ଭୁବନେଶ୍ବର : ଆଜି ରାଜ୍ୟରେ 13ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ପୁରୀରୁ ସର୍ବାଧିକ 3 ଜଣ ରହିଥିବାବେଳେ ଗଞ୍ଜାମ ଓ ରାୟଗଡା, ମୟୂରଭଞ୍ଜରୁ 2 ଜଣ ଲେଖାଏଁ ରହିଛନ୍ତି । ସେହିପରି କଟକ, ଭୁବନେଶ୍ବର, କନ୍ଧମାଳ, ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । ପୁରୀରୁ ମୃତ୍ୟୁବରଣ କରିଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 60 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 45 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 60 ବର୍ଷୀୟ ମହିଳା ବୋଲି ସୂଚନା ରହିଛି । ସେହିପରି ରାୟଗଡା ଜିଲ୍ଲାରୁ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କ ବୟସ ଯଥାକ୍ରମେ 48 ଓ 72 ବର୍ଷ । ସେହିପରି ଗଞ୍ଜାମ ଜିଲ୍ଲାରୁ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 58 ଓ 50 ବର୍ଷ । ମୟୂରଭଞ୍ଜରୁ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ…
Author: Samikhsya Bureau
ହାଇଦ୍ରାବାଦ : ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତା ଜୟପ୍ରକାଶ ରେଡ୍ଡିଙ୍କର ହୃଦ୍ଘାତ ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ୍ୟୁବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ବାସଭବନରେ ଆଜି ସକାଳେ ତାଙ୍କର ତେହାନ୍ତ ହୋଇଥିବାର ସୂଚନା ରହିଛି । ଲୋକପ୍ରିୟ ଟଲିଉଡ୍ କଳାକାରଙ୍କ ପରଲୋକରେ ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ଶୋକପ୍ରକଟ କରିଛନ୍ତି । ତେଲୁଗୁ ଫିଲ୍ମ ‘ବହ୍ମପୁତ୍ରୁଡୁ’ର ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ଜୟପ୍ରକାଶ ରେଡ୍ଡି ଜଣେ ଥିଏଟର କଳାକାର ରୂପେ ବେଶ୍ ପରିଚିତ । ’ପ୍ରେମିଚୁକୁଣ୍ଡମ ରା, ଗବ୍ବର ସିଂ, ଚେନ୍ନାକେଶବାରେଡ୍ଡି, ସୀଥାୟା, ଟେମ୍ପର୍, ସମରସିମା ରେଡ୍ଡି, , ନରସିଂହ ନାଇଡୁ, ନୁଭୋଷ୍ଟାନାନେ, ଜୁଲାଇ, ରେଡି, କିକ୍ ପରି ବହୁ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ଜୟପ୍ରକାଶ ରେଡ୍ଡି । ଅଲ୍ଲାଗଡ୍ଡା ଜିଲ୍ଲାର ଜୟପ୍ରକାଶ ନିଜର ହାସ୍ୟତ୍ମକ ରୋଲ୍ ପାଇ ବେଶ୍ ପରିଚିତି ହାସିଲ କରିଥିଲେ ।…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସିରୋଞ୍ଜ କେ ଟୋରୀ ବାଗରୋଦରୁ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନବବିବାହିତା କନ୍ୟା ବିବାହର 15 ଦିନରେ ବିବାହ କରାଇଥିବା ବ୍ରାହ୍ମଣ ସହିତ ଫେରାର୍ ହୋଇଛନ୍ତି । 21 ବର୍ଷୀୟ ଯୁବତୀଙ୍କ ବିବାହ ବାସୋଦାର ଆସଠ ଗ୍ରାମରେ ଜନୈକ ଯୁବକଙ୍କ ସହିତ ମେ 7 ତାରିଖରେ ବିବାହ ହୋଇଥିଲା । ପଣ୍ଡିତ ବିନୋଦ ମହାରାଜା ନାମକ ଜଣେ ପଣ୍ଡିତ ବା ବ୍ରାହ୍ମଣ ଏହି ବିବାହ କରାଇଥିଲେ । ବିବାହ ପରେ ଯୁବତୀ ଜଣକ ଶାଶୁଘରକୁ ଚାଲିଯାଇଥିଲେ । ଏହା ପରେ ତିନି ଦିନ ପରେ ଯୁବତୀ ଜଣକ ନିଜ ବାପଘରକୁ ଫେରି ଆସିଥିଲେ । ମେ 23 ତାରିଖରେ ଯୁବତୀଙ୍କ ପରିବାର ଅନ୍ୟ ଏକ ବିବାହ ସମାରୋହରେ ବ୍ୟସ୍ତ ଥିବାବେଳେ ଯୁବତୀ ଜଣକ ଉକ୍ତ ପଣ୍ଡିତଜୀଙ୍କ ସହିତ ଫେରାର ହୋଇଯାଇଥିଲେ । ଯୁବତୀଙ୍କ ପରିବାରରେ ଅନୁଷ୍ଠିତ ହେଉଥିବା ଅନ୍ୟ ଏକ ବିବାହ…
ବେଙ୍ଗାଲୁରୁ : କରୋନାକୁ ନେଇ ସାରା ବିଶ୍ବ ଭୀତତ୍ରସ୍ତ ରହିଥିବାବେଳେ କରୋନାକୁ ନେଇ ପୁଣି ଏକ ନୂତନ ମାମଲା ଦେଖିବାକୁ ମିଳିଛି । କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଜଣେ 27 ବର୍ଷୀୟା ମହିଳା ପୁନର୍ବାର କରୋନାରେ ପୀଡ଼ିତ ହୋଇଥିବାର ସୂଚନା ରହିଛି । ବେଙ୍ଗାଲୁରୁର 27 ବର୍ଷୀୟା ଜଣେ ମହିଳା କୋଭିଡ୍-19ରୁ ସୁସ୍ଥ ହେବା ପରେ ପୁଣିଥରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବାର ଦେଖାଯାଇଛି । ଭାରତରେ ଏଭଳି ମାମଲା ପ୍ରଥମଥର ପାଇଁ ଦେଖାଦେଇଛି । ଯଦିଓ ଏପରି ମାମଲା ବାହାର ଦେଶରେ ପୂର୍ବରୁ ଦେଖାଯାଇଥିବାର ସୂଚନା ରହିଥିଲା । ମିଳିଥିବା ସୂଚନା ଅନୁସାରେ ମହିଳାଜଣକ ଜୁଲାଇ ମାସରେ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍ଚାର୍ଜ ହେବାର ମାସକ ପରେ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଏଭଳି ମାମଲାକୁ ଦେଖି ସ୍ବାସ୍ଥ୍ୟ ମନ୍ତ୍ରୀ ଡା. କେ ସୁଧାକର ଅଧିକାରୀଙ୍କୁ ଏହା ସମ୍ପର୍କରେ କ୍ଲିନିକାଲ୍ ଅଧ୍ୟୟନ କରିବାକୁ ପରାମର୍ଶ…
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ବେଶ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଦେଶରେ ଗତ 24 ଘଣ୍ଟାରେ 75 ହଜାର 809ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1133ଜଣଙ୍କ ଜୀବନ ଯାଇଛି । ଦୁଇ ସେପେ୍ଟମ୍ବରରୁ ଦେଶରେ ଲଗାତାର ଭାବରେ ପ୍ରତ୍ୟେକ ଦିନ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ଯାଉଥିବାର ଦେଖାଯାଉଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ 43 ଲକ୍ଷରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ 70 ହଜାରରୁ ଉର୍ଦ୍ଧ୍ବ ରହିଛି । ବ୍ରାଜିଲ୍କୁ ପଛରେ ପକାଇ ଭାରତ କରୋନା ସଂକ୍ରମିତ ଦେଶ ମାନଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ପହଞ୍ଚିସାରିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 42 ଲକ୍ଷ 80 ହଜାରରେ ପହଞ୍ଚିଥିବାବେଳେ 72 ହଜାର 775ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଶରେ ଏପର୍ଯ୍ୟନ୍ତ ସକ୍ରିୟ ଆକ୍ରାନ୍ତଙ୍କ…
Amritsar: Farmers shout slogans as they stage a sit-in demonstration against Prime Minister Narendra Modi and Punjab Chief Minister Captain Amarinder Singh during a protest against the Electricity Amendment Bill 2020, the plan of privatising the power distribution in the Union Territories and against agriculture-related ordinances brought by the Union government, outside the Deputy Commissioner’s (DC) office in Amritsar on Sept 7, 2020. (Photo: IANS)
କଟକ : ପୋଲିସଠାରୁ ସୁରକ୍ଷା ଲୋଡିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ବର୍ଷା ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି। ଏଥିପାଇଁ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ବର୍ଷା 100କୁ ଫୋନ୍ କରି ସୁରକ୍ଷା ମାଗିଥିବାବେଳେ ଗତକାଲି ଜଣେ ମହିଳା କନେଷ୍ଟବଳ ବର୍ଷାଙ୍କ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ଗତକାଲି ଘରେ ଥିବାବେଳେ 2 ଜଣ ଅଜଣା ଯୁବକ ଘରକୁ ପଶିଥିବାର ଅଭିଯୋଗ କରିଛନ୍ତି ବର୍ଷା । ଦୁଇ ଯୁବକ ବେଡରୁମ୍ରେ ପଶି ଭିଡିଓ ସୁଟିଂ କରିଥିଲେ ବୋଲି ବର୍ଷା ଅଭିଯୋଗ କରିଛନ୍ତି । ଏପରିକି ବର୍ଷା ଖାଉଥିବା ବେଳେ ଦୁଇ ଅଜଣା ଯୁବକ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପରେ ଅନୁଭବଙ୍କ କଟକ ନନ୍ଦିସାହି ଘରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି ଜିଲ୍ଲା ସୁରକ୍ଷା ଅଧିକାରୀ। ବର୍ଷା ଅନୁଭବଙ୍କ ବିରୋଧରେ ଦେଇଥିବା ଅଭିଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି…
ହାଇଦ୍ରାବାଦ, ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ ଜିଲ୍ଲାରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ଛତିଶଗଡ ସୀମାରେ ଥିବା ଚେର୍ଲା ମଣ୍ଡଳର ଭାଡିପେଟା ଏବଂ ପୁସୁଗୁପ୍ପା ଗ୍ରାମ ମଧ୍ୟରେ ଜଙ୍ଗଲରେ ଏହି ଘଟଣା ଘଟିଛି। ଗତ ସପ୍ତାହ ମଧ୍ୟରେ ଜିଲ୍ଲାର ମାଓବାଦୀ ଏବଂ ପୋଲିସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ମୁକାବିଲା। ଗୁଣ୍ଡାଲା ମଣ୍ଡଳର ଦେଭାଲାଗୁଡେମ ଗ୍ରାମ ନିକଟରେ ସେପ୍ଟେମ୍ବର 3 ତାରିଖରେ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଖସି ପଳାଇଥିଲା। ବର୍ତ୍ତମାନ ନିହତ ହୋଇଥିବା ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ। ଜିଲ୍ଲା ପୋଲିସ ଅଧୀକ୍ଷକ ସୁନୀଲ ଦତ୍ତ କହିଛନ୍ତି ଯେ ରବିବାର ଦିନ ମାଓବାଦୀମାନେ ସୁରକ୍ଷା କର୍ମୀ ତଥା ଜନ ପ୍ରତିନିଧୀଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇବାର ଯୋଜନା କରୁଥିବାର ସୂଚନା ପୋଲିସିକୁ ମିଳିଥିଲେ। ଏପରିକି ସେପ୍ଟେମ୍ବର ୩ ଏନକାଉଣ୍ଟରକୁ ବିରୋଧ…
ଭୁବନେଶ୍ବର, ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧ ଟି ସ୍ଥାନରେ ୩୫.୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ସର୍ବୋଚ୍ଚ ତାପମାତ୍ରା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ରେକର୍ଡ କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଏହି ଏଗାରଟି ସହରର ତାପମାତ୍ରା ଗତକାଲି ଅଧିକ ଥିଲା। ପାରଳାଖେମୁଣ୍ଡି ୩୭.୫ ମାଲକାନଗିରି ୩୬.୫, ଅନୁଗୁଳ ୩୬.୧, ଚାନ୍ଦବାଲି ୩୬.୧, କଟକ ୩୬.୦, ବୌଦ୍ଧ ୩୬.୦ , ଭୁବନେଶ୍ୱର ୩୫.୭, ସମ୍ବଲପୁର ୩୫.୨, ଟିଟିଲାଗଡ ୩୫.୨, ନୟାଗଡ ୩୫.୦ ରାୟଗଡା ୩୫.୦
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୧ଟା ବେଳେ ଜୟପୁରର ପତ୍ରିକା ଗେଟ୍କୁ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଉଦ୍ଘାଟନ କରିବେ । ଏହି ଆଇକନିକ୍ ଗେଟ୍କୁ ପତ୍ରିକା ଖବରକାଗଜ ଗୋଷ୍ଠୀ ଜୟପୁରର ଜବାହାରଲାଲ ନେହେରୁ ମାର୍ଗରେ ତିଆରି କରିଛି। ଏହି ଅବସରରେ ପତ୍ରିକା ଗ୍ରୁପ ଅଧ୍ୟକ୍ଷଙ୍କ ଦ୍ୱାରା ଲିଖିତ ଦୁଇଖଣ୍ଡ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ଉନ୍ମୋଚିତ ହେବାର ଅଛି । ଏହି କାର୍ଯ୍ୟକ୍ରମକୁ ଦୂରଦର୍ଶନ ପକ୍ଷରୁ ସିଧା ପ୍ରସାରଣ ମଧ୍ୟ କରାଯିବ ।
ନ୍ୟୁୟର୍କ, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଅନୁଯାୟୀ ସୋମବାର ଦିନ ବିଶ୍ୱ କୋଭିଡ -୧୯ ମୃତ୍ୟୁ ୮୯୦,୦୬୪ କୁ ବୃଦ୍ଧି ପାଇଛି, ଯେଉଁଥିରେ ସାରା ବିଶ୍ୱରେ ୨୭.୨ ମିଲିୟନରୁ ଅଧିକ ମୃତ୍ୟୁ ହାର ରହିଛି। ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଆମେରିକା ତାଲିକାର ଶୀର୍ଷରେ ରହିଛି, ଏଥିରେ ୬,୨୯୬,୬୨୯ ମାମଲା ଏବଂ ୧୮୯,୧୧୪ ମୃତ୍ୟୁ ଘଟିଛି, ଯାହା ବିଶ୍ବର ମୃତ୍ୟୁର ୨୦% ରୁ ଅଧିକ ଅଟେ। ବ୍ରାଜିଲରେ ୧୨୬,୬୫୦ ମୃତ୍ୟୁ ରେକର୍ଡ ହୋଇଛି, ତା’ପରେ ଭାରତରେ ୭୧,୬୪୨ ମୃତ୍ୟୁ ଘଟିଛି। ଏହି ସମୟରେ, ଭାରତ ବ୍ରାଜିଲକୁ ଅତିକ୍ରମ କରି ଦ୍ୱିତୀୟ ବୃହତ୍ତମ ମାମଲା ସହିତ ଦେଶ ହୋଇପାରିଛି, ଯାହା ୪,୨୦୪,୬୧୩ ରେ ପହଞ୍ଚିଛି। ୩୦,୦୦୦ ରୁ ଅଧିକ ମୃତ୍ୟୁ ସହ ଅନ୍ୟ ଦେଶ ମଧ୍ୟରେ ମେକ୍ସିକୋ, ବ୍ରିଟେନ
ଭୂବନେଶ୍ବରର, ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋଚ୍ ଫାଉଣ୍ଡେସନ ଟ୍ରଷ୍ଟ ଦ୍ଵାରା ଖୋର୍ଦ୍ଧା ଜିଲ୍ଲାର ଶରଧାପୁର ଏବଂ ହୀରିମୂଳ ଗ୍ରାମରେ ପାଖାପାଖି ୩୦୦ ପରିବାରଙ୍କୁ ଶୁଖିଲା ଖାଦ୍ୟ ବିତରଣ କରାଗଲା। ଶୁଖିଲା ଖାଦ୍ୟରେ ବନ୍ୟା ପୀଡ଼ିତଙ୍କ ପାଇଁ ଚୁଡ଼ା, ଚିନି, ବିସ୍କୁଟ ଆଦି ଥିଲା।ଏ କାର୍ଯ୍ୟରେ ନୟାଗଡ଼ ଜିଲ୍ଲାର ରୂପା ଫାଉଣ୍ଡେସନ ଟ୍ରଷ୍ଟ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ। ଶୁଖିଲା ଖାଦ୍ୟ ବିତରଣ ସମୟରେ ସୋଚ୍ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ପ୍ରତିଷ୍ଠାତା ସ୍ବାଧୀନ କୁମାର ପାତ୍ର, ପ୍ରତିଭା ଶ୍ରୀଚନ୍ଦନ, ମକରଧ୍ବଜ ରାଉତ, ପ୍ରଣବ ଜ୍ୟୋତି ବିଶ୍ୱାଳ, ପ୍ରାଣକୃଷ୍ଣ ଭୂୟାଁ, ସୁମିତ୍ରା ସାହୁ, ଜ୍ୟୋତି ପରିଡ଼ା, ରୋଜାଲିନ ପଣ୍ଡା, ପ୍ରକାଶ ବିଶ୍ୱାଳ, ଶିବପ୍ରସାଦ ସାମନ୍ତରାୟ, ରଞ୍ଜନ ବେହେରା ଆଦି ଉପସ୍ଥିତ ଥିଲେ।ଏ ସମସ୍ତ କାର୍ଯ୍ୟ କରିବା ରେ ପ୍ରଶାସନ ଏବଂ ସ୍ଥାନୀୟ ଅଧିବାସୀ ସମ୍ପୂର୍ଣ ରୂପେ ସହଯୋଗ କରିଥିଲେ।
ଭୁବନେଶ୍ବର, ଅନ୍ତାର୍ଜାତୀୟ ବାଲୁକାଶିଳ୍ପୀଙ୍କ ସୁଦର୍ଶନ ପଟ୍ଟନାୟକଙ୍କ ଏକ ବାଲୁକା କଳା ଭୁବନେଶ୍ବର ବିମାନ ବନ୍ଦରରେ ଶୋଭା ପାଉଛି। ଏଥିରେ ସୁଦର୍ଶନ ଭଗବାନ ବୁଦ୍ଧ ଶୟନ ଅବସ୍ଥାର ଏକ ସ୍ଥାପତ୍ୟ ବେଶ୍ ଆକର୍ଷଣୀୟ ଭାବେ ନିର୍ମାଣ କରିଛନ୍ତି।
ବାରିପଦା, ଏଆଇସିିସି ଦ୍ୱାରା ଗଠିତ ଟିମ ଆଜି ମୟୁରଭଞ୍ଜ ବନ୍ୟାଂଚଳ ପରିଦର୍ଶନ କରିବା ସହିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତ କରିଥିଲେ । ଏହି ଟିମ୍ରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଜିଲ୍ଲା ସଭାପତି ହେମନ୍ତ ଦାସ ଓ କଂଗ୍ରେସ କମିଟିର କର୍ମକତା ନେତୃମଣ୍ଡଳୀଙ୍କ ସହ ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟି ଓ ବୈଶାଙ୍ଗୀ ବ୍ଲକର ବନ୍ୟାଂଚଳ ବୁଲି ଦେଖିଥିଲେ। ପ୍ରଭାବିତ ଲୋକମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହିତ ଚାଷ ଜମିର କ୍ଷୟକ୍ଷତି ବିଷୟରେ ଅନୁଧ୍ୟାନ କରିଥିଲେ। ତାପରେ ଦିନ ୧୨ଘଂଟା ସମରେ ଜିଲ୍ଲାପାଳ କାର୍ୟ୍ୟାଳୟରେ ଜିଲ୍ଲାପାଳ ନିତିକା ଭରଦ୍ୱାଜଙ୍କ ସାକ୍ଷାତ ଆଲୋଚନା କରିଥିଲେ । ଏହି ସମୟରେ ସହିତ ପ୍ରାକ୍ତନ ସାଂସଦ ସୁଶ୍ରୀ ସୁଶିଳା ତିରିଆ ମଧ୍ୟ ଆଲୋଚାନରେ ଭାଗନେଇଥିଲେ। ତାପରେ ବାରିପଦା ସହର ତଳି ଅଂଚଳ ୱାଡ଼ ନଂ ୭,୮ ଓ ୯ ନମ୍ବର…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଧିନସ୍ଥ ପାଣିଗାଁ ଛକରେ ଗତ ୪ ଜୁଲାଇ ୨୦୨୦ ରେ ଲୁଟ ଘଟଣା ରେ ପୋଲିସକୁ ସଫଳତା ମିଳିଥିବା ଜଣାପଡିଛି। ଏହି ଘଟଣାରେ ଜୁନାଗଡ ପୋଲିସ ୩ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିବା ସହିତ ଚୋରୀ ସାମଗ୍ରୀ ଉଦ୍ଧାର କରିଥିବା ପ୍ରକାଶ। ଘଟଣା ଦିନ ପାଣିଗାଁ ଛକ ପାଖରେ ଜଣେ ମଟର ସାକେଲ ଆରୋହୀଙ୍କୁ ୩ ଜଣ ଦୁର୍ବୁତ ଏକ ଆପାଚି ମଟର ସାଇକେଲ ରେ ଆସି ଲୁଟ କରି ଫେରାର ହୋଇଯାଇଥିଲେ। ଜୁନାଗଡ ପୋଲିସ ଜୁନାଗଡ ଥାନା କେଶ ନଂ. ୧୮୭/୨୦୨୦ ଆଇପିସି ଧାରା ୩୯୪ ଅନୁସାରେ ଏକ କେଶ ରୁଜ୍ଜୁ କରି ଘଟଣାର ଅନୁସନ୍ଧାନ କରୁଥିଲେ। ଏହି ଘଟଣାରେ ଜୁନାଗଡ ପୋଲିସ ୩ ଜଣ ଦୁର୍ବୁତ୍ତଙ୍କୁ ଧରିବାରେ ସଫଳ ହେବା ସହ ତାଙ୍କ ଠାରୁ ନଗଦ ୫୫ଶହ ଟଙ୍କା, ଦୁଇଟି ମୋବାଇଲ ଫୋନ, ବାଜାଜ ମଟର ସାଇକେଲ…
ନୂଆଦିଲ୍ଲୀ, ନୂତନ ଶିକ୍ଷାନୀତି ୨୦୨୦ ଉପରେ ଆଜି ସାରାଦିନ ଏକ ସମ୍ମିଳନୀ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଗଣ, ପ୍ରଶାସକ ଏବଂ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଏହି ନୂଆ ନୀତିର ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଏକମତ ହୋଇଛନ୍ତି । ସେମାନେ କହିଛନ୍ତି ଯେ ଏହି ଶିକ୍ଷାନୀତି କେବଳ ଏକ ମାମୁଲି ନଥି ନୁହେଁ, ଏହା ଦେଶର ଆକାଂକ୍ଷା ପରିପୂରଣ ପାଇଁ ଏକ ଉଦ୍ୟମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଶିକ୍ଷାନୀତି ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀକୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର୍ୟ୍ୟକ୍ରମ ନୂଆ ଶିକ୍ଷାନୀତିକୁ କାର୍ୟ୍ୟକାରୀ କରିବା ଦିଗରେ ବିଶେଷ ଗୁରୁତ୍ୱ ବହନ କରେ । ନୂଆ ଶିକ୍ଷାନୀତିକୁ ସମସ୍ତେ ସ୍ୱାଗତ…
କନ୍ଦର୍ପ ବେହେରା ରେଢାଖୋଲ: ଦିନକୁ ଦିନ ନାକଟିଦେଉଳ ଅଂଚଳରେ ଜନ୍ତୁ ଶିକାର ଚାଲିଥିବା ଅଭିଯୋଗ ହେଉଛି। ବହୁ ଗ୍ରାମରେ ଶିକାରୀମାନେ ବିଦ୍ୟୁତ ତାର ବିଛାଇ କିମ୍ବା ବନ୍ଧୁକ ସାହାଯ୍ୟରେ ଜନ୍ତୁ ଶିକାର କରୁଥିଲେ ମଧ୍ୟ ବନ ବିଭାଗ ସେମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁନାନ୍ତି। ଯା’ ଫଳରେ ବନ ବିଭାଗକୁ ମୁଣ୍ଡବ୍ୟଥାର କାରଣ ହୋଇଛି। ନାକଟିଦେଉଳ ବ୍ଲକ୍ କିସିଣ୍ଡା ରେଞ ଅଧିନସ୍ଥ ଜେମାଜୁରୀ ଗାଁ ନିକଟସ୍ଥ କେନ୍ଦୁମୁଣ୍ଡାଠାରେ ଶିକାରୀମାନେ ଜନ୍ତୁ ଶିକାରପାଇଁ ବିଦ୍ୟୁତ୍ ତାର ବିଛାଉଥିବାର ବନ ବିଭାଗ ଖବର ପାଇ ଚଢଉ କରି ୩ ଜଣଙ୍କୁ ଅଟକ ରଖିଥିବା ଖବର ହସ୍ତଗତ ହୋଇଛି। ଅଟକ ମାନେ ହେଲେ ଜେମାଜୋରୀ ଗ୍ରାମର ଭାବଗ୍ରାହୀ କିସାନ୍, ଚରଣ କିସାନ୍ ଓ ଶରତ କିସାନ। ଏମାନେ ସମସ୍ତେ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ନିୟମିତ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହେଉଛି। ଆହୁରି ତଥ୍ୟ ହାସଲ ପାଇଁ ବନ ବିଭାଗ ତଦନ୍ତ କରୁଛି।
ନୂଆଦିଲ୍ଲୀ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଭିଡିଓକନ୍ ଋଣ ମାମଲାରେ ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଗିରଫ କରିଛି। ତାଙ୍କୁ ପଚରାଉଚରା ପରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଦୀପକ କୋଚରଙ୍କୁ ଗିରଫ କରାଯାଇଛି ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗତ ବର୍ଷ ଭିଡିଓକନ୍ ନିର୍ଦ୍ଦେଶକ ଭେନୁଗୋପାଲ ଧୋଟ୍ ଏବଂ ତାଙ୍କ କମ୍ପାନୀ “ଭିଡିଓକନ୍ ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍” ଏବଂ “ଭିଡିଓକନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍” ବିରୋଧରେ ସିବିଆଇ ଦ୍ୱାରା ମାମଲା ପଞ୍ଜୀକୃତ ହୋଇଥିଲା। ତାଙ୍କର ଅଭିଯୋଗ ଆଧାରରେ ଇଡି ମନି ଲଣ୍ଡରିଂ ମାମଲା ଦାଖଲ କରିବାର ପ୍ରାୟ ଏକ ବର୍ଷ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୋରୋନା ଭୂତାଣୁ ଦ୍ଵାରା କୋରୋନା ଯୋଦ୍ଧା, ବିଧାୟକ, ସାଂସଦମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ସେହିଭଳି ଏହି ମହାମାରୀ କବଳରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ମାନସ ରଂଜନ ମଙ୍ଗରାଜ ମଧ୍ୟ ସଂକ୍ରମିତ ହୋଇଛନ୍ତି। ମାନସ ରଂଜନ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କର ଶୁଭେଚ୍ଛୁ ମାନେ ଵିଭିନ୍ନ ଦେବାଳୟରେ ଦୀପ ଦାନ, ପୂଜାର୍ଚ୍ଚନା ଆଦି କରୁଥିବା ଦେଖିବାକୁ ମିଳିଛି। ଆଜି ଚିଲିକା ବ୍ଲକ ଚଣ୍ଡେଶ୍ୱରର ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଚଣ୍ଡୀ ହର ଦେବଙ୍କ ପୀଠରେ ମାନସ ମଙ୍ଗରାଜଙ୍କ ଶୁଭେଚ୍ଛୁମାନଙ୍କ ଦ୍ୱାରା ବିଭିନ୍ନ ପୂଜାର୍ଚ୍ଚନା କରାଯାଇଛି। ଆଶୁ ଆରୋଗ୍ୟ କାମନା କରି ପ୍ରଭୁ ଚଣ୍ଡୀ ହର ଦେବଙ୍କ ନିକଟରେ ୧୦୮ ଗରା ସୁବାଶିତ ଜଳ ଲାଗି କରାଯିବା ସହ ୧୦୮ ବେଲ ପତ୍ର ଓ ପ୍ରଭୁଙ୍କର ପ୍ରିୟ ଚଂପା ଫୁଲ ଲାଗି କରାଯାଇଛି। ଏହା ସହ ମନ୍ଦିର ଚୁଡାରେ…
ଭୁବନେଶ୍ବର : ଆଜିଠାରୁ 5ଦିନ ଯାଏଁ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ 13ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାଗୁଡିକ ମଧ୍ୟରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ଢ଼େଙ୍କାନାଳ, ବାଲେଶ୍ୱର ଓ ଭଦ୍ରକଜିଲ୍ଲା ରହିଛି । ଏହିସବୁ ହାଲୁକାରୁ ମଧ୍ୟମ ବର୍ଷା ସାଙ୍ଗକୁ କେତେକ ସ୍ଥାନରେ ବଜ୍ରପାତର ସମ୍ଭାବନା ମଧ୍ୟ ରହିଛି । ଆସନ୍ତାକାଲି ପାଇଁ 16ଟିଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ଭୁବନେଶ୍ବର : ଭୁବନେଶ୍ବରର ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ପୁଣି ଏକ ନୂଆ ଟୁଇଷ୍ଟ ଆସିଛି । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ନାମରେ ଆଦିତ୍ୟଙ୍କ ତଥାକଥିତ ବାନ୍ଧବୀ ଚିନ୍ମୟୀ ଏତଲା ଦେଇଛନ୍ତି । ଖଇରା ଥାନାରେ ଚିନ୍ମୟୀ ବିଦ୍ୟାଶ୍ରୀଙ୍କ ନାମରେ ଏତଲା ଦେଇଛନ୍ତି । ବିଦ୍ୟାଶ୍ରୀଙ୍କ ସହିତ ବିସ୍ମିତ ଦାସ ଏବଂ ଅନ୍ୟ କିଛି ଲୋକଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଥିବାର ସୂଚନା ରହିଛି । ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ନେଇ ଏତଲା ଦିଆଯାଇଥିବାର ସୂଚନା ରହିଛି । ଏପରିକି ବିସ୍ମିତ କ୍ରାଇମବ୍ରାଞ୍ଚ ଅଫିସର କହି ଧମକାଇଥିବାର ମଧ୍ୟ ଅଭିଯୋଗ ହୋଇଛି । ଚିନ୍ମୟଙ୍କ ଏତଲା କ୍ରମେ ବିସ୍ମିତ, ବିଦ୍ୟାଶ୍ରୀ ଓ ଅନ୍ୟମାନଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ, ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠୁନଥିବାବେଳେ ନୂଆ ନୂଆ ଟୁଇଷ୍ଟ କିନ୍ତୁ ଦେଖିବାକୁ ମିଳୁଛି…

