ଭୁବନେଶ୍ବର: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦାବୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ,ଓଡ଼ିଶୀ ସଙ୍ଗୀତ ଦ୍ବିତୀୟ ଶତାବ୍ଦୀର ହୋଇଥିଲେ ମଧ୍ୟ ଭାରତ ସରକାରଙ୍କ ଏ ପର୍ଯ୍ୟନ୍ତ ଶାସ୍ତ୍ରୀୟ ମାନ୍ୟତା ଦେଇ ନାହାଁନ୍ତି। ଓଡିଶୀ ସଂଗୀତ ତାହାର ନିଜସ୍ବ ରାଗ ରହିଛି। ଏହା ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ଠାରୁ କୌଣସି ଗୁଣରେ କମ ନୁହେଁ। ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ସବୁ ପ୍ରକାରର ଗୁଣ ଓଡ଼ିଶୀ ସଙ୍ଗୀତର ରହିଛି। ତେଣୁ ଏହାକୁ କେନ୍ଦ୍ର ସଂସ୍କୃତି ବିଭାଗ ତରଫରୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଉ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୨. ତିର୍ତ୍ତୋଲ(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତି ଅନୁଯାଇ ନିର୍ବାଚନ ଆୟୋଗ ଭାରତ ସରକାରଙ୍କ ପତ୍ରସଂଖ୍ୟା – 64/0R/2020-ES-ll ତା ୧୦.୦୯.୨୦୨୦ ରିଖ ଅନୁଯାୟୀ ୧୦୮ ଗୋଟି ସହାୟକ ଭୋଟ୍ ଗ୍ରହଣ କେନ୍ଦ୍ରର ପୁନର୍ଗଠନ ଏବଂ ୫ଗୋଟି ଭୋଟ୍ ଗ୍ରହଣ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ ଅନୁମୋଦନ ଲାଭ କରିଛି। ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ପତ୍ରସଂଖ୍ୟା EC-Rev-PROG-0006-2000-3261 ତା ୦୨.୦୯.୨୦୨୦ରିଖ ଅନୁଯାୟୀ ୧୭୯ ଗୋଟି ଭୋଟ୍ ଗ୍ରହଣ କେନ୍ଦ୍ରର ନାମ ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ନିଜ ଭୋଟ୍ ଗ୍ରହଣ କେନ୍ଦ୍ର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଥିଲେ ଜିଲ୍ଲା ନିର୍ବାଚନ ଅଧିକାରୀ ଜଗତସିଂହପୁର, ସମ୍ପୃକ୍ତ ରିଟର୍ଣ୍ଣିଙ୍ଗ ଅଧିକାରୀ, ସମ୍ପୃକ୍ତ ପଞ୍ଚାୟତ ସମିତି, ସମ୍ପୃକ୍ତ ତହସିଲ କାର୍ଯ୍ୟାଳୟ ସହିତ ଯୋଗାଯୋଗ…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ତେରମାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତିନୋଟି ସନ୍ତାନ ସନ୍ତତି ଥିବା ପ୍ରଥମ ପତ୍ନୀକୁ ମାଡ ଗାଳିଦେଇ ବିଦା କରିଦେବା ପରେ ଲମ୍ପଟ ସ୍ୱାମୀ କରିଛି ଦ୍ୱିତୀୟ ବିବାହ। ଏକଥା ପ୍ରଥମ ପତ୍ନୀ ଜାଣିବା ପରେ ଆଜି ତିର୍ତ୍ତୋଲ ଥାନାରେ ସ୍ୱାମୀଙ୍କ ନାମରେ ଦେଇଛନ୍ତି ଏତଲା। ଅଭିଯୋଗ ଅନୁଯାୟୀ ପାଟକୁରା ତାଳସଙ୍ଗା ଗ୍ରାମର ଭାରତୀ ବେହେରା ତିର୍ତ୍ତୋଲ ଥାନା ଅଧିନସ୍ଥ ରାହାମା ତେରମାଣପୁର (କୋଟସାହି) ଗ୍ରାମର ରାଜିବ ବେହେରାଙ୍କୁ ୯ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ହେବାପରେ ମଧ୍ୟ ଅଧିକାଂଶ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିବା ସ୍ୱାମୀ ପୁନର୍ବାର ଯୌତୁକ ଦାବି କରି ବିଭିନ୍ନ ସମୟରେ ପତ୍ନୀଙ୍କ ସହିତ ମାଡପିଟ୍ କରୁଥିଲେ। ପତ୍ନୀ ନିଜର ବାପାଙ୍କୁ ଏସମ୍ପର୍କରେ ଜଣାଇଥିଲେ ହେଲେ ପରର ମୁଲ ମଜୁରି ଲାଗି ନିଜେ କଷ୍ଟମଷ୍ଟେ…
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଆସୁଛି ସମ୍ ଅଲ୍ଟିମେଟ୍ ମେଡିକେୟାର। ଏହି ଜଟିଳ ପରିସ୍ଥିତରେ ନିକଟରେ ସମ୍ରେ ଦୁଇଟି କିଡ୍ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି। ଉଭୟ ରୋଗୀ ଜଟିଳ କିଡ୍ନୀ ରୋଗର ପଂଚମ ସ୍ତରରେ ଥିବାରୁ ସେମାନଙ୍କର ସପ୍ତାହକୁ ୩ ଥର ହେମୋଡାଏଲେସିସ୍ କରାଯାଉଥିଲା। ସମସ୍ତ କୋଭିଡ-୧୯ ସଂକ୍ରାନ୍ତିୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଏହି ଲାଇଭ୍ ଡୋନୋର ପ୍ରତ୍ୟାରୋପଣ କରାଯାଇଛି। ଉଭୟ ଡୋନର ଏବଂ ରୋଗୀ ପ୍ରତ୍ୟାରୋପଣ ହେବାର ୧୦ ଦିନ ମଧ୍ୟରେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଥିବା ବେଳେ ସର୍ଜରୀ ପରେ ସେମାନେ ସୁସ୍ଥ ହେବାରେ ଲାଗିଛନ୍ତି। ସିନିୟର ୟୁରୋଲୋଜିଷ୍ଟ ଓ କିଡ୍ନୀ ପ୍ରତ୍ୟାରୋପଣ ସର୍ଜନ୍ ଡଃ ବିଶ୍ୱଜିତ୍ ନନ୍ଦ, ନେଫ୍ରୋଲୋଜିଷ୍ଟ ଡଃ ତାପସ କୁମାର ବେହେରା, ଡଃ ବିଶ୍ୱରଞ୍ଜନ ମହାନ୍ତି, ଆନେସ୍ଥେସିଓଲୋଜିଷ୍ଟ ଡଃ ସୁରୁପା ଦେବୀପ୍ରଦା ଏବଂ ଡଃ ଦୀପଙ୍କର ପଢ଼ିହାରୀ ଏହି ଦୁଇଟି କିଡ୍ନୀ ପ୍ରତ୍ୟାରୋପଣ ଟିମ୍ରେ ସାମିଲ୍…
ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୪୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୪୪ ଜଣ ସୁସ୍ଥ ହୋଇଥିଲା ବେଳେ ୪୯୬ ଜଣ କଟକରୁ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ ୧୮୩, ନୂଆପଡାରୁ ୧୭୯, ଝାରସୁଗୁଡାରୁ ୧୬୭, ବରଗଡରୁ ୧୭୪, ଯାଜପୁରରୁ ୧୫୯, ଅନୁଗୁଳରୁ ୧୪୪, ବାଲେଶ୍ବରରୁ ୧୪୨, ରାୟଗଡ଼ାରୁ ୧୩୮, ସୁନ୍ଦରଗଡରୁ ୧୨୮, କନ୍ଧମାଳରୁ ୧୨୬, ଜଗତସିଂହପୁରରୁ ୧୧୫, ନବରଙ୍ଗପୁରରୁ ୧୧୫, ସମ୍ବଲପୁରରୁ ୧୧୪, ମୟୂରଭଞ୍ଜରୁ ୧୦୯, ବୌଦ୍ଧରୁ ୧୦୧, କେନ୍ଦ୍ରାପଡାରୁ ୧୦୦, ଭଦ୍ରକରୁ ୮୯, କୋରାପୁଟରୁ ୮୮, କେନ୍ଦୁଝରରୁ ୭୩, ଢେଙ୍କାନାଳରୁ ୫୭, ସୋନପୁରରୁ ୫୬, ଗଞ୍ଜାମରୁ ୪୯, ବଲାଙ୍ଗିରିରୁ ୪୭, ନୟାଗଡରୁ ୪୪, କଳାହାଣ୍ଡିରୁ ୪୩, ମାଲକାନଗିରିରୁ ୪୦, ଗଜପତିରୁ ୩୨, ଦେବଗଡରୁ ୧୦ ଏବଂ ଷ୍ଟେଟ ପୁଲରୁ ୩୨୬ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର…
ଭୁବନେଶ୍ବର: ଓଡିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି। ରାଜ୍ୟରେ ବହୁ ନେତା ବିଧାୟକ, ମନ୍ତ୍ରୀ, ସାଂସଦ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ଆଉ ଜଣେ ମନ୍ତ୍ରୀଙ୍କ କୋଭିଡ଼ ପରୀକ୍ଷାରେ ପଜିଟିଭ ଆସିଥିବା ଜଣାପଡିଛି। ରାଜ୍ୟ କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ନିଜେ ମନ୍ତ୍ରୀ ପଜିଟିଭ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଯେଉଁ ମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସମସ୍ତେ ନିଜ ନିଜର କୋଭିଡ଼ ପରୀକ୍ଷା କରିବା ସହ କ୍ଵାରେଣ୍ଟିନରେ ରହିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଶ୍ରୀ ବେହେରା।
ଝାରସୁଗୁଡା : କରୋନା ସଂକ୍ରମଣ ରୋକିବାକୁ ବ୍ୟବସାୟୀ ସଂଘ ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲା ବାଣିଜ୍ୟ ସଂଘ ପକ୍ଷରୁ ବିଭିନ୍ନ ବଣିକ ସଂଘ ସହ ଆଲୋଚନା ହୋଇଛି । ଆଲୋଚନା କ୍ରମେ ସକାଳ 7ଟାରୁ ଦିନ 12ଟା ଯାଏ ବଜାର ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଝାରସୁଗୁଡାରେ କରୋନା ମାମଲାରେ ବୃଦ୍ଧି ଘଟିଛି । ଝାରସୁଗୁଡାରେ ମୋଟ୍ସଂକ୍ରମିତଙ୍କ ସଂଖ୍ୟା 3 ହଜାର 991ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 2 ହଜାର 927 । ସେହିପରି ଏବେ ସୁଦ୍ଧା ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1063 ରହିଛି ।
ଭୁବନେଶ୍ବର : ଗଞ୍ଜାମ ଜିଲ୍ଲା ପରେ ଏବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ରାଜଧାନୀ ଭୁବନେଶ୍ବରର ସ୍ଥିତି ମଧ୍ୟ ସଙ୍ଗୀନ୍ ରହିଛି । ଭୁବନେଶ୍ବର କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରେସ୍ ମିଟ୍ କରିଛନ୍ତି । ଭୁବନେଶ୍ବରରେ ଏବେ 3ହଜାର 683 ଆକ୍ଟିଭ୍ କେସ୍ ରହିଛି । ସହରର 75 ପ୍ରତିଶତ ଆକ୍ରାନ୍ତ ହୋମ୍ ଆଇସୋଲେସନ୍ରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିଶନର । 10 ହଜାର ଲୋକେ ହୋମ୍ ଆଇସୋଲେଟ୍ରେ ରହି ସାରିଛନ୍ତି । 10 ହଜାର ଲୋକଙ୍କ ମଧ୍ୟରୁ 7 ହଜାର ସୁସ୍ଥ ହୋଇ ସାରିଲେଣି ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିଶନର । ଭୁବନେଶ୍ବରରେ ଆଉ 60 କୋଭିଡ୍ ଆଇସିୟ ବେଡ୍ ବୃଦ୍ଧି କରାଯାଇଛି। ଭୁବନେଶ୍ବରରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ବିଏମ୍ସି…
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ବେଶ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କସଂଖ୍ୟା 2 ଲକ୍ଷ ଅତିକ୍ରାନ୍ତ କରିସାରିଛି। ସେହିପରି ମୃତ୍ୟୁ ସଂଖ୍ୟା 800 ନିକଟତର ହେଲାଣି। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। କରୋନା ସଂକ୍ରମଣ ରୋକିବାକୁ ନୟାଗଡ ସହର 2 ଦିନ ସଟ୍ଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ସୋମ ଓ ମଙ୍ଗଳବାର ଦିନ ନୟାଗଡ ସହର ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। ବନ୍ଦ ରହୁଥିବା ଦୁଇ ଦିନ ସାରା ସହରକୁ ବିଶୋଧନ କରାଯିବା ନେଇ ଘୋଷଣା କରାଯାଇଛି।
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲକୁ ରଦ୍ଦ କରିବା ଦାବିରେ ସାରା ଦେଶରେ ବନ୍ଦ ଏବଂ ପ୍ରତିରୋଧ ଆନ୍ଦୋଳନକୁ ସମର୍ଥନ କରି “ଆମ ଜନତା ଅଧିକାର” ଆଜି ଧାରଣା ଓ ବିକ୍ଷୋଭ କରିଛି। କରୋନା ମହାମାରୀ ସମୟରେ ସଂସଦରେ ଏହି ସବୁ ବିଲ ସଂସଦରେ ଵିଧି ବ୍ୟବସ୍ଥା ଏବଂ ସାଂସଦମାନଙ୍କର ଭୋଟ ଦେବା ଅଧିକାରକୁ ଅସ୍ବୀକାର କରି ଅତି ତରବରିଆ ଭାବେ ଧ୍ୱନିମତରେ ପାରିତ କରାଇଛନ୍ତି ସରକାର। ମୋଦି ସରକାର କର୍ପୋରେଟମାନଙ୍କ ସ୍ୱାର୍ଥ ନିମନ୍ତେ ଅତି ନିର୍ଲଜ ଭାବେ ସମ୍ବିଧାନର ନଗ୍ନ ଉଲଂଘନ କରିଛନ୍ତି। ସଂସଦ ଏବଂ କୃଷକମାନଙ୍କ ପାଇଁ ଏହା ଏକ କଳା ଅଧ୍ୟାୟ ସୃଷ୍ଟି କରିଛି। କୃଷକମାନଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାର ସର୍ବନାଶକାରୀ ନୀତି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ବୋଲି ଆରୋପ କରିଛନ୍ତି ଆମ ଜନତା ଅଧିକାରର ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି। ଏହି ବିଲକୁ ବିରୋଧ କରି…
ଭୁବନେଶ୍ବର : ରାଜ୍ୟର 5ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳ ଜିଲ୍ଲା । ସେହିପରି ଘୂର୍ଣ୍ଣିଝଡ ଓ ବଜ୍ରପାତ ନେଇ 17ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।
ଭୁବନେଶ୍ବର : ବିଧାନସଭା ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ, 29 ତାରିଖ ପୂର୍ବାହ୍ନ 11ଟାରୁ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନ ଶୋକ ପ୍ରସ୍ତାବ ଉପରେ ଗୃହ ପ୍ରଥମ ସେସନ ମୁଲତବୀ ହେବ । ପ୍ରଥମ ଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ଅନ୍ୟ ଦିନମାନଙ୍କରେ ସକାଳ10ଟା 30ରୁ ଅପରାହ୍ନ 1ଟା ଏବଂ 3ଟାରୁ 5ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଅନୁଷ୍ଠିତ ହେବ । ଦୈନିକ ମୋଟ ସାଢେ ଚାରି ଘଣ୍ଟା ବିଧାନସଭା ଗୃହ କାର୍ଯ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି । କାଲି ସକାଳ 8ଟାରୁ ବିଧାନସଭା ପରିସରରେ କୋଭିଡ୍ ପରୀକ୍ଷା ହେବ । ବିଧାନସଭା କର୍ମଚାରୀ ଓ ବିଧାୟକଙ୍କର କୋଭିଡ୍ ଟେଷ୍ଟ ହେବ । ତେବେ ଚଳିତ ମୌସୁମୀ ଅଧିବେଶନରେ…
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବାବେଳେ ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପମାନ ନେଉଛନ୍ତି । ହେଲେ ବର୍ତ୍ତମାନ କରୋନା ସମୟରେ ସମସ୍ତ ଦେଶବାସୀ ଯଥା ସମ୍ଭବ ନିଜ ଘରେ ରହି ଯୋଗ, ପ୍ରାଣାୟମ, ବ୍ୟାୟାମ, ଖେଳକୁଦ ଆଦି କରି ନିଜ ଶରୀରକୁ ସୁସ୍ଥ ରଖନ୍ତୁ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଉଛନ୍ତି। ହେଲେ ଏହି ବାର୍ତ୍ତା ଜନସାଧାରଣଙ୍କ ନିକଟକୁ ପହଞ୍ଚାଇବା ପାଇଁ ଟାଙ୍ଗୀ ତହସିଲଦାରଙ୍କ ତରଫରୁ ଏକ ଅଭିନବ ପ୍ରୟାସ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆୱାହନ କ୍ରମେ ଆଜି ଟାଙ୍ଗୀ ତହସିଲ ଏବଂ ପଞ୍ଚାୟତ ସମିତି ପ୍ରଶାସନର ମିଳିତ ସହଯୋଗରେ ଫିଟ ଇଣ୍ଡିଆ ମୁଭମେଣ୍ଟ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଗଣଦୌଡ଼ ର ଆୟୋଜନ କରାଯାଇଥିଲା। ଟାଙ୍ଗୀ ତହସିଲଦାର ଶ୍ରୀ ଅଶ୍ୱିନୀ ଦାସଙ୍କ ନେତୃତ୍ୱରେ ଉକ୍ତ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣଦୌଡରେ ଟାଙ୍ଗୀ ତହସିଲ…
ନୂଆଦିଲ୍ଲୀ : ଆରପାରିରେ ଲୋକପ୍ରିୟ ଗାୟକ ଏସ୍. ପି. ବାଲ୍ସୁବ୍ରମଣ୍ୟମ୍। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ 74 ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବାଲ୍ ସୁବ୍ରମଣ୍ୟମ୍ । ଅଗଷ୍ଟ ପ୍ରଥମ ସପ୍ତାହରୁକରୋନାରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ବାଲସୁବ୍ରମଣ୍ୟମ୍ । 6ଟି ଜାତୀୟ ପୁରସ୍କାର ପ୍ରାପ୍ତ ବାଲସୁବ୍ରମଣ୍ୟମ୍ 16ଟି ଭାଷାରେ ପ୍ରାୟ 40 ହଜାରର ଗୀତ ଗାଇ ଗିନିଜ୍ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇଥିଲେ। ଲୋକପ୍ରିୟ ସଙ୍ଗୀତଜ୍ଞ ଇଲୈୟାରାଜା, ଏ. ଆର ରେହମାନ୍ ଓ ଅନ୍ୟ ବହୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ବହୁ ଗୀତ ଗାଇଛନ୍ତି ବାଲ୍ସୁବ୍ରମ୍ୟମ୍ । କେବଳ ଜଣେ ଗାୟକ ନୁହେଁ, ଅଭିନେତା, ପ୍ରଯୋଜକ ତଥା ଜଣେ ଭଏସ୍ ଆକ୍ଟର ରୂପେ ସେ ବେଶ୍ ପରିଚିତ । ସଙ୍ଗୀତ ତଥା ସିନେମା ଜଗତ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ, ପଦ୍ମଭୂଷଣ ପରି ମର୍ଯ୍ୟଦାଜନକ ପୁରସ୍କାର ସମ୍ମାନିତ ହୋଇଛନ୍ତି ବାଲ…
ଭୁବନେଶ୍ବର, ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ବିଜୁ ଜନତା ଦଳର ଛାତ୍ର ବ୍ୟାପରରେ ଥିବା ବିଧାୟକ ବ୍ୟୋମକେଶ ରାୟ ଏହି ତାଲିକା ପ୍ରକାଶ କରିଛନ୍ତି। ତାଲିକା ଅନୁସାରେ ବିଜୁ ଛାତ୍ର ଜନତା ଦଳରେ 3 ଜଣ କାର୍ଯ୍ୟକାରୀ ସଭାପତି, 3 ଜଣ ବରିଷ୍ଠ ଉପସଭାପତି, 11 ଜଣ ଉପସଭାପତି, 40 ଜଣ ସାଧାରଣ ସଂପାଦକ ଏବଂ 44 ଜଣ ସଂପାଦକଙ୍କୁ ନିଆଯାଇଛି।
ସୀତାରାମ ଅଗ୍ରୱାଲ ବାଣପୁର: ଦେଶରେ ନୂତନ କୃଷି ବିଲ୍କୁ ନେଇ ସାରା ଭାରତ ବର୍ଷରେ ବିରୋଧ ଚାଲିଥିବାବେଳେ ବାଣପୁର ଅଞ୍ଚଳରେ ସାର କଳାବଜାରୀକୁ ନେଇ ଶହ ଶହ ଚାଷୀ ଅନଶନ କରିଥିବାର ଦେଖିବାକୁ ମିଳିଛି। ଚାଷୀଙ୍କୁ ରାସାୟନିକ ସାର ମିଳୁନଥିବାରୁ ଚାଷୀଙ୍କ ଦ୍ଵାରା ତୀବ୍ର ଅସନ୍ତୋଷ ଦେଖାଯାଇଛି। ଏନେଇ ବାଣପୁରର ତିନିଶହରୁ ଅଧିକ ଚାଷୀ ରାସ୍ତା ଅବରୋଧ କରିବା ସହ ବାଣପୁର ଖୋର୍ଦ୍ଧା ସମବାୟ ସମିତି ଆଗରେ ପ୍ରତିବାଦ କରୁଛନ୍ତି। ଉକ୍ତ ପ୍ରତିବାଦରେ ବ୍ଲକ କୃଷି ଅଧିକାରୀ ଅଜୟ କୁମାର କରଙ୍କ ଉପରେ ଅଭିଯୋଗ ଆଣିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ସାର ମିଳିବା ନେଇ ସମ୍ପୃକ୍ତ କୃଷି ଅଧିକାରୀ ଜଣକ ଚାଷୀଙ୍କ ପ୍ରତିଶ୍ରୁତି ଦେଉଥିବାବେଳେ ତାହା ମିଳିପାରୁନାହିଁ। କ୍ରମାଗତ ପାଞ୍ଚ ଦିନ ହେବ ଚାଷୀମାନେ ସୋସାଇଟିକୁ ଆସି ସାର ନ ପାଇ ଫେରି ଯାଉଛନ୍ତି। କୃଷି ଅଧିକାରୀ ଓ ଡିଲର୍ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀମାନେ ସାର ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି…
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିହାର ନିର୍ବାଚନ । ଅକ୍ଟୋବର 28 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟର 71ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ନଭେମ୍ବର 10 ତାରିଖରେ ନିର୍ବାଚନ ପରିଣାମ ଆସିବ ବୋଲି ସୂଚନା ରହିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର 3 ତାରିଖରେ ଅନୁଷ୍ଠିତ ହେବ। ସେହିପରି ତୃତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର 7 ତାରିଖରେ ଅନୁଷ୍ଠିତ ହେବ। ବିହାରର 243 ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର 29 ତାରିଖକୁ ଶେଷ ହେବାକୁ ଯାଉଛି । 2015 ମସିହାରେ ନିତିଶ କୁମାରଙ୍କ ଜେଡିୟୁ ପାର୍ଟି ଓ ଆରଜେଡି ପାର୍ଟି ନିର୍ବାଚନ ଲଢିଥିଲେ । ମାତ୍ର ଦୁଇ ବର୍ଷ ପରେ ଏହି ମେଣ୍ଟ ଭାଙ୍ଗି ଯାଇଥିଲା । ଏହା ପରେ ଜେଡିୟୁ ଏବଂ…
ନୂଆଦିଲ୍ଲୀ: ଭାରତରେ କରୋନାର ସ୍ଥିତି ସଙ୍ଗୀନ ଥିବା ସମୟରେ ବିହାର ସମେତ ଅନ୍ୟ ରାଜ୍ୟର ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏନେଇ ଆଜି ନିର୍ବାଚନ କମିଶନର ସୁନୀଲ୍ ଅରେରା ତାରିଖ ଘୋଷଣା କରୁଛନ୍ତି। ଏହି ସମୟରେ କରୋନାକୁ ଦୃଷ୍ଟିରେ ନିର୍ବାଚନ କମିଶନର ନିର୍ବାଚନକୁ ନେଇ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ତେବେ ତାରିଖ ଘୋଷଣା କରିବା ସହ କରୋନା କାଳକୁ ଦୃଷ୍ଟିରେ ରଖି ଭୋଟ୍ ଗ୍ରହଣ, ପ୍ରାର୍ଥୀପତ୍ର ଦାଖଲରେ ମଧ୍ୟ କେତେକାଂଶରେ ପରିବର୍ତ୍ତନ କରାଯାଇଛି। କରୋନା ସଂକ୍ରମଣ ସମୟରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଥିବାରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି। ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଅନଲାଇନ୍ରେ ପ୍ରାର୍ଥୀ ପତ୍ର ଦାଖଲ କରିବେ। ସେହିପରି ଏହି ଭୋଟ୍ରେ ପ୍ରାୟ 6 ଲକ୍ଷ ପିପିଇ କିଟ୍ ବ୍ୟବହୃତ ହେବ ବୋଲଇ ସୂଚନା ରହିଛି। ବୁଥରେ ଭୋଟରଙ୍କ ସଂଖ୍ୟା ହ୍ରାସ କରାଯାଇଛି। ସେହିପରି ଭୋଟ୍ ଗ୍ରହଣ ସମୟ ସୀମା ବି 1 ଘଣ୍ଟା ବୃଦ୍ଧି କରାଯାଇଛି। ସକାଳ…
ନୂଆଦିଲ୍ଲୀ, ଆଜି କେନ୍ଦ୍ର ସରକାର ଓଡିଶାର ବିଦ୍ୟୁତ ବଣ୍ଟନ କଂପାନୀକୁ ଏକ ବଡ ରିହାତି ପ୍ରଦାନ କରିଛନ୍ତି। ଏଥିରେ ଏନଏଚପିସିକୁ ୩.୭୮ କୋଟି, ଏନଟିପିସିକୁ ୫୬.୮ କୋଟି ଏବଂ ପିଜିସିଆଇଏଲକୁ ୨୪.୩୫ କୋଟି ରିହାତି ଦିଆଯାଇଛି। ଏହିପରି ମୋଟ ୮୪ କୋଟି ଟଙ୍କା ରିହାତି ପ୍ରଦାନ କରାଯାଇଛି। ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଲାଘବ କରିବା ପାଇଁ ଏହି ରିହାତି ଦିଆଯାଇଛି। ଏହାଦ୍ବାରା ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାମାନେ ଅଧିକ ଉପକୃତ ହେବେ। କରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ୍ ସରବରାହ ଲକ୍ଷ୍ୟ ରଖି ଏହି ରିହାତି ପ୍ରଦାନ କରାଯାଇଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏବଂ ଶକ୍ତିମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଦମୋହଠାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସନକୁଇଆ ଗ୍ରାମର ଜଣେ ବ୍ୟକ୍ତି ନିଜ ଶଶୁର ଓ ଶାଳୀଙ୍କୁ ଜୀବନରୁ ମାରି ଦେଇଥିବାର ସୂଚନା ରହିଛି । ଅପରପକ୍ଷରେ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୋଲିସ୍ କହିବାନୁସାରେ ସ୍ତ୍ରୀ ଶଶୁରାଳୟକୁ ନ ଯିବା କାରଣରୁ ଏପରି କ ଘଟଣାଘଟିଛି । ମିଳିଥିବା ସୂଚନା ଅନୁସାରେ ସନକୁଇଆ ଗ୍ରାମରେ ରହୁଥିବା ଦ୍ରୌପଦୀ ଅହରଓ୍ବାଲ ପନ୍ନ ଜିଲ୍ଲାର ସିମରିଆ ଥାନା ନିକଟସ୍ଥ ଏକ ଗ୍ରାମରେ ହୋଇଥିଲା । ବିବାହ ପରେ ବି ଦ୍ରୌପଦୀ ନିଜ ବାପ ଘରେ ହିଁ ରହୁଥିଲେ । ନିଜ ସ୍ତ୍ରୀକୁ ନେବା ପାଇଁ ଦ୍ରୌପଦୀଙ୍କ ସ୍ବାମୀ ବହୁ ବାର ଶଶୁର ଘରକୁ ଆସୁଥିଲେ ମଧ୍ୟ ସେ ତାଙ୍କ ସ୍ବାମୀଙ୍କ ସାଙ୍ଗରେ ଯାଉନଥିଲେ । ଏହି ଘଟଣାକୁ ନେଇ…
ଭୁବନେଶ୍ବର, ଆଜି ବିଧାନସଭାର କନଫ୍ରେନସ ହଲରେ ସର୍ବଦଳୀୟ ବୈଠକ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଆସନ୍ତା 29 ତାରିଖରେ ଏଥର ମୌସୁମୀ ଅଧିବେସନ ଆରମ୍ଭ ହେବ। ତେବେ କୋଭିଡ ମହାମାରି ଭିତରେ ଏହି ଅଧିବେଶନ କିପରି ହେବ ସେ ନେଇ ଆଲୋଚନା ଚାଲିଛି। ଏଥିରେ ସଂସଦୀୟ ମନ୍ତ୍ରୀ ବିକ୍ରକେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ ନାୟକ, କଂଗ୍ରେସର ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇଛନ୍ତି।

