Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ୟୋର୍ସ ହୋପ ଫାଉଣ୍ଡେସନ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ
ଆଞ୍ଚଳିକ

ବାଣପୁରରେ ୟୋର୍ସ ହୋପ ଫାଉଣ୍ଡେସନ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ

August 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ବ କରୋନା ମହାମାରୀ କବଳରେ କବଳିତ। ଏଥିରୁ ବାଦ୍ ପଡ଼ିନାହିଁ ଓଡିଶା। ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳରେ କରୋନା ମହାମାରୀ ଏହାର କାୟ ବିସ୍ତାର କରିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଗତକାଲି ସାମାଜିକ ସ୍ବେଛାସେବୀ ସଂଗଠନ ‘ ୟୋର୍ସ ହୋପ ଫାଉଣ୍ଡେସନ’ ର ପ୍ରତିଷ୍ଠାତା ଶ୍ରୀମତୀ ରୀନରାଣୀ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସିମାଞ୍ଚଳ ସ୍ୱାଇଁ, ବାଣପୁର ବ୍ଲକ ସମ୍ପାଦକ ମୁକେଶ କୁମାର ଜେନା, ଚିଲିକା ବ୍ଲକ୍ ସମ୍ପାଦକ ସଂଗ୍ରାମ ରଣା ଏବଂ ସଦସ୍ୟା ସଙ୍ଗୀତା ସ୍ୱାଇଁ, ପୁନମ୍ ସ୍ୱାଇଁ ପ୍ରମୁଖଙ୍କ ପ୍ରଚେଷ୍ଟାରେ ବାଣପୁର ଏନ.ଏ.ସି ଅନ୍ତର୍ଗତ ରଙ୍କନାଥ ପାଟଣା, ବାଣପୁର ଉପ କାରାଗାର ଏବଂ ଲଡ଼ୁକେଶ୍ୱର ଵୃଦ୍ଧାଶ୍ରମକୁ ସମ୍ପୂର୍ଣ ବିଶୋଧନ କରାଯାଇଥିଲା।

ଏହାପରେ ରଙ୍କନାଥ ପାଟଣାର ଯୁବବାସିନ୍ଦା ଦେବୀପ୍ରସାଦ ଦଳାଇ, ସନ୍ତୋଷ ଜେନା, ବିଚିତ୍ର ଦଳାଇ, ସୁଚିତ୍ରା ଦଳାଇ ଏବଂ କିଛି ଭଦ୍ର ବ୍ୟକ୍ତିଙ୍କ ସହାୟତାରେ ଗ୍ରାମରେ କରୋନା ମହାମାରୀ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଆଗାମୀ ଦିନରେ ଉକ୍ତ ସଂଗଠନ ତରଫରୁ ପର୍ଯ୍ୟାୟ କ୍ରମେ ବାଣପୁର ଏନ.ଏ.ସି ର ଅନ୍ୟାନ୍ୟ ଅଞ୍ଚଳ ଏବଂ ବାଣପୁର ବ୍ଲକ ଅଫିସ ସହ କିଛି ଗ୍ରାମକୁ ବିଶୋଧନ କରାଯିବାର ଲକ୍ଷ୍ୟ ରଖାଯାଇଅଛି ବୋଲି ସଂଗଠନର ପ୍ରତିଷ୍ଠାତା ଶ୍ରୀମତୀ ରୀନାରାଣୀ ସୂଚନା ଦେଇଥିଲେ।

କରୋନା ମହାମାରୀ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026
Latest News

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ମୃତ, ୩୦ ଗୁରୁତର

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.