ଦିନକରେ 67,151 ଆକ୍ରାନ୍ତ, 1059 ମୃତ

Published: Aug 26, 2020, 10:49 am IST

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 59,449ରେ ପହଞ୍ଚିଲା । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 32ଲକ୍ଷ 34 ହଜାର 475କୁ ବୃଦ୍ଧି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗତ 24 ଘଣ୍ଟାରେ 67 ହଜାର 151 ଆକ୍ରାନ୍ତ ହୋଇଥିବାବେଳେ 1059 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ଆକ୍ଟିଭ କେସ 7 ଲକ୍ଷ 07 ହଜାର 267 ରହିଛି । ସେହିପରି ସୁସ୍ଥ ହୋଇଛନ୍ତି 24 ଲକ୍ଷ 67ହଜାର 758ଜଣ ।

ତେବେ ଆଶ୍ବସ୍ତିକର କଥା ହେଉଛି ଦେଶରେ ମୃତ୍ୟ ହାର ଓ ଆକ୍ଟିଭ୍‌ କେସ ରେଟ୍‌ ଲଗାତାର ଭାବରେ ହ୍ରାସ ପାଉଛି । ମୃତ୍ୟ ହାର ଏବେ ଖସି 1.83%ରେ ରହିଥିବାବେଳେ ଆକ୍ଟିଭ କେସ୍‌ ରେଟ୍‌ ମଧ୍ୟ ହ୍ରାସ ପାଇ 22 ପ୍ରତିଶତ ରହିଛି । ଏହା ସହିତ ସୁସ୍ଥ ହାର 76%ରେ ପହଞ୍ଚିଛି ।

ଆଇସିଏମ୍ଆରର ସୂଚନା ମୁତାବକ ଅଗଷ୍ଟ 25 ସୁଦ୍ଧା ଦେଶରେ 3 କୋଟି 95 ଲକ୍ଷ ସାମ୍ପଲ୍‌ ପରୀକ୍ଷା ହୋଇଛି । ତେବେ କରୋନା ଆକ୍ଟିଭ ମାମଲାରେ ଟପ ପାଞ୍ଚଟି ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜୁରାଟ ଓ ପଶ୍ଚିମବଙ୍ଗ ରହିଛନ୍ତି । (ଏଜେନ୍ସି)

Related posts