ପାଟନା : ଜେଡିୟୁରେ ଯୋଗଦେଲେ ବିହାରର ଡିଜିପି ଗୁପ୍ତେଶ୍ବର ପାଣ୍ଡେ । ନିକଟରେ ସ୍ଵେଚ୍ଛାକୃତ ଅବସର ନେଇଥିବା ଗୁପ୍ତେଶ୍ଵର ପାଣ୍ଡେ ଆଜି ଜେଡିୟୁରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ତାଙ୍କ ଉପସ୍ଥିତିରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଜେଡିୟୁରେ ଯୋଗ ଦେବା ପରେ ପାଣ୍ଡେ କହିଛନ୍ତି ନୀତିଶ କୁମାର ଆମର ନେତା। ପାର୍ଟି ଏବଂ ତାଙ୍କ ତରଫରୁ ଯାହା ଆଦେଶ ମିଳିବ ସେ ତାର ପାଳନ କରିବେ। ଚଳିତ ବିଧାନସଭା ନିର୍ବାଚନରେ ଜେଡିୟୁ ତରଫରୁ ଶ୍ରୀ ପାଣ୍ଡେ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଛି । ସେପ୍ଟେମ୍ବର 22ତାରିଖରେ ଗୁପ୍ତେଶ୍ବର ପାଣ୍ଡେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ପାଣ୍ଡେ ଅନେକ ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପ୍ରଶଂସା କରି ସାରିଛନ୍ତି। 1987 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଗୁପ୍ତେଶ୍ବର ପାଣ୍ଡଙ୍କ ଚାକିରି କାର୍ଯ୍ୟକାଳର 5ମାସ ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି । 2019 ଜାନୁଆରୀ 31…
Author: Samikhsya Bureau
ଭୁବନେଶ୍ବର : ଆସନ୍ତା 29 ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଧିବେଶନ ପୂର୍ବରୁ କରୋନା ଟେଷ୍ଟ ରିପୋର୍ଟ ଆସିଛି । 757 କୋଭିଡ୍ ଟେଷ୍ଟରୁ 136ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କର କରୋନା ଟେଷ୍ଟ ହୋଇଥିଲା । ଆସନ୍ତା 29 ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହା ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ପୂର୍ବରୁ ସବୁ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଛି। କରୋନା ନେଗେଟିଭ୍ ହୋଇଥିବା ବିଧାୟକମାନେ ବିଧାନସଭାକୁ ଯାଇପାରିବେ। ଚଳିତ ଥର ମୌସୁମୀ ଅଧିବେଶନରେ ପ୍ରତ୍ୟେକ ଦିନ 2ଟି ପର୍ଯ୍ୟାୟରେ ସାଢ଼େ 4 ଘଣ୍ଟା ପର୍ଯ୍ୟନ୍ତ ହେବ। ସେହିପରି ପ୍ରଥମ ଦିନ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ଘୋଷଣା କରାଯିବ। ସେହିଦିନ ଅପରାହ୍ନ 3ଟାରୁ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ଣ…
ଭୁବନେଶ୍ବର : ବିଧାନସଭା ଆସୁଥିବାରୁ ଧାରଣାସ୍ଥଳରେ କୋଭିଡ୍ ନିୟମ ପାଳନ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଲେ ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ଦେଇଛନ୍ତି । ବିକ୍ଷୋଭ ନେଇ ଏଯାବତ୍ କେହି ଆବେଦନ କରି ନାହାନ୍ତି । ଯଦି କେହି ଆବେଦନ କରିବେ, ତା’ହେଲେ ସରକାର ନିଷ୍ପତ୍ତି ନେବେ । ଆସନ୍ତା 29 ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହା ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ପୂର୍ବରୁ ସବୁ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଉଛି। କରୋନା ନେଗେଟିଭ୍ ହୋଇଥିବା ବିଧାୟକମାନେ ବିଧାନସଭାକୁ ଯାଇପାରିବେ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 317 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 317 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ରୁ 62ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ 255ଟି ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ଶହୀଦ ନଗରରୁ 11 ଜଣ ଚିହ୍ନଟ ହୋଇଥିବାବେଳେ ୟୁନିଟ୍ -9ରୁ 17 ଜଣ, ଶୈଳଶ୍ରୀ ବିହାରରୁ 12 ଜଣ, ୟୁନିଟ୍ -8ରୁ 12 ଜଣ, ୟୁନିଟ୍-2ରୁ 8ଜଣ, ଚନ୍ଦ୍ରଶେଖରପୁରରୁ 10 ଜଣ, ନୟାପଲ୍ଲୀରୁ 9ଜଣ ଚିହ୍ନଟ ହୋଇଛନ୍ତି । https://twitter.com/bmcbbsr/status/1310160791044124672?s=20 ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 312 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 20 ହଜାର 855ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 17 ହଜାର 176ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରୁ 86ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 576ଜଣ ।
ନୟାଗଡ : ଜଣେ ନାବାଳକକୁ ଛୁରି ଭୁଷି ନିର୍ମମ ହତ୍ୟା କରାଯାଇଛି । ନୟାଗଡ ଜିଲ୍ଲା ରଣପୁର ଥାନା ମହତପଲ୍ଲା ଗାଁ ରେ ଘଟିଛି ଏହି ହତ୍ୟାକାଣ୍ଡ । ଗତ କାଲି ବିଳମ୍ବିତ ରାତିରେ ଜଣେ ନବମ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଛାତ୍ର ଜଣକ 14 ବର୍ଷ ର ପୁଅ ସୁମନ ବେହେରା । ମୃତକଙ୍କ ମାଆ ବିଦ୍ୟାଳୟରେ ରୋଷେୟା ଭାବେ କାର୍ଯ୍ୟ କରି ପୁଅର ପାଠ ପଢା ଖର୍ଚ୍ଚ ସହିତ ପରିବାର ଭରଣ ପୋଷଣ କରୁଥିଲେ । ତେବେ ମୃତ ଛାତ୍ର ଜଣଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ସମ୍ପତ୍ତି ପାଇଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ଛାତ୍ରର ପିତାଙ୍କ ମୃତ୍ୟୁ ପରେ ପରିବାରକୁ ପାଂଚ ଲକ୍ଷ ଟଙ୍କାର ସହାୟତା ମିଳିଥିଲା । ତେବେ ଏହି ଅର୍ଥ ଲୋଭରେ ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ଅନୁସନ୍ଧାନ ଚଳାଇଛି । ପୋଲିସ…
ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖାଲିଥିବା 162 ଡାକ୍ତରୀ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ୟୁପିଏସସି ମାଧ୍ୟମରେ ଏହି ନିଯୁକ୍ତି ପକ୍ରିୟା କରାଯିବ। ଏଥିରେ କେଉଁ ବିଭାଗରେ କେତେ ପଦବୀ ଖାଲି ଅଛି ତାହା ପ୍ରଦାନ କରାଯାଇଛି। ସେହି ଅନୁସାରେ 1- 62 posts for Anaesthesiology 2-42 posts for General Surgery 3-15 posts for Microbiology 4-12 posts for Nephrology 5-17 posts for Pathology 6- 3 posts for Pediatric Nephrology 7-11 posts for Pharmacology ଏ ସବୁ ପଦବୀ ପାଇଁ ଆବେଦନ ତାରିଖ ହେଲା ଆସନ୍ତା ଅକ୍ଟୋବର 1 ତାରିଖ। ଅନ ଲାଇନରେ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ କରିପାରିବେ। ଏ ସଂପର୍କରେ ଅଧିକ ଜାଣିବା ପାଇଁ ହେଲେ ନିମ୍ନ ଲିଙ୍କକୁ କ୍ଲିକ କରନ୍ତୁ https://www.upsc.gov.in/sites/default/files/Advt-No-10_2020-Engl_0.pdf
ବାଡମେର : ରାଜସ୍ଥାନର ବାଡମେର ଅଞ୍ଚଳରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବାପା ନିଜର 6 ବର୍ଷର ନିରୀହ ପୁତ୍ରକୁ ପାଣିଟାଙ୍କିରେ ପକାଇ ହତ୍ୟା କରିଛନ୍ତି । ହତ୍ୟା ଘଟଣା ପରେ ଅଭିଯୁକ୍ତ ଫେରାର ରହିଛି । ମିଳିଥିବା ସୂଚନା ଅନୁସାରେ ଜଣେ ମହିଳା ନିଜ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ସ୍ବାମୀ ତାଙ୍କ ସହିତ ତାଙ୍କ ସନ୍ତାନମାନଙ୍କୁ ମାରପିଟ୍ କରୁଥିବାର ଅଭିଯୋଗ ଆଣିଥିଲେ । ଗୁରୁବାର ସନ୍ଧ୍ୟା 7ଟାସମୟରେ ତାଙ୍କ ସ୍ବାମୀତାଙ୍କୁ ମାରିବା ସହିତ ତାଙ୍କ ଛ’ ବର୍ଷର ପୁତ୍ର ବିକ୍ରମକୁ ପାଣି ଟାଙ୍କିରେ ପକାଇ ଦେଇ ହତ୍ୟା କରି ଫେରାର ହୋଇଯାଇଥିଲେ । ଅଭିଯୁକ୍ତଜଣକ ଦୀର୍ଘ ଦିନ ଧରି ମହିଳାଙ୍କ ଉପରେ ଶାରିରୀକ ନିର୍ଯାତନା ଦେବା ସହ ତାଙ୍କ ଶଶୁରଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଥିଲେ । ତେବେ ଅଭିଯୁକ୍ତ ଜଣକୁ ଧରିବା ପାଇଁ ପୋଲଇସ୍ ତିନୋଟି…
ଭୁବନେଶ୍ୱର: ମନ୍ଦିର ଖୋଲିବା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ଦେଇଛନ୍ତି । ମନ୍ଦିର ଖୋଲିବା ନେଇ ଆଲୋଚନା ହୋଇନି, ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସରଣ କରି ନିଷ୍ପତ୍ତି ନେବାକୁ ପଡିବ । ତେବେ ବର୍ତ୍ତମାନ ସ୍ଥିତି ଉପରେ ନିର୍ଭର କରୁଛି କହିଛନ୍ତି ଆଇନ ମନ୍ତ୍ରୀ । ଆଜି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଅକ୍ଟୋବରରୁ ରାଜ୍ୟରେ ପର୍ଯ୍ୟଟନସ୍ଥଲୀ ଖୋଲିବ ବୋଲି ସୂଚନା ଦେଇଛନ୍ତି । ତେବେ କୋଭିଡ଼ କଟକଣା ଭିତରେ ରାଜ୍ୟରେ ଖୋଲିବ ସବୁ ପର୍ଯ୍ୟଟନସ୍ଥଳୀ ।
ଭୁବନେଶ୍ବର : ବିଶ୍ୱ ପର୍ଯ୍ୟଟନ ଦିବସରେ ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରକୁ ଗଡିଛି ମୋ ବସ୍। ପୁଣି ଥରେ କ୍ରୁଟ୍ ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ ଓ କୋଣାର୍କକୁ ବସ୍ ସେବା ଆରମ୍ଭ କରିଛି କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନସପୋର୍ଟ । ମାଷ୍ଟରକ୍ୟାଣ୍ଟିନ ବସ ଷ୍ଟପେଜରୁ ସକାଳ ସାଢେ 6ଟାରୁ ପୁରୀ ଅଭିମୁଖେ ମୋ ବସ ଯାତ୍ରା ଆରମ୍ଭ କରିଥିଲା । ପ୍ରଥମ ଦିନରେ ଗୋଟିଏ ଲେଖାଏଁ ବସ୍ ଗଡିଥିବା ବେଳେ ସୋମବାର ଠାରୁ ଉଭୟ ରୁଟରେ 2ଟି ଲେଖାଏଁ ବସ୍ ଚାଲିବ । ଏନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । ରୁଟ୍ ନମ୍ବର 50 ପୁରୀ ଯିବାକୁ ଥିବା ବେଳେ କୋଣାର୍କକୁ ରୁଟ୍ ନମ୍ବର 70ରେ ଗଡିବ ବସ୍ । ତେବେ ମୋ ବସ୍ରେ ପୁରୀ ପାଇଁ 70 ଟଙ୍କା ଭଡ଼ା ରଖାଯାଇଥିବା ବେଳେ କୋଣାର୍କ ପାଇଁ 60 ଟଙ୍କା…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ପୁଅ ଆଶାରେ ଷଷ୍ଠଥର ଗର୍ଭବତୀ ହୋଇଥିଲେ । ତେବେ ଷଷ୍ଠ ଥର ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହେବାରୁ ରାଗରେ ସେ ଦିନକର ନବଜାତକୁ ପିଟି ପିଟି ମାରିବା ସହିତ ବୁଦାକୁ ଫୋପାଡି ଦେଇଥିବାର ସୂଚନା ରହିଛି । କିନ୍ତୁ ଘଟଣାର ଘଟିବାର 1 ବର୍ଷ ପରେ ଏହିଘଟଣାର ସତ୍ୟତା ପଦାକୁ ଆସିଛି । ଅଭିଯୁକ୍ତ ମା’କୁ ପୋଲିସ୍ ଗିରଫ କରିଥିବାର ସୂଚନା ରହିଛି । ଏପରି ଏକ ମାନବିକତାର ଲଜ୍ଜା ଜନକ ଘଟଣା ସିଧି ଜିଲ୍ଲାର ବାହାରୀ ଥାନା ଦେବରୀ ଗ୍ରାମରେ ଘଟିଛି । ଏଠାରେ ଏକ ବର୍ଷ ଦିନକର କନ୍ୟାସନ୍ତାନର ଶବ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଥିଲା । ଯାଞ୍ଚ ଓ ପୋଷ୍ଟମର୍ଟମ୍ ରିପୋର୍ଟକୁ ଶିଶୁ କନ୍ୟାଟିର ଗଳା…
ମିରଟ, ପୁଣିଥରେ ଉତ୍ତର ପ୍ରଦେଶରେ ସେହି ଲୋମହର୍ଷଣକାରୀ ଗଣବଳତ୍କାର ଅଭିଯୋଗ ଆସିଛି। ଚଳନ୍ତା ବସରେ ଜଣେ ମହିଳାଙ୍କୁ ସାରା ରାତି ଗଣବଳତ୍କାର କରିଛନ୍ତି ବସର ଡ୍ରାଇଭର ଏବଂ କଣ୍ଡକ୍ଟର। ସକାଳେ ମହିଳାଙ୍କୁ ଚଳନ୍ତା ବସରୁ ଠେଲି ଦେଇ ବସ ନେଇ ପଳାଇଛନ୍ତି। ମହିଳା ଜଣଙ୍କ ମିରଟର ଦିଲ୍ଲୀ ରୋଡରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳାଙ୍କର ଚେତା ଆସିବା ପରେ ପୋଲିସକୁ ଏହି ଦୁଃଖଦ ଘଟଣା ସଂପର୍କରେ ସମସ୍ତ କଥା କହିଛନ୍ତି। ମହିଳାଙ୍କ ଅନୁସାରେ ଶୁକ୍ରବାର ରାତିରେ ସେ ମିରଟର ବୈଶାଳୀ ବସଷ୍ଟାଣ୍ଡରୁ ବସରେ ଉଠିଥିଲେ। କିଛି ସମୟ ପରେ ତାଙ୍କୁ ଏକ ଥଣ୍ଡା ପାନୀୟ ବସ ଭିତରେ ଦିଆଯାଇଥିଲା। ଏହାପରେ ସେ ବେହୋସ ହୋଇପଡିଥିଲେ। ରାତିସାରା ସେହି ଚଳନ୍ତା ବସରେ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଗଣବଳତ୍କାର କରିଛନ୍ତି ବୋଲି ମହିଳା ଜଣଙ୍କ କାନ୍ଦି କାନ୍ଦି କହିଛନ୍ତି। ପୋଲିସ ଅନୁସାରେ ସେହି ମହିଳା ଜଣଙ୍କ ହେଉଛନ୍ତି ମିରଟର ସରଧ୍ୟାନା ସହର…
ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ କଟକରୁ ସର୍ବାଧିକ 3 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ ଯାଜପୁର ଓ କେନ୍ଦ୍ରାପଡାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଢେଙ୍କାନାଳ, ସୁବର୍ଣ୍ଣପୁର, ଗଜପତି ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 797କୁ ବୃଦ୍ଧି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ତିନି ଆକ୍ରାନ୍ତଙ୍କ ମଧ୍ୟର ଜଣେ 67 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରୁ ଜଣଷ 42 ବର୍ଷୀୟ ଓ ଅନ୍ୟ ଜଣେ 58 ବର୍ଷୀୟ ରହିଛନ୍ତି । ସେହିପରି କଟକରୁ ଆଜି 45 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 56 ଓ 42 ବର୍ଷ । ଯାଜପୁରରୁ ଜଣେ 65 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ…
ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 922କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2309ଜଣ ଚିହ୍ନଟ ହୋଇଥିବାବେଳେ 1613ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 9ହଜାର374କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 70 ହଜାର 193 ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 38ହଜାର331ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 783ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3ହଜାର 922ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 818ଜଣ ଚିହ୍ନଟ ହୋଇଥିବାବେଳେ…
ମୁମ୍ବାଇ : ବଲିଉଡ୍ରେ ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ୍ ଲଳନାଙ୍କୁ ଜେରା କରାଯିବା ପରେ ସେମାନଙ୍କ ମୋବାଇଲ୍ ସିଜ୍ କରାଯାଇଛି ।ଜେରାର ସମ୍ମୁଖୀନ ହୋଇଥିବା ବଲିଉଡ୍ ଅଭିନେତ୍ରୀମାନଙ୍କ ମୋବାଇଲ୍ ସିଜ୍ ହୋଇଥିବାର ସୂଚନା ରହିଛି । ଜେରା ପରେ ଅଭିନେତ୍ରୀମାନଙ୍କ ମୋବାଇଲ୍ ସିଜ୍ ହୋଇଥିବା ନେଇ ସୂଚନା ଦେଇଛି ଏନ୍ସିବି । ଦୀପିକା, ସାରା, ଶ୍ରଦ୍ଧା, ରାକୁଲ୍, ସିମୋନ ଖମ୍ବାଟା, କରିସ୍ମା ପ୍ରକାଶ, ଜୟା ଶାହାଙ୍କର ମଧ୍ୟ ମୋବାଇଲ୍ ସିଜ୍ କରାଯାଇଛି । ଅଧିକ ତଦନ୍ତ ପାଇଁ ମୋବାଇଲ୍ ସିଜ୍ କରଯାଇଥିବାର କହିଛି ଏନ୍ସିବି । ସୂଚନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ମାମଲା ସାମ୍ନାକୁ ଆସିବା ପରେ ବହୁ ବଡବଡ ନାମୀଦାମୀ ବଲିଉଡ୍ ହସ୍ତୀମାନେ ଏବେ ହରଡଘଣାରେ ପଡିଛନ୍ତି । ଡ୍ରଗ୍ସ ଲିଙ୍କ୍ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର୍, ରାକୁଳ୍ ପ୍ରୀତ୍ ସିଂହଙ୍କ ପରି ବହୁ ଅଭିନେତ୍ରୀମାନେ…
ଭୁବନେଶ୍ବର : କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାସ ୨୮ ତାରିଖରୁ ‘ରେଡିଓ ପାଠଶାଳା” କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସୋମବାରରୁ ଶୁକ୍ରବାର ସକାଳ ୧୦ଟାରୁ ୧୦.୧୫ ମିନିଟ୍ ପର୍ଯ୍ୟନ୍ତ ୧ମରୁ ୮ମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଆକାଶବାଣୀର ସବୁ କେନ୍ଦ୍ରରୁ ଏହା ପ୍ରସାରଣ ହେବ। ରାଜ୍ୟର ସମସ୍ତ ରେଡିଓ ଷ୍ଟେସନରୁ ଏକ ସମୟରେ ପ୍ରସାରଣ କରାଯିବ । https://twitter.com/IPR_Odisha/status/1310089070245158912?s=20 ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ରେଡିଓ ମାଧ୍ୟମରେ ଶିକ୍ଷା ଦିଆଯିବ। ସପ୍ତାହର ୫ ଦିନ ଏବଂ ପ୍ରତିଦିନ ୧୫ ମିନିଟ୍ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୮ ତାରିଖରୁ ‘ରେଡିଓ ପାଠଶାଳା’ ଆରମ୍ଭ ହେବାକୁ ଯାଉଛି। କେଉଁ ଦିନ କେଉଁ ଶ୍ରେଣୀର ପିଲାଙ୍କୁ କେଉଁ ବିଷୟରେ ଶିକ୍ଷା ଦିଆଯିବ, ସେନେଇ ବି ଯୋଜନା ପ୍ରସ୍ତୁତ ସରିଛି। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାପାଇଁ ଜଣେ ୫ ବର୍ଷର ଶିଶୁର ଗଳାକାଟି ହତ୍ୟା ଉଦ୍ୟମ ହୋଇଥିବା ଜୁନାଗଡ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଜୁନାଗଡ ଥାନାର ମାଳଗୁଣ୍ଡ ଗ୍ରାମର ଦଶରଥ ରଣା ଓ ତାଙ୍କ ସ୍ତ୍ରୀ ଲଳିତା ରଣାଙ୍କ ସହିତ ସେହି ଗ୍ରାମର ରାମଲାଲ ରଣାଙ୍କର ପୂର୍ବ ଶତ୍ରୁତା ଥିଲା । ଗତ ଶୁକ୍ରବାର ସନ୍ଧ୍ୟାରେ ଦଶରଥ ରଣାଙ୍କ ୫ବର୍ଷୀୟ ଝୀଅ ହେମାଙ୍ଗୀନି ନିଜ ଘର ନିକଟରେ ଖେଳୁଥିଲେ । ସୁଯୋଗ ଦେଖି ରାମଲାଲ ସେଠାକୁ ଯାଇ ଝିଅ ହେମାଙ୍ଗୀନିକୁ ପାଖକୁ ଡାକି ଧାରୁଆ ଛୁରୀରେ ତାର ବେକକୁ କାଟି ଦେଇଥିଲା । ଝିଅଟି ଚିତ୍କାର କରିବାରୁ ରାମଲାଲ ସେଠାରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ଝିଅଟିକୁ ପ୍ରଥମେ ଜୁନାଗଡ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦିନକରେ ଦେଶରେ ଆଉ 88 ହଜାରରୁ ଉର୍ଦ୍ଧ୍ବ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା 60 ଲକ୍ଷର ନିକଟତର ହୋଇଯାଇଛି । ଗତ 24 ଘଂଟାରେ ସାରା ଦେଶରେ 88 ହଜାର 6 ଶହ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1 ହଜାର 124ଜଣଙ୍କର ମୃତ୍ୟୁ ହୋଇଛି । । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା 59 ଲକ୍ଷ 92 ହଜାର 533କୁ ବୃଦ୍ଧି ହୋଇଯାଇଛି । ସେହିପରି ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା 94 ହଜାର 503କୁ ବୃଦ୍ଧିହୋଇଛି । ବର୍ତମାନ ଦେଶରେ ଆକ୍ଟିଭ୍ ମାମଲା ସଂଖ୍ୟା 9 ଲକ୍ଷ 56 ହଜାର 402 ରହିଛି । ସେହିପରି ସୁସ୍ଥ ସଂଖ୍ୟା 49 ଲକ୍ଷ 41 ହଜାର 628କୁ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରୁ ସର୍ବାଧିକ…
ଭୁବନେଶ୍ବର : ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଖୋଲିବ । ଆଜି ବିଶ୍ବ ପର୍ଯ୍ୟଟନ ଦିବସରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ସୂଚନା ଦେଇଛନ୍ତି । କୋଭିଡ୍ କଟକଣା ଭିତରେ ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବା ନେଇ ସୂଚନା ରହିଛି । କରୋନା ଯୋଗୁଁ ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ । ଅକ୍ଟୋବର ମାସରୁ ରାଜ୍ୟରେ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଖୋଲିବା ନେଇ ଯୋଜନା କରାଯାଇଛି । ତେବେ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତ୍ତି ନେବେ ବୋଲି ଜଣାଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ ରଖାଯାଇଥିଲା । ପୂର୍ବରୁ କେନ୍ଦ୍ର ସରକାର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଅନୁମତି ଦେଇଥିଲେ । ସେପ୍ଟେମ୍ବର 1 ତାରିଖରୁ କେନ୍ଦ୍ର…
ରମେଶ ମହାନ୍ତି ଜଗତସିଂହପୁର: ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳାବୋଳ ପଞ୍ଚାୟତ ନବଜ୍ୟୋତି ମହାସଂଘ ମିଶନ୍ ଶକ୍ତି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏରସମା-ବାଲିକୁଦା ବିଧାୟକ ତଥା ରାଜ୍ଯ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପଲ୍ଲୀଶ୍ରୀ ସାମଲ, ସଭ୍ୟା ସଲିମା ବିଶ୍ଵାଳ, ଜିଲ୍ଲାପରିଷଦ ସଭ୍ୟ ମହନି ରାଉତ, ସମାଜସେବୀ ସୁକାନ୍ତ ଦାସ, ଶ୍ରୀକାନ୍ତ ଦାସ, ପ୍ରଦୀପ୍ତ ସ୍ୱାଇଁ, ଶାନ୍ତନୁ କାନୁନଗୋ, ଦିଲ୍ଲୀପ କାନୁନଗୋ ପ୍ରମୂଖ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ : କରୋନାରେ ସଂକ୍ରମିତ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ। ନିଜେ ଉମାଭାରତୀ ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଏବେ ସଂଗରୋଧରେ ଅଛନ୍ତି । କରୋନାରେ ସଂକ୍ରମିତ ହେବା ପରେ ବନ୍ଦେ ମାତରମ୍ କୁଞ୍ଜରେ ସେ ସଙ୍ଗରୋଧରେ ରହିଥିବା ନେଇ ସୂଚନା ଦେଇଛନ୍ତି ଉମା ଭାରତୀ । ଯେଉଁମାନ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସମେସ୍ତ କରୋନା ଟେଷ୍ଟ କରାଇନେବା ସହିତ ସତର୍କତା ପାଳନ କରନ୍ତୁ ବୋଲି କହିଛନ୍ତି ଉମା ଭାରତୀ ।
କୋଲକାତା, ବର୍ତ୍ତମାନ ସିନେମା ହଲ, ପ୍ରେକ୍ଷାଳୟ, ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ, ଯାତ୍ରା, ମ୍ୟାଜିକ ସୋ ଏବଂ ସର୍କସ ପ୍ରଦର୍ଶନ ହେବ। ଅକ୍ଟୋବର ଏକ ତାରିଖରୁ ଏହା ଲାଗୁ ହେବ ବୋଲି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଟୁଇଟ କରି ଜଣାଇଛନ୍ତି। ତେବେ ଏଥିରେ ସେ ଏକ କଟକଣା ଜାରୀ କରିଛନ୍ତି। ତାହା ହେଲା ସର୍ବାଧିକ 50 ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯିବ। ସାଧାରଣ ଜୀବନଜୀବିକା ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ଗ୍ରହଣ କରିଛନ୍ତି। କୋଭିଡ19 ଯୋଗୁଁ ରାଜ୍ୟର ସମସ୍ତ ସିନେମା ହଲ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ମାର୍ଚ୍ଚ ମାସରୁ ବନ୍ଦ ରହିଛି। ବର୍ତ୍ତମାନ ପୂଜା ପାଖେଇ ଆସୁଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତି ନେଇଛନ୍ତି ବୋଲି ଜଣାପଡିଛି।

