Author: Samikhsya Bureau

ଭୁବନେଶ୍ବର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ୧୬ତମ ପ୍ରତିଷ୍ଠା ଦିବସ ଅଗଷ୍ଟ ୨୯ ତାରିଖରେ ଏହାର ମୁଖ୍ୟ କ୍ୟାମ୍ପସ ସୁନାବେଡ଼ାଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କ ବାର୍ତ୍ତା ମାଧ୍ୟମରେ ବିଶ୍ୱବିଦ୍ୟାଳୟ ସମୁଦାୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦେଶ କୁମାର ଓ ବିଶ୍ଵବିଦ୍ୟାଳୟର କୁଳାଧିପତି ପ୍ରଫେସର ପି ଭି କୃଷ୍ଣ ଭଟ୍ଟ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ବିଶ୍ୱବିଦ୍ୟାଳୟ ପତାକା ଉତ୍ତୋଳନ କରିବା ସହ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପଶ୍ଚିମବଙ୍ଗର ପୂର୍ବତନ ଡିଜିପି ଆଇପିଏସ୍ (ଅବସରପ୍ରାପ୍ତ) ପ୍ରଫେସର ବିଏନ୍ ରମେଶ ଉପସ୍ଥିତ ରହି ପ୍ରତିଷ୍ଠା ଦିବସ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦାମନଯୋଡି ନାଲକୋର କାର୍ଯ୍ୟନିର୍ବାହୀ…

Read More

ଭୁବନେଶ୍ବର: ଆଜି ଲୋକସେବା ଭବନଠାରେ ବରଗଡ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ, ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଆସି ବରଗଡ ରୋଡ୍-ନୂଆପଡା ନୂତନ ରେଳପଥ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ସେମାନେ ମଧ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ସେମାନଙ୍କ ସହିତ ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଏହି ନୂତନ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଏହି ରେଳ ପ୍ରକଳ୍ପ ମଞ୍ଜୁର ହୋଇଛି। ଉଭୟ ରାଜ୍ୟ ଓ କେନ୍ଦ୍ରରେ ସମାନ ସରକାର ଥିବାରୁ ବର୍ତ୍ତମାନ ଓଡିଶାରେ ଭିତ୍ତିଭୂମି ବିକାଶ ପାଇଁ ଏହା ସମ୍ଭବ ହେଉଛି। ବରଗଡ ଜିଲ୍ଲାରୁ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କୁ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ସୋଆରେ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଥିଲା। ସୋଆ ଷ୍ଟାଡିୟମ୍‌ରୁ ଫ୍ଲାଗ୍‌ଅଫ୍ ହୋଇଥିବା ଏହି ମିନି ମାରାଥନ୍‌ରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ଏବଂ କର୍ମଚାରୀମାନେ ସାମିଲ ହୋଇଥିଲେ। ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଫ୍ଲାଗ୍ ଅଫ କରି ମିନି ମାରାଥନର ଶୁଭାରମ୍ଭ କରିଥିଲେ। ମାରାଥନ ଶେଷ ହେବା ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ାକୁ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ ବୋଲି କହିଥିଲେ। ଜାତୀୟ ଶିକ୍ଷା ନୀତିରେ କ୍ରୀଡ଼ାକୁ ଖୁବ୍ ଗୁରୁତ୍ୱ ଦିଆଯାଉଥିବା ପରିପ୍ରେକ୍ଷୀରେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ…

Read More

ବାଣପୁର ( ସୀତାରାମ ଅଗ୍ରୱାଲ): ଆଜି ମହାବିଦ୍ୟାଳୟ କ୍ରୀଡା ପରିଷଦ ଆନୁକୁଲ୍ୟରେ ହକିର ଯାଦୁଗର ମେଜର ଧ୍ୟନଚାନ୍ଦଙ୍କ ଜୟନ୍ତୀ ଓ ଜାତୀୟ କ୍ରୀଡା ଦିବସ ଗୋଦାବରୀଶ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ବାଚନାଳୟରେ ଆୟୋଜିତ ହୋଇ ଯାଇଛି।ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀଯୁକ୍ତ ବିନାୟକ ହୋତା ଯୋଗଦେଇ ପାଠ ପଢ଼ିବା ସହିତ କ୍ରୀଡା କୁ ଏହି ସମୟରେ ଗୁରୁତ୍ଵ ଦେବାପାଇଁ ଉପଦେଶ ଦେଇଥିଲେ। ସଭାରେ +୨ ର ଭରପ୍ରପ୍ତ ଅଧିକାରୀ ଶ୍ରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର,ପ୍ରଶାସନିକ ଅଧିକାରୀ ଡ ଏସ.ପି. ଏନ ଏସ ବର୍ମା, ସହ ଅଧିକାରିଣୀ ଡ ସୁଜାତା ମିଶ୍ର, କ୍ରୀଡା ପରିଷଦର ଉପସଭାପତି ଶ୍ରୀ ପୁଲିନ ବିହାରୀ ଜେନା ,ଶ୍ରୀ ଆଦିତ୍ୟ ସାରଥୀ ବେଦମତ୍ତା,ଶ୍ରୀ ଜୟନ୍ତ କୁମାର ବିହାରୀ,ଶ୍ରୀ ସତ୍ୟାନନ୍ଦ ମହାରଣା ଆଦି ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ ଛାତ୍ର ଜୀବନରେ କ୍ରୀଡାର ମହତ୍ତ୍ଵ ମେଜର ଧ୍ୟନଚାନ୍ଦଙ୍କ ଜୀବନୀ ଓ ହକିକୁ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଭାରେ…

Read More

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଭାରତୀୟ କ୍ରୀଡ଼ାଜଗତର କିମ୍ବଦନ୍ତୀ ପୁରୁଷ ତଥା ହକିର ମହାନାୟକ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନରେ ବାଲୁଗାଁରେ ଜାତୀୟ କ୍ରୀଡ଼ା ଦିବସ ଅନୁଷ୍ଠିତ ହୋଇଯାଇଛି l ବାଲୁଗାଁ କ୍ରୀଡ଼ା ଓ ସାଂସ୍କୃତିକ ପରିଷଦ ଓ ସ୍ବେଛାସେବୀ ଅନୁଷ୍ଠାନ ବିହଙ୍ଗ ଫାଉଣ୍ଡେସନର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସମାରୋହରେ ଡକ୍ଟର ମାନସ ମୋହନ ବଳିୟାରସିଂହ ସଭାପତିତ୍ୱ କରିଥିଲେ। ଅତିଥିମାନେ ଧ୍ୟାନଚାନ୍ଦଙ୍କ ଫଟୋ ରେ ମାଲ୍ୟାର୍ପଣ କରିବା ପରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବାଲୁଗାଁର ସୁନାମଧନ୍ୟ ଫୁଟବଲ ଓ ବ୍ୟାଡମିଣ୍ଟନ ଖେଳାଳୀ ହମିଦ ଖାଁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ କ୍ରୀଡ଼ାବିତ ବିଭୁତି ଭୂଷଣ ସାମନ୍ତରାୟ,ବୈରାଗୀ ଚରଣ ବଳ ଓ ରବିନାରାୟଣ ନାୟକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଖାଁ ବାଲୁଗାଁର କ୍ରୀଡ଼ା ଇତିହାସ ରୋମନ୍ଥନ କରିବା ସହ ନିଜ ଛାତ୍ର ଅବସ୍ଥାର ସଂଘର୍ଷମୟ କ୍ରୀଡ଼ା ଅନୁଭୂତି ଉପସ୍ଥାପନ କରିଥିଲେ। ସେ କହିଥିଲେ…

Read More

ବାଲୁଗାଁ( ସୀତାରାମ ଅଗ୍ରୱାଲ): ବୁଧବାର ମଧ୍ୟରାତ୍ରିରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଏକ ଟିମ ଖଲିକୋଟ ରେଳ ଷ୍ଟେସନ ପରିସରରେ ଚଢ଼ାଉ କରିଥିଲେ। ପାଖପାଖି ରାତି 3.10 ସମୟରେ ଉକ୍ତ ଟିମ ଦୁଇ ସଂନ୍ଦିଗ୍ଧଙ୍କୁ ଖଲିକୋଟ ରେଳ ଷ୍ଟେସନରୁ କାବୁ କରିଥିଲେ। ଉକ୍ତ ସଂନ୍ଦିଗ୍ଧ ଇଷ୍ଟ କୋଷ୍ଟ ଏକ୍ସପ୍ରେସରୁ ଖଲିକୋଟ ଷ୍ଟେସନରେ ଓଲ୍ହାଇବା ବେଳେ ଧରା ପଡ଼ିଥିଲେ। ସେମାନଙ୍କ ତଲାସି ନିଆଯିବାରୁ ଉଭୟଙ୍କ ନିକଟରୁ 4 ଗୋଟି ଚୋରା ମୋବାଇଲ ଜବତ ହୋଇଛି। ଅଭିଯୁକ୍ତ ଦ୍ବୟ ହେଲେ ଖଲିକୋଟ ଥାନା ଅଞ୍ଚଳର ଜଗନ୍ନାଥ ମଲିକ(32) ଏବଂ ଭାଗବତ ଦାସ(22)। ଚୋରା ମୋବାଇଲ ଫୋନ ଗୁଡିକର ଆନୁମାନିକ ମୂଲ୍ୟ 35 ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଅଭିଯୁକ୍ତ ମାନେ ସାଧାରଣତଃ ରାତ୍ରିକାଳିନ ଟ୍ରେନରେ ପାସେଞ୍ଜର ମାନଙ୍କୁ ଟାର୍ଗେଟ କରୁଥିଲେ। ରାତିରେ ପାସେଞ୍ଜର ମାନେ ମୋବଇଲକୁ ଚାର୍ଜ ପାଇଁ ବସାଇ ଶୋଇପଡ଼ିଲା ବେଳେ ଉକ୍ତ ଅଭିଯୁକ୍ତ ମାନେ ଫୋନ ଚୋରି…

Read More

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ଏକ ନିଯୁକ୍ତି ଅଭିଯାନ (କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ ଡ୍ରାଇଭ୍‌) ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଏସ୍‌ଆଇଏସ୍‌ଇଆର୍‌) ଓ କିଟ୍‌ ଅନ୍ତର୍ଜାତୀୟ ବିଦ୍ୟାଳୟର ମିଳିତ ସହଯୋଗରେ ରାଜ୍ୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଥମ ଥର ପାଇଁ ଏପରି ଆୟୋଜନ କରାଯାଇଛି । ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ନିୟତି ପଟ୍ଟନାୟକ ନିଯୁକ୍ତି ଅଭିଯାନରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ସଫଳତା କାମନା କରିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ରାଜ୍ୟର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଉନ୍ନତି ନିମନ୍ତେ ସବୁବେଳେ ତତ୍ପର ରହିଛି ବୋଲି ସେ କହିଥିଲେ । ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଏହି ଅଭିଯାନରେ ଯୋଗଦେଇ ଥିବାରୁ ଖୁସି…

Read More

ଭୁବନେଶ୍ବର: ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶା ର ଦୁଇ କୃତଵିଦ୍ୟ ଶିକ୍ଷକ ଡ଼କ୍ଟର ଦ୍ବିତୀଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର କରଙ୍କୁ ନବୀନ ପଟ୍ଟନାୟକ ଆଜି ବ୍ୟକ୍ତିଗତ ଭାବେ ଫୋନ କରି କଥା ହେବା ସହିତ ଅଭିନନ୍ଦନ ଜଣାଇଲେ। ସେମାନଙ୍କ ନିଷ୍ଠା ଓ ସାଧନା ର ଉଚ୍ଚ ପ୍ରଶଂସା କଲେ। ଶିକ୍ଷା କରିଆରେ ହିଁ ଏକ ସଚେତନ ଓ ସଶକ୍ତ ସମାଜ ଗଠନ ହୋଇ ପାରିବ ବୋଲି ମତ ଦେଇ ଶ୍ରୀ ପଟ୍ଟନାୟକ ଶିକ୍ଷାଦାନ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ସେ ଗର୍ବିତ ବୋଲି କହି ଉଭୟ ଙ୍କୁ ଅଭିନନ୍ଦନ ଜଣାଇଥିଲେ। ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଡ଼କ୍ଟର ଦ୍ଵିତୀଚନ୍ଦ୍ର ସାହୁ ରାୟଗଡା ଜିଲ୍ଲା ବିଲେଶୁ ଆଦିବାସୀ ମଙ୍ଗଳ ବିଭାଗ ର ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ସନ୍ତୋଷ କୁମାର କର କଳାହାଣ୍ଡି ଜିଲ୍ଲା ଜୟଦୁର୍ଗା ହାଇସ୍କୁଲରେ ଶିକ୍ଷକ ଭାବରେ ଅବସ୍ଥାପିତ. ନବୀନ…

Read More

ଭୁବନେଶ୍ବର: ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ହଲ୍‌ ଠାରେ ଜାତୀୟ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଭାରତୀୟ ହକି ପ୍ରତି ବଳିଷ୍ଠ ଅବଦାନକୁ ଦେଶବାସୀଙ୍କ ମନରେ ଅବିସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କ୍ରୀଡା ମନ୍ତ୍ରୀ ଓ ଅନ୍ୟଅତିଥି ମାନେ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଧ୍ୟାନଚାନ୍ଦଙ୍କ ଖେଳରେ ମ୍ୟାଜିକ ଥିଲା। ଭାରତବର୍ଷ ପାଇଁ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସ୍ୱର୍ଣ୍ଣ ପଦକ ଜିତି ସେ ଏକ ବିରଳ କୃତିତ୍ୱ ଅର୍ଜନ କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କ ଭଳି…

Read More

ମୁମ୍ବାଇ: ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା କମ୍ପାନୀ ହୋଇପାରିଛି ଏବଂ ବିଶ୍ୱର ମୋଟ ମୋବାଇଲ୍ ଡାଟା ଟ୍ରାଫିକର ୮ ପ୍ରତିଶତ କେବଳ ଜିଓର ନେଟୱାର୍କରେ ଚାଲିଥାଏ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୭ ତମ ବାର୍ଷିକ ସାଧାରଣ ସଭାରେ ସେୟାରଧାରକ ମାନଙ୍କୁ ସମ୍ବୋଧିତ କରି କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କମ୍ପାନୀର ଗ୍ରାହକ ଆଧାର ଏବଂ ଡାଟା ବ୍ୟବହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜିଓ ନେଟୱାର୍କରେ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୪୯ କୋଟି ରହିଥିବା ବେଳେ ହାରାହାରି ଭାବରେ ପ୍ରତ୍ୟେକ ଜିଓ ଗ୍ରାହକ ପ୍ରତିମାସରେ ୩୦ ଜିବିରୁ ଅଧିକ ଡାଟା ବ୍ୟବହାର କରୁଥିବା ସେ ପ୍ରକାଶ କରିଛନ୍ତି। ଜିଓର ଏହି ସଫଳତା ସହିତ ଭାରତ ବିଶ୍ୱର ସର୍ବବୃହତ ଡାଟା ବଜାରରେ ପରିଣତ ହୋଇଥିବା ସେ କହିଛନ୍ତି। ମୁକେଶ ଅମ୍ବାନୀ କହିଛନ୍ତି, “ରିଲାଏନ୍ସ ଜିଓ ଶୁଭାରମ୍ଭ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ magisterial court ( କାର୍ଯ୍ୟ ନିର୍ବାହୀ ) ବନ୍ଦ ରହିବ। ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ।

Read More

ନୂଆଦିଲ୍ଲୀ: ଭାରତୀୟ ନୌସେନାର ନେତୃତ୍ୱରେ ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧି ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇଛି, ଯେଉଁଥିରେ ସିନ୍ଧୁଦୁର୍ଗର ରାଜକୋଟ ଦୁର୍ଗରେ ସ୍ଥାପିତ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିର ଦୁର୍ଭାଗ୍ୟଜନକ କ୍ଷୟକ୍ଷତିର ଅନୁସନ୍ଧାନ କରାଯିବ। ସାମୁଦ୍ରିକ ପ୍ରତିରକ୍ଷା ଏବଂ ନିରାପତ୍ତା ଦିଗରେ ମରାଠା ନୌସେନା ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ପରମ୍ପରା ଏବଂ ଆଧୁନିକ ଭାରତୀୟ ନୌସେନା ସହିତ ଏହାର ଐତିହାସିକ ସମ୍ପର୍କକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସିନ୍ଧୁଦୁର୍ଗରେ ଆୟୋଜିତ ନୌସେନା ଦିବସ ସମାରୋହର ଏକ ଅଂଶ ଭାବରେ ଡିସେମ୍ବର ୪ ରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା। ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଭାରତୀୟ ନୌସେନା ଏହି ପ୍ରକଳ୍ପର ପରିକଳ୍ପନା ଓ ପରିଚାଳନା କରିଥିଲା ଏବଂ ଏଥିପାଇଁ ପାଣ୍ଠି ମଧ୍ୟ ପ୍ରଦାନ କରିଥିଲା। ଯଥାଶୀଘ୍ର ପ୍ରତିମୂର୍ତ୍ତିର ମରାମତି, ପୁନରୁଦ୍ଧାର ଏବଂ ସ୍ଥାପନା ପାଇଁ ସମସ୍ତ ପଦକ୍ଷେପରେ ସହଯୋଗ କରିବାକୁ ଭାରତୀୟ ନୌସେନା…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ଓଡିଶାରେ ଶିଳ୍ପର ବିକାଶ ପାଇଁ ଜିନ୍ଦଲଙ୍କ ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଆଗାମୀ ସଂପ୍ରସାରଣ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଏବେ କ୍ରୀଡା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ। ଆମ ଗ୍ରାମାଞ୍ଚଳରେ ବହୁ ପ୍ରତିଭାବାନ କ୍ରୀଡା ପ୍ରତିଭା ଅଛନ୍ତି। ସେମାନଙ୍କ ପ୍ରତିଭାର ଉନ୍ମେଷ ନିମନ୍ତେ କମ୍ପାନୀ ପକ୍ଷରୁ ଅନୁଗୋଳ ଜିଲ୍ଲାରେ ଗୋଟିଏ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଜିନ୍ଦଲଙ୍କୁ ପ୍ରସ୍ତାବ ଦେଇଥିଲେ।

Read More

ଭୁବନେଶ୍ବର: ଆଜି ବିଧାନସଭାରେ ରାଜସ୍ବ ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରହିଥିଲା। ଏଥିରେ ଉତ୍ତର ରଖୁଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରକୁ ବେଶ ମଜାଳିଆ ଢଙ୍ଗରେ ଦେଇଛନ୍ତି ପୂଜାରୀ। ଯାହାକୁ ନେଇ ଗୃହରେ ବିଜେପି ବିଧାୟକମାନେ ହସରେ ଲୋଟିପଡିଲେ। ଅରୁଣ ସାହୁ ପଚାରିଥିଲେ ଯେ, ୬,୮୦୦ ପଞ୍ଚାୟତରେ ଯେଉଁ ଆରଆଇ, ଏଆରଆଇ ଏବଂ ଅମିନ ପଦବୀ ଖାଲି ଅଛି , ତାକୁ ପୁରଣ କରିବେ କି? ଏତେ ସଂଖ୍ୟାରେ ଯେଉଁ ପଦବୀ ଖାଲି ଅଛି ତାହା କେବେ ସୁଦ୍ଧା ପୂରଣ ହେବ। ବର୍ତ୍ତମାନ ଯେପରି ଜନସଂଖ୍ୟା ବଢିଛି ସେଥିରେ ନୂଆ ଆରଆଇ, ଏଆରଆଇ ଓ ଅମିନ ପାଇଁ ନୂଆ ପଦବୀ ସୃଷ୍ଟି କରାଯାଇପାରିବ କି ବୋଲି ଅରୁଣ ପଚାରିଥିଲେ। ଏହା ଉତ୍ତରରେ ରାଜସ୍ବମନ୍ତ୍ରୀ କହିଥିଲେ ଯେ, ଆମେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛୁ ଯେ, ଏତେ ସଂଖ୍ୟାରେ ଆରଆଇ…

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବିଜେପିକୁ ଘେରିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ତରଫରୁ ଯେଉଁ ନିର୍ବାଚନ ଇସ୍ତାହାର ଦିଆଯାଇଥିଲା ତାହା କେବଳ ଏକ ପ୍ରହସନ। ସୁଭଦ୍ରା ଯୋଜନା ନାଁରେ ମା’ମାନଙ୍କ ଭାବନା ସହିତ ଏବଂ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳିର ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କ ଭାବନା ସହିତ ଖେଳିଛି। ଏଥିସହିତ ସେ ବିଜେପି ନେତାଙ୍କୁ ଚାରିଟି ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି ଯେ, ଏସବୁ ପ୍ରଶ୍ନର ଉତ୍ତର ବିଜେପି ନେତାମାନେ ଦେଇପାରିବେ ତ? ସେହି ପ୍ରଶ୍ନଗୁଡିକ ହେଲା.. ୧. ଅଙ୍ଗନୱାଡି କର୍ମୀ ଏବଂ ଶିକ୍ଷା ସହାୟିକା ସୁଭଦ୍ରା ଯୋଜନାରେ ସାମିଲ ହେବେନି, ଏମାନେ କ’ଣ ଭୋଟ୍‌ ଦେଇନଥିଲେ? ୨. ୨୧ ବର୍ଷରୁ କମ ଏବଂ ୬୦ ବର୍ଷରୁ ଅଧିକ…

Read More

ନୂଆଦିଲ୍ଲୀ: ଆଜି ହେଉଛି ଜାତୀୟ କ୍ରୀଡା ଦିବସ। ଆଜି ପ୍ରସିଦ୍ଧ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକ। ତାଙ୍କର କ୍ରୀଡା ପ୍ରତି ଥିବା ସମର୍ପଣକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୯ ରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଏ। ଆଜି ସକାଳେ ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ ମେଜର ଧାନ ଚାନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏ ନେଇ ଡକ୍ଟର ମାଣ୍ଡଭିଆ କହିଛନ୍ତି, ଦେଶର ନାଗରିକମାନେ ସୁସ୍ଥ ରହିବା ଉଚିତ୍। କାରଣ ଜଣେ ସୁସ୍ଥ ନାଗରିକ ଏକ ସୁସ୍ଥ ସମାଜ ଗଠନ କରେ ଏବଂ ଏକ ସୁସ୍ଥ ସମାଜ ଏକ ସମୃଦ୍ଧ ଦେଶ ଗଠନ କରେ। ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ନାଗରିକ ନିଜ ବ୍ୟସ୍ତବହୁଳ କାର୍ଯ୍ୟରୁ ଏକ ଘଣ୍ଟା ବାହାର କରି ସେମାନଙ୍କ ଆଗ୍ରହର ଗୋଟିଏ ଖେଳ ଖେଳିବା…

Read More

IPS Kamya Mishra Resigned:  2019 ବ୍ୟାଚ ବିହାର କ୍ୟାଡରର ଆଇପିଏସ ଅଫିସର କାମ୍ୟା ମିଶ୍ରଙ୍କ ଇସ୍ତଫାକୁ ନେଇ ବର୍ତ୍ତମାନ ସାରା ଦେଶର ପୋଲିସ ଅଧିକାରୀଙ୍କ ମହଲରେ ଚର୍ଚ୍ଚା ଚାଲିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ତାଙ୍କର ଇସ୍ତଫାକୁ ନେଇ ଚର୍ଚ୍ଚା କରିବାରେ ଲାଗିଛନ୍ତି। ମାତ୍ର 22 ବର୍ଷ ବୟସରେ ଆଇପିଏସ ପାଇଥିବା କାମ୍ୟା 28 ବର୍ଷ ବୟସରେ ଚାକିରୀ ଛାଡିବାକୁ ପ୍ରସଂଗକୁ କେହି ଗ୍ରହଣ କରୁ ନାହାଁନ୍ତି। କାମ୍ୟା ବର୍ତ୍ତମାନ ବିହାରର ଦରଭଙ୍ଗା ଗ୍ରାମାଞ୍ଚଳ ଏସପି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଇସ୍ତଫା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। କିଏ କହୁଛି କାମ୍ୟାଙ୍କୁ ବିହାର ମାଫିଆମାନେ କୁଆଡେ ଧମକ ଚମକ ଦେଉଛନ୍ତି। କିଏ କହୁଛି ସେ ଆଇପିଏସ ଛାଡି ରାଜନୀତି କିମ୍ବା ବ୍ୟବସାୟ କରିବେ। କିଏ ପୁଣି କହୁଛି ସେ ଚାକିରୀ ଛାଡି ସମାଜସେବା କରିବେ। ତେବେ କାମ୍ୟା ଏ ପର୍ଯ୍ୟନ୍ତ କଣ କରିବେ…

Read More

ଭୁବନେଶ୍ବର: ଡିଆଜି ରାଜେଶ ପଣ୍ଡିତ ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶିବା ଘଟଣା ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏହି ଘଟଣାରେ ନିଲମ୍ବିତ ହୋଇଥିବା ଏହି ଆଇପିଏସ ଅଧିକାରୀଙ୍କୁ ଗୃହ ବିଭାଗ ନୋଟିସ ଜାରୀ କରିଛି। ଏହି ଘଟଣାରେ ନିଜ ପକ୍ଷ ରଖିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି। ନଚେତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏଥିରେ କୁହାଯାଇଛି। ରାଜେଶ ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ଏପରିକି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହଇରାଣ କରିଥିଲେ। ଏହି ଘଟଣା ପଦାକୁ ଆସିବା ପରେ ତାଙ୍କ ବିରୋଧରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ। ବର୍ତ୍ତମାନ ଗୃହ ବିଭାଗ ତାଙ୍କ ବିରୋଧରେ ବଡ ପଦକ୍ଷେପ ନେବା ପୂର୍ବରୁ ତାଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛି।

Read More

ନୂଆଦିଲ୍ଲୀ/ ଭୁବନେଶ୍ବର: ସଡ଼କ ସୁରକ୍ଷାରେ ପଦକ୍ଷେପ ନେବାରେ ଦେଶରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି। ଦିଲ୍ଲୀରେ ଫିକି ପକ୍ଷରୁ ଆୟୋଜିତ ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓଡ଼ିଶାକୁ ସମ୍ମାନିତ କରିଛନ୍ତି। ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କ ନିକଟରୁ ସମ୍ମାନ ଗ୍ରହଣ କରିଛନ୍ତି। ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସମସ୍ତ ରାଜ୍ୟ ନେଉଥିବା ପଦକ୍ଷେପ ମଧ୍ୟରେ ଓଡ଼ିଶାର ପଦକ୍ଷେପ ଉଚ୍ଚ ପ୍ରଶଂସିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓଡ଼ିଶାକୁ ସମ୍ମାନିତ କରିବା ସହ ଏନଫୋର୍ସମେଣ୍ଟ, ରୋଡ୍‌ ଇଞ୍ଜିନିୟରିଂ ଉପରେ ଅଧିକରୁ ଅଧିକ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି। ସଡ଼କ ସୁରକ୍ଷା ଦିଗରେ ଚାଳକମାନଙ୍କ ପ୍ରଶିକ୍ଷଣ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏ କ୍ଷେତ୍ରରେ ଓଡ଼ିଶାର ‘ସୁବାହକ’ ଯୋଜନାକୁ ସମଗ୍ର ଦେଶରୁ ସମବେତ ସଡ଼କ ସୁରକ୍ଷା…

Read More

ଭୁବନେଶ୍ବର: ମନ୍ତ୍ରୀ ନିତ୍ୟାଗଣ୍ଡ ଆଜି ଶିକ୍ଷାନୁଷ୍ଠାନରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ନେଇ ବିବୃତି ରଖିଛନ୍ତି। ତାହା ହେଲା… ୧୯୯୫ ମସିହା ଫେବୃୟାରୀ ୩ ତାରିଖରେ ମେଡିକାଲ ଆଣ୍ଡ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନ ପାଇଁ ଅନୁସୂଚିତ ଜନଜାତି ବର୍ଗର ଛାତ୍ରମାନଙ୍କ ପାଇଁ ୧୨% ଏବଂ ଅନୁସୂଚିତ ଜାତିଙ୍କ ପାଇଁ ୮% ସଂରକ୍ଷଣ ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଛି । ସେହିପରି ୨୦୦୮ ମସିହା ଏପ୍ରିଲ ୨୩ ଏବଂ ୨୦୧୦ ମସିହା ସେପ୍ଟମ୍ବର ୨୨ ତାରିଖର ରାଜ୍ୟ ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡ ସଭାରେ ମେଡିକାଲ୍ ଏବଂ ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ଅନୁସୂଚିତ ଜାତି ଛାତ୍ରମାନଙ୍କ ପାଇଁ ୧୬.୨୫% ଏବଂ ଅନୁସୂଚିତ ଜନଜାତି ଛାତ୍ରମାନଙ୍କୁ ୨୨.୫୦% ବୃଦ୍ଧି ପାଇଁ ସୁପାରିଶ କରିଥିଲେ ଏବଂ ଆଇନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅନୁସୂଚିତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ‘କୃଷି ଭିତ୍ତିଭୂମି ପାଣ୍ଠି’ ଅନ୍ତର୍ଗତ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ଯୋଜନାର କ୍ରମିକ ସମ୍ପ୍ରସାରଣକୁ ମଞ୍ଜୁରି ମିଳିଛି, ଯାହାଦ୍ୱାରା ଏହା ଅଧିକ ଆକର୍ଷଣୀୟ, ଫଳପ୍ରଦ ଏବଂ ସମାବେଶୀ ହୋଇପାରିବ। ଦେଶରେ କୃଷକ ସମ୍ପ୍ରଦାୟର ବୃଦ୍ଧି, ସୁଦୃଢ଼ୀକରଣ ଏବଂ ସହାୟତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର କୃଷି ଭିତ୍ତିଭୂମି ପାଣ୍ଠି (ଏ. ଆଇ. ଏଫ୍.) ଯୋଜନାର ପରିସରକୁ ସମ୍ପ୍ରସାରିତ କରିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ଦେଶରେ କୃଷି ଭିତ୍ତିଭୂମିକୁ ବଢ଼ାଇବା, ସୁଦୃଢ଼ କରିବା ଏବଂ କୃଷକ ସମାଜକୁ ସହାୟତା ପ୍ରଦାନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପରେ ସରକାର କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ଯୋଜନାର ପରିଧିକୁ ବିସ୍ତାର କରିବା ଲାଗି ଅନେକ ଉପାୟ ଘୋଷଣା କରିଛନ୍ତି । ଯୋଗ୍ୟ ପ୍ରକଳ୍ପଗୁଡ଼ିକର ପରିସରକୁ ବିସ୍ତାର କରିବା ଏବଂ ଏକ ସୁଦୃଢ଼ କୃଷି ଭିତ୍ତିଭୂମି ଇକୋସିଷ୍ଟମକୁ…

Read More