Author: Samikhsya Bureau

ତାଇଓ୍ବାନ : ତାଇଓ୍ବାନ ସହରର ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଏକ ଗୁଡି ଉଡା ଉତ୍ସବ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଡି ଉଡା ପର୍ବ ପାଳନ ହେଉଥିବା ସମୟରେ ଏକ ଗୁଡି ସହିତ ତିନି ବର୍ଷର ଶିଶୁ ମଧ୍ୟ ପବନରେ ଉଡି ଯାଇଥିଲେ । ପ୍ରାୟ 18 ସେକେଣ୍ଡେ ଧରି ସେ ଗୁଡିକୁ ଧରି ପବନରେ ଉଡିଥିଲେ । ଏହା ପରେ ବହୁ ପରିଶ୍ରମ ପରେ ଶିଶୁକୁ ତଳକୁ ଅଣାଯାଇଥିଲା । ଶିଶୁଟି ସୁସ୍ଥ ଥିବାର ଜଣାପଡିଛି । ଗୁଡି ଉଡିବା ସମୟରେ ପବନର ବେଗ ଏତେ ପ୍ରବଳ ଥିଲା ଯେ ଶିଶୁଟି ଗୁଡି ସହିତ 100 ଫୁଟ୍‌ ଉପରକୁ ଉଡିଯାଇଥିଲେ । କିନ୍ତୁ ସାବଧାନୀ ସହକାରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ପବନ ଟିକେ କମ୍‌ ହେବା ପରେ ତଳେ ଥିବା ଲୋକେ  ଶିଶୁଟିକୁ ଧରି ପକାଇଥିଲେ । ଶିଶୁଟି…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡକର୍ଳାକଟ ଗ୍ରାମର ଶୁଣ୍ଡି ପଡା ଠାରେ ତିନି ଲକ୍ଷ୍ୟ ଅଟକଳ ମୂଲ୍ୟରେ ନିର୍ମାଣ ହେଉଥିବା କମ୍ୟୁନିଟି ହଲ୍‌ ଏବେ ଅଧାପନ୍ତରିଆ ହୋଇ ପଡ଼ିରହିଛି, ଏହି କମ୍ୟୁନିଟି ହୋଲ ନିର୍ମାଣ କରିବା ପାଇଁ ଦୀର୍ଘ ଦିନ ଧରି ଗ୍ରାମ ବାସୀ ଦାବି କରି ଆସୁଥିଲେ,ବିଧାୟକଙ୍କ ଅନୁରୋଧ କ୍ରମେ ଜୟପାଟଣା ବ୍ଲକରୁ ତିନି ଲକ୍ଷ ଟଙ୍କାରେ କମ୍ୟୁନିଟି ହୋଲ ନିର୍ମାଣ କରିବା ପାଇଁ ମଞ୍ଜୁରୀ କରାଯାଇଥିଲା,ଏହି କମ୍ୟୁନିଟି ହଲ୍‌ ନିର୍ମାଣ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମିତାଞ୍ଜଲୀ ଦାସ ତାଙ୍କ ନିଜ ସଂପର୍କୀୟ ଲୋକଙ୍କୁ ଧରି ଗୃହ କାର୍ଯ୍ୟ ଆରମ୍ଭ କରି କାମ ସମାପ୍ତ ନ ହେବା ପୂର୍ବରୁ ଆସିଥିବା ଅର୍ଥକୁ ହଡପ କରିବାଥିବା ଏକ ସାଘାଂତିକ ଅଭିଯୋଗ ଆଣୁଛନ୍ତି ଗ୍ରାମବାସୀ, ଖାଲି ସେତିକି ନୁହେଁ କନିଷ୍ଠ ଯନ୍ତ୍ରୀ ମିତାଞ୍ଜଲୀ ଦାସ ତିନି ଲକ୍ଷ ଟଙ୍କାରେ କେବଳ ଦଶଟି ପିଲାର ଠିଆ କରି…

Read More

ରମେଶ ମହାନ୍ତି ଜଗତସିଂହପୁର :  ଜଗତସିଂହପୁର ସଂସ୍କୃତି ଭବନ ଠାରେ ଜଗତସିଂହପୁର ପୌରପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜଗତସିଂହପୁର ପୌରପରିଷଦକୁ ସରସସୁନ୍ଦର ଓ ପ୍ରଗତିଶୀଳ କରିବା ପାଇଁ ୩କୋଟି ୮୪ଲକ୍ଷ ୪୧ହଜାର ୨୧୨ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା କରାଯାଇଛି। ଏତଦବ୍ୟତୀତ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଜିଲ୍ଲାପାଳ ୧କୋଟି ୭୦ଲକ୍ଷ ଟଙ୍କାର ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଜଗତସିଂହପୁର ପୌରପରିଷଦ ନିମନ୍ତେ ଉନ୍ନତି ଯୋଜନାରେ ଅନେକ ଅର୍ଥ ଆସିଛି। ଜଗତସିଂହପୁର ପୌରପରିଷଦକୁ ସ୍ୱଚ୍ଛ, ସୁନ୍ଦର ଓ ପ୍ରଗତିଶୀଳ କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ସ୍ୱଚ୍ଛ ପୌରପରିଷଦ ଭାବରେ ପାରାଦ୍ବୀପ ପୌରପାଳିକାକୁ ସର୍ବଭାରତୀୟ…

Read More

ନୂଆଦିଲ୍ଲୀ, ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଆଜି ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି। ନୂଆଦିଲ୍ଲୀସ୍ଥିତ 10 ରାଜାଜୀ ମାର୍ଗରେ ଥିବା ତାଙ୍କ ବାସଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ପୂର୍ବତନ ସଭାପତି ରାହୁଳ ଗାନ୍ଧୀ, ବିଜେପି ସଭାପତି ଜେ.ପି ନଡ୍ଡା, ବହୁ କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ପ୍ରଣବଙ୍କ ଗତକାଲି ପରଲୋକ ହୋଇଥିଲା। ସେ ଦୀର୍ଘଦିନ ଧରି ହସପିଟାଲରେ ଚିକିତ୍ସା ହେଉଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଆଜି ନୂଆଦିଲ୍ଲୀରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହେବ।

Read More

ନୂଆଦିଲ୍ଲୀ : ସଶସ୍ତ୍ର ସୀମା ବଳ ତରଫରୁ କନେଷ୍ଟବଳ ନିଯୁକ୍ତି ବିଜ୍ଞାପନ ଜାରି କରାଯାଇଛି। ପ୍ରାୟ 1500ରୁ ଉର୍ଦ୍ଧ୍ବ ପଦବୀ ପାଇଁ ଆବେଦନ ଆହ୍ବାନ କରାଯାଉଛି । ଭାରତ ମଧ୍ୟରେ ନିଯୁକ୍ତି ପାଇବାର ସୁଯୋଗ ରହିଥିବାବେଳେ ଆକର୍ଷଣୀୟ ଦରମା ମଧ୍ୟ ରହିଛି । ପଦବୀର ନାମ : କନଷ୍ଟେବଳ ପଦବୀ ସଂଖ୍ୟା :1522 ମାସିକ ଦରମା : 21,700ରୁ 69 ହଜାର 100/- ରହିଛି । ଭାରତ ମଧ୍ୟରେ ନିଯୁକ୍ତି ପାଇବାର ସୁବର୍ଣ୍ଣ ସୁଯୋଗ ଆବେଦନ ଶୁଳ୍କ : ସାଧାରଣ ବର୍ଗ (ଅନରିଜର୍ଭଡ), ଆର୍ଥିକ କ୍ଷେତ୍ରର ଅନଗ୍ରସର ବର୍ଗ (ଇଡବ୍ଲ୍ୟୁଏସ୍‌) ଓ ଓବିସି କ୍ୟାଟେଗୋରୀ ପାଇଁ 100ଟଙ୍କା ଆବେଦନ ଫି ରହିଛି । ଯାହା ଫେରସ୍ତ ଦିଆଯିବ ନାହିଁ । ସେହିପିର ଏହି ଆବେଦନ ଫି’କୁ ନେଟ୍‌ବ୍ୟାକିଂ/.  କ୍ରେଡିଟ୍‌ କାର୍ଡ, ଡେବିଟ୍‌କାର୍ଡ/ ଚାଲାଣ ଦ୍ବାରା ଡିପୋଜିଟ୍‌ କରିପାରିବେ । ସେହିପରି ଏସି (ଅନୁସୂଚିତ ଜାତି) ଏସ୍‌ଟି (ଅନୁସୂଚିତ ଜନଜାତି) ଏକ୍ସ –…

Read More

କେଦାର ମିଶ୍ର ଦୁଇ ମାସର ସଂପୂର୍ଣ୍ଣ ଲକ ଡାଉନ ପରେ ଭାରତର ଅର୍ଥନୀତି ଯେ ଖରାପ ପ୍ରଦର୍ଶନ କରିବ, ଏକଥା ସମସ୍ତେ ଜାଣିଥିଲେ। ତେବେ ଏପ୍ରିଲ ରୁ ଜୁନ, ଏହି ତିନି ମାସ ଭିତରେ ଦେଶର ଅର୍ଥନୀତି ଯେ ଏଇ ସ୍ତରକୁ ଖସିବ, ଏକଥା କେହି କଳ୍ପନା କରି ନଥିଲେ। ଦେଶର ପ୍ରାୟ ଅର୍ଥନୈତିକ ସଂସ୍ଥା ଓ ବିଶେଷଜ୍ଞ ଏହି ତିନିମାସରେ ଆମର ଅଭିବୃଦ୍ଧି ଅତି ବେଶୀରେ ମାଇନସ ୫/୬% ହୋଇପାରେ ବୋଲି କହୁଥିଲେ। ପରେ ଏହି ସଂଖ୍ୟା ବଢିଥିଲା। ଅତିବେଶିରେ ଆମର ଅଭିବୃଦ୍ଧି ମାଇନସ ୧୫-୧୮% ହେବ ବୋଲି କୁହା ଯାଉଥିଲା। ତେବେ ଗତକାଲି ସନ୍ଧ୍ୟାରେ ଯେଉଁ ସରକାରୀ ତଥ୍ୟ ଆସିଲା, ସେଥିରୁ ଜଣା ପଡିଲା ଯେ ଦେଶର ଅଭିବୃଦ୍ଧି ମାଇନସ ୨୩.୯% କୁ ଖସି ଆସିଛି। ଗତ ବର୍ଷ ଏହି ସମୟରେ(ଏପ୍ରିଲ-ଜୁନ-୨୦୧୯) ଆମ ଜିଡିପିର ମୂଲ୍ୟ ୩୫.୩୫କୋଟି ଟଙ୍କା ହୋଇଥିବା ବେଳେ ଏ ବର୍ଷ ତାହା ୨୬.୯୦ ଲକ୍ଷ…

Read More

ନୂଆଦିଲ୍ଲୀ, ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଫୋନପେ ସୋମବାର ଏକ ବଡ ଘୋଷଣା କରିଛି। ତାହା ହେଉଛି ଆସନ୍ତା ଏକ ବର୍ଷ ମଧ୍ୟରେ ଭାରତରେ 2.5 କୋଟିରୁ ଅଧିକ ଛୋଟ ବ୍ୟବସାୟୀଙ୍କ ପାଇଁ ଡିଜିଟାଲ ପେମେଣ୍ଟ ସକ୍ଷମ କରିବାରେ ସମର୍ଥ ହେବ ଫୋନ ପେ। ଏକ ବିବୃତ୍ତିରେ କମ୍ପାନୀ କହିଛି ଯେ ଖୁବ ଶିଘ୍ର ‘ଫୋନ୍ ପେ ଫର୍ ବିଜନେସ୍’ ଆପ ବିକଶିତ କରାଯିବ। ସେଥିରେ ତୁରନ୍ତ ଦେୟ ନିଶ୍ଚିତକରଣ, ରସିଦ ସହିତ ପେମେଣ୍ଟ ପ୍ରକ୍ରିୟାର ଏଣ୍ଡ-ଟୁ-ଏଣ୍ଡ ନିୟନ୍ତ୍ରଣ ପ୍ରଦାନ କରିବ।  ଆସନ୍ତା ବର୍ଷେ ମଧ୍ୟରେ 5,500ଟି ଛୋଟ ସହରରେ ପହଞ୍ଚିବାକୁ ଯୋଜନା କରିଛି ଯାହା ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ 10,000 ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। “ଡିଜିଟାଲ୍ ପେମେଣ୍ଟ୍ର ଦ୍ରୁତ ଅନୁପ୍ରବେଶ ସତ୍ବେ ସମଗ୍ର ଭାରତରେ ନଗଦ ପେମେଣ୍ଟ ଉପରେ ଲୋକେ ନିର୍ଭର କରନ୍ତି। ମାଲିକଙ୍କ ପାଖରେ ସ୍ମାର୍ଟଫୋନ୍, ଡାଟା ଏବଂ ନୂତନ ବୈଷୟିକ ଜ୍ଞାନ ଗ୍ରହଣ କରିବାର…

Read More

ଭୁବନେଶ୍ବର :  ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 500 ଟପିଛି। ଆଜି ରାଜ୍ୟରୁ କରୋନା ଯୋଗୁଁ 11 କରୋନାଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା, ମୟୂରଭଞ୍ଜ ଓ ପୁରୀରୁ ସର୍ବାଧିକ 2ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କଟକ,ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ରାୟଗଡାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧାର 55 ବର୍ଷୀୟ ଓ 73 ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀରୁ ଦୁଇ ମୃତକ ପୁରୁଷ ହୋଇଥିବାବେଳେ ବୟସ ଯଥାକ୍ରମେ 40 ଓ 85 ବର୍ଷ । ସେହିପରି ମୟୂରଭଞ୍ଜରୁ 80 ବର୍ଷୀୟ ବୃଦ୍ଧ ଓ 60 ବର୍ଷୀୟ ମହିଳାଙ୍କରମୃତ୍ୟୁ ହୋଇଛି ।ସେହିପରି ରାୟଗଡାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ,  କନ୍ଧମାଳର 40ବର୍ଷ ଓ ଗଞ୍ଜାମର 60 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ଜଗତସିଂହପୁରୁର ମୃତ ଆକ୍ରାନ୍ତଙ୍କ ବୟସ 35 ବର୍ଷ ଓ କଟକର 74ବର୍ଷୀୟ…

Read More

ମୁମ୍ବାଇ : ଭାରତୀୟ ପ୍ରମୁଖ ଇକ୍ୱିଟି ସୂଚକାଙ୍କ ମଙ୍ଗଳବାର ଦିନ ଏକ ଭଲ କାରାବାରରେ ଖୋଲିଛି। ସେନ୍ସେକ୍ସ ୧୪୦ ପଏଣ୍ଟରୁ ଅଧିକ କାରବାର କରିଛି। ମୁଖ୍ୟତଃ ଟେଲିକମ୍ ଏବଂ ଅଟୋ ଷ୍ଟକରେ ଭଲ କ୍ରୟ ଦେଖିବାକୁ ମିଳିଛି AGR ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଆସିବାକୁ ଥିବା ବେଳେ ଟେଲିକମ୍ ଷ୍ଟକ୍ ବୃଦ୍ଧି ପାଇଛି। ଦିନ ପ୍ରାୟ ୧୦.୨୭ ରେ, ସେନ୍ସେକ୍ସ ୩୮,୭୭୫.୯୯ ରେ କାରବାର କରିଥିଲା, ଯାହାକି ୧୪୭.୭୦ ପଏଣ୍ଟ କିମ୍ବା ୩୮,୬୨୮.୨୯ ର ପୂର୍ବଦିନ ଠାରୁ ୦.୩୮ ପ୍ରତିଶତ ଅଧିକ ଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ନିଫ୍ଟ ୫୦ ୧୧,୪୩୨.୯୫ ରେ କାରବାର କରିଥିଲା, ଯାହା ପୂର୍ବ ବନ୍ଦ ଠାରୁ ୪୫.୪୫ ପଏଣ୍ଟ କିମ୍ବା ୦.୪ ପ୍ରତିଶତ ଅଧିକ ଥିଲା।

Read More

ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ 3 ହଜାର 25ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 666 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 312, ଗଞ୍ଜାମରୁ 207, ମୟୂରଭଞ୍ଜରୁ 215, କୋରାପୁଟରୁ 139, ପୁରୀରୁ 136,  ଢେଙ୍କାନାଳରୁ 132, କେନ୍ଦ୍ରାପଡାରୁ 128, ଭଦ୍ରକରୁ 94,  ଯାଜପୁରରୁ 85, କଳାହାଣ୍ଡିରୁ 82, ନୂଆପଡାରୁ 79, ଜଗତସିଂହପୁରରୁ 78, ନୟାଗଡ଼ରୁ 67, ବରଗଡରୁ 61, ଝାରସୁଗୁଡ଼ାରୁ 59, ଅନୁଗୁଳରୁ 58,  ସୁନ୍ଦରଗଡରୁ 56, କେଉଁଝରରୁ 50, ନବରଙ୍ଗପୁରରୁ 46, ବାଲେଶ୍ବରରୁ 40, ମାଲକାନଗିରିରୁ 32, ଗଜପତିରୁ 29, ବଲାଙ୍ଗିରରୁ 24, କନ୍ଧମାଳ ଓ ସୋନପୁରରୁ 22ଜଣ ଲେଖାଏଁ , ରାୟଗଡାରୁ 13, ବୌଦ୍ଧରୁ 9, ଦେବଗଡ଼ରୁ ଜଣେ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  3ହଜାର 25 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1844ଜଣ ଚିହ୍ନଟ ହୋଇଥିବାବେଳେ 1181ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 65 ହଜାର561 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 28 ହଜାର 719ଜଣ । ସେହିପରି ସୁସ୍ଥ ହୋଇଛନ୍ତି 77 ହଜାର 286ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 492ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଖୋର୍ଦ୍ଧା : ଚଳିତ ବର୍ଷ ଖୋର୍ଦ୍ଧା ପୌରପରିଷଦ ତରଫରୁ ନିରାଡ଼ମ୍ବର ଭାବେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଅଛି ।  ଏହି ଅବସରରେ ଜିଲ୍ଲାପାଳ ତଥା ପୌର ପ୍ରଶାସକ ଶ୍ରୀ ସନତ କୁମାର ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀ ଜ୍ୟୋତିନ୍ଦ୍ରନାଥ ମିତ୍ର ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ମହୋଦୟ ଜନସାଧାରଣ ଙ୍କ ସହଯୋଗିତା ଓ ସହଭାଗିତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ବିଧାୟକ ମହୋଦୟ ଆଗାମୀ ଦିନରେ ମ୍ୟୁନିସିପାଲିଟି ମଧ୍ୟରେ ହେବାକୁ ଥିବା ସମସ୍ତ ପ୍ରୋଜେକ୍ଟ ଗୁଡିକର କାର୍ଯ୍ୟକାରିତା ଉପରେ ସୂଚନା ଦେଇଥିଲେ । ପୌର ନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶ୍ୱେତପଦ୍ମା ଶତପଥୀ ଜଜାରସିଂହ ମୌଜାରେ ଥିବା ଶ୍ମଶାନର ନବୀକରଣ, ପର୍ଯ୍ୟଟନ କ୍ଷେତ୍ର ବରୁଣେଇର ଉନ୍ନତିକରଣ, ଟାଉନହଲ ପୁନଃରୁଦ୍ଧାର, ଜରିପୋଖରୀ ଉନ୍ନତିକରଣ, ମୁକୁନ୍ଦପ୍ରସାଦ ବଡ଼ ପୋଖରୀ ସୌନ୍ଦର୍ଯ୍ୟକରଣ ନିମନ୍ତେ ସରକାର ଅର୍ଥ…

Read More

ନୂଆଦିଲ୍ଲୀ, 2020 ଅଗଷ୍ଟ ମାସରେ ଦେଶରେ ମୋଟ 86,449 କୋଟି ଟଙ୍କାର ଜିଏସ୍‌ଟି ରାଜସ୍ୱ ସଂଗୃହୀତ ହୋଇଛି। ସେଥିମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ 15906 କୋଟି ଟଙ୍କା ହୋଇଥିବାବେଳେ ରାଜ୍ୟ ଜିଏସ୍‌ଟି ପରିମାଣ 21064 କୋଟି ଟଙ୍କା। ସେହିଭଳି ଏହି ମାସରେ ସମନ୍ୱିତ ଜିଏସ୍‌ଟି ବାବଦରେ 42246 କୋଟି ଟଙ୍କା ଆଦାୟ ହୋଇଛି ଏବଂ ସେଥିରେ ଆମଦାନୀ ସାମଗ୍ରୀ ଉପରେ ସଂଗୃହୀତ ରାଜସ୍ୱ ପରିମାଣ 19179 କୋଟି ଟଙ୍କା। ଏହାଛଡା ସେସ୍‌ ବା ଉପକର ବାବଦରେ ଏହି ମାସରେ ମୋଟ 7215 କୋଟି ଟଙ୍କା ସଂଗୃହୀତ ହୋଇଛି। ଏଥିରେ ଆମଦାନୀ ହେଉଥିବା ସାମଗ୍ରୀ ଉପରୁ ମିଳିଥିବା ଟିକସ ପରିମାଣ 673 କୋଟି ଟଙ୍କା ଅନ୍ତର୍ଭୁକ୍ତ। ନିୟମିତ ପରିଶୋଧ ଅନୁସାରେ କେନ୍ଦ୍ର ସରକାର ସିଜିଏସ୍‌ଟି ବାବଦରେ 18216 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାଛଡା ସମନ୍ୱିତ ଜିଏସ୍‌ଟିରୁ ରାଜ୍ୟ ଜିଏସ୍‌ଟି ବାବଦକୁ 14650 କୋଟି ଟଙ୍କା ଦିଆଯାଇଛି। ନିୟମିତ ପରିଶୋଧ ପରେ ଉଭୟ…

Read More

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତ ସଂଖ୍ୟା ୨୫.୪ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟ ୮ ଲକ୍ଷ ୪୯ ହଜାରରୁ ଅଧିକ ହୋଇଛି। ମଙ୍ଗଳବାର ସକାଳ ସୁଦ୍ଧା ମୋଟ ମାମଲା ୨ କୋଟି ୫୪ ଲକ୍ଷ ୫ ହଜାର ୫୫୬ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୪୯ ହଜାର ୩୦୩ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହି ସଦ୍ୟତମ ରିପୋର୍ଟ ପ୍ରକାଶ କରିଛି। ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଏବଂ ମୃତ୍ୟୁ ଯଥାକ୍ରମେ ୬୦ ଲକ୍ଷ ୨୮ ହଜାର ୬୧୭ ଏବଂ ୧ ଲକ୍ଷ ୮୩ ହଜାର ୫୭୯ ରେ ରହିଥିଲା। ସେହିପରି ବ୍ରାଜିଲରେ ୩,୯୦୮,୨୭୨ ସଂକ୍ରମଣ ଏବଂ ୧୨୧,୩୮୧ ମୃତ୍ୟୁ ସହିତ ଦ୍ୱିତୀୟ ସ୍ଥାନରେ ଅଛି ମାମଲା ଅନୁଯାୟୀ, ଭାରତ ତୃତୀୟ ସ୍ଥାନରେ ରହିଛି (୩,୬୨୧,୨୪୫), ଏବଂ ପରେ ଋଷିଆ (୯୯୨,୪୦୨), ପେରୁ…

Read More

ନୂଆଦିଲ୍ଲୀ, ସୋମବାର ସକାଳେ ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ରାଜସ୍ଥାନ, ଗୁଜରାଟ ଏବଂ ପଶ୍ଚିମବଂଗର ହିମାଳୟ ଉପାନ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତି ପ୍ରବଳରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିଭଳି ମଧ୍ୟମହାରାଷ୍ଟ୍ର ଆସାମ, କୋଙ୍କଣ ଓ ଗୋଆର କେତେକ ସ୍ଥାନରେ ମଧ୍ୟ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ପୂର୍ବ ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ଉପକୂଳବର୍ତ୍ତୀ  କର୍ଣ୍ଣାଟକର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଯାଇଛି । ଦେଶର 20ଟି ସ୍ଥାନରେ ବନ୍ୟା ଜଳସ୍ତର ବିପଦ ସଂକେତ ଉପରେ ରହିଛି । ସେଥିମଧ୍ୟରେ ବିହାରରୁ 7, ଉତ୍ତର ପ୍ରଦେଶର 4, ଓଡିଶା ଓ ମହାରାଷ୍ଟ୍ରରେ 2 ଏବଂ ଆସାମ, ଗୁଜରାଟ, ଝାଡଖଣ୍ଡ, ମଧ୍ୟପ୍ରଦେଶ ଓ ପଶ୍ଚିମବଂଗରେ ବନ୍ୟା ପରିସ୍ଥିତି ମଧ୍ୟ ଗୁରୁତର ଅଛି । ଏହି 20ଟି ସ୍ଥାନରେ ନଦୀଗୁଡିକ ବିପଦ ସଂକେତଠାରୁ ବହୁ ଊଦ୍ଧ୍ୱର୍ରେ ପ୍ରବାହିତ ହେଉଥିବାରୁ ବନ୍ୟା ପରିସ୍ଥିତି ଅତି…

Read More

ନୂଆଦିଲ୍ଲୀ, ଭାରତ ସୀମାରେ ଚୀନର ନିୟମ ଉଲ୍ଲଘଂନ କାର୍ଯ୍ୟକଳାପ ସଂପର୍କରେ ଭାରତ ତାହାର ସ୍ପଷ୍ଟୀକରଣ ରଖିଛି। ଏଥିରେ କୁହାଯାଇଛି ଯେ, ପୂର୍ବ ଲଦାଖରେ ଜାରି ରହିଥିବା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଏକାଧିକ ସେନା ଓ କୂଟନୈତିକ ସ୍ତରରେ ଆଲୋଚନା ହୋଇଥିଲା। ସ୍ଥିତି ସ୍ୱାଭାବିକ କରିବା ଲାଗି ସହମତି ପ୍ରକାଶ ପାଇଥିଲା। କିନ୍ତୁ ଚୀନର ପିଏଲଏ ସେନା ସ୍ଥିତି ବିଗାଡ଼ିବା ପାଇଁ ଅହରହ ପ୍ରୟାସ ଚଳାଇଛି। ସେମାନେ ସମସ୍ତ ପୂର୍ବ ସହମତିକୁ ଉଲ୍ଲଂଘନ କରି ଅଗଷ୍ଟ ୨୯-୩୦ ରାତ୍ରିରେ ସୀମା ଅଞ୍ଚଳରେ ଉତ୍ତେଜକ ସାମରିକ କାର୍ଯ୍ୟକଳାପ ଜାରି ରଖିଥିଲେ । କିନ୍ତୁ ଭାରତୀୟ ସେନା ପ୍ୟାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ତଟରେ ପିଏଲଏର ଏଭଳି କାର୍ଯ୍ୟକଳାପ ନିଷ୍କ୍ରିୟ କରିଦେଇଛି। ଚୀନ ସେନା ଯେଉଁ ଉଦ୍ଦେଶ୍ୟ ରଖି ଏଭଳି ଏକତରଫା କାର୍ଯ୍ୟକଳାପ ଚଳାଇଥିଲା, ଭାରତୀୟ ସେନା ତାହାକୁ ପଣ୍ଡ କରିଦେଇଛି। ଆଲୋଚନା ମାଧ୍ୟମରେ ଉକ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା…

Read More

ନୂଆଦିଲ୍ଲୀ,  କୋଭିଡ-୧୯ ସଙ୍କଟର ଜରୁରିକାଳୀନ ମୁକାବିଲା ଉଦ୍ଦେଶ୍ୟରେ ଜାପାନ ସରକାର ଜେପିଓ୍ବାଇ ୫୦ ବିଲିୟନ ବା ଆନୁମାନିକ ୩୫୦୦ କୋଟି ଟଙ୍କାର ସରକାରୀ ବିକାଶମୂଳକ ଋଣ ସହାୟତା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏ ସଂକ୍ରାନ୍ତ ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଡ. ସି.ଏସ ମହାପାତ୍ର ଏବଂ ଭାରତରେ ଅବସ୍ଥାପିତ ଜାପାନୀ ରାଷ୍ଟ୍ର ଦୂତ ମିଃ ସୁଜୁକି ସାତୋଶୀଙ୍କ ମଧ୍ୟରେ ଚୁକ୍ତି ହୋଇଛି। କୋଭିଡ-୧୯ ସଂକଟର ମୁକାବିଲା ଲାଗି ସ୍ବାସ୍ଥ୍ୟ କ୍ଷେତ୍ରର ଋଣ ସହାୟତା କାର୍ଯ୍ୟକ୍ରମ ସ୍ବରୂପ ଏହି ସହଯୋଗ ଜାପାନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଡ. ସି.ଏସ ମହାପାତ୍ର ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ ଜେଆଇସିଏର ମୁଖ୍ୟ ପ୍ରତିନିଧି ମିଃ କାତସୁଓ ମାତସୁମୋତୋ ଉଭୟ ପକ୍ଷରୁ ଋଣ ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଏହି ଋଣ ସହାୟତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଭାରତର କୋଭିଡ-୧୯…

Read More

ନୂଆଦିଲ୍ଲୀ,ଖୁବ୍ ଶିଘ୍ର ଓଡିଶା ଆସିବେ କେନ୍ଦ୍ରୀୟ ଟିମ। ଓଡିଶା ସହିତ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମିଶାଇ ଚାରିଟି ରାଜ୍ୟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ନିୟୋଜିତ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିଷ୍ପତ୍ତି ନେଇଛି । ଏସବୁ ରାଜ୍ୟରେ ହଠାତ କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ପାଇଛି ଏବଂ କେତେକ ରାଜ୍ୟରେ ମୃତ୍ୟୁହାର ଅଧିକ ରହିଛି। ଏହି କେନ୍ଦ୍ରୀୟ ଦଳ ଆବଦ୍ଧାଞ୍ଚଳ ନିରୀକ୍ଷଣ, ନମୁନା ପରୀକ୍ଷା ଏବଂ କୋଭିଡ ପଜିଟିଭ ମାମଲାଗୁଡ଼ିକର ଦକ୍ଷ ଚିକିତ୍ସା ପରିଚାଳନାକୁ ସୁଦୃଢ଼ କରିବା ଲାଗି ରାଜ୍ୟଗୁଡ଼ିକ ପକ୍ଷରୁ ହେଉଥିବା ପ୍ରୟାସରେ ସହାୟତା କରିବେ। ଠିକଣା ସମୟରେ ରୋଗର ନିଦାନ ଓ ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତୀୟ ଆହ୍ବାନଗୁଡ଼ିକର ଦକ୍ଷତାପୂର୍ବକ ମୁକାବିଲା କ୍ଷେତ୍ରରେ ମଧ୍ୟ କେନ୍ଦ୍ରୀୟ ଦଳ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ କରିବେ। ପ୍ରତ୍ୟେକ ବହୁକ୍ଷେତ୍ରୀୟ କେନ୍ଦ୍ରୀୟ ଦଳରେ ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ଏବଂ ଅନ୍ୟ ଜଣେ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ରହିବେ। ଏହି…

Read More

ମୂମ୍ବାଇ/ଭୁବନେଶ୍ୱର: ଗ୍ରାହକଙ୍କ ପ୍ରତି ରହିଥିବା ଏହାର ଆଗ୍ରହକୁ ଦୋହରାଇ ଏବଂ ‘ନୂଆ ଭାରତର ନୂଆ ଜୋଶ୍‌’ ବା ନୟେ ଇଣ୍ଡିଆ କା ନୟା ଜୋଶ୍‌ କୁ ପାଳନ କରି ପ୍ରତିଟି ଭାରତୀୟଙ୍କ ଘରକୁ ସଶକ୍ତ କରିବା ନିମନ୍ତେ ଜିଓ ଫାଇବର୍ ପକ୍ଷରୁ ନୂଆ ଟାରିଫ୍ ପ୍ଲାନ୍‌ଗୁଡିକର ଘୋଷଣା କରାଯାଇଛି। ଜିଓ ଫାଇବର ୩୦-ଦିନ ମାଗଣା ପରୀକ୍ଷଣ ସେବାରେ କଣ ରହିଛି ୧. ହାଇ ସ୍ପିଡ୍ ଇଣ୍ଟରନେଟ୍‌: ଘରେ ସମ୍ପୂର୍ଣ୍ଣ ଭରସାଯୋଗ୍ୟ ଇଣ୍ଟରନେଟ୍ ଓ ୱାଇ-ଫାଇ ଯାହା ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଶିକ୍ଷା, କାର୍ଯ୍ୟ, ସ୍ୱାସ୍ଥ୍ୟ ଓ ସପିଙ୍ଗ୍‌ର ଅନୁଭୂତି ପ୍ରଦାନ କରିବ। ୨. ମନୋରଞ୍ଜନ: ଅନ୍‌-ଡିମାଣ୍ଡ୍ ଭିଡିଓ, ଲାଇଭ୍ ଟିଭି, ସିନେମା ଓ ଆହୁରି ବହୁତ କିଛି ସହ ମନୋରଂଜନ ଅନୁଭୂତିରେ ବୈପ୍ଳବିକ ପରିବର୍ତ୍ତନ। ନେଟଫ୍ଲିକ୍ସ, ଆମାଜନ, ଡିଜନି+ ହଟ୍‌ଷ୍ଟାର୍ ଇତ୍ୟାଦି ୧୨ଟି ପେଡ୍ ଓଟିଟି ଆପ୍ ବିନା ଅତିରିକ୍ତ ଖର୍ଚ୍ଚରେ ମିଳିବ । ଟିଭିରେ ୟୁଟ୍ୟୁବ୍ ଠାରୁ ଆରମ୍ଭ କରି…

Read More

ଭୁବନେଶ୍ବର, ଶନିବାର ଓ ରବିବାର ବ୍ୟତୀତ ସପ୍ତାହରେ ପାଞ୍ଚଦିନ ଚଳାଚଳ କରୁଥିବା ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ସେବାକୁ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି। ୦୨୮୬୧ ରାଉରକେଲା-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ରାଉରକେଲା ଠାରୁ ଭୋର ୫ଘ.୧୦ ମି.ରେ ଛାଡି ଭୁବନେଶ୍ୱର ଠାରେ ଅପରାହ୍ନ ୧୨ଘ.୩୦ମି.ରେ ପହଁଚୁଥିବାବେଳେ ଫେରିବା ପଥରେ ୦୨୮୬୨ ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ଅପରାହ୍ନ ୨ଘ.୧୦ମି.ରେ ଛାଡି ରାଉରକେଲା ଠାରେ ରାତ୍ର ୯ଘ.୪୦ମି.ରେ ପହଞ୍ଚିବ।

Read More

ନୂଆଦିଲ୍ଲୀ, ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଦେଶରେ ପାଳନ ହେବ ସାତ ଦିନିଆ ରାଷ୍ଟ୍ରୀୟ ଶୋକ। ଏ ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଫଳରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ତାରିଖ ଯାଏଁ ସରକାରୀ ସ୍ତରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ। ଏହି ରାଷ୍ଟ୍ରୀୟ ଶୋକ ଦିବସରେ ଭାରତର ଯେଉଁଠାରେ ଜାତୀୟ ପତାକା ଲାଗିଛି, ତାହା ଅର୍ଦ୍ଧ ନମିତ ହେବ। ରାଷ୍ଟ୍ରପତି ଭବନରେ ଜାତୀୟ ପତାକାକୁ ଆଜି ଅର୍ଦ୍ଧ ନମିତ କରାଯାଇ ପ୍ରଣବ ମୁଖାର୍ଜୀଙ୍କୁ ସମ୍ମାନ ଦିଆ ଯାଇଛି। ଆସନ୍ତାକାଲି ଦିଲ୍ଲୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଣବ ଦା’ଙ୍କ ଅନ୍ତିମ ସଂସ୍କାର କରାଯିବ।

Read More