ଭୁବନେଶ୍ବର, ବର୍ତ୍ତମାନ ସୁଦ୍ଧା ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସି ନାହିଁ। ସୋ କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଅଛନ୍ତି। ଏପରି ଅବସ୍ଥା ଜାଣିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରଥୀଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା କରିଛନ୍ତି। ଏପରିକି ଡାକ୍ତରମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରୁ ୪୦୬୬ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୪୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୫୨୧ ଜଣ, ଅନୁଗୁଳରୁ ୨୨୫, ଯାଜପୁରରୁ ୧୮୧, ସୁନ୍ଦରଗଡରୁ ୧୬୭, ଜଗତସିଂହପୁରରୁ ୧୫୨, ନୂଆପଡାରୁ ୧୫୨, ବରଗଡରୁ ୧୪୧, ନବରଙ୍ଗପୁରରୁ ୧୩୫, ସମ୍ବଲପୁରରୁ ୧୨୮, ଭଦ୍ରକରୁ ୧୨୭, ବାଲେଶ୍ବରରୁ୧୧୯, ମୟୂରଭଞ୍ଜରୁ ୧୧୪, କନ୍ଧମାଳରୁ ୧୦୮, କେନ୍ଦ୍ରାପଡାରୁ ୧୦୬, ପୁରୀରୁ ୧୦୫, ଝାରସୁଗୁଡାରୁ ୯୧, ବଲାଙ୍ଗିରିରୁ ୮୧, କେନ୍ଦୁଝରରୁ ୬୫, ମାଲକାନଗିରିରୁ ୬୫, ରାୟଗଡାରୁ ୬୧, ସୋନପୁରରୁ ୬୧, ଗଞ୍ଜାମରୁ ୬୦, କଳାହାଣ୍ଡିରୁ ୬୦, କୋରାପୁଟରୁ ୬୦, ବୌଦ୍ଧରୁ ୫୯, ଢେଙ୍କାନାଳରୁ ୫୭, ନୟାଗଡରୁ ୪୧, ଦେବଗଡରୁ ୧୪, ଗଜପତିରୁ ୧୩ ଏବଂ ଷ୍ଟେଟ ପୁଲରୁ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ୧୦୨ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନିମନ୍ତେ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର୍, ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନର୍, ରିଟର୍ଣ୍ଣିଂ ଅଫିସର, ସହକାରୀ ରିଟର୍ଣ୍ଣିଂ ଅଫିସର ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ଦ୍ୱାରା ନିୟୋଜିତ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର୍ ପରିଚାଳନା କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡେପୁଟି ସିଇଓ ତଥା ଉପଶାସନ ସଚିବ ଗୃହବିଭାଗ ପ୍ରମୋଦ କୁମାର ସାହୁ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ହୋଇପାରିବ ସେଥିପ୍ରତି ସମସ୍ତ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ସଚିଦାନନ୍ଦ ସାହୁ, ଅତିରିକ୍ତ…
କନ୍ଦର୍ପ ବେହେରା ରେଢାଖୋଲ: ସରକାର ଗରୀବ ଲୋକମାନଙ୍କ ପାଇଁ ବହୁ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି। ଯାହାର ଘର ନାହିଁ ତାକୁ ବିଜ୍ଜୁପକ୍କାଘର ହେଉ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି। ସରକାରଙ୍କ ଏହି ଯୋଜନା ଏକ ଲୋକାଭିମୁଖୀ ଯୋଜନା ହେଲେ ମଧ୍ୟ ପଂଚାୟତର ସରପଂଚ ହେଉ ବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ପ୍ରକୃତ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବାରେ ବଂଚିତ ହେଉଥିବା ଭଳି ଘଟଣା ଘଟିଛି ନାକଟିଦେଉଳ ବ୍ଲକ୍ ର ସାଲେଭଟା ଗ୍ରାମପଂଚାୟତରେ। ଅନୁସନ୍ଧାନରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ର ସାଲେଭଟା ପଂଚାୟତର କୁନ୍ଦେଇଜୋରୀ ଗାଁ। ସମ୍ବଲପୁର ଜିଲ୍ଲାର ଶେଷ ସୀମା। ଜିଲ୍ଲା ମୁଖ୍ୟାଳୟଠାରୁ ୧୫୦ କିମି ଦୂର। ଏହି ଗାଁ ପାହାଡତଳୀ ଗାଁ। କୁନ୍ଦେଇଜୋରୀ ଗାଁ ର ରୁକ୍ମିଣୀ ଦେହୁରୀ, କାର୍ତିକା ସାହୁ , ଶ୍ରୀରାମ ସାହୁ, ହୃଷିକେଶ…
ମୁମ୍ବାଇ : ହାଥରସ୍ ପ୍ରସଙ୍ଗକୁ ନେଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ କଟାକ୍ଷ କରିଛନ୍ତି । ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ, କିଛି ଦିନ ପୂର୍ବରୁ କଙ୍ଗନା ମୁମ୍ବାଇ ପୋଲିସ୍କୁ ଗଳି ଦେଉଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆପତ୍ତିଜନକ ଟିପ୍ପଣୀ କରୁଥିଲେ । କିନ୍ତୁ ହାଥରସ୍ ପ୍ରସଙ୍ଗକୁ ନେଇ ସେ ଏବେ ଚୁପ୍ ରହିଛନ୍ତି । ମହିଳାଙ୍କ ସୁରକ୍ଷାକୁ ନେଇ ମୁମ୍ବାଇ ପୋଲିସ୍ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ଅଭିନେତ୍ରୀ କଙ୍ଗନା ହାଥରସ୍ କାଣ୍ଡରେ ମୌନମୂର୍ତ୍ତି ଧାରଣ କରିଛନ୍ତି । ଏହି ପ୍ରସଙ୍ଗରେ କଙ୍ଗନାର କୌଣସି ଟୁଇଟ୍ ଦେଖିବାକୁ ମିଳୁନାହିଁ ବୋଲିକହିଛନ୍ତି ପ୍ରିୟଙ୍କା । https://twitter.com/priyankac19/status/1312273186021494784?s=20 ସୂଚନାଯୋଗ୍ୟ, ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଏବେ ବିବାଦ ଲାଗି ରହିଛି । ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ଉଭୟ ଶିବସେନା ଓ କଙ୍ଗନାଙ୍କ ମଧ୍ୟରେ ବୟାନବାଜି ଜାରି ରହୁଛି ।…
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବାରୁ ଚାରୋଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହି ଚାରୋଟି ଜିଲ୍ଲା ଯଥା- ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲି ସକାଳ 8ଟା 30 ଯାଏଁ ରାଜ୍ୟର 16ଟି ଜିଲ୍ଲାକୁ ୟେଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହା ବ୍ୟତୀତ ଅନ୍ୟ 12ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି – ଖୋର୍ଦ୍ଧା, କଟକ, ଗଜପତି, ରାୟଗଡା, ନୟାଗଡ, ବୌଦ୍ଧ, ପୁରୀ, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ସୋନପୁର ।…
ଭୁବନେଶ୍ବର ମହାନଗରରୁ ଆଜି ଆଉ 329ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ମୋଟ୍ 329 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ରୁ 110ଜଣ ରହିଥିବାବେଳେ 219ଜଣ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବାର ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ନୟାପଲ୍ଲୀରୁ 12 ଜଣ ଚିହ୍ନଟ ହୋଇଥିବାବେଳେ ଚନ୍ଦ୍ରଶେଖରପୁରରୁ 14 ଜଣ, ମଞ୍ଚେଶ୍ବରରୁ 11ଜଣ, ପଟିଆରୁ 12ଜଣ, ଡୁମୁଡୁମାରୁ 9ଜଣ, ଆଚାର୍ଯ୍ୟ ବିହାରରୁ 6ଜଣ, ଝାରପଡାରୁ 8ଜଣ, ବରମୁଣ୍ଡାରୁ 7ଜଣ ରହିଛନ୍ତି । https://twitter.com/bmcbbsr/status/1312353480124710912?s=20 ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 341ଜଣ ସୁସ୍ଥ ହୋଇଛନ୍ତି । ନୂତନ 329 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 22 ହଜାର 876ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 19 ହଜାର 255ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ 100 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 502ଜଣ ।
ଉତ୍ତରପ୍ରଦେଶ : ଶେଷରେ ହାଥରସ୍ର ପୀଡ଼ିତା ପରିବାରଙ୍କୁ ଭେଟିବା ପାଇଁ ରାହୁଲ୍ ଗାନ୍ଧି ଓ ପ୍ରିୟଙ୍କାଗାନ୍ଧିଙ୍କସମେତ 5ଜଣଙ୍କୁ ଅନୁମତି ମିଳିଛି। ପୂର୍ବରୁ ସେଠାରେ 144 ଧାରା ଜାରି କରାଯାଇଥିବା ବେଳେ ସେମାନଙ୍କୁ ହାଥରସ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଅନୁମାନ କରାଯାଉଥିଲା । ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ଓ କରୋନାର ସମସ୍ତ ଗାଇଡ୍ଲାଇନକୁ ପାଳନ କରିବା ସର୍ତ୍ତରେ ଏମାନଙ୍କୁ ପୀଡ଼ିତାଙ୍କ ପରିବାର ସହ ଭେଟିବାକୁ ପ୍ରଶାସନ ଅନୁମତି ପ୍ରଦାନ କରିଥିବା ସୂଚନା ରହିଛି । ଦଳ ବଳ ସହ ରାହୁଲ୍ -ପ୍ରିୟଙ୍କା ହାଥରସ୍ ପୀଡ଼ିତାଙ୍କୁ ଭେଟିବାକୁ ଯାଇଥିବାେବଳେ ଅଧାବାଟରେ ପୋଲିସ୍ ଅଟକାଇଥିଲା । ଡିଏନ୍ଡି ଫ୍ଲାଏ ଓଭରରେ କିଛି କଂଗ୍ରେସ କର୍ମୀଙ୍କୁ ମାଡ ମଧ୍ୟ ମରାଯାଇଥିଲା । ଉତ୍ତରପ୍ରଦେଶ ହାଥରସରେ ଦଳିତ ଯୁବତୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ମାମଲାକୁ ନେଇ ଦେଶରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହି ମାମଲାକୁ ନେଇ…
ନୂଆଦିଲ୍ଲୀ, ହାଥର ଗଣଦୁଷ୍କର୍ମ ଘଟଣା ବର୍ତ୍ତମାନ ନୂଆ ମୋଡି ନେଇଛି। ଆଜି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯେ କୌଣସି ପରିସ୍ଥିତିରେ ଆମେ ହାଥରସ୍ ଯିବୁ। ସେଠାରେ ମୃତ ନାବାଳିକା ପରିବାରଙ୍କୁ ଭେଟିବୁ। ଏହା କହି ଭାଇ ରାହୁଳ ଗାନ୍ଧୀଙ୍କୁ ପାଖ ସିଟରେ ବସାଇ ଏକ ଇନୋଭା ଗାଡି ଡ୍ରାଇଭ କରି ଆଗକୁ ଚାଲିଲେ ପ୍ରିୟଙ୍କା ଗାନ୍ଧୀ। ତାଙ୍କ ପଛରେ କଂଗ୍ରେସର ଶଶି ଥରୁରଙ୍କ ପରି ବହୁ ସାଂସଦ, ବିଧାୟକ ଏବଂ କର୍ମି ଗାଡିରେ ପଛେ ପଛେ ଚାଲିଛନ୍ତି। ସେପଟେ ଉତ୍ତର ପ୍ରଦେଶ ପୋଲିସ ଦିଲ୍ଲୀ ନୋଇଡା ଡାଇରେକ୍ଟ ୱେ ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ବର୍ଡର ସିକ୍ୟୁରିଟ ଫୋର୍ସ ପରି ପୋଲିସ ରାସ୍ତା ସାରା ଛାଉଣି ହୋଇ ରହିଛନ୍ତି।
ଭୁବନେଶ୍ବର : କୋଭିଡ୍ ନେଇ ଗୃହରେ ବାଚସ୍ପତି ରୁଲିଂ ଜାରି କରିଛନ୍ତି । ଗୃହରେ କୋଭିଡ୍ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା । ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସାସେବା ମିଳୁନି । ବିଭିନ୍ନ ସ୍ଥାନରେ ରୋଗୀମାନେ ହଇରାଣ ହେଉଥିବା ଅଭିଯୋଗ ଆସୁଛି । ବିରୋଧୀ ଦଳ ନେତାଙ୍କ ଉଦ୍ବେଗ ଶୁଣିବା ପରେ ବାଚସ୍ପତି ରୁଲିଂ ଜାରି କରିଛନ୍ତି । ଏଥିପାଇଁ ଏକ ସ୍କ୍ବାର୍ଡ୍ ଗଠନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଜାରି କରିଛନ୍ତି । ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ହସ୍ପିଟାଲର ସ୍ଥିତି ଯାଞ୍ଚ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।
କେନ୍ଦୁଝର : ଅନଲାଇନ୍ ଗେମ୍ ଯୋଗୁଁ ଜୀବନ ହାରିଲେ ନାବାଳକ । କାଳ ହେଲା ମୋବାଇଲ୍ରେ ଅନ୍ଲାଇନ୍ ଗେମ୍ ଖେଳିବା। ବାପାମା’ଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ପାଖାପାଖି ଲକ୍ଷେ ଟଙ୍କା ଚାଲିଯିବା ପରେଚଉଦ ବର୍ଷୀୟ ମେଧାବୀ ଛାତ୍ର ଜୀବନ ହାରିଛନ୍ତି। ଅନ୍ଲାଇନ୍ରେ ପାଠ ପଢ଼ିବା ପାଇଁ ପରିବାର ଲୋକେ ଫୋନ୍ ଦେଇଥିଲେ। ହେଲେ ଅନ୍ଲାଇନ୍ ଗେମ୍ ଖେଳି ଟଙ୍କା ହାରିବା ପରେ ସମ୍ପୃକ୍ତ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଯୋଡା ସହର କମାରଯୋଡାରେ ଏଭଳି ଏକଘଟଣା ଘଟିଛି । ଲକ୍ଡାଉନ୍ ସମୟରେ ଅନଲାଇନ୍ କ୍ଲାସ୍ କରିବା ନିମନ୍ତେ ଉକ୍ତ ଛାତ୍ରଙ୍କ ପାଇଁ ପରିବାର ଲୋକ ଏକ ଫୋନ୍ କିଣିଥିଲେ। ହେଲେ ଛାତ୍ର ଜଣକ ଏହି ସମୟରେ ଅନ୍ଲାଇନ୍ ଗେମ୍ ଜାଲରେ ପଡ଼ି ଯାଇଥିଲେ। ମୋବାଇଲ୍ରେ ‘ଫ୍ରି ଫାୟାର’ ନାମକ ଏକ ଅନ୍ଲାଇନ୍ ଗେମ୍ ଖେଳି ସେ ନିଜ ବାପାଙ୍କ ଆକାଉଣ୍ଟରୁ 61 ହଜାର ଟଙ୍କା…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର. ଏବେ ସାରା ବିଶ୍ବରେ ଯେପରି କରୋନା ଭୟ ଘାରିଛି, ସେହିପରି ଓଡିଶାରେ ମଧ୍ୟ ତାହା ଅନୁଭୂତ ହେଉଛି। ତେବେ ସାଧାରଣ ଲୋକଙ୍କୁ ସିନା କୋଭିଡ19 ଭୟ ହେଲେ ନେତାଙ୍କୁ ନୁହେଁ। ବର୍ତ୍ତମାନ ନେତାଙ୍କୁ କୋଭିଡଠାରୁ ଆହୁରି ଭୟ ଲାଗିଲାଣି ଭୋଟ। କାରଣ ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ଋତୁ ପାଖେଲାଣି। ଏପଟେ କୋଭିଡ ସେପଟେ ନିର୍ବାଚନ, କାହାକୁ କଣ କରିବେ ସେ ନେଇ ଚିନ୍ତାରେ ନେତା। ବର୍ତ୍ତମାନ ଓଡିଶାର ଦୁଇଟି ଉପନିର୍ବାଚନର ଋତୁ ଆରମ୍ଭ ହୋଇଯାଇଥିବା ବେଳେ ତାପରେ ଆସିବ ନଗର ନିର୍ବାଚନ। ଏହା ପରେ ପରେ ପଞ୍ଚାୟତ ନିର୍ବାଚନ ପାଖେଇବ। ସେଥିପାଇଁ ରାଜନୈତିକ ଦଳଗୁଡିକ ଏବେଠାରୁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି। କାରଣ ନଗର ନିର୍ବାଚନ ବେଳେ ପ୍ରମୁଖ ଭୁବନେଶ୍ବର ଓ କଟକ ପରି ମହାନଗରର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ତେବେ ଏହି କୋଭିଡ ମହାମାରୀ ସମୟରେ ରାଜନୈତି ଫାଇଦା କିଏ ହାସଲ କରୁଛି ବୋଲି…
ଭୁବନେଶ୍ବର : ହୋମ ଆଇସୋଲେସନ୍ ଆକ୍ରାନ୍ତଙ୍କୁ ଫାଭିପିରାଭିର୍ ଦେବା ନେଇ ଏସ୍ଓପି ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ସମସ୍ତଜିଲ୍ଲାପାଳ, ମ୍ୟୁନିସାପାଲ କମିଶନ ଓ ସିଡିଏମ୍ଓଙ୍କୁଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ ଏସିଏସ୍ । ଘରୋଇ ସଂଗରୋଧରେ ଥିବା କରୋନା ଆକ୍ରାନ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଖାଇ ପାରିବେ ଫାଭିବିରାଭିର୍ । ଏଥିପାଇଁ ରୋଗୀଙ୍କ ଆବଶ୍ୟକ ସୂଚନା ଯୋଗାଇ ଦେବ ରାପିଡ ରେସପନ୍ସ ଟିମ୍ । ଆବଶ୍ୟକ ସ୍ଥଳେ ଆକ୍ରାନ୍ତଙ୍କ ସହ ପରିବାର କିମ୍ବା ସଂପର୍କୀୟଙ୍କୁ ଟାବଲେଟ୍ ଖାଇବା ବାବଦରେ ସବିଶେଷ ସୂଚନା ଦିଆଯିବ । ଏପରିକି ଏହାର ପାଶ୍ୱର୍ ପ୍ରତିକ୍ରିୟା ଏବଂ କଣ ସାବଧାନତା ଗ୍ରହଣ କରିବେ ସେନେଇ ମଧ୍ୟ ସୂଚନା ଦେବେ । ଆକ୍ରାନ୍ତଙ୍କ ଉପରେ ବ୍ୟକ୍ତିଗତ ବା ଟେଲିଫୋନ୍ରେ ନିୟମିତ ନଜର ରଖାଯିବ ବୋଲି ସୂଚନା ରହିଛି । ଫାଭିପିରାଭିର ଦ୍ବାରା ୟୁରିକ୍ ଏସିଡ୍ ବୃଦ୍ଧି ହେବା ସହିତ ଡାଇରିଆ ଲକ୍ଷଣ ଦେଖାଯାଏ । ଏମିତି କିଛି…
ଭୁବନେଶ୍ବର : କଟକ-ଭୁବନେଶ୍ବରର ପାଇଁ ପାଣିପାଗ ବିଭାଗ ଓ୍ବାର୍ଣ୍ଣିଂ ଜାରି କରିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । କଟକ-ଭୁବନେଶ୍ବରରେ ମଧ୍ୟ ବର୍ଷା ଲାଗି ରହିଛି । ଟୁଇନ୍ ସିଟିରେ ଘଡଘଡି ବର୍ଷା ହେବା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଆଗାମୀ 2/3 ଘଣ୍ଟା ପର୍ଯ୍ୟନ୍ତ ଘଡଘଡି ସହ ବର୍ଷା ହୋଇପାରେ । ଏହି ସମୟରେ ରାସ୍ତା ଦୃଶ୍ୟମାନ ମଧ୍ୟ ନ ହୋଇପାରେ ବୋଲି ସୂଚନା ରହିଛି । ଟୁଇନ୍ ସିଟିରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ରାସ୍ତା ଖସଡା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ପାଣି ଜମିବା ସହ ରାସ୍ତା ଦୃଶ୍ୟମାନ ନ ହେବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଆଉ ଚାରି ଦିନ…
ଭୁବନେଶ୍ବର, ଏଣିକି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଛତୁ ଏ ମହୁ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସରକାର ରାଜ୍ୟଗୁଡିକର ପରାମର୍ଶ ମାଗିଛନ୍ତି। ଗବେଷଣାରୁ ଜଣାପଡିଛି ଯେ, ମହୁ ଓ ଛତୁ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇବାରେ ସାହାର୍ଯ୍ୟ କରିଥାଏ। ବର୍ତ୍ତମାନ କୋଭିଡ19 ସମୟରେ ଏହା ଛାତ୍ରଛାତ୍ରୀଙ୍କ ପାଇଁ ନିହାତି ଅବଶ୍ୟକ। ସେଥାପଇଁ ଛାତ୍ରାଛାତ୍ରୀଙ୍କୁ ଏହା ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ମଧ୍ୟାହ୍ନ ଭୋଜନ ସହ ଏହାକୁ ଆଇସିଡିଏସ ବା ସମନ୍ବିତ ଶିଶୁ ବିକାଶ ଯୋଜନାରେ ମଧ୍ୟ ସାମିଲ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ ଏହି ପ୍ରସ୍ତାବ ଦେଇଥିବା ବେଳେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। କେତେକ ରାଜ୍ୟ ମଧ୍ୟ ଏହାକୁ ସମର୍ଥନ କରୁଥିବାର ଜଣାପଡିଛି।
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସ୍ମିଟ୍ କରିଛନ୍ତି । ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନି । ମୋଦି ସରକାର ସମୟରେ ଏମଏସପି ସର୍ବାଧିକ ବୃଦ୍ଧି କରାଯାଇଛି । ଓଡିଶାର ଚାଷୀଙ୍କଠାରୁ ଅଧିକ ପରିମାଣ ଓ ଅଧିକ ଅର୍ଥର ଖାଦ୍ୟଶସ୍ୟ କିଣାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନୂଆ ଆଇନରେ ଉତ୍ପାଦନ, ଷ୍ଟୋରେଜ୍ ଓ ମାର୍କେଟିଂ ବ୍ୟବସ୍ଥାରେ ସୁଧାର ଆସିବ । ସତୁରୀ ବର୍ଷ ତଳେ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଆସିବ । ଏପିଓ ଲାଗୁ ହେବ । ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହେବ । ଯେଉଁ ପର୍ଯ୍ୟନ୍ତ ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି ଏମ୍ଏସ୍ପି ବନ୍ଦ ହେବନି ।…
ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଓ ଢେଙ୍କାନାଳରୁ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ନୟାଗଡରୁଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 892କୁ ବୃଦ୍ଧି ହୋଇଛି । ବାଲେଶ୍ବରରୁ ତିନି ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟା ମହିଳା ରହିଥିବାବେଳେ ଅନ୍ୟ ଦୁଇ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 47 ଓ 62 ବର୍ଷ । ସେହିପରି ଢେଙ୍କାନାଳରେ ତିନି ମୃତକଙ୍କ ବୟସ ଯଥାକ୍ରମେ 36, 65, 61 ବର୍ଷ । ଖୋର୍ଦ୍ଧାରଦୁଇ ମୃତକଙ୍କ ମଧ୍ୟରେ ଜଣେ 68 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 65 ବର୍ଷୀ୍ର ପୁରୁଷ । ସେହିପରି ପୁରୀର ଦୁଇ ମୃତକଙ୍କ ମଧ୍ୟରେ…
ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 53କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1804ଜଣ ଚିହ୍ନଟ ହୋଇଥିବାବେଳେ 1249ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 29ହଜାର387କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 94 ହଜାର 128ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 34ହଜାର314ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 892ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3ହଜାର 600ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 561ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 64,…
ସମକ୍ଷା ବ୍ୟୁରୋ ଭୁବନେଶ୍ବର, ବର୍ତ୍ତମାନ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ଅପରାଜିତ ରାଷ୍ଟୀୟ ପ୍ରବକ୍ତା ଭାବେ ନିଯୁକ୍ତ ପାଇବା ପରେ ଜାତୀୟ ଗଣମାଧ୍ୟମ ଡିବେଟରେ ଅଂଶଗ୍ରହଣ କରୁଛନ୍ତି। ସେ ପ୍ରଥମ ଥର ପାଇଁ ଏକାଥରେ ତିନୋଟି ନାମକରା ଗଣମାଧ୍ୟମ ‘ଜୀ ନ୍ୟୁଜ’, ‘ଆଜତକ୍’ ଏବଂ ‘ଟାଇମସ ନାଓ’ ରେ ଅଂଶ ଗ୍ରହଣ କରିଥିଲେ। ଏସବୁ ଚ୍ୟାନେଲର ବିଷୟ ଥିଲା ଉତ୍ତର ପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ମାମଲା। ଅପରାଜିତା ଏଥିରେ ଭାଗ ନେଇ ନିଜ ଦଳ ସପକ୍ଷରେ ଉଚିତ ଜବାବ ଦେବାରେ ସମକ୍ଷମ ହୋଇପାରିଛନ୍ତି। ତେବେ ପ୍ରଥମ ଥର ପାଇଁ ଡିବେଟରେ ଅଂଶ ଗ୍ରହଣ କରୁଥିବାରୁ ଅନ୍ୟ ଦଳର ପ୍ରବକ୍ତାମାନଙ୍କ ପାଇଁ ସେ ନୂଆ ଥିଲେ। ଫଳରେ ଅପରାଜିତାଙ୍କୁ ‘ଆଜତକ’ ଚ୍ୟାନେଲରେ କଂଗ୍ରେସ ପ୍ରବକ୍ତା ପବନ ଖେରା ଅଡୁଆରେ ପକାଇ ଦେଇଥିଲେ। ପବନ ସିଧା ପ୍ରସାରଣରେ କହିଥିଲେ ଯେ ବିଜେପିର ମହିଳା ଜଣଙ୍କ…
ଭୁବନେଶ୍ବର : ନିଶା କାରବାରରେ କେନ୍ଦ୍ରବିନ୍ଦୁ ପାଲଟିଛି ରାଜଧାନୀ ଭୁବନେଶ୍ବର । ଭୁବନେଶ୍ବର ଉପକଣ୍ଠ ପାହାଳରୁ 30 ଲକ୍ଷର ବ୍ରାଉନ୍ସୁଗାର ଜବତ ହୋଇଛି । ଏହି ଜବତ ହୋଇଥିବା ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ 30 ଲକ୍ଷ ହେବ ବୋଲି ସୂଚନା ରହିଛି । ଜଳେଶ୍ବର ଓ ଭୁବନେଶ୍ବର ବେପାରୀଙ୍କୁ ପିଛା କରି କ୍ବାଟ୍ ଧରିବାରେ ସଫଳ ହୋଇଛି । ସେହିପରି ଆଜି ରାଜଧାନୀ ଭୁବନେଶ୍ବର ଉପକଣ୍ଠରୁ 700 କେଜି ଗଞ୍ଜେଇ ଜବତ କରିଛି ଏନ୍ସିବି ।
ଭୁବନେଶ୍ବର: ଆଜି ଭୁବନେଶ୍ୱର ଉପକଣ୍ଠରୁ ସାତଶହ କେ.ଜି ଗଞ୍ଜେଇ ଜବତ ହୋଇଛି । ଆଜି ଭୋର୍ ସମୟରେ ଭୁବନେଶ୍ୱର – ଖୋର୍ଦ୍ଧା ରୋଡ଼ ଗୋଡିପଦା ଟୋଲଗେଟ୍ ନିକଟରୁ ଏହାକୁ ଜବତ କରାଯାଇଛି । ଟ୍ରକ୍ ଦ୍ୱାରା ନଡ଼ିଆ କତା ଭିତରେ ଲୁଚାଇ ଚାଲାଣ ହେଉଥିଲା ଅଧ କୋଟି ଟଙ୍କାର ଗଞ୍ଜେଇ । ଆନ୍ଧ୍ରରୁ ଭାୟା ଭୁବନେଶ୍ବର ଦେଇ ବାଲେଶ୍ବର ଯିବାବେଳେ ଧରାପଡିଛି ଏହି ଟ୍ରକ୍ଟି । ଏହି ମାମଲାରେ ଜଣକୁ ଗିରଫ କରି ଟ୍ରକ୍ ଜବତ କରିଛି ଏନସିବି । ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି 50 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

