କେରଳ: କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ତିନି ମାସରୁ ଉର୍ଦ୍ଧ୍ବ ଲକ୍ଡାଉନ୍ ଜାରିକରାଯାଇଥିଲା। ଏହି ଲକ୍ଡାଉନ୍ର ସମ୍ପୂର୍ଣ୍ଣ ସଦୁପଯୋଗ କରିଛନ୍ତି କେରଳର ଜଣେ ଯୁବତୀ । ଏହି ଯୁବତୀ ଜଣକ 3 ମାସ ମଧ୍ୟରେ 350ଟି କୋର୍ସ ସମ୍ପୂର୍ଣ୍ଣ କରିଛନ୍ତି । ଏମଇଏସ୍ କଲେଜର ଦ୍ବିତୀୟ ବର୍ଷ ର ଏମଏସସି ବାୟୋକେମେଷ୍ଟ୍ରିର ଛାତ୍ରୀ ଅରାଥୀ ରଘୁନାଥ ଗତ ତିନି ମାସ ମଧ୍ୟରେ 350ଟି ଅନଲାଇନ୍ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଛନ୍ତି । କୋଚିର ଏଲ୍ମକ୍କାରରେ ରହୁଥିବା ଏହି ଛାତ୍ରୀ ଜଣକ ୟୁନିଭର୍ସାଲ୍ ରେକର୍ଡ ଫୋରମ୍ରେ ବିଶ୍ବ ରେକର୍ଡ କରିଛନ୍ତି । ଅରାଥୀ ଲକ୍ଡାଉନ୍ ସମୟରେ ନିଜର ଖାଲି ସମୟକୁ ସମ୍ପୂର୍ଣ୍ଣ ପାଠ ପଢାରେ ବିନିଯୋଗକରିଛନ୍ତି । ଅରାଥୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ କଲେଜର ଅଧ୍ୟାପକମାନଙ୍କ ଜରିଆରେ ସେ ଏହି ଅନଲାଇନ୍ ପାଠ୍ୟକ୍ରମ ସମ୍ପର୍କରେ ଜାଣିପାରିଥିଲେ । କଲେଜର ପ୍ରଧ୍ୟାପକ ଓ ଅଧ୍ୟାପକଙ୍କସହଯୋଗରେ ସେ ଅନଲାଇନ୍ ପାଠ୍ୟକ୍ରମ…
Author: Samikhsya Bureau
ଭୁବନେଶ୍ବର : ଅକ୍ଟୋବର ମାସର ପ୍ରତ୍ୟେକ ଶନିବାର ଦିନ କୋର୍ଟ ବନ୍ଦ ରହିବ । ନଭେମ୍ବର 20ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ ଭର୍ଚୁଆଲ୍ ମୋଡ୍ରେ ଚାଲିବ । ବର୍ତ୍ତମାନ କୋର୍ଟ କାର୍ଯ୍ୟ ଯେପରି ଚାଲିଛି ସେହି ଧାରାରେ କାର୍ଯ୍ୟ ଜାରି ରହିବ । ଅଗଷ୍ଟ 21 ଅର୍ଡର ଅନୁସାରେ ହାଇକୋର୍ଟ, ଟ୍ରିବ୍ୟୁନାଲ୍, ନିମ୍ନ ଅଦାଲତ ଚାଲିବ ।ହାଇକୋର୍ଟ, ଟ୍ରିବ୍ୟୁନାଲ୍, ନିମ୍ନ ଅଦାଲତ ଅକ୍ଟୋବର ପ୍ରତି ଶନିବାର ବନ୍ଦ ରହିବ । ଏନେଇ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଅଫିସ୍ ଅର୍ଡର ପ୍ରକାଶ ପାଇଛି ।
ଭୁବନେଶ୍ବର, ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କିସ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି।
#Manipur CM N Biren Singh pays floral tributes to #MahatmaGandhi on the occasion of #GandhiJayanti in Imphal.
ମାଲକାନଗିରି : ଜଙ୍ଗଲରୁ 21 କେଜି ଜିଲୋଟିନ୍ ଜବତ କରିଛନ୍ତି ବିଏସ୍ଏଫ୍ ଯବାନ। କାଲିମେଳା ଥାନା ରାଜନକୁଣ୍ଡା ଜଙ୍ଗଲରେ ଜିଲୋଟିନ୍ ଲୁଚାଇ ରଖିଥିବାର ସୂଚନା ରହିଥିଲା । 76 ବିଏସଏଫ ବାଟାଲିୟନର ଯବାନ କମ୍ବିଂ ଅପରେସନ କରୁଥିବା ବେଳେ ଜଙ୍ଗଲରେ ଜିଲୋଟିନ ରଖାଯାଇଥିବା ଖବର ପାଇଥିଲେ । ପରେ ସଂପୃକ୍ତ ସ୍ଥାନରେ ପହଞ୍ଚ ବସ୍ତାରେ ଭର୍ତ୍ତି ହୋଇ ପାହାଡ଼ ନିକଟରେ ଲୁଚାଯାଇଥିବା ଜିଲୋଟିନକୁ ଯବାନ ଜବତ କରିଥିଲେ । ଏହା ଜରିଆରେ ପୋଲିସ୍କୁ ଟାର୍ଗେଟ୍ କରି ଅଘଟଣ ଘଟାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ଅନୁମାନ କରାଯାଇଛି ।
ବେଜିଂ : ଚୀନ୍ର ଏକ ଥିମ୍ ପାର୍କରେ ଅଗ୍ନିକାଣ୍ଡ ଘଟି 13ଗଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଚୀନ୍ର ଜାତୀୟ ଦିବସ ଅବସରରେ ଆଠ ଦିନିଆ ଛୁଟି ଆରମ୍ଭର ପ୍ରଥମ ଦିନରେ ଏପରି ଏକ ଅଘଟଣ ଘଟିଯାଇଛି । ମିଳିଥିବା ସୂଚନା ଅନୁସାରେ ତାଇଓ୍ବାନ୍ ସହରର ଉପକଣ୍ଠରେ ଥିବା ଟାଇଟିସିଆନ୍ ଥିମ୍ ପାର୍କରେ ଅଗ୍ନିକାଣ୍ଡ ଘଟିଛି । ଏହି ପାର୍କରେ ଥିବା ବରଫ ସ୍ଥାପତ୍ୟ ଓ ବରଫ ମୂର୍ତ୍ତିର ଏକ ପ୍ରଦର୍ଶନୀ ହଲ୍ରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 15 ଜଣ ଲୋକେ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା, ସେନେଇ ଅନୁସନ୍ଧାନ କରାଯାଉଛି । ଟାଇଟିସିଆନ୍ରେ ଅନେକ ସଂଗ୍ରହଳୟ ରହିଥିବାବେଳେ ଏହାର ଅନ୍ୟନ୍ୟ ଆକର୍ଷଣ ହେଉଛି ରାଇଡିଂ । ସୂଚନାଯୋଗ୍ୟ, ଚୀନ୍ ଦେଶରୁ ମହାମାରୀ କରୋନା ଉତ୍ପତ୍ତି ହୋଇ ସାରା ବିଶ୍ବରେ ତାଣ୍ଡବ ରଚିଥିବାବେଳେ ଏହା ଯୋଗୁଁ…
ଭୁବନେଶ୍ବର, ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସ ଭବନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।.
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍ ଠାରେ ଏକ ୨୨୦,୧୩୨ ଏବଂ ୩୩ କେଭି ଗ୍ରୀଡ ସବ୍ଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି ଫିଡର ଲାଇନ୍ ମଧ୍ୟ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ୩ଟି ଶକ୍ତି ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ଅଞ୍ଚଳର ୩୦ ହଜାର ଲୋକ ଉପକୃତ ହେବେ। ଲୋକଙ୍କୁ ଉନ୍ନତ ମାନର ବିଶ୍ବସନୀୟ ଓ ନିରବଚ୍ଛିନ ବିଦ୍ୟୁତ ସେବା ମିଳିବ। ପାୱାର କଟ୍ ସମସ୍ୟା ଦୂର ହେବ ଏବଂ ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସେବାର ସଂପ୍ରସାରଣ କରାଯିବ ବୋଲି ସେ କହିଥିଲେ। ଏହି ୨୨୦ କେଭି ଜୟପାଟଣା ଗ୍ରୀଡ…
କଳାହାଣ୍ଡି : ଆଜିଠୁ କଳାହାଣ୍ଡିବାସୀ ପାଇଲେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି । କଳାହାଣ୍ଡି ବାନେରଠାରେ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ। ଜୟପାଟଣା ବ୍ଲକର ବାନେରଠାରେ ନିର୍ମାଣ ହୋଇଥିବା ଗ୍ରୀଡ୍ ଲୋକାର୍ପିତ । ଭିଡିଓ କନଫରେନ୍ସିଂରେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଜୟପାଟଣା, କଲମପୁର ଓ କୋକସରା ବ୍ଲକକୁ ବିଜୁଳି ଯୋଗାଣ କରାଯିବ । ଆଗାମୀ ବର୍ଷେ ମଧ୍ୟରେ ସମଗ୍ର କଳାହାଣ୍ଡି ଜିଲ୍ଲାକୁ ପ୍ରକଳ୍ପରୁ ବିଜୁଳି ସଂଯୋଗ ହେବ । ଦୀର୍ଘ ଦୁଇ ଦଶନ୍ଧି ପରେ ଇନ୍ଦ୍ରାବତୀ ବିଜୁଳି ପାଇଛନ୍ତି କଳାହାଣ୍ଡିବାସୀ ।
ଯାଜପୁର : ଯାଜପୁର ବଇରୀ ବିଦ୍ୟାଧରପୁର ଗ୍ରାମରେ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ ହୋଇଛି । ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ନେଳିଆ ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସତନ୍ତ୍ର ସ୍କ୍ବାଡ ପୋଲିସ ଏକାଧିକ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ସହିତ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଛି। ଏଥିସହିତ ତିନି ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଉକ୍ତ ନକଲି ସାମଗ୍ରୀର ଆନୁମାନିକ ମୂଲ୍ୟ 15ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୀର୍ଘଦିନ ଧରି ନକଲି କାରବାର ହେଉଥିବା ନେଇ ସୂଚନା ରହିଛି । ଏହା ପୂର୍ବରୁ ଛତିଆ ଅଞ୍ଚଳରୁ ମଧ୍ୟ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଥିଲା ।
ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 6ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡରୁ 3 ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁହୋଇଛି । କଟକ ଓ ବାଲେଶ୍ବରରୁ 2 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁର, ବରଗଡ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା 875ରେ ପହଞ୍ଚିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 6ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ 5ଜଣ ପୁରୁଷ ଓ ଜଣେ ମହିଳା ଆକ୍ରାନ୍ତ ରହିଛନ୍ତି । ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 84 ବର୍ଷ ହୋଇଥିବାବେଳେ ଅନ୍ୟ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 75, 41, 46, 82, 67 ବର୍ଷ । ବାଲେଶ୍ବର ଜିଲ୍ଲାରୁ ଦୁଇ ମହିଳାଙ୍କର ମୃତ୍ୟୁହୋଇଥିବାବେଳେ ବୟସ ଯଥାକ୍ରମେ 60 ଓ 80ବର୍ଷ ବୋଲି ସୂଚନା ରହିଛି । ସେହିପରି ବରଗଡରୁ 47…
ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 600କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2109ଜଣ ଚିହ୍ନଟ ହୋଇଥିବାବେଳେ 1491ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 26ହଜାର334କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 90 ହଜାର 80 ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 35ହଜାର326ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 859ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3ହଜାର 600ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 766ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ…
ମାଲକାନଗିରି : ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି । ସୀମାରେ ଟାଓ୍ବାର ପୋଡିଛନ୍ତି । ମାଲ୍କାନଗିରି-ଛତିଶଗଡ ସୀମାରେ ମାଓ ହିଂସା ପରିଲକ୍ଷିତ ହୋଇଛି। ଛତିଶଗଡ୍ ସୁକ୍ମା ଜିଲ୍ଲା ଏରାବୋରା ଗାଁରେ ମୋବାଇଲ୍ ଟାଓ୍ବାର ପୋଡିଦେଇଛନ୍ତି ମାଓବାଦୀ । ଟାଓ୍ବାର ପୋଡିବା ସହ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ । ବିଳମ୍ବିତ ରାତ୍ରିରେ 10ରୁ 15 ମାଓବାଦୀ ହିଂସାକାଣ୍ଡ ଭିଆଇଥିବାର ସୂଚନା ରହିଛି । ଗତ କିଛି ଦିନ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ସିଆରପିଏଫ୍ ଯବାନ ରାସ୍ତା ଅବରୋଧ ହଟାଇଥିବାର ସୂଚନା ରହିଛି ।
ସମ୍ବଲପୁର: ସମ୍ବଲପୁରରେ ପିଚୁ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ଚାରୋଟି ଦମକଳ ବାହିନୀ 4ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ୟମ କରିବା ପରେ ନିଆଁ ଆୟତ୍ତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ସମ୍ବଲପୁର ଜୟନ୍ତପୁର ଛକରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ପାଇପ୍ ଫାଟିବାରୁ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇଥିବାର ସୂଚନା ନାହିଁ।
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ନିଜେ ରାଷ୍ଟ୍ରପତି ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି। ସେ ଆଜି ଏକ ଟୁଇଟ୍ରେ କହିଛନ୍ତି, “ଆଜି ରାତିରେ, @ ଫ୍ଲୋଟସ୍ ଏବଂ ମୁଁ କୋଭିଡ -୧୯ ପାଇଁ ପଜିଟିଭ୍ ହୋଇଛୁ। ଆମେ ତୁରନ୍ତ ଆମର କ୍ଵାରେଣ୍ଟିନ ପ୍ରକ୍ରିୟା ଆରମ୍ଭ କରିବୁ। କରୋନା ଆକ୍ରାନ୍ତ ପରାମର୍ଶଦାତା ହୋପ୍ ହିକ୍ସଙ୍କ ସଂସ୍ପର୍ଶରେ ଆସିଥିଲେ ଟ୍ରମ୍ପ୍ । ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର 3 ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନୀ ପ୍ରଚାରରେ ପ୍ରତିବନ୍ଧକ ଲାଗିବା ନେଇ ସମ୍ଭାବନା ରହିଛି ।
ନୂଆଦିଲ୍ଲୀ, ଆଜି ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବହାଦୂର ଶାସ୍ତ୍ରୀଙ୍କର ଆଜି ହେଉଛି ଜନ୍ମ ବାର୍ଷିକ। ଏହି ଉପଲକ୍ଷେ ଆଜି ତାଙ୍କୁ ବିଭିନ୍ନ ମହଲରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଆଜି ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀ ବିଜୟ ଘାଟସ୍ଥିତ ତାଙ୍କ ସମାଧୀପିଠରେ ଏମାନେ ଶ୍ରଦ୍ଧାଞ୍ଜଳୀ ସହ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି। ଶାସ୍ତ୍ରୀଙ୍କ ପ୍ରିୟ ସ୍ଲୋଗାନ ହେଉଛି ଜୟ ଜବାନ ଜୟ କିଶାନ।
ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ୮୧,୨୧୪ କରୋନାଭାଇରସ୍ ଏବଂ ୧,୦୯୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଭାରତର ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୦୬୯ ମାମଲାରେ ବୃଦ୍ଧି ପାଇଛି। ମୋଟ ମାମଲା ମଧ୍ୟରୁ ୯ ଲକ୍ଷ ୪୨ ହଜାର ୨୧୭ ବର୍ତ୍ତମାନ ସକ୍ରିୟ, ୫୩ ଲକ୍ଷ ୫୨ ହଜାର ୦୭୮ ଜଣ ସୁସ୍ଥ ହୋଇଥିବାବେଳେ ୯୯ ହଜାର ୭୭୩ ଜଣ ଏହି ଭାଇରାଲ ରୋଗ ବିରୋଧରେ ଯୁଦ୍ଧରେ ହାରିଯାଇଛନ୍ତି। ସୁସ୍ଥ ହାର ସର୍ବାଧିକ ୮୩.୭୦ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧.୫୬ପ୍ରତିଶତକୁ ଖସି ଆସିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି। ୩୭ ହଜାର ୦୫୬ ମୃତ୍ୟୁ ସମେତ ମୋଟ ୧୪ ଲକ୍ଷ ୯୨୨ ମାମଲାରେ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତା ପରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ର…
ନୂଆଦିଲ୍ଲୀ, ଆଜି ହେଉଛି ଭାରତ ନିର୍ମାତା ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର 151 ଜନ୍ମ ଦିବସ। ଏହି ଦିବସରେ ଆଜି ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ବାପୁଙ୍କ ପ୍ରିୟଗୀତ ରଘୁପତି ରାଘବ ରାଜା ରାମ ବୋଲି ଯାଉଛି। ଏହି ଉପଲକ୍ଷେ ବାପୁଙ୍କ ସମାଧୀ ପିଠ ରାଜଘାଟରେ ମଧ୍ୟ ଦେଶର ବିଶିଷ୍ଠ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ ମନ୍ତ୍ରୀ ବାପୁଙ୍କ ସମାଧୀ ପିଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଭୁବନେଶ୍ବର, ବଙ୍ଗୋବ ସାଗରରେ ପୂର୍ବରୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶେଷରେ ଲଘୁଚାପ ରୂପ ନେଇଛି। ଗତକାଲି ରାତିରେ ପଶ୍ଚିମ କେନ୍ଦ୍ରୀୟ ତଥା ଓଡିଶା ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପାଞ୍ଚୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି। ସେହି ଜିଲ୍ଲାଗୁଡିକ ହେଲା ଗଂଜାମ, ବଲାଙ୍ଗିର,ସୋନପୁର, କେଉଁଝର ଏବଂ ମୟୁରଭଂଜ। ଆସନ୍ତାକାଲି ବର୍ଷାର ପ୍ରକୋପ ସାମାନ୍ୟ କମିବାର ସମ୍ଭାବନା ରହିଛି। ହେଲେ ଚାରି ତାରିଖ ଓ ପାଞ୍ଚ ତାରିଖରେ ଏହାର ପ୍ରଭାବ ପୁଣି ବୃଦ୍ଧି ପାଇବ। ମତ୍ସ୍ୟଜୀବୀଙ୍କୁ ଏହି ପାଞ୍ଚଦିନ ପାଇଁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଫଟୋ-ଭୁବନେଶ୍ବର ପାଣିପାଗ ବିଭାଗ
Mass scientific planting of coconut saplings is being undertaken by the Dist Admin in 4 blocks under MGNREGA. The plantation, covering 1800 ha area, will help in reviving livelihoods of more than 10,000 small and marginal farmers
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସାଂପ୍ରତିକ କରୋନା ମହାମାରୀ ସ୍ଥିତିରେ ପୋଲିସ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦର୍ଶନ କରିପାରିଛନ୍ତି। କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ବହୁ ପଦାଧିକାରୀ ଗୁରୁଦାୟୀତ୍ୱ ନିର୍ବାହ କରୁଥିବା ବେଳେ ଅନେକେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେବାପରେ ସୁସ୍ଥ ହୋଇଥିବା ଜଣାପଡିଛି। କରୋନାରୁ ମୁକ୍ତି ପାଇବା ପରେ ମଧ୍ୟ ପୋଲିସ କର୍ମଚାରୀ ମାନେ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ଉଲ୍ଲେକନୀୟ କାର୍ଯ୍ୟ କରିଆସୁଥିବା ଜଣାପଡିଛି। କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା କଳାହାଣ୍ଡି ଜିଲ୍ଲାର ୧୬ ଜଣ ପୋଲିସ କର୍ମଚାରୀ ପ୍ଳାଜମା ଦାନ କରି ଆଉ ଏକ ବିଶାଳ ଉଦାହରଣ ସୃଷ୍ଟି କରିଥିବା ହେତୁ ଜିଲ୍ଲାସାରା ପ୍ରଶଂସାର ସୁଅ ଛୁଟିଛି। କରୋନାରେ ଆକ୍ରାନ୍ତ ହୋଇ କଟକ ଏସସିବି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ କଟକ ଯ୍ଧବ ପ୍ଲାଜମା ବେଙ୍କ ଠାରେ କଳାହାଣ୍ଡି ଜିଲ୍ଲାର ପୋଲିସ କର୍ମଚାରୀ ଜିତେନ୍ଦ୍ର ସେନାପତି,ଚୂଡାମଣି ସା,ଧର୍ମେନ୍ଦ୍ର ପଟେଲ, ପ୍ରତାପ ମାଝୀ, ଶିବଶଙ୍କର…

