ନୂଆଦିଲ୍ଲୀ: କଙ୍ଗନା ରଣାୱତଙ୍କ ଅଭିନିତ ‘ଏମରଜେନ୍ସି’ ମୁକ୍ତିଲାଭ କରିବ, ହେଲେ କେତେକ ଦୃଶ୍ୟକୁ କାଟିବାକୁ ପଡିବ। ଆଜି ଏହି ଘୋଷଣା କରିଛି କେନ୍ଦ୍ର ଚଳଚିତ୍ର ସେନସର ବୋର୍ଡ। ଏହି ଚଳଚିତ୍ରଟି ଦେଖିବା ପରେ ପ୍ରଯୋଜନା ସଂସ୍ଥାକୁ କେତେକ ବିବାଦୀୟ ଦୃଶ୍ୟକୁ ବାଦ ଦେବା ପାଇଁ କହିଛି ବୋର୍ଡ। ଏହାପରେ ମୁକ୍ତିଲାଭ କରାଯିବ ବୋଲି ବୋର୍ଡ କହିଛି। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୬ ତାରିଖରେ ମୁକ୍ତିଲଭା କରିବାର ଥିଲା, କିନ୍ତୁ କେତେକ ଐତିହାସିକ ତ୍ରୁଟି ଅଭିଯୋଗ ଆସିବା ଏବଂ ଶିଖ ସମ୍ପ୍ରଦାୟ ଏହାକୁ ବିରୋଧ କରିବା ପରେ ଚଳଚିତ୍ରଟି ମୁକ୍ତି ଲାଭ କରିପାରି ନ ଥିଲା। ଏହି ଚଳଚ୍ଚିତ୍ରଟି ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ। ଏହି ଚଳଚିତ୍ର ରିଲିଜକୁ ଶିଖ ସଂଗଠନଗୁଡ଼ିକ ବିରୋଧ କରିଛନ୍ତି ଏବଂ ଏହାର ପ୍ରତିବନ୍ଧକ ମଧ୍ୟ ଦାବି କରିଛନ୍ତି। ବିବାଦ କାରଣରୁ ଫିଲ୍ମଟି ସେନସର ବୋର୍ଡ…
Author: Samikhsya Bureau
ମୁମ୍ବାଇ: ଗତକାଲି ପ୍ରବଳ ବର୍ଷା ସମୟରେ ଡ୍ରେନ୍ରେ ପଡ଼ି ଜଣେ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଏବଂ ଜଣେ କଣ୍ଟ୍ରାକ୍ଟରଙ୍କ ବିରୋଧରେ ମାମଲା ଦାୟର କରିଛି। ବିଏମସି ମଧ୍ୟ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ପୀଡିତା ଜଣକ ବିମଲ ଅନିଲ ଗାଇକୱାଡ ବୋଲି ଜଣାପଡିଛି। ପୋଲିସର ଅଭିଯୋଗ ଦାଖଲ କରିଥିବା ତାଙ୍କ ସ୍ୱାମୀ କହିଛନ୍ତି ଯେ ବିମଲ ପରିବାରର ସମସ୍ତ ଭରପୋଷଣ କରନ୍ତି। ସେ କହିଛନ୍ତି, “ମୁଁ ଜଣେ ଅସୁସ୍ଥ ବ୍ୟକ୍ତି, ମୋ ପତ୍ନୀ ମୋ ଘରର ଯତ୍ନ ନେଉଥିଲେ। ଆମେ ସବୁକିଛି ହରାଇଛୁ, ମୁଁ ଚାହୁଁଛି ଯେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠନ ନିଆଯାଉ ଅନ୍ୟପଟେ ଅବହେଳା ଅଭିଯୋଗର ସମ୍ମୁଖୀନ ହୋଇଥିବା ବିଏମସି କହିଛି ଯେ ଡେପୁଟି କମିଶନରଙ୍କ ନେତୃତ୍ୱରେ ଏକ ତିନି ଜଣିଆ ତଦନ୍ତ କମିଟ ଗଠନ କରାଯାଇଛି। ସେମାନେ…
ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ବର୍ତ୍ତମାନ ଲଘୁଚାପ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସକ୍ରିୟ ରହିଛି। ପ୍ରଭାବରେ ଆଜି ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ସତର୍କତା ଜାରି ହୋଇଛି । ତେବେ ୬ଟି ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ।
ଭୁବନେଶ୍ବର: ବିଜେଡି ତିନିଟି ନୂଆ କମିଟ ଗଠନ କରିଛି। ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଦସ୍ତଖତର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ତିନୋଟି କମିଟ ହେଲା ଉପଦେଷ୍ଠା କମିଟ, ସଦସ୍ୟତା ଅଭିଯାନ କମିଟ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟ। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ପ୍ରଥମେ ଉପଦେଷ୍ଠା କମିଟରେ 17 ଜଣ, ସଦସ୍ୟତା କମିଟରେ 22 ଜଣ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟରେ 21 ଜଣ ସଦସ୍ୟ ରହିଛିନ୍ତି। ଏହି କମିଟ ତୁରନ୍ତ କାର୍ଯ୍ୟକାରୀ କରାଗଲା ବୋଲି କୁହାଯାଇଛି।
ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ ନୂଆପଡା ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ନୂଆପଡା ର ବିକାଶ ପାଇଁ ବିଜେଡି ସରକାର ସମୟ ରେ ଅନେକ କାମ ହୋଇଛି। ଦରଦାମ ବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରବୃଦ୍ଧି ଏବେ ଚିନ୍ତାଜନକ. ଏହାକୁ ରୋକିବାରେ ସରକାର ବିଫଳ ହୋଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ସାଧାରଣ ଲୋକଙ୍କ ସୁଖ ଦୁଃଖ ରେ ସାମିଲ ହୋଇ କାମ କରିବାକୁ…
ଭୁବନେଶ୍ୱର: ଆଜି ପୁରୀ, ବ୍ରହ୍ମପୁର, ବଲାଙ୍ଗୀର, ରାଉଲକେଲା, ସମ୍ବଲପୁର, ଭୁବନେଶ୍ୱର ରେ ଥିବା ସମସ୍ତ ସାତୋଟି ସରକାରୀ ଆୟୁର୍ବେଦ ଓ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ନେଇ ଗଠିତ ରାଜ୍ୟର ଆୟୁଷ ଛାତ୍ର ସଂଗଠନ ପକ୍ଷରୁ ୨୪ ଘଣ୍ଟିଆ କଳା ଦିବସ ପାଳନ କରାଯାଉଛି। ପ୍ରତିବାଦ ସ୍ବରୂପ ରାଜ୍ୟର ସମସ୍ତ ସରକାରୀ ଆୟୁଷ କଲେଜ ଛାତ୍ର ଛାତ୍ରୀ ମାନେ କଳାବ୍ୟାଚ ପରିଧାନ କରି ପୂର୍ବ ସରକାରରେ ପୋଲିସ ନିର୍ଯ୍ୟାତନା ବିରୁଦ୍ଧରେ ପ୍ରତିବାଦ ସଭା କରିବେ। ଏଥି ସହିତ ଆୟୁଷ ଛାତ୍ର ଛାତ୍ରୀ ଙ୍କ ଦୀର୍ଘ ଦିନର ଥିବା ଦାବୀ ଆୟୁଷ କଲେଜରେ ଛାତ୍ର ଛାତ୍ରୀ ଙ୍କ ଅଧ୍ୟୟନ ରେ ବ୍ୟାଘାତ ସୃଷ୍ଟି କରୁଥିବା ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ, ହାଉସ ସର୍ଜନ ଙ୍କ ଭତ୍ତା ବୃଦ୍ଧି, ପ୍ରତିବର୍ଷ ଆୟୁଷ ଡାକ୍ତର ସ୍ଥାୟି ନିଯୁକ୍ତି ପାଇଁ ପଦକ୍ଷେପ,ଆୟୁଷ ଡ଼ିସ୍ପେନସାରି ବୃଦ୍ଧି, ସମସ୍ତ ଆୟୁଷ କଲେଜରେ ପିଜି ସିଟ…
ଭୁବନେଶ୍ୱର: ଆସନ୍ତା କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା । ୨୬ତାରିଖ ସକାଳ ୧୦.୩୦ରେ ଶ୍ରୀ ନଡ୍ଡା ଭୁବନେଶ୍ୱର ପହଂଚିବେ । ପାର୍ଟୀ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାହ୍ନରେ ଶ୍ରୀ ନଡ୍ଡା ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ସୂଚନା ଦେଇଛନ୍ତି । ସଦସ୍ୟତା ହେଉଛି କାର୍ଯ୍ୟକର୍ତା ଚୟନର ମୂଳ ଆଧାର । ସଙ୍ଗଠନର ମୂଳ ଆଧାର ହେଉଛନ୍ତି କାର୍ଯ୍ୟକର୍ତା ଏବଂ ବିଜେପିର ମୂଳ ଆଧାର ହେଉଛି ସଙ୍ଗଠନ । ସଙ୍ଗଠନର ଶକ୍ତି ସହିତ ଆମର ବୈଚାରିକ ସ୍ପଷ୍ଟତା ଓ ଗରୀବ କଲ୍ୟାଣର ମନ୍ତ୍ର ଆମକୁ ଦେଶ ଓ ରାଜ୍ୟରେ ଲୋକଙ୍କର ବିଶ୍ୱାସଭାଜନ କରିଛି । ପାର୍ଟୀର ସାଂଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ – ୨୦୨୪” ଚଳିତ ମାସ ୨ ତାରିଖରୁ ଦେଶବ୍ୟାପୀ ଏବଂ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଛି । ଆମ ସଦସ୍ୟତା…
ଭୁବନେଶ୍ବର: ଜଳସାଥି ମାନଙ୍କ ପାଇଁ ଦୁଇ ଦିନିଆ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଓଡିଶା ଅର୍ବାନ ଏକାଡେମୀ ଓ ସହରୀ ପରିଚାଳନା କେନ୍ଦ୍ରର ବୈଷୟିକ ସହାୟତାରେ ଆୟୋଜିତ ହୋଇଥିଲା। ଗୃହ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଜଳସାଥି ମାନଙ୍କ ସହ ଆଲୋଜନା କରିଥିଲେ। ଆଲୋଚନା ସମୟରେ, ଶ୍ରୀମତୀ ପାଢ଼ୀ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନାରେ ଜଳ ସାଥିଙ୍କ ପ୍ରମୁଖ ଭୂମିକା ଏବଂ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସହରାଞ୍ଚଳରେ ବଢୁଥିବା ଚାହିଦାକୁ ପୂରଣ କରିବା ଏବଂ ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ନିରନ୍ତର ଦକ୍ଷତା ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। “ଜଳ ସାଥିମାନେ ପ୍ରଶାସନ ଏବଂ ଗୋଷ୍ଠି ମଧ୍ୟରେ ସେତୁ ଅଟନ୍ତି । ସେମାନଙ୍କୁ ସଠିକ୍ ତାଲିକ ପ୍ରଦାନ କରି ଜଳ ପରିଚାଳନା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉଛି ଯାହା ଉପଯୋଗୀ ଅଟେ…
ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବଡ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ବର୍ତ୍ତମାନ ଦଳର ପରବର୍ତ୍ତି ରଣନୀତି ନେଇ କର୍ମୀମାନେ ଆଶଙ୍କାରେ ଅଛନ୍ତି। ନବୀନ ବିଭିନ୍ନ ସମୟରେ ଶଙ୍ଖ ଭବନରେ ଜିଲ୍ଲା ସ୍ତରୀୟ ବୈଠକ କରୁଥିଲେ ମଧ୍ୟ ତାହା ତ୍ରୁଣମୂଳ ସ୍ତରରେ ଯେପରି ପ୍ରଭାବ ପକାଇବା କଥା ତାହା ହେଉ ନାହିଁ। ଏପରିକି ବିଜେଡି ବିରୋଧୀ ଦଳ ଭାବେ ଯେପରି ଆକ୍ରମଣାତ୍ମକ ହେବା କଥା ତାହା ମଧ୍ୟ ହୋଇପାରୁ ନାହିଁ। ଏଥିସହିତ ଶଙ୍ଖ ଭବନରେ ବସୁଥିବା ବିଭିନ୍ନ ଜିଲ୍ଲା ସ୍ତରୀୟ ବୈଠକରେ ନେତାମାନେ ସେମାନଙ୍କର ଅସନ୍ତୋଷ ଝାଡିବାରେ ଲାଗିଛନ୍ତି। ନିଜ ନିଜ ଭିତରେ ଗୋଡଟଣା ଏବଂ ଭୁଲ ନିର୍ବାଚନ ପରିଚାଳନା ନେଇ ସମସ୍ତେ ମତ ରଖୁଛନ୍ତି। ହେଲେ ସେହି ଅସନ୍ତୋଷକୁ ନେଇ ସଭାପତି ନବୀନ ପଟ୍ଟନାୟକ କଣ ପଦକ୍ଷେପ ଗ୍ରହଣ କରିବେ କିଛି ଜଣାପଡି ନାହିଁ। ବର୍ତ୍ତମାନ ନିର୍ବାଚନ ସରିବାର ତିନିମାସ ବିତିଯାଇଥିଲେ ମଧ୍ୟ ବିଜେଡି ଯେପରି ସକ୍ରିୟ ହେବା କଥା…
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୧୩୧ତମ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ବା ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୪,୯୫୪.୨୬ କୋଟି ଟଙ୍କା ମୂଲ୍ୟର ୩୧ଟି ଅଭିନବ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହା ଫଳରେ ଓଡ଼ିଶା ରାଜ୍ୟ ସରକାର ନିଯୁକ୍ତି ଓ ଅଭିବୃଦ୍ଧି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି । ଏହା ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶର ବ୍ୟାପକତା ସାଙ୍ଗକୁ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବା ସହ ରାଜ୍ୟକୁ ଏକ ଅଗ୍ରଣୀ ପୁଞ୍ଜିନିବେଶ ସ୍ଥଳର ମାନ୍ୟତାକୁ ସୁଦୃଢ଼ କରିବ। ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ପ୍ରାୟ ୨୪,୧୬୨ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଯାହା ରାଜ୍ୟର ବିଭିନ୍ନ ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ଏବଂ ନିଯୁକ୍ତି ଅଭିବୃଦ୍ଧିରେ ସହାୟକ ହେବ…
Jammu and Kashmir Election: ଜାମ୍ମୁ କାଶ୍ମୀରରେ ୨୬ଟି ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଆରମ୍ଭ ହୋଇଛି। ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇଛି ଯାହା ସନ୍ଧ୍ୟା ୬ ଟାରେ ଶେଷ ହେବ। ସର୍ବାଧିକ ସଂଖ୍ୟକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଭୋଟ୍ ଦେବାର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁକ୍ତ, ନିରପେକ୍ଷ ଏବଂ ସୁଗମ ମତଦାନ ନିଶ୍ଚିତ କରିବାକୁ ୩୫୦୨ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସେଥିମଧ୍ୟରୁ ୧୦୫୬ ସହରାଞ୍ଚଳ ଏବଂ ୨୪୪୬ ଗ୍ରାମାଞ୍ଚଳ ବୁଥରେ ୱେବକାଷ୍ଟିଂ ସୁବିଧା କରାଯାଇଛି। ନ୍ୟାସନାଲ କନଫ୍ରେନସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କଂଗ୍ରେସ ପ୍ରଦେଶ ମୁଖ୍ୟ ତାରିକ ହମିଦ କରରା, ଜାମ୍ମୁ କାଶ୍ମୀର ବିଜେପି ସଭାପତି ରବିନ୍ଦର ରାଇନା ଏବଂ ଆପନୀ ପାର୍ଟି ସଭାପତି ଅଲତାଫ ବୁଖାରୀ ପ୍ରମୁଖ ନେତାଙ୍କ ଭାଗ୍ୟ ଆଜି ସ୍ଥିର ହେବ। ଜାମ୍ମୁ କାଶ୍ମୀରରେ…
ଭୁବନେଶ୍ବର: ଚଳିତ ସେପ୍ଟେମ୍ବର ମାସରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ମାସ ୧୮ ତାରିଖରେ ବାଲେଶ୍ୱର ଗସ୍ତ କରି କ୍ଷତିଗ୍ରସ୍ତ ମାନଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲେଶ୍ବର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ପାଇଁ ସହାୟତା ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ… 1-ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ତୁରନ୍ତ ମରାମତି ନିମନ୍ତେ ୧,୨୦,୦୦୦ ଟଙ୍କା 2- ଆଂଶିକ ଭାବେ କ୍ଷତିଗ୍ରସ୍ତ ପକ୍କା ବାସଗୃହର ମରାମତି ନିମନ୍ତେ ୬,୫୦୦ ଟଙ୍କା 3- ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଗୃହ ପାଇଁ ୪୦୦୦ ଟଙ୍କା 4- ଭାଙ୍ଗିଯାଇଥିବା କୁଡିଆ ଘର ପିଛା ୮୦୦୦ ଟଙ୍କା 5- ଭାଙ୍ଗିଯାଇଥିବା ଗୁହାଳ ଘର ପାଇଁ ୩୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ।…
ଭୁବନେଶ୍ବର: ଓଡିଶା ପ୍ରକଳ୍ପରୁ ଓହରିବ ନାହିଁ ଜେଏସଡବ୍ଲୁ। ଏ ନେଇ କଂପାନୀ ତରଫରୁ ଏକ ସ୍ପଷ୍ଟ କରଣ ପ୍ରଦାନ କରାଯାଇଛି। କଂପାନୀର କାର୍ଯ୍ୟନିର୍ବାହୀ ଉପସଭାପତି ରଂଜନ ନାୟକ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏଥିସହିତ ଓଡିଶା ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ ମଧ୍ୟ ଜେଏସଡବ୍ଲୁ ଓହରିବା ଖବରକୁ ଖଣ୍ଡନ କରିଛନ୍ତି। ଆଜି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ, ଓଡିଶା ପ୍ରକଳ୍ପରୁ ଜେଏସଡବ୍ଲୁ ଓହରିଯିବ। ସେ ଓଡିଶାର ପାରାଦୀପ ଏବଂ କଟକରେ ଇଭି ବ୍ୟାଟେରୀ ଏବଂ ଇଭି ଗାଡି ପ୍ରକଳ୍ପ କରିବାକୁ ନବୀନ ସରକାର ସମୟରେ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି। ହେଲେ କଂପାନୀ ତାହାର ପ୍ରକଳ୍ପ ଓଡିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତରିତ କରିବ ବୋଲି ଖବର ପ୍ରକାଶ ପାଇଥିଲା। ଯାହାକୁ କଂପାନୀ ଖଣ୍ଡନ କରିଛି।
ଭୁବନେଶ୍ବର: ଆଜି ତାଙ୍କର ଭାଗ୍ୟ ସାଥ ଦେଲା ନାହିଁ। ପୂର୍ବରୁ କଣ ଲାଞ୍ଚ ନେଉଥିଲେ କି ନାହିଁ ଜଣା ନାହିଁ। ହେଲେ ଆ଼ଜି ଲାଞ୍ଚ ନେଲାବେଳେ ତାଙ୍କୁ ମାଡିବସିଲା ଭିଜିଲାନ୍ସ। ସେ ହେଉଛନ୍ତି ଭଦ୍ରକ ବାସୁଦେବପୁର ଡିଭିଜନର ସହ କାର୍ଯ୍ୟନିର୍ବାହୀ ଇଂଜିନିୟର ଶ୍ରୀକାନ୍ତ କୁମାର ମାହୁନ୍ତ। ସେ ଜଣେ ଠିକାଦାରଙ୍କଠାରୁ ପିଏମଜିଏସୱାଇ ରୋଡ ବିଲ କରାଇଦେବା ପାଇଁ 20 ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଅଧିକାରୀ ରଂଗ ବୋଳା ଟଙ୍କା ଠିକାଦାରଙ୍କୁ ଦେବା ପରେ ବାହାରେ ଛକି ରହିଥିଲେ। ଇଂଜିନିୟର ଜଣଙ୍କ ଟଙ୍କା ଧରି ପକେଟରେ ପୁରାଇବା ବେଳେ ଭିଜିଲାନ୍ସ ମାଡି ବସିଥିଲା। ଏହାପରେ ତାଙ୍କୁ ହାଜତକୁ ପଠାଇ ଦିଆଯାଇଛି।
ଭୁବନେଶ୍ବର: ଓଡିଶା ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡିର କଣ ପାଇଁ ବିପର୍ଯ୍ୟୟ ହେଲା। ଏହାକୁ ନେଇ ଆଜି ପର୍ଯ୍ୟନ୍ତ ତର୍କ ବିତର୍କ ଚାଲିଛି। ଏ ନେଇ ଖୋଦ ବିଜେଡି ମନ୍ଥନ କରିବ ବୋଲି କହିଥିଲେ ମଧ୍ୟ ତାହା ମଧ୍ୟ ହୋଇପାରୁ ନାହିଁ। ଫଳରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ପ୍ରକାଶ ପାଇବାରେ ଲାଗିଛି। ଠିକ ସେହିପରି ଗତକାଲି ଶଙ୍ଖ ଭବନରେ ହୋଇଥିବା କଳାହାଣ୍ଡି ଓ ନବରଂଗପୁର ଜିଲ୍ଲା ବିଜେଡିର ସମୀକ୍ଷା ବୈଠକରେ ମଧ୍ୟ ଏହି କଥା ଆଲୋଚନା ହୋଇଥିଲା। ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ମତ ଦେଇଥିଲେ ମଧ୍ୟ ବିଜେଡି ହାରିବାର କାରଣ କଣ କେହି କହୁ ନ ଥିଲେ। ହେଲେ ଦଳର ବରିଷ୍ଠ ନେତା ପ୍ରଦୀପ ମାଝୀ ଖୁଲମଖୋଲା ନବୀନଙ୍କ ଆଗରେ ବିଜେଡି ହାରିବାର କାରଣ କହିଦେଲେ। ଗତକାଲି ସେହି ସମୀକ୍ଷା ବୈଠକରେ ଖୋଦ ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।…
Breaking News: ଓଡିଶା ଛାଡିବ ବିଶ୍ବର ଅନ୍ୟତମ ଶିଳ୍ପ ସମ୍ରାଟ ଜେଏସଡବ୍ଲୁ । ଓଡିଶାରେ ଜେଏସଡବ୍ଲୁ ୪୦ ହଜାର କୋଟି ଟଙ୍କାର ଏକ ଇଲେଟ୍ରିକ ଭେଇକଲ ଏବଂ ବ୍ୟାଟେରୀ କାରଖାନା ପ୍ରତିଷ୍ଠା କରିଥାଆନ୍ତା। ହେଲେ କୌଣସି କାରଣ ପାଇଁ ଏହି କଂପାନୀ ଓଡିଶା ଛାଡିବ ବୋଲି ଦେଶର ପ୍ରତିଷ୍ଠିତ ଗଣମାଧ୍ୟମ ‘ମିଣ୍ଟି’ ରେ ପ୍ରକାଶ ପାଇଛି। ଗତ ଫେବୃୟାରୀ ମାସରେ ଜେଏସଡବ୍ଲୁ ଓଡିଶା ସରକାରଙ୍କ ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ କରିଥିଲା। ଏଥିରେ କଂପାନୀ କଟକ ଓ ପାରାଦ୍ବୀପରେ ଶିଳ୍ପ ପ୍ରତିଷ୍ଠା କରିବା ଏହି ବୁଝାମଣ କରିଥିଲା। ସେତେବେଳେ ଓଡିଶାରେ ନବୀନ ପଟ୍ଟନାୟକ ସରକାରରେ ଥିଲେ। ହେଲେ ସରକାର ପରିବର୍ତ୍ତନ ପରେ କଂପାନୀ ଏହି ପ୍ରକଳ୍ପକୁ ମହାରାଷ୍ଟ୍ର ସ୍ଥାନାନ୍ତର କରିବ ବୋଲି ଜଣାପଡିଛି। ତେବେ ଏ ନେଇ କଂପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।
ଭୁବନେଶ୍ବର: ଦୁର୍ଗା ପୂଜା ଆଉ କାଶତଣ୍ଡୀ ଫୁଲର ସଂପର୍କ କାହିଁ କେଉଁ ଆବାହମାନ କାଳରୁ ରହି ଆସିଛି। କାରଣ ଏହି ଧରାପୃଷ୍ଟକୁ ଯେତେବେଳେ କାଶତଣ୍ଡୀ ଫୁଲ ଆସିଯାଏ, ସେତେବେଳେ ପ୍ରତୀୟମାନ ହୁଏ ଯେ, ମା ଦୁର୍ଗା ଆସିବେ। କାରଣ ମା’ ଙ୍କୁ ଏହି ଧରାପୃଷ୍ଠରେ ସ୍ବାଗତ କରିବା ପାଇଁ କାଶତଣ୍ଡୀ ଆଗୁଆ ଆସି ସଜେଇ ହୁଏ। ବର୍ଷକୁ ଥରେ ଦେଖାଯାଉଥିବା ଏହି କାଶତଣ୍ଡୀ ବର୍ତ୍ତମାନ ଓଡିଶାର ପୁରପଲ୍ଲୀରେ ଦେଖିବାକୁ ମିଳୁଛି। ଆଉ କିଛି ଦିନ ପରେ ଏହା ପୁଣି କୁଆଡେ ହଜିଯିବ। ମାଙ୍କ ବିଦାୟ ପରେ ସେ ମଧ୍ୟ ଧରାପୃଷ୍ଟରୁ ବିଦାୟ ନେବ। ତେଣୁ ଏହି କାଶତଣ୍ଡୀକୁ ନେଇ ବହୁ ବର୍ଗର ଲୋକେ ବହୁ କଥା ବା କବିତା ରଚନା କରିଛନ୍ତି। ଏପରିକି ଏହି କାଶତଣ୍ଡୀକୁ ନେଇ ମଧ୍ୟ ପୁରାଣ ପୋଥୀରେ ବହୁ ବର୍ଣ୍ଣନା ରହିଛି।
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୋମବାର ଦିନ ଆତିଶୀ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଯାଇ ଦାୟିତ୍ବ ସମ୍ଭାଳିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ସେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଥିବା ଆସନରେ ନ ବସି ପାଖରେ ଅନ୍ୟ ଏକ ଚ୍ୟାୟର ପକାଇ ବସିଲେ। ଅରବିନ୍ଦ କେଜ୍ରୱାଲ ବସୁଥିବା ଆସନଟି ସେ ଖାଲି ଛାଡି ଦେଇଛନ୍ତି। ଏ ନେଇ ଆତିଶୀ କହିଛନ୍ତି ଯେ, ମୁଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ ଗ୍ରହଣ କରିଛି। ଆଜି ମୋର ମନରେ ମଧ୍ୟ ସମାନ ଯନ୍ତ୍ରଣା ଅଛି ଯାହା ରାମାୟଣର ଭରତଙ୍କ ମନରେ ଥିଲା। ଯେତେବେଳେ ତାଙ୍କ ବଡ଼ ଭାଇ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସରେ ଯାଇଥିଲେ ସେତେବେଳେ ଭରତଙ୍କୁ ଅଯୋଧ୍ୟା ଶାସନ ଦାୟିତ୍ବ ନେବାକୁ ପଡିଲା। ଭରତ ଯେପରି ୧୪ ବର୍ଷ ପର୍ଯ୍ୟନ୍ତ ଭଗବାନ ଶ୍ରୀରାମଙ୍କ ସିଂହାସନ ରକ୍ଷା କରି ଅଯୋଧ୍ୟାକୁ ଶାସନ କରିଥିଲେ, ଠିକ୍ ସେହିଭଳି ମୁଁ ୪…
ଭୁବନେଶ୍ବର: ଶିଶୁ ଯୌନ ଶୋଷଣ ବିରୁଦ୍ଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇବେ। ସୁପ୍ରିମ କୋର୍ଟଙ୍କ ରାୟକୁ ରାଜ୍ୟ ସରକାର ପୂର୍ଣ୍ଣ ସମର୍ଥନ ଜଣାଇବା ସହ ରାଜ୍ୟରେ କୌଣସି ପ୍ରକାର ଶିଶୁ ଯୌନ ଶୋଷଣକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, “ପ୍ରୋଟେକଶନ ଅଫ୍ ଚିଲଡ୍ରେନ ଫ୍ରମ ସେକ୍ସଉଆଲ ଅଫେନସ ଆକ୍ଟ” (POCSO)ଆଇନ ଅନ୍ତର୍ଗତ ଶିଶୁ ଅଶ୍ଳୀଳ ଭିଡିଓ ଦେଖିବା, ଡାଉନଲୋଡ କରିବା ସହ ନିଜ ପାଖେ ରଖିବାକୁ ସୁପ୍ରିମ କୋର୍ଟ ଏକ ଦଣ୍ଡନୀୟ ଅପରାଧ ବୋଲି ରାୟ ଦେବା ସହ ନିକଟରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶିଶୁମାନଙ୍କ ସୁରକ୍ଷା, ସେମାନଙ୍କ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ଵ। ଶିଶୁମାନଙ୍କୁ ଶୋଷଣ କିମ୍ବା କୌଣସି ପ୍ରକାର ଯୌନ ଉତ୍ପୀଡନ ଦେଉଥିବା ବ୍ୟକ୍ତି ଆଇନ ବିଷୟରେ ଜାଣି ନାହିଁ ଅଥବା ନିଜ ଅଜ୍ଞତାର ବାହାନା…
ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ରେ ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କମିଛି। କଳାହାଣ୍ଡି ଓ ନବରଙ୍ଗପୁର ସମେତ ସାରା ରାଜ୍ୟ ର ବିକାଶ ପାଇଁ ବିଜେଡି ସରକାର ସମୟ ରେ ଅନେକ କାମ ହୋଇଛି। ବିଭିନ୍ନ କ୍ଷେତ୍ର ରେ କଳାହାଣ୍ଡି ର ବିକାଶ ଯଥା, ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ କଲେଜ ଶିଳ୍ପ ଭିତିଭୂମି ଆଦି କଳାହାଣ୍ଡିର ପରିଚୟ ଉଜ୍ଜଳ କରିଛି। ଦରଦାମ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ…
ଭୁବନେଶ୍ବର: ଓଡ଼ିଶା ଇତିହାସ ଜଗତର କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସନ୍ଧ୍ୟା ଉପଲକ୍ଷେ ଆଜି ଭୁବନେଶ୍ବରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ପ୍ରଫେସର ଜଗନ୍ନାଥ ପଟ୍ଟନାୟକ ଥିଲେ ଜଣେ ଐତିହାସିକ ଓ ବିରଳ ବ୍ୟକ୍ତିତ୍ବ। ଇତିହାସ ରଚନା ଓ ଶିକ୍ଷାଦାନ ଥିଲା ତାଙ୍କର ନିଶା ଓ ପେଶା।ସେ କେବଳ ଭଦ୍ରକ ଜିଲ୍ଲାର ନୁହେଁ, ସାରା ଓଡିଶାର ଗର୍ବ ଓ ଗୌରବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଥିଲେ ଯେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ, ଉଚ୍ଚମାନର ଗବେଷକ, ସମାଜସେବୀ ଓ ବହୁ ଇତିହାସ ପୁସ୍ତକର ରଚୟିତା ସହିତ ସର୍ବୋପରି ଜଣେ ଭଲ ମଣିଷ ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ବୋଧଗମ୍ୟ ଇତିହାସ ରଚନା ଥିଲା ତାଙ୍କର ବିଶେଷତ୍ବ। ତାଙ୍କର ଅନନ୍ୟ ସୃଷ୍ଟି ଥିଲା ‘ରକ୍ତତୀର୍ଥ ଇରମ’।…

