କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମରେ ବାରହା ମାଂସ ଭୋଜି କରୁଥିବା ସମୟରେ ବନବିଭାଗ ୨ ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି। ପ୍ରକାଶ ଯେ, ଗତ କାଲି ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମର ନରୋତମ ସାହୁ ଓ ପୂର୍ଣଚନ୍ଦ୍ର ବାଗ୍ ଗୋଗୁଆ ହାଇସ୍କୁଲ ପଡିଆରେ ବାରହା ମାଂସ ଭୋଜି କରୁଥିବାର ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢଉ କରିଥିଲା। ସେମାନଙ୍କ ଠାରୁ ବାରହା ମାଂସ ସହ ସେମାନଙ୍କୁ ବନ ବିଭାଗ ଧରିଥିଲା। ଗତକାଲି ଛୁଟିଥିବାରୁ ଶିକାରୀ ଦ୍ୱୟଙ୍କୁ ଆଜି ବନବିଭାଗ କୋର୍ଟଚାଲାଣ କରିଛି। ଶିକାରୀଦ୍ୱୟ ଏମିତି ପ୍ରତିଦିନ ଜଙ୍ଗଲରୁ ଅବାଧରେ ଜନ୍ତୁଶିକାର କରୁଥିବାର ବନ ବିଭାଗ କହିଛି। ଏମାନଙ୍କୁ ଧରିବାକୁ ବନବିଭାଗ ବହୁଦିନରୁ ଜାଲ ବିଛାଇଥିଲା ହେଲେ ଧରିବାରେ ସଫଳ ହୋଇପାରୁ ନ ଥିଲା। ଗୋଗୁଆ ଅଂଚଳରେ ପ୍ରତ୍ୟେକ ଦିନ ଚୋରାରେ ବନ୍ଧୁକ ରଖି ଜନ୍ତୁ ଶିକାର କରି ବାହାର ଜିଲ୍ଲାକୁ ପ୍ୟାକେଟ୍ କରି ଅବାଧରେ…
Author: Samikhsya Bureau
କଟକ: କଟକ ସ୍ଥିତ ଜଗତପୁର କୋଭିଡ୍ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ । ଅଗ୍ନିଶମ ଓ ବିଦ୍ୟୁତ ବିଭାଗକୁ ମିଳିତ ଭାବରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ତଦନ୍ତ କରି 24 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସମୟରେ ସମସ୍ତ ରୋଗୀ ସୁରକ୍ଷିତ ରହିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।ତେବେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରି ହସ୍ପିଟାଲରେ ପୁଣି ରୋଗୀ ସେବା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲା ଖୈରୁଦ୍ଦିନପୁର ଅଞ୍ଚଳରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ୍ଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ବିମାନରେ ଚାରିଜଣ ରହିଥିବାର ସୂଚନା ରହିଛି । ଏହି ବିମାନଟି ଆକାଶରେ ଉଡୁଥିବା ସମୟରେ ପୂର୍ବାହ୍ନ ପ୍ରାୟ 11.20 ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ହଠାତ୍ ଖସି ତଳେ ପଡ଼ିଯାଇଥିଲା।ତଳେ ପଡିବା ପରେ ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଅନ୍ୟ ଦୁଇଜଣ ପାରାଚ୍ୟୁଟ୍ ସହାୟତାରେ ବିମାନରୁ ବାହାରି ଆସିଥିଲେ । ମୃତକ ପାଇଲଟ୍ ଜଣକ କୋଣାର୍କ ସରନ୍ ବୋଲି ସୂଚନା ରହିଛି । ତେବେ ଟ୍ରେନିଂ ବିମାନଟି କିପରି ଦୁର୍ଘଟଣାଗ୍ରସ୍ତ ହେଲା, ତା’ର ଯାଞ୍ଚ ଜାରି ରହିଛି । (ଏଜେନ୍ସି)
କଟକ: କଟକ ଜଗତପୁର ସଦ୍ଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ। ସଦଗୁରୁ ହସ୍ପିଟାଲର ଫାୟାର ସେଫ୍ଟି ଲାଇସେନ୍ସ ନଥିଲା । ସଦଗୁରୁ ହସ୍ପିଟାଲକୁ ଫାୟାର ଲାଇସେନ୍ସ ଦିଆଯାଇନାହିଁ। ଲାଇସେନ୍ସ ମିଳିବା ନେଇ ସେମାନଙ୍କର କିଛି ଅସୁବିଧା ରହିଥିଲା । ଇନ୍ସପେକ୍ସନ କରାଯାଇଥିଲା, ଅସୁବିଧା ଦୂର ପାଇଁ କୁହାଯାଇଥିଲା । ଆବଶ୍ୟକ ବ୍ୟବସ୍ଥା କରିବାକୁ ହସ୍ପିଟାଲକୁ ନୋଟିସ କରାଯାଇଥିଲା। ବ୍ୟବସ୍ଥା କରିପାରିନଥିବାରୁ ଲାଇସେନ୍ସ ଦିଆଯାଇନାହିଁ। ତେବେ ଆଜି ସେମାନଙ୍କର ଅଗ୍ନି ନିରାପତ୍ତା ବ୍ୟବସ୍ଥା କାମ କରିଥିଲା । ନିରାପତ୍ତା ବ୍ୟବସ୍ଥା କାମ କରିବାରୁ ନିଆଁ ବେଶି ବ୍ୟାପିନଥିଲା। ସୂଚନାଯୋଗ୍ୟ, କୋଭିଡ୍ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଥିଲା । ଏହି ହସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଅବସ୍ଥାରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷରେ ହସ୍ପିଟାଲରେ ନିଆଁ ଲାଗିନି । ଏସିରୁ ଧୂଆଁ ବାହାରିଥିବାର କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଚର୍ଚ୍ଚିକା ବଜାରରୁ ଚାନ୍ଦୁରା ରୋଡ୍ ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆସନ୍ତା 27ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଜିଲ୍ଲା କୋର୍ଟ କମ୍ପ୍ଲେକ୍ସରୁ 10 କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି । କଣ୍ଟେନମେଣ୍ଟ ଜୋନ୍ରେ ଯାତାୟତ ଉପରେ ପ୍ରତିବନ୍ଧକ ରଖାଯାଇଛି ।
ଭୁବନେଶ୍ୱର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର ସାତଟି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେଗୁଡ଼ିକ ହେଲା ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ।ଲଘୁଚାପ ପ୍ରଭାବରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଭୂସ୍ଖଳନ, ଅକସ୍ମାତ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିଯିବା, କଚ୍ଚା ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା ଭଳି ଦୁର୍ବିପାକର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ସୋନପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଏବଂ ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର ଓ ଢେ଼ଙ୍କାନାଳରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ କୃଷି ବିଲ୍କୁ ବିରୋଧୀଙ୍କ ହଙ୍ଗାମା ସତ୍ତ୍ବେ ରାଜ୍ୟସଭାରେ ଏହା ପାରିତ୍ ହୋଇଛି । ଗତକାଲି ରାଜ୍ୟସଭାରେ ଏହି ବିଲ୍ରେ ବିରୋଧ ପ୍ରତିବାଦରେ ରାଜ୍ୟସଭାରେ ହଙ୍ଗାମା କରିବା କାରଣ ଯୋଗୁଁ 8 ଜଣ ସଦସ୍ୟଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଏହାର ପ୍ରତିବାଦରେ ବିରୋଧୀ ଦଳର ସଦସ୍ୟ ମାନେ ରାଷ୍ଟ୍ରପତିଙ୍କୁ ଭେଟିବାର ନିଷ୍ପତ୍ତି ନେଇଛନ୍ତି । ରବିବାର ବାଚନିକ ଭୋଟରେ 3ଟି ନୂତନ କୃଷି ବିଲ ରାଜ୍ୟସଭାରେ ପାରିତ ହୋଇଥିଲା । ଏହାର ପ୍ରତିବାଦରେ 12 ବିରୋଧୀ ଦଳର ସଦସ୍ୟ ମାନେ ରାଷ୍ଟ୍ରପତିଙ୍କୁ ଭେଟି ଏହି ବିଲକୁ ମଞ୍ଜୁରୀ ନଦେବା ପାଇଁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହି ବିଲ ଆଇନରେ ପରିଣତ ହୋଇଥାଏ । ବିରୋଧୀ ଦଳ ସଦସ୍ୟଙ୍କ ସହିତ ଏନଡିଏର ସହଯୋଗୀ ଦଳ ଅକାଳୀ ଦଳ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିବ ବୋଲି ଜଣାପଡିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଭାରତୀୟ ସେନାରେ ରହିଥିବା ଲିଙ୍ଗଗତ ତାରତମ୍ୟକୁ ଦୂର କରାଯିବାର ଆଉ ଏକ ପ୍ରୟାସ କରାଯାଇଛି । ପୂର୍ବରୁ ଭାରତୀୟ ସେନାର ତିନି ବିଭାଗରେ ମହିଳା ଅଫିସରଙ୍କୁ ସାମିଲ କରାଯାଇଥିବା ବେଳେ ପ୍ରଥମ ଥର ପାଇଁ ନୌସେନାର ଯୂଦ୍ଧଜାହାଜରେ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ସବ ଲେଫ୍ଟନାଣ୍ଟ କୁମୁଦିନୀ ତ୍ୟାଗୀ ଏବଂ ସବ ଲେଫ୍ଟନାଣ୍ଟରିତି ସିିଂଙ୍କୁ ସାମିଲ କରାଯିବା ପାଇଁ ନୌସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଉଭୟ ଅଧିକାରୀଙ୍କୁ ମଲ୍ଟି ରୋଲ ହେଲିକପ୍ଟର (ଏମଆରଏଚ) ବିଭାଗରେ ସାମିଲ କରାଯିବ । ନୌସେନାରେ ମହିଳା ମାନେ ସାମିଲ ହୋଇଥିଲେ ମଧ୍ୟ ଯୁଦ୍ଧଜାହାଜରେ ମହିଳାଙ୍କ ସାମିଲ ହେବା ଉପରେ କଟକଣା ରହିଥିଲା । ନୌସେନାର ମୁଖପାତ୍ର ବିବେକ ମାଧୱାଲ ଏହି ସୂଚନା ଦେଇଛନ୍ତି । ସୋମବାର କୋଚିର ଆଇଏନଏସ ଗରୁଡରେ ଏହି ଦୁଇ ଅଧିକାରୀଙ୍କ ସମେତ 17ଜଣଙ୍କୁ ସମ୍ମାନିତ କରାଯାଇଛି ।
ଭୁବନେଶ୍ବର: ଆସନ୍ତା 25ତାରିଖରେ ସର୍ବଦଳୀୟ ବୈଠକ ହେବ । ବିଧାନସଭା ପାଇଁ ବସିବ ସର୍ବଦଳୀୟ ବୈଠକ । ତେବେ ଏହି ବୈଠକରେ କୋଭିଡ ମହାମାରୀ ସମୟରେ ବିଧାନସଭା କେମିତି ଚାଲିବ, କଣ ସବୁ ଗାଇଡଲାଇନ୍ ରହିବ ଏବଂ ପ୍ରଶ୍ନକାଳ-ଉତ୍ତରକାଳ ଓ ଶୂନ୍ୟକାଳ ରହିବ କି ନାହିଁ ବୈଠକରେ ଆଲୋଚନା କରାଯିବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେପ୍ଟେମ୍ବର 29 ତାରିଖରେ ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାଛଡା ଆଗାମୀ ଅଧିବେଶନରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବ କି ନାହିଁ, ସେନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଭୁବନେଶ୍ବର, ଆସନ୍ତା 29 ତାରିଖରେ ଆରମ୍ଭ ହେବ ଓଡିଶା ବିଧାନସଭାର ମୈସୁମୀ ଅଧିବେସନ। ତେବେ ଏଥର କୋଭିଡ ସଂକ୍ରାମଣରୁ ସଦସ୍ୟମାନଙ୍କୁ ବଞ୍ଚିତ କରିବା ପାଇଁ ନିଆଯାଇଛି ବିଭିନ୍ନ ପଦକ୍ଷେପ। ତାହା ହେଲା ସଂସଦରେ ସଦସ୍ୟଙ୍କ ଆଗରେ ଲାଗିଥିବା ଗ୍ଲାସ ପରି ବିଧାନସଭାରେ ମଧ୍ୟ ସେହିପରି କରାଯାଇଛି। ବିଧାନସଭା ସଦସ୍ୟଙ୍କ ପାଇଁ ଆଗରେ ଏବଂ ଦୁଇ କଡରେ ଲାଗିଛି ଗ୍ଲାସ। ଫଳରେ ଜଣେ ସଦସ୍ୟ ଛିଙ୍କିଲେ କିମ୍ବା କାଶିଲେ ତାହା ଅନ୍ୟ ସଦସ୍ୟଙ୍କ ପାଖକୁ ବ୍ୟାପିବ ନାହିଁ। ଏଥିସହିତ ସଂକ୍ରାମଣ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଅଧିବେସନ ଆରମ୍ଭ ହେବାକୁ ଆଉ ଅଳ୍ପଦିନ ବାକିଥିବାରୁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି କାମକୁ ତଦାରଖ କରିଛନ୍ତି।
ମୁମ୍ବାଇ : ମୁମ୍ବାଇର ବଲାର୍ଡ ପିଆରସ୍ଥିତ ଏକ୍ସଚେଞ୍ଜ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ବିଲ୍ଡିଂରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର କାର୍ଯ୍ୟାଳୟ ମଧ୍ୟ ରହିଛି। ଏଠାକୁ ମଧ୍ୟ ନିଆଁ ବ୍ୟାପିଥିବା ସୂଚନା ମିଳିଛି। ଘଟଣାର ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ମୁମ୍ବାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର :କରୋନା ରୋଗରୁ ଆରୋଗ୍ୟ ହୋଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ପ୍ଲାଜମା ଦାନ କରିଥିବା ୪ଜଣ ବ୍ୟକ୍ତିଙ୍କୁ ରବିବାର ଦିନ ସଂନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପୁଷ୍ପଗୁଚ୍ଛ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେମାନଙ୍କ ମଧ୍ୟରୁ ପାରାଦ୍ବୀପ ଅଭୟଚାନ୍ଦପୁର ଥାନାର ପୋଲିସ୍ ସବ-ଇନସପେକ୍ଟର ରଘୁନାଥ ବେହେରା ପ୍ଲାଜମା ଦାନକରି ଜିଲ୍ଲାପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ। କରୋନା ରୋଗରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଦାନ ଦ୍ୱାରା ଗୁରୁତର କରୋନା ରୋଗୀ ସୁସ୍ଥ ହୋଇପାରୁଛନ୍ତି। ପ୍ଲାଜମା ଦାନ କରୁଥିବା କରୋନା ଆରୋଗ୍ୟ ବ୍ୟକ୍ତିଙ୍କୁ ଏସ୍.ସି.ବି ମେଡ଼ିକାଲ ଯିବା ଆସିବା ଓ ଅନ୍ୟାନ୍ୟ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ପକ୍ଷରୁ ବହନ କରାଯାଉଛି। ଆଜି ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରୁ ୧୭ଜଣ କରୋନା ଆରୋଗ୍ୟ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି। ଉତ୍ସାହୀ କରୋନା ଆରୋଗ୍ୟ ବ୍ୟକ୍ତି ପ୍ଲାଜମା ଦାନକରି ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା…
କଟକ : କଟକ ଜଗତପୁର ସଦ୍ଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଚିଫ୍ ଫାୟାର ଅଫିସର ଓ କଟକ ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ହସ୍ପିଟାଲରେ ରହିଥିବା ସମସ୍ତ କୋଭିଡ୍ ରୋଗୀଙ୍କ ସୁରକ୍ଷିତ ଅବସ୍ଥାରେ ବାହାର କରି ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ।ଉକ୍ତ ହସ୍ପିଟାଲରେ 127ଜଣ ମୋଟ୍ କୋଭିଡ୍ ରୋଗୀ ରହିଥିବାର ସୂଚନା ରହିଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବାର ସୂଚନା ରହିଛି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନାଚୁଣୀ ପଞ୍ଚାୟତର ଜୀବନଦେଇପୁର ଶାସନ ଗ୍ରାମର ମା ସର୍ବମଙ୍ଗଳା ମନ୍ଦିରରୁ ଚୋରି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଭୋର ଚାରି ଘଟିକାରେ ପ୍ରତିଦିନ ପରି ମନ୍ଦିର ସାମ୍ନାରେ ଥିବା ପୂଜା ଦୋକାନୀ ମନ୍ଦିରରେ ଦୀପ ଲଗେଇବାକୁ ଯାଇଥିଲେ । ସେହି ସମୟରେ ସେ ମନ୍ଦିର ଗେଟର ତାଲା ଓ ହୁଣ୍ଡୀ ବାକ୍ସକୁ ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ । ସେହିପରି ମାଙ୍କ ଇମିଟେସନ୍ ଅଳଙ୍କାର ମଧ୍ୟ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେ ଏହି ବିଷୟ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଗୋପୀନାଥ ବେହେରା ଏବଂ ମୁଖ୍ୟ ପୂଜକ ଆଦିତ୍ୟ ନାରାୟଣ ଦାସଙ୍କୁ ଜଣାଇଥିଲେ। ଏହାପରେ ସମସ୍ତେ ମନ୍ଦିରକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ ଏବଂ ଗୋପୀନାଥ ବେହେରା ନାଚୁଣୀ ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ମା’ଙ୍କର ବିଭିନ୍ନ ଅଳଙ୍କାର ସହ ରୂପାର ପାଉଁଜି ଏବଂ…
ଭୁବନେଶ୍ବର : ଆଜିଠାରୁ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶିତ ହେବା ପରେ ଆଜିଠାରୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା 26 ତାରିଖ ଯାଏଁ ଜାରି ରହିବ । ସକାଳ 9ଟାରୁ ଏହା ଆରମ୍ଭ ହୋଇଥିବାବଳେ ସନ୍ଧ୍ୟା 5ଟା ଯାଏଁ ଏହା ଚାଲିବ । ଅକ୍ଟୋବର ତିନି ତାରିଖରେ ଦ୍ୱିତୀୟ କଟଅଫ ମାର୍କ ଆସିବ । ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ମୋଟ 3 ଲକ୍ଷ 47 ହଜାର 626 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଚୟନ ହୋଇଛନ୍ତି । ହୋଇଛନ୍ତି । ତେବେ ଯୁକ୍ତ 2 ନାମଲେଖା ହେବା ପୂର୍ବରୁ ମହାବିଦ୍ୟାଳୟ ଗୁଡ଼ିକ ତରଫରୁ କରୋନା କଟକଣା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର କୋଭିଡ-19 ଗାଇଡଲାଇନ ପାଳନ କରିବାକୁ…
ଭୁବନେଶ୍ବର : କରୋନା ସହ ଚାଲିଥିବା ଯୁଦ୍ଧକୁ ଯଦି ସମେସ୍ତ ଏକ ହୋଇ ଲଢିବା ତେବେ ଏହି ଯୁଦ୍ଧ ସହଜ ହେବ । କୋଭିଡ୍ ସଂକ୍ରମିତଙ୍କ ସହ ଉତ୍ତମ ବ୍ୟବହାର ଓ କେଇପଦ ମିଠା କଥା କହିଲେ ସେମାନଙ୍କ କଷ୍ଟ ଲାଘବ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ବିରୋଧରେ ଆମକୁ ମିଳିତ ହୋଇ ଲଢ଼ିବାକୁ ପଡ଼ିବ ଏବଂ କୋଭିଡ ରୋଗୀଙ୍କୁ ମିଠା କଥା କହି ସେମାନଙ୍କ କଷ୍ଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ମିଠା କଥା କହିଲେ କୋଭିଡ ରୋଗୀଙ୍କ କଷ୍ଟ ଲାଘବ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁମାନେ କରୋନାରେ ପୀଡ଼ିତ ହୋଇଛନ୍ତି, ବହୁତ କଷ୍ଟ ସହୁଛନ୍ତି । ଆମେମାନେ ତାଙ୍କୁ ସାହସ ଦେବା ଦରକାର । ତାଙ୍କ ସହ ମିଠା କଥା ହେବା । ସେମାନେ ଚିକିତ୍ସିତ ହେବାକୁ ଯିବାବେଳେ ହସିବା ସହିତ ଥମ୍ପସପ୍ ଦେଖାଇବା,…
ନୂଆଦିଲ୍ଲୀ: ଆଜିଠୁ ଖୋଲିଲା ସପ୍ତାଶ୍ଚର୍ଯ୍ୟ ତାଜମହଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ 17ରୁ ଏହାକୁ ବନ୍ଦ ରଖାଯାଇଥିଲା । ଦୀର୍ଘ 6 ମାସ ପରେ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ତାଜମହଲକୁ ଖୋଲା ଯାଇଛି । ତେବେ କୋଭିଡ୍ କଟକଣା ସହିତ ତାଜମହଲ ପରିଦର୍ଶନ କରିପାରିବା ନେଇ ସୂଚନା ଦିଆଯାଇଛି । ଦୈନିକ 5 ହଜାର ଲୋକଙ୍କୁ ପ୍ରବେଶ ଅନୁମତି ରହିଥିବାବେଳେ କରୋନା ଗାଇଡଲାଇନ୍କୁ କଡାକଡି ରୂପେ ପାଳନ କରାଯିବା ନେଇ ଗୁରୁତ୍ବ ଦିଆଯାଉଥିବା ନେଇ ଏଏସ୍ଆଇ ପକ୍ଷରୁ ସୂଚନା ରହିଛି । ତାଜମହଲରେ ପ୍ରବେଶ ପୂର୍ବରୁ ଶରୀରର ତାପମାତ୍ରା ମପା ଯାଉଥିବା ବେଳେ ଜୋତା ସାନିଟାଇଜ ମଧ୍ୟ କରାଯାଉଛି। ଏହି ସମୟରେ ଗ୍ରୁପ୍ ଫଟୋ ଉଠାଇବାକୁ ବାରଣ କରାଯାଇଛି। ସେହିପରି ତାଜମହଲ ବୁଲିବା ସମୟରେ ପର୍ଯ୍ୟଟକମାନ ଯେପରି କାନ୍ଥ, ରେଲିଂ ନ ଛୁଇଁବେ, ମାସ୍କ, ସାନିଟାଇଜର, ଟିସୁ ପେପର ବ୍ୟବହାର କରିବେ ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯାଉଛି। ପ୍ଲସ୍…
ମଧ୍ୟପ୍ରଦେଶ : ସାଧାରଣତଃ ପୋଲିସ ନାଁ ଶୁଣିଲେ ଲୋକେ ଭୟଭୀତ ହୋଇଯାନ୍ତି। ପୋଲିସ୍ ଆମକୁ ସୁରକ୍ଷା ପ୍ରଦାନ କରିଥାଏ । କିନ୍ତୁ ଏଠାରେ ପୋଲିସ୍କୁ ହଇରାଣ ହେବାକୁ ପଡିଛି । ପୁଣି କେହି ମଣିଷ ନୁହେଁ ବରଂ ଏକ ମାଙ୍କଡ ଯୋଗୁଁ ପୋଲିସ୍ ନାହିଁ ନଥିବାର ହଇରାଣ ହୋଇଛି । ଏପରି ଏକ ଘଟଣା ମଧ୍ୟପ୍ରଦେଶର ବୈତୁଲ୍ ଅଞ୍ଚଳରେ ଘଟିଛି । ମଧ୍ୟ ପ୍ରଦେଶରର ବୈତୁଲର ଏକ ଥାନାରେ ମାଙ୍ଗଡ ପୋଲିସଙ୍କୁ ଭୟଭୀତ କରିଦେଇଛି। ଗତ ଦଶ ଦିନ ହେବ ଏକ ମାଙ୍ଗଡ ପୋଲିସମାନଙ୍କୁ ଅସୁବିଧାରେ ପକାଇଛି। ବାରମ୍ବାର ଥାନା ଭିତରେ ପଶିଯାଇ ଟେବୁଲ ଉପରେ ବସି ପୋଲିସ ବାବୁଙ୍କ କାନ ଧରୁଥିବାବେଳେ ମୋଡି ମଧ୍ୟ ଦେଉଥିବାର ଦେଖାଯାଇଛି। ବେଳେବେଳେ ମାଙ୍ଗଡଟି ପୋଲିସଙ୍କୁ ବାଇକ୍ ପଛପଟେ ମଧ୍ୟ ବସିଯାଉଛି। ଏହି କାରଣରୁ ପୋଲିସକର୍ମୀମାନେ କବାଟ ବନ୍ଦ କରି ରଖୁଛନ୍ତି। କେବଳ ପୋଲିସକର୍ମୀଙ୍କୁ ନୁହେଁ ଏହି ମାଙ୍କଡଟି ସ୍ଥାନୀୟ ଲୋକଙ୍କୁ ମଧ୍ୟ ହଇରାଣ…
ଭୁବନେଶ୍ବର : ରାଜ୍ୟରେ ଆଉ 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେଉଁଝରରୁ ସର୍ବାଧିକ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ନବରଙ୍ଗପୁର, ନୟାଗଡ, ମୟୂରଭଞ୍ଜ, କନ୍ଧମାଳ, ବାଲେଶ୍ବର, ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲାରୁ 48 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁରରୁ 30 ବର୍ଷୀୟା ଯୁବତୀ, କନ୍ଧମାଳରରୁ 54 ବର୍ଷୀୟ ପୁରୁଷ, କେଉଁଝରରୁ 38 ବର୍ଷୀୟ ପୁରୁଷ ଓ 59 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ 90 ବର୍ଷୀୟ ଆକ୍ରାନ୍ତ ରହିଥିବାବେଳେ ମୟୂରଭଞ୍ଜରୁ 74 ବର୍ଷୀୟ ଆକ୍ରାନ୍ତ, ନବରଙ୍ଗପୁରରୁ 29 ବର୍ଷୀୟ ଯୁବକ, ନୟାଗଡରୁ 51 ବର୍ଷୀୟ ପୁରୁଷଙ୍କର କରୋନା ଯୋଗୁଁ ମୃତ୍ୟୁହୋଇଥିବାର ସୂଚନା ରହିଛି ।
ଭୁବନେଶ୍ବର : ରାଜ୍ୟରେ ଆଜି 4 ହଜାର 242କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2503ଜଣ ଚିହ୍ନଟ ହୋଇଥିବାବେଳେ 1739ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 84ହଜାର122କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 37 ହଜାର684ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 45ହଜାର 657ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 701ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 4ହଜାର 242ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 652ଜଣ ଚିହ୍ନଟ ହୋଇଥିବାବେଳେ…
କଟକ : ଆସନ୍ତା ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ କୋର୍ଟ ବନ୍ଦ ରହିବ । କରୋନା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବାର ସୂଚନା ରହିଛି। କିଛି ବିଭାଗରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ଆଜି ଓ ଆସନ୍ତାକାଲି କୋର୍ଟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରେଜିଷ୍ଟ୍ରାର ଜେନେରାଲ । ଏହି ଦୁଇ ଦିନ ହାଇକୋର୍ଟ ସହ ଏହାର କାର୍ଯ୍ୟକାଳ ମଧ୍ୟ ବନ୍ଦ ରହିବ । ଏହି ସମୟରେ ହାଇକୋର୍ଟର ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରାଯିବ । ତେବେ 21 ତାରିଖ ପାଇଁ ପ୍ରକାଶିତ ଜଜ୍ ଲିଷ୍ଟରେ ତାଲିକାଭୁକ୍ତ ମାମଲାଗୁଡିକ 23 ତାରିଖରେ ଶୁଣାଣି ହେବ । ସେହିପରି 22, 23, 24, 25 ତାରିଖ ପାଇଁ ପ୍ରକାଶିତ ରିଜର୍ଭ ଲିଷ୍ଟର ଜାମିନ୍ ଆବେଦନଗୁଡିକ ଯଥାକ୍ରମେ 24, 25, 28 ଓ 29 ତାରିଖରେ ଶୁଣାଣି କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ…

