ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ଭୟଙ୍କର ବର୍ଷା ଲାଗି ରହିଛି । ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ତରଫରୁ ମିଳିଥିବାସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି 76.6 ମିଲିମିଟିର ବର୍ଷା ହୋଇଛି । ନଅଟି ଜିଲ୍ଲାରେ100 ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସେହି ଜିଲ୍ଲାଗୁଡିକ ହେଲା – କେନ୍ଦ୍ରାପଡାରେ ସର୍ବାଧିକ 168.3 ମିଲିମିଟିର, ସୁବଣ୍ଣପୁରରେ 162.3 ମିମି, ଜଗତସିଂହପୁରରେ 146.5 ମିମି, ବୌଦ୍ଧରେ 133.3 ମିମି, କେଉଁଝରରୁ 124.8 ମିମି, ମୟୂରଭଞ୍ଜରୁ 122.2ମିମି, ଭଦ୍ରକରୁ 117.0ମିମି, ଯାଜପୁରରୁ 115.0ମିମି ଓ କଟକରୁ 101.9 ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି । ସେହିପରି 11ଟି ଜିଲ୍ଲାରେ 50ରୁ 100 ମିଲିମିଟର ମଧ୍ୟରେ ବର୍ଷା ହୋଇଥିବାର ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି…
Author: Samikhsya Bureau
ଢେଙ୍କାନାଳ : ଦିନକୁ ଦିନକୁ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 4 ଦିନ ପାଇଁ ସମଗ୍ର ଢେଙ୍କାନାଳ ମ୍ୟୁନିସିପାଲିଟି ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା 27 ଓ 28 ତାରିଖରେ ମ୍ୟୁନିସିପାଲିଟି ଅଞ୍ଚଳ ସଟଡାଉନ ରହିବ । ମ୍ୟୁନିସିପାଲିଟି ଅଞ୍ଚଳର 23ଟି ୱାର୍ଡ ସମେତ ସହର ମଧ୍ୟ ସଟଡାଉନ ରହିବ । ସେହିପରି 29 ଓ 30 ମଧ୍ୟ ସଟଡାଉନ ଥିବାରୁ ସହର 4 ଦିନ ବନ୍ଦ ରହିବ । ସଂକ୍ରମଣ ରୋକିବା ସହ କଣ୍ଟାକ୍ଟ ଟ୍ରେସିଂ ପାଇଁ ଏହି ସଟଡାଉନ ଘୋଷଣା କରାଯାଇଛି ।
ଝାନ୍ସୀ : ଉତ୍ତରପ୍ରଦେଶର ଏକ ଏସିଡ୍ ଆଟାକ୍ରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଝାନ୍ସୀର ଉଲଦନ୍ ଥାନା କ୍ଷେତ୍ରର ବସାର ଗ୍ରାମରେ ପାଣି ଭରିବାକୁ କେନ୍ଦ୍ର କରି ହୋଇଥିବା ବିବାଦରେ ଦଳେ ଅନ୍ୟ ଦଳଙ୍କ ଉପରେ ଏସିଡ୍ ଆକ୍ରମଣ କରିଥିବାର ସୂଚନା ରହିଛି । ଏହି ଆକ୍ରମଣରେ 23 ଜଣ ଲୋକ ଆହତ ହୋଇଛନ୍ତି । 23ଜଣଙ୍କ ମଧ୍ୟରୁ ପାଞ୍ଚଜଣଙ୍କର ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସମସ୍ତଆହତଙ୍କୁ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ଝାନ୍ସୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।ଏହି ଘଟଣାକୁ ନେଇ 6ଜଣଙ୍କ ଉପରେ ମୋକଦ୍ଦମା ଦାଏର କରାଯାଇଥିବାବେଳେ 4 ଜଣଙ୍କୁ ପୋଲିସ୍ ଗିରଫ କରିଛି । (ଏଜେନ୍ସି)
ମୁମ୍ବାଇ :ଯଦି କୌଣସି ବ୍ୟକ୍ତିଙ୍କର ଏକରୁ ଅଧିକ ସ୍ତ୍ରୀ ରହିଛନ୍ତି । ତେବେ ସ୍ବାମୀଙ୍କର ସମସ୍ତ ସମ୍ପତ୍ତିରେ ଅଧିକାର କେବଳ ପ୍ରଥମ ସ୍ତ୍ରୀଙ୍କର ହିଁ ରହିବ । ତେବେ ଉଭୟ ସ୍ତ୍ରୀଙ୍କ ଗର୍ଭରୁ ଜନ୍ମ ହୋଇଥିବା ସନ୍ତାନମାନେ ସମ୍ପତ୍ତିରୁ ଭାଗ ପାଇପାରିବେ । ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟ ଏକ ଯାଚିକାର ଶୁଣାଣି କରି ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ବିଚାରପତି ଏସ.ଜେ କଠୱାଲା ଓ ବିଚାରପତି ମାଧବ ଜାମଦରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରିବା ଅବସରରେ ମୌଖିକ ଭାବେ ଏହି ମତାମତ ଦେଇଛନ୍ତି । ପୂର୍ବରୁ ହାଇକୋର୍ଟର ଔରଙ୍ଗବାଦ ବେଞ୍ଚର ଏକ ପୂର୍ଣ୍ଣକାଳୀନ ଖଣ୍ଡପୀଠ ଏଭଳି ରାୟ ଦେଇଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା । ସୂଚନାଅନୁସାରେ, ମହାରାଷ୍ଟ୍ର ରେଲେଓ୍ବ ପୋଲିସରଏଏସ୍ଆଇ ସୁରେଶ ହଟଙ୍କର କୋଭିଡ୍ ଆକ୍ରାନ୍ତରେ ଗତ ମେ 30 ତାରିଖରେ ମୃତ୍ୟୁବରଣ କରିଥିଲେ । ସୁରେଶଙ୍କର ମୃତ୍ୟୁ…
ଭୁବନେଶ୍ୱର : ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ର ରାୟଗଡ଼ ଜେଲର । ବହୁ ଚର୍ଚ୍ଚିତ କଳ୍ପନା ଦାସ ଏବଂ ଝିଅ ବବଲି ଡବଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏ ରାୟଗଡ଼ା ସ୍ଥିତ ଫଟିସ ଜିନ୍ଦଲ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେ ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରାୟଗଡ଼ ଜେଲରୁ ବାହାର କରି ନିଆଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଇଛି । ଜେଲ ଅଧୀକ୍ଷକ ଏନ.କେ ଦହରିଆଙ୍କ ଅନୁଯାୟୀ ପୂର୍ବରୁ ଅନୁପ ହୃଦରୋଗୀ ହୋଇଥିବା ବେଳେ ସକାଳେ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରାୟଗଡ଼ ଜିନ୍ଦଲ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି ।
ଭୁବନେଶ୍ବର : କରୋନା ପାଇଁ ଚଳିତ ବର୍ଷ 30 ପ୍ରତିଶତ ସିଲାବସ୍ ହ୍ରାସ ହୋଇଥିବାର ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । 3ଟି କମିଟିର ସୁପାରିସ୍ ଆଧାରରେ ସିଲାବସ୍ କମିଛି । ସିଏଚ୍ଏସ୍ଇ, ବିଏସ୍ଇ, ଏସ୍ଇଆରଟି ଓ୍ବେବସାଇଟ୍ରେ ନୂଆ ସିଲାବସ୍ ବୋର୍ଡ ମିଳିବ ବୋଲି ସୂଚନା ରହିଛି।ପ୍ରଥମର ଦ୍ବାଦଶ ଶ୍ରେଣୀ ଯାଏଁ ସିଲାବସ୍ କମାଯାଇଛି । ପୂର୍ବରୁ ସିବିଏସ୍ଇ ଓ ଆଇସିଏସ୍ଇର ମଧ୍ୟ ସିଲାବସ୍ କମାଯାଇଛି । କରୋନା ପାଇଁ ଶିକ୍ଷା ବ୍ୟବସ୍ଥାରେ ସଂକଟ ସୃଷ୍ଟି ହୋଇଛି । କରୋନାକୁ ଦୃଷ୍ଟିରେ ରଖି ସ୍କୁଲ ଓ ବିଦ୍ୟାଳୟ ବନ୍ଦ ରହିଥିବାବେଳେ ଅନଲାଇନ୍ କ୍ଲାସ୍ କରାଯାଉଛି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସୋମବାରଠାରୁ ଗଂଜାମ ଜିଲ୍ଲାରେ କୋଭିଡ଼୍ ନିୟମରେ କିଛି କୋହଳ କରାଯାଇଛି। ସକାଳ ୫ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନବଜାର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ପଞ୍ଚସୂତ୍ରୀ ନିୟମ ପାଳନ ପୂର୍ବକ ଖୋଲିବାକୁ ଅନୁମତି ଦିଆଯାଇଛି। ଦୋକାନ ବଜାରରେ ପଞ୍ଚସୂତ୍ରୀ ନିୟମ କଡ଼ାକଡ଼ି ପାଳନ ହେଉଛି କି ନାହିଁ ତାହା ତଦାରଖ କରିବା ପାଇଁ ତହସିଲ୍ଦାର, ମହାନଗର ନିଗଭମ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜୋର୍ଦାର କରାଯାଇଛି। ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ୯ଟି ଦୋକାନ ପଞ୍ଚସୂତ୍ରୀ ନିୟମ ପାଳନ କରୁନଥିବାରୁ ସେଗୁଡ଼ିକୁ ସିଲ୍ କରି ଦିଆଯାଇଛି। ଏହିଗୁଡ଼ିକ ମଧ୍ୟରେ ଇଲୋକ୍ଟ୍ରୋ ନିକସ୍ ଦୋକାନ, ଫେନ୍ସି ଦୋକାନ, ମେଡ଼ିକାଲ୍ ଦୋକାନ ରହିଛି। ସେହିପରି ବ୍ରହ୍ମପୁର ପୋଲିସ୍ର ଏନ୍ଫୋର୍ସମଣ୍ଟେ ସ୍କ୍ୱାର୍ଡ଼ ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଏବଂ ଚଢ଼ାଉ କରାଯାଇଥିଲା। ୧୦୧ ଗାଡ଼ି ଚାଳକଙ୍କୁ ୫୦ହଜାର ୫୦୦ ଟଙ୍କାର ଚାଲାଣ ହୋଇଥିବାବେଳେ ୮୫…
ଅରବିନ୍ଦ କର ଖଇରା: ପୁଣି କାନ୍ଧରେ ବୁହାହେଲେ ଗର୍ଭବତୀ ମହିଳା। ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି। ସରକାରୀ ଜନନୀ ସୁରକ୍ଷା ଲାଗି ବହୁ ଯୋଜନା ପ୍ରଣୟନ କରିଥିବାବେଳେ ଆଜି ବି ପ୍ରସୂତୀ ମହିଳାମାନେ କାନ୍ଧରେ ବୁହା ହେଉଛନ୍ତି। ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ସାରକୋଣା ପଞ୍ଚାୟତ କଣ୍ଡିରାଗଢିଆ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ବିଦ୍ୟାପତି ଦାସଙ୍କର ସ୍ତ୍ରୀ ଭାରତୀ ଦାସ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ ୧୦୨ ଆମ୍ବୁଲାନ୍ସ କୁ ଫୋନ କରିଥିଲେ। ଆମ୍ବୁଲାନ୍ସ ଆସି ଅଧା ବାଟରେ ରହିଥିଲା।ରାସ୍ତା ନଥିବାରୁ ଆମ୍ବୁଲାନ୍ସ ମହିଳାଙ୍କ ଘର ଠାରୁ ୧କିମି ଉର୍ଦ୍ଧ୍ବ ହେବ ଦୂରତାରେ ରହିଥିଲା।ପରିବାର ଲୋକ କୌଣସି ଉପାୟ ନପାଇ ଶେଷରେ ଗାଁ ଲୋକଙ୍କ ସହଯୋଗରେ ମହିଳାଙ୍କୁକାନ୍ଧରେ ବୁହାଇ ଆଣୁଥିବାର ଦୃଶ୍ୟ ଭାଇରାଲ ହେବାର ଲାଗିଥିଲା। ଏ ବିଷୟରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧିକୁ ପଚାରିବାରୁ ରାସ୍ତା କାମ ଟଙ୍କା…
କଟକ: ବହୁ ବାଦବିବାଦ ପରେ କଟକରେ ଚଳିତ ବର୍ଷ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ଆଜି କଟକ ଜିଲ୍ଲାପାଳଙ୍କ ପକ୍ଷରୁ ଏହାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ବିନା ଶ୍ରଦ୍ଧାଳୁରେ ପୂଜା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କଟକଣା ମାନି ପେଣ୍ଡାଲରେ କେବଳ ମୂର୍ତ୍ତି ରଖି ବିନା ଶ୍ରଦ୍ଧାଳୁରେ ପୂଜା କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ତେବେ ସାର୍ବଜନୀନ ପୂଜାକୁ ଅନୁମତି ପ୍ରଦାନ କରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଗତକାଲି କଟକର ଏକ ପୂଜା କମିଟି ଦୁର୍ଗାପୂଜା କରିବା ପାଇଁ ଅନୁମତି ମାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ଏବେ ଅପେକ୍ଷା କରାଯାଇଛି। କଟକରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସମାବେଶ, ପୂଜା ପାର୍ବଣରେ କଟକଣା ଜାରି କରାଯାଉଛି।
କେଦାର ମିଶ୍ର କରୋନା ଯୁଦ୍ଧର ପାଞ୍ଚମାସ ପରେ ଆମେ କେଉଁ ସ୍ଥିତିରେ ଅଛୁ, ଏ ପ୍ରଶ୍ନ କେହି ଜଣେ ପଚାରିବା ଉଚିତ ନୁହଁ କି? ତେବେ ଏ ପ୍ରଶ୍ନ ପଚାରିବ କିଏ? ଯିଏ ଏହି ପ୍ରଶ୍ନ ପଚାରିବା କଥା ସେମାନେ ଏବେ ନିଜେ ସିବିଆଇର ବଡବାପା ସାଜି ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ କରୁଛନ୍ତି। ଆମ ଗଣମାଧ୍ୟମ ଲାଗି ମହାମାରୀ ତୁଳନାରେ ଜଣେ ଚିତ୍ରତାରକାଙ୍କର ଆତ୍ମହତ୍ୟା ବହୁତ ବଡ ଖବର। ପ୍ରତିଦିନ ଦେଶରେ ବଢି ଚାଲିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଏବେ କେହି ଚିନ୍ତିତ ଥିବାର ଜଣା ପଡୁନି। ଯେତେବେଳେ ଦେଶରେ ଦିନକୁ ୫୦୦/୧୦୦୦ ଆକ୍ରାନ୍ତ ବାହାରୁଥିଲେ, ସେତେବେଳେ ଆମ ସରକାର ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ଆମର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆମକୁ ନିୟମିତ ବ୍ୟବଧାନରେ କରୋନା ଯୋଦ୍ଧାଙ୍କ ଲାଗି ତାଳି ବଜାଅ, ଥାଳି ବଜାଅ, ଦୀପ ଜଳାଅ, ଦେଶପ୍ରେମର ଗୀତ ଗାଅ ବୋଲି କହି ଚାଲୁଥିଲେ।…
ଭୁବନେଶ୍ବର : ଆଜି ରାଜ୍ୟରୁ ସର୍ବାଧିକ 13 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଓ ସୁନ୍ଦରଗଡରୁ ସର୍ବାଧିକ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କଟକ ଓ ଗଞ୍ଜାମରୁ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ । ସମ୍ବଲପୁରର ଦୁଇମୃତକଙ୍କ ମଧ୍ୟରେ ଜଣେ 50 ବର୍ଷୀୟ ଓ ଅନ୍ୟ ଜଣେ 40 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 441କୁ ବୃଦ୍ଧି ହୋଇଛି । କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : ଜିଲ୍ଲା ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 16936 14947 1798 183 8 ଖୋର୍ଦ୍ଧା 13338 7826 5446 56 10…
ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ ମୋଟ୍ 3 ହଜାର 371 ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 547ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 357, ଗଞ୍ଜାମରୁ 196, ଯାଜପୁରରୁ 173, ନୟାଗଡରୁ 171, ସୁନ୍ଦରଗଡରୁ 154, ରାୟଗଡାରୁ146, ପୁରୀରୁ 144, ମାଲକାନଗିରିରୁ 134, ଭଦ୍ରକରୁ 114, ସମ୍ବଲପୁରୁର 107, ବାଲେଶ୍ବର ଓ ବରଗଡରୁ 98 ଜଣ ଲେଖାଏଁ ରହିଥିବାବେଳେ ଜଗତସିଂହପୁରରୁ 95, ଝାରସୁଗୁଡାରୁ 93, ମୟୂରଭଞ୍ଜରୁ 92, କୋରାପୁଟରୁ 91, କେନ୍ଦ୍ରାପଡା ଓ ବଲାଙ୍ଗିରରୁ 76ଜଣ ଲେଖାଏଁ ରହିଛନ୍ତି । କେଉଁଝରରୁ 74, ଢେଙ୍କାନାଳରୁ 67, ନବରଙ୍ଗପୁରରୁ 65,ଅନୁଗୁଳରୁ 63,ଗଜପତି ଓ କନ୍ଧମାଳରୁର41 ଜଣ ଲେଖାଏଁ ରହିଛନ୍ତି । କଳାହାଣ୍ଡିରୁ 28, ନୂଆପଡାରୁ 15 ଓ ଦେବଗଡରୁ 8, ବୌଦ୍ଧରୁ 4, ସୋନପୁରରୁ 3 ଜଣ ରହିଛନ୍ତି ।
ଭୁବନେଶ୍ବର: ରାଜ୍ୟରେ ଆଜି 3 ହଜାର 371 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2053ଜଣ ଚିହ୍ନଟ ହୋଇଥିବାବେଳେ 1318ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 87ହଜାର602କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 27 ହଜାର 638ଜଣ। ସେହିପରି ସୁସ୍ଥ ହୋଇଛନ୍ତି 59 ହଜାର 470ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 441ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।
ଗୁଜୁରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଧେରା ସୂର୍ଯ୍ୟ ମନ୍ଦିରର ଅପରୂପ ଶୋଭାର ଏକ ଭିଡିଓକୁ ସେୟାର କରିଛନ୍ତି । ଟୁଇଟରରେ ଭିଡିଓ ସେୟାର କରିବା ସହ ମୋଦୀ ଲେଖିଛନ୍ତି, ବର୍ଷା ମଧ୍ୟରେ ମୋଧେରା ସୂର୍ଯ୍ୟ ମନ୍ଦିରର ଏକ ବହଂଗମ ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷା ସମୟରେ ମୋଧେରାର ସୂର୍ଯ୍ୟମନ୍ଦିରର ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ସେୟାର ହୋଇଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ମନ୍ଦିରର ନିକଟସ୍ଥ କ୍ଷେତ୍ରରୁ ଜୋର୍ରେ ବର୍ଷା ହେବା ଫଳରେ ପାଣି ମନ୍ଦିରର ସିଡି ଦେଇ ସୂର୍ଯ୍ୟକୁଣ୍ଡରେ ପ୍ରବେଶ କରୁଛି । ଏହା ଅତ୍ୟନ୍ତ ମନୋରମ ଲାଗୁଛି । https://twitter.com/narendramodi/status/1298443901703827457?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1298443901703827457%7Ctwgr%5E&ref_url=https%3A%2F%2Fwww.abplive.com%2Fnews%2Findia%2Fpm-narendra-modi-tweet-modhera-iconic-sun-temple-looks-splendid-on-a-rainy-day-1539319 ସୂଚନାଯୋଗ୍ୟ, ଗୁଜୁରାଟର ଅନେକ ଜିଲ୍ଲାରେ ବିଗତ କିଛି ଦିନ ହେବ ବର୍ଷା ଜାରି ରହିଛି । ରାଜ୍ୟର କିଛି ଜିଲ୍ଲାରେ ଥିବା ଜଳଭଣ୍ଡାରରେ ଜଳସ୍ତର ବଢ଼ିଛି । ପରିସ୍ଥିତି ଯୋଗୁଁ ଡ୍ୟାମ ଗୁଡ଼ିକ ଗେଟ ଖୋଲାଯାଇଛି । ତେବେ ଏହି ସୂର୍ଯ୍ୟମନ୍ଦିରର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜାତୀୟ ଚକ୍ଷୁଦାନ ପକ୍ଷ ଆଜିଠାରୁ ଆରମ୍ଭ ହୋଇଛି। ଏମ୍କେସିଜି ଚକ୍ଷୁବିଜ୍ଞାନ ବିଭାଗ ନିକଟରେ ଚକ୍ଷୁଦାନ ପାଇଁ ଉତ୍ସାହିତ କରିବା ସକାଶେ ଏକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି ପକ୍ଷ ଆଜିଠାରୁ ଆରମ୍ଭ ହୋଇ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଲୋକମାନଙ୍କୁ ଚକ୍ଷୁଦାନ ପାଇଁ ନିବେଦନ କରାଯାଇଥିଲା। କରୋନା କଟକଣା ଦୃଷ୍ଟିରୁ ରାଲି ଏବଂ ସଭାସମିତି ଚଳିତବର୍ଷ କରାଯାଇନାହିଁ। ଭାରତରେ ଦୁନିଆକୁ ଦେଖି ନ ପାରିବା ବହୁ ଲୋକ ଅଛନ୍ତି। ମୃତ୍ୟୁପରେ ଚକ୍ଷୁଦାନ କରିଲେ ସେମାନଙ୍କ ଚକ୍ଷୁ ଦୁଇଜଣଙ୍କୁ ଦୁନିଆ ଦେଖାଇ ପାରିବ। ତେଣୁ ଚକ୍ଷୁଦାନ ପାଇଁ ପଂଜିକୃତ କରିବାକୁ ସଚେତନ କରାଯାଇଥିଲା। ଏହି ଅବସରରେ ପ୍ରଫେସର ସଚିତ୍ରା ଦାଶ, ପ୍ରଫେସର ପ୍ରଜ୍ଞା ପଣ୍ଡା, ଡା. ସଚଳା ଭୋଇ, ଡା. ସୁଜାତା ପାଢ଼ୀ, ଡା. ରାଜେନ୍ଦ୍ର ବେହେରା, ଡା. ସୁଶାନ୍ତ ପୂଜାରୀ, ଡା. ସବିତା ଦେବୀ ଏବଂ…
ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 59,449ରେ ପହଞ୍ଚିଲା । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 32ଲକ୍ଷ 34 ହଜାର 475କୁ ବୃଦ୍ଧି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗତ 24 ଘଣ୍ଟାରେ 67 ହଜାର 151 ଆକ୍ରାନ୍ତ ହୋଇଥିବାବେଳେ 1059 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ଆକ୍ଟିଭ କେସ 7 ଲକ୍ଷ 07 ହଜାର 267 ରହିଛି । ସେହିପରି ସୁସ୍ଥ ହୋଇଛନ୍ତି 24 ଲକ୍ଷ 67ହଜାର 758ଜଣ । ତେବେ ଆଶ୍ବସ୍ତିକର କଥା ହେଉଛି ଦେଶରେ ମୃତ୍ୟ ହାର ଓ ଆକ୍ଟିଭ୍ କେସ ରେଟ୍ ଲଗାତାର ଭାବରେ ହ୍ରାସ ପାଉଛି । ମୃତ୍ୟ ହାର ଏବେ ଖସି 1.83%ରେ ରହିଥିବାବେଳେ ଆକ୍ଟିଭ କେସ୍ ରେଟ୍ ମଧ୍ୟ ହ୍ରାସ ପାଇ 22 ପ୍ରତିଶତ ରହିଛି । ଏହା ସହିତ ସୁସ୍ଥ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ ଇପିଏଫ୍ ପେନସନରସ୍ ସଂଘ, ଗଂଜାମ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ଆର୍ଡ଼ିସିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ରହ୍ମପୁର ଶାଖାର ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ପେନସନରସ୍ ଭୁକ୍ତ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ରହିଥିବାବେଳେ ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟ ପ୍ରସଂଗ ରଖିଥିବା ଜଣାପଡ଼ିଛି। ଏହାସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ପ୍ରଦାନ ଏବଂ ସମସ୍ତ ଇପିଏଫ୍-୯୫ ପେନସନରସ୍ଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ପ୍ରଦାନ ପାଇଁ ଗୁରୁତ୍ୱାରୋପ କରାଯାଇଛି। ଦେଶବ୍ୟାପି ଚାଲିଥିବା ଇପିଏଫ୍-୯୫ ଜାତୀୟ ପେନସନ ଲାଗୁ କରିବା, ଜୀବନର ସମସ୍ତ ସେବା ସେବା ବିନିଯୋଗରେ କଳକାରଖାନା, ଅର୍ଦ୍ଧ ସରକାରୀ ଓ ଅନ୍ୟାନ୍ୟ ବେସରକାରୀ ସଂସ୍ଥାମାନଙ୍କରେ କାର୍ଯ୍ୟକରି ଅବସର ନେଲା ପରେ ପରିଣତ ବୟସରେ ମାତ୍ର ୫୦୦ ଟଙ୍କାରୁ ୧୦୦୦ ଟଙ୍କା ପେନସନ ମିଳୁଥିବା କେନ୍ଦ୍ର ସରକାର ଓ…
ରମେଶ ମହାନ୍ତି ଜଗତସିଂହପୁର: ବାଲିକୁଦା -ଏରସମା ବିଧାୟକ ତଥା ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଦ୍ଵାରା ମଙ୍ଗଳବାର ଦିନ ଏରସମା ବ୍ଲକ ସମ୍ମିଳନୀ କକ୍ଷରେ ଢିଙ୍କିଆ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚେକ୍ ବଣ୍ଟନ କରାଯାଇଛି। ସୂଚନା ମୁତାବକ ଢିଙ୍କିଆ ପଞ୍ଚାୟତରେ ୨୦୧୫-୧୬ ମସିହା ପାଇଁ ୨୩ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ ନାମ ଫଳକ ଲେଖିବା ପାଇଁ ୧ହଜାର ଟଙ୍କା ଲେଖାଏଁ ଓ ୩ଜଣ ହିତାଧିକାରୀଙ୍କୁ ଫାଇନାଲ ବିଲ୍ ବାବଦ ୧୦ହଜାର ଟଙ୍କା ଲେଖାଏଁ ମନ୍ତ୍ରୀ ଶ୍ରୀ ଦାସ ଚେକ୍ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ସାଂସଦଙ୍କ ପ୍ରତିନିଧି ପୀତବାସ ଗଚ୍ଛାୟତ ,ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟା ଇତିଶ୍ରୀ ଭୂୟାଁ, ସ୍ବର୍ଣ୍ଣଲତା ସେନାପତି, ଗୀତାଞ୍ଜଳି ସ୍ୱାଇଁଙ୍କ ସମେତ ବ୍ଲକର କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏଥିସହିତ ଜିଲ୍ଲାପାଳ ଓ ମନ୍ତ୍ରୀ…
ରମେଶ ମହାନ୍ତି ଜଗତସିଂହପୁର: ଦୃତ ବେଗରେ ସଂକ୍ରମଣ ହେଉଥିବା କରୋନା ମହାମାରୀର ଭୟାବହତା ଓ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାହାମା ବଜାରକୁ ୩ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ବଜାର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତାର ସବୁଠାରୁ ବଡ ବ୍ୟବସାୟୀକ ପେଣ୍ଠସ୍ଥଳୀ କୁହାଯାଉଥିବା କୁଜଙ୍ଗ ବ୍ଲକ ଅଧିନସ୍ଥ ରାହାମା ବଜାର ଚଳିତମାସ ୨୭,୨୮ ଓ ୨୯ ତାରିଖ ତିନିଦିନ ସମ୍ପୂର୍ଣ୍ଣ ବନ୍ଦ ରହିବା ସହିତ ୩୦ ତାରିଖ ମାସର ଶେଷ ରବିବାର ଯୋଗୁଁ ବନ୍ଦ ରହିବ। ଏହି “ସମ୍ପୂର୍ଣ୍ଣ ବନ୍ଦ”କୁ ପାଳନ କରିବାକୁ ବଜାରକମିଟି ପକ୍ଷରୁ ବ୍ୟବସାୟୀ ମାନଙ୍କୁ ଅନୁରୋଧ କରାଯାଇଛି। ଏଥିସହିତ କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟଗତ ଦିଗକୁ ସର୍ବାଧିକ ଗୁରୁତ୍ବ ଦେବା ପାଇଁ ରାହାମା ବଜାରକମିଟି ତରଫରୁ ଏହି ନିଷ୍ପତ୍ତି ନିଆଯିବା ସହ ଏନେଇ ତାଳପଡା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଜ୍ଞାତସାରକୁ ନିଆଯିବା ସହିତ ବ୍ଲକ, ତହସିଲ…
କରଞ୍ଜିଆ : ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ମା’ ମୃତ, ଝିଅ ଗୁରୁତର । ଶୁକୁଳି ବ୍ଳକ ମହୁଲିଆଗୁଡି ଗାଁରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି । ମା’ ଝିଅ ଶୋଇଥିବାବେଳେ ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ଭୁଶୁଡି ପଡିଥିଲା । ଏହି ମାଟି କାନ୍ଥ ଭୁଶୁଡି ପଡିବାରୁ ଝିଅ ଗୁରୁତର ହୋଇପଡିଥିବାବେଳେ ମାଆର ମୃତ୍ୟୁ ହୋଇଛି । ଅପରପକ୍ଷରେ ବଣାଇରେ ଲଗାଣ ବର୍ଷା ଯୋଗୁଁ ପୋଲ ଭାସିଯାଇଛି । ରାସ୍ତା, ନାଳ, ଜୋର ଏକାକାର ହୋଇଯାଇଛି । ଏକ କାର୍ ଭାସିଯାଇଥିବାର ସୂଚନା ମଧ୍ୟ ରହିଛି। (ଏଜେନ୍ସି)
ଭୁବନେଶ୍ବର, ଗତକାଲି ରାତିରୁ ଦ୍ବତ ନଗର କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ଲାଗି ରହିଛି। ଏଥିସହିତ ସୁ ସୁ ପବନ ମଧ୍ୟ ପ୍ରବାହିତ ହେବାରି ଲାଗିଛି। ବିଶେଷ କରି ଉତ୍ତର ବଙ୍ଗୋବ ସାଗରରେ ଲଘୁଚାପ ପାଇଁ ଏହି ବର୍ଷା ଅନୁଭୂତ ହେଉଛି। ଏହିପରି ଆହୁରି ତିନିଦିନ ଧରି ବର୍ଷା ଲାଗିରହିବ ବୋଲି ଜଣାପଡିଛି। ତେବେ ପାଣିପାଗ ବିଭାଗ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଏହି ଦୁଇ ସହରର ବିଭିନ୍ନ ସ୍ଥାନରେ ଯେଉଁ ବର୍ଷା ହୋଇଛି ତାହା ହେଉଛି.. ଭୁବନେଶ୍ବର ଏୟାରପୋର୍ଟ- 91.6 ମିଲି ମିଟର ଭୁବନେଶ୍ବର-94.0 ମିଲି ମିଟର ଓୟୁଏଟି-92.0 ମିଲି ମିଟର ରାଜଭବନ-69.0 ମିଲି ମିଟର କଟକ ସିଟି- 77.8 ମିଲି ମିଟର କଟକ-79.0 ମିଲି ମିଟର ମୁଣ୍ଡୁଳି-71.0 ମିଲି ମିଟର ତିଗିରିଆ-63.0 ମିଲି ମିଟର

