ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନା ଭାଇରସ୍ ରୋଗର ମୋଟ ସଂଖ୍ୟା ୨୭ ନିୟୁତ ମାର୍କକୁ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୮୮୨,୦୦୦ ରୁ ବୃଦ୍ଧି ପାଇଛି। ସୋମବାର ସକାଳ ସୁଦ୍ଧା ମୋଟ ମାମଲା ୨୭,୦୦୨,୨୨୪ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୮୮୨,୦୫୩ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବା ସିଏସଏସଇ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି। ସିଏସଏସଇ ଅନୁଯାୟୀ ବିଶ୍ବରେ ଆମେରିକାରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬,୨୭୫,୬୧୪ ଏବଂ ୧୮୮,୯୩୨ ରେ ରହିଥିଲା। ୪,୧୩୭,୫୨୧ ସଂକ୍ରମଣ ଏବଂ ୧୨୬,୬୫୦ ମୃତ୍ୟୁ ସହିତ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଲା। ମାମଲା ଅନୁଯାୟୀ, ଭାରତ ତୃତୀୟ ସ୍ଥାନରେ ରହିଛି (୪,୧୧୩,୮୧୧), ଏବଂ ପରେ ରୁଷିଆ (୧,୦୨୨,୨୨୮), ପେରୁ (୬୮୩,୭୦୨), କଲମ୍ବିଆ (୬୫୮,୪୫୬), ଦକ୍ଷିଣ ଆଫ୍ରିକା (୬୩୮,୫୧୭), ମେକ୍ସିକୋ (୬୩୪,୦୨୩), ସ୍ପେନ୍ (୪୯୮,୯୮୯), ଆର୍ଜେଣ୍ଟିନା…
Author: Samikhsya Bureau
ଚେନ୍ନାଇ, ପ୍ରଥମ ଥର ପାଇଁ ଦେଶରେ ଜଣେ କୋଭିଡ -୧୯ ରୋଗୀକୁ ବିମାନରେ ଗୋଟିଏ ସହରରୁ ଆଉ ଏକ ସହରକୁ ନିଆଯାଇଛି। ରବିବାର ଦିନ ଜଣେ ଗୁରୁତର କରୋନା ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ କୋଲକାତା ରୁ ଚେନ୍ନାଇକୁ ନିଆଯାଇଥିଲା ବୋଲି ICATT Kyathi Air Ambulance କହିଛି। ଏହି ଏୟାର ଆମ୍ବୁଲାନ୍ସର ନିର୍ଦ୍ଦେଶକ ରାହୁଲ ସର୍ଦ୍ଦାର କହିଛନ୍ତି ଯେ ୫୮ ବର୍ଷ ବୟସ୍କ ପୁରୁଷ କୋଭିଡ -୧୯ ରୋଗୀ ରବିବାର ଦିନ କୋଲକାତାରୁ ଚେନ୍ନାଇକୁ ଏକ ଡବଲ ଇଞ୍ଜିନ ବିମାନରେ ନିଆଯାଇଥିଲା। ପ୍ରଥମ ଥର ପାଇଁ ଏକ କୋଭିଡ-୧୯ ରୋଗୀଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ସ୍ଥାନାନ୍ତର କରିବା ଏହା ପ୍ରଥମ ବୋଲି ସେ କହିଥିଲେ। ଏହି ରୋଗୀଙ୍କୁ ସ୍ଥାନାନ୍ତରିତ ନିଶ୍ଚିତ ହେବା ପରେ ଏୟାର ଆମ୍ବୁଲାନ୍ସ କଂପାନୀର ମେଡିକାଲ ଟିମ ଗତ ଶନିବାର ସଂଧ୍ୟାରେ କୋଲକାତାରେ ପହଁଚିଥିଲେ। ଏଥିରେ ହୃଦ୍ରୋଗ ଡାକ୍ତର, ଆନାସ୍ଥେଆଷ୍ଟି ଏବଂ ପାରାମେଡିକାଲ ଷ୍ଟାଫ ଥିଲେ।…
ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ ଜନିତ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ଦିନକରେ ୭୦,୦୦୦ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭୩,୬୪୨ ରୋଗୀ ସୁସ୍ଥ ହୋଇ ଘରୋଇ ଏକାନ୍ତବାସ ଏବଂ ହସ୍ପିଟାଲରୁ ଛୁଟି ପାଇଛନ୍ତି । ଏଥିସହିତ ଗତକାଲି ସୁଦ୍ଧା ଦେଶରେ ମୋଟ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ୩୧ ଲକ୍ଷ ୮୦ ହଜାର ୮୬୫ ରେ ପହଞ୍ଚିଛି। ଦେଶରେ ଦୈନିକ ଅଧିକରୁ ଅଧିକ ରୋଗୀ ସୁସ୍ଥ ହେଉଥିବା ଫଳରେ ହାରାହାରି ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇ ୭୭.୩୨ ପ୍ରତିଶତକୁ ଛୁଇଁଛି । କେନ୍ଦ୍ର ସରକାରଙ୍କ ନୀରବଚ୍ଛିନ୍ନ ଉଦ୍ୟମ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସହଯୋଗରେ ଅଧିକରୁ ଅଧିକ ସଂକ୍ରମିତଙ୍କୁ ଶୀଘ୍ର ଠାବ କରାଯାଇ ନମୁନା ପରୀକ୍ଷା କରାଯାଇପାରୁଛି । ଏଥିସହିତ କରୋନା ନିୟମାବଳୀକୁ ଅନୁସରଣ କରି ହସ୍ପିଟାଲ ଓ…
ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ଶିକ୍ଷାନୀତି ୨୦୨୦ ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେବେ । ପୂର୍ବାହ୍ନ ୧୦.୩୦ ସମୟରେ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି । ଏହି ସମ୍ମିଳନୀର ନାମ ରଖାଯାଇଛି ‘ଉଚ୍ଚଶିକ୍ଷାର ପରିବର୍ତ୍ତନରେ ନୂଆ ଶିକ୍ଷାନୀତି ୨୦୨୦ର ଭୂମିକା ।’ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହେଉଛି । ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ ନୂଆ ଶିକ୍ଷାନୀତି ୨୦୨୦ ପ୍ରସ୍ତୁତ ହୋଇଛି ଏବଂ ଏହା ଦେଶର ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି । ପୂର୍ବବର୍ତ୍ତୀ ସରକାର ସମୟରେ ୧୯୮୬ ମସିହାରେ ପ୍ରବର୍ତ୍ତିତ ଶିକ୍ଷାନୀତି ଏଯାଏଁ କାର୍ୟ୍ୟକାରୀ ହୋଇଆସୁଛି । ନୂଆ ଶିକ୍ଷାନୀତି ଦ୍ୱାରା ଉଭୟ ସ୍କୁଲ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବଡଧରଣର ସଂସ୍କାର ଆଣିବାକୁ ପ୍ରୟାସ କରାଯାଇଛି । ନୂଆ ଶିକ୍ଷାନୀତି ଭାରତକୁ…
ଭୁବନେଶ୍ବର, ରାଦ୍ୟର ବିଜେଡି ସରକାରଙ୍କୁ ଘେରିବା ପାଇଁ ବିଜେପି ଏକ ଦୀର୍ଘ ମିଆଦି ଆନ୍ଦୋଳନ ଯୋଜନା କରିଛି। ଏଥିରେ ପ୍ରାୟ ଦୁଇମାସ ଧରି ଦଳ ବିଭିନ୍ନ ବ୍ଲକରେ ଭିନ୍ନ ଭିନ୍ନ ପ୍ରସଂଗରେ ଆନ୍ଦୋଳନ କରିବ ବୋଲି ନିଷ୍ପତି କିରଛି। ଏଥିରେ ବିଜେପି କାର୍ଯ୍ୟକାରିଣୀର ନିଷ୍ପତି ଅନୁଯାୟୀ,ସେପ୍ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ଆନ୍ଦୋଳନ କରିବ ବିଜେପି। ଏଥିରେ ମନରେଗା ଯୋଜନାରେ ଅନିୟମିତତା, ପ୍ରମାଣ ସହ ଦାବୀ ପତ୍ର ପ୍ରଦାନ ଏବଂ ପ୍ରେସ ବାର୍ତା ଜରିଆରେ ସାଧାରଣ ଜନତାଙ୍କ ପାଖକୁ ପହଂଚିବାର କାର୍ଯ୍ୟକ୍ରମର ଯୋଜନା କରିଛି ଦଳ। ସେପ୍ଟେମ୍ବର ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମନରେଗା ଯୋଜନାରେ ଅନିମିତତାକୁ ନେଇ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଆନ୍ଦୋଳନ କରାଯିବା ସହ ଜିଲ୍ଲାପାଳମାନଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ। ସେହିପରି ସେପ୍ଟେମ୍ବର ୨୦ ତାରିଖରୁ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାଗତ ତୃଟି ସମ୍ବନ୍ଧୀୟ ବିଷୟକୁ ନେଇ ଦାବୀପତ୍ର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କରୋନା ଆରମ୍ଭ ସମୟରେ ଲକ୍ଷଲକ୍ଷ ପ୍ରବାସୀ ଘରମୁହାଁ ହେଲେ। ସେମାନଙ୍କ କୌଣସି ରେଜିଷ୍ଟେସନ ହେଲା ନାହିଁ। ସେମାନଙ୍କ ରହିବା ଖାଇବା ଅବ୍ୟବସ୍ଥା ସାଙ୍ଗକୁ କେତେ ପ୍ରବାସୀ ଆସିଲେ ଓ ଗଲେ ତା’ର ମଧ୍ୟ କୌଣସି ହିସାବ ରାଜ୍ୟ ସରାକର ପାଖରେ ନାହିଁ। ରାଜ୍ୟ ସରାକରଙ୍କ ଭୁଲ୍ ପ୍ରବାସୀ ନୀତି ଯୋଗୁଁ ଯେଉଁ ଶ୍ରମିକମାନେ ଘରମୁହାଁ ହେଉଥିଲେ ଏକାଧିକ ଦୁର୍ଘଟଣା ଘଟି ସେମାନଙ୍କ ପ୍ରାଣ ହରାଇଥିଲେ। ବର୍ତ୍ତମାନ ରାଜ୍ୟ ସରକାର ଜିଲ୍ଲାରେ ଶ୍ରମିକମାନଙ୍କୁ କାମ ଯୋଗାଇବା ଓ ଥଇଥାନ କରିବାରେ ବିଫଳ ହୋଇଛନ୍ତି, ଫଳରେ ଶ୍ରମିକମାନେ ପୁଣି କରୋନା ସଂକ୍ରମଣକୁ ନ ଡ଼ରି ବଂଚିବା ଆଶାରେ ସୁରାଟ, ମୁମ୍ବାଇ, ବେଙ୍ଗାଲୁରୁ ଆଦି ରାଜ୍ୟକୁ ଯିବା ଆରମ୍ଭ କରିଛନ୍ତି। ଶନିବାର ଦିନ ଛତିଶଗଡ଼ ନିକଟରେ ଦୁର୍ଘଟଣାରେ ଗଂଜାମରୁ ଯାଉଥିବା ସାତଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାଇଁ ନବୀନ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ଆଜି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟି ୧୦୮ ହୋଇଛି। ତେବେ ମୃତ୍ୟୁସଂଖ୍ୟା ପୂର୍ବବତ୍ତ ବଳବତ୍ତର ରହିଥିବାବେଳେ ଆଜି ୪ ଜଣଙ୍କ ମୃତ୍ୟୁ ଘଟିଛି। ସେପଟେ ପ୍ରଶାସନ ପକ୍ଷରୁ ପରୀକ୍ଷା ସଂଖ୍ୟା ଦିନକୁ ଦିନ କମୁଥିବା ପରିଲକ୍ଷିତ ହେଉଛି। ଗତକାଲି ୫୫୭୧ଟି ପରୀକ୍ଷା କରାଯାଇଥିବାବେଳେ ସୁସ୍ଥ ସଂଖ୍ୟା ୯୪ ପ୍ରତିଶତରେ ପହଞ୍ଚିଛି। ଜଣେ ୪୮ ବର୍ଷୀୟ ବ୍ୟକ୍ତି, ୪୫ ବର୍ଷୀୟ ବ୍ୟକ୍ତି, ୭୮ ବର୍ଷୀୟ ବୃଦ୍ଧ ଏବଂ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆଜିର ଆକ୍ରାନ୍ତ ମଧ୍ୟରେ ୧୬ ଜଣ କରୋନା ଯୋଦ୍ଧା ଥିବାବେଳେ ୯୨ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି। ଆସିକା ବ୍ଲକ୍ରୁ ୧୦, ବେଗୁନିଆପଡ଼ାରୁ ୩, ବେଲଗୁଣ୍ଠାରୁ ୧, ବ୍ରହ୍ମପୁର ମହାନଗର ନିଗମରୁ ୧୨, ଭଂଜନଗରରୁ ୬, ବୁଗୁଡ଼ାରୁ ୩, ଛତ୍ରପୁରରୁ ୬, ଚିକିଟିରୁ ୨, ଧରକୋଟରୁ ୯, ଦିଗପହଣ୍ଡିରୁ ୨, ଗଂଜାମରୁ ୧, ହିଂଜିଳିକାଟୁରୁ ୨, ଜଗନ୍ନାଥପ୍ରସାଦରୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏଲ୍ଲାଏନସ୍ କ୍ଳବ୍ ରୟାଲ ପକ୍ଷରୁ ଆଙ୍କୁଲି ଶିଳ୍ପାଞ୍ଚଳ ମୁଖ୍ୟରାସ୍ତାରେ ରବିବାର କରୋନାର ପ୍ରତିଷେଧକ ହୋମିଓପାଥିକ ଔଷଧ ବଣ୍ଟନ କରାଯାଇଥିଲା। କ୍ଳବ୍ର ଅଧ୍ୟକ୍ଷ ଏ.ଟି. ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିପିଏମ୍ ନେତା ତଥା ପୂର୍ବତନ କାଉନ୍ସିଲର ବାବୁଲା ନାୟକ, ଏଲ୍. ସୁଦାମ ଦାସ ଯୋଗଦେଇ କରୋନା ରୋଗର ନିରାକରଣ ପାଇଁ ପ୍ରତ୍ୟେକ ବ୍ୟକ୍ତି ନିୟମମାନି ଚଳିବା ସହ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ସରକାରୀ ହୋମିଓପାଥିକ ମେଡ଼ିକାଲ୍ ପକ୍ଷରୁ ଏହି ଔଷଧ ମାଗଣାରେ ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ସଂଜୟ ସାବତ, ମନୋଜ ପାତ୍ର, ପ୍ରମୋଦ ସାବତ, ସୋମନାଥ ପଟ୍ଟନାୟକ, ସୁରେନ୍ଦ୍ର ନାୟକ, ଭଗବାନ ମହାନ୍ତି, ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାକୁ ମୃତ୍ୟୁସଂଖ୍ୟା ପିଛା ଛାଡ଼ୁନି। ଆକ୍ଟିଭ୍ ମାମଲା କମ୍ ଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ପୂର୍ବବତ୍ତ ଉଚ୍ଚ ରହିଛି। ସାରା ରାଜ୍ୟର ପ୍ରାୟ ଅଧା ମୃତକ ହେଉଛନ୍ତି ଗଂଜାମ ଜିଲ୍ଲାରେ। ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଗଂଜାମ ଜିଲ୍ଲାରୁ ଅଧିକ ହୋଇଥିବାବେଳେ ଗଂଜାମ ତୁଳନାରେ ମୃତ୍ୟୁସଂଖ୍ୟା କିନ୍ତୁ କମ୍ ରହିଛି। ଗଂଜାମ ଜିଲ୍ଲାର ରବିବାର ସୁଦ୍ଧା ୨୦୪ ଜଣଙ୍କ ମୃତ୍ୟୁ ଘଟିଥିବା ଏହା ଚିନ୍ତାଜନକ ବିଷୟ। କେଉଁ କାରଣରୁ ଏଭଳି ପ୍ରତିଦିନ ମୃତ୍ୟୁ ଘଟୁଛି ତାହା ନେଇ ପ୍ରଶାସନ ନିକଟରେ କୌଣସି ଉତ୍ତର ନାହିଁ। ରବିବାର ସକାଳ ସୁଦ୍ଧା ୯୧୮ ଆକ୍ଟିଭ୍ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ପ୍ଲାଜମା ଥେରାପୀ ଚାଲିଛି, ପ୍ଲାଜମାର ବି ଅଭାବ ନାହିଁ, ରୋଗୀ ତୁଳନାରେ ବେଡ଼୍ ଅଧିକ, ଅକ୍ସିଜେନ୍ ସୁବିଧା, ଆଇସିୟୁ, ଡ଼ାକ୍ତର ସବୁ ସୁବିଧା ଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ନ କମିବା ଚିନ୍ତାଜନକ। ମୃତ୍ୟୁର…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତିର୍ତ୍ତୋଲ ଥାନାରୁ ପୁର୍ବରୁ ଜଣେ ଏସ୍.ଆଇ ଏବଂ ଜଣେ କନଷ୍ଟେବଳ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜଣେ କନଷ୍ଟେବଳ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବିରିଡ଼ି ବ୍ଲକରୁ ୧୪ଜଣ, ବାଲିକୁଦା ବ୍ଲକରୁ ୭ଜଣ, ଜଗତସିଂହପୁର ବ୍ଲକରୁ ୮ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୨ଜଣ, କୁଜଙ୍ଗ ବ୍ଲକରୁ ୮ଜଣ, ନାଉଗାଁ ବ୍ଲକରୁ ୩ଜଣ, ତିର୍ତ୍ତୋଲ ବ୍ଲକରୁ ୧୭ଜଣ, ରଘୁନାଥପୁର ବ୍ଲକରୁ ୨ଜଣ ଓ ପାରାଦ୍ବୀପରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଜିଲ୍ଲାରୁ ୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୨୨୮୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୬୮୩ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ବେଣୀ ପଥର ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଟାଙ୍ଗୀ ପୋଲିସ ଚଢ଼ାଉ କରି ଜୁଆଡ଼ି ମାନଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ବେଣୀ ପଥର ନିକଟରେ ଦୀର୍ଘଦିନ ହେବ ଜୁଆ ଆଡ୍ଡା ଚାଲୁଥିବାର ଖବର ପାଇ ଆଜି ଅପରାହ୍ନରେ ଟାଙ୍ଗୀ ଆଇ.ଆଇ.ସି ସରୋଜ ଉପାଧ୍ୟାୟଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉରେ ଟାଙ୍ଗୀ ପୋଲିସ୍ ୩ ଜୁଆଡିଙ୍କୁ ଗିରଫ କରିବା ସହ ୮ ମୋଟର ସାଇକେଲ ଏବଂ ୨୦ ହଜାର ୩୦୦ ଟଙ୍କା ଜବତ କରିଛନ୍ତି। ଉକ୍ତ ଜୁଆଡ଼ିମାନଙ୍କ ବିରୁଦ୍ଧରେ ଓ.ପି.ଜି ଆକ୍ଟ ଅନୁଯାୟୀ କେସ ନମ୍ବର ୨୭୨/୨୦ ରେ ମାମଲା ରୁଜୁ ହୋଇଥିବାର ଆଇ.ଆଇ.ସି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି।
କନ୍ଦର୍ପ ବେହେରା ରେଢାଖୋଲ: ଆଜି ଭୋରରୁ ଚାରମାଳ ଠାରେ କେନ୍ଦୁପତ୍ର ବୋଝେଇ ବଲେରୋ ସହ ଜଣଙ୍କୁ ଗିରଫ କରିଛି କେନ୍ଦୁପତ୍ର ବିଭାଗ। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଚାରମାଳ ଠାରେ ଭୋରରୁ ବଲେରୋରେ କେନ୍ଦୁପତ୍ର ଚାଲାଣ ହେବା ସଂପର୍କରେ ବନ ବିଭାଗ ଜାଣିବାକୁ ପାଇ ଚଢଉ କରିଥିଲା। ହେଲେ କେନ୍ଦୁପତ୍ର ଭର୍ତ୍ତି ବଲେରୋ ଗାଡିଟି ଖସି ଯିବାକୁ ଉଦ୍ୟମ କରି ଦ୍ରୁତ ଗତିରେ ଗାଡିଟିକୁ ନେଉଥିବା ବେଳେ ଏକ ଟ୍ରକ ପଛପଟେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଚାରମାଳ ବନବିଭାଗ ଧରିବାରେ ସଫଳ ହୋଇଥିଲା। ବଲେରୋ(ଓଡି-୧୧-ଇ-୫୩୪୫)ରୁ ୭୮ ବଣ୍ଡଲ (୩ କ୍ୱି.୫୧ କେଜିି) ଜବତ କରିଥିଲା ବନ ବିଭାଗ। ଚାରମାଳ ଥାନା ଗିରିଧିଖମଣ ଅଂଚଳରୁ ଏହା ଆସୁଥିଲା। ଚୋରାବେପାରି ମୟୁରଭଞ ଜିଲ୍ଲା ବିଶୋଇ ଥାନା ବାଉତିବେଡା ଗ୍ରାମର ମୋହନ ଚନ୍ଦ୍ର ମହନ୍ତ(୫୫)ଙ୍କୁ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଛି। ତାକୁ ଆସନ୍ତା କାଲି କୋର୍ଟଚାଲାଣ କରାଯିବ ବୋଲି ବନ ବିଭାଗ…
ଭୁବନେଶ୍ବର, ବର୍ଷା ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପ୍ରସଂଗରେ ଶେଷରେ ମୁଁହ ଖୋଲିଲେ ଅନୁଭବ। ସେ କହିଛନ୍ତି ଯେ, ବର୍ଷାକୁ ମୁଁ ବହୁତ ଭଲ ପାଉଥିବାରୁ ବିବାହ କରିଥିଲି। ହେଲେ ବିବାହର ବହୁ ବର୍ଷ ପରେ ବର୍ଷାର ବ୍ୟବହାରିକ ପରିବର୍ତ୍ତନ ଘଟିଥିଲା। ଉଭୟଙ୍କ ମଧ୍ୟରେ ବୈବାହିକ ସୁଖକୁ ନେଇ ସବୁବେଳେ ମତାନ୍ତର ରହୁଥିଲା। ପରିଶେଷରେ ଏହା ଏକ ଚରମ ସୀମାରେ ପହଁଞ୍ଚିଲା।ଯେତେ ବୁଝାଇବାକୁ ଚେଷ୍ଠା କଲେ ମଧ୍ୟ ତାହା ହୋଇପାରିଲା ନାହିଁ। ଏହି ପାରିବାରିକ ଘଟଣା ବାହାରକୁ ନ ଆସୁ ଭାବି ମୁଁ ବହୁ ବର୍ଷ ଧରି ଚୁପ ରହିଥିଲି। ବର୍ତ୍ତମାନ ଗଣମାଧ୍ୟମରେ ମନଗଢା କାହାଣୀ କୁହାଯାଉଥିବାରୁ ମୁଁ ମୁହଁ ଖୋଲିବାକୁ ବାଧ୍ୟ ହେଲି ବୋଲି ଅନୁଭବ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।
ମିର୍ଜାପୁର : ପତ୍ନୀର ଅବୈଧ ସମ୍ପର୍କକୁ ନେଇ ସ୍ବାମୀ ଜଣକ ରାଗରେ ଜଘନ୍ୟ କାଣ୍ଡ ଘଟାଇଛନ୍ତି । ସ୍ତ୍ରୀର ଅବୈଧ ସମ୍ପର୍କରେ ଜାଣିବା ପରେ ସ୍ତ୍ରୀର ପ୍ରେମିକକୁ କୋଦାଳରେ ହତ୍ୟା କରିଛି ସ୍ବାମୀ । ତେବେ ସ୍ବାମୀ ଜଣକ ହତ୍ୟା କରିବା ପୂର୍ବରୁ ସ୍ତ୍ରୀର ପ୍ରେମିକ ସହିତ ବିଡି ପିଇଥିଲେ । ବିଡି ପିଇସାରିବା ପରେ ରାଗରେ କୋଦାଳରେ ମାରି ହତ୍ୟା କରିଥିଲେ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଘଟିଥିବାବେଳେ ମିର୍ଜାପୁର ପୋଲିସ୍ ଏହି ଜମାଲପୁରର ହୋଇଥିବା ହତ୍ୟାକାଣ୍ଡର ଖୁଲାସା କରିଛି । ଅଗଷ୍ଟ 20 ତାରିଖ ଦିନ ବିନ୍ଦପୁରବା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବାର ସୂଚନା ରହିଛି ।
କ୍ରିଷ୍ଟଚର୍ଚ୍ଚ : ଚାରି ଲକ୍ଷଟଙ୍କାର ଗୋଟିଏ ଗଛ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ସତ୍ୟ । ନ୍ୟୁଜିଲ୍ୟାଣ୍ଡର ଜଣେ ବ୍ୟକ୍ତି ଚାରିଲକ୍ଷଟଙ୍କା ଦେଇ ଏକ ଗଛ କିଣିଛନ୍ତି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କି ଏହି ଗଛରେ ମାତ୍ର ଚାରିଟି ପତ୍ର ରହିଛି । ଏହି ଗଛଟିର ମୂଲ୍ୟ 8150 ନ୍ୟୁଜିଲ୍ୟାଣ୍ଡ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ 4 ଲକ୍ଷ ଟଙ୍କା ରହିଛି । ଏହି ଗଛଟିର ନାମ ଫିଲୋଡେଣ୍ଡ୍ରନ ମିନିମା । ଏହି ଗଛ ଗୁଡିକୁ ସାଧାରଣତଃ ସଉକ ପାଇଁ ଘରେ ରଖାଯାଏ । ତେବେ ବିକ୍ରି ହୋଇଥିବା ଗଛଟିର ସମସ୍ତ 4ଟି ଯାକ ପତ୍ର ସବୁଜ ଏବଂ ହଳଦିଆ ରଙ୍ଗର ମିଶ୍ର ଥିଲା । ନ୍ୟୁଜିଲ୍ୟାଣ୍ଡର ୱେବସାଇଟ ଟ୍ରେଡମିରେ ଗଛଟିକୁ କିଣିବା ପାଇଁ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା । (ଏଜେନ୍ସି)
ନୂଆଦିଲ୍ଲୀ : କରୋନା କାରଣରୁ ଅଚଳ ହୋଇଥିବା ଭାରତୀୟ ରେଳ ସେବା ଧୀରେ ଧୀରେ କାର୍ଯ୍ୟକ୍ଷମ ହେବାରେ ଲାଗିଛି । ଅନଲକ୍ 4.0ର ଘୋଷଣା ପରେ ଆସନ୍ତା 12 ତାରିଖରୁ 80ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ନେଇ ଭାରତୀୟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି । ରେଳବାଇ ବୋର୍ଡ ଚେୟାରମ୍ୟାନ ଭିକେ ଯାଦବ ଶନିବାର ଏହି ଘୋଷଣା କରିଛନ୍ତି । 12 ତାରିଖରୁ ଏହି ଟ୍ରେନ ଗୁଡିକ ଚାଲିବ ଏବଂ 10 ତାରିଖରୁ ଏହାର ଅଗ୍ରୀମ ବୁକିଂ ସେବା ଆରମ୍ଭ କରାଯିବ ବୋଲି ଯାଦବ ସୂଚନା ଦେଇଛନ୍ତି। ଭାରତୀୟ ରେଳବାଇ ପକ୍ଷରୁ ବର୍ତ୍ତମାନ 230ଟି ସ୍ୱତନ୍ତ୍ର ଟ୍ରେନେ ଚଳାଯାଉଛି । ବିଭିନ୍ନ ପରୀକ୍ଷାକୁ ଦୃଷ୍ଟିରେ ରଖି ଏହି ଟ୍ରେନ ସେବା ଆରମ୍ଭ କରାଯାଇଥିବା ଯାଦବ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 80 ଟ୍ରେନ ମଧ୍ୟରେ ପୁରୀରୁ ଦୁର୍ଗ ଏବଂ ଦୁର୍ଗରୁ ପୁରୀ ଯାଉଥିବା ଦୈନିକ ଟ୍ରେନ ରହିଛି ।
ଭୁବନେଶ୍ବର : ଗତକାଲି ଅଭିନେତା ତଥା ଅନୁଭବଙ୍କ ବିରୋଧରେ ବର୍ଷା କୋର୍ଟରେ ଦାଖଲ କରିଥିବା ପିଟିସନ ସାମ୍ନାକୁ ଆସିଥିଲା । ଆଜି ବର୍ଷାଙ୍କ ବିରୋଧରେ ଅନୁଭବ ଦାଖଲ କରିଥିବା ପିଟିସନ୍ ସାମ୍ନାକୁ ଆସିଛି। ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତିଙ୍କ ପିଟିସନ୍ ଦାଖଲ କରିଛନ୍ତି। ସେ ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। 47 ପୃଷ୍ଠାର ପିଟିସନ୍ରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅନୁଭବ। ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିବା ସେ ପିଟିସନ୍ରେ ଉଲ୍ଲେଖ କରିଛନ୍ତି। ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ, ଅସୁଖୀ ମନେ କରୁଥିଲି ବୋଲି ଅନୁଭବ ଏଥିରେ ଦର୍ଶାଇଛନ୍ତି। ଅନୁଭବ ଏଥିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ବାହାଘରର ପ୍ରଥମ ଦିନରୁ ସଂପର୍କ ରଖିବାକୁ ବର୍ଷା ଅରାଜି ଥିଲେ। ଶାରୀରିକ ସଂପର୍କ ରଖିବାକୁ ବର୍ଷା 3/4 ମାସ ସମୟ ମାଗିଥିଲେ। ସେ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ…
କେରଳ : ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ମହାମାରୀ ସମୟରେ ବି ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । କେରଳରେ ପଟ୍ଟନାମିଠାଠାରେ ଏକ କରୋନା ସଂକ୍ରମିତ ଯୁବତୀଙ୍କ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏଠାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର୍ 19 ବର୍ଷୀୟା କରୋନା ଆକ୍ରାନ୍ତଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ କେରଳ ପୋଲିସ୍ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ, ପାଥଲମରେ ଜଣେ 19 ବର୍ଷୀୟା ଯୁବତୀ ତାଙ୍କ ସମ୍ପର୍କୀୟଙ୍କ ଘରେ ହୋମ କ୍ୱାରାଣ୍ଟାଇନରେ ଥିବା ବେଳେ ଗତ ଶନିବାର ସେ କରୋନା ପଜିଟିଭ ଥିବା ଜଣାପଡିଥିଲା। ଏହାପରେ ଉକ୍ତ ଅଞ୍ଚଳର ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ଯୁବତୀଙ୍କ ସହ ଅନ୍ୟ ଜଣେ ମହିଳା ଯେ କି କରୋନା ସଂକ୍ରମିତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭିନ୍ନ ଭିନ୍ନ କରୋନା କେୟାର ସେଣ୍ଟରକୁ ପଠାଇଥିଲେ। ପ୍ରଥମେ…
ପଞ୍ଜାବ : ଲକ୍ଡାଉନ୍ ମଧ୍ୟରେ ଜନ୍ମଦିନ ପାର୍ଟି କରିବା ଅଭିଯୋଗରେ ପଞ୍ଜାବ ପୋଲିସ୍ ଅକାଲୀ ଦଳ ର ନେତାଙ୍କ ପୁଅ ସମେତ 54ଜଣଙ୍କୁ ଗିରଫଦାର କରିଛି । କରୋନା ପ୍ରୋଟୋକଲ୍ ନିୟମ ଉଲ୍ଲଂଘନ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପାର୍ଟି କରୁଥିବା ଅଭିଯୋଗ ରହିଛି । ଏହା ସହିତ ଏହି ପାର୍ଟିରେ ପୁଲ୍ ଡାନ୍ସ ମଧ୍ୟ ଆୟୋଜିତ କରାଯାଇଥିଲା । ଡାନ୍ସର ମାନଙ୍କର ଡ୍ୟାନ୍ସ ସହିତ ରାତ୍ରିରେ ମଦ ମଧ୍ୟ ପରସା ଯାଇଥିଲା । ଲୁଧିଆନା ପୋଲିସ୍ଙ୍କ ମୁତାବକ ଅକାଳୀ ଦଳ ନେତା ସୁରଜିତ୍ ସିଂହ ପମ୍ମାଙ୍କ ପୁତ୍ର ସିମରନ୍ ସିଂହ ଓବରୟେଙ୍କ ଜନ୍ମଦିବସ ଉପରେ ଅଭିଯୋଗ ହୋଇଥିଲା । ପୋଲିସ୍ ଏହି ମାମଲାରେ ସିମରନ୍ ସିଂହ ଓବରୟେଙ୍କ ସମେତ 53ଜଣଙ୍କୁ ଗିରଫ କରିଛି । ପୋଲିସ୍ ଘଟଣାସ୍ଥଳରୁ ମଦ ବୋତଲ, ବିଅର, ହୁକ୍କା ମଧ୍ୟ ଜବତ କରିଛି । ପଞ୍ଜାବରେ ଲକ୍ଡାଉନ୍ ନିୟମକୁ କୋହଳ କରାଯାଇଥିବାବେଳେ କିଛିକାଂଶରେ ମଧ୍ୟ ଏବେ ବି…
ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ 8 ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, କୋରାପୁଟ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 546କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବର : ଆଜି ରାଜ୍ୟର ମୋଟ୍ 30ଟି ଜିଲ୍ଲାରୁ3 ହଜାର 543ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 797ଜଣ ରହିଥିବାବେଳେ ବରଗଡରୁ 396, କଟକରୁ 322 ଜଣ, ଯାଜପୁରରୁ 252, ଝାରସୁଗୁଡାରୁ 192, ମୟୂରଭଞ୍ଜରୁ 142, ବାଲେଶ୍ବରରୁ 120, ପୁରୀରୁ 117, ଗଞ୍ଜାମରୁ 108, ଭଦ୍ରକରୁ 107, ସୋନପୁରରୁ 106, କେନ୍ଦ୍ରାପଡାରୁ 103, ରାୟଗଡାରୁ 101, ନୂଆପଡାରୁ 93, କେଉଁଝର ଓ କୋରାପୁଟରୁ 84 ଜଣ ରହିଥିବାବେଳେ ସମ୍ବଲପୁରରୁ 83, ନବରଙ୍ଗପୁରରୁ 78ଜଣ, ଅନୁଗୁଳ ଜିଲ୍ଲାରୁ 73ଜଣ, ଜଗତସିଂହପୁରରୁ 67ଜଣ, ନୟାଗଡରୁ 62ଜଣ, କଳାହାଣ୍ଡିରୁ 57ଜଣ, ଢେଙ୍କାନାଳରୁ 51, କନ୍ଧମାଳରୁ 45, ବଲାଙ୍ଗିରରୁ 43, ମାଲକାନଗିରିରୁ 37, ସୁନ୍ଦରଗଡରୁ 34, ବୌଦ୍ଧରୁ 29, ଗଜପତିରୁ 20, ଦେବଗଡରୁ 7 ଜଣ ରହିଛନ୍ତି ।

