Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ମହାମାରୀ। ଯେମିତି କମିବାର ନାଁ ଧରୁନି ତଥାପି ସଚେତନ ହେଉନାହାନ୍ତି ଲୋକେ। ଜଗତସିଂହପୁର ଜିଲ୍ଲାରେ ଆଜି କରୋନା ପୂ୍ର୍ବର ସବୁ ରେକର୍ଡ଼ ଭାଙ୍ଗିଛି। ଜିଲ୍ଲାରୁ ଆଜି ସର୍ବାଧିକ ୧୮୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୧୬ଜଣ, ବିରିଡ଼ି ବ୍ଲକରୁ ୧୧ଜଣ ,ତିର୍ତ୍ତୋଲ ବ୍ଲକରୁ ୧୯ଜଣ, ଏରସମା ବ୍ଲକରୁ ୭ଜଣ, କୁଜଙ୍ଗ ବ୍ଲକରୁ ୩୦ଜଣ, ନାଉଗାଁ ବ୍ଲକରୁ ୫ଜଣ, ରଘୁନାଥପୁର ବ୍ଲକରୁ ୨୭ଜଣ, ଜଗତସିଂହପୁର ବ୍ଲକରୁ ୨୫ଜଣ, ଜଗତସିଂହପୁର ୟୁଏଲବି ରୁ ୧୩ଜଣ, ପାରାଦ୍ଵୀପ ୟୁଏଲବି ରୁ ୩୩ଜଣ ଓ ଅନ୍ୟ ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଜିଲ୍ଲାରୁ ୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୩୩୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୨୯ ଜଣ ସୁସ୍ଥ ହୋଇଥିବା…

Read More

ସୀତାରାମ ଅଗ୍ରୱାଲ ଚିଲିକା: କରୋନା ମହାମାରୀ ବର୍ତ୍ତମାନ ତାର କରାଳ ରୂପ ଖୋର୍ଦ୍ଧା ଜିଲ୍ଲାରେ ଦେଖାଉଛି। ବିଶେଷ କରି ଚିଲିକା ନିର୍ବାଚନମଣ୍ଡଳୀ ରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବର୍ତ୍ତମାନ ଏହା ସର୍ବାଧିକ ସ୍ଥାନକୁ ପହଁଚିଛି ଯାହା ବର୍ତ୍ତମାନ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ଅପରପକ୍ଷେ କରୋନା ରେ ମୃତକଙ୍କ ସଂଖ୍ୟା ମଧ୍ୟ ଚିଲିକା ନିର୍ବାଚନମଣ୍ଡଳୀ ରେ ବଢିଚାଲିଛି। ଗତକାଲି କୋଭିଡରେ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ର ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଥିବାର ସୂଚନା ଅଛି। ଯାହାକି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ପ୍ରତିଦିନ ଜିଲ୍ଲା ଉଚ୍ଚ ଅଧିକାରୀମାନେ ବାଲୁଗାଁ ଏବଂ ବାଣପୁରରେ ତୁହାକୁ ତୁହା ବୈଠକ କରୁଛନ୍ତି। ଗତକାଲି ଖୋର୍ଦ୍ଧା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଏବଂ ଖୋର୍ଦ୍ଧା ଉପଜିଲ୍ଲାପାଳ ବାଲୁଗାଁ ଏନ.ଏ.ସି ସଭାଗୃହ ମଧ୍ୟରେ କରୋନାକୁ ପ୍ରତିହିତ କରିବା ପାଇଁ ବୈଠକ କରିଥିବାବେଳେ ଆଜି ଖୋର୍ଦ୍ଧା ଅତିରିକ୍ତ…

Read More

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ତଥା ବାଲୁଗାଁ ଏନ୍‌ଏସିର ପୂର୍ବତନ ନଗରପାଳ ସତ୍ୟ ନାରାୟଣ ସେନାପତିଙ୍କ ଅକାଳ ବିୟୋଗରେ ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ ପ୍ରମୁଖ ସୀତାରାମ ଅଗ୍ରୱାଲ୍‌, ବାଲୁଗାଁ-ବାଣପୁର ନଗର ସମ୍ପାଦକ ବିକାଶ ସେଠୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସ୍ୱୟଂସେବକ ଭାଇ ମାନେ, ଚିଲିକା ବିଜେପି ର କାର୍ଯ୍ୟକର୍ତାମାନେ, ଶାଳିଆ ପ୍ରେସ୍ କ୍ଲବ୍‌ର ସମସ୍ତ ସଦସ୍ୟ ବୃୃନ୍ଦ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରି ଦୀପଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଲୁଗାଁ ସହରର ବିଭିନ୍ନ ଅଞ୍ଚଳ ଦେଇ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବହୁତ ଅଳ୍ପସମୟ ମଧ୍ୟରେ ଜଣେ ଦକ୍ଷ ସଂଗଠକ ଏବଂ ଯୁବନେତା ଭାବେ ଶ୍ରୀ ସେନାପତି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏପରିକି ଛାତ୍ର ଜୀବନରୁ ଏବିଭିପି ସହ ଜଡ଼ିତ ହୋଇ କଲେଜ କ୍ୟାରିଅର୍‌ରେ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ  ୪ ହଜାର ୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୫୨ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୪୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ ୨୭୫, ଯାଜପୁରରୁ ୨୭୨, ନୂଆପଡାରୁ ୨୬୮, ଅନୁଗୁଳରୁ ୧୮୭, ବରଗଡରୁ ୧୮୧, ଢେଙ୍କାନାଳରୁ ୧୫୦, ମୟୂରଭଞ୍ଜରୁ ୧୨୬, ସୋନପୁରରୁ ୧୨୨, କୋରାପୁଟରୁ ୧୧୯, ବାଲେଶ୍ବରରୁ ୧୦୮, ବଲାଙ୍ଗୀରିରୁ ୧୦୮, ଗଞ୍ଜାମରୁ ୧୦୩, ଜଗତସିଂହପୁରରୁ ୯୭, କେନ୍ଦୁଝରରୁ ୮୩, ବୌଦ୍ଧରୁ ୭୬, କେନ୍ଦ୍ରାପଡାରୁ ୭୫, କନ୍ଧମାଳରୁ ୬୯, ଝାରସୁଗୁଡାରୁ ୬୬, ସୁନ୍ଦରଗଡରୁ ୬୪, ଭଦ୍ରକରୁ ୬୨, ରାୟଗଡାରୁ ୬୧, ସମ୍ବଲପୁରରୁ ୬୦, ନୟାଗଡରୁ ୫୬, କଳାହାଣ୍ଡିରୁ ୫୧, ଗଜପତିରୁ ୨୯, ଦେବଗଡରୁ ୨୪, ନବରଙ୍ଗପୁରରୁ ୨୪ ଏବଂ ମାଲକାନଗିରିରୁ ୧୩ ଜେଏଏନଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେଇଛନ୍ତି। ରାଜ୍ୟରେ ଆଜି ସୁସ୍ଥ…

Read More

ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ: ଓଡିଶା ବିଧାନସଭା ବାଚସ୍ପତି ଡ଼ଃ.ସୂର୍ଯ୍ୟ ନାରାୟଣ ପାତ୍ର ନିଜର ଜିଲ୍ଲା ପରିଷଦ ପ୍ରତିନିଧି ଭାବେ ଜଣେ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବି.ଶଙ୍କର ନାରାୟଣ ସୁବୁଦ୍ଧିଙ୍କୁ ଦାୟିତ୍ତ୍ଵ ଦେଇଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇ ସୁଚାରୁ ରୂପେ ନିଜ ଦାୟିତ୍ତ୍ଵ ତୁଲାଇଥିବା ବେଳେ ବର୍ତ୍ତମାନ ସରକାରୀ ଚାକିରୀରୁ ଅବସର ନେବାପରେ ଜନସେବାରେ ନିଜକୁ ମନନିବେଶ କରିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ଜିଲ୍ଲା ପରିଷଦ ବୈଠକରେ ଶ୍ରୀ ସୁବୁଦ୍ଧି ବାଚସ୍ପତିଙ୍କ ପ୍ରତିନିଧି ରୂପରେ ଯୋଗଦେବେ। ଏନେଇ ଡ଼ଃ.ପାତ୍ର ଚିଠି ସଂଖ୍ୟା ୩୧୯/୧୪/୨୦ରେ ଏକ ଲିଖିତ ପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି। ଏହାକୁ ନେଇ ଶ୍ରୀ ସୁବୁଦ୍ଧି ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିବାବେଳେ ପୂର୍ବତନ ସାଂସଦ ପ୍ରତିନିଧି ସନାତନ ସଂଗ୍ରାମ ସିଂ, ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡି, କୁକୁଡାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଦିଲ୍ଲୀପ ପାତ୍ର,…

Read More

ଭୁବନେଶ୍ୱର, ଉପନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ଅପରାଧ ପ୍ରବଣ ପୃଷ୍ଠଭୂମି ଛାପା ଓ ଇଲଟ୍ରୋନିକ୍ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରାଇବେ। ଆଜି ଏ ନେଇ ନିର୍ବାଚନ ଅଧିକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେହେତୁ ଓଡ଼ିଶାର ବାଲେଶ୍ୱର ଓ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ହେବାକୁ ଯାଉଛି ସେଥିପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟ ପ୍ରଚାର ପ୍ରସାର ପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ନାମାଙ୍କନ ପତ୍ର ପ୍ରତ୍ୟାହାରର ପ୍ରଥମ ଚାରିଦିନ ମଧ୍ୟରେ କରାଇବେ । ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ପ୍ରସାର ନାମାଙ୍କନ ପତ୍ର ପ୍ରାତ୍ୟାହାରର ପଞ୍ଚମରୁ ଅଷ୍ଟମ ଦିନ ମଧ୍ୟରେ ଏବଂ ସେହିପରି ତୃତୀୟ ପର୍ଯ୍ୟାୟ ପ୍ରଚାର ପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାରର ନବମ ଦିନଠାରୁ ନିର୍ବାଚନ ପ୍ରଚାରର ଶେଷ ଦିନ ମଧ୍ୟରେ ଅର୍ଥାତ୍‌ ଭୋଟ ଗ୍ରହଣର ଦୁଇଦିନ ପୂର୍ବରୁ କରାଇବେ। ଅପ୍ରତିଦ୍ୱନ୍ଦୀ…

Read More

ଭୁବନେଶ୍ବର: ବର୍ତ୍ତମାନ ବନ୍ୟା ନାଁ ରେ ବିଭିନ୍ନ ସ୍ଥାନରେ ପରିବାପତ୍ର ଦର ହୁତୁହୁତୁ ହୋଇ ବଢିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ଖାଉଟୀ ଅଧିକାରୀମାନେ ବିଭିନ୍ନ ପରିବା ବଜାର ଉପରେ ଚଢାଉ କରିଛନ୍ତି। ବିଶେଷ କରି ଆଳୁ ଓ ପିଆଜ ପରି ଅତ୍ୟାବଶ୍ୟକ ଜିନିଷର ମଧ୍ୟ ଦର ବୃଦ୍ଧି ଘଟିଛି। ତେବେ ପ୍ରକୃତରେ ଦର ବୃଦ୍ଧି ଘଟିଛି କି କୃତ୍ରିମ ଭାବେ ଦର ବୃଦ୍ଧି କରାଯାଉଛି ଏହି ଅଧିକାରୀମାନେ ତାହା ଯାଞ୍ଚ କରିଛନ୍ତି। ଖୁଚୁରା ଦୋକାନ ସହିତ ହୋଲସେଲ ବଜାର ଉପରେ ମଧ୍ୟ ଏହି ଚଢାଉ କରାଯାଇଥିଲା। ଏହିପରି ଭାବେ ବିଭିନ୍ନ ସମୟରେ ଖାଉଟୀ ଅଧିକାରୀମାନେ ଜିଲ୍ଲା ପୋଲିସ ସହାୟତାରେ ଏହି ଚଢାଉ କରିବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ରେଳବାଇ କର୍ମଚାରୀ ସେମାନଙ୍କ ନିଜ ପରିସରକୁ ପରିଚ୍ଛନ୍ନତା ରଖିବା ସହିତ ଅନ୍ୟମାନଙ୍କୁ ଏଥିପ୍ରତି ପ୍ରେରଣା ଦେବାକୁ ଶପଥ ନେଲେ ଓ ସ୍ୱଚ୍ଛତା ପକ୍ଷରେ ପରିଚ୍ଛନ୍ନତା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଆୟୋଜନ ଓ ୧୬ ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତୀୟ ରେଳବାଇ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ପକ୍ଷ ଦେଶସାରା ପାଳନ କରାଯାଉଅଛି ଓ ଏଥିପାଇଁ ପୂର୍ବତଟ ରେଳପଥ ବ୍ୟାପକ ଭାବେ ସ୍ୱଚ୍ଛତା ପକ୍ଷ ପାଳନ କରି ରେଳ ଷ୍ଟେସନ ପରିସର, ଟ୍ରେନ, କାର୍ଯ୍ଯାଳୟ, ୱର୍କଶପ, ମରାମତି ଡିପୋ, ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବାସସ୍ଥଳୀ ଅଞ୍ଚଳମାନଙ୍କରେ ପରିଚ୍ଛନ୍ନତା ପ୍ରତି ବ୍ୟାପକଭାବେ ସ୍ୱତନ୍ତ୍ର ଧ୍ୟାନ ଦେଉଅଛି ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ପୂର୍ବାହ୍ନରେ ରେଳସଦନରୁ ଭରଚୁଆଲ ମାଧ୍ୟମରେ ରେଳପଥ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇ ସ୍ୱଚ୍ଛତା ନିମନ୍ତେ ପ୍ରତି ସପ୍ତାହରେ ଦୁଇ ଘଣ୍ଟା ଶ୍ରମଦାନ କରିବା ସହିତ ନିଜେ ଅଳିଆ ନଫିଙ୍ଗିବା କିମ୍ବା…

Read More

ମୁମ୍ବାଇ: ଜିଓ ପକ୍ଷରୁ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଭାବରେ ଆଗାମୀ କ୍ରିକେଟ ସିଜନ ପାଇଁ ଏକାଧିକ ଆକର୍ଷଣୀୟ ତାରିଫ ପ୍ଲାନ୍ ଆରମ୍ଭ କରାଯାଇଛିି। ‘ଜିଓ କ୍ରିକେଟ ପ୍ଲାନ’ ଭାବରେ ପ୍ରଚଳନ କରାଯାଇଥିବା ଏହି ସମସ୍ତ ପ୍ଲାନ୍‌ରେ ୩୯୯ ଟଙ୍କା ମୂଲ୍ୟର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ସୁବିଧା ମିଳିବା ସହିତ ହାଇସ୍ପିଡ୍ ଡାଟା, ଭଏସ୍ ଓ ଏସ୍‌ଏମ୍‌ଏସ୍ ସେବାର ମିଳିତ ଲାଭ ମଧ୍ୟ ଉପଲବ୍ଧ ହେଉଛି। ଏହି ପ୍ଲାନ୍‌ଗୁଡିକର ସୁଯୋଗ ନେଉଥିବା କ୍ରିକେଟପ୍ରେମୀମାନେ ଡିଜ୍‌ନି+ ହଟ୍‌ଷ୍ଟାର ଆପ୍‌ରେ ମାଗଣାରେ ଚଳିତ ସପ୍ତାହରୁ ଆରମ୍ଭ ହେଉଥିବା ଡ୍ରିମ୧୧ ଆଇପିଏଲ୍ ମ୍ୟାଚଗୁଡିକ ସହଜରେ ଦେଖିପାରିବେ। ଜିଓ କ୍ରିକେଟ ପ୍ଲାନସମୂହ ଅଧୀନରେ ୧ମାସ, ୨ମାସ, ୩ ମାସ ଏବଂ ଏକବର୍ଷର ବୈଧତା ବିଶିଷ୍ଟ ପ୍ରିପେଡ ପ୍ଲାନ୍ ଆରମ୍ଭ କରାଯାଇଛି ଏବଂ ଏଥିମଧ୍ୟରୁ ପ୍ରତ୍ୟେକଟି ପ୍ଲାନ୍ ସହିତ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି। ୨୮ଦିନ…

Read More

ଭୁବନେଶ୍ବର, ଆଜି ମଧ୍ୟ ଭୁବନେଶ୍ବରରୁ 362 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ତେବେ କ୍ବାରଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ସବୁଠାରୁ ଅଧିକ ରହୁଛି। ଆଜି କ୍ବାରଣ୍ଟାଇନରୁ ମାତ୍ର 76 ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ଅଛି 286। ଆଜିର ପଜେଟିଭ ସଂଖ୍ୟା ମିଶାଇଲେ ଭୁବନେଶ୍ବରରେ କରୋନା ସ୍ଥିତି ରହିଛି ଏହିପରି ମୋଟ କରୋନା ପଜେଟିଭ-17295 ଆରୋଗ୍ୟ ଲାଭ-12694 ସକ୍ରିୟ ସଂଖ୍ୟା-4524 ମୃତ୍ୟୁ ବରଣ-64

Read More

ଭୁବନେଶ୍ବର: ଆଜି ଉତ୍କଳ ସାମ୍ବାଦିକ ଭବନ ପରିସରରେ “ଆମ ଜନତା ଅଧିକାର” ସଂଗଠନ ତରଫରୁ ଏକ ପ୍ରେସମିଟ ଅନୁଷ୍ଠିତ ହୋଇଯାଇଛି। ସଦ୍ୟ ସମାପ୍ତ ହେଇଥିବା ଜେଇଇ ଓ ନିଟ ପରୀକ୍ଷାରେ ହଜାର ହଜାର ଗରୀବ ମେଧାବୀ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏନେଇ ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କ ପାଇଁ ପୁନଃପରୀକ୍ଷା କରିବା ଲାଗି ସରାକାରଙ୍କ ନିକଟରେ ଦାବୀ କରିଛି ଏହି ସାମାଜିକ ସଂଗଠନ। ରାଜ୍ୟର ଅନେକ ଜିଲ୍ଲା ବନ୍ୟା କ୍ଷତିଗ୍ରସ୍ତ ଥିବା ସମୟରେ ଏହି ପ୍ରକାର ଏକ ନିଷ୍ପତ୍ତି ଅନେକ ନିରୀହ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି। କୋଭିଡ ସମୟରେ କେବଳ ରାଜ୍ୟର ପ୍ରମୁଖ ସାତଗୋଟି ସହରରେ ପରୀକ୍ଷା କେନ୍ଦ୍ର କରାଯିବାକୁ ନେଇ ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଜେଇଇ ପରୀକ୍ଷା ଲାଗି ୩୮ ହଜାର ୨ ଶହ ୩୬ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ଅନ୍ୟୂନ ୧୧ ହଜାର ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିପାରି…

Read More

ଭୁବନେଶ୍ବର : ଆସନ୍ତା 20 ତାରିଖରୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ଅଞ୍ଚଳରେ ବର୍ଷା ହେବ । 19 ତାରିଖରୁ ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ାରେ ବର୍ଷା ହେବ । ପରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ତେବେ ଲଘୁଚାପ କ୍ଷେତ୍ର ଯୋଗୁଁ ସମ୍ଭାବ୍ୟ ବର୍ଷାନେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି । କିଛି ପରିସ୍ଥିତି ଉପୁଜିଲେ ମୁକାବିଲା କରିବା ପାଇଁ ସଜାଗ ରହିବାକୁ ଏସଆରସି ଶ୍ରୀ ଜେନା ନିଦେ୍ର୍ଧଶ ଦେଇଛନ୍ତି । ଲଘୁଚାପ କ୍ଷେତ୍ର ଯୋଗୁଁ ଆସନ୍ତା 20ରୁ 23 ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା…

Read More

ଭୁବନେଶ୍ବର : କରୋନା ଆକ୍ରାନ୍ତଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । କଟକ, ଭୁବନେଶ୍ବର ଆସୁଥିବା ଆକ୍ରାନ୍ତ ଆନୁସଙ୍ଗିକ ବ୍ୟବସ୍ଥାରେ ଆସନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ।ସ୍ବାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶରେ ଆସୁଥିବା ରୋଗୀ ଆନୁସଙ୍ଗିକ ବ୍ୟବସ୍ଥାରେ ଆସନ୍ତୁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଆନୁସଙ୍ଗିକ ବ୍ୟବସ୍ଥା ସହ ଅକ୍ସିଜେନ୍‌ ସପୋର୍ଟରେ ଆସିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଅବହେଳା ପାଇଁ ଅତୀତରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିବାରୁ ଏବେ ଏହାକୁ ଧ୍ୟାନରେ ରଖାଯାଇ ବିହିତ ପଦକ୍ଷେପମାନ ନିଆଯାଉଛି । ସାରା ରାଜ୍ୟ ପାଇଁ ଟୁଇନ୍‌ସିଟିରେ ସରକାର ଅତ୍ୟାଧୁନିକ ବ୍ୟବସ୍ଥା କରିଛନ୍ତି । ପ୍ରକାଶ ଯେ, ଓଡିଶା ସରକାର ସବୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି । ଓଡିଶାରେ ଭର୍ଚୁଆଲ ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଏହି ଚିଠି ଲେଖାହୋଇଛି…

Read More

ବେଜିଂ, ଆସନ୍ତା ନଭେମ୍ବର ମାସ କିମ୍ବା ଡିସେମ୍ବରରେ ଚୀନର ଲୋକମାନଙ୍କୁ କୋଭିଡ19 ଟୀକା ମିଳି ପାରିବ। ସେଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ଚାଇନିଜ୍ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ମୁଖ୍ୟ ଡ. ହୁୟୁ ଗୁଝେନ୍। ଚୀନର ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି। ଏପରିକି ଏହା ଏକାଥରେ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ କରିବା ପାଇଁ ମଧ୍ୟ ସବୁ କାମ ସରିଛି ବୋଲି ସେ କହିଛନ୍ତି। ହୁୟୁ ଆହୁରି କହିଛନ୍ତି ଯେ, ଏହାର କ୍ଲିନିକାଲ ପରୀକ୍ଷା ପ୍ରାୟ ସଫଳ ଆଡକୁ ଗତି କରିଛି। ଆଉ ମୁଁ ନିଜେ ମଧ୍ୟ ଏହି ଟୀକା ପରୀକ୍ଷା ପାଇଁ ନେଇଛି ବୋଲି ହୁୟୁ କହିଛନ୍ତି। ଗତ ଏପ୍ରିଲ ମାସରେ ମୋତେ ଏହି ଟୀକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ମୋର କୌଣସି ପାର୍ଶ୍ବ ପ୍ରତିକ୍ରିୟା କିମ୍ବା ଯନ୍ତ୍ରଣା ଦେଖାଯାଇ ନାହିଁ , ମୋତେ ବେଶ୍ ଭଲ ଲାଗୁଛି…

Read More

ଟୋକିଓ : ଅସୁସ୍ଥତା କାରଣରୁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଇସ୍ତଫା ଦେବା ପରେ  ଶାସକ ଦଳର ନେତା ୟୋସିହିଦେ ସୁଗା ହେଲେ ଦେଶର ନୂଆ ପ୍ରଧାନମନ୍ତ୍ରୀ। ସେ ଦୀର୍ଘ ସମୟ ​‌ହେବ ସିଞ୍ଜୋ ଆବେଙ୍କ ସହଯୋଗୀ ଥିଲେ। ସେ ପୂର୍ବରୁ ସୁଗା ମୁଖ୍ୟ କ୍ୟାବିନେଟ୍ ପଦ ସମ୍ଭାଳି ଥିଲେ। ତାଙ୍କୁ ଗତ ସୋମବାର ଲିବରାଲ ଡେମୋକ୍ରେଟିକ୍ ପାର୍ଟିର ପ୍ରିମିୟର ଭାବେ ମନୋନୀତ କରାଯାଇଥିଲା। ଆଜି 71 ବର୍ଷୀୟ ସୁଗା ଦଳର ସଂସୀୟ ବୋର୍ଡରେ ପ୍ରଧାନମନ୍ତ୍ରୀ ପଦ ଭାବେ ନିର୍ବାଚିତ ହୋଇଛନ୍ତି। ଜାପାନର କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟି ସୋମବାର ସୁଗାଙ୍କୁ ନେତା ନିର୍ବାଚିତ କରିଛି। 534 ଭୋଟ୍‌ରୁ 377 ଭୋଟ୍‌ରେ ଜିତ୍‌ ହାସଲ କରିଛି ଲିବରାଲ୍‌ ଡେମୋକ୍ରାଟିକ୍‌ ପାର୍ଟି । ସେହିପରି ସୁଗାଙ୍କ ପ୍ରତିଦ୍ବନ୍ଦ୍ବୀ  ତଥା ପୂର୍ବ ରକ୍ଷା ମନ୍ତ୍ରୀ ଶିଗରୁ ଇଶିବାଙ୍କୁ 68 ଓ ଦ୍ବିତୀୟ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଶଦାଙ୍କୁ 89ଟି ଭୋଟ୍‌…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରର ଅଗ୍ରଣୀ ସଂଗଠନ ପିପୁଲ ଫର ଦି ପବ୍ଲିକ ପକ୍ଷରୁ ନୂତନ ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଏଏସ ଅଧିକାରୀ କୀର୍ତ୍ତି ଭାସନଙ୍କୁ ସଂଗଠନ ପକ୍ଷରୁ ସ୍ଵାଗତ ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗଠନ ସଭାପତି ଡ଼. ସୁବ୍ରତ ସାହୁଙ୍କ ପୌରହିତ୍ୟରେ ବହୁ ସଦସ୍ୟ ଯୋଗ ଦେଇ ଉପଜିଲ୍ଲାପାଳ ଶ୍ରୀ ଭାସନଙ୍କୁ ସ୍ଵାଗତ କରିଥିଲେ। ବର୍ତ୍ତମାନ କରୋନାର ଏହି ଘଡ଼ିସନ୍ଧି ମୁହୂର୍ତରେ ନିତ୍ୟ ବ୍ୟବହାର ସାମଗ୍ରୀ ଆକାଶ ଛୁଆଁ ଦରରେ କଳାବଜାରୀ ମାନେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି ଏପରିକି ଆଳୁ ଓ ପିଆଜ ଦର ମଧ୍ୟ ଆକାଶ ଛୁଆ ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାସହିତ ବ୍ରହ୍ମପୁର ସହରରେ ରହିଥିବା ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ଉପରେ ଉପଜିଲ୍ଲାପାଲଙ୍କ ସହ ଆଲୋଚନା କରାଯାଇଥିଲା। ଏହି ଅବସରରେ ସମ୍ପାଦକ ଆଇନଜୀବୀ…

Read More

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଏବେ ପୁଣି ଏକ ନୂଆ ମୋଡ଼ ନେଇଛି । ଏହି ମାମଲାର  ସିବିଆଇ ତଦନ୍ତ ପାଇଁ ଦାବି  କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏଭଳି ଦାବି କରଯିବା ସହ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ସିବିଆଇ ତଦନ୍ତ ସହ 30 ଲକ୍ଷ କ୍ଷତିପୂରଣ ପାଇଁ ମଧ୍ୟ ପରିଷଦ ପକ୍ଷରୁ ଆବେଦନ କରାଯାଇଛି । ଏହି ଜନସ୍ୱାର୍ଥ ମାମଲାରେ ପରିଷଦ ପକ୍ଷରୁ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଓ ରାଜ୍ୟ ଗୃହ ସଚିବ, ପୁଲିସ ଡିଜି, ପୁଲିସ କମିଶନର ଓ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ଏହି ଘଟଣାରେ ମହିଳା କମିଶନ ଓଟିଭି ଏମଡିଙ୍କୁ ନୋଟିସ କରିଛନ୍ତି ।ଯଦି ହାଜର ନହୁଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ପୀଡିତାଙ୍କ ମା’ ଓ ଓଟିଭ ଏମଡିଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପକୁ ଆଧାର କରି ଏହି…

Read More

ଭୁବନେଶ୍ୱର:  ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । ଏହାରି ଭିତରେ ବିଧାନସଭା  ବସିବ ।  ତେବେ ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କ କରୋନା ଟେଷ୍ଟ  କରାଯିବ ।  ବିଧାୟକଙ୍କ ସହ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ ।  ବିଧାୟକ, ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କ ଆରଟି-ପିସିଆର ଟେଷ୍ଟ କରାଯିବ ।  ଆସନ୍ତା 27 ଓ 28 ତାରିଖ ଦୁଇ ଦିନ ଧରି ଏକ ସ୍ୱତନ୍ତ୍ର କ୍ୟାମ୍ପରେ ଏହି ଟେଷ୍ଟ କରାଯିବ । ଏନେଇ ବିଏମସି କମିଶନର, କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକଙ୍କୁ  ଚିଠି କରାଯାଇଛି । ତା ପରେ ପୁଣି ଚାରି ତାରିଖ ଦିନ ମଧ୍ୟ ସବୁ ବିଧାୟକଙ୍କ ଟେଷ୍ଟ କରାଯିବ ।  ଅଧିବେଶନ ବେଳେ କାହାକୁ ଅସ୍ୱାଭାବିକ…

Read More

କଟକ : କଟକ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଆଜି ଏକ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ମାଲ୍‌ବାହୀ ଟ୍ରେନ୍‌ଟି ଭଦ୍ରକରୁ ଖୋର୍ଦ୍ଧା ଯାଉଥିବା ବେଳେ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଟ୍ରେନ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ଜଣାପଡ଼ିଛି। 10 ନମ୍ବର ଟ୍ରାକ୍‌ରେ ଏହା ଲାଇନ୍‌ଚ୍ୟୁତ୍‌ ହୋଇଛି। ରେଲ୍‌ୱେର ଟେକ୍ନିକାଲ ଟିମ୍‌ ଓ ଆରପିଏଫ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏହି ଘଟଣା ପରେ ଅନ୍ୟ ଯାତ୍ରୀବାହୀ ଟ୍ରେନ୍‌ ଯିବା ଆସିବାରେ କୌଣସି ଅସୁବିଧା ସୃଷ୍ଟି ହୋଇନଥିବା ଜଣାପଡ଼ିଛି।

Read More

ରମେଶ ମହାନ୍ତି ଜଗତସିଂହପୁର : ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳାବୋଳ ପଞ୍ଚାୟତରେ ସରପଞ୍ଚ ଠିକାଦାରୀ କରିବା ପାଇଁ ମିଶନଶକ୍ତି ଗୃହ ନିର୍ମାଣରେ ମନମାନୀ କରୁଥିବା ଅଭିଯୋଗ ହେଉଛି। ସୂଚନାନୁଯାୟୀ ଆମଗାଁ ଆମବିକାଶ ଯୋଜନାରେ ଅଳାବୋଳ ପଞ୍ଚାୟତରେ ନିର୍ମାଣ ହେବାକୁ ଆସିଥିବା ମିଶନଶକ୍ତି ଗୃହ ପଞ୍ଚାୟତର ମୁଖ୍ୟ ସ୍ଥାନରେ ନିର୍ମାଣ କରିବାକୁ ପଞ୍ଚାୟତର ମହିଳାମାନଙ୍କ ପକ୍ଷରୁ ଦାବି ହେଉଥିବା ବେଳେ ସରପଞ୍ଚ କିନ୍ତୁ ଚଞ୍ଚକତା କରି ଅନ୍ଯ ସ୍ଥାନରେ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ଏହି ମିଶନଶକ୍ତି ଗୃହ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ପଞ୍ଚାୟତର ଶତାଧିକ ମହିଳା। ଏସମ୍ପର୍କରେ ଜେଇଙ୍କ ସହିତ ଯୋଗାଯୋଗ କରିବାରୁ ଉକ୍ତ ମିଶନଶକ୍ତି ଗୃହ ଅଳାବୋଳରେ ନହୋଇ ଧନିଶୋରେ ନିର୍ମାଣ ହେଉଥିବାରୁ ମହିଳାମାନେ ବିରୋଧ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସରପଞ୍ଚ ନିଜେ ଠିକାକାମ କରିବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜେଇଙ୍କୁ ହାତବାରିସି କରି ମହିଳାମାନଙ୍କ ବିରୋଧ ସତ୍ତ୍ୱେ ଏହି…

Read More

ଜୟପୁର : ରାଜସ୍ଥାନର ଜୟପୁରରେ ଏକ ଡଙ୍ଗା ଓଲଟିବା ସହିତ ଚାରି ଜଣଙ୍କ ପ୍ରାଣ ହାନି ଘଟିଛି । ରାଜସ୍ଥାନର କୋଟାରେ ରହିଥିବା ଚମ୍ବାଲି ନଦୀରେ ଏହି ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାରେ ପ୍ରାୟ 50 ଜଣରୁ ଅଧିକ ଯାତ୍ରୀ ରହିଥିବା ବେଳେ 4 ଜଣଙ୍କ ପ୍ରାଣହାନି ଘଟିଛି । ଅନ୍ୟମାନେ କୂଳକୁ ପହଁରି ପଳାଇ ଆସିଥିବା ବେଳେ 10 ଜଣ ଯାତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ବୁଧବାର ସକାଳ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ତୁରନ୍ତ ସ୍ତାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।  ଡଙ୍ଗାରେ ସମସ୍ତ ଲୋକ ସ୍ଥାନୀୟ କମଲେଶ୍ୱର ଧାମ ମନ୍ଦିରକୁ ଯାଉଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା 10 ଜଣ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । (ଏଜେନ୍ସି)

Read More