ କୋଟକଣା ଛକଠାରେ ଆଜି କଂଗ୍ରେସ ଓ ବିଜେପି ଦୁଇ ଦଳର ନେତା ଗୋଟିଏ ମଞ୍ଚରେ ଏକାଠି ହୋଇ କଟକ-ପାରାଦ୍ବୀପ ରାସ୍ତା ନିକଟସ୍ଥ କୋଟକଣାରୁ ବାନାମ୍ବର ଘାଟ ମହାନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ଦାବି କରିଛନ୍ତି। କୋଟକଣା-ବାନାମ୍ବର ସେତୁ କମିଟିର ଆବାହକ ତଥା କନିମୁଳ ପଞ୍ଚାୟତର ସରପଞ୍ଚ ବେଦଦ୍ୟୁତି ପୁଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ଦୁଇଥର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଫେସର ରମାକାନ୍ତ ଭୋଇ, କଂଗ୍ରେସ ଦଳରୁ ଏଥର ତିର୍ତ୍ତୋଲର ବିଧାୟକ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିବା ହିମାଂଶୁ ଭୂଷଣ ମଲ୍ଲିକ, ସ୍ଥାନୀୟ ତରଜଙ୍ଗା ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ସେଠୀ ପ୍ରମୁଖ ଯୋଗଦେଇ କୋଟକଣା-ବାନାମ୍ବର ସେତୁ ନିର୍ମାଣକୁ ସରକାର କ’ଣ ପାଇଁ ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ ଉଠାଇବା ସହିତ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କୁହୁଡି ଫାଣ୍ଡି ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। କୁହୁଡି ଫାଣ୍ଡି ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୭.୧୫ ଘଟିକାରେ କୁହୁଡି ପଞ୍ଚାୟତ ଅନ୍ତର୍ଗତ ଦୀନବନ୍ଧୁପୁର ଗ୍ରାମର ଦଣ୍ଡ ପାତ୍ର(୨୩) ନିଜ ବାଇକରେ କୁହୁଡି ଅଭିମୁଖେ ଯାଉଥିବାବେଳେ କୁହୁଡି ବଜାର ଛକରେ ଏକ ହମ୍ପସକୁ ଦେଖିବାରୁ ସଡନ ବ୍ରେକ ମାରିଦେଇଥିଲେ ଯାହାଫଳରେ ସେ ଭାରସାମ୍ୟ ହରାଇ ବାଇକରୁ ତଳେ ପଡିଯାଇଥିଲେ। ତାଙ୍କ ମସ୍ତିଷ୍କ ଏବଂ ଶରୀରର ଅନ୍ୟ ଅଙ୍ଗରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଖବର ପାଇ ସଙ୍ଗେ ସଙ୍ଗେ କୁହୁଡି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଆହତ ପାତ୍ରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ…

Read More

ବ୍ରହ୍ମପୁର: ଦେଶରେ କୋଟି କୋଟି ଲୋକ କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଦେଶରେ ଏହି ମହାମାରୀ ଯୋଗୁଁ ପାଖାପାଖି ୧ ଲକ୍ଷ ଲୋକ ମୃତ୍ୟୁବରଣ କରିଥିବାବେଳେ ଅନେକଙ୍କ ଜୀବିକା ମଧ୍ୟ ଚାଲିଗଲାଣି। ଏହି ସମୟରେ କରୋନା ମୃତ୍ୟୁ ଠାରୁ ଅଧିକ ବିପଦ ହୋଇ ଠିଆ ହୋଇଛି ବେରୋଜଗାର। ବର୍ତ୍ତମାନ ନିଜ ପରିବାର ମୁହଁରେ ମୁଠାଏ ଦାନା ଯୋଗାଇବା ପାଇଁ ଲୋକେ ଅସମର୍ଥ  ହୋଇପଡିଛନ୍ତି। ଏହାସହିତ ଦେଶରେ କେତେ ଲୋକ ଆତ୍ମହତ୍ୟା କରୁଥିବା ଖବର ଶୁଣିବାକୁ ମିଳୁଛି। ସେହିପରି ଏହି ସମୟରେ ନିଜ ପିଲାଙ୍କୁ ପାଠ ପଢାଇବା ପାଇଁ ଲୋକଙ୍କ ସାମ୍ନାରେ ଆଉ ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି। କେତେକ ବେସରକାରୀ ସଂସ୍ଥା ଦ୍ବାରା ପରିଚାଳିତ ବିଦ୍ୟାଳୟମାନେ ଅଭିଭାବକ ମାନଙ୍କ ଉପରେ ବିଦ୍ୟାଳୟ ପରିସରରେ ଚାଲୁ ରହିଥିବା ଶ୍ରେଣୀ ସଦୃଶ ବାର୍ଷିକ ଦେୟ ପୈଠ କରିବା ପାଇଁ ଅହେତୁକ ଚାପ ପ୍ରୟୋଗ କରୁଛନ୍ତି। ଉକ୍ତ ବିଦ୍ୟାଳୟମାନଙ୍କୁ ପରିଚାଳନା ନିମନ୍ତେ ଦେଶରେ କୈାଣସି ନିତିନିୟମ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦେଶରେ ଚାଲିଥିବା କୋରନା ମହାମାରୀର ଉପଶମ, ପ୍ରତିକାର ଓ ଦେଶର ମଙ୍ଗଳ କାମନା କରି ବ୍ରହ୍ମପୁର ମହାନଗର ନିଗମ ଓ ସଲଗ୍ନ ବ୍ରାହ୍ମଣ ପୁରୋହିତ ପଣ୍ଡିତ ମାନଙ୍କ ଦ୍ବାରା ଗତ ୨୪ ତାରିଖ ଠାରୁ ଶୁଭାରମ୍ଭ ହୋଇ ୨୫, ୨୬, ୨୭ ତାରିଖ ତଥା ଗୁରୁ, ଶୁକ୍ର, ଶନି, ରବିବାର ୪ଦିନ ପର୍ଯ୍ୟନ୍ତ ତ୍ରୀବିନାତ୍ମକ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହରିଡାଖଣ୍ଡି ବାଲୁଙ୍କେଶ୍ବର ଶିବ ମନ୍ଦିର ନିକଟସ୍ଥ ଶ୍ରୀ ଶ୍ରୀ କାଶୀ ବିଶ୍ବନାଥ ମହାଦେବଙ୍କ ପୀଠ ପ୍ରାଙ୍ଗଣରେ ବିଶ୍ବର ଜନ କଲ୍ୟାଣ ଓ ମହାମାରୀ ରୋଗର ଉପଶମ ପାଇଁ ପଣ୍ଡିତ ମାନଙ୍କ ମିଳିତ ଆନୁକୁଲ୍ୟରେ ହରିହରାତ୍ମକ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ନାହୁତି ‍ଅନୁଷ୍ଠିତ ହୋଇଥିଲା। ଏହାସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ନିମନ୍ତେ ସ୍ଥାନୀୟ ଥାନାଧିକାରୀଙ୍କ ସ୍ବୀକୃତି ପ୍ରାପ୍ତ ହୋଇଥିଲା ଏବଂ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍ ନିମନ୍ତେ ଧାର୍ଯ୍ୟ ହୋଇଥିବା ନିୟମାବଳି ଗୁଡିକୁ ମଧ୍ୟ…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ଥାନା ବାଟଗାଁ ପଂଚାୟତ କେଲୋବେନି ଗ୍ରାମର ଜନୈକ ଯୁବକ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇ ପାଣିରେ ବୁଡିବା ଭଳି ଘଟଣା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କେଲୋବେନୀ ଗ୍ରାମର ଧନୁ ଧଳଙ୍କ ପୁତ୍ର ଅମିତ ଧଳ(୨୧) ଦୁଇଜଣ ସାଙ୍ଗମାନଙ୍କ ସହ ନିକଟସ୍ଥ ଟିକିରା ନଦୀକୁଳକୁ ଭୋଜିକରିବାକୁ ଯାଇଥିଲେ। ଭୋଜିଭାତ ରାନ୍ଧିସାରିବା ପରେ ଦୁଇଜଣ ସାଙ୍ଗ ସହ ଟିକିରା ନଦୀରେ ଗାଧୋଇବାକୁ ଯାଇ ସେ ନିଖୋଜ ହୋଇଯାଇଥିବା ଜଣା ପଡିଛି। ପରିବାର ଲୋକେ ଓ ଗ୍ରାମବାସୀ ବହୁସମୟ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଅମିତକୁ ପାଇ ନ ଥିଲେ। ନାକଟିଦେଉଳ ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳକୁ ଯାଇ ସଂଧ୍ୟା ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ପାଇ ନ ଥିଲେ। ରାତି ହୋଇଯିବାରୁ ଟିକିରା ନଦୀରେ ଖୋଜିବା ସଂଭବ ନ…

Read More

ସୀତାରାମ ଅଗ୍ରୱାଲ  ବାଣପୁର: କରୋନା ମହାମାରୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ତାର କାୟା ବିସ୍ତାର କରୁଥିବା ବେଳେ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆଜି ତାରିଖରେ ବାଣପୁର ସହରାଞ୍ଚଳରେ କୋଭିଡର ୬ ଗୋଟି ଆକ୍ଟିଭ କେସ ଥିବାବେଳେ ଗ୍ରାମାଞ୍ଚଳରେ ୮୮ ଗୋଟି ଆକ୍ଟିଭ କେସ ଅଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପ୍ରଶାସନ ଜମା ବି ରିସ୍କ ନେବାକୁ ଚାହୁଁନାହିଁ। ତେଣୁ କୌଣସି ଅଂଚଳରୁ ଗୋଟାଏ ବି ପଜିଟିଭ ବାହାରିଲେ ତୁରନ୍ତ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଅଛି। ଆଜି ପୁଣି ବାଣପୁର ବ୍ଲକ ଏବଂ ଏନ.ଏ.ସି ର କିଛି ଅଂଚଳରୁ ନୂତନ ପଜିଟିଭ କେସ ଚି଼ହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ବ୍ଲକର ୮ ଗୋଟି ଗ୍ରାମ ଏବଂ ଏନ.ଏ.ସି ର ଗୋଟାଏ ୱାର୍ଡ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି। ସେହି ଗ୍ରାମଗୁଡିକ ହେଲା- ନାଚୁଣୀ ପଞ୍ଚାୟତର ଗୋରଡାଝରି ଗ୍ରାମ, କୁମାରାଙ୍ଗ ପଞ୍ଚାୟତର ଝିଣ୍ଟିକାପଲ୍ଲି…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୩୭୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। କଟକରୁ ସର୍ବାଧିକ ୫୪୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୨୮୯ ଜଣ, ପୁରୀରୁ ୨୦୦, ଯାଜପୁରରୁ ୧୭୬, ରାୟଗଡ଼ାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ ୧୨୭, କେନ୍ଦ୍ରାପଡାରୁ ୧୨୩, ଜଗତସିଂହପୁରରୁ ୧୧୫, ବାଲେଶ୍ବରରୁ ୧୧୧, କେନ୍ଦୁଝରରୁ ୧୦୨, ବରଗଡରୁ ୧୦୦, କୋରାପୁଟରୁ ୯୯, ଝାରସୁଗୁଡାରୁ ୮୬, ନବରଙ୍ଗପୁରରୁ ୮୪, ସୋନପୁରରୁ ୮୦, କଳାହାଣ୍ଡିରୁ ୭୬, ବଲାଙ୍ଗିରିରୁ ୬୮, ମାଲକାନାଗିରିରୁ ୬୩, ନୂଆପଡାରୁ ୪୯, ଭଦ୍ରକରୁ ୪୭, ଅନୁଗୁଳରୁ ୪୫, ଢେଙ୍କାନାଳରୁ ୪୪, ଗଞ୍ଜାମରୁ ୪୨, ଗଜପତିରୁ ୩୧, ବୌଦ୍ଧରୁ ୧୪, ଦେବଗଡରୁ ୭ ଏବଂ ଷ୍ଟେଟ ପୁଲରୁ ୭୯ ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୫୭୧ କୁ ବୃଦ୍ଧି…

Read More

ନୂଆଦିଲ୍ଲୀ : କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । କୃଷି ବିଲ୍‌ ଉପରେ ସ୍ବାକ୍ଷର କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂସଦର ଉଭୟ ଗୃହରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ରହିଥିଲା ଏହି ବିଲ୍‌ଟି । ଆଜି ବିଲ୍‌ ଉପରେ ସ୍ବାକ୍ଷର କରି ରାଷ୍ଟ୍ରପତି ଏହାକୁ ଅନୁମୋଦନ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା କୃଷି ବିଲ୍‌ରେ ପରିଣତି ହୋଇଛି ।  ଅପରପକ୍ଷରେ କୃଷି ବିଲ୍‌କୁ ବିରୋଧ କରି ଅନେକ ସ୍ଥାନରେ ଆନ୍ଦୋଳନ ଚାଲିଛି । କୃଷି ବିଲ୍‌କୁ ବିରୋଧ କରି ଏନ୍‌ଡିଏ ସହ 21 ବର୍ଷର ସମ୍ପର୍କକୁ ଛିନ୍ନ କରିଛି ଅକାଳି ଦଳ ।

Read More

ନୂଆଦିଲ୍ଲୀ : ପାଣିପରି ବହିଗଲା 50 ହଜାର ଲିଟର ରେଡ୍‌ ଓ୍ବାଇନ୍‌ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ସୋସିଆଲ ମିଡିଆରେ ଏନେଇ  ଏକ ଭିଡିଓ ଭାଇରାଲ୍‌ ହୋଇଛି । ଯେଉଁ ଭିଡିଓରେ ଏକ ରେଡ୍‌ ଓ୍ବାଇନ୍‌ର ଟ୍ୟାଙ୍କର ଫାଟିଯିବା କାରଣରୁ ପ୍ରାୟ 50 ହଜାର ଲିଟର ରେଡ୍‌ ଓ୍ବାଇନ୍‌ ପାଣି ପରି ବହି ଯାଇଛି । ସୋସିଆଲ ମିଡିଆରେ Radio Albacete ନାମକ ଏକ ଟ୍ବିଟର ହ୍ୟାଣ୍ଡେଲ୍‌ରେ ଏହି ଭିଡିଓ ସେୟାର ହୋଇଛି । ଏହି ଭିଡିଓ ସ୍ପେନ୍‌ର ବୋଲି ସୂଚନା ରହିଛି । ଏଥିରେ ଟ୍ୟାଙ୍କରରୁ ରେଡ୍‌ ଓ୍ବାଇନ୍‌ ପାଣି ପରି ବହି ଯାଉଥିବାର ଦୃଶ୍ୟ ରହିଛି । ଏହି ଭିଡିଓଟି 49 ସେକେଣ୍ଡର ରହିଛି । ଏହି ଭିଡିଓକୁ ଦେଖିଲେ ଲାଗୁଛି ସତେ ଯେପରି ରେଡ୍‌ ଓ୍ବାଇନ୍‌ର ବନ୍ୟା ସୃଷ୍ଟି ହୋଇଛି । ଏହି ଭିଡିଓକୁ ସୋସିଆଲ ମିଡିଆରେ ୟୁଜର୍ସମାନେ ସେୟାର କରିବାସହିତ ଭିନ୍ନ…

Read More