ଗୟା : ପ୍ରେମ କରିବା ଜଣେ ଯୁବକଙ୍କୁ ବେଶ୍ ମହଙ୍ଗା ପଡିଛି । ବିହାର ଗୟାରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଯୁବକଙ୍କୁ ପ୍ରେମ କରିବା ବେଶ୍ ମହଙ୍ଗା ପଡିଛି । ପ୍ରେମିକ ଯୁବକଙ୍କୁ ଠେଙ୍ଗାରେ ମାଡ ମରାଯିବା ସହିତ ଗଳା ଚିପି ହତ୍ୟା ଯାଇଛି । ଜଣେ ଯୁବକ ପ୍ରେମ ପାଇଁ ଛଟପଟ ହୋଇ ମରିବାକୁ ପଡିଛି। ଏହିପରି ଏକ ଘଟଣା ଜିଲ୍ଲା ଇମାମଗଞ୍ଜରେ ଘଟିଛି । ମୃତକ ଜଣକ ଢିବର ଗ୍ରାମ ନିବାସୀ 19 ବର୍ଷୀୟ ସଂଜୀବ କୁମାର ବୋଲି ସୂଚନା ରହିଛି । ମୃତକଙ୍କ ପିତା ଓ ବୃଦ୍ଧା ଜେଜେମା’ କହିଛନ୍ତି ଯେ, ପ୍ରେମ ପ୍ରସଙ୍ଗକୁ ନେଇ ସଂଜୀବଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି । ସେହିପରି ମୃତକଙ୍କ ଭଉଣୀଙ୍କ କହିବାନୁସାରେ ତାଙ୍କ ଭାଇ ପଡୋଶୀରେ ବିକାଶ କୁମାରଙ୍କ ସ୍ତ୍ରୀଙ୍କ ସହିତ ପ୍ରେମ ସମ୍ପର୍କର୍ ରହିଥିଲା । ଦୁହେଁ ପ୍ରାୟ ଫୋନ୍ରେ କଥାବାର୍ତ୍ତା…
Author: Samikhsya Bureau
ନୂଆଦିଲ୍ଲୀ : ମାତ୍ର 1 ଘଣ୍ଟା ମଧ୍ୟରେ 28 ହଜାର କୋଟିରୁ ଅଧିକ ଟଙ୍କାର ଲାଭ ହାସଲ କରିଛନ୍ତି ଜୁମ୍ ଭିଡିଓ କମ୍ୟୁନିକେସନର ସିଇଓ । ଜୁମର ସିଇଓ ଏରିକ ୟୁଆନ ଏକ ଘଣ୍ଟା ମଧ୍ୟରେ 4.2 ବିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ 28 ହଜାର କୋଟିର ଲାଭ ହାସଲ କରିଛନ୍ତି । ଆମେରିକୀୟ ସେୟାର ବଜାରରେ ଜୁମ୍ ଅଂଶଧନର ମୂଲ୍ୟରେ 26 ପ୍ରତିଶତ ଅଭିବୃଦ୍ଧି ଘଟି ଏହା 410 ଡଲାରରେ ପହଞ୍ଚିବା ସହିତ ୟୁଆନଙ୍କ ସମ୍ପତ୍ତିର ପରିମାଣ 20 ବିଲିୟନ୍ ଡଲାର ଅତିକ୍ରମ କରିଛି । ୟୁଆନଙ୍କ ବ୍ୟତୀତ ଆମାଜନ୍ ମାଲିକ ଜେଫ୍ ବେଜୋସ୍ 13 ବିଲିୟନ୍ ଡଲାର ଏବଂ ଟେସଲାର ମାଲିକ ଏଲନ ମସ୍କ 8 ବିଲିୟନ୍ ଡଲାରର ଫାଇଦା ହାସଲ କରିଛନ୍ତି।
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 307 ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ମୋଟ୍ 307ପଜିଟିଭ୍ରୁ 135ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 172ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ରୁ ଚିହ୍ନଟ ହୋଇଛନ୍ତି । ଆଜି କ୍ବାରେଣ୍ଟାଇନ୍ରି ଚିହ୍ନଟ ହୋଇଥିବା 135ଜଣଙ୍କ ମଧ୍ୟରେ ଓୟୁଏଟି କଲେଜରୁ 20ଜଣ ରହିଥିବାବେଳେ ସେଣ୍ଟ୍ରାଲ୍ ସରକାରୀ ହସ୍ପିଟାଲରୁ 9ଜଣ ରହିଥିବାବେଳେ ମହାଦେବ ନଗରରୁ 3 ଜଣ, ପୋଲିସ୍ ସିକ୍ୟୁରିଟି ଓ୍ବିଙ୍ଗ୍ର 3 ଜଣ, ସାଲିଆ ସାହିରୁ 3 ଜଣ ରହିଛନ୍ତି । ସେହିପରି ଆଜି ସେହିପରି ଆଜି ଚିହ୍ନଟ ହୋଇଥିବାବେଳେ 172 ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବାବେଳେ ଖାରବେଳ ନଗରରୁ 6 ଜଣ ରହିଥିବାବେଳେ ଗଣ୍ଡମୁଣ୍ଡା ବସ୍ତିରୁ 5ଜଣ, ଟଙ୍କପାଣି ରୋଡରୁ 3 ଜଣ, ଶୈଳଶ୍ରୀ ବିହାରରୁ 4 ଜଣ, ନୀଳାଦ୍ରି ବିହାରରୁ 4 ଜଣ, ଓଲ୍ଡ ଟାଉନ୍ରୁ 5 ଜଣ, ଝାରପଡାରୁ 3 ଜଣ , ଜାଗମରାରୁ 4 ଜଣ, ଆଇଆରସି ଭିଲେଜରୁ 4 ଜଣ,…
କଟକ: ଘରୋଇ ସ୍କୁଲ୍ ଫି ବୃଦ୍ଧି ପ୍ରସଙ୍ଗରେ ଆପୋସ ସମାଧାନ ପାଇଁ ଆଜି ଓଡିଶା ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ବୈଠକ ଡାକି ଆଲୋଚନା କରି ସମାଧାନର ସୂତ୍ର ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ହାଇକୋର୍ଟ । ଏକ ମାମଲାର ଶୁଣାଣି କରି ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ ବୈଠକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅଭିଭାବକ ମହାସଂଘ, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ଆବେଦନକାରୀ ଅଭିଭାବକଙ୍କୁ ସାମିଲ କରିବାକୁ କୁହାଯାଇଛି । ଯଦି କୌଣସି ନିର୍ଯ୍ୟାସ୍ ନବାହାରେ ତାହେଲେ କୋର୍ଟ ନିଷ୍ପତ୍ତି ନେବେ । କୋର୍ଟ ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବେ । ସୂଚନାଯୋଗ୍ୟ ଯେ, ଘରୋଇ ସ୍କୁଲ ଫ’ ବୃଦ୍ଧି ମାମଲାରେ ଅଭିଭାବକ ମହାସଂଘ ହାଇକୋର୍ଟ ଯାଇଥିଲା।
ପୁରୀ : ପୁରୀ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା ପୁଣି ମାସେ ବଢିଲା । ସେପ୍ଟେମ୍ବର 30 ଯାଏ କଟକଣା ବଢାଇଲେ ପୁରୀ ଜିଲ୍ଲାପାଳ। ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାରରେ ଶବ ସଂସ୍କାର କରିବା ମନା । କେବଳ ପୁରୀ ଜିଲ୍ଲାବାସୀ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କରିପାରିବେ । ସେହିପରି ରାଜ୍ୟ ସରକାରଙ୍କ କୋଭିଡ୍ କଟକଣା ମାନି ଦାହ ସଂସ୍କାର କରିପାରିବେ ବୋଲି ସୂଚନା ରହିଛି । ମହାମାରୀ କରୋନାର ଭୟଙ୍କର ସ୍ଥିତିକୁ ନଜରରେ ରଖି ସ୍ବର୍ଗଦ୍ବାରର ଦାହ ସଂସ୍କାର ଉପରେ କଟକଣା ଲଗାଯାଇଥିଲା ଏପରିକି ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଛି।
ଭୁବନେଶ୍ବର : ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ । ତେବେ ଏହି ମାମଲାର ମୋଡ଼ ବଦଳିବାକୁ ଯାଉଛି। ଆଦିତ୍ୟ ଦାସଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡ଼ିର ହାତ ରହିଛି ବୋଲି ଆଦିତ୍ୟଙ୍କ ବାପା ଅଭିଯୋଗ କରିଛନ୍ତି । ଏନେଇ କ୍ରାଇମବ୍ରାଂଚ ତଦନ୍ତ କରୁନଥିବାରୁ ଏହାର ସିବିଆଇ ପାଇଁ ସେ ଦାବି କରିଛନ୍ତି । ଅପରପକ୍ଷରେ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ମଧ୍ୟ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି । ଆଦିତ୍ୟଙ୍କ ବାପା କହିଛନ୍ତିଯେ, ଜଣେ ମହିଳା ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ । ତାଙ୍କୁ ବିବାହ କରିବା ପାଇଁ ବ୍ଲାକମେଲିଂ କରୁଥିଲେ । ସେହି ମହିଳାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଦରକାର । କିନ୍ତୁ କ୍ରାଇମବ୍ରାଂଚ ଏଦିଗରେ ତଦନ୍ତ କରୁନାହିଁ ବୋଲି ସେ ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ଏହି ମାମଲାର ଏବେ…
ଭୁବନେଶ୍ବର : ସିଏମ୍ସି ଓ ବିକାଶ ଭବନ କାର୍ଯ୍ୟାଳୟ 15 ଦିନ ସାଧାରଣ ଲୋକଙ୍କୁ ମନା । ଏକାଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସିବା ପରେ ପଦକ୍ଷେପ ନିଆଯାଇଛି। ସାଧାରଣ ଲୋକ କାର୍ଯ୍ୟାଳୟ ନ ଆସିବା ପାଇଁ ସିଏମସି ବାରଣ କରିଥିବା ସୂଚନା ମିଳିଛି । ସେହିଭଳି ଡିସିପିଙ୍କ କାର୍ଯ୍ୟାଳୟକୁ ମଧ୍ୟ 7 ଦିନ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଡିସିପିଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ ଆକ୍ରାନ୍ତ ହେବାରୁ ଏହି କଟକଣା ଜାରି ହୋଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଜି ପୁଣି 3ହଜାର 25 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଜଙ୍ଗଲ ଅଧିକାରୀମାନେ ପ୍ରାୟ ୧୯ କିଲୋଗ୍ରାମର ୧୪ ଟି ହାତୀ ଦାନ୍ତ ଜବତ କରିଛନ୍ତି। ତିନି ଜଣଙ୍କୁ ଗିରଫ କରାଯାଇଛି ବୋଲି କେନ୍ଦୁଝର ଜଙ୍ଗଲ ବିଭାଗ କହିଛି। ସୋମବାର ବିଳମ୍ବିତ ରାତିରେ ପିଟାପିଟି ଗ୍ରାମ ନିକଟରୁ ଏକ କାରରୁ ଏହି ଦାନ୍ତ ଜବତ କରାଯାଇଛି ବୋଲି ହରିଚନ୍ଦନପୁର ପୋଲିସ ଅଧିକାରୀ କହିଛନ୍ତି। ଏକ କାରରେ ଦାନ୍ତ ନିଆଯାଉଛି ବୋଲି ସୂଚନା ମିଳିବା ପରେ ପୋଲିସ ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ଜଗି ବସିଥିଲେ। କାରଟି ଆସିବା ପରେ ତାକୁ ଅଟକାଇ ଥିଲେ ମଧ୍ୟ ତାହା ରହି ନ ଥିଲା। ସେଠାରୁ ଖସି ପଳାଇବା ପାଇଁ ଡ୍ରାଇଭର ଜୋରରେ କାର ଚଳାଇଥିଲା। ହେଲେ ସେମାନଙ୍କୁ ପୋଲିସ ଗୋଡାଇ ଗୋଡାଇ ଧରିବା ପରେ ଦାନ୍ତ ବାହାରିଥିଲା। ବର୍ତ୍ତମାନ ଏହା ପଛରେ କେଉଁମାନେ ଅଛନ୍ତି ତାହା ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।
ଭୁବନେଶ୍ବର, ଗ୍ୟାଙ୍ଗେଟିକ୍ ପଶ୍ଚିମ-ବଙ୍ଗ ଏବଂ ତାର ଆଖପାଖ ଅଂଚଳରେ ଗୋଟିଏ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ସମୁଦ୍ର ପତ୍ତନ ଠାରୁ ୦.୯ କିମି ଯାଇଁ ବ୍ୟାପିଛି। ଏହା ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ଅନୁଗୁଳ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ଏବଂ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ଗଜପତି, ସମ୍ବଲପୁର ଏବଂ ବରଗଡ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ-ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ପୁରୀ, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି।
ଭୁବନେଶ୍ବର : ଏଣିକି ସପ୍ତାହର ସାତ ଦିନ ଯାକ ମୋ’ ବସ ଚଳାଚଳ କରିବ । ଏନେଇ ସୂଚନା ଦେଇଛନ୍ତି କ୍ରୁଟ୍ ତଥା ଓଏସ୍ଆର୍ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା। ସେହିପରି ଅଧିକ ଡିମାଣ୍ଡ ଥିବା 8ଟି ରୁଟ୍ – ରୁଟ୍ ନମ୍ବର 11, 16, 20, 23, 24, 25 ଓ 33ରେ ଏହି ବସ୍ ସବୁଦିନେ ଚାଲିବ । ତେବେ ଏଥିପାଇଁ କିଛି ନିୟମ ମଧ୍ୟ କରାଯାଇଛି । ମାସ୍କକୁ ବାଧ୍ୟତାମୂଳକ କରାଯାଇଥିବାବେଳେ କେହି ଛିଡା ହୋଇ ଯାଇପାରିବେ ନାହିଁ ବୋଲି ସୂଚନା ରହିଛି । ସେହିପରି ଡିଜିଟାଲ ପେମେଣ୍ଟ କରାଯିବ ବୋଲି ସୂଚନା ରହିଛି ।
ମୁମ୍ବାଇ : ଆକ୍ସନ୍ ତାରକା ଟାଇଗର ଶ୍ରଫ୍ ୨୨୦ କିଲୋ ଓଜନ ଟେକି ନିଜ ପ୍ରଶଂସକଙ୍କୁ ଭୟଭୀତ କରାଇଦେଇଛନ୍ତି। ଅଭିନେତା ସେୟାର କରିଥିବା ଏକ ନୂତନ ଇନଷ୍ଟାଗ୍ରାମ ଭିଡିଓରେ ସେ ୨୨୦ କିଲୋ ସହିତ ଡେଡଲିଫ୍ଟ କରୁଥିବା ଦେଖିବାକୁ ମିଳିଛି। ଏକ କଳା ରଙ୍ଗର ପୋଷାକ ଏବଂ କଳା ପ୍ୟାଣ୍ଟରେ ପିନ୍ଧି ଏହି ଚମତ୍କାରିତା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଓଜନ ବହୁତ ଭାରୀ। ଭିଡିଓ ଦେଖି ଟାଇଗରଙ୍କ ସାଙ୍ଗ ଏବଂ ସହକର୍ମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅଭିନେତ୍ରୀ ଦିଶା ପାଟାନି କରତାଳି ଇମୋଜି ଛାଡି ଦେଇଥିବା ବେଳେ ଟାଇଗରଙ୍କ ମା ଆୟେଶା ଶ୍ରଫ ଲେଖିଛନ୍ତି: ପାଗଳ। ଅଭିନେତା ସିକନ୍ଦର ଖେର ଲେଖିଛନ୍ତି: ସୁପର। ଟାଇଗରର ଭଉଣୀ କୃଷ୍ଣ ଶ୍ରଫଙ୍କ ମନ୍ତବ୍ୟ: ବିଷ୍ଟ ମୋଡ୍। ସେହିପରି ରାପର ୟୋ ହନି ସିଂ କହିଛନ୍ତି: ହେ ବାଲି ଶେରା।
ନୂଆଦିଲ୍ଲୀ : ମୋରାଟୋରିୟମ ଉପରେ ସୁଧକୁ ନେଇ ନିଜର ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ମୋରାଟେଗାରିୟମ ଅବଧିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରି ହେବ ମାତ୍ର ମୋରାଟୋରିୟମ ଉପରେ ସୁଧ ଛାଡ କରିବା ସମୀଚୀନ ନୁହେଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମତ ଦେଇଥିଲେ । ଏହା ପୂର୍ବରୁ ସୁପ୍ରିମ୍କୋର୍ଟ ଏହି ମାମଲା ଉପରେ ବିଚାର କରି ସରକାରଙ୍କୁ ସମାଲୋଚନା କରିବା ସହିତ ଆରବିଆଇ ଆଳରେ ସରକାର ଲୁଚି ପାରିବେ ନାହିଁ ବୋଲି ମତ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, କରୋନା ଲକଡାଉନ କାରଣରୁ ଆରବିଆଇ ପକ୍ଷରୁ ମୋରାଟୋରିୟମ ସେବା ପ୍ରଦାନ କରାଯାଇଥିଲା । ତେବେ ଏହି ମୋରାଟୋରିୟମ ଉପରେ ସୁଧକୁ ବିରୋଧ କରି ମାମଲା ରୁଜୁ କରାଯାଇଥିଲା । ଜଷ୍ଟିସ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡୀ ଏବଂ ଏମ ଆର ଶାହଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର ଆଜି ପଞ୍ଚତତ୍ତ୍ବରେ ବିଲୀନ ହୋଇଛି । ରାଷ୍ଟ୍ରୀୟ ସମ୍ମାନ ସହିତ ଲୋଧୀ ଶ୍ମଶାନଘାଟରେ ପ୍ରଣବ ଦା’ଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଆର୍ମି ହସ୍ପିଟାଲରୁ ପ୍ରଣବଙ୍କ ମରଶରୀରକୁ ଆଜି ରାଜାମୀ ମାର୍ଗ ସ୍ଥିତ ସରକାରୀ ବାସଭବନକୁ ଅଣାଯାଇଥିଲା । ସେଠାରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍ରେ ମଧ୍ୟ ଆକ୍ରାନ୍ତ ଥିଲେ । ପ୍ରଣଙ୍କ ଅନ୍ତିମ ସଂସ୍କାରରେ ବହୁତ କମ ଲୋକ ସାମିଲ୍ ହୋଇଥିଲେ । ସମସ୍ତେ ପିପିଇ କିଟ୍ରେ ନଜର ଆସିଥିଲେ । ପ୍ରଣବ ମୁଖାର୍ଜୀଙ୍କ ପୁତ୍ର ଅଭିଜିତ୍ ମୁଖାର୍ଜୀ ମୁଖାଗ୍ନି ଦେଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ, ସିଡିଏସ୍ ବିପିନ୍ ରାଓ୍ବତ, ରକ୍ଷା…
ଭୁବନେଶ୍ବର, ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି
Prime Minister Narendra Modi paid tributes to former President, Shri Pranab Mukherjee.
ପୁରୀ, ନିଜ ବାଲୁକା କଳାରେ ଭାରତର ପୂବର୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ
ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ରାହୁଳ ଗାନ୍ଧି
ନୂଆଦିଲ୍ଲୀ: ଭାରତର ନୂଆ ନିର୍ବାଚନ କମିଶନର ଭାବେ ମଙ୍ଗଳବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ରାଜୀବ କୁମାର । ସେ ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋଡା ଏବଂ ନିର୍ବାଚନ କମିଶନର ସୁଶିଲ ଚନ୍ଦ୍ରାଙ୍କ ସହିତ ଭାରତ ନିର୍ବାଚନ କମିଶନର ସଦସ୍ୟ ଭାବେ ସାମିଲ ହୋଇଛନ୍ତି।1948 ଝାଡଖଣ୍ଡ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ହେଉଛନ୍ତି ରାଜୀବ କୁମାର । ଅଶୋକ ଲାଭସା ନିର୍ବାଚନ କମିଶନର ପଦବୀରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ରାଜୀବ କୁମାରଙ୍କୁ ଦାୟିତ୍ବ ମିଳିଛି ।
ଭୁବନେଶ୍ବର :ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ 6 ଜଣଙ୍କର ମୃତ୍ୟୁ ହୋଇଛି ।ଆନନ୍ଦପୁରରେ 4 ଏବଂ ଜଳେଶ୍ବର ଅଞ୍ଚଳରେ 2ଜଣଙ୍କ ମୃତ୍ୟୁହୋଇଛି। ଆନନ୍ଦପୁର ନନ୍ଦିପଦା ଥାନା ରମ୍ପାସ୍ରେ ଜଣେ ଓ ଇଞ୍ଚଳ ଗାଁରେ ଜଣକର ମୃତ୍ୟୁ ହୋଇଛି । ରାମଚନ୍ଦ୍ରପୁର ଥାନା ସାପୁଆ ସାହିରେ ଜଣେ ଓ ପଣ୍ଡୁଆରେ ଜଣେ ନାବାଳିକାର ମୃତ୍ୟୁ ବ୍ରଜାଘାତ ଯୋଗୁଁହୋଇଛି । ଜଳେଶ୍ବର ଲକ୍ଷ୍ମଣନାଥରେ ଜଣେ ଯୁବକ, ଭୋଗରାଇ କାଉବଣିରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି ।
କୋଣାର୍କ: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। ଏଏସଆଇ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। କରୋନା ଯୋଗୁଁ ସୂର୍ଯ୍ୟ ମନ୍ଦିର ବନ୍ଦ ରହିଥିଲା। ମାର୍ଚ୍ଚ 16 ତାରିଖରୁ ସୂର୍ଯ୍ୟ ମନ୍ଦିରକୁ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ବନ୍ଦ କରିଦିଆଯାଇଥିଲା। ଆଜି ସକାଳ 6ଟାରୁ ସୂର୍ଯ୍ୟ ମନ୍ଦିର ଗେଟ୍ ଖୋଲାଯାଇଛି । ମନ୍ଦିର ଭିତରକୁ ପ୍ରବେଶ ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ବ ପାଳନ କରିବା ଉପରେ ଗୁରୁତ୍ବ ଦିଆଯିବ।

