ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୁଣି ଥରେ ଗୋଟିଏ ଦିନରେ ଗଂଜାମ ଜିଲ୍ଲାରେ ମୃତ୍ୟୁସଂଖ୍ୟା ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି। ଗତକିଛି ଦିନ ହେଲା ମୃତ୍ୟୁର ସଂଖ୍ୟା କମ୍ ଥିବାବେଳେ ଆଜି ପୁଣି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୧୬୯ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ୬୩ ବର୍ଷୀୟ ମହିଳା, ଜଣେ ୩୫ ବର୍ଷୀୟ ପୁରୁଷ, ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗତକାଲି ୯୭୦୪ ଟି ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଛି। ବର୍ତ୍ତମାନ ସୁସ୍ଥ ସଂଖ୍ୟା ୯୧ ପ୍ରତିଶତରୁ ଉର୍ଦ୍ଧ୍ୱ ହେଲାଣି। ସଂକ୍ରମିତ ମଧ୍ୟରୁ ୧୭ ଜଣ କରୋନା ଯୋଦ୍ଧାଥିବାବେଳେ ୧୫୨ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ଅଛନ୍ତି। ଆସିକା ବ୍ଲକ୍ରୁ ୫, ବେଗୁନିଆପଡ଼ାରୁ ୩, ବେଲଗୁଣ୍ଠାରୁ ୬, ବ୍ରହ୍ମପୁର ମହାନଗର ନିଗମରୁ ୧୮, ଭଂଜନଗରରୁ ୨, ବୁଗୁଡ଼ାରୁ ୧, ଛତ୍ରପୁରରୁ ୦୬, ଚିକିଟି ୨୩, ଧରକୋଟ ୧, ଦିଗପହଣ୍ଡି ୪,…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଶେଷବର୍ଷ ପରୀକ୍ଷାଫଳ ପ୍ରକାଶିତ ହୋଇଛି। ନୀଳକଣ୍ଠନଗର ଡ଼ିଗ୍ରୀ ବିଦ୍ୟାମନ୍ଦିରର ଛାତଛାତ୍ରୀମାନେ ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ସମଗ୍ର ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗରୁ ସମ୍ମାନର ସହିତ ୧୩୫୧ ମାର୍କ ରଖି ସୁଶ୍ରୀ ମିମାଂସା ସାହୁ ଶ୍ରେଷ୍ଠ ସ୍ନାନକ ସ୍ଥାନ ଅଧିକାର କରି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି। ସାତଟି ସମ୍ମାନ ବିଷୟ ମଧ୍ୟରୁ ୧୦ ନମ୍ବର ର୍ୟାଙ୍କ ମଧ୍ୟରେ ଏହି ଅନୁଷ୍ଠାନର ୪୨ ଜଣ ବିଦ୍ୟାର୍ଥୀ ନିଜର ଶ୍ରେଷ୍ଠ ଯୋଗ୍ୟତା ପ୍ରତିପାଦନ କରିଛନ୍ତି। ପ୍ରାଣୀ ବିଜ୍ଞଶନରେ ସୁଶ୍ରୀ ମିମାଂସା ସାହୁ ପ୍ରଥମ, କମ୍ପ୍ୟୁଟର ବିଜ୍ଞାନ ବିଭାଗରୁ ସୌମ୍ୟରଂଜନ ପଟ୍ଟନାୟକ ପ୍ରଥମ, ଭୂତତ୍ୱ ବିଜ୍ଞାନ ବିଭାଗରୁ ଶୁଲକ୍ଷ୍ମୀ ଭୂୟାଁ ପ୍ରଥମ, ଗଣିତ ବିଭାଗରୁ ଅଭିପ୍ସା ପ୍ରଜ୍ଞା ଦାଶ ପ୍ରଥମ, ରସାୟନ ବିଜ୍ଞାନ ବିଭାଗରୁ ଅନମୋଲ ବେହେରା ପ୍ରଥମ, ଉଦ୍ଭିଦ ବିଜ୍ଞାନ ବଭାଗରୁ ଇ. ପୂଜା ପ୍ରଥମ, ପଦାର୍ଥ ବିଜ୍ଞାନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ଅଗଷ୍ଟ ମାସ ୧୫ ତାରିଖରେ କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ସେବା ନିମନ୍ତେ ଏକ ଆପ୍ ସହାୟ ଜାରୀ କରାଯାଇଥିଲା। ଏହି ଆପ୍ ଜରିଆରେ ସାଧାରଣ ଲୋକ ନିଃଶୁଳ୍କ ଡ଼ାକ୍ତରୀ ପରାମର୍ଶ, ଔଷଧ ବିତରଣ, ଆମ୍ବୁଲାନସ ସେବା ସହ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଆଙ୍କୁଲି ଗ୍ରାମର ୩୮ ନଂ ୱାର୍ଡ଼ର ଅକ୍ଷୟ ପଟ୍ଟନାୟକଙ୍କ ଟାଟା କୋଭିଡ଼୍ ହସ୍ପିଟାଲ୍ରେ ମୃତ୍ୟୁ ଘଟିଥିଲା। ମୃତଙ୍କ ପରିବାର ଲୋକ ଏହି ଆପ୍ରେ ମହାପ୍ରୟାଣ ଟିମ୍ ସହ ଯୋଗାଯୋଗ କରିଥିଲେ। ସଂଗେ ସଂଗେ ଏହି ଟିମ୍ ଟାଟା କୋଭିଡ଼୍ ହସ୍ପିଟାଲ୍ରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଜାଣିବାକୁ ପାଇଲେ ଯେ ବହୁତ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ ଶବ ଦାହ ପାଇଁ କର୍ମଚାରୀର ଅଭାବ ରହିଛି। ତେଣୁ ସହାୟ ମହାପ୍ରୟାଣ ଟିମ୍ର ସଦସ୍ୟ ଏନ୍. ରାଜେନ୍ଦ୍ର କୁମାର, କିରଣ କୁମାର ସାହୁ, ମଧୁସୂଦନ ସାହୁ, ଶିବଶଙ୍କର ନାୟକ, ତୁମ୍ବେଶ୍ୱର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ ସରକାର ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ବ୍ରହ୍ମପୁର ତଥା ଜିଲ୍ଲାରେ ଟ୍ରେନ ସେବା ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲେ। ଓଡ଼ିଶାରୁ ପ୍ରାୟ ୨୦ଟି ଯାତ୍ରୀବାହୀ ଟ୍ରେନ ବିଭିନ୍ନ ରୁଟ୍ରେ ଯାତାୟତ କରୁଛି। ବ୍ରହ୍ମପୁର ରେଳ ଷ୍ଟେସନ ଅତିକ୍ରମ କରି ବମ୍ବେ, ଦିଲ୍ଲୀ, ବେଙ୍ଗାଲୁରୁ, ଅହମ୍ମଦାବାଦ, କଲିକତା ଭଳି ସହରକୁ ଟ୍ରେନ ଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଟ୍ରେନ ବ୍ରହ୍ମପୁର ରେଳଷ୍ଟେସନରେ ରହୁନାହିଁ। ଗଂଜାମ ସୀମା ବାଲୁଗାଁ ଓ ଇଚ୍ଛାପୁରରେ ରହୁଛି। କେବଳ ବ୍ରହ୍ମପୁର ନୁହେଁ ଗଂଜାମ ଜିଲ୍ଲାର କୌଣସି ଷ୍ଟେସନରେ ଟ୍ରେନ ରହୁନାହିଁ। ରାଜ୍ୟ ସରକାରଙ୍କ ଅନୁରୋଧ ଫଳରେ ରେଳ ମନ୍ତ୍ରଣାଳୟ ଚିଠି ଲେଖି ଟ୍ରେନ ଷ୍ଟପେଜ୍ ବାତିଲ କରିଥିବା ସୂଚନା ରହିଛି। ବ୍ରହ୍ମପୁର ଷ୍ଟେସନରୁ ପ୍ରତିଦିନ ପ୍ରାୟ ୫ ହଜାର ଲୋକ ଦେଶର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ବ୍ରହ୍ମପୁର ଷ୍ଟେସନ ଏକ ବଡ଼ ଲିଙ୍କ ହୋଇଥିବାରୁ ସରକାର ପ୍ରଚୁର ରାଜସ୍ୱ ମଧ୍ୟ…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ପୁଣି ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୩ଜଣ, ବାଲିକୁଦା ବ୍ଲକରୁ ୩ଜଣ, ପାରାଦ୍ଵୀପ ମ୍ୟୁନିସିପାଲିଟିରୁ ୩୬ଜଣ, ତିର୍ତ୍ତୋଲ ବ୍ଲକରୁ ୪ଜଣ, ରଘୁନାଥପୁର ବ୍ଲକରୁ ୨ଜଣ ସହିତ ବିରିଡ଼ି ଓ କୁଜଙ୍ଗ ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏଥିସହିତ କୁଜଙ୍ଗ ବ୍ଲକ ଅଞ୍ଚଳରୁ ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୯୮୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦୩ ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ୬୭୪ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ହାତୀ ଆକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ହରିପୁର ଗ୍ରାମରେ ଜଣେ ଚାଷୀଙ୍କର ମୃତ ହୋଇଥିବା ଜଣା ପଡିଛି। ନୂଆଗଡ ପଂଚାୟତ ହରିପୁର ଗ୍ରାମର ପ୍ରଫୁଲ୍ଲ ମାର୍ଥା(୬୫)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ପ୍ରତିଦିନ ଭଳି ଆଜି ନିଜ ଜମିକୁ ପ୍ରଫୁଲ୍ଲ ଦୋଡ ଵଛା କାର୍ଯ୍ୟ କରିବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ନିକଟରେ କାମକରୁଥିବା କିଛି ଲୋକ ପ୍ରଫୁଲ୍ଲଙ୍କ ପରିବାରକୁ ଖଵର ଦେଇଥିଲ। ପରିବାର ଲୋକେ ପ୍ରଫୁଲ୍ଲଙ୍କୁ ଉଦ୍ଧାର କରି ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏକ ହାତୀ ପଲ ହରିପୁର ଜଙ୍ଗଲକୁ ଆସିଥିବାର ସୂଚନା ମିଳିଛି। ଏହି ହାତୀ ପଲ ଗାଁ ନିକଟକୁ ଆସି ବାରମ୍ବାର ଵ୍ୟାପକ କ୍ଷୟ କ୍ଷତି ଘଟାଉଥିବା ବେଳେ ଜଙ୍ଗଲ ବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିଲାଗି…
ନୂଆଦିଲ୍ଲୀ : କରୋନାକୁ ଦୃଷ୍ଟିରେ ରଖିଆଇପିଏଲର 13ତମ ସଂସ୍କରଣ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଖେଳାଳିଙ୍କ ସୁରକ୍ଷା ବିସିସିଆଇର ପ୍ରାଥମିକତା ଦେଇଛି। ଏହା ସହିତ ସମସ୍ତ ଖେଳାଳି ଏବଂ ଅଫିିସିଆଲଙ୍କ କରୋନା ପରୀକ୍ଷଣ ଏକାଧିକ ଥର କରାଯିବ । ଏନେଇ ବିସିସିଆଇ ପକ୍ଷରୁ ପ୍ରାୟ 10 କୋଟି ଟଙ୍କା ଖର୍ଚ୍ଚ କରାଯିବ । ୟୁଏଇ ପହଞ୍ଚିବା ପୂର୍ବରୁ ସମସ୍ତ ଖେଳାଳିଙ୍କ ତିନିଥର କରୋନା ପରୀକ୍ଷଣ କରାଯାଇଥିବା ବେଳେ ୟୁଏଇରୁ ଦୁବାଇ ପହଞ୍ଚିବା ପରେ ଆଉ ଥରେ ପରୀକ୍ଷଣ କରାଯିବ । ବିସିସିଆଇ ପକ୍ଷରୁ ୟୁଏଇର ଭିପିଏସ ହେଲ୍ଥକେୟାର ସହିତ ଚୁକ୍ତି ହୋଇଥିବା ଜଣାପଡିଛି । ପ୍ରାୟ 20 ହଜାର ଆରଟି ପିସିଆର ଟେଷ୍ଟ କରାଯିବ ବୋଲି ସୂଚନା ରହିଛି।
ହାଇଦ୍ରାବାଦ : ନିଜର ଜନ୍ମଦିନରେ ଅପକମିଙ୍ଗ ଫିଲ୍ମ ୱକିଲ ସାବର ପୋଷ୍ଟର ରିଲିଜ କରିଛନ୍ତି ପାୱାର ଷ୍ଟାର ପୱନ କଲ୍ୟାଣ । ନିଜର 49ତମ ଜନ୍ମ ଦିବସରେ ପୱନ କଲ୍ୟାଣ ପୋଷ୍ଟର ଲଞ୍ଚ କରିଛନ୍ତି । ଫିଲ୍ମଟି ବଲିଉଡ ଫିଲ୍ମ ‘ପିଙ୍କ୍’ର ଅଫିସିଆଲ ରିମେକ୍ ବୋଲି ସୂଚନା ରହିଛି । ତେବେ ଏହି ଫିଲ୍ମର କାହାଣୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପୋଷ୍ଟରରେ ପୱନ କଲ୍ୟାଣ ଓକିଲଙ୍କ କଳା ଧଳା ପୋଷାକରେ ରହିଥିବା ବେଳେ ହାତରେ ଏକ ଓକିଲାତି ବହି ଏବଂ ବେସବଲ ବ୍ୟାଟ ଧରିଛନ୍ତି । ସେହିପରି ଫିଲ୍ମର ପ୍ରଯୋଜକ ବୋନି କପୁର ମଧ୍ୟ ପୱନ କଲ୍ୟାଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଫିଲ୍ମରେ ଅଞ୍ଜଳି, ନିଭେତା ଥୋମାସ ଏବଂ ଅଞ୍ଜଳି ନଗଲ୍ଲା ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହା ବ୍ୟତୀତ ଏହି ଫିଲ୍ମରେ ପ୍ରକାଶ ରାଜ ଏବଂ ଶ୍ରୁତି ହସନଙ୍କ କ୍ୟାମିଓ ରୋଲ ରହିଛି…
ମଥୁରା: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଖୋଜ ଥିବା ଜଣେ ୯ ବର୍ଷିୟା ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୂଚନା ଯୋଗ୍ୟ ଯେ, ସୋମବାର ସନ୍ଧ୍ୟା ୮ ଟା ସମୟରେ ସମାନ ବୟସର ଦୁଇ ଜଣ ଝିଅ କିଛି ସାମନା କିଣିବାକୁ ଦୋକାନକୁ ଯାଇଥିଲେ। କିନ୍ତୁ ସାମାନ କିଣିବା ପରେ ପୀଡ଼ିତା ଘରକୁ ଏକାକୀ ଫେରିଥିଲେ। ରାତ୍ରି ପ୍ରାୟ ୧୦ ଟା ପର୍ଯ୍ୟନ୍ତ ଝିଅଟି ଘରକୁ ଫେରିନଥିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ଝିଅର ସନ୍ଧାନ ନ ମିଳିବାରୁ ନିଖୋଜ ଥିବା ନେଇ ଥାନାରେ ପରିବାର ତରଫରୁ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ମଙ୍ଗଳବାର ଦିନ ମଥୁରାର ଦେହରୁଆ ଗ୍ରାମ ବାହାରୁ ଝିଅଟିର ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଶବ ବ୍ୟବଚ୍ଛେଦ କରିବା ପରେ ଦୁଷ୍କର୍ମ ଏବଂ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ଝିଅଟିର…
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ସନ୍ଦେହରେ ଗୋଟିଏ ଟ୍ରକ୍ କୁ ଅଟକାଇ ଟ୍ରକ୍ ରୁ ୧୨ ଟି ଜୀବନ୍ତ ଗୋରୁକୁ ଉଦ୍ଧାର କରିଛି ଟାଙ୍ଗୀ ପୋଲିସ । ଆଜି ମଧ୍ୟାହ୍ନ ରେ ଟାଙ୍ଗୀ ଜାତୀୟ ରାଜପଥ ଓଭର ବ୍ରିଜ୍ ନିକଟରେ ଏକ ଟ୍ରକ୍ ରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେବାରୁ ଟ୍ରକ୍ ଟି ଅଟକି ରହିଥିଲା । ଟ୍ରକ୍ ରୁ ଗୋରୁ ମାନଙ୍କର ବିକଳ ଚିତ୍କାର ଶୁଣି ସ୍ଥାନୀୟ ଯୁବକ ମାନେ ଟ୍ରକ୍ କୁ ଅଟକାଇଥିଲେ । ସେଠାରେ ଭୀଡ ବଢୁଥିବା ଦେଖି ଟ୍ରକ୍ ରେ ଗୋ ଚାଲାଣ କାରୀମାନେ ଚଂପଟ ମାରିବାକୁ ବସିଥିବା ବେଳେ ସେମାନଙ୍କୁ ଅଟକ ରଖି ଟାଙ୍ଗୀ ପୋଲିସକୁ ଖବର ଦେଇଥିଲେ ଯୁବକମାନେ। ପୋଲିସ୍ ଘଟଣା ସ୍ଥଳରେ ପହଂଚି ଟ୍ରକ୍ କୁ ଜବତବକରିବା ସହ ସେହି…
ଭୁବନେଶ୍ୱର: ଐତିହ୍ୟ କ୍ୟାବିନେଟରେ ସାତଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ନେଇ ସୂଚନା ମିଳିଛି । ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି । ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁମୋଦନ ନିମନ୍ତେ ପ୍ରସ୍ତାବ ପାରିତ ହୋଇଛି । ପ୍ରତ୍ନତତ୍ତ୍ୱ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକଙ୍କ ପାଇଁ ପ୍ରସ୍ତାବ ପାରିତ ହୋଇଛି । ରାଜ୍ୟ ସଂଗ୍ରହାଳୟ ପାଇଁ ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପ୍ରସ୍ତାବକୁ ମଂଜୁରୀ ମିଳିଛି । ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦ ଭବନ ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବ । ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ଏକାଡେମୀ ରାଶି ବି ବୃଦ୍ଧି ହୋଇଛି । ଅତିବଡି, କବି ସମ୍ରାଟ, ଧର୍ମପଦ, ବ୍ୟାସକବି ପୁରସ୍କାର 5 ଲକ୍ଷକୁ ବୃଦ୍ଧି କରାଯାଇଛି । ଏକାଡେମୀ ପୁରସ୍କାର 50 ହଜାରରୁ 2 ଲକ୍ଷ ଟଙ୍କାକୁ ବୃଦ୍ଧି ନିଷ୍ପତ୍ତି ହୋଇଛି । ଏକାଡେମୀ ସମ୍ବର୍ଦ୍ଧନା ପୁରସ୍କାର1 ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ…
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 541ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ଆଜି ଚିହ୍ନଟ 541ଜଣଙ୍କ ମଧ୍ୟରେ 220 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 321ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 300 ଜଣ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା କ୍ବାରେଣ୍ଟାଇନ୍ରୁ 220 ଜଣଙ୍କ ମଧ୍ୟରେ ଘରୋଇ ହସ୍ପିଟାଲରୁ 23ଜଣ କର୍ମଚାରୀ ଚିହ୍ନଟ ହୋଇଥିବାବେଳେ 16ଜଣ ପୋଲିସ କର୍ମଚାରୀ ରହିଛନ୍ତି, ନିଳାଦ୍ରି ବିହାର, ପଣ୍ଡା ପାର୍କ ନିକଟରୁ 7 ଜଣ, ୟୁନିଟ୍ – 8ରୁ 5 ଜଣ, ୟୁନିଟ୍ -6ରୁ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ 321 ଜଣଙ୍କ ମଧ୍ୟରେ ଖଣ୍ଡଗିରିରୁ 6ଜଣ, ଲକ୍ଷ୍ମୀସାଗରର 7ଜଣ, ମାଷ୍ଟରକ୍ୟାଣ୍ଟିନ୍ ଛକରୁ 6 ଜଣ, ଭୀମଟାଙ୍କି ହାଉସିଂବୋର୍ଡ କଲୋନୀରୁ 4 ଜଣ, 11ଜଣ ବ୍ୟାଙ୍କ କର୍ମଚାରୀ ରହିଥିବାବେଳେ ଶୈଳଶ୍ରୀବିହାରରୁ 10ଜଣ, ଭୀମପୁର, କେଳା ବସ୍ତିରୁ 11ଜଣ, ପଟିଆରୁ 11 ଜଣ, ଚିନ୍ତାମଣିଶ୍ବରରୁ 7…
ନୂଆଦିଲ୍ଲୀ : ବହୁଳ ବ୍ୟବହୃତ ମୋବାଇଲ୍ ଆପ୍ ‘ପବ୍-ଜି’ ଭାରତରେ ବ୍ୟାନ୍ ହୋଇଛି । ପବ୍-ଜି ସହ ଚୀନ ପରିଚାଳିତ 118ଟି ମୋବାଇଲ୍ ଆପ୍ ବ୍ୟାନ୍ କଲେ କେନ୍ଦ୍ର ସରକାର । ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ଏହାକୁ ବ୍ୟାନ୍ କରିଛନ୍ତି ।ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ଅଭିଯୋଗରେ ଏହି ଆପ ଗୁଡିକୁ ବ୍ୟାନ କରାଯାଇଛି । ପବ୍ଜୀ ସମେତ ଲୁଡୋ, ଏମ୍ଭି ମାଷ୍ଟର, ଓ୍ବି ଚାଟ୍ ଆଦି ମଧ୍ୟ ବ୍ୟାନ୍ ହୋଇଛି । ଚୀନ୍ ସହିତ ଅର୍ଥନୈତିକ ବିବାଦ କାରଣରୁ ଆଇଟି ମନ୍ତ୍ରାଳୟ ପକ୍ଷରୁ ପବଜି ସମେତ 118ଟି ଆପକୁ ବ୍ୟାନ କରାଯାଇଛି । କେନ୍ଦ୍ର ସରକାର ପୁଣି ଥରେ ଡିଜିଟାଲ ଷ୍ଟ୍ରାଇକ୍ କରିଛି । ପୂର୍ବରୁ 59ଟି ଆପ୍କୁ ବ୍ୟାନ୍ କରାଯାଇଥିବାବେଳେ ଆଜି 118ଟି ଆପ୍କୁ ବ୍ୟାନ୍ କରିଛନ୍ତି । ପୂର୍ବରୁ ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନ୍ରୁ ପବ୍ଜୀ ସମେତ 89ଟି ଆପ୍ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…
ନୂଆଦିଲ୍ଲୀ : ଜିଏସଟି ଦେୟ ପ୍ରଦାନକୁ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ସାତ ଦିନର ସମୟ ପ୍ରଦାନ କରାଯାଇଥିବା ବେଳେ ଏହାର ପ୍ରତିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଜିଏସଟିକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଛଳନାରେ ମୁଁ ଅତ୍ୟନ୍ତ ମର୍ମାହତ ବୋଲି ମମତା ଲେଖିଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ବ୍ୟବସ୍ଥା ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ମଧ୍ୟ ମମତା କହିଛନ୍ତି । ଦୁର୍ବଳ ଅର୍ଥନୀତି ପାଇଁ ଭଗବାନଙ୍କୁ ଦୋଷ ଦେଇ ସମସ୍ତ ରାଜ୍ୟ ମାନଙ୍କର ଋଣ ଭାର ବଢାଇବାର ପ୍ରୟାସ କରାଯାଉଛି ବୋଲି ମମତା ଚିଠି ଲେଖିଛନ୍ତି । ବର୍ତ୍ତମାନର ସରକାର ଉପରୁ ସମସ୍ତ ରାଜ୍ୟ ନିଜର ଆସ୍ଥା ହରାଇ ସାରିଲେଣି । ଜିଏସଟିକୁ ନେଇ ସରକାର ନିଜର ପ୍ରତିଜ୍ଞା ପୂରଣ ନକଲେ ଏହି ବିରୋଧାଭାସ ଆହୁରି ବଢିବ ବୋଲି ମମତା କହିଛନ୍ତି । ଅତୀତରେ ଜିଏସଟି ବ୍ୟବସ୍ଥାକୁ ପଶ୍ଚିମବଙ୍ଗ ପକ୍ଷରୁ…
ଭୁବନେଶ୍ବର : ୟୁଜି/ପିଜି ଫାଇନାଲ୍ ପରୀକ୍ଷା ପାଇଁ ଅଧିକ ସମୟ ମାଗିଛି ରାଜ୍ୟ । ୟୁଜି/ପିଜି ଫାଇନାଲ ସେମିଷ୍ଟର ଘୁଞ୍ଚାଇବାକୁ ଚିଠି କରାଯାଇଛି। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ୟୁଜିସି ସଚିବଙ୍କୁ ଚିଠି କରାଯାଇଛି। ପରୀକ୍ଷା ଶେଷ ତାରିଖ ସେପ୍ଟେମ୍ବର 30 ପରିବର୍ତ୍ତେ ଅକ୍ଟୋବର 10 ଯାଏଁ ଘୁଞ୍ଚାଇବାକୁ ବିଭାଗ ପକ୍ଷରୁ ଚିଠି କରାଯାଇଛି। ପରୀକ୍ଷା ସେପ୍ଟେମ୍ବର 20ରୁ ଅକ୍ଟୋବର 10 ମଧ୍ୟରେ କରାଇବାକୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ କରୋନା ସ୍ଥିତି ଯୋଗୁଁ ପଦକ୍ଷେପ ନେବାକୁ ଉକ୍ତ ଚିଠିରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୟୁଜିସି ସଚିବଙ୍କୁ ନିବେଦନ କରାଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର 30 ସୁଦ୍ଧା ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ଶେଷ ସେମିଷ୍ଟର ପରୀକ୍ଷା ଶେଷ କରିବା ପାଇଁ ସୁପ୍ରିକୋର୍ଟ ରାୟ ଦେଇଥିଲେ।
ସୀତାରାମ ଅଗ୍ରଓ୍ବାଲ ବାଣପୁର : ସାରା ବିଶ୍ୱ ଏବେ କରୋନା ମହାମାରୀ ର କବଳରେ । ତଥାପି ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ସରକାର ବର୍ତ୍ତମାନ ଅନଲକ ପ୍ରକ୍ରିୟା ଜାରି ରଖିଛନ୍ତି। ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କରୋନା ମହାମାରୀର ମୁକାବିଲା ପାଇଁ ବହୁ କରୋନା ଯୋଦ୍ଧାମାନେ ନିଜର ଦିନ ରାତି ଏକ କରିଦେଇଥିବା ସ୍ଥଳେ ଅନେକ ଯୋଦ୍ଧା କରୋନାରେ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। କରୋନା ଯୋଦ୍ଧାମାନଙ୍କ ମନୋବଳ ବଢେଇବା ଉଦେଶ୍ୟରେ ପୂର୍ବରୁ ବହୁ ସାମାଜିକ ଅନୁଷ୍ଠାନମାନ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଆସିଛନ୍ତି। କିନ୍ତୁ ଆଜି ବାଣପୁର ସହରରେ କାର୍ଯ୍ୟରତ ଏନ.ଏ.ସିର ସମସ୍ତ ଅଙ୍ଗନବାଡି କର୍ମୀମାନେ ଯେଉଁମାନେ କି ବିଗତ ଛଅ ମାସ ହେବ ଏନ.ଏ.ସି ରେ ନିସ୍ଵାର୍ଥପର ଭାବେ କୋଭିଡ ଦାୟିତ୍ୱ ତୁଲାଉଛନ୍ତି ସେମାନଙ୍କୁ ଏବଂ ସେମାନଙ୍କ ମାର୍ଗଦର୍ଶକ ତଥା ବାଣପୁର ଏନ.ଏ.ସି କୋଭିଡ କଣ୍ଟ୍ରୋଲ ହେଡ଼ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲଙ୍କୁ ବାଣପୁର…
ଭୁବନେଶ୍ୱର: ସକ୍ରିୟ ମୌସୁମୀ ଯୋଗୁ 21 ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ମୋଟ 21ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ସମ୍ଭାବନା ନେଇ ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ସୋନପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବର୍ଷା ସହ ବଜ୍ରପାତ ନେଇ ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ , ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଗ୍ରା : ଆଗ୍ରାରୁ ଏକ ଲଜ୍ୟାଜନକ ଘଟଣା ଘଟିଛି । ଏଠାରେ ଅମାନବୀୟତାର ସବୁ ସୀମାକୁ ଟପି ଯାଇଛନ୍ତି ଜଣେ ଡାକ୍ତର । ଏଠାରେ ଏକ ଘରୋଇ ହସ୍ପିଟାଲରେ ଜଣେ ଗରିବ ରିକ୍ସାଚାଳକ ଡାକ୍ତରଖାନାର ବିଲ୍ ଦେଇ ପାରିନବାରୁ ତାଙ୍କ ସନ୍ତାନକୁ ବିକ୍ରି କରିଛନ୍ତି ଡାକ୍ତର । ଭଗବାନଙ୍କ ଦ୍ବିତୀୟ ରୂପ ହେଉଛନ୍ତି ଡାକ୍ତର । ରିକ୍ସାଚାଳକ ଡାକ୍ତରଖାନାର ବିଲ୍ ଦେଇ ନପାରିବାରୁ ଡାକ୍ତର ଜଣକ ନବଜାତ ସନ୍ତାନକୁ ଏକ ଲକ୍ଷଟଙ୍କାରେ ବିକ୍ରି କରିଦେଇଥିବାର ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନାନୁସାରେ ହସ୍ପିଟାଲରେ ଡେଲଭରୀର ବିଲ୍ 30 ହଜାର ଟଙ୍କା ଥିଲା। ମାତ୍ର ଏହାକୁ ଦେବାର ଅସମର୍ଥତା ପ୍ରକାଶ କରିଥିଲେ ରିକ୍ସା ଚାଳକ । ଏହାପରେ ଡାକ୍ତର ଜଣକ ନବଜାତ ସନ୍ତାନକୁ ନିଲାମ କରିଦେଇଥିଲେ । ତେବେ ନବଜାତ ସନ୍ତାନର ବିକ୍ରି ହେବାର ଖବରଟି ଭାଇରାଲ୍ ହେବା ପରେ ଅଭିଯୁକ୍ତ ଦିଲ୍ଲୀପ ମଙ୍ଗଲ ଗରିବ ଦମ୍ପତିକୁ ଶିଶୁଟିକୁ ଫେରାଇ ଦେଇଥିବାର…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଶିବସେନାର ପୂର୍ବତନ ପ୍ରଦେଶ ପ୍ରମୁଖ ରମେଶ ସାହୁଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ରମେଶ ସାହୁଙ୍କ ସ୍ତ୍ରୀ ଓ ଝିଅଙ୍କୁ ଅଭିଯୁକ୍ତମାନେ ମଧ୍ୟ ଆକ୍ରମଣ କରିଛନ୍ତି । ଘଟଣା ଘଟାଇବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ରହିଛନ୍ତି । ପୋଲିସ୍ ଅଭିଯୁକ୍ତଙ୍କ ତଲାସୀ କରୁଛି । ମିଳିଥିବା ସୂଚନାନୁସାରେ, ଶିବସେନାର ପୂର୍ବତନ ପ୍ରମୁଖ ରମେଶ ସାହୁଙ୍କୁ ଇନ୍ଦୋର ନିକଟସ୍ଥ ଓମରୀ ଖେଡାରେ ଗୁଳି କରି ହତ୍ୟା କରାଯାଇଛି । ରମେଶ ସାହୁ ଓମରୀ ଖେଡାରେ ସାଇ ରାମ ଢାବା ସଂଚାଳନ କରୁଥିଲେ । ରମେଶ ସାହୁଙ୍କୁ ଅଜ୍ଞାତ ଅପରାଧୀମାନେ ଗୁଳି ମାରି ହତ୍ୟା କରିଛନ୍ତି । ଅପରପକ୍ଷରେ ରମେଶଙ୍କ ବଞ୍ଚାଇବାକୁ ଯାଇ ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ଗୁରୁତର ହୋଇଛନ୍ତି । ତେବେ ଘଟଣାସ୍ଥଳରୁ ପଇସା କିମ୍ବା କୌଣସି ଜିନିଷ ଚୋରି ହୋଇନଥିବାର ସୂଚନା ରହିଛି । ଅଭିଯୁକ୍ତମାନେ କେବଳ ହତ୍ୟା କରି ଫେରାର…
ହରଦୋଇ : ଏଠାରେ ଏପରି ଏକ ଅଞ୍ଚଳ ଯେଉଁଠାରେ ଲୋକ ପ୍ରତ୍ୟେକ ବର୍ଷ ଘର ନିର୍ମାଣ କରନ୍ତି ଓ ପୁଣି ତାଙ୍କୁ ନିଜ ହାତରେ ଭାଙ୍ଗି ଦିଅନ୍ତି । ତେବେ ନିଜ ଘରକୁ ତୋଳିବା ସହିତ ସେହି ଘରକୁ ଭାଙ୍ଗିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଞ୍ଚଳଟି ବନ୍ୟା ପ୍ରଭାବିତ ଅଞ୍ଚଳ । ଗଙ୍ଗା ନଦୀ ନିକଟରେ ବସତି ସ୍ଥାପନ କରିଥିବା ଏହି ଲୋକମାନେ ଘର ନିର୍ମାଣ କରି ରୁହନ୍ତି କିନ୍ତୁ ବନ୍ୟା ଆସିଲେ ହାତୁଡି ସାହାଯ୍ୟରେ ଘରକୁ ଭାଙ୍ଗି ଦେଇ ଅନ୍ୟ ଜାଗାରେ ବସତି ସ୍ଥାପନ କରନ୍ତି । ବିଲଗ୍ରାମ କୋଲଓ୍ବାଲୀ ଅ୍ରଞ୍ଚଳର କଟରୀ ବିଚୋହିଆ ସହିତ ମକ୍କୁପୁରବା ଚିରଞ୍ଜିପୁରବା ଗ୍ରାମରେ କିଛି ଲୋକେ ଏଠାରେ ପ୍ରତ୍ୟେକ ବର୍ଷ ଘର ନିର୍ମାଣ କରନ୍ତି, କିନ୍ତୁ ଏପରି ଏକ ସମୟ ଆସେ, ଯେଉଁ ସମୟରେ ସେମାନେ ସେମାନଙ୍କ ନିଜ ବାସଭବନକୁ ନିଜ ହାତରେ ଭାଙ୍ଗି ଦେଇ…
ମହାରାଷ୍ଟ୍ର : ମହାରାଷ୍ଟ୍ରର ଭଣ୍ଡାରାରେ ଆସିଥିବା ପ୍ରବଳ ବନ୍ୟା ଯୋଗୁଁ ଲୋକମାନେ ନାନା ହଇରାଣ ହରକତ ହେଇଛନ୍ତି । ଏହି ଲଗାଣ ବର୍ଷା ଯୋଗୁଁ ଜଣେ ଦିନ ମଜୁରିଆଙ୍କ ପରିବାର ଉପରେ ଦୁଃଖା ପାହାଡ ଲଦି ହୋଇପଡିଛି । ସ୍ଥାନୀୟ ଭଣ୍ଡାରାରେ ଜଣେ ଲୋକ ଝିଅ ବାହାଘର ପାଇଁ ସଞ୍ଚିତ ରଖିଥିବା ଟଙ୍କା ପାଣିରେ ଭିଜି ଯାଇଛି। ଭିଜା ଟଙ୍କାକୁ ସେ ତାଙ୍କ ସ୍ତ୍ରୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ମିଶି ରାସ୍ତାରେ ଶୁଖାଉଛନ୍ତି। ରାସ୍ତାରେ ଟଙ୍କା ଶୁଖାଇବା ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଝିଅ ବିବାହ ପାଇଁ ଏକାଠି କରିଥିବା ଅନ୍ୟାନ୍ୟ ସମସ୍ତ ଜିନିଷ ବନ୍ୟା ଜଳରେ ଭାସି ଯାଇଥିବାବେଳେ ଓଦା ଟଙ୍କାଙ୍କୁ ସାଉଁଟି ଶୁଖାଇବାରେ ଲାଗିପଡିଛନ୍ତି । ଆସନ୍ତା ମାସରେ ଝିଅ ବାହାଘର ହେବାକୁ ଥିବାବେଳେ ବିଦର୍ଭରେ ବୈନଗଙ୍ଗା ନଦୀରେ ଜଳସ୍ତର ବଢିବା ଯୋଗୁଁ ବନ୍ୟା ଆସି ସବୁ ଛାରଖାର କରିଦେଇଛି।…

