Author: Samikhsya Bureau

ଲକ୍ଷ୍ନୌ: ଆଜି ଯୋଗୀ ଆଦିତ୍ୟନାଥ ସରକାର ହାଥ୍ରାସ ଘଟଣାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିଛନ୍ତି ଯେଉଁଥିରେ ଜଣେ ୧୯ ବର୍ଷର ଦଲିତ ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା ଏବଂ ପରେ ସେ ମୃତ୍ୟୁବରଣ କରିଥିଲେ। ସରକାରୀ ସୂତ୍ର ଅନୁଯାୟୀ ଏହି ଏସଆଇଟିରେ ଗୃହ ସଚିବ ଭଗବାନ୍ ସ୍ଵରୂପ, ଡିଜି ଚନ୍ଦ୍ର ପ୍ରକାଶ ଏବଂ ଆଇପିଏସ୍ ଅଧିକାରୀ ପୁନମ ରହିବେ। ଏସଆଇଟି ଶୀଘ୍ର ଏହାର ରିପୋର୍ଟ ଦାଖଲ କରିବ। ପୀଡିତାଙ୍କୁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ସମସ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି। ସୂଚନା ଯୋଗ୍ୟ ଯେ, ସେପ୍ଟେମ୍ବର ୧୪ରେ କ୍ଷେତରୁ ଚାରା ସଂଗ୍ରହ କରିବାକୁ ଯାଇଥିବା ବେଳେ ଜଣେ ଦଲିତ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗରେ ରାଜ୍ୟ ସରକାର ସମାଲୋଚନାର ସମ୍ମୁଖୀନ ହୋଇଥିଲେ।…

Read More

ନୂଆଦିଲ୍ଲୀ: ଦେଶରେ ଦିନକରେ ୮୦ ହଜାର ୪୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ସଂଖ୍ଯାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ଲକ୍ଷ ୨୫ ହଜାର ୭୬୪କୁ ବୃଦ୍ଧି ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ୧୧୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଦେଶରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ ହଜାର ୪୯୭ ରେ ପହଞ୍ଚିଛି। ଦେଶରେ ମୋଟ ସକ୍ରିୟ ମାମଲା ୯ ଲକ୍ଷ ୪୦ ହଜାର ୪୪୧ ରହିଥିବା ବେଳେ ସୁସ୍ଥ ହେଲେଣି ୫୧ ଲକ୍ଷ ୮୭ ହଜାର ୮୨୬ ଜଣ ଆକ୍ରାନ୍ତ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି। ଗତ ଦୁଇ ଦିନରେ କରୋନ ପରୀକ୍ଷା ହ୍ରାସ ପାଇଥିବା ବେଳେ ଆଜି କିନ୍ତୁ ତାହା ବୃଦ୍ଧି ପାଇ ୫୦ ହଜାର ଉପରେ ପହଞ୍ଚିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦ ହଜାର ୧୪୭ କରୋନା ପରୀକ୍ଷା ହୋଇଥିବା ସୂଚନା ରହିଛି। ୫୦ ହଜାର ୧୪୭ କରୋନା ପରୀକ୍ଷା ମଧ୍ୟରୁ ୬ ହଜାର ୮୯୯ ଟି ଆରଟିପିସିଆର ପରୀକ୍ଷା ହୋଇଥିବା ବେଳେ ୪୩ ହଜାର ୧୮୮ ଟି ଆଣ୍ଟିଜେନ ପରୀକ୍ଷା ଏବଂ ୬୦ ଟି ଟ୍ରୁନଟ ପରୀକ୍ଷା କରାଯାଇଛି।

Read More

କଟକ, କୋଭିଡ କଟକଣା ପାଇଁ ଏଥର ଦୁର୍ଗା ପୂଜାରେ ମୂର୍ତ୍ତିର ଉଚ୍ଚତା 4 ଫୁଟ ମଧ୍ୟରେ ରହିବ। ପ୍ରଶାସନର ଏପରି ନିଷ୍ପତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି କେତେକ ପୂଜା ସମିତି। ଆଜି ଏହି ମାମଲାର ଶୁଣାଣି ହାଇକୋର୍ଟରେ ହେବ ବୋଲି ତାଲିକା ଭୁକ୍ତ ହୋଇଛି। ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି କୋର୍ଟରେ ଏହାର ବିଚାର ହେବ ବୋଲି ବରିଷ୍ଠ ଓକିଲ ବିଭୂତି ଚୌଧୁରୀ କହିଛନ୍ତି।

Read More

ଭୁବନେଶ୍ବର, ପୂର୍ବ ବିହାର ଏବଂ ପଶ୍ଚିମ ବଂଗର ବଙ୍ଗୋବ ସାଗରରେ ଏକ ବାତ୍ୟାବଳୟ ସୃଷ୍ଟି ହୋଇଥିବାରୁ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାର ପ୍ରଭାବ ଆଜିଠାରୁ  ଅନୁଭୂତ ହେବ। ଫଳରେ ଓଡିଶାରେ 16 ଟି ଜିଲ୍ଲାରେ ୱେଲୋ ୱାର୍ଣ୍ଣି ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ରାୟଗଡା, କନ୍ଧମାଳ, କେଉଁଝର, ମୟୁରଭଂଜ ଏବଂ କୋରାପୁଟ। ତେବେ 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା ଗଂଜାମ, ଗଜପତି, ପୁରୀ, ନୟାଗଡ ଏବଂ କନ୍ଧମାଳ। ଏସବୁ ଦୃଷ୍ଟିରେ ରଖି ଏସଆରସି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖି ଜଣାଇ ଦେଇଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ନିକଟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହପୁର ଗ୍ରାମପଞ୍ଚାୟତରେ ଦୁଇ ଜଣ ମୃତ ବ୍ୟକ୍ତିଙ୍କ ଚାରି ଚାରି ବର୍ଷ ଯାଏଁ ରାସନ କାର୍ଡ କାର୍ଯ୍ୟକ୍ଷମ ରହିଥିବାର ଦେଖିବାକୁ ମିଳିଥିଲା। ଏହି ଖବର ଆମେ ପ୍ରସାରଣ କରିବାପରେ ଚଳଚଞ୍ଚଳ ହୋଇଉଠିଥିଲା ଉଭୟ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ। ଯୋଗାଣ ନିରୀକ୍ଷକଙ୍କୁ ବି.ଡ଼ି.ଓ ରିପୋର୍ଟ ମାଗିଥିବାବେଳେ ଜିଲ୍ଲାପାଳ ଉକ୍ତ ଘଟଣାର ତଦନ୍ତ ଉପଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ। ଖବର ପ୍ରସାରଣ ହେବାର ଚାରି ଘଣ୍ଟା ପରେ ଯୋଗାଣ ନିରୀକ୍ଷକ ମୃତ ଦୁଇ କାର୍ଡଧାରୀଙ୍କ ନାମକୁ ପି.ଡ଼ି.ଏସ ଓଡିଶା ୱେବସାଇଟରୁ କାଟିଦେଇଥିଲେ ଏବଂ ବି.ଡ଼ି.ଓ ଙ୍କୁ ଲିଖିତ ଉତ୍ତର ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ ଉକ୍ତ ପଞ୍ଚାୟତର ଅନେକ ମୃତ ବ୍ୟକ୍ତିଙ୍କ ନାମ ରାସନ କାର୍ଡ ତାଲିକାରେ ଦେଖିବାକୁ ମିଳିଛି ଯାହା ଆଜି ବି ସକ୍ରିୟ ଅଛି। ପୁଣି ମାନସିଂହପୁର ପଞ୍ଚାୟତରୁ ଗୋଟେ କିମ୍ବା ଦୁଇଟା ନାଇଁ ଛଅ ଗୋଟି ରାସନ…

Read More

ଅନୁଗୁଳ, ଆଜି କଟକ ଭିଜିଲାନସ ଡିଭିଜନ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଫିସର ବା ପିଇଓ ଙ୍କୁ ଲାଞ୍ଚନେଲା ବେଳେ ଧରିଛନ୍ତି। ସେ ପଞ୍ଚାୟତ ଅଫିସ ଭିତରେ ଜଣଙ୍କର ଏକ ଲକ୍ଷ କୋଡିଏ ହଜାର ଟଙ୍କା ବିଲ ପାଶ କରିବା ପାଇଁ ଏହି ଲାଞ୍ଚ ଗ୍ରହଣ କରୁଥିଲେ। ସେ ହେଉଛନ୍ତି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ସଂଜୁମୋରା ପଞ୍ଚାୟତର ପିଇଓ। ତାଙ୍କ ନାମ ହେଉଛି ନିର୍ଭୟ ପ୍ରଧାନ। ସେ ନିମିତ୍ରି ଗ୍ରାମର ଜୟନ୍ତ ବିଶ୍ବାଳଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଲ ପାଶ କରିବା ପାଇଁ ଏହି ଲାଞ୍ଚ ଗ୍ରହଣ କରୁଥିଲେ। ଭିଜିଲାନସ ତାଙ୍କଠାରୁ କେମିକାଲ ବୋଳା ଟଙ୍କା ଜବତ କରିବା ସହ ଗିରଫ କରି କୋର୍ଟ ଚାଲଣ କରିଛନ୍ତି।

Read More

ଭୁବନେଶ୍ୱର, ଚଳିତ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ୨୦୧୮ ମସିହାରେ ସମଗ୍ର ଦେଶରେ ପୋଷଣ ଅଭିଯାନର ଶୁଭାରମ୍ଭ ହେବା ପରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବେ ପାଳନ କରାଯାଉଛି। ଗୋଷ୍ଠୀ ସହଭାଗିତାରେ ଏହି ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ସ୍ୱାସ୍ଥ୍ୟରକ୍ଷା ପାଇଁ ଉତ୍ତମ ପୋଷଣ ଅଭ୍ୟାସର ଆବଶ୍ୟକତା ସଂ ପର୍କରେ ସଚେତନତା ସୃଷ୍ଟି ଏବଂ ଏହି ବାର୍ତ୍ତାକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ପୋଷଣ ମାସ ପାଳନରେ ଅଗ୍ରାଧିକାର ବିଷୟ ହେଉଛି ଗୁରୁତର ପୁଷ୍ଟିହୀନ ଶିଶୁ (ସାମ୍‌), ମଧ୍ୟମ ଧରଣର ପୁଷ୍ଟିହୀନ ଶିଶୁ (ମାମ୍‌) ଏବଂ ଗୁରୁତର କମ୍‌ ଓଜନ ବିଶିଷ୍ଟ ଶିଶୁମାନଙ୍କ ଚିହ୍ନଟ ସହ ସେମାନଙ୍କୁ ଶୀଘ୍ର ଚିକିତ୍ସା ପ୍ରଦାନ…

Read More

ଭୁବନେଶ୍ବର, ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇ ଉପନିର୍ବାଚନ ପାଇଁ ନିର୍ବାଚନ ଖର୍ଚ୍ଚ ତଦାରଖ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି। ସେ ହେଉଛନ୍ତି ଆଇପିଏସ ଅଫିସର ପ୍ରବୀଣ କୁମାର। ପ୍ରବୀଣ ବର୍ତ୍ତମାନ ପୋଲିସ ମୁଖ୍ୟାଳୟରେ ଆଇନ ଶୃଙ୍ଖଳା ଆଇଜି ଅଛନ୍ତି। ଏ ନେଇ ନିର୍ବାଚନ ଅଧିକାରୀ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କୌଣସି ପ୍ରାର୍ଥୀ ଯଦି କିଛି ଖର୍ଚ୍ଚ ସଂକ୍ରାନ୍ତ ବେନିୟମ କାମ କରୁଛନ୍ତି ତେବେ ସାଧାରଣ ଲୋକେ ସିଧା ତାଙ୍କୁ ଫୋନ କରି ଜଣାଇପାରିବେ। ସେଥିପାଇଁ ନିର୍ବାଚନ ଅଧିକାରୀ ତାଙ୍କର ଫୋନ ନମ୍ବର ମଧ୍ୟ ଜାରୀ କରିଛନ୍ତି। ସେହି ନମ୍ବର ହେଲା ଅଫିସ- 0671-2304445 ମୋବାଇଲ- 8331908200

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ନମାମୀ ଗଙ୍ଗେ ମିଶନ ଅନ୍ତର୍ଗତ ଉତ୍ତରାଖଣ୍ଡରେ ୬ଟି ବୃହତ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଦୀ ହରିଦ୍ୱାରଠାରେ ଗଙ୍ଗା ନଦୀ ତଟରେ ପ୍ରଥମ ଥର ପାଇଁ ‘ଗଙ୍ଗା ଅବଲୋକନ’ ସଂଗ୍ରହାଳୟର ଉଦଘାଟନ କରିଥିଲେ। ସେ ଏକ ପୁସ୍ତକ ରୋଇଙ୍ଗ ଡାଉନ ଗଙ୍ଗେସ ଏବଂ ଜଳ ଜୀବନ ମିଶନର ନୂଆ ଲୋଗୋକୁ ମଧ୍ୟ ଜାରି କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଳ ଜୀବନ ମିଶନ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଏବଂ ଜଳ ସମିତି ଲାଗି ଉପଯୋଗୀ ‘ମାର୍ଗଦର୍ଶିକା’ ମଧ୍ୟ ଜାରି କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳ ଜୀବନ ମିଶନର ଉଦ୍ଦେଶ୍ୟ ଦେଶର ପ୍ରତ୍ୟେକ ଘରେ ନଳ ଜରିଆରେ ଜଳ ଉପଲବ୍ଧ କରାଇବା। ମୋଦୀ କହିଥିଲେ ଯେ ନୂଆ ଲୋଗୋ ପାଣିର ଗୁରୁତ୍ୱକୁ ବୁଝି ଗୋଟିଏ ଗୋଟିଏ ବୁନ୍ଦା ଜଳ ସଂରକ୍ଷଣ ଲାଗି ଅନୁପ୍ରାଣିତ କରିବ। ମୋଦୀ କହିଥିଲେ…

Read More

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଏହି ସଂକ୍ରମଣରେ ଦେଶରେ ବହୁ ନେତା ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଆଜି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଉପରାଷ୍ଟ୍ରପତି କରୋନା ପରୀକ୍ଷାରେ ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି। ଟ୍ବିଟ ଯୋଗେ ନିଜେ ସୂଚନା ଦେଲେ ଉପରାଷ୍ଟ୍ରପତି ଭେଙ୍କିୟା। ହେଲେ ଉପରାଷ୍ଟ୍ରପତି ସୁସ୍ଥ ଅଛନ୍ତି ଏବଂ ତାଙ୍କର କୌଣସି ଲକ୍ଷଣ ନଥିବା ଖବର ମିଳୁଛି। ସେଥିପାଇଁ ଉପରାଷ୍ଟ୍ରପତିଙ୍କୁ ହୋମ କ୍ଵାରେଣ୍ଟିନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।

Read More

ଭୁବନେଶ୍ବର, ଓଡିଶାର ଦୁଇଟି ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ଆସନରେ ଉପନିର୍ବାଚନ ହେବ। ଏ ନେଇ ଆଜି ଉପନିର୍ବାଚନର ସମସ୍ତ ତଥ୍ୟ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦାନ କରିଛନ୍ତି। ସେହି ଅନୁସାରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଭୋଟଗ୍ରହଣ । ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପକ୍ରିୟା ନିମ୍ନ ତାରିଖ ଧାର୍ଯ୍ୟ କରାଯାଇଛି। ଅକ୍ଟୋବର ୯- ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି ଅକ୍ଟୋବର ୧୬- ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୭- ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଅକ୍ଟୋବର ୧୯-ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ନଭେମ୍ବର ୩-ଭୋଟଗ୍ରହଣ ନଭେମ୍ବର ୧୦-ଭୋଟଗଣତି ନଭେମ୍ବର ୧୨- ସମସ୍ତ ନିର୍ବାଚନ ପକ୍ରିୟା ଶେଷ ହୋଇ ଆଚରଣ ବିଧି ପ୍ରତ୍ୟାହାର ତେବେ ଏଥର ଭୋଟ ଗ୍ରହଣ ପକ୍ରିୟା ପୁରା କୋଭିଡ କଟକଣା ଭିତରେ କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ସେହି ଅନୁସାରେ ୧-ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ଉଭୟ ଅନଲାଇନ୍…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରେ ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଜଗତସିଂହପୁର ବ୍ଲକରୁ ସର୍ବାଧିକ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ମହାନଗରରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ନାଉଗାଁରୁ ୧୧ ଜଣ, ବାଲିକୁଦା ଏବଂ ପାରାଦୀପରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଏରସମା, କୁଜଙ୍ଗ, ରଘୁନାଥପୁର ବ୍ଲକରୁ ୩ ଜଣ ଲେଖାଏଁ, ତିର୍ତ୍ତୋଲରୁ ୨ ଏବଂ ଅନ୍ୟ ଜିଲ୍ଲାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୨୨୩ ରହିଥିବା ବେଳେ ୩ ହଜାର ୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ୧ ହଜାର ୨୨୨ ଜଣ ଚିକିତ୍ସିତ ହେଉଥିବା ବେଳେ ୦୮ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ଗତକାଲି ତିର୍ତ୍ତୋଲ-ପୋଷଲ ଏବଂ ଜଇପୁର-କଟିକଟା ମହାନଦୀ ଉପରେ ଏହି ୨ଟି ବ୍ରିଜ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ହେବା ପରେ ଆଜି କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣ ପାଇଁ ତେଜିଲା ଆନ୍ଦୋଳନ। କଟକ-ପାରାଦ୍ୱିପ ରାସ୍ତା ଅବରୋଧ କଲେ ଶତାଧିକ ଲୋକ। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ କୋଟକଣା ଛକଠାରେ ଆଜି କୋଟକଣା-ବାନାମ୍ବର ସେତୁ କମିଟିର ଆବାହକ ବେଦଦ୍ୟୁତି ପୃଷ୍ଟିଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଏକତ୍ରିତ ହୋଇ କୋଟକଣା-ବାନାମ୍ବର ସେତୁ ନିର୍ମାଣ ଦାବିକରି କଟକ-ପାରାଦ୍ୱୀପ ରାସ୍ତା ଅବରୋଧ କରିଥିଲେ। କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତାର କୋଟକଣା ଛକଠାରେ ଆଜି ଦିନ ପ୍ରାୟ ସାଢେ ୯ଟା ସମୟରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଏକତ୍ରିତ ହୋଇ ରାସ୍ତାରୋକ କରିଥିଲେ।ଏହି ରାସ୍ତାରୋକ ପାଖାପାଖି ୪ଘଣ୍ଟା ପର୍ଯ୍ୟନ୍ତ ଚାଲିବାରୁ ଏହି ରାସ୍ତାରେ ଗାଡିମଟର ଚଳାଚଳ ଏକରକମ ଠପ ହୋଇଯାଇଥିଲା, ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା। ଦିନ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୪୪୨ ଜଣ, ବାଲେଶ୍ବରରୁ ୨୨୬, ଅନୁଗୁଳରୁ ୨୧୭, ପୁରୀରୁ ୧୮୨, ଜଗତସିଂହପୁରରୁ ୧୭୧, ମୟୂରଭଞ୍ଜରୁ ୧୬୨, ଯାଜପୁରରୁ ୧୫୩, ଝାରସୁଗୁଡାରୁ ୧୫୧, କୋରାପୁଟରୁ ୧୨୬, ସୁନ୍ଦରଗଡରୁ ୧୧୯, ନୟାଗଡରୁ ୧୧୫, କେନ୍ଦ୍ରାପଡାରୁ ୧୧୨, ସମ୍ବଲପୁରରୁ ୧୧୦, କଳାହାଣ୍ଡିରୁ ୧୦୪, ବରଗଡରୁ ୯୭, ଭଦ୍ରକରୁ ୭୪, ମାଲକାନଗିରିରୁ ୭୨, ସୋନପୁରରୁ ୭୦, ବଲାଙ୍ଗିରିରୁ ୬୮, କେନ୍ଦୁଝରରୁ ୫୫, ନୂଆପଡାରୁ ୪୯, ଢେଙ୍କାନାଳରୁ ୪୫, ଗଞ୍ଜାମରୁ ୪୦, ରାୟଗଡରୁ ୨୫, ବୌଦ୍ଧରୁ ୨୦, ଗଜପତିରୁ ୧୫, ଦେବଗଡରୁ ୧୨ ଏବଂ ଷ୍ଟେଟ ପୁଲରୁ ୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ଯାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧ ଲକ୍ଷ…

Read More

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ସୁସ୍ଥ ହୋଇଛନ୍ତି। ସେ କରୋନା ସହ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଏଥିସହ ସେ ଡେଙ୍ଗୁରୁ ମଧ୍ୟ ସୁସ୍ଥ ହୋଇ ଯାଇଛନ୍ତି। ସେ ସୁସ୍ଥ ହୋଇଯାଇଥିବାରୁ ତାଙ୍କୁ ଆଜି ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର 14 ତାରିଖରେ ମନୀଷ ସିସୋଦିଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପରେ ସେ ହୋମ ଆଇସୋଲେସନ୍‌ରେ ରହିଥିଲେ । ତାଙ୍କର ଅବସ୍ଥା ଟିକେ ଗୁରୁତର ହେବାରୁ ତାଙ୍କୁ ସେପ୍ଟେମ୍ବର 23 ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କରୋନା ସହ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡିଥିଲେ । ତେବେ ପ୍ଲାଜ୍‌ମା ଥେରାପି ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବାର ଜଣାପଡିଛି…

Read More

ଭୁବନେଶ୍ବର : ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ଓଡ଼ିଆ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ । ଏହି ବିଲ୍‌କୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି । ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌କୁ କଂଗ୍ରେସ ତରଫରୁ ତୀବ୍ର ବିରୋଧ କରାଯିବା ବିଲ୍କୁ କଳା ବିଲ୍‌ କହି ଚିରି ଦେଇଛନ୍ତି ତାରା ବାହିନୀପତି । ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଛନ୍ତି ଦାରା । ସେହିପରି ଏହି ବିଲ୍‌ ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର । କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, କରୋନା ସମୟରେ ବୁଲଡୋଜର କରି ଅତି ତରବରିଆ ଭାବେ ବିଲ୍ ପାରିତ କରିବାକୁ ଚାହୁଁଛନ୍ତି। ଏ ବିଲ୍ ସହ କରୋନାର କଣ ସମ୍ପର୍କ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ବିଲକୁ ବିଜେପି ମଧ୍ୟ ବିରୋଧ କରିଛି । ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା…

Read More

ନୂଆଦିଲ୍ଲୀ : କରୋନା ଅପଡେଟ୍‌ ନେଇ କେନ୍ଦ୍ର ସରକାର ପ୍ରେସ ମିଟ୍‌ କରିଛନ୍ତି । ଦ୍ବିତୀୟ ସେରୋ ସର୍ଭେ ନେଇ ଆଇସିଏମ୍‌ଆର ଡିଜି ବଳରାମ ଭାର୍ଗବ ସୂଚନା ଦେଇ କହିଛନ୍ତି ଯେ, ଦ୍ବିତୀୟ ସେରୋ ସର୍ଭେ ରିପୋର୍ଟ ଅନୁସାରେ ଏବେ ବି ବହୁଲୋକଙ୍କ ପ୍ରତି କରୋନା ବିପଦ ରହିଛି। ଏବେ ବି ଅନେକ ଲୋକଙ୍କୁ ଭାଇରସ ଛୁଇଁପାରିନି। ଆଗକୁ ଭାଇରସ ସେମାନଙ୍କୁ କବଳିତ କରିବାର ଆଶଙ୍କା ରହିଛି। ଦେଶର ବହୁତ ବଡ ଗୋଷ୍ଠୀରେ ଆଣ୍ଟିବଡି ଡେଭଲପ୍‌ କରିନି । ଏଯାବତ୍‌ ମାତ୍ର 7 ପ୍ରତିଶତ ସଂକ୍ରମିତ ରହିଥିବାବେଳେ 90 % ଲୋକ ଏବେବି ସମ୍ବେଦନଶୀଳ । ଆଗକୁ ପାର୍ବଣ ଋତୁ ସହ ଶୀତ ଦିନ ଆସୁଛି ।  ଏଥିପାଇଁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡିବ । ମାସ୍କ,, ସାମାଜିକ ଦୂରତ୍ବାକୁ ସାମାନ୍ୟ ଖିଲାପ କଲେ ବିପଦ ବଢିପାରେ ବୋଲି ସୂଚନା ଦେଇଛନ୍ତି ଆଇସିଏମ୍‌ଆର ଡିଜି । ବର୍ତ୍ତମାନ ସୁଦ୍ଧା  କରୋନା…

Read More

ବିହାର : ମୁଙ୍ଗେରର ଆର୍‌ ଡି ଏଣ୍ଡ୍‌ ଡିଜେ କଲେଜ୍‌ କ୍ୟାମ୍ପସ୍‌ ନିକଟରେ ଏକ 40 ଫୁଟ୍‌ ଗଭୀର କୂଅ ଭିତରୁ କିଛି ଆଓ୍ବାଜ୍‌ ଶୁଣି ଲୋକେ ବହୁତ ଭୟଭୀତ ହୋଇପଡିଥିଲେ। ତେବେ ଲୋକେ ଯେତେବେଳେ ଯାଇ ସେହି ଗହୀର କୂଅ ଭିତରକୁ ଦେଖିଲେ ଜାଣିଲେ ଯେ, ସେହି କୂଅ ଭିତରେ ଏକ ଯୁବକ ପଡି ଯାଇ ସାହାଯ୍ୟ ପାଇଁ ଚିତ୍କାର କରୁଛି । ଶାଦିପୁର ବଡି ଦୁର୍ଗାସ୍ଥାନ ନିବାସୀ ସୋନୁ କୁମାର ଚୌରାସିଆ ନାମକଜଣେ ଯୁବକ 13 ବର୍ଷୀୟ ପୁତ୍ର ଅଭିଷେକ କୁମାରଙ୍କ ସହିତ ପ୍ରତ୍ୟହ ଚାଲିବା ପାଇଁ କଲେଜ୍‌ କ୍ୟାମ୍ପସ୍‌ ଯାଉଥିଲେ । ପ୍ରତ୍ୟେକ ଦିନ ପରି ସେଦିନ ସକାଳ ସାଢେ 5ଟା ସମୟରେ ସେ ଚାଲିବା ପାଇଁ ଯାଇଥିଲେ । ପିତା କଲେଜ୍‌ କ୍ୟାମ୍ପସରେ ଚାଲୁଥିବାବେଳେ ପୁତ୍ର ଅଭିଷେକ କ୍ୟାମ୍ପସ୍‌ରେ ଲଗା ହୋଇଥିବା ଗଛରୁ ଫୁଲ ତେଳୁଥିଲେ । ଅଚାନକ ଗଛର ଡାଳ ଛିଡିପଡିବାରୁ ସେ 40…

Read More

ଭୁବନେଶ୍ବର :  ଭୁବନେଶ୍ୱର ପାଣିପାଗ କେନ୍ଦ୍ର ବଜ୍ରପାତ ଆଶଙ୍କା ନେଇ ରାଜ୍ୟର 16ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା , ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ରାୟଗଡା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ  ଓ କୋରାପୁଟରେ ବଜ୍ରପାତ ଆଶଙ୍କା ରହିଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି ।

Read More

ପୁରୀ : କରୋନା ପଜିଟିଭ ଚିହ୍ନଟ ହୋଇଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ପଜିଟିଭ ଚିହ୍ନଟ ହୋଇଥିବା ସେବାୟତ 17 ଦିନ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଯାଇପାରିବେନି । ପଜିଟିଭ ଥାଇ ଶ୍ରୀମନ୍ଦିର ଭିତରକୁ କଲେ ମାମଲା ରୁଜୁ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ପଜିଟିଭ ଚିହ୍ନଟ ହୋଇଥିବା ସେବାୟତ ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବେ । ଏହାସହ ଶ୍ରୀମନ୍ଦିର ପରିସରରେ ଗୁଟଖା ଓ ପାନଛେପ ପକାଇଲେ ମଧ୍ୟ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି । କୋଭିଡ୍‌ କଟକଣା ପାଳନ ନେଇ କଡାକଡି ନିର୍ଦ୍ଦେଶ ଦିଆଯାଉଥିବାର ସୂଚନା ରହିଛି । ପଜିଟିଭ୍‌ ଚିହ୍ନଟ ଶ୍ରୀମନ୍ଦିର ପରିସରରେ ପ୍ରବେଶ କଲେ ଏତଲା କରାଯିବ। ଇତିମଧ୍ୟରେ ପୁରୀ ଶ୍ରୀମନ୍ଦିରରେ 450 ଜଣ ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେବାୟତ ଚିହ୍ନଟ ହେବାପରେ ଏବେ ଶ୍ରୀଜିଉଙ୍କ ନୀତିକାନ୍ତିକୁ ନେଇ…

Read More