Author: Samikhsya Bureau

ନୂଆଦିଲ୍ଲୀ, ଆଜି ଆଖି ବୁଜିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଜଣେ ବରିଷ୍ଠ ନେତା ଯଶୱନ୍ତ ସିଂହ। ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ବୟସ ହୋଇଥିଲା। ଛଅ ବର୍ଷ ତଳେ ସେ ଘରେ ପଡିଯିବାରୁ ତାଙ୍କର ମୁଣ୍ଡରେ ଆଘତ ଲାଗିଥିଲା। ତାଙ୍କୁ ଚିକିତ୍ସା ପାଇଁ ନୂଆଦିଲ୍ଲୀ ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ପର୍ଯ୍ୟନ୍ତ ସେ କୋମାରେ ଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ପ୍ରତିରକ୍ଷା, ବିଦେଶ ମନ୍ତ୍ରଣାଳୟ ଏବଂ ଅର୍ଥ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ମୁଖ୍ୟତଃ ରାଜସ୍ଥାନରେ ସେ ବିଜେପିକୁ ସୁଦୃଢ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

Read More

ଭୁବନେଶ୍ୱର, ବିଧାନସଭାରେ ବିଜେପିର ରଣନୀତି ପ୍ରସ୍ତୁତି ପାଇଁ ଆଜି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ୱେବିନାର ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଠଟି ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ନିଷ୍ପତି ହୋଇଛି। ସେଗୁଡିକ ହେଲା ବିଜୁଳି ଦର ବୃଦ୍ଧି, ସାଂପ୍ରତିକ ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ତୃଟିପୂର୍ଣ୍ଣ କୋଭିଡ-୧୯ ପରିଚାଳନା, ପ୍ରବାସୀ ଓଡିଆ ଶ୍ରମିକ ସମସ୍ୟା, ନୂତନ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ, ସାର ଦୁର୍ନୀତି, ଓଏମବିଡିଏସି/ଡିଏମଏଫ/କାଂପା ଫଣ୍ଡର ବ୍ୟାପକ ଅନୀୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଆଦି ମୁଖ୍ୟ ପ୍ରସଙ୍ଗ ରହିବ। ସେହିପରି ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ, ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବା ସଂପର୍କରେ ମଧ୍ୟ ବିଧାନସଭା ଅଧିବେସନରେ ଆଲୋଚନା କରାଯିବ ବୋଲି ମୁଖ୍ୟ ସଚେତକ ମୋହନ ମାଝୀ…

Read More

ନୂଆଦିଲ୍ଲୀ, ଶେଷରେ ପଂଜାବର ଶିରୋମଣି ଅକାଳି ଦଳ ଏନଡିଏରେ ହାତ ଛାଡିଛି। ଆଜି ଏ ନେଇ ଦଳ ତରଫରୁ ସ୍ପଷ୍ଟ କରାଯାଇଛି। କୃଷି ବିଲକୁ ଦଳର କୌଣସି କର୍ମି ଗ୍ରହଣ କରୁ ନାହାଁନ୍ତି। ସେଥିପାଇଁ ରାଜନୈତିକ ଚାପରେ ଏହି ନିଷ୍ପତି ନେବାକୁ ବାଧ୍ୟ ହେଲୁ ବୋଲି ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ କହିଛନ୍ତି। ପୂର୍ବରୁ ଏହି ବିଲକୁ ବିରୋଧ କରି ଅକାଲି ଦଳର ସାଂସଦ ହରଶମିତ୍ କୌର ମନ୍ତ୍ରୀ ପଦରୁ ଇସ୍ତପା ଦେଇଥିଲେ। ତେବେ ସେତେବେଳେ ଦଳ ତରଫରୁ କୁହାଯାଇଥିଲା ଯେ ଏନଡିଏକୁ ବାହାରୁ ସମର୍ଥନ ଦେବେ। ହେଲେ ବର୍ତ୍ତମାନ ପରିସ୍ଥିତି ଆମକୁ ଏନଡିଏକୁ ବାଏ ବାଏ କରିବା ପାଇଁ ବାଧ୍ୟ କଲା ବୋଲି ବାଦଲ କହିଛନ୍ତି।

Read More

Eviction Drive carried out for removal of unauthorised Shops in public access areas by BMC, BDA & BSCL squad along with Police at Unit-2. This has been done for clearance of access to the #MultiLevelCarParking under construction. The MLCP will help to reduce traffic congestion.

Read More

ନୂଆଦିଲ୍ଲୀ, ଆସନ୍ତାକାଲି ଶେଷ ରବିବାର ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଧାରାବାହିକ ରେଡିଓ କାର୍ଯ୍ୟକ୍ରମରେ ଆସିବେ। ଯାହାର ନାମ ରହିଛି ମନ୍ କି ବାତ୍। ଏହି ଅଲ ଇଣ୍ଡିଆ ରେଡିଓରେ ଦିନ ଏଗାରଟା ବେଲେ ସିଧା ପ୍ରସାରଣ କରାଯିବ। ଏଥିସହିତ ଡିଡି ରେ ମଧ୍ୟ ପ୍ରସାରଣ କରାଯିବ। ସେହିପରି ନରେନ୍ଦ୍ର ମୋଦୀ ମୋବାଇଲ ଆପରେ ମଧ୍ୟ ଏହାର ସିଧାପ୍ରସାର ଲୋକମାନେ ଶୁଣିପାରିବେ। ଏହି ମନ କି ବାତର ସିଧା ପ୍ରସାରଣ ପରେ ପରେ ଆଞ୍ଚଳିକ ଭାଷାରେ ଏହାର ପ୍ରସାରଣ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଦିବଂଗତ ଯୁବ ସଂଗଠକ ଯଥା ଅସୀମିତ ପ୍ରତିଭାର ଅଧିକାରୀ ସ୍ବର୍ଗତ ସତ୍ୟ ନାରାୟଣ ସେନାପତିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ଦ୍ଵାଦଶହ ଦିବସ ଅବସରରେ ବାଲୁଗାଁ ସ୍ଥିତ କଳିଙ୍ଗ ଯୁବକ ସଙ୍ଘ ପରିସରରେ ଉକ୍ତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବାସହ ଏକ ସ୍ମରଣିକା ଉନ୍ମୋଚନ ହୋଇଯାଇଅଛି। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ଚିଲିକା ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଂଜନ ବଡ଼ଜେନା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, କଳିଙ୍ଗ ଯୁବକ ସଙ୍ଘର ସଭାପତି ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି ନିମନ୍ତେ ସ୍ବର୍ଗତ ସେନାପତିଙ୍କ ତୈଳ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୁଇ ମିନିଟ ନିରବ…

Read More

ମୁମ୍ବାଇ: ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକଙ୍କ ନିମନ୍ତେ ଭାରତର ପ୍ରଥମ ଇନ୍ ଫ୍ଲାଇଟ ସେବା ଆରମ୍ଭ କରିବାକୁ ଜିଓ ଏବଂ ପାନାସୋନିକ ଆଭିଓନିକ୍ସ କର୍ପୋରେସନର ସହଯୋଗୀ ସଂସ୍ଥା ଏରୋମୋବାଇଲ ସହଭାଗିତା କରିଛନ୍ତି। ଜିଓର ଇନ-ଫ୍ଲାଇଟ ସେବା ବିଦେଶ ଯାତ୍ରା କରୁଥିବା ପ୍ରତ୍ୟେକ ଭାରତୀୟ ବିମାନ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ବିମାନ ମଧ୍ୟରେ ଭଏସ୍ ଓ ଡାଟା ସେବା ଜରିଆରେ ସଂଯୁକ୍ତ ରହିବାର ସୁଯୋଗ ପ୍ରଦାନ କରିବ। ପ୍ରାରମ୍ଭିକ ଭାବରେ ବିଦେଶ ଯାତ୍ରା ସମୟରେ ଭାରତୀୟଙ୍କ ପାଇଁ ଇନ୍‌-ଫ୍ଲାଇଟ ସେବା ଉପଲବ୍ଧ ହେବ। ଏହି ସେବା ଥରେ ଭାରତୀୟ ଆକାଶମାର୍ଗରେ ଉପଲବ୍ଧ ହେବା ଆରମ୍ଭ ହେଲେ ସମସ୍ତ ଜିଓ ଗ୍ରାହକ ପ୍ରଥମେ ତାହାର ସୁବିଧା ନେଇପାରିବେ, ଯଦ୍ଦ୍ୱାରା ସେମାନେ ଭାରତ ମଧ୍ୟରେ ବିମାନରେ ଥିଲେ ମଧ୍ୟ ସଂଯୁକ୍ତ ରହିପାରିବେ। ପ୍ରଥମ ଭାରତୀୟ ଅପରେଟର ଭାବେ ଇନ୍‌-ଫ୍ଲାଇଟ ରୋମିଂ ସୁବିଧା ପ୍ରଦାନକରି ଜିଓ ଦୂରସଂଚାର ବଜାରରେ ଅଭିନବ ଏବଂ ପ୍ରଯୁକ୍ତିକ୍ଷେତ୍ରରେ ଅଗ୍ରଣୀ ରହିବା ସ୍ଥିତିକୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ସର୍ବାଧିକ ୪୭୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ସର୍ବମୋଟ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା୧ ଲକ୍ଷ ୭୦ ହଜାର ୧୯୩ କୁ ବୃଦ୍ଧି ହୋଇଛି। ରାଜ୍ୟରେ ସମୁଦାୟ ୨ ଲକ୍ଷ ୫ ହଜାର ୪୫୨ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୪ ହଜାର ୪୨୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ମୋଟ ୭୮୩ ଜଣ କୋରଣା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୧୧ ଜଣ, ମୟୂରଭଞ୍ଜରୁ ୨୧୬, ସୁନ୍ଦରଗଡରୁ ୧୬୭, ଯାଜପୁରରୁ ୧୪୨, ବରଗଡରୁ ୧୪୧, ବାଲେଶ୍ବରରୁ ୧୩୭, ନବରଙ୍ଗପୁରରୁ ୧୧୪, ପୁରୀରୁ ୧୦୯, ଜଗତସିଂହପୁରରୁ ୧୦୩, ସୋନପୁରରୁ ୧୦୩, କୋରାପୁଟରୁ ୧୦୨, ଅନୁଗୁଳରୁ ୧୦୧, ଢେଙ୍କାନାଳରୁ ୯୮, କଳାହାଣ୍ଡିରୁ ୯୭, ଝାରସୁଗୁଡାରୁ ୯୨, ସମ୍ବଲପୁରରୁ ୯୧, କେନ୍ଦୁଝରରୁ ୯୦, କନ୍ଧମାଳରୁ ୮୯, କେନ୍ଦ୍ରାପଡାରୁ ୮୯, ଭଦ୍ରକରୁ ୮୬,…

Read More

ଭୁବନେଶ୍ବର: କରୋନା ମହାମାରୀରେ ଆର୍ଥିକ କଲବଲକୁ ବଢ଼ାଇ ଦେଇଛି ସରକାରଙ୍କ ବିଦ୍ୟତ ଶୁଳ୍କ ବୃଦ୍ଧି ଘୋଷଣା। ବର୍ତ୍ତମାନ ଅନ୍ୟ ସମସ୍ତ ରାଜ୍ୟ ଅପେକ୍ଷା ଓଡିଶାରେ ବିଦ୍ୟୁତ ଶୁଳ୍କ ଯଥେଷ୍ଟ ଅଧିକ ରହିଛି। ବିଦ୍ୟୁତ ଉତ୍ପାଦନ କରୁନଥିବା ରାଜ୍ୟଠାରୁ ମଧ୍ୟ ଏହା ଅଧିକ। କମ୍ପାନୀ ଓ କର୍ପୋରେଟମାନଙ୍କ ଠାରୁ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ନକରି ସାଧାରଣ ଗରିବ ଜନସାଧାରଣଙ୍କ ଠାରୁ ଜୋର ଜବରଦସ୍ତ ଆର୍ଥିକ ଶୋଷଣକୁ ଆଜି ଆମ ଜନତା ଅଧିକାର ଓ ଉପଭୋକ୍ତା ମହାସଂଘ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଜନଆନ୍ଦୋଳନ କରିବ ବୋଲି ଘୋଷଣା କରିଛି। ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ବଡ଼ ବଡ଼ କମ୍ପାନୀ ଉପରେ ୫୯୬୪ କୋଟି ଟଙ୍କା ବକେୟା ପଡିଛି। ତାକୁ ଆଦାୟ ନ କରି ସାଧାରଣ ଜନତାଙ୍କ ଉପରେ ସରକାର ଦାଉ ସାଧୁଛନ୍ତି। ବିଦ୍ୟୁତ ବଣ୍ଟନ ଜନିତ ଟ୍ରାନ୍ସମିଶନ କ୍ଷତିକୁ ୮% ପର୍ଯ୍ୟନ୍ତ…

Read More

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌  ସାଢେ 5 ଘଣ୍ଟା ଏନସିବି ପଚରାଉଚୁରା କରିଥିବା ଜଣାପଡିଛି । ଦୀପିକାଙ୍କୁ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ମୁହାଁମୁହିଁ ଜେରା କରିଛି । ଆଉ ଡ୍ରଗ୍ସ ଚାଟ ସଂପର୍କରେ ଏନସିବି ଆଗରେ ଦୀପିକା ବି ମାନିଛନ୍ତି । ହ୍ୱାଟସଆପ୍ ଗ୍ରୁପର ଆଡମିନ୍ ଥିବା ନେଇ ମଧ୍ୟ ଦୀପିକା ମାନିଛନ୍ତି । ତେବେ ଏନସିବିକୁ ଦୀପିକା ସନ୍ତୋଷଜନକ ଉତ୍ତର ଦେଇନଥିବା ସୂଚନା ମିଳିଛି । ଦୀପିକାଙ୍କୁ ତାଙ୍କ ମ୍ୟାନେଜର୍‌ କରିସ୍ମା ପ୍ରକାଶଙ୍କ ସହ ମୁହାମୁହିଁ ଜେରା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ ପରେ ଆସୁଛି ଟ୍ୱିଷ୍ଟ । ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଗିରଫ ହେବା ପରେ ଏବେ ଦୀପିକା, ଶ୍ରଦ୍ଧା, ସାରାଙ୍କୁ ଜେରା କରୁଛି  । ଅପରପକ୍ଷରେ, ସୁଶାନ୍ତଙ୍କ ପାର୍ଟିକୁ ଯାଇଥିଲେ ସତ କିନ୍ତୁ ଡ୍ରଗ୍ସ ଖାଇନଥିଲେ ବୋଲି…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 319 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 319 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ 62ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କେସ୍‌ 257ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ସେହିପରି ଆଜି 353ଜଣ ସୁସ୍ଥ ହୋଇଥିବାବେଳେ  ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବର ମହାନଗରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 20 ହଜାର538ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 16 ହଜାର 864 ରହିଛି । ସେହିପରି ମୃତ୍ୟୁ ସଂଖ୍ୟା 84ରେ ପହଞ୍ଚିଛି । ମହାନଗରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର 574 ରହିଛି । https://twitter.com/bmcbbsr/status/1309806401623961600?s=20 ନୟାପଲ୍ଲୀରୁ 16, ପଟିଆ ଶିଶୁ ବିହାରରୁ 13, ଚନ୍ଦ୍ରଶେଖରପୁରରୁ 12 ଜଣ ଚିହ୍ନଟ ହୋଇଥିବାବେଳେ ଆଇଆରସି ଭିଲେଜ୍‌ ଓ ରସୁଲଗଡରୁ 7 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ବମିଖାଲ, ଝାରପଡା ଓ ଚିନ୍ତାମଣିଶ୍ବରରୁ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୟୁନିଟ୍‌-6, ସାମନ୍ତରାପୁର…

Read More

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ପଦାଧିକାରୀଙ୍କ ନୂତନ ଟିମ୍ ଘୋଷଣା କରିଛି। ଦଳର ସଭାପତି ଜଗତ ପ୍ରକାଶ ନଡ୍ଡା କିଛି ସମୟ ପୂର୍ବେ ଏହାର ଘୋଷଣା କରିଛନ୍ତି। ଏଥର ବିଜେପିର ନୂତନ ଟିମ୍‌ରେ ସମସ୍ତ ରାଜ୍ୟର ଯୁବକ ଓ ମହିଳାଙ୍କୁ ସୁଯୋଗ ଦିଆଯାଇଛି। ନଡ୍ଡାଙ୍କ ଟିମ୍‌ରେ 12 ଉପସଭାପତି, 8 ସାଧାରଣ ସଂପାଦକ, 13ରାଷ୍ଟ୍ରୀୟ ସଂପାଦକ ରହିଛନ୍ତି। ନଡ୍ଡାଙ୍କ ଟିମ୍‌ରେ ଚାରି ଓଡିଆଙ୍କୁ ସ୍ଥାନ ମିଳିଛି। ଘୋଷିତ 23 ଜଣିଆ ରାଷ୍ଟ୍ରୀୟ ପ୍ରବକ୍ତା ଓଡିଶାର ସମ୍ବିତ ପାତ୍ର ପୂର୍ବଭଳି ନିଜ ଦାୟିତ୍ଵରେ ଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତ ଷଡଙ୍ଗୀଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ମଧ୍ୟରେ ସ୍ଥାନ ମିଳିଛି। ଘୋଷିତ 13 ରାଷ୍ଟ୍ରୀୟ ସଂପାଦକ ମଧ୍ୟରେ ଓଡିଶାର ମୟୂରଭଞ୍ଜ ସାଂସଦ ବିଶେଶ୍ଵର ଟୁଡୁ ରହିଛନ୍ତି। ସେହିପରି ବୈଜୟନ୍ତ ପଣ୍ଡା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି । ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ, ରଘୁବର ଦାସ, ମୁକୁଲ ରାୟ,…

Read More

ଭୁବନେଶ୍ବର, ଆସନ୍ତା 29 ତାରିଖରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେସନ। ଏହି ଅଧିବେସନ ରାଜନୈତିକ, ସାମାଜିକ ତଥା ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବେଶ୍ ଗୁରୁତ୍ବ ପୂର୍ଣ୍ଣ ରହିବ। କାରଣ କୋଭିଡ19 ମାହାମାରି ସମୟରେ ଏହା ହେଉଛି ପ୍ରଥମ ଅଧିବେସନ। ଏହା ପୂର୍ବରୁ କରୋନା ଭୟରେ ପ୍ରଥମ ଥର ପାଇଁ ବିଧାନସଭାର ଅଧିବେସନ ଲୋକସେବା ଭବନ ପ୍ରେକ୍ଷାଳୟରେ ହୋଇଥିଲା। ସ୍ବାସ୍ଥ୍ୟଗତ କାରଣରୁ ଏହି ଅଧିବେସନ ନିଶ୍ଚିତ ଭାବେ ପ୍ରଥମ ଏବଂ ଗୁରୁତ୍ବ ପୂର୍ଣ୍ଣ ହେବ। ସେଥିପାଇଁ ବିଧାନସଭା ଆରମ୍ଭ ପୂର୍ବରୁ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ, ମନ୍ତ୍ରୀ, ସୁରକ୍ଷା କର୍ମି ଏପରିକି ଡ୍ରାଇଭରଙ୍କ ମଧ୍ୟ କୋଭିଡ19 ପରୀକ୍ଷା କରାଯାଉଛି। ଏହା ଦ୍ବାରା କୋରନା ଭୟ ଗୃହ ଭିତରେ ରହିବ ନାହିଁ ବୋଲି ଏପରି ପଦକ୍ଷେପ ନିଆଯାଉଛି। ଏପରିକି କରୋନା ଭୟ ଦୂର କରିବା ପାଇଁ ଅଧିବେସନ ପୂର୍ବଦିନ ପୁରା ଗୃହକୁ ସାନିଟାଇଜେସନ କରାଯିବ। ଯେତେ ଯାହା କଲେ ମଧ୍ୟ ହେଲେ ରାଜନୈତିକ ଦୃଷ୍ଟିକୋଣରୁ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର :  ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଦେଖାଦେଇଛି ସରକାରୀ କର୍ମଚାରୀଙ୍କ ଘୋର ଅଭାବ । ବ୍ଲକ କାର୍ଯ୍ୟାଳୟରେ ବହୁ ବିଭାଗୀୟ ପଦବୀଗୁଡ଼ିକ  ଖାଲିପଡିଥିବା ବେଳେ କେତେଗୋଟି ବିଭାଗରେ ଭାରପ୍ରାପ୍ତ ଅଧିକାରୀ ମାନେ କାମ ଚଳାଉଛନ୍ତି।ଯାହାଫଳରେ ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଅପରପକ୍ଷରେ  ବ୍ଲକରେ ଉନ୍ନୟନ କାର୍ଯ୍ୟ ମଧ୍ୟ ଶିଥିଳ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ବାଣପୁର ବ୍ଲକରେ ବି.ଡ଼ି.ଓ ଙ୍କୁ ମିଶାଇ ସମୁଦାୟ  ୨୩ ଗୋଟି ବିଭାଗରେ ୬୪ ଜଣ  ଅଧିକାରୀଙ୍କ ପଦବୀ  ସରକାରଙ୍କ ଦ୍ୱାରା ମଞ୍ଜୁରୀପ୍ରାପ୍ତ ହୋଇଥିବାସ୍ଥଳେ ବର୍ତମାନ ବ୍ଲକରେ ମାତ୍ର ୪୧ ଜଣ ଅଧିକାରୀ ବ୍ଲକ ର  ବିଭିନ୍ନ ବିଭାଗ ରେ କାର୍ଯ୍ୟକରୁଛନ୍ତି  ଏବଂ ୨୩ ଗୋଟି କର୍ମଚାରୀଙ୍କ ପଦବୀ ଖାଲିପଡ଼ିଛି ଯାହା ବ୍ଲକ ର ମଞ୍ଜୁରୀପ୍ରାପ୍ତ ପଦଵୀ ର ପାଖାପାଖି ୪୦ ପ୍ରତିଶତ ହେବ । ତେବେ ବ୍ଲକରେ ଖାଲି ପଡିଥିବା ବିଭିନ୍ନ ପଦବୀଗୁଡିକ ନିମ୍ନରେ ପ୍ରଦତ୍ତ। ଖାଲି…

Read More

ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ :ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲର ତହସିଲଦାର ଶ୍ରୀ ଅଶ୍ୱିନୀ ଦାସ ଙ୍କୁ ଆକ୍ସନ ମୋଡ଼ ରେ ଦେଖିବାକୁ ମିଳିଥିଲା। ତହସିଲଦାର ଶ୍ରୀ ଦାସ କୋଭିଡ ନିୟମ ଉଲଘଂନ କରିଥିବା ବିଭିନ୍ନ ଦୋକାନି ଏବଂ ଗାଡିଚାଳକ ମାନଙ୍କଠାରୁ ଆଦାୟ କରିଛନ୍ତି ମୋଟା ଅଙ୍କର ଜରିମାନା ।  ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ଏହାକୁ ଯେକୌଣସି ଉପାୟରେ ଆୟତ୍ତ କରିବା ପାଈଁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ପ୍ରଶାସନ କୁ ନିର୍ଦେଶ ଦେଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ଟାଙ୍ଗୀ ତହସିଲଦାର ଶ୍ରୀ ଅଶ୍ୱିନୀ କୁମାର ଦାସଙ୍କ ନେତୃତ୍ୱରେ ନିରାକାରପୁର ଥାନା ଆଇ.ଆଇ.ସି, ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ, ବ୍ଲକ କର୍ମଚାରୀ ଏବଂ ତହସିଲ କର୍ମଚାରୀଙ୍କ ଦ୍ୱାରା ଏକ ବିରାଟ ଏନ୍ଫୋର୍ସମେଣ୍ଟ ଟିମ ଗଠନ ହୋଇଥିଲା । ଉକ୍ତ ଟିମ ନିରାକାରପୁର ଏବଂ ଭୂଷଣ୍ଡପୁର ର ବିଭିନ୍ନ ଅଞ୍ଚଳରେ କଡା ଏନ୍ଫୋର୍ସମେଣ୍ଟ କରିଥିଲେ ଏବଂ…

Read More

ବିହାର:  ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଶନିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି। ସେ ପାଟନାରେ ଥିବା ଜେଡିୟୁ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଗୁପ୍ତେଶ୍ବର ପାଣ୍ଡେ ରାଜନୀତିରେ ପାଦ ଦେବେ ବୋଲି ଶୁଣିବାକୁ ମିଳୁଥିବାବେଳେ ସେ ଜେଡିୟୁର ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ତେବେ ନୀତିଶ୍‌ଙ୍କ ସହ ସାକ୍ଷାତ ହେବା ପରେ ଗୁପ୍ତେଶ୍ବର ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି । ଡିଜିପି ଭାବରେ ତାଙ୍କ କର୍ତ୍ତବ୍ୟ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ୍‌ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୋଲି କହିଛନ୍ତି ପୂର୍ବତନ  ଡିଜିପି ।  ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ନିଷ୍ପତ୍ତି ନେଇନଥିବାର କହିଛନ୍ତି ଶ୍ରୀ ପାଣ୍ଡେ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାରଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ବେଷ୍ଟ ସିଏମ୍‌ ବୋଲି କହିଛନ୍ତି ଗୁପ୍ତେଶ୍ବର ପାଣ୍ଡେ । (ଏଜେନ୍ସି)

Read More

ସୁନ୍ଦରଗଡ, ବର୍ତ୍ତମାନ ଜନ୍ମଦିନ ପାର୍ଟିରେ ମିଳିବ ମାଣ୍ଡିଆ କେକ୍। ବିଶ୍ବାସ ହେଉ ନାହିଁ କି ! ଏହା ସତକଥା। ଏବେ ମାଣ୍ଡିଆର ଭେଳିକି ଭେଳି ଖାଦ୍ୟ ପଦାର୍ଥ ବଜାରରେ ଉପଲବ୍ଧ ହେବ। ବର୍ତ୍ତମାନ ମାଣ୍ଡିଆ ଆଉ ଖିରି ବା ଜାଉ ଭିତରେ ସୀମିତ ହୋଇ ରହି ନାହିଁ। ଏହି ମାଣ୍ଡିଆରୁ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ଦେଖାଇଛନ୍ତି ସୁନ୍ଦରଗଡ ସ୍ବୟଂ ସହାୟକ ଗୋଷ୍ଠୀ। ଜିଲ୍ଲା ପ୍ରଶାସନର ସହାୟତାରେ ଏହି ଗୋଷ୍ଠି ମାଣ୍ଡିଆର ପକୋଡା, ମାଣ୍ଡିଆର ବରା, ଲଡୁ, ଉପମା, ହାଲୁଆ ଏବଂ ଖେଚୁଡି ମଧ୍ୟ ପ୍ରସ୍ତୁତ କରୁଛନ୍ତି। ମିଲଟ ମିଶନ ମାଧ୍ୟମରେ ସୁନ୍ଦରଗଡର ଏହି ଏସଏଚଜି ଗୋଷ୍ଟୀ ଏହି ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ବର୍ତ୍ତମାନ ମାଣ୍ଡିଆର ଏହି ଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଯୋଗାଇବାରେ ଲାଗିଛନ୍ତି। ତେବେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପ୍ରସ୍ତୁତ ନେଇ ଜିଲ୍ଲା ପ୍ରଶାସନ…

Read More

ମୁମ୍ବାଇ : ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଶିବସେନା ନେତା ସଞ୍ଜୟ ରାଓ୍ବତ କଡ୍ଡା ଟିପ୍ପଣୀ ରଖିଛନ୍ତି । ସଞ୍ଜୟ କହିଛନ୍ତି ଯେ, ଯଦି ବିହାରରେ ପର୍ଯ୍ୟାପ୍ତ ପରିମାଣରେ ପ୍ରସଙ୍ଗ ନାହିଁ, ତେବେ ମୁମ୍ବାଇରୁ କିଛି ପ୍ରସଙ୍ଗ ପାର୍ସଲ କରାଯାଇପାରିବ । ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟକୁ ନେଇ ବିହାରରେ ରାଜନୀତି କରାଯାଉଥିବା ନେଇ ସଞ୍ଜୟ ଟାର୍ଗେଟ କରିଛନ୍ତି । ସୁଶାନ୍ତ ବିହାରର ବାସିନ୍ଦା ଥିଲେ । ବିହାରରେ ନିର୍ବାଚନ ବିକାଶ, ଆଇନ କାନୁନ ବ୍ୟବସ୍ଥା ତଥା ସୁଶାସନ ଉପରେ ଲଢାଯିବା ଉଚିତ୍‌ । କିନ୍ତୁ ଯଦି ସେଠାରେ ସବୁ ପ୍ରସଙ୍ଗ ସରିଯିବ, ତେବେ ମୁମ୍ବାଇରୁ କିଛି ପ୍ରସଙ୍ଗ ପାର୍ସଲ କରାଯିବ । ଜୁନ୍‌ 14ରେ ମୁମ୍ବାଇ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ ସୁଶାନ୍ତ ସିଂ ରାଜପୁତ୍‌ । ସୁଶାନ୍ତଙ୍କ ମୃତ୍ୟକୁ ନେଇ ବିହାର ଓ ମହାରାଷ୍ଟ୍ର ପୋଲିସ୍‌ ବିଭାଗ ମଧ୍ୟରେ ସଂଘର୍ଷ…

Read More

ଆସାମ : ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାଓ୍ବାଲ୍‌ 12 ହଜାର ଘୁଷୁରୀଙ୍କୁ ମାରିବାକୁ ଆଦେଶ ଦେଇଛନ୍ତି । ତେବେ ଏହି ଆଦେଶ ଦେବା ପଛରେ ରହିଛି ଆଫ୍ରିକି ସ୍ବାଇନ୍ (ଫ୍ଲୁ)‌ ଜ୍ବର । ଆଫ୍ରିକୀ ସ୍ବାଇନ୍‌ ଜ୍ବର ଦ୍ବାରା ପ୍ରଭାବିତ ହୋଇଥିବା ଅଞ୍ଚଳରେ ପ୍ରାୟ 12ହଜାରର ଘୁଷୁରୀଙ୍କୁ ଅକ୍ଟୋବର ଶେଷ ସୁଦ୍ଧା ମାରିବାକୁ ଆଦେଶ ଦେଇଛନ୍ତି । କୋଭିଡ୍‌-19 ଲକ୍‌ଡାଉନ୍‌ ପୂର୍ବରୁ ଆସାମରେ ଘୁଷୁରୀ ପାଳନ  କ୍ଷେତ୍ରଗୁଡିକ ପ୍ରଭାବିତ ରହିଥିଲା । ରାଜ୍ୟରେ ଆଫ୍ରିକୀ ସ୍ବାଇନ୍‌ ଜ୍ବର ଯୋଗୁଁ 18,000 ଘୁଷରୀଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ଏପରି ମାମଲା ମେ’ ମାସରେ ଦେଖାଦେଇଥିଲା । ତେବେ ଏହି ବେମାରୀ ଯୋଗୁଁ ପ୍ରାୟ 1 ଲକ୍ଷ ଘୁଷରୀଙ୍କ ମୃତ୍ୟୁ ହୋଇଥିବାର କହିଛନ୍ତି ଘୁଷରୀ ଫାର୍ମର ମାଲିକ । ଏନେଇ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳୁନଥିବାର ଅଭିଯୋଗ କରିଛନ୍ତି ଘୁଷୁରୀ ଫାର୍ମର ମାଲିକ । ଓ୍ବାଲର୍ଡ ଅର୍ଗାନାଇଜେସନ୍‌ ଫର୍‌ ଏନିମେଲ ହେଲ୍ଥ…

Read More

ମୁମ୍ବାଇ: ଦୀପିକାଙ୍କ ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିରେ ହାଜର ହେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ତାଙ୍କୁ ହାଜର ହେବାକୁ ସମନ୍ ହୋଇଥିଲା। ଏହି ମାମଲାରେ ତାଙ୍କୁ ପଚରାଉଚରା କରୁଛି ଏନସିବି ଟିମ୍ ।ହାଜର ହେବାକୁ ଗତ 23 ତାରିଖରେ ଶ୍ରଦ୍ଧା କପୁରଙ୍କୁ ସମନ୍ ହୋଇଥିଲା । ଏହାପରେ ଆଜି ସେ କଡ଼ା ସୁରକ୍ଷା ଭିତରେ ଏନସିବି ଜୋନାଲ୍ ଅଫିସରେ ପହଞ୍ଚିଛନ୍ତି । ଡ୍ରଗ୍ସ ଲିଙ୍କରେ ଆଉ କିଛି ସମୟ ଭିତରେ ଏନସିବିରେ ହାଜର ହୋଇପାରନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ । ତାଙ୍କୁ ବି ସମନ୍ ହୋଇଥିଲା । ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଆସିବା ପରେ ବଲିଉଡ୍‌ର କେତେଜଣ ନାମୀଦାମୀ ବ୍ୟକ୍ତି ବିଶେଷ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବିବି) ରାଡାରରେ ରହିଛନ୍ତି ।

Read More