Author: Samikhsya Bureau

ସୀତାରାମ ଅଗ୍ରୱାଲ  ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ଗ୍ରାଫ ଧୀରେ ଧୀରେ ତଳକୁ ଖସୁଥିବାବେଳେ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମନୋବଳ ବଢୁଛି। ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ସମଗ୍ର ନିର୍ବାଚନମଣ୍ଡଳୀରେ ଜିରୋ କୋଭିଡ କେସ ଲକ୍ଷ୍ୟ ନେଇ ପ୍ରୟାସ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ କୋଭିଡ କେସ ଯେଉଁ ଅଞ୍ଚଳରୁ ବାହାରୁଛି ସ୍ଥାନୀୟ ପ୍ରଶାସନ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଏନେଇ ଅବଗତ କରାଉଛି ଏବଂ ଜିଲ୍ଲା ପ୍ରଶାସନ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରୁଛି। ଆଜି ବାଣପୁର ଏବଂ ଚିଲିକା ବ୍ଲକର ଏକାଧିକ ଗ୍ରାମରୁ କୋଭିଡ ପଜିଟିଭ ଚି଼ହ୍ନଟ ହୋଇଥିବାରୁ ଆଜି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ଏବଂ ଚିଲିକା ବ୍ଲକର ଏକାଧିକ ଗ୍ରାମଗୁଡିକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଅଛି। ବାଣପୁର ବ୍ଲକ ୧-ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଦ୍ମପୁର ଏବଂ ଗମ୍ଭାରୀମୁଣ୍ଡା ଗ୍ରାମ ୨-କୁଲେଇ ପଞ୍ଚାୟତ ର ହରିଚନ୍ଦନପୁର ଏବଂ କୁଲେଇ ଗ୍ରାମ ୩-ଭବାନୀପୁର ପଞ୍ଚାୟତର ଭୁଷ୍କାପଡା ଗ୍ରାମ ୪-ଆୟତପୁର…

Read More

କେରଳ, ପ୍ରଖ୍ୟାତ ମାଲାୟାଲମ୍ କବି ଅକ୍କିଥମ୍ ଅଚ୍ୟୁଥାନ୍ ନାମ୍ବୋଥୀରଙ୍କୁ ପ୍ରଦାନ କରାଯାଇଛି ଜ୍ଞାନପୀଠ ପୁରସ୍କାର। ଆଜି ତାଙ୍କ ବାସଭବନ ‘ଦେବନାମ୍’ରେ କେରଳ ସଂସ୍କୃତି ମନ୍ତ୍ରୀ ଏ. ବାଲାନ୍ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ଉତ୍ସବକୁ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଲାଇଭ୍ ଦେଖୁଥିଲେ। ୯୩ ବର୍ଷିୟ ଅକ୍କିଥମ ତାଙ୍କ ଘରେ ଏକ ଆର୍ମଚେୟାରରେ ବସି ଏହି ପୁରସ୍କାର ଗ୍ରହଣ କରିଥିଲେ। ଅକ୍କିଥାମ ୪୫ ରୁ ଅଧିକ କବିତା, ନାଟକ ଏବଂ କ୍ଷୁଦ୍ରଗଳ୍ପ ଲେଖିଛନ୍ତି। ସେ ମଧ୍ୟରେ “ଇରୁପାଥମ୍ ନୋଟ୍ଟାଣ୍ଟି ଇଥିହାସମ୍”, “ବାଲିଦାରଶାନମ୍” ଏବଂ “ଧର୍ମ ସୋରିୟାନ୍” ବେଶ୍ ଲୋକପ୍ରିୟ।

Read More

ମୁମ୍ବାଇ, ରିଲାଏନ୍ସ ଜିଓ ତାହାର ନୂଆ ପୋଷ୍ଟପେଡ ପ୍ଲାନ ସମ୍ପର୍କରେ ଘୋଷଣା କରିବାର ଦିନକ ପରେ ଦୂରସଂଚାର କ୍ଷେତ୍ରରେ ପ୍ରତିଦ୍ୱନ୍ଦୀ କମ୍ପାନୀଗୁଡିକର ଷ୍ଟକମୂଲ୍ୟରେ ବୁଧବାର ଆକସ୍ମିକ ଭାବେ ୧୦% ପର୍ଯ୍ୟନ୍ତ ହ୍ରାସ ଘଟିଥିଲା । ଭୋଡାଫୋନ ଆଇଡିଆ ଷ୍ଟକ ମୂଲ୍ୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସର୍ବାଧିକ ୧୦.୦୫% ହ୍ରାସ ପାଇ ସେୟାର ପିଛା ୯.୨୨ ଟଙ୍କାରେ ବନ୍ଦ ହୋଇଥିଲା । ଦିନର କାରବାର ସମୟରେ ଏହା ୧୪% ହ୍ରାସପାଇ ୮.୮୧ ଟଙ୍କା ପର‌୍ୟ୍ୟନ୍ତ ହ୍ରାସ ପାଇଥିଲା । ଅନୁରୂପ ଭାବେ ଭାରତୀ ଏୟାରଟେଲ ସେୟାର ମୂଲ୍ୟ ବୁଧବାର ଦିନ ୭.୮୯% ହ୍ରାସପାଇ ୪୩୩.୯୦ ଟଙ୍କାରେ ବନ୍ଦ ହୋଇଥିଲା । ଦିନର କାରବାର ସମୟରେ ଏଥିରେ ୯.୯୯% ହ୍ରାସ ପରିଲକ୍ଷିତ ହେବା ସହିତ ଏହା ୪୨୩.୯୫ ଟଙ୍କା ପର‌୍ୟ୍ୟନ୍ତ ହ୍ରାସ ପାଇଥିଲା । ଏସମ୍ପର୍କରେ ବଜାର ବିଶ୍ଳେଷଣକାରୀ ସଂସ୍ଥା ଚଏସ୍ ବ୍ରୋକିଂ ପକ୍ଷରୁ କୁହାଯାଇଛି, ରିଲାଏନ୍ସ ଜିଓ ନୂଆ ପୋଷ୍ଟପେଡ ତାରିଫ ପ୍ଲାନ…

Read More

ଭୁବନେଶ୍ଵର: ଆଜି ଭୁବନେଶ୍ଵର ମହାନଗରରେ ୩୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୩୪୯ ମଧ୍ୟରୁ  କ୍ଵାରେଣ୍ଟିନରୁ ୧୨୦ ଜଣ ଥିବା ବେଳେ ଲୋକାଲ ସଂକ୍ରମଣ ୨୨୯ ରହିଛି। ନଯାପଲ୍ଲୀରୁ ୨୦, ରସୁଲଗଡରୁ ୧୨, ୟୁନିଟ-୮ରୁ ୧୨, ସହିଦନଗରରୁ ୧୧, ପଞ୍ଚସଖା ନଗରରୁ ୧୧, ପଟିଆରୁ ୯, ମଞ୍ଚେଶ୍ବରରୁ ୭, ଶୈଳଶ୍ରୀ ବିହାରରୁ ୭, ୟୁନିଟ-୮ ରୁ ୭, ଚନ୍ଦ୍ରଶେଖରପୁରରୁ ୬, ପାତ୍ରପଡାରୁ ୬, ଓ ୟୁନିଟ-୯ରୁ ୬ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ମହାନଗରରୁ ୩୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ବରରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୯୩ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୯। ତେବେ ୩୬୮୩ ଜଣ ଚିକିତ୍ସିତ ହେଉଥିବା ବେଳେ ୭୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସେକ୍ ମତଲୁବ ଅଲ୍ଲୀଙ୍କର ଆଜି ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ମାହାଙ୍ଗାରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୪, ୧୯୮୦, ୧୯୮୫ ଓ ୧୯୯୫ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇ ଥିଲେ। ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି ତତକାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ତାଙ୍କୁ ବହୁ ଗରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଦେଇଥିଲେ। ୧୯୪୨ ମସିହା ଡିସେମ୍ବର ୧୬ରେ ସେ ଜନ୍ମଗ୍ରହଣ କରିଥିବା ଅଲ୍ଲୀ ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଜଡ଼ିତ ଥିଲେ। ଓଡ଼ିଆ ସାହିତ୍ୟ ଏକାଡେ଼ମୀର ସେ ସଭାପତି ମଧ୍ୟ ଥିଲେ। ତାଙ୍କ ମୃତ୍ୟୁରେ କଂଗ୍ରେସ ସହିତ ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି।

Read More

ନୂଆଦିଲ୍ଲୀ, ଏଥର ରାଜ୍ୟସଭାର ମୌସୁମୀ ଅଧିବେସନ ବିଜୁ ଜନତା ଦଳ ପାଇଁ ବେଶ୍ ଗୁରୁତ୍ବ ପୂର୍ଣ ହୋଇଛି। ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବଂ ଦୁଇଟି ବିଲକୁ ବିରୋଧ କରିବା ପରି ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି। ତେବେ ବିଜେଡି ପାଇଁ ସବୁଠାରୁ ବଡ ଘଟଣାଟି ହେଉଛି ଯେ ଯୁବ ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ଗୃହ ପରିଚାଳନା କରିବା ପାଇଁ ସୁଯୋଗ ମଧ୍ୟ ମିଳିବା। ସେହିପରି ଏଥର ନୂଆକରି ରାଜ୍ୟସଭାକୁ ଯାଇଥିବା 4 ଜଣ ସାଂସଦଙ୍କୁ ପ୍ରଥମ ଥର ପାଇଁ କହିବାକୁ ସୁଯୋଗ ମିଳିଛି। ତେବେ ଏଥର ଅଧିବେସନ କରୋନା ପାଇଁ ୯ ଦିନ ପୂର୍ବରୁ ବନ୍ଦ ହୋଇଗଲା। ମାତ୍ର ୧୦ ଦିନ ଚାଲିଥିବା ଏହି ମୌସୁମୀ ଅଧିବେସନ ବିଜେଡି ପାଇଁ ୧୦ଟି ଗୁରୁତ୍ବ ପୂର୍ଣ୍ଣ ଘଟଣା ଘଟିଛି। ସେଗୁଡିକ ହେଲା 1-ଏଥର ରାଜ୍ୟସଭାରେ ଏନଡିଏର ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବା ଏକ…

Read More

କେନ୍ଦୁଝର: କେନ୍ଦୁଝର ଥାନା ଜେଲ ଛକ ଡିସିବି ବ୍ୟାଙ୍କ ନିକଟରୁ ୨ ଲକ୍ଷ ୩୦ ହଜାର ଟଙ୍କା ଚୋରି ହୋଇଥିବା ଘଟଣା ଶୁଣିବାକୁ ମିଳୁଛି। ୨ ଜଣ ଦୁର୍ବୃତ୍ତ ଏତେ ବଡ ଚୋରି ଘଟଣାରେ ସାମିଲ ଥିବା ସୂଚନା ରହିଛି। ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଆସିଥିବା ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ୩୦ ହଜାର ଟଙ୍କା ଏହି ଦୁର୍ବୃତ୍ତମାନେ ଲୁଟି ନେଇ ଫେରାର ହୋଇଯାଇଥିବା ସୂଚନା ରହିଛି। ଠିକଣା ପଚାରିବ ବାହନରେ ଦୁର୍ବୃତ୍ତ ମାନେ କାର ନିକଟକୁ ଆସିଥିଲେ ଏବଂ ସେଠାରୁ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। କେନ୍ଦୁଝର ଟାଉନ ଥାନା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସିସିଟିଭ ଫୁଟେଜକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବା ସହ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିପାରିବେ ବୋଲି ଆଶା କରାଯାଉଛି।

Read More

ତିରୁଭୁନ୍ତପୁରମ, ସେଦିନ ଏପରି ପରିସ୍ଥିତି ଘଟିବ ବୋଲି କେହି କେବେ ଆଶା କରି ନ ଥିଲେ। ନିଜେ ବିଦ୍ୟା ମଧ୍ୟ ଜାଣି ନ ଥିଲେ ଯେ ସେ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହେବେ। ସବୁଦିନ ପରି ଟ୍ରେନରୁ ଓହ୍ଲାଇ ସେ ଘର ମୁହାଁ ହେଉଥିଲେ। ହେଲେ ହଠାତ୍ ଷ୍ଟେସନ ବାହାରେ ବସି ଭିକ ମାଗୁଥିବା ଜଣେ ବୃଦ୍ଧାଙ୍କ ପ୍ରତି ତାଙ୍କର ନଜର ଲାଖି ରହିଲା। ଚିହ୍ନା ଚିହ୍ନା ମୁହଁ ପରି ଲାଗିଲା। କିଏ ହୋଇଥିବେ ଭାବି ସେ ଆଗକୁ ଚାଲିଲେ। ହେଲେ ନା। କାହିଁକି କେଜାଣି ତାଙ୍କ ମନଟି ବିଚଳିତ କଲା। ସେ ପୁଣି ପଛକୁ ଆସି ସେହି ବୃଦ୍ଧାକୁ ଭଲ କରି ଦେଖିଲେ। ଅସଜଡା ବାଳ, ଦେହେରେ ମଇଳା ଲୁଗା କେଉଁଠି ଅଛି କେଉଁଠି ନାହିଁ, ଆଗରେ ଗୋଟିଏ ପ୍ଲାଷ୍ଟିକ ମଗ୍। ଯିଏ ଚାହିଁଲା କିଛି ଦେଲା, ନ ହେଲା ନାହିଁ। ବିଦ୍ୟା ଏପରି ଅନାଇଛନ୍ତି ବୋଲି ବୃଦ୍ଧାଙ୍କର…

Read More

ସୀତାରାମ ଅଗ୍ରୱାଲ  ବାଲୁଗାଁ: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଅଳ୍ପକେ ବର୍ତ୍ତିଲେ ଜଣେ ଡାକ୍ତର। ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ବାର ଘଟିକା ସମୟରେ ବଡ଼ବିଲରୁ ଗୋପାଳପୁର ବନ୍ଦର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ(ଓଆର ୦୧ ଏଲ ୯୦୪୫) କୁ ବାଲୁଗାଁ ବାଇପାସ ସୁବୁଦ୍ଧିପାଟଣା ଛକ ନିକଟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ଯାଉଥିବା ଏକ ହୁଣ୍ଡାଇ କାର(ଓଡ଼ି ୦୨ ଏଡି ୩୪୭୨) ପଛପଟୁ ଧକ୍କା ଦେଇଥିଲା। ହେଲେ କାର ଚାଳକଙ୍କ ଅସାବଧାନତା ଲାଗି ଏହି ଦୁର୍ଘଟଣା ହୋଇଥିବାର ଅନୁମାନ କରାଯାଉଛି। ଦୁର୍ଘଟଣାରେ କାରର ଆଗ ପାଖ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ସ୍ଥଳେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉକ୍ତ ଦୁର୍ଘଟଣାଗ୍ରସ୍ତ କାରଟିର ମାଲିକ ଡାକ୍ତର ବିଜୟ କୁମାର ନାୟକ। ସେ ନିଜେ ତାଙ୍କ ଗାଡିରେ ଯାତ୍ରା କରୁଥିବା ବେଳେ…

Read More

ଭୁବନେଶ୍ବର: ରାଜ୍ୟର ଚଳିତ ବନ୍ୟାରେ ନଦୀବନ୍ଧ ଘାଇ ଓ କେନାଲ ନଷ୍ଟ ପାଇଁ ୨୮୩ କୋଟି ଟଙ୍କାର କ୍ଷତି ହୋଇଛି। ଚଳିତ ମଧ୍ୟମ ଧରଣ ବନ୍ୟାରେ ୩୮ ଟି ଘାଇ ସହ ୯୯୬ କିଲୋ ମିଟରର ନଦୀବନ୍ଧ ନଷ୍ଟ ହୋଇଛି। କ୍ଷୟକ୍ଷତି ନେଇ ଜଳସମ୍ପଦ ସଚିବଙ୍କୁ ଚିଠି ଲେଖିଲେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ସୁଶାନ୍ତ ରଥ। ନଦୀବନ୍ଧ ସୁଦୃଢୀକରଣ ପାଇଁ ୬୪୮ କୋଟି ଟଙ୍କା ଆବଶ୍ୟକ ନେଇ ଚିଠି ଲେଖି ସୂଚନା ଦେଲେ ସର୍ବୋଚ୍ଚ ଯନ୍ତ୍ରୀ। ଚିଠି ମାଧ୍ୟମରେ ମୋଟ ୯୩୨ କୋଟିର ଅନୁଦାନ ପାଇଁ କେନ୍ଦ୍ରକୁ ନିବେଦନ ନିମନ୍ତେ ଅନୁରୋଧ କଲେ ଶ୍ରୀ ରଥ। ତେବେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଜରିଆରେ କେନ୍ଦ୍ରକୁ ଅନୁରୋଧ କରାଯାଇଥିବା ସୂଚନା ରହିଛି।

Read More

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋଚିଙ୍ଗ ସେଣ୍ଟର ଭିତରେ ଜଣେ ଶିକ୍ଷକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି କୋଚିଙ୍ଗ ସେଣ୍ଟରର ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଶିକ୍ଷକକୁ ଜୟପୁର ଟାଉନ ଥାନା ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀରୁ ୪ ଜଣ, କେନ୍ଦ୍ରାପଡାରୁ ୨ ଏବଂ ବଲାଙ୍ଗିରି, ମୟୂରଭଞ୍ଜ, ନୟାଗଡ, ରାୟଗଡା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣଙ୍କ ମଧ୍ୟରୁ ଭୁବନେଶ୍ଵର ମହାନଗରରେ ୩ ଜଣ ମୃତକଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ପୁରୁଷ, ଜଣେ ୭୬ ବର୍ଷୀୟ ପୁରୁଷ, ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ଖୋର୍ଦ୍ଧା ଜିଲ୍ଲା ଉପଖଣ୍ଡରୁ ଜଣେ ୫୭ ବର୍ଷୀୟ ପୁରୁଷ ଓ ଜଣେ ୬୯ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିପରି ପୁରୀ ଜିଲ୍ଲାର ମୃତକଙ୍କ ମଧ୍ୟରୁ ଜଣେ ୭୯ ବର୍ଷୀୟ ପୁରୁଷ, ଜଣେ ୬୭ ବର୍ଷୀୟ ପୁରୁଷ, ଜଣେ ୮୨ ବର୍ଷୀୟ ପୁରୁଷ ଓ ଆଉ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୪୩୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୩୪୦  ମଧ୍ୟରୁ କ୍ଵାରେଣ୍ଟିନରୁ ୨୫୧୭ ଏବଂ ୧୮୨୩ ଜଣ ସ୍ଥାନୀୟ ସଂକ୍ରମଣ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮ କୁ ବୃଦ୍ଧି ହୋଇଛି। ତେବେ କୋରୋନରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୭ ହଜାର ୨୬୫ ରହିଥିବା ବେଳେ ସକ୍ରିୟ ମାମଲା ରହିଛି ୩୮ ହଜାର ୮୧୮ ଏବଂ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୩୬। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୫୩ ଜଣ ଚିହ୍ନଟ ହୋଇଥିଲା ବେଳେ କଟକରୁ ୫୬୭, ପୁରୀରୁ ୨୦୩, ଝାରସୁଗୁଡାରୁ ୧୭୪, ଯାଜପୁରରୁ ୧୫୧, ଅନୁଗୁଳରୁ ୧୫୫ , ବାଲେଶ୍ବରରୁ ୧୬୨, ଭଦ୍ରକରୁ ୧୦୫, ବଲାଙ୍ଗିରିରୁ ୫୩, ବୌଦ୍ଧରୁ ୬୭, ଦେବଗଡରୁ ୨୨, ଢେଙ୍କାନାଳରୁ ୫୬, ଗଜପତିରୁ ୧୯, ଗଞ୍ଜାମରୁ ୯୦, ଜଗତସିଂହପୁରରୁ ୧୯୩, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୧୪୩, କେନ୍ଦ୍ରାପଡାରୁ ୧୦୯,…

Read More

ସୁରତ: ଗୁଜୁରାଟର ସୁରତରୁ ଗଞ୍ଜେଇ ବୋଝେଇ ଟ୍ରାକକୁ ଜବତ କରିଛି ପୋଲିସ। ଓଡିଶାରୁ ଗୁଜୁରାଟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୫୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। କ୍ରାଇମବ୍ରାଞ୍ଚ ସୁରତର ପୂର୍ଣ୍ଣା ଗାଁ ନିକଟରୁ ଏହି ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରିଛି। ଯାହାର ପରିମାଣ ୫୬୨ କିଲୋ ବୋଲି ସୂଚନା ମିଳିଛି। ଗଞ୍ଜେଇ ସହ ୩ ଓଡିଶା ଯୁବକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। (ଏଜେନ୍ସି)

Read More

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୮୬ ହଜାର ୫୦୮  କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୧୧୨୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ୩୨ ହଜାର ୫୧୯ କୁ ବୃଦ୍ଧି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୯୧, ୧୪୯ରେ ପହଞ୍ଛିଛି। ତେବେ ଦେଶରେ ୪୬ ଲକ୍ଷ ୭୪ ହଜାର ୯୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯ ଲକ୍ଷ ୬୬ ହଜାର ୩୮୨ ଜଣ ଚିକିତ୍ସିତ ହେଉଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Read More

ଭୁବନେଶ୍ବର: ରାଜ୍ୟରେ କରୋନାର ସ୍ଥିତି ଭୟଙ୍କର ହେବାକୁ ଲାଗୁଛି। କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ କରୋନା ପରୀକ୍ଷା ବୃଦ୍ଧି ହେଉଥିବା କାରଣରୁ ପଜିଟିଭ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦ ହଜାର ୫୭୦ ଟି କରୋନା ପରୀକ୍ଷା ହୋଇଛି। ଆରଟିପିସିଆର ରେ ୮ ହଜାର ୪୪୫ ଟି ଟେଷ୍ଟ ହୋଇଥିଲା ବେଳେ ଆଣ୍ଟିଜେନ’ରେ ୪୨ ହଜାର ୦୨୪ ଟି ଟେଷ୍ଟ ହୋଇଛି ଏବଂ ଟ୍ରୁନଟରେ ୧୦୧ ଟି ଟେଷ୍ଟ କରାଯାଇଛି।

Read More

ନୂଆଦିଲ୍ଲୀ, ଦିଲ୍ଲୀର କର୍କାର୍ଡୋମା ଅଞ୍ଚଳରେ ଥିବା ଆଦିତ୍ୟ ମଲରେ ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁକୁ ଶୀଘ୍ର ଆୟତ କରି ନିଆଯାଇଥିଲା। ଫଳରେ କୈଣସି ପ୍ରାଣହାନି ଘଟି ନ ଥିବାର ଜଣାପଡିଛି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ସୂଚନା ଅନୁଯାୟୀ ଏହି ଅଗ୍ନିକାଣ୍ଡ ଶିଘ୍ର ଆୟତ କରିବା ପାଇଁ ଘଟଣାସ୍ଥଳରେ ଆଠଟି ଦମକଳକୁ ନିୟୋଜିତ କରାଯାଇଥିଲା। ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି, “ଆମେ ଏକ କଲ ପାଇଥିଲୁ ଯେ, ଆଦିତ୍ୟ ମଲର ଦ୍ୱିତୀୟ ମହଲାରେ ଥିବା ଏକ କାର୍ଯ୍ୟାଳୟରେ ନିଆଁ ଲାଗିଛି। ଏହାପରେ ସେଠାରେ ତୁରନ୍ତ ପଦକ୍ଷେପ ନିଆଯାଇ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା।

Read More

ଶ୍ରୀନଗର, ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ଗୁରୁବାର ଦିନ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ପୁଲୱାମାର ମାଗାମାରେ ଆତଙ୍କବାଦୀମାନେ ଅଛନ୍ତି ବୋଲି ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହି ପ୍ରଥମେ ଜନଶୂନ୍ୟ କରିବା ପରେ ଏନକାଉଣ୍ଟର ଆରମ୍ଭ କରିଥିଲେ। ଏଥିରେ ଜଣେ ଅଜଣା ଅତଙ୍କବାଦୀ ମରିଥିବାର ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ଗୁଳିବିନମୟ ଚାଲିଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନଜରକୁ ଆସିଛି ରାସନ କାର୍ଡର ମହାଦୁର୍ନୀତି। ଦୀର୍ଘ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ରାସନ କାର୍ଡରୁ ରାସନ ସାମଗ୍ରୀ ଉଠୁଥିବା ନେଇ ଅଭିଯୋଗ ହେଉଛି। ମାନସିଂହପୁର ପଞ୍ଚାୟତରେ ଏପରି ଜଘନ୍ୟ କାରନାମା ଚାଲିଛି। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ମାନସିଂହପୁର ପଞ୍ଚାୟତର ସୀତା ବେହେରା ଏବଂ ରାଞ୍ଚନ ବେହେରାଙ୍କ ରାସନ କାର୍ଡ ନମ୍ବର ଯଥାକ୍ରମେ ୧୯୦୭୧୪୧୨୫୮୬ ଏବଂ ୧୯୦୭୧୪୧୨୮୨୦ ଅଟେ। ହେଲେ ସୀତା ବେହେରା ୩୧.୦୮.୧୮ରେ ମୃତ୍ୟୁବରଣ କରିଥିବାବେଳେ କାଞ୍ଚନ ବେହେରାଙ୍କ ମୃତ୍ୟୁ ୨୪.୦୭.୧୬ ରେ ହୋଇଥିଲା। ତେବେ ଆଜି ତାରିଖରେ ସୀତା ବେହେରାଙ୍କ ମୃତ୍ୟକୁ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ହୋଇଯାଇଥିବା ସ୍ଥଳେ କାଞ୍ଚନଙ୍କ ମୃତ୍ୟୁକୁ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ ହୋଇଗଲାଣି କିନ୍ତୁ ଆଶ୍ଚର୍ଯ୍ୟର କଥା ଉଭୟଙ୍କ ରାସନ କାର୍ଡ ଆଜି ବି କାର୍ଯ୍ୟକ୍ଷମ ଅଛି। ହେଲେ ଏ ନେଇ ମାନସିଂହପୁର ଗ୍ରାମ ପଞ୍ଚାୟତ ଯୋଗାଣ ସହାୟକ ସୁକାନ୍ତ ବେହେରାଙ୍କୁ…

Read More

ଭୁବନେଶ୍ୱର,  ଚଳିତ ଖରିଫ୍‌ ଚାଷ ନିମନ୍ତେ ଚାଷୀମାନଙ୍କୁ ସାରର ସୁଷମ ଯୋଗାଣ ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ବରିଷ୍ଠ କୃଷି ଅଧିକାରୀଙ୍କ ଏକ ଭର୍ଚ୍ଚୁଆଲ ବୈଠକରେ ସାର ଯୋଗାଣ ସମ୍ପର୍କରେ ସମୀକ୍ଷା କରିବା ଅବସରରେ ରାଜ୍ୟର ସବୁ ଚାଷୀ ଖରିଫ ଚାଷ ନିମନ୍ତେ ଯେପରି ଆବଶ୍ୟକୀୟ ସାର ପାଇପାରିବେ, ସେ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ। ସାର ବିକି୍ର ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସହିତ ଡିଲରମାନେ ଯେପରି ଚଢ଼ା ଦରରେ ସାର ବିକି୍ର କରି ନପାରନ୍ତି ସେଥିନିମନ୍ତେ ପ୍ରତ୍ୟେକ ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ସହିତ ଖିଲାପି ଡିଲରମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକର…

Read More

ବୋଲଗଡ଼, କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଦୁଇଟି କୃଷି ବିଲକୁ ବିରୋଧ କରି ସାରା ଭାରତ ବର୍ଷର କୃଷକ ସଂଗଠନଗୁଡିକ ଆସନ୍ତା 25 ତାରିଖରେ ଭାରତ ବନ୍ଦ କରୁଛନ୍ତି। ସେଥିରେ ନବନିର୍ମାଣ କୃଷକ ସଂଗଠନ ଅଂଶଗ୍ରହଣ କରିବ ବୋଲି ଏକ ସାମ୍ବାଦିକ  ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି। ସେ କହିଲେ ଯେ, କୃଷି ବିଧେୟକ ସମୃଦ୍ଧିର ପଥ ବାହାର କରିଛି ବୋଲି ସରକାର ଯେଉଁ ପ୍ରଚାର କରୁଛନ୍ତି, ଏହା ମିଥ୍ୟା । ବିଗତ ଦିନରେ ସରକାର ସ୍ୱାମୀନାଥନ କମିଶନ ସୁପାରିଶ ଲାଗୁ କରିବା ଏବଂ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରସଙ୍ଗରେ ଚାଷୀମାନଙ୍କ ସହ ପ୍ରତାରଣା କରିଛନ୍ତି । ସରକାର ସବୁବେଳେ ମାତ୍ରାଧିକ କର୍ପୋରେଟ ପ୍ରତି ରହିଆସିଥିବା କାରଣରୁ ଏବେ ଏହି ନୂଆ ବିଧେୟକରେ କର୍ପୋରେଟଙ୍କ କୃଷିକ୍ଷେତ୍ରକୁ କବ୍‌ଜା କରିବାର ବାଟ ଫିଟିଯାଇଛି । ଏହି ବିଗତ ବର୍ଷମାନଙ୍କରେ ଇନ୍‌ସୁରାନ୍ସ…

Read More