Author: Samikhsya Bureau

ବେଜିଂ, ଆସନ୍ତା ନଭେମ୍ବର ମାସ କିମ୍ବା ଡିସେମ୍ବରରେ ଚୀନର ଲୋକମାନଙ୍କୁ କୋଭିଡ19 ଟୀକା ମିଳି ପାରିବ। ସେଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ଚାଇନିଜ୍ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ମୁଖ୍ୟ ଡ. ହୁୟୁ ଗୁଝେନ୍। ଚୀନର ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି। ଏପରିକି ଏହା ଏକାଥରେ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ କରିବା ପାଇଁ ମଧ୍ୟ ସବୁ କାମ ସରିଛି ବୋଲି ସେ କହିଛନ୍ତି। ହୁୟୁ ଆହୁରି କହିଛନ୍ତି ଯେ, ଏହାର କ୍ଲିନିକାଲ ପରୀକ୍ଷା ପ୍ରାୟ ସଫଳ ଆଡକୁ ଗତି କରିଛି। ଆଉ ମୁଁ ନିଜେ ମଧ୍ୟ ଏହି ଟୀକା ପରୀକ୍ଷା ପାଇଁ ନେଇଛି ବୋଲି ହୁୟୁ କହିଛନ୍ତି। ଗତ ଏପ୍ରିଲ ମାସରେ ମୋତେ ଏହି ଟୀକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ମୋର କୌଣସି ପାର୍ଶ୍ବ ପ୍ରତିକ୍ରିୟା କିମ୍ବା ଯନ୍ତ୍ରଣା ଦେଖାଯାଇ ନାହିଁ , ମୋତେ ବେଶ୍ ଭଲ ଲାଗୁଛି…

Read More

ଟୋକିଓ : ଅସୁସ୍ଥତା କାରଣରୁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଇସ୍ତଫା ଦେବା ପରେ  ଶାସକ ଦଳର ନେତା ୟୋସିହିଦେ ସୁଗା ହେଲେ ଦେଶର ନୂଆ ପ୍ରଧାନମନ୍ତ୍ରୀ। ସେ ଦୀର୍ଘ ସମୟ ​‌ହେବ ସିଞ୍ଜୋ ଆବେଙ୍କ ସହଯୋଗୀ ଥିଲେ। ସେ ପୂର୍ବରୁ ସୁଗା ମୁଖ୍ୟ କ୍ୟାବିନେଟ୍ ପଦ ସମ୍ଭାଳି ଥିଲେ। ତାଙ୍କୁ ଗତ ସୋମବାର ଲିବରାଲ ଡେମୋକ୍ରେଟିକ୍ ପାର୍ଟିର ପ୍ରିମିୟର ଭାବେ ମନୋନୀତ କରାଯାଇଥିଲା। ଆଜି 71 ବର୍ଷୀୟ ସୁଗା ଦଳର ସଂସୀୟ ବୋର୍ଡରେ ପ୍ରଧାନମନ୍ତ୍ରୀ ପଦ ଭାବେ ନିର୍ବାଚିତ ହୋଇଛନ୍ତି। ଜାପାନର କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟି ସୋମବାର ସୁଗାଙ୍କୁ ନେତା ନିର୍ବାଚିତ କରିଛି। 534 ଭୋଟ୍‌ରୁ 377 ଭୋଟ୍‌ରେ ଜିତ୍‌ ହାସଲ କରିଛି ଲିବରାଲ୍‌ ଡେମୋକ୍ରାଟିକ୍‌ ପାର୍ଟି । ସେହିପରି ସୁଗାଙ୍କ ପ୍ରତିଦ୍ବନ୍ଦ୍ବୀ  ତଥା ପୂର୍ବ ରକ୍ଷା ମନ୍ତ୍ରୀ ଶିଗରୁ ଇଶିବାଙ୍କୁ 68 ଓ ଦ୍ବିତୀୟ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଶଦାଙ୍କୁ 89ଟି ଭୋଟ୍‌…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରର ଅଗ୍ରଣୀ ସଂଗଠନ ପିପୁଲ ଫର ଦି ପବ୍ଲିକ ପକ୍ଷରୁ ନୂତନ ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଏଏସ ଅଧିକାରୀ କୀର୍ତ୍ତି ଭାସନଙ୍କୁ ସଂଗଠନ ପକ୍ଷରୁ ସ୍ଵାଗତ ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗଠନ ସଭାପତି ଡ଼. ସୁବ୍ରତ ସାହୁଙ୍କ ପୌରହିତ୍ୟରେ ବହୁ ସଦସ୍ୟ ଯୋଗ ଦେଇ ଉପଜିଲ୍ଲାପାଳ ଶ୍ରୀ ଭାସନଙ୍କୁ ସ୍ଵାଗତ କରିଥିଲେ। ବର୍ତ୍ତମାନ କରୋନାର ଏହି ଘଡ଼ିସନ୍ଧି ମୁହୂର୍ତରେ ନିତ୍ୟ ବ୍ୟବହାର ସାମଗ୍ରୀ ଆକାଶ ଛୁଆଁ ଦରରେ କଳାବଜାରୀ ମାନେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି ଏପରିକି ଆଳୁ ଓ ପିଆଜ ଦର ମଧ୍ୟ ଆକାଶ ଛୁଆ ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାସହିତ ବ୍ରହ୍ମପୁର ସହରରେ ରହିଥିବା ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ଉପରେ ଉପଜିଲ୍ଲାପାଲଙ୍କ ସହ ଆଲୋଚନା କରାଯାଇଥିଲା। ଏହି ଅବସରରେ ସମ୍ପାଦକ ଆଇନଜୀବୀ…

Read More

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଏବେ ପୁଣି ଏକ ନୂଆ ମୋଡ଼ ନେଇଛି । ଏହି ମାମଲାର  ସିବିଆଇ ତଦନ୍ତ ପାଇଁ ଦାବି  କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏଭଳି ଦାବି କରଯିବା ସହ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ସିବିଆଇ ତଦନ୍ତ ସହ 30 ଲକ୍ଷ କ୍ଷତିପୂରଣ ପାଇଁ ମଧ୍ୟ ପରିଷଦ ପକ୍ଷରୁ ଆବେଦନ କରାଯାଇଛି । ଏହି ଜନସ୍ୱାର୍ଥ ମାମଲାରେ ପରିଷଦ ପକ୍ଷରୁ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଓ ରାଜ୍ୟ ଗୃହ ସଚିବ, ପୁଲିସ ଡିଜି, ପୁଲିସ କମିଶନର ଓ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ଏହି ଘଟଣାରେ ମହିଳା କମିଶନ ଓଟିଭି ଏମଡିଙ୍କୁ ନୋଟିସ କରିଛନ୍ତି ।ଯଦି ହାଜର ନହୁଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ପୀଡିତାଙ୍କ ମା’ ଓ ଓଟିଭ ଏମଡିଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପକୁ ଆଧାର କରି ଏହି…

Read More

ଭୁବନେଶ୍ୱର:  ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । ଏହାରି ଭିତରେ ବିଧାନସଭା  ବସିବ ।  ତେବେ ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କ କରୋନା ଟେଷ୍ଟ  କରାଯିବ ।  ବିଧାୟକଙ୍କ ସହ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ ।  ବିଧାୟକ, ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କ ଆରଟି-ପିସିଆର ଟେଷ୍ଟ କରାଯିବ ।  ଆସନ୍ତା 27 ଓ 28 ତାରିଖ ଦୁଇ ଦିନ ଧରି ଏକ ସ୍ୱତନ୍ତ୍ର କ୍ୟାମ୍ପରେ ଏହି ଟେଷ୍ଟ କରାଯିବ । ଏନେଇ ବିଏମସି କମିଶନର, କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକଙ୍କୁ  ଚିଠି କରାଯାଇଛି । ତା ପରେ ପୁଣି ଚାରି ତାରିଖ ଦିନ ମଧ୍ୟ ସବୁ ବିଧାୟକଙ୍କ ଟେଷ୍ଟ କରାଯିବ ।  ଅଧିବେଶନ ବେଳେ କାହାକୁ ଅସ୍ୱାଭାବିକ…

Read More

କଟକ : କଟକ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଆଜି ଏକ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ମାଲ୍‌ବାହୀ ଟ୍ରେନ୍‌ଟି ଭଦ୍ରକରୁ ଖୋର୍ଦ୍ଧା ଯାଉଥିବା ବେଳେ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଟ୍ରେନ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ଜଣାପଡ଼ିଛି। 10 ନମ୍ବର ଟ୍ରାକ୍‌ରେ ଏହା ଲାଇନ୍‌ଚ୍ୟୁତ୍‌ ହୋଇଛି। ରେଲ୍‌ୱେର ଟେକ୍ନିକାଲ ଟିମ୍‌ ଓ ଆରପିଏଫ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏହି ଘଟଣା ପରେ ଅନ୍ୟ ଯାତ୍ରୀବାହୀ ଟ୍ରେନ୍‌ ଯିବା ଆସିବାରେ କୌଣସି ଅସୁବିଧା ସୃଷ୍ଟି ହୋଇନଥିବା ଜଣାପଡ଼ିଛି।

Read More

ରମେଶ ମହାନ୍ତି ଜଗତସିଂହପୁର : ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳାବୋଳ ପଞ୍ଚାୟତରେ ସରପଞ୍ଚ ଠିକାଦାରୀ କରିବା ପାଇଁ ମିଶନଶକ୍ତି ଗୃହ ନିର୍ମାଣରେ ମନମାନୀ କରୁଥିବା ଅଭିଯୋଗ ହେଉଛି। ସୂଚନାନୁଯାୟୀ ଆମଗାଁ ଆମବିକାଶ ଯୋଜନାରେ ଅଳାବୋଳ ପଞ୍ଚାୟତରେ ନିର୍ମାଣ ହେବାକୁ ଆସିଥିବା ମିଶନଶକ୍ତି ଗୃହ ପଞ୍ଚାୟତର ମୁଖ୍ୟ ସ୍ଥାନରେ ନିର୍ମାଣ କରିବାକୁ ପଞ୍ଚାୟତର ମହିଳାମାନଙ୍କ ପକ୍ଷରୁ ଦାବି ହେଉଥିବା ବେଳେ ସରପଞ୍ଚ କିନ୍ତୁ ଚଞ୍ଚକତା କରି ଅନ୍ଯ ସ୍ଥାନରେ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ଏହି ମିଶନଶକ୍ତି ଗୃହ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ପଞ୍ଚାୟତର ଶତାଧିକ ମହିଳା। ଏସମ୍ପର୍କରେ ଜେଇଙ୍କ ସହିତ ଯୋଗାଯୋଗ କରିବାରୁ ଉକ୍ତ ମିଶନଶକ୍ତି ଗୃହ ଅଳାବୋଳରେ ନହୋଇ ଧନିଶୋରେ ନିର୍ମାଣ ହେଉଥିବାରୁ ମହିଳାମାନେ ବିରୋଧ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସରପଞ୍ଚ ନିଜେ ଠିକାକାମ କରିବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜେଇଙ୍କୁ ହାତବାରିସି କରି ମହିଳାମାନଙ୍କ ବିରୋଧ ସତ୍ତ୍ୱେ ଏହି…

Read More

ଜୟପୁର : ରାଜସ୍ଥାନର ଜୟପୁରରେ ଏକ ଡଙ୍ଗା ଓଲଟିବା ସହିତ ଚାରି ଜଣଙ୍କ ପ୍ରାଣ ହାନି ଘଟିଛି । ରାଜସ୍ଥାନର କୋଟାରେ ରହିଥିବା ଚମ୍ବାଲି ନଦୀରେ ଏହି ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାରେ ପ୍ରାୟ 50 ଜଣରୁ ଅଧିକ ଯାତ୍ରୀ ରହିଥିବା ବେଳେ 4 ଜଣଙ୍କ ପ୍ରାଣହାନି ଘଟିଛି । ଅନ୍ୟମାନେ କୂଳକୁ ପହଁରି ପଳାଇ ଆସିଥିବା ବେଳେ 10 ଜଣ ଯାତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ବୁଧବାର ସକାଳ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ତୁରନ୍ତ ସ୍ତାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।  ଡଙ୍ଗାରେ ସମସ୍ତ ଲୋକ ସ୍ଥାନୀୟ କମଲେଶ୍ୱର ଧାମ ମନ୍ଦିରକୁ ଯାଉଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା 10 ଜଣ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । (ଏଜେନ୍ସି)

Read More

ତିରୂପତି, ଆନ୍ଧ୍ର ପ୍ରଦେଶସ୍ଥିତ ବିଶ୍ୱ ପ୍ରସିଦ୍ଧ ତିରୂପତି ମନ୍ଦିର ଦାନ ବାକ୍ସରୁ ୫୦ କୋଟି ଟଙ୍କାର ପୁରୁଣା ନୋଟ ମିଳିଛି। ଏହି ନୋଟଗୁଡିକ ଭକ୍ତମାନେ ପ୍ରଦାନ କରିଛନ୍ତି। ଏହି ନୋଟକୁ ନେଇ ମନ୍ଦିର କର୍ତ୍ତୁପକ୍ଷ ଚିନ୍ତାରେ ପଡିଯାଇଛନ୍ତି। ଜଣେ ଟିଟିଡି ଅଧିକାରୀ କହିଛନ୍ତି ଯେ “ଯଦିଓ କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ କରିଥିଲେ, ତଥାପି ଭକ୍ତମାନେ ବିମୁଦ୍ରୀକରଣ ନୋଟ୍ ପ୍ରଦାନ ଜାରି ରଖି ଥିଲେ। ଫଳରେ ମନ୍ଦିରକୁ ବର୍ତ୍ତମାନ ୧.୮ କୋଟି ଟଙ୍କାର ପୁରୁଣା ହଜାରେ ଟଙ୍କିଆ ନୋଟ, ଯାହାର ମୂଲ୍ୟ ୧୮ କୋଟି ଏବଂ ୬.୩୪ ଲକ୍ଷଟି ପୁରୁଣା ୫୦୦ ଟଙ୍କିଆ ନୋଟ, ଯାହାର ମୂଲ୍ୟ ୩୧.୭ କୋଟି ଟଙ୍କା ହେବ । ଏହିପରି ସମସ୍ତ ପୁରୁଣା ନୋଟଗୁଡିକୁ ମିଶାଇଲେ ପ୍ରାୟ ୫୦ କୋଟି ଟଙ୍କା ଭକ୍ତମାନେ ଦାନ କରିଛନ୍ତି। ଏତେ ପୁରୁଣା ଟଙ୍କାକୁ କଣ କରିବେ ସେ ନେଇ…

Read More

ଶ୍ରୀନଗର : ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ବେଳେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ମଙ୍ଗଳବାର ଅପରାହ୍ନରେ ସୁନ୍ଦରବନି ସୀମାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯିବା ସହିତ ଆକ୍ରମଣ କରାଯାଇଥିଲା । ଏଥିରେ ଜଣେ ଯବାନ ପ୍ରାଣ ହରାଇଥିବା ବେଳେ ଜଣେ ମେଜର ଏବଂ ଆଉ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ନିହତ ଯବାନଙ୍କ ନାମ ନାୟକ ଅନୀଶ ଥୋମାସ । ଥୋମାସ କେରଳର କୋଲ୍ଲାମ ଜିଲ୍ଲାର ବାସିନ୍ଦା । ଦୁଇ ଆହତ ଯବାନଙ୍କୁ ସ୍ଥାନୀୟ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଗତକାଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିଗତ 17 ବର୍ଷ ମଧ୍ୟରେ ଏହା ପାକିସ୍ତାନ ପକ୍ଷରୁ ସବୁଠାରୁ ବଡ ଅସ୍ତ୍ରବିରତି ଉଲ୍ଲଂଘନ ।

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ଥାନା ଅଞ୍ଚଳରେ ଛତୁ ଫୁଟିଲା ପରି ଚୋରା ମଦବେପାର ଚାଲିଥିବା ବେଳେ ଅବକାରୀ ବିଭାଗର କାଁ ଭାଁ ଧରପକଡକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଚୋରା ମଦ ବେପାରୀଙ୍କ ଉପରେ ତିର୍ତ୍ତୋଲ ପୋଲିସ୍ ଚଢାଉକରି ମଦ ଧରୁଥିବା ବେଳେ ଶୋଇଛି ଅବକାରୀ ବିଭାଗ। ସୂଚନାନୁଯାୟୀ ତିର୍ତ୍ତୋଲ ଥାନା ଅଧିନସ୍ଥ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ଛକ ନିକଟରେ ଅନେକ ଦିନ ହେଲା ବିପୁଳ ପରିମାଣର ଚୋରାମଦ ବ୍ୟବସାୟ ହେଉଥିବା ଖବର ପାଇ ଜଗତସିଂହପୁର ଏସ୍.ପି ଙ୍କ ନିର୍ଦ୍ଦେଶରେ ଗତକାଲି (ମଙ୍ଗଳବାର) ସଂନ୍ଧ୍ଯାରେ ଜିଲ୍ଲା ସ୍ପେଶାଲସ୍କ୍ୱାର୍ଡ ଓ ତିର୍ତ୍ତୋଲ ପୋଲିସ୍ ପକ୍ଷରୁ ଅଚାନକ ଚଢାଉ କରାଯାଇ ୭୫ ଲିଟର ଚୋରା ବିଦେଶୀ ମଦ ଜବତ କରାଯିବା ସହିତ ୨ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ।ବିପୁଳ ପରିମାଣର ଚୋରାମଦ ସହିତ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରଞ୍ଜନ ସାହୁ ଓ ତାଙ୍କ ପୁତୁରା ଦିପ୍ତି…

Read More

ଲୁଧିଆାନା : ପଞ୍ଜାବର ଲୁଧିଆନାର ଜଳନ୍ଧର ବାଇପାସ ନିକଟସ୍ଥ ସବ୍‌ଜୀ ମଣ୍ଡିରେ ରାତିରେ ଟମୋଟୋ ଚୋରି କରିବା ଅଭିଯୋଗରେ ଦୁଇ ପୋଲିସ୍‌ କର୍ମୀ ନିଲମ୍ବିତ ହୋଇଛନ୍ତି । ତେବେ ଦୁଇ ପୋଲିସ୍‌ କର୍ମୀଙ୍କ ନାମ ଓ ଠିକଣା ସମ୍ପର୍କରେ ପୋଲିସ୍‌ ବିଭାଗ ସୂଚନା ଦେଇନାହିଁ । ପୋଲିସ୍‌ ସବ୍‌ଜୀ ମଣ୍ଡିର ସିସିଟିଭ ଫୁଟେଜ୍‌ ଆଧାରରେ ଯାଞ୍ଚ କରୁଛି । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ଧରି ଉକ୍ତ ସବ୍‌ଜି ମଣ୍ଡିରେ ଲଗାତାର ଭାବରେ ପରିବା ଚୋରି ହେଉଥିବାର ଅଭିଯୋଗ ହେଉଥିଲା । ଏହା ଦେଖି ସବ୍‌ଜୀ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯାଇଥିଲା । ସେପ୍ଟେମ୍ବର 10 ତାରିଖ ରାତ୍ରିରେ ଉକ୍ତ ସବ୍‌ଜୀ ମଣ୍ଡିରୁ ଟମାଟୋର ଚୋରି ହୋଇଥିଲା । ଏହା ସିସିଟିଭ୍‌ରେ ରେକର୍ଡ ମଧ୍ୟ ହୋଇଥିଲା । ଉକ୍ତ ସିସିଟିଭ୍‌ ରେକର୍ଡରେ ଦୁଇ ପୋଲିସ କର୍ମୀ ଟମାଟୋ ଚୋରି କରୁଥିବାର ଦେଖିବାକୁ ମିଳିଥିଲା ।ଏହା ପରେ ଲୁଧିଆନା ପୋଲିସ୍‌…

Read More

କନ୍ଦର୍ପ ବେହେରା ରେଢାଖୋଲ : ଆଜି ରେଢାଖୋଲ ପୋଲିସ୍ ଲୁହାପଙ୍କ ଅଂଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର କିରାସିନୀ ଜବତ କରିଥିବା ଖବର ହସ୍ତଗତ ହୋଇଛି । ପ୍ରକାଶ  ଯେ, ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତ ଅନ୍ତର୍ଗତ ରେଢାଖୋଲ କେନ୍ଦୁପତ୍ର ଡିଭିଜନର ଜାମ୍ମୁବଣିଆଁ କେନ୍ଦୁପତ୍ର ଫଡିଭିତରୁ ୧୬ ଡ୍ରମ କିରାସିନୀ(୩ହଜାର ଲିଟର ପାଖାପାଖି) ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ ଜବତ କରିଥିବା ଜଣା ପଡିଛି । ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୋଲିସ୍ କହିଛି । ଏହା ପୂର୍ବରୁ ସେଇ ଅଂଚଳରୁ ୨୪୦୦ ଲିଟର କରାସିନୀ କିଛିଦିନ ତଳେ ଜବତ ହୋଇଥିଲା । ଏହି ବେପାରରେ କେତେଜଣ ଅସାଧୁ ବ୍ୟବସାୟୀ ସମୃକ୍ତଥିବା ଅନୁମାନ କରାଯାଉଛି । ଏହି କିରାସିନୀ ରେଢାଖୋଲ ଓ ନାକଟିଦେଉଳ ଅଂଚଳର ପଂଚାୟତ ମାନଙ୍କରୁ ଅସୁଲ କରି ତାକୁ ଚୋରାରେ ଚଢାଦରରେ ବାହାରକୁ ଗାଡି ସାହାଯ୍ୟରେ ଚାଲାଣ କରୁଥିବା ଜଣାପଡିଛି । କରୋନା ପାଇଁ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 11 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ ଓ ସମ୍ବଲପୁରୁର ସର୍ବାଧିକ 3ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ  ଖୋର୍ଦ୍ଧାରୁ 2 ଜଣ ଓ କଳାହାଣ୍ଡି, ମୟୂରଭଞ୍ଜ,  ସୁନ୍ଦରଗଡରୁ ଜଣେ ଲେଖାଏଁଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 656କୁ ବୃଦ୍ଧି ହୋଇଛି। ପୁରୀର ତିନି ମୃତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 70 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 80 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 45 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ସମ୍ବଲପୁରରୁ ତିନି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 60, 62 ଓ 65 ବର୍ଷ । ଖୋର୍ଦ୍ଧା ଜିଲ୍ଲାରୁ  ଆଜି ଦୁଇ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 61 ଓ 52 ବର୍ଷ । ସୁନ୍ଦରଗଡରୁ 31 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜରୁ…

Read More

ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 4ହଜାର 270ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 876ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 147, ବାଲେଶ୍ବରରୁ 150, ବରଗଡରୁ 183, ଭଦ୍ରକରୁ 55, ବଲାଙ୍ଗିରରୁ 97, ବୌଦ୍ଧରୁ 22, କଟକରୁ 374, ଦେବଗଡରୁ 18, ଢେଙ୍କାନାଳରୁ 63, ଗଜପତିରୁ 58, ଗଞ୍ଜାମରୁ 68, ଜଗତସିଂହପୁରରୁ 188, ଯାଜପୁରରୁ 162, ଝାରସୁଗୁଡାରୁ 121, କଳାହାଣ୍ଡିରୁ 44, କନ୍ଧମାଳରୁ 73, କେନ୍ଦ୍ରାପଡାରୁ 99. କେଉଁଝରରୁ 87, କୋରାପୁଟରୁ 83, ମାଲକାନଗିରିରୁ 64, ମୟୂରଭଞ୍ଜରୁ 131, ନବରଙ୍ଗପୁରରୁ 86, ନୟାଗଡରୁ 47, ନୂଆପଡାରୁ 119, ପୁରୀରୁ 287, ରାୟଗଡାରୁ 80,  ସମ୍ବଲପୁରରୁ 114, ସୋନପୁରରୁ 74, ସୁନ୍ଦରଗଡରୁ 38ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 262ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 4 ହଜାର 270କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2478ଜଣ ଚିହ୍ନଟ ହୋଇଥିବାବେଳେ 1792ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 62ହଜାର920 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 36 ହଜାର473ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 25ହଜାର 738ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 645ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର :  ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ ଓଡ଼ିଶା ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି।  ଭାରତ ସରକାରଙ୍କ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ 6 ଜଣିଆ କେନ୍ଦ୍ରୀୟ ଟିମ୍‍ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ଉକ୍ତ ପ୍ରତିନିଧି ଦଳ ଅଗଷ୍ଟରେ ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ବିଭୀଷିକା ଓ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ବୁଲିଦେଖିବେ।  ବନ୍ୟା କ୍ଷତିଗ୍ରସ୍ତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲା ଯିବେ । ବନ୍ୟା ପ୍ରଭାବିତ ଚାରିଟି ଜିଲ୍ଲାକୁ 2ଟି ଟିମ୍‌ରେ ଅଲଗା ଅଲଗା ଗସ୍ତ କରିବେ। ଗୋଟିଏ ଟିମ୍‌ ଭଦ୍ରକ, ଯାଜପୁର ଯିବେ ଅନ୍ୟ ଟିମ୍‌ କେନ୍ଦ୍ରାପଡା ଓ ପୁରୀ ଯିବେ । ଏହି ପ୍ରତିନିଧି ଦଳରେ କୃଷି ଓ କୃଷକ କଲ୍ୟାଣ, ଜଳସମ୍ପଦ, ସଡ଼କ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରାଳୟର ଅଧିକାରୀ ଅଛନ୍ତି। ଯୋଗଦେବେ। ପ୍ରତିନିଧି ଦଳ 17ତାରିଖ ରାତିରେ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷ 20 ହଜାର360କୁ ବୃଦ୍ଧି ହୋଇଥିବାବେଳେ  କରୋନା ଜନିତ ମୃତ୍ୟୁସଂଖ୍ୟା 82, 066ରେ ପହଞ୍ଚିଲା । ଗତ 24 ଘଣ୍ଟାରେ 90 ହଜାର 123 ଆକ୍ରାନ୍ତ ହୋଇଥିବାବେଳେ 1290 ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ଆକ୍ଟିଭ କେସ୍‌ 9 ଲକ୍ଷ 95 ହଜାର 933 ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 39 ଲକ୍ଷ 42 ହଜାର 360 । ଜାନୁଆରୀ 30 ତାରିଖରେ ଦେଶରେ ପ୍ରଥମ କରୋନା ମାମଲା ଦେଖିବାକୁ ମିଳିଥିବାବେଳେ ମାତ୍ର ସାତ ମାସ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷରେ ପହଞ୍ଚିଛି । ଗତ ଦୁଇ ମାସ ଧରି କରୋନା ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ହୋଇଛି । 1ରୁ 10 ଲକ୍ଷ କେସ୍‌ ହେବାକୁ 169 ଦିନ ଲାଗିଥିବାବେଳେ  10-20 ଲକ୍ଷ କେସ୍‌ ମାତ୍ର 19 ଦିନ ମଧ୍ୟରେ ହୋଇଛି । ସେହିପରି 20-30…

Read More

ବାଗପତ : ଉତ୍ତରପ୍ରଦେଶର ବାଗପତ ଜନପଦଠାରେ ମାତ୍ର ତିନି ହଜାର ଟଙ୍କା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି ।  ଟଙ୍କା ନେଣଦେଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ  ପଥର ମାଡ ସହିତ ଫାୟାରିଂ ମଧ୍ୟ ହୋଇଛି । ଏହି ଘଟଣାରେ ଡର୍ଜନରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ୍‌ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଛନ୍ତି । ଏହି ଘଟଣାରେ ପୋଲିସ୍‌ 7ଜଣଙ୍କୁ ଗିରଫ ମଧ୍ୟ କରିଛି । ମିଳିଥିବା ସୂଚନା ଅନୁସାରେ ବାଗପତ ସହରର କୋତଓ୍ବାଲୀ ଅଞ୍ଚଳରେ ଏହି ଘଟଣା ଘଟିଛି । ଏଠାରେ ଗୋଟିଏ ପକ୍ଷର ଗାଈ କିଣିବାରେ 3ହଜାର 40 ଟଙ୍କା ବାକି ରହିଥିଲା । ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଦେଖୁ ଦେଖୁ…

Read More

ବାରିପଦା : ବାଙ୍ଗିରିପୋଷି ଘାଟିଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଅଟୋକୁ ଧକ୍କା ଦେଇ ଟ୍ରକ୍‌ ଓଲଟିବା ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ 6 ଜଣ ଗୁରୁତର ରହିଛନ୍ତି । ଏନଏଚ୍‌-49ର ବାଙ୍ଗିରିପୋଷି ଘାଟିରେ ଅଟୋକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ଜଣ ଗୁରୁତରଙ୍କୁ ବାଙ୍ଗିରିପୋଷି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ରହିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର: ଆଉ ଏକ ଲଘୁଚାପ ଆସୁଛି । ଏହାରି ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା 20 ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଫଳରେ 20ଓ 21 ତାରିଖ ଦିନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ରାଜ୍ୟରେ ତାପାମତ୍ରା ପୂର୍ବ ତୁଳନାରେ 2ରୁ 3 ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା 4ରୁ 5 ଦିନ ଏଭଳି ସ୍ଥିତି ରହିବ । 20 ତାରିଖରୁ ବର୍ଷା ହେବ ବୋଲି ପାଣିପାଗ ପୂର୍ବାନୁମାନ କରିଛି ।

Read More