Author: Samikhsya Bureau

ଭୁବନେଶ୍ବର, କୋଭିଡ ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସମସ୍ତ ବିଧାୟକଙ୍କ ସହିତ ଆଲୋଚନା କରିଛନ୍ତି। ଭିଡିଓ କଂନଫ୍ରେସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକଙ୍କୁ ଅନେକ ପରାମର୍ଶ ଦେଇଛନ୍ତି। ସେ ବୈଠକରେ ଯାହା କହିଲେ ତାହା ହେଲା ନମସ୍କାର, ଆପଣମାନେ ଜାଣନ୍ତି, କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ବରେ ସବୁଠାରୁ ଉପରେ ଅଛି। ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଆମ ରାଜ୍ୟ ଓଡିଶା ମଧ୍ୟ କରୋନାର କଡା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆପଣମାନଙ୍କ ସହଯୋଗ ଯୋଗୁ ରାଜ୍ୟରେ ଆରୋଗ୍ୟ ହାର ବଢୁଛି ଓ ମୃତ୍ୟୁ ହାର ସବୁଠାରୁ କମ୍ ଅଛି। ମୋର ଅନୁରୋଧ, ଏହି ସଂକଟ ସମୟରେ ଆପଣମାନେ ଲୋକଙ୍କ ସାଥିରେ ରୁହନ୍ତୁ। ଆମର କୋଭିଡ ଯୋଦ୍ଧା ମାନଙ୍କ ସାଥିରେ…

Read More

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମେନପୁରୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସମାନ ସମ୍ପ୍ରଦାୟର ଜଣେ ଦଳିତ ବିଧବା ଏବଂ ଜଣେ ପୁରୁଷଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଭୟଙ୍କୁ ଧରି ଲଜ୍ଜିତ କରାଯାଇଥିଲା। ଶୁକ୍ରବାର ରାତିରେ ନାଗଲା ଗୁରୁବାକ୍ ଗ୍ରାମରେ ଏହି ଘଟଣା ଘଟିଛି। ଉଭୟଙ୍କୁ ସର୍ବସାଧାରଣ ଆଗରେ ଲଣ୍ଡା କରିବା ସହିତ, ସେମାନଙ୍କ ମୁହଁକୁ କଳା କରାଯାଇଥିଲା। ସେମାନଙ୍କୁ ଜୋତାର ମାଳ ପିନ୍ଧାଇ ଅପମାନିତ କରାଯିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା। ପୀଡିତାଙ୍କ ମଧ୍ୟରୁ ଜଣେ ଦେଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ଶନିବାର ଦିନ ତିନି ଜଣଙ୍କୁ ଗିରଫ କରିଛି। ମେନପୁରୀ ପୋଲିସ ଅଧୀକ୍ଷକ ଅଜୟ କୁମାର କହିଛନ୍ତି ଯେ ଆଇପିସି ଧାରା ୪୯୯ ଏବଂ ୫୦୦, ୨୬୯ ଏବଂ ୨୭୦ ଅନୁଯାୟୀ ୧୦ ଜଣ ଅଜଣା ମହିଳାଙ୍କ ସମେତ ୧୬…

Read More

ପୁରୀ, ଜାପାନ ପ୍ରଧାନମନ୍ତ୍ରୀ ଅବେ ସିଞ୍ଜୋ ଅସୁସ୍ଥ୍ୟ ହୋଇପଡିବାରୁ ତାଙ୍କର ଆରୋଗ୍ୟ କାମନା କରି ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ବାଲୁକା କଳା। ଏହି ଅସୁସ୍ଥ୍ୟତା ପାଇଁ ଅବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

Read More

ସିଙ୍ଗାପୁର, ଆପଲ୍ କଂପାନୀ ସିଙ୍ଗାପୁରରେ ତାହାର ତୃତୀୟ ଆଉଟଲେଟ୍ ଖୋଲିବାକୁ ଯାଉଛି। ଯାହା ସାରା ବିଶ୍ବରେ ଏହି ଷ୍ଟୋର ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ତାହା ହେଲା ଏହି ସୋ’ରୁମ ହେଉଛି ଭାସମାନ। ଅର୍ଥାତ ଗ୍ରାହକମାନେ ସେ ଭିତରକୁ ଆପଲ ଜିନିଷ କିଣିବାକୁ ଗଲେ ତାହା ପାଣିରେ ହଲଚଲ ହେଉଥିବ। ଏହି ଭାସମାନ ସୋ’ରୁମ ସିଙ୍ଗାପୁରର ମାରିନା ବେ ସ୍ୟାଣ୍ଡସରେ ନିର୍ମାଣ ହୋଇଛି। ୨୦୧୭ ରେ ଅର୍କାର୍ଡ ରୋଡ୍ ସହିତ ନାଇଟସବ୍ରିଜ୍ ବିଲଡିଂରେ ଆପଲ୍ ସିଙ୍ଗାପୁରରେ ଏହାର ପ୍ରଥମ ଷ୍ଟୋର୍ ଖୋଲିଥିଲା। ଜୁଏଲ୍ ଚାଙ୍ଗି ବିମାନବନ୍ଦରରେ ଅବସ୍ଥିତ ଏହାର ଦ୍ୱିତୀୟ ଷ୍ଟୋର୍ ଗତ ବର୍ଷ ଜୁଲାଇରେ ଖୋଲା ଯାଇଥିଲା। ଏହି ନୂତନ ଭାସମାନ ଷ୍ଟୋର୍ ହେଉଛି ବିଶ୍ବରେ ଆପଲ୍ ର ୫୧୨ ତମ ଷ୍ଟୋର, ଯାହା ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଜପତି ଜିଲ୍ଲାରୁ ଖୋର୍ଦ୍ଧାକୁ ଚାଲାଣ ହେଉଥିବା ବିପୁଳ ପରିମାଣର ଗଂଜେଇକୁ ଗତକାଲି ବ୍ରହ୍ମପୁରରେ ଇଆଇ ଆଣ୍ଡ ଆଇବି ବ୍ରହ୍ମପୁର ପକ୍ଷରୁ ଜବତ କରାଯାଇଛି। ଘଟଣାରୁ ପ୍ରକାଶ ଯେ ଗତକାଲି ସକାଳ ୫.୩୦ ସମୟରେ ଗଂଜେଇ ଭର୍ତ୍ତି ଏକ ଅଶୋକ ଲିୟାଲେଣ୍ଡ ଗାଡ଼ି (ଓଡ଼ି ୦୨ ବିବି ୩୩୮୦)ଟି ଯାଉଥିବା ନେଇ ଅବକାରୀ ବିଭାଗ କୌଣସି ବିଶେଷ ସୂତ୍ରୁର ଖବର ପାଇଥିଲା। ବ୍ରହ୍ମପୁର ଏସାର ପେଟ୍ରୋଲ ପମ୍ପ ବିଦ୍ୟୁତ କଲୋନୀ ନିକଟରେ ଗାଡ଼ିଟିକୁ ଅଟକାଇ ଗାଡ଼ିଟି ଯାଞ୍ଚ କରାଯାଇଥିଲା। ଗାଡ଼ି ମଧ୍ୟରୁ ୬୨୧ କିଲୋ ଗଂଜେଇ ଜବତ ହେବା ସହ ଗାଡ଼ି ଚଳାଉଥିବା ଡ଼୍ରାଇଭରକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗିବାଡ଼ିର ମୃତ୍ୟୁଞ୍ଜୟ ସିଂହ (୪୦)। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ଅବକାରୀ ଇଆଇଆଣ୍ଡଇବି ବ୍ରହ୍ମପୁର ଆଇଆଇସି ମିହିର କୁମାର ସେଠୀ, ଜେ.କେ ନାୟକ,…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ କରୋନାରେ ମୃତ୍ୟୁବରଣ କଲେ ୧୨ ଜଣ କରୋନା ଆକ୍ରାନ୍ତ। ରାଜ୍ୟରେ ସର୍ବମୋଟ କୋରୋନଜନିତ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪ ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ସୁନ୍ଦରଗଡ, ନବରଙ୍ଗପୁର, ପୁରୀରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲା, କଟକ, ରାୟଗଡା, ଯାଜପୁରରୁ ଏବଂ ମାଲକାନଗିରିରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ତେବେ ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ୩୫ ବର୍ଷୀୟ ପୁରୁଷ, ଜଣେ ୩୦ ବର୍ଷୀୟ ଯୁବକ, ଜଣେ ୬୫ ବର୍ଷିୟା ମହିଳା ଏବଂ ଜଣେ ୫୦ ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ଭୁବନେଶ୍ବରରୁ ଜଣେ ୫୩ ବର୍ଷୀୟ ପୁରୁଷ, କଟକରୁ ଜଣେ ୬୩ ବର୍ଷୀୟ ପୁରୁଷ, ଯାଜପୁରରୁ ଜଣେ ୬୨ ବର୍ଷୀୟ ମହିଳା , ମାଲକାନଗିରିରୁ ଜଣେ ୫୯ ବର୍ଷୀୟ ପୁରୁଷ, ନବରଙ୍ଗପୁରରୁ ଜଣେ ୬୨ ବର୍ଷୀୟ ପୁରୁଷ, ପୁରୀରୁ…

Read More

ଭୁବନେଶ୍ବର: ଆଜି ରାଜ୍ୟ୨୯ ଟି ଜିଲ୍ଲାରୁ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦୧୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  କ୍ଵାରେଣ୍ଟିନରୁ ୧୮୬୮ ଜଣ ଏବଂ ସ୍ଥାନୀୟ ମାମଲା ୧୪୬୪ ଜଣ। ଆଜି ଚିହ୍ନଟ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୩୪ କୁ ବୃଦ୍ଧି ହୋଇଛି। କୋରୋନରୁ ସୁସ୍ଥ ହୋଇ ୭୦ ହଜାର ୭୧୪ ଜଣ ଘରକୁ ଫେରିଥିବା ବେଳେ ସକ୍ରିୟ କେସ ଅଛି ୨୯ ହଜାର ୬୮୫। ତେବେ ଆଜି ଖୋର୍ଦ୍ଧା ଜିଲାରେ ସର୍ବାଧିକ ୬୮୪ ଚିହ୍ନଟ ହୋଇଥିବା ବେଳେ କଟକରେ ୩୩୪, ମୟୂରଭଞ୍ଜରେ ୨୯୨ , ଗଞ୍ଜାମରେ ୨୧୬, ବାଲେଶ୍ବରରେ ୧୩୮, ବରଗଡରେ ୧୨୪, କୋରାପୁଟରେ ୧୨୦, ରାୟଗଡାରେ ୧୦୪, ସମ୍ବଲପୁରରେ ୧୦୨, ସୁନ୍ଦରଗଡରେ ୯୧, କେନ୍ଦୁଝରରେ ୬୮, ଜଗତସିଂହପୁରରେ ୬୬, କନ୍ଧମାଳରେ ୬୦, ମାଲକାନଗିରିରୁ ୪୯, ଢେଙ୍କାନାଳରୁ ୪୯, ଝାରସୁଗୁଡାରୁ ୪୫, ସୋନପୁରରୁ ୪୪, କେନ୍ଦ୍ରାପଡାରୁ ୪୪, ଭଦ୍ରକରୁ ୪୦, କଳାହାଣ୍ଡିରୁ…

Read More

ମୁମ୍ବାଇ,  ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକର ରହୁଥିବା ଆବାସିକ କୋଠା ପ୍ରଭାକୁଞ୍ଜକୁ   ଶନିବାର ଦିନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ସିଲ୍ କରିଛି। କୋଭିଡ -19 ମହାମାରୀ ସତର୍କତାମୂଳକ ପଦକ୍ଷେପ ଭାବେ ଏହା କରାଯାଇଛି। ହେଲେ ଲତା ଏବଂ ତାଙ୍କ ପରିବାର ସୁରକ୍ଷିତ ଅଛନ୍ତି। 90 ବର୍ଷ ବୟସ୍କା ଲତା ମଙ୍ଗେସକର ନିଜ ପରିବାର ସହିତ ଦକ୍ଷିଣ ମୁମ୍ବାଇର ପେଡର୍ ରୋଡ୍ ଚାମ୍ବଲା ହିଲରେ ଅବସ୍ଥିତ ଏହି ଆପାର୍ଟମେଣ୍ଟରେ ରହୁଛନ୍ତି।

Read More

ବେଜିଂ, ଚାଇନାର ଶାହାନସି ପ୍ରଦେଶରେ ଏକ ରେଷ୍ଟୁରାଣ୍ଟ ଭୁଶୁଡ଼ିବା ଯୋଗୁଁ ୨୯ ଜଣଙ୍କର ମୃତ୍ୟୁ ଘଟିଛି । ସିନ୍ଧୁ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ ଶନିବାର ଦିନ ଚେନ୍‌ଜୁଆଙ୍ଗ ଗାଁର ଜକ୍ସିଆନ୍ ରେଷ୍ଟୁରାଣ୍ଟରେ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜନ୍ମଦିନ ପାଳନ କରାଯାଉଥିଲା। ହଠାତ ରେଷ୍ଟୁରାଣ୍ଟଟି ଭୁଷୁଡି ପଡିବାରୁ ଏହି ଦୁର୍ଘଟଣା ଘଟିଥିଲା। ଉଦ୍ଧାର କାର୍ଯ୍ୟ ରବିବାର ଦିନ ୩.୫୨ ରେ ଶେଷ ହୋଇଥିଲା।  ଭୁଶୁଡ଼ି ପଡ଼ିଥିବା ଦୁଇ ମହଲା କୋଠାର ଆବର୍ଜନାରୁ ସମୁଦାୟ ୫୭ ଜଣଙ୍କୁ ଟାଣି ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୨୯ ଜଣ ମୃତ ଏବଂ ସାତ ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୨୧ ଜଣ ସାମାନ୍ୟ ଆହତ ହୋଇଛନ୍ତି।

Read More

ନୂଆଦିଲ୍ଲୀ, ବଜାରରେ ମାନ୍ଦା ଅବସ୍ଥା ସତ୍ବେ ୨୦୨୨ ମସିହାରେ ସାରା ବିଶ୍ବ ବଜାରରେ ୫ଜି ସ୍ମାର୍ଟ ଫୋନ ଏକ ଆନ୍ଦୋଳନ ସୃଷ୍ଟି କରିବାକୁ ଯାଉଛି। ଏହି ତଥ୍ୟ ଦେଇଛି IDC ସଂସ୍ଥା। ରିପୋର୍ଟ ଅନୁଯାୟୀ ୨୦୨୩ ସୁଦ୍ଧା ୫ଜି ସ୍ମାର୍ଟଫୋନ୍ ବିଶ୍ବ ମୋବାଇଲ ବଜାରକୁ ପ୍ରାୟ ୫୦ ପ୍ରତିଶତ ଅକ୍ତିୟାର କରିବ। କୋଭିଡ୧୯ ମହାମାରୀ ଏବଂ ଗ୍ରାହକଙ୍କ ଚାହିଦା ଅଭାବ ସତ୍ବେ ସମସ୍ତଙ୍କ ପାଇଁ ୫ଜି ସ୍ମାର୍ଟ ଫୋନ ଏକ ପ୍ରାଥମିକତା ହୋଇଯିବ। ଆଇଡିସିର ‘ବିଶ୍ୱବ୍ୟାପୀ ମୋବାଇଲ୍ ଡିଭାଇସ୍ ଟ୍ରାକର୍ସ’ ସହିତ ପ୍ରୋଗ୍ରାମ ଉପସଭାପତି ରିଆନ୍ ରିଥ୍ କହିଛନ୍ତି, “ଅନେକ ଟପ୍ ବିକ୍ରେତାମାନେ ସେମାନଙ୍କର ୨୦୨୦ ଉତ୍ପାଦନ ଯୋଜନାକୁ ବଜାର ହ୍ରାସ ସହିତ ସମାନ କରିବା ପାଇଁ ହ୍ରାସ କରିଛନ୍ତି। ଏଥିସହିତ ସେ କହିଛନ୍ତି ଯ, ୫ଜି ଆସିବା ପରେ ଅନ୍ୟ ମୋବାଇଲର ଚାହିଦା ହ୍ରାସ ଘଟିବ। ଏପରିକି ପ୍ରତି ବର୍ଷ ଏହି ମୋବାଇଲ ଡିଭାଇସ ୯.୫ ପ୍ରତିଶତ ହ୍ରାସ ଘଟିବ।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୭୮,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୯୪୮ ଜଣ। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୪ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ଚିକିତ୍ସିତ ହେଉଥିବା ସଂଖ୍ୟା ୭ ଲକ୍ଷ ୬୫ ହଜାର ୩୦୨ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୧୩ ହଜାର ୯୩୩ ରହିଛି। ତେବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୩, ୪୯୮ କୁ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

Read More

ଆଗ୍ରା, ଗତ ୨୪ ଘଣ୍ଟା ମଧ୍ୟରେ ଆଗ୍ରାରେ କୋଭିଡ୍ -୧୯ ର ୫୬ ଟି ନୂଆ ମାମଲା ଆସିଛି। ସେଠାରେ ୫୫ ଘଣ୍ଟିଆ ୱିକେଣ୍ଡ୍ ଲକଡାଉନ୍ ଜାରି ରହିଥିଲେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହି ପ୍ରସିଦ୍ଧ ସହରର ପାଇଁ ଏହା ଏକ ବିପଦପୂର୍ଣ୍ଣ ବୋଲି କୁହାଯାଉଛି। ମାମଲାଗୁଡ଼ିକର ବୃଦ୍ଧି ଯୋଗୁଁ ଆସନ୍ତା ସୋମବାର ସକାଳେ ଶେଷ ହେବାକୁ ଥିବା ୱିକେଣ୍ଡ ଲକଡାଉନକୁ ଜିଲ୍ଲା ପ୍ରଶାସନ କଡାକଡି ଭାବେ କାର‌୍ୟ୍ୟକାରୀ କରୁଛନ୍ତି। ଅଧିକାରୀମାନେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ବିନା କାମରେ ବାହାରକୁ ନ ଯାଆନ୍ତୁ ଏବଂ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଦିଗରେ ନିର୍ଦ୍ଦେଶାବଳି ପାଳନ କରନ୍ତୁ। ଯେଉଁମାନେ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଛନ୍ତି ସେମାନଙ୍କୁ ଜୋରିମାନା କରାଯିବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ ପି ଏନ ସିଂ ଚେତାବନୀ ଦେଇଛନ୍ତି। ସରକାରୀ କାର‌୍ୟ୍ୟାଳୟ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାମ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ବ କରୋନା ମହାମାରୀ କବଳରେ କବଳିତ। ଏଥିରୁ ବାଦ୍ ପଡ଼ିନାହିଁ ଓଡିଶା। ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳରେ କରୋନା ମହାମାରୀ ଏହାର କାୟ ବିସ୍ତାର କରିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଗତକାଲି ସାମାଜିକ ସ୍ବେଛାସେବୀ ସଂଗଠନ ‘ ୟୋର୍ସ ହୋପ ଫାଉଣ୍ଡେସନ’ ର ପ୍ରତିଷ୍ଠାତା ଶ୍ରୀମତୀ ରୀନରାଣୀ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସିମାଞ୍ଚଳ ସ୍ୱାଇଁ, ବାଣପୁର ବ୍ଲକ ସମ୍ପାଦକ ମୁକେଶ କୁମାର ଜେନା, ଚିଲିକା ବ୍ଲକ୍ ସମ୍ପାଦକ ସଂଗ୍ରାମ ରଣା ଏବଂ ସଦସ୍ୟା ସଙ୍ଗୀତା ସ୍ୱାଇଁ, ପୁନମ୍ ସ୍ୱାଇଁ ପ୍ରମୁଖଙ୍କ ପ୍ରଚେଷ୍ଟାରେ ବାଣପୁର ଏନ.ଏ.ସି ଅନ୍ତର୍ଗତ ରଙ୍କନାଥ ପାଟଣା, ବାଣପୁର ଉପ କାରାଗାର ଏବଂ ଲଡ଼ୁକେଶ୍ୱର ଵୃଦ୍ଧାଶ୍ରମକୁ ସମ୍ପୂର୍ଣ ବିଶୋଧନ କରାଯାଇଥିଲା। ଏହାପରେ ରଙ୍କନାଥ ପାଟଣାର ଯୁବବାସିନ୍ଦା ଦେବୀପ୍ରସାଦ ଦଳାଇ, ସନ୍ତୋଷ ଜେନା, ବିଚିତ୍ର ଦଳାଇ, ସୁଚିତ୍ରା ଦଳାଇ ଏବଂ କିଛି ଭଦ୍ର ବ୍ୟକ୍ତିଙ୍କ ସହାୟତାରେ ଗ୍ରାମରେ କରୋନା ମହାମାରୀ ସମ୍ବନ୍ଧୀୟ ସଚେତନତା…

Read More

ନୂଆଦିଲ୍ଲୀ : ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭର୍ଚୁଆଲ ବ୍ୟବସ୍ଥାରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଦ୍ୟୁତି ଚାନ୍ଦଙ୍କୁ ସମ୍ମାନ ଜନକ ଅର୍ଜୁନ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥିଲେ। ଦ୍ୟୁତି କୋଲକାତରେ ରହି ଭର୍ଚୁୟାଲି ଏହି ପୁରସ୍କାର ଗ୍ରହଣ କରିଥିଲେ। ସେହିପରି ଟେବୁଲ୍ ଟେନିସ୍ ତାରକା ମାଣିକା ବତ୍ରା ଏବଂ କ୍ରିକେଟର ଦୀପ୍ତି ଶର୍ମା ମଧ୍ୟ ପୁରସ୍କାର ଗ୍ରହଣ କରିଥିଲେ। କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ବଟ୍ରା, ଭାରତୀୟ ମହିଳା ହକି ଅଧିନାୟକ ରାନୀ ରାମପାଲ ଏବଂ ୨୦୧୬ ରିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ମାରିଆପ୍ପାନ ଥାଙ୍ଗାଭେଲୁଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଶେଷରେ କ୍ରୀଡ଼ା କ୍ଷେତ୍ରରେ ଏକ ମହାନ ଶକ୍ତି ଭାବରେ ଉଭା ହେବ ଏବଂ ୨୦୨୮ ଅଲିମ୍ପିକ୍ସରେ ପଦକ ଜିତିଥିବା ଶ୍ରେଷ୍ଠ ଦଶ ଦେଶରେ ସ୍ଥାନ ପାଇବ। ବେଙ୍ଗାଲୁରୁ, ପୁଣେ, ସୋନେପାଟ,…

Read More

କିଶୋର ପଟ୍ଟନାୟକ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଥମୁନାହିଁ ଜନନୀ ଯନ୍ତ୍ରଣା। ଗାଁ କୁ ସବୁଦିନିଆ ରାସ୍ତା ନଥିବାରୁ ଜନନୀକୁ ପ୍ରସବ ଯନ୍ତ୍ରଣା ଭୋଗିବାକୁ ପଡୁଥିବା ଅଧିକାଂଶ ସମୟ ଦେଖିବାକୁ ମିଳୁଛି। ବର୍ଷା ଓ କାଦୁଅ ରାସ୍ତା ପାଇଁ ଗ୍ରାମକୁ ଆମ୍ବୁଲାନ୍ସ ପହଂଚି ନପାରିବାରୁ ଲୋକେ ଏକ ଷ୍ଟ୍ରେଚରରେ ୩ କିଲୋମିଟର ବୋହି ଆଣିଥିବା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଳିଆମ୍ବ ଗ୍ରାମରେ। ଗାଁ ର ଗର୍ଭବତୀ ମହିଳା ଡମାଇ ସାନ୍ତା ଙ୍କୁ ଆଜି ପ୍ରସବ ବେଦନା ହୋଇଥିଲା। ଗାଁ ଲୋକେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। କିନ୍ତୁ, ରାସ୍ତା କାଦୁଅ ପରିପୂର୍ଣ୍ଣ ହୋଇଥିବାରୁ ୩ କିଲୋମିଟର ଆଗରୁ ଖଜୁରୀ ଛକ ନିକଟରେ ଆମ୍ବୁଲାନ୍ସ ରହିଯାଇଥିଲା। ପରବର୍ତ୍ତୀ ସମୟରେ ଗାଁ ଲୋକେ କିଛି ଉପାୟ ନପାଇ ଏକ ଷ୍ଟ୍ରେଚର ରେ ଗର୍ଭବତୀ କୁ ଧରି ୩ କିଲୋମିଟର, ଗ୍ରାମର ଚାରିଜଣ ଗ୍ରାମବାସୀ ବୋହି ଆଣି ଖଜୁରୀ ଛକ ନିକଟକୁ ଆଣିଲା…

Read More

ନୂଆଦିଲ୍ଲୀ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ ମନ୍ତ୍ରୀ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଆଜି ଭାରତର ହକି ଜାଦୁକର ସ୍ବର୍ଗୀୟ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ନୂଆଦିଲ୍ଲୀର ଧ୍ୟାନ ଚାନ୍ଦ ଷ୍ଟାଡ଼ିଅମ୍‌ ଠାରେ ତାଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ପ୍ରଦାନ ପୂର୍ବକ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମେଜର ଧ୍ୟାନ ଚାନ୍ଦଙ୍କ ଜୟନ୍ତୀକୁ ଦେଶରେ ‘ଜାତୀୟ କ୍ରୀଡ଼ା ଦିବସ’ ରୂପେ ପାଳନ କରାଯାଇଥାଏ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ରିଜିଜୁ ଜାତୀୟ କ୍ରୀଡ଼ା ଓ ସାହସିକତା ପୁରସ୍କାରର ମୋଟ ସାତଟି ବର୍ଗରୁ ଚାରିଟି ବର୍ଗରେ ପୁରସ୍କାର ରାଶି ବୃଦ୍ଧି କରାଯାଇଥିବା ଘୋଷଣା କରିଥିଲେ । ସେ କହିଥିଲେ ଯେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ବାବଦକୁ ପୂର୍ବରୁ ଦିଆଯାଉଥିବା 7.5 ଲକ୍ଷ ଟଙ୍କା ପରିବର୍ତ୍ତେ ଏଣିକି 25 ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିଭଳି ଅର୍ଜୁନ ପୁରସ୍କାର ରାଶିକୁ 5…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଉଳାବନ୍ଧ ଗ୍ରାମ ଭୀମପାଟଣା ସାହିର ଖଲି ଘଡ଼ାଇଙ୍କ ପୁତ୍ର ଗନ୍ଧର୍ବ ଘଡ଼ାଇ(୪୨)ଙ୍କ ଆଜି ମଧ୍ୟାହ୍ନ ରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଗନ୍ଧର୍ବ ପ୍ରତିଦିନ ମାଛ ଧରିବା ପାଇଁ ଘଡ଼ାଇ ପେଣ୍ଠ ଠାରୁ ଦଶ କିଲୋମିଟର ଦୂରରେ ଚିଲିକା ଭିତରକୁ ଜାଲ ପକେଇବାକୁ ଯାଇଥାନ୍ତି। ପ୍ରତିଦିନ ସନ୍ଧ୍ୟା ସୁଦ୍ଧା ଜାଲ ପକାଇ ତା ପରଦିନ ଭୋର ପାଞ୍ଚଟାରେ ଜାଲ କାଢ଼ିବାକୁ ଯାଆନ୍ତି। ହେଲେ ପ୍ରତିଦିନ ପରି ଆଜି ଭୋରରୁ ଏକ ଡ଼ଙ୍ଗା ଯୋଗେ ଜାଲ କାଢ଼ିବାକୁ ଯାଉଥିବା ବେଳେ ଅସାବଧାନତା ବଶତଃ ଜାଲ କାଢ଼ିବାବେଳେ ଗନ୍ଧର୍ବ ଚିଲିକାର ଗଭୀର ଜଳରାଶି ମଧ୍ୟରେ ଡ଼ଙ୍ଗାରୁ ଖସି ପଡିଥିଲେ। ଏହା ଦେଖି ସଙ୍ଗେ ସଙ୍ଗେ ଡ଼ଙ୍ଗା ଚାଳକ ଜୋରରେ ପାଟି କରି ନିକଟରେ ଜାଲ କାଢୁଥିବା ଲୋକଙ୍କୁ ଡାକିଥିଲେ ଏବଂ ଗନ୍ଧର୍ବଙ୍କ ପରିବାରକୁ…

Read More

ଭୁବନେଶ୍ବର, ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ସାରା ରାଜ୍ୟରୁ ରାଜ୍ୟ ସରକାର ସଟ ଡାଉନ ଓ ଲକ ଡାଉନ ହଟାଇ ଦେଇଛନ୍ତି। ମୁଖ୍ୟତଃ ଛାତ୍ରଛାତ୍ରୀ, ପରୀକ୍ଷା ପରିଚାଳକ ଏବଂ ସ୍କୁଲ କର୍ତ୍ତୁପକ୍ଷ ଠିକଭାବେ ଯାତାୟତ କରିବା ପାଇଁ ଏହି ଘୋଷଣା କରାଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଫିସରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ପର୍ଯ୍ୟାୟ କ୍ରମେ ଦୁଇଥର ଏହି କୋହଳ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ 30 ତାରିଖରୁ  ସେପ୍ଟମ୍ବର 9 ତାରିଖ ପର୍ଯ୍ୟନ୍ତ ଏହି କୋହଳ କରାଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର 12 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ଏହି କଟକଣା ହଟାଇ ଦିଆଯାଇଛି। ପୂର୍ବରୁ କେବଳ ଯେଉଁ ସହରରେ ପରୀକ୍ଷା ହେବ ସେହି ସହର ପାଇଁ କଟକଣା କୋହଳ ଘୋଷଣା କରାଯାଇଥିଲା।

Read More

ଦୁଷ୍ମନ୍ତ କୁମାର ପଣ୍ଡା  କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନଥାନା ଆଇ.ଆଇ.ସି. ସତ୍ୟନନ୍ଦ ଙ୍କ ଉଦ୍ୟମରେ ଏହି ଅଞ୍ଚଳର ବାଇକ୍ ଲୁଟେରାଙ୍କ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ। ୭ ଟି ବାଇକ ଜବତ କରିବାସହ ୭ ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାନେ ହେଲେ କେସିଙ୍ଗା ଥାନା ଅଞ୍ଚଳର ବିକି ପାତ୍ର ,ଦିତିକୃଷ୍ଣ ନା, ଚିନା ହରିଜନ, କୂଳମଣି ମାଝି, ସୁମିତ ନାଏକ, ଥୁଅମୂଳ ରାମପୁର ଥାନା ଅଞ୍ଚଳର ଜଗନ୍ନାଥ ନାଏକ ବୋଲି ଜଣା ପଡ଼ିଛି। ସେମାନଙ୍କ ଠାରୁ ୮ ଟି ବାଇକ ଜବତ କରାଯାଇଛି। ତଦନ୍ତ ପରେ ଜଣାପଡିଛି ସେମାନେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ବହୁ ବାଇକ ଚୋରି ମାମଲାରେ ସଂପୃକ୍ତ ଥିବା ଜଣାପଡ଼ିଛି। ବର୍ତ୍ତମାନ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Read More

ସୀତାରାମ ଅଗ୍ରୱାଲ  ଚିଲିକା: ବର୍ତ୍ତମାନ ସମଗ୍ର ରାଜ୍ୟରେ ଲକ ଡ଼ାଉନ ଚାଲିଥିବାବେଳେ ଏଥିରୁ ବାଦ ପଡିନି ଚିଲିକା ନିର୍ବାଚନମଣ୍ଡଳୀ। ବାଣପୁର, ବାଲୁଗାଁ ଅଞ୍ଚଳ ବର୍ତ୍ତମାନ ହଟସ୍ପଟ ଅଞ୍ଚଳ ଥିବାବେଳେ ଏସବୁ ନିୟମକୁ ଫୁ କରି ଉଡାଇଦେଉଛନ୍ତି ଚୋରା ମଦ ବେପାରୀମାନେ। ଲକ ଡ଼ାଉନ ଅଧିକାଂଶ ଲୋକଙ୍କ ପାଇଁ ସର୍ବନାଶ ସାଜିଥିବାବେଳେ ସତେ ଯେମିତି ଏହି ଚୋରା ମଦବେପାରୀ ଙ୍କ ପାଇଁ ଏହା ପୁଷ ମାସ। କରୋନା ମହାମାରୀ ର ପ୍ରକୋପ କୁ ଖାତିର ନକରି ଏମାନେ ବେଧଡକ ବେପାର ଚଳାଉଛନ୍ତି। ଆଜି ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଖବର ପାଇ ଅନ୍ତର୍ଗତ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ ସଦଳବଳ ସହିତ ସାନନଈରୀରୁ ବଉଳାବନ୍ଧ ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତାରେ ଛପି ରହିଥିଲେ। ସେହି ସମୟରେ ସାନନଈରୀରୁ ବଉଳାବନ୍ଧ ଆଡେ ଆସୁଥିବା (ଓ.ଆର.୦୨.ବି.ଏକ୍ସ.୫୧୦୪) ନମ୍ବର ବିଶିଷ୍ଟ ଏକ ଅଟୋ ସହ ୨୫ ପେଟି(୬୨୫ ବୋତଲ) ଚୋରା ଦେଶୀ ମଦ କୁ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ବେଗୁନିଆପଡା ବ୍ଲକ ଏସ. ଛଚିନା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ବିଜେଡିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ପାଇଁ କହିଥିଲେ। ବର୍ତ୍ତମାନ ପରିସ୍ଥିତିରେ ଗୋଷ୍ଟି କନ୍ଦଳ ଭୂଲି ପରସ୍ପର ସହିତ ସହଯୋଗ କରି ସଙ୍ଗଠନକୁ ମଜଭୁତ କରିବାକୁ କହିଥିଲେ। ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ଯୁବ ସମାଜକୁ ସାମିଲ କରିବାକୁ କହିଥିଲେ। ଏଥିରେ ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ଦୋରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ ,ପୂର୍ବତନ ସରପଞ୍ଚ ଵିଜୟ କୁମାର ନାୟକ ଙ୍କ ସମେତ ଚିଙ୍ଗୁଡ଼ିଖୋଲ,ଚନ୍ଦନପୁର ଓ ଏସ. ଛଚିନ। ପଂଚାୟତର ସରପଞ୍ଚ ଓ ବିଜେଡି କର୍ମୀ ଯୋଗଦେଇଥିଲେ

Read More