Author: Samikhsya Bureau

ଭୁବନେଶ୍ୱର: ବଗଳା ଧର୍ମଶାଳା ଜମି ବିକ୍ରି ସଂପର୍କରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମାଲୋଚନା କରିବା ପରେ ଜିଲ୍ଲା ପ୍ରଶାସନ ସ୍ପଷ୍ଟି କରଣ ରଖିଛି। ଏଥିରେ କୁହାଯାଇଛି ଯେ, ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମିଛକଥା। ଏହାର ମାତ୍ର ୧୨ ପ୍ରତିଶତ ଅଞ୍ଚଳ ସେବାୟତ ଓ ମନ୍ଦିର ପରିସର ପାଇଁ ଜମି ଛାଡ଼ିଥିବା ଲୋକଙ୍କୁ ଆବଣ୍ଟନ କରାଯାଇଛି। ପ୍ଲଟ କରି ଖଣ୍ଡ ଖଣ୍ଡ ବିକ୍ରୀ କରିବା ଅଭିଯୋଗ ସଂପୂର୍ଣ୍ଣ ମିଛ। ସେହିପରି ବଗଳା ଧର୍ମଶାଳା ପରିସରରେ ଯେଉଁମାନଙ୍କୁ ଥଇଥାନ କରାଯାଇଛି, ସେମାନେ ମୁଖ୍ୟତଃ ମନ୍ଦିର ସେବାୟତ। ପୂର୍ବ କାଳରୁ ସେମାନେ ମନ୍ଦିର ନିକଟରେ ରହି ଆସୁଥିଲେ। ହେଲେ ମହାପ୍ରଭୁଙ୍କ ପାଇଁ ସେମାନେ ତାଙ୍କର ଭିଟାମାଟି  ତ୍ୟାଗ କରି ମନ୍ଦିର କରିଡର ପ୍ରକଳ୍ପକୁ ସହଯୋଗ କରିଥିଲେ। ବିସ୍ଥାପିତ ପରିବାରଗୁଡ଼ିକୁ ସରକାରଙ୍କ ଅନୁମୋଦିତ ଥଇଥାନ ପ୍ୟାକେଜ ଅନୁସାରେ ରାଜସ୍ୱ ଜମିରେ ଥଇଥାନ କରାଯାଇଛି। ତେବେ ପୁରୀରେ ଧର୍ମଶାଳାର କ୍ଷମତା ବୃଦ୍ଧି ପାଇଁ ଯୋଜନା କରାଯାଇଛି…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୮ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୫୩ ଜଣ ଥିବାବେଳେ ୧୪୨ ଜଣ ସ୍ଥାନୀୟ କେସ। ପୋଲିସ ସିକ୍ଯୁରିଟି ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚନ୍ଦକାର ଏକ ବିସ୍କୁଟ କାରଖାନାରୁ ୨୮ ଜଣ, ପଟିଆ କିଟ କ୍ୟାମ୍ପସରୁ ୧୧ଜଣ , ରିଜର୍ଭ ପୋଲିସ କଲୋନୀରୁ ୮, ଚନ୍ଦ୍ରଶେଖରପୁର ଏଚ ବି କଲୋନୀରୁ ୪, ରସୁଲଗଡରୁ ୪, ବିଜେବି ନଗରରୁ ୩, ବଦଗଡ କେନାଲ ରୋଡରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Read More

ନୂଆଦିଲ୍ଲୀ, ବର୍ତ୍ତମାନ ଅନଲ-3 ରେ ଅନ୍ତଃ ରାଜ୍ୟ ଏବଂ ରାଜ୍ୟ ଭିତରେ ଲୋକ ଓ ସାମଗ୍ରୀ ପରିବହନରେ କୌଣସି କଟକଣା କରାଯାଇ ନାହିଁ। ହେଲେ କେତେକ ରାଜ୍ୟରେ ଏହାକୁ ନ ମାନି ପରିବହନକୁ ପୁରା କଟକଣା କରି ଦେଇଛନ୍ତି। ତାହାକୁ ତୁରନ୍ତ ହଟାଯାଉ ବୋଲି କେନ୍ଦ୍ର ଗୃହ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ଲକ ଡାଉନ ଯୋଗୁଁ ସାରା ଦେଶର ଅର୍ଥନିତି ଭୂଷୁଡି ପଡିବାର ସମ୍ଭାବନା ରହିଛି। ହେଲେ କୋଭିଡ ସଂକ୍ରାମଣ ଭୟରେ କେତେକ ରାଜ୍ୟ ପରିବହନ ବ୍ୟବସ୍ଥାକୁ ବନ୍ଦ କରିଦେଇଛନ୍ତି। ଯାହାଫଳରେ ଅନ୍ୟ ରାଜ୍ୟକୁ ଆସିବାକୁ ଥିବା ବିଭିନ୍ନ ଜିନିଷ ମିଳିବାରେ ବାଧା ସୃଷ୍ଟି ହେଉଛି। ତୁରନ୍ତ ରାଜ୍ୟମାନେ ଏହା ଉପରେ ଧ୍ୟାନ ଦେବାକୁ ଗୃହ ବିଭାଗ ତାଗିଦ କରିଛି।

Read More

ଭୁବନେଶ୍ବର, ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ସଂଖ୍ୟାରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ତାହା କେବଳ 4ଟି ସ୍ଥାନରୁ ହେଉଛି। ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। ସେଥିପାଇଁ ଏହି 4ଟି ସହର ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ସେହି 4ଟି ସହର ହେଲା ବାଲୁଗାଁ, ବାଣପୁର, ଟାଙ୍ଗୀ ଏବଂ ବୋଲଗଡ। ମୁଖ୍ୟତଃ ଯେଉଁ ପ୍ରବାସୀ ଶ୍ରମିକ ଖୋର୍ଦ୍ଧା ଆସିଥିଲେ, ସେମାନଙ୍କ ମଧ୍ୟରେ ଏହି ଚାରୋଟି ବ୍ଲକରେ ସଂଖ୍ୟା ଅଧିକ ଥିଲା। ସେଥିପାଇଁ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଜିଲ୍ଲାପାଳ କହିଛନ୍ତି। ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲାକୁ 17 ହଜାର 4ଶହ 5 ଜଣ ପ୍ରବାସୀ ଶ୍ରମିକ ଆସିଥିଲେ। ସେମାନଙ୍କ ମଧ୍ୟ 77 ପ୍ରତିଶତ ପ୍ରବାସୀ ଏହି ଚାରୋଟି ବ୍ଲକର ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଜିଲ୍ଲାର ସୁସ୍ଥତା ହାର 59 ପ୍ରତିଶତ ଏବଂ ବର୍ତ୍ତମାନ…

Read More

ଭୁବନେଶ୍ବର, ରାଜଧାନୀରେ ବର୍ତ୍ତମାନ କୋଭିଡ19 ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି। ହେଲେ ଆଗାମୀ ଏକ ମାସ ପାଇଁ ଆମକୁ ସତର୍କ ହୋଇ ରହିବାକୁ ପଡିବ। ଆଜି ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଏମସି କମିସନର ପ୍ରେମଚାନ୍ଦ ଚୌଧୁରୀ। ତେବେ ବର୍ତ୍ତମାନ ରାଜଧାନୀରେ 1.24 ପ୍ରତିଶତ ଆଣ୍ଟିବଡି ଚିହ୍ନଟ ହୋଇଛି ବୋଲି କମିଶନର କହିଛନ୍ତି। ଏହାର କାରଣ ହେଲା ଅନ୍ୟାନ୍ୟ ସହର ତୁଳନାରେ ଭୁବନେଶ୍ବରରେ ସଂକ୍ରାମଣ ହାର କମ ରହିଛି। କମିଶନର ପ୍ରେମଚାନ୍ଦ ଦେଶର କେତେକ ବଡ ବଡ ସହରର ଆଣ୍ଟିବଡି ଗ୍ରାଫ୍ ପ୍ରଦାନ କରିଥିଲେ। ସେହି ଅନୁସାରେ ବିଭିନ୍ନ ସହରରେ ଆଣ୍ଟିବଡି ପ୍ରତିଶତ ହେଲା ବ୍ରହ୍ମପୁର-31% ପୁନେ-55 % ମୁମ୍ବାଇ-40% ଅହମ୍ମଦାବାଦ-20%   ଆଣ୍ଟିବଡି ରହିଛି ବର୍ତ୍ତମାନ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିଲେ ମଧ୍ୟ ସେଥିପାଇଁ କେହି ଭୟଭିତ ହେବାର ଆବଶ୍ୟକ ନାହିଁ। ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ କୋଭିଡ ହସପିଟାଲରେ ଯଥେଷ୍ଠ ସଂଖ୍ୟାରେ ବେଡ…

Read More

ଭୁବନେଶ୍ୱର: ଠାକୁର ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପବିତ୍ର ତୁଳସୀ ପତ୍ର ମନୁଷ୍ୟ ଜାତିର ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ। ସାରା ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀର ମୁକାବିଲା ପାଇଁ ସହାୟକ ହୋଇପାରେ ତୁଳସୀ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅନେକ ବ୍ୟାଧିରୁ ମଣିଷକୁ ସୁସ୍ଥ କରାଇଥାଏ ତୁଳସୀ। ତୁଳସୀ କିଭଳି ମାନବ ସମାଜ ପାଇଁ ଅଧିକ ଉପକାରୀ ହୋଇପାରିବ ସେ କ୍ଷେତ୍ରରେ ଗବେଷଣା ଚଳାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଗବେଷକ। କରୋନାରୁ ରକ୍ଷା ପାଇବା ପାଇଁ ମଣିଷ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା କ୍ଷେତ୍ରରେ ତୁଳସୀର ଅନେକ ଉପକାରୀତା ରହିଛି ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି। ସୋଆର ସେଂଟର ଫର୍‌ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଜୈବିକ ପଦ୍ଧତିରେ ତୁଳସୀ ଚାଷ ଏବଂ ଏହାର ମାନବୃଦ୍ଧିକୁ ନେଇ ଗବେଷଣା ଆରମ୍ଭ କରାଯାଇଛି। କେନ୍ଦ୍ର ବିଜ୍ଞାନ ଏବଂ…

Read More

ଭୁବନେଶ୍ବର, ପୁରୀ ପ୍ରଶାସନ ତୁରନ୍ତ ବଗଲା ଧର୍ମଶାଳାକୁ ପ୍ଲଟିଂ ବିକ୍ରୀ ଯୋଜନାରୁ ନିବୃତ ରୁହନ୍ତୁ। ତାହା ନ ହେଲେ ବିଜେପି ତରଫରୁ ତୀବ୍ର ବିରୋଧ କରାଯିବ। ଆଜି ଭୁବନେଶ୍ବରରେ ବିଜେପି କାର୍ଯ୍ୟାଳୟରେ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସାମ୍ବାଦିକ ସମ୍ମିଳନୀରେ ପାତ୍ର ଆହୁରି କହିଛନ୍ତି ଯେ, ଏହି ପ୍ଲଟିଂ ଯୋଜନା ପଛରେ ଏକ ବଡ ଷଢଯନ୍ତ୍ର ରହିଛି। ବର୍ତ୍ତମାନ ପୁରୀ ମ୍ୟୁନିସପାଲଟିରେ ନିର୍ବାଚିତ ପ୍ରତିନିଧି ନାହାଁନ୍ତି। ହେଲେ ସେମାନେ କିପରି ଏହି ଜମିକୁ ବିକ୍ରୀ କରିବାକୁ ଗଲେ ତାହା ପ୍ରଶ୍ନ ଉଠିଛି ବୋଲି ସମ୍ବିତ କହିଛନ୍ତି। ବଗଲା ଧର୍ମଶାଳାରେ ଗରୀବ ଶ୍ରେଣୀର ଭକ୍ତମାନେ ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଜଣେ ବ୍ୟକ୍ତି ଏହି ଜମିକୁ ଦାନ କରିଛନ୍ତି। କୌଣସି ଦାନ ଜମିକୁ କେହି ବି ବିକ୍ରୀ କରିପାରିବେ ନାହିଁ। ତେଣୁ ସରକାର ତୁରନ୍ତ ଏହି ଜମି ବିକ୍ରୀ ପ୍ରକିୟାକୁ ବନ୍ଦ କରନ୍ତୁ ବୋଲି ସମ୍ବିତ କହିଛନ୍ତି।

Read More

ନୂଆଦିଲ୍ଲୀ, ଜଣେ ମହିଳାଙ୍କ ପେଟରୁ ବାହାରିଲା 50 କେଜି ଓଜନର ଏକ ଟ୍ୟୁମର। ଏହି ଘଟଣାଟି ସମସ୍ତଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତକଥା। ଘଟଣଟି ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ହସପିଟାଲରେ ଘଟିଛି। ପ୍ରାୟ 10 ଜଣିଆ ଡାକ୍ତରୀ ଦଳ ଜଣେ ମହିଳାଙ୍କ ପେଟକୁ ଅପରେସନ କରି ଏହି ବାରଟକାୟ ଟ୍ୟୁମରକୁ ବାହାର କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ଏହି ଡାକ୍ତରୀ ଦଳକୁ ଲାଗିଥିଲା ପ୍ରାୟ ସାଢେ ତିନିଘଣ୍ଟା ସମୟ। ବର୍ତ୍ତମାନ କରୋନା ପରିସ୍ଥିତିରେ ତାଙ୍କ ପେଟକୁ ଓପନ ସର୍ଜରୀ କରିବା ଏକ ବଡ ସଫଳତା ବୋଲି କୁହାଯାଉଛି। ନୂଆଦିଲ୍ଲୀରେ ରହୁଥିବା ଜଣେ ମହିଳା ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ ସେ ଡାକ୍ତରଖାନା ଯାଇଥିଲେ। ସେଠାରେ ସେମାନେ ଅଲଟ୍ରାସାଉଣ୍ଡ କରିବା ପରେ ପେଟରେ ଏହି ଟ୍ୟୁମର ଥିବାର ଜାଣିବାକୁ ପାଇଲେ। ତେବେ ସେହି ଟ୍ୟୁମର ଯେଉଁ ଆକାରର ପେଟ ଭିତରେ ଥିଲା ସେଥିରେ ଲାପ୍ରୋସ୍କୋପିକ ସର୍ଜରୀ କରିବା ସମ୍ଭବ ନ ଥିଲା। ଫଳରେ ପ୍ରାୟ…

Read More

ରାଉରକେଲା, ଆସନ୍ତାକାଲି ନୂଆଖାଇ ଉପଲକ୍ଷେ ରାଉରକେଲା ସହରକୁ ସପ୍ତାହଅନ୍ତ ସଟ ଡାଉନ ନିୟମରେ କୋହଳ କରାଯାଇଛି। ଏ ନେଇ ଆଜି ସ୍ବତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ କୋଭିଡ19 ନିୟମ ଅନୁସାରେ ରାଜ୍ୟ ସରକାର ପରିସ୍ଥିତିକୁ ଧ୍ୟାନରେ ରଖି ନିୟମରେ ପରିବର୍ତ୍ତନ କରିପାରିବେ। ବର୍ତ୍ତମାନ ରାଉରକେଲା ପରିସ୍ଥିତି ଅନ୍ୟ ସ୍ଥାନଠାରୁ ଭଲରେ ଅଛି। ସେଥିପାଇଁ କେବଳ ରାଉରକେଲା ମୁନିସପାଲଟି ଅଞ୍ଚଳରେ ରବିବାର ଦିନ ସର୍ଟ ଡାଉନକୁ ପ୍ରତ୍ୟାହାର କରାଯାଇଛି। ଏହାଦ୍ବାରା ଲୋକମାନେ ସେଠାରେ ନୂଆଖାଇ ପର୍ବ ଭଲରେ ପାଳନ କରିପାରିବେ। ତେବେ ଲୋକମାନେ ଯେପରି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ପ୍ରଭୃତି ନିୟମ କଡାକଡି ରହିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଏହାକୁ ନଜରରେ ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି.

Read More

ନବରଂଗପୁର, ଦିନକୁ ଦିନ ନବରଂଗପୁର ଜିଲ୍ଲାରେ କରୋନା ସ୍ଥିତି ଅଣାୟତ ହେଉଥିବାରୁ ଜିଲ୍ଲାପାଳ ଦୁଇଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି। ଆସନ୍ତା 25 ଓ 26 ତାରିଖ ରେ ପୁରା ଜିଲ୍ଲା ବନ୍ଦ ରହିବ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଗଣମାଧ୍ୟମକୁ ଏହି ନିୟମରେ କୋହଳ କରାଯାଇଛି। କୋଭିଡ19 ନିୟମ ଅନୁସାରେ ଜିଲ୍ଲାରେ ସ୍ବାସ୍ଥ୍ୟ କର୍ମିଙ୍କୁ ଅନୁମତି ପ୍ରଦାନ କରାଯିବ।

Read More

ରମେଶ ମହାନ୍ତି ଜଗତସିଂହପୁର : ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଚିତିରା ପଞ୍ଚାୟତରେ, ସେ ରାଜଧାନୀର ଏକାମ୍ର ମହାବିଦ୍ୟାଳୟରୁ ସମ୍ପାଦକ ଭାବେ ନିର୍ବାଚିତ ହୋଇ ରାଜନୀତି ଜୀବନ ଆରମ୍ଭ କରି ସମାଜ ସେବାକୁ ବ୍ରତ କରିଥିବା ନାରୀନେତ୍ରୀ ମନ୍ଦାକିନୀ କରଙ୍କ ଉପରେ ବିଜୁ ଜନତା ଦଳର ଗୁରୁ ଦାୟିତ୍ୱ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ତାଙ୍କୁ ରାଜ୍ୟ ବିଜୁ ଜନତା ଦଳ ସମ୍ପାଦିକା ଏବଂ ଅତିରିକ୍ତ ରାଜ୍ୟ ଛାତ୍ର ସଙ୍ଗଠନ ଦାୟିତ୍ୱ ମିଳିଛି । ରାଜ୍ୟରେ ଛାତ୍ର,ଛାତ୍ରୀ ମାନଙ୍କ ସଙ୍ଗଠନକୁ ମଜଭୁତ କରିବାକୁ ମନ୍ଦାକିନୀ ଅଣ୍ଟା ଭିଡିବେ ।ଛାତ୍ର ଜୀବନରୁ ନେତୃତ୍ବ ନେବାର ଆଭାସ ବାରି ହେଉଥିଲା ତାଙ୍କର । ୨୦୦୬ରେ ଏକାମ୍ର ମହାବିଦ୍ୟାଳୟ ରେ ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହୋଇ ମହାବିଦ୍ୟାଳୟର ଭଲମନ୍ଦ ଓ ଛାତ୍ର ଛାତ୍ରୀଙ୍କର ସୁବିଧା ଅସୁବିଧା ନେଇ ମହାବିଦ୍ୟାଳୟର କତୃପକ୍ଷଙ୍କ ନଜରକୁ ଆଣୁଥିଲେ ମନ୍ଦାକିନୀ । ଭୁବନେଶ୍ବରର ବିଭିନ୍ନ ମହାବିଦ୍ୟାଳୟରେ…

Read More

ସମ୍ବଲପୁର, ରାତି ପାହିଲେ ନୂଆଖାଇ। ହେଲେ ପଶ୍ଚିମ ଓଡିଶାର ଏହି ଗଣ ପର୍ବ ଏଥର କରୋନା ଭାଇରସ ପାଇଁ ଜାକଜକମରେ ପାଳନ ହୋଇପାରୁ ନାହିଁ। କରୋନା ପାଇଁ ପ୍ରସିଦ୍ଧ ସମଲେଶ୍ବରୀ ମନ୍ଦିରକୁ ଭକ୍ତମାନେ ଯାଇପାରିବେ ନାହିଁ। ଆଜି ଏହି ଘୋଷଣା ମନ୍ଦିର ଟ୍ରଷ୍ଟ ସଭାପତି ସଂଜୟ ବାବୁ କରିଛନ୍ତି। ସେ କହିଛନ୍ତି ଯେ, କୋଭିଡ 19 କଟକଣା ଅନୁଯାୟୀ ମା ସମଲେଶ୍ବରୀ ମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ନିଷେଧ କରାଯାଇଛି। କେବଳ ବିଧି ପାଳନ ପାଇଁ ମନ୍ଦିର ଭିତରେ ସେବକମାନେ କାର୍ଯ୍ୟ କରିବେ।  ତେବେ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ମନ୍ଦିର ତରଫରୁ ସୋସିଆଲ ମିଡିଆର ପୂଜାନିତି ସିଧାପ୍ରସାରଣ କରାଯିବ ବୋଲି ସଂଜୟ କହିଛନ୍ତି।

Read More

ଭୁବନେଶ୍ବର, କରୋନା ଭାଇରସ ଯୋଗୁଁ ଆଜି ରାଜ୍ୟରେ ୯ ଜଣଙ୍କ ପ୍ରାଣହାନୀ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୯ ରେ ପହଞ୍ଚିଛି । ନଅ ଜଣଙ୍କ ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ଼ରୁ ୨ଜଣ, ବଲାଙ୍ଗୀର, ଗଞ୍ଜାମ, ମାଲକାନିଗିରି ଓ ରାୟଗଡାରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି । ବର୍ତ୍ତମାନ ଗଞ୍ଜାମରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୧ କୁ ବୃଦ୍ଧି ପାଇଛି । କଟକ ଜିଲ୍ଲା- ତିନିଜଣ ମୃତ- ଦୁଇଜଣ ୭୦ ଓ ୫୧ ବର୍ଷୀୟା ମହିଳା ,ଜଣେ ୫୦ ବର୍ଷୀୟ ପୁରୁଷ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲା- ଦୁଇ ଜଣ ମୃତକ- ୫୪ ଓ ୬୦ ବର୍ଷୀୟ ଦୁଇଜଣ ପୁରୁଷ ଅଛନ୍ତି । ବଲାଙ୍ଗୀର ଜିଲ୍ଲା- ମୃତକ ଜଣେ- ୨୮ ବର୍ଷୀୟ ପୁରୁଷ ଗଞ୍ଜାମ ଜିଲ୍ଲାର- ମୃତକ ଜଣେ ୬୦ ବର୍ଷୀୟ ପୁରୁଷ ରାୟଗଡା ଜିଲ୍ଲା-ଜଣେ- ମୃତକଙ୍କ ବୟସ ୫୧ବର୍ଷ ପୁରୁଷ ମାଲାକାନାଗିରି ଜିଲ୍ଲା-ଜଣେ-…

Read More

 କେଦାର ମିଶ୍ର ନିଜ ସରକାରର ଭାବମୂର୍ତ୍ତି ବଢାଇବାକୁ ଏକ ବିରାଟ “ମିଡିଆ ପ୍ଯାକେଜ” ଏବେ ସରକାରୀ ସ୍ତରରେ  ପ୍ରସ୍ତୁତ ହେଉଛି ବୋଲି ଏବେ ଖବର ମିଳିଛି। ପ୍ରତିଦିନ ହାରାହାରି ହଜାରେ ଲୋକ କରୋନା ଭୂତାଣୁର ଶିକାର ହୋଇ ପ୍ରାଣ ହରାଉଥିବା ବେଳେ, ଏ ପ୍ରକାର ପ୍ରଚାରର ଆବଶ୍ୟକତାକୁ ନେଇ ଅନେକ ପ୍ରଶ୍ନବାଚୀ ଅବଶ୍ୟ ଉଠିବ। ତେବେ କୌଣସି ପ୍ରଶ୍ନବାଚୀ ବା ସମାଲୋଚନାକୁ ଖାତିର କରିବା ଭଳି ଅବସ୍ଥା ମୋଦୀ ସରକାରଙ୍କର ନାହିଁ। ମୋଦୀ ସରକାରର ଗୋଟେ ବିଶିଷ୍ଟ ଗୁଣ ହେଉଛି, ସମାଲୋଚନା କୁ ଆଦୌ ଗୁରୁତ୍ଵ ନଦେବା। ସରକାର ଯାହା କରୁଛନ୍ତି ତାହା ହିଁ ଠିକ ଓ ତାକୁ ଗ୍ରହଣ କରିବାକୁ ଜନତା ବାଧ୍ୟ- ଏମିତି ଏକ ଧାରଣା ଉପରେ ମୋଦୀ ସରକାରର ଅସ୍ତିତ୍ଵ ଗଢା ହୋଇଛି। ଏହା ଏକ ପ୍ରକାର ପ୍ରଚଣ୍ଡ ଆତ୍ମବିଶ୍ଵାସ ବୋଲି କୁହାଯାଇ ପାରିବ। ତେବେ କରୋନା ସମୟରେ କି ପ୍ରକାର ପ୍ରଚାର ବା ସରକାରୀ ଭାବମୂର୍ତ୍ତିର…

Read More

ଭଦ୍ରକ, ଆଜି ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜ ଟୁଇଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି। ତାଙ୍କର କରୋନା ଲକ୍ଷଣ କିଛି ଦେଖାଦେବାରୁ ସେ ସନ୍ଦେହରେ ପରୀକ୍ଷା କରାଇଥିଲେ। ଏହି ପରୀକ୍ଷା ରିପୋର୍ଟ ପଜେଟିଭ ଆସିଛି ବୋଲି ମଂଜୁଲତା କହିଛନ୍ତି। ସେଥିପାଇଁ ସେ ବର୍ତ୍ତମାନ ହୋମ କ୍ବାରଣ୍ଟାଇନରେ ଅଛନ୍ତି। ତେବେ ତାଙ୍କ ସଂପର୍କର ଯେଉଁମାନେ ଆସିଛନ୍ତି ସେମାନେ ପରୀକ୍ଷା କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଗତକାଲି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ।

Read More

ଭୁବନେଶ୍ବର: ଆଜି ୨୯ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୮୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୮ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି ହୋଇଛି। କୋରୋନରୁ ୫୦୫୦୩ ଜଣ ସୁସ୍ଥ ହୋଇଥିବାବେଳେ ୨୪୫୮୨ ଜଣ ଚିକିତ୍ସାଧୀନ ଅଛନ୍ତି।   ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୨୫୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୨୧୯, ଗଞ୍ଜାମରୁ ୧୯୨, ରାୟଗଡରୁ ୧୪୭, ସମ୍ବଲପୁରରୁ ୧୪୫, ବରଗଡରୁ ୧୩୬, ଯାଜପୁରରୁ ୧୨୦, ପୁରୀରୁ ୧୦୯, ବାଲେଶ୍ବରରୁ ୧୦୫, ଢେଙ୍କାନାଳରୁ ୧୦୦, ମାଲକାନଗିରିରୁ ୮୩, କୋରାପୁଟରୁ ୮୧, ଭଦ୍ରକରୁ ୭୭, ନୟାଗଡରୁ ୬୪, ଝାରସୁଗୁଡାରୁ ୬୩, କେନ୍ଦ୍ରାପଡା ଓ ଗଜପତିରୁ ୬୨ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ୫୭, ବଲାଙ୍ଗୀରିରୁ ୫୬, କଳାହାଣ୍ଡିରୁ ୫୫, ଜଗତସିଂହପୁରରୁ ୪୮, କନ୍ଧମାଳରୁ ୪୪, ଅନୁଗୁଳରୁ…

Read More

ଭୁବନେଶ୍ବର: ଆଜି ୨୯ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୮୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୮ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି ହୋଇଛି। କୋରୋନରୁ ୫୦,୫୦୩ ଜଣ ସୁସ୍ଥ ହୋଇଥିବାବେଳେ ୨୪,୫୮୨ ଜଣ ଚିକିତ୍ସାଧୀନ  ଅଛନ୍ତି।

Read More

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ କରୋନା ନମୁନା ପରାକ୍ଷଣ ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି। ଗୋଟିଏ ଦିନରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ରେକର୍ଡ ସଂଖ୍ୟକ ୬୧ ହଜାର ୩୭୯ ନମୁନା ପରୀକ୍ଷା କରାଯାଇଛି । ମୋଟ୍‌ ପରୀକ୍ଷା ମଧ୍ୟରୁ ୫୪ ହଜାର ୨୪୩ଟି ଆଣ୍ଟିଜେନ୍‌ ପରୀକ୍ଷା ହୋଇଥିବାବେଳେ ଆର୍‌ଟିପିସିଆର ମାଧ୍ୟମରେ ୭ ହଜାର ୫୪ଓ ଟ୍ରୁନାଟ୍‌ ମାଧ୍ୟମରେ ୮୨ଟି ସାମ୍ପଲ୍‌ ପରୀକ୍ଷା ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮୬୦୩ ଜଣ ଙ୍କ ପରୀକ୍ଷା ହୋଇଛି।  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨ ଲକ୍ଷ ୩୩ ହଜାର ୮୦୫ ସାମ୍ପଲ ପରୀକ୍ଷା ହୋଇଥିବାର ସୂଚନା ରହିଛି।

Read More

ନୂଆଦିଲ୍ଲୀ: ଭାରତର କରୋନା ସଂଖ୍ୟା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ବିଗତ ୨୪  ଘଣ୍ଟା ମଧ୍ୟରେ ପାଖାପାଖି ୭୦ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂତନ ୬୯ ହଜାର ୮୭୮ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହ ୯୪୫ ଜଣଙ୍କ ପ୍ରାଣହାନି ହୋଇଛି। ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୨ରେ ପହଞ୍ଚିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୫୫ ହଜାର ୭୯୪ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଲକ୍ଷ ୨୨ ହଜାର ୫୭୮ ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬ଲକ୍ଷ ୯୭ ହଜାର ୩୩୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସ୍ବାସ୍ଥ୍ୟବିଭାଗ ତରଫରୁ ଜାରି କରାଯାଇଥିବା ତଥ୍ୟାନୁସାରେ ଦେଶରେ ମୃତ୍ୟୁ ୧.୯୮ପ୍ରତିଶତ ରହିଛି। ସେହିପରି ଆରୋଗ୍ୟ ହାର ୭୪ ପ୍ରତିଶତ ରହିଛି। (ଏଜେନ୍ସି)

Read More

ଭୁବନେଶ୍ବର, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଭୁବନେଶ୍ବରରେ ପହଁଛି ବଗଲା ଧର୍ମଶାଳା ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସମ୍ବିତ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବଗଲା ଧର୍ମଶାଳା ବିକ୍ରୀ ବେଆଇନି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବୀ କରିଛନ୍ତି। ସମ୍ବିତ ଭୁବନେଶ୍ବର ପହଁଚିବା ପରେ ପୁରୀ ଯାଇଛନ୍ତି। ସେଠାରେ ସେ ପରିସ୍ଥିତି ଅନୁଧ୍ୟାନ କରିବେ। ଏ ନେଇ ଆଜି ଅପରାହ୍ନରେ ସେ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି।

Read More