ନୂଆଦିଲ୍ଲୀ : ଭିଭୋ ଆଇପିଏଲ୍ ଟାଇଟଲ୍ ପ୍ରାୟୋଜକରୁ ଓହରିବା ପରେ ଆଇପିଏଲ୍ 2020ର କିଏ ଟାଇଟଲ୍ ପ୍ରାୟୋଜକ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ସମସ୍ତ କଳ୍ପନା ଜଳ୍ପନାକୁ ଶେଷ କରି ଆଇପିଏଲ୍ 2020 ଟାଇଟଲ୍ ପ୍ରାୟୋଜକର ବାଜି ମାରିନେଇଛି ଡ୍ରିମ୍ -11 । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ୍ । ଆଇପିଏଲ୍2020ର ଟାଇଟଲ୍ ପ୍ରାୟୋଜକ ବାବଦକୁ 222 କୋଟି ଦେବ ଡ୍ରିମ୍ -11 । ଆଇପିଏଲ୍ 2020ର ଟାଇଟଲ୍ ପ୍ରାୟୋଜକ ପାଇଁ ଜିଓ, ଟାଟା ଏବଂ ଅନ୍ୟାନ୍ୟ କମ୍ପାନୀ ସହ ପତଞ୍ଜଳି ଓ ଅନଲାଇନ୍ ସପିଂ କମ୍ପାନୀ ଆମାଜନ୍ ମଧ୍ୟ ଏହି ଦୌଡ଼ରେ ରହିଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ଡ୍ରିମ୍ -11ଏହି ବାଜି ମାରି ନେଇଛି । ସୂଚନାଯୋଗ୍ୟ, ଭିଭୋ ଆଇପିଏଲ୍ର ଟାଇଟଲ୍ ପ୍ରାୟୋଜକ ହେବା ପାଇଁ ପ୍ରତ୍ୟେକ ସିଜିନ୍କୁ 440 କୋଟି ଟଙ୍କା ଆଇପିଏଲ୍ ବୋର୍ଡକୁ ପ୍ରଦାନ କରିଥାଏ।…
Author: Samikhsya Bureau
ଝାଡଖଣ୍ଡ : ଝାଡଖଣ୍ଡରେ ଷରେଇକଳା – ଖରସୁଆଁ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଅନ୍ଧବିଶ୍ବାସ ସାମ୍ନାକୁ ଆସିଛି । ଏଠାରେ ଜଣେ ଶାଶୁ ନିଜ ବୋହୂ ଘରୁ ନିଖୋଜ ହୋବ ପରେ ଶାଶୁ ଜଣକ ନିଜ ଜିଭ କାଟି ଭଗବାନଙ୍କ ଶିବ ଶଙ୍କର ଫଟୋ ସାମ୍ନାରେ ଅର୍ପଣ କରିଛନ୍ତି । ଏପରି କରିବା ଦ୍ବାରା ତାଙ୍କ ବୋହୂ ଘରକୁ ଫେରିଆସିବେ ବୋଲି ଶାଶୁ ଜଣକ କହିଛନ୍ତି । ଏହା ପରେ ମହିଳା ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସଢେଇକଳା ଖରସୁଆଁ ଜିଲ୍ଲାର ଆରଆଇଟି ପୋଲିସ୍ ଷ୍ଟେସନର ଏନ୍ଆଇଟି ପରିସରରେ ଘଟିଛି । ପୋଲିସ ସୂଚନାନୁସାରେ ସମ୍ପୃକ୍ତା ମହିଳା ଜଣକ ବୋହୂ ଅଗଷ୍ଟ 14 ତାରିଖ ଦିନ ସନ୍ଧ୍ୟା ସମୟରେ ନିଜ ସନ୍ତାନ ସହିତ କୁଆଡେ ପଳାଇଯାଇଛନ୍ତି । ଏହା ପରେ ବୋହୂଙ୍କୁ ବହୁ ଖୋଜାଖୋଜି ପରେ ତାଙ୍କର ଠିକଣା ନ ମିଳିବା ପରେ ଶାଶୁ ଜଣକ ଏପରି…
ଜମ୍ମୁକାଶ୍ମୀର : ପ୍ରାୟ ପାଞ୍ଚ ମାସ ପରେ ରବିବାର ଦିନ ମାତା ବୈଷ୍ଣୋଦେବୀଙ୍କର ଯାତ୍ରା ଆରମ୍ଭ ହୋଇଛି । କିନ୍ତୁ ଏହି ଯାତ୍ରା ଆରମ୍ଭ ରୁ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି । ବୈଷ୍ଣୋ ଦେବୀ ମନ୍ଦିର ପରିସରରେ କରୋନା ବ୍ୟାପିବାରେ ଲାଗିଛି । ପ୍ରଦେଶର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ପରିସଂଖ୍ୟାନ ଅନୁସାରେ ସୋମବାର ସନ୍ଧ୍ୟାରେ ମାତା ବୈଷ୍ଣୋଦେବୀ ମନ୍ଦିର ପରିସରରେ 22ଟି ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ରବିବାର ଦିନ ପ୍ରାୟ 20ଟି ସଂକ୍ରମଣ ମାମଲା ସାମ୍ନକୁ ଆସିଥିଲା । ମିଳିଥିବା ସୂଚନା ଅନୁସାରେ ମନ୍ଦିର ପରିସରର ତିନି ପୂଜାରୀ, ଚାରି ପୋଲିସ୍ କର୍ମୀ, ମାତା ବୈଷ୍ଣୋଦେବୀ ସ୍ରାଇନ୍ ବୋର୍ଡର ଆଟେଣ୍ଡାଣ୍ଟ ଓ ସୁରକ୍ଷା କର୍ମୀ ସାମିଲ୍ ରହିଛନ୍ତି । ମନ୍ଦିର ପରିସରରେ କରୋନା ମାମଲା ବୃଦ୍ଧି ହୋଇଥିବାବେଳେ ସ୍ରାଇନ୍ ବୋର୍ଡ ଭବନରେ ହିଁ କୋଭିଡ୍ କେୟାରର ବ୍ୟବସ୍ଥା ଆରମ୍ଭକରିବା…
ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାରେ ଚଳିତ ଥର ଗଣେଶ ପୂଜା ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି । ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ସହରାଞ୍ଚଳରେ ସରପ୍ରାଇଜ୍ ଯାଞ୍ଚ କରାଯିବ । ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହୋଇପାରିବନି ବୋଲି ସୂଚନା ଦେଇଛନ୍ତି । କୋଭିଡ୍ ଟେଷ୍ଟ ବୃଦ୍ଧି କରି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ । ଦରକାର ପଡିଲେ ସଟ୍ଡାଉନ୍ ପରି କଠୋର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସୂଚନାଯୋଗ୍ୟ, କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଗଣେଶ ଉତ୍ସବ ଅନୁଷ୍ଠିତ ହେବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଜାରି କରିଛନ୍ତି । ଗଣେଶ ପୂଜା ପାଳନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ ।…
ଗୌତମବୁଦ୍ଧନଗର : ସବୁଠୁ ବିଶ୍ବସ୍ତ ପ୍ରାଣୀ ହେଉଛନ୍ତି କୁକୁର । କୁକୁରକୁ ସମେସ୍ତ ଘରେ ପୋଷିବାକୁ ଭଲପାଇଥାନ୍ତି । ତେବେ ଆପଣ ଯଦି କୁକୁର ପ୍ରେମୀ ତେବେ ଜାଣି ରଖନ୍ତୁ ଏବେ କୁକୁରକୁ ପାଳିବା ବଡ ମହଙ୍ଗା ସାବ୍ୟସ୍ତ ହେବ । ଏଥିପାଇଁ ସରକାର ନୂଆ ଯୋଜନା ଆଣିଛନ୍ତି । ତେବେ ଆସନ୍ତୁ ଜାଣିବା କୁକୁର ପାଇଁ କେଉଁଠି ଓ କ’ଣ ଯୋଜନା ପ୍ରସ୍ତୁତ ହୋଇଛି । ନୋଏଡା ପ୍ରାଧିକରଣ ଏବେ କୁକୁର ପାଳନକୁ ନେଇ ଏକ ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ଏବେ କୁକୁର ପାଳିବା ପାଇଁ ଏକ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହି ରେଜିଷ୍ଟ୍ରେସନ ଫିସ୍ 500ଟଙ୍କା ରହିଛି । ଏହାସହିତ ଏହି ରେଜିଷ୍ଟ୍ରସେନକୁ ପ୍ରତ୍ୟେକ ବର୍ଷ ନବୀକରଣ କରିବାକୁ ପଡିବ । ଯଦି କେହି ରେଜିଷ୍ଟ୍ରେସନ ବା ପଞ୍ଜୀକରଣ ନକରନ୍ତି ତେବେ ସମ୍ପୃକ୍ତ ମାଲିକଙ୍କୁ ଜରିମାନା ଦେବାକୁ ପଡିବ । ଏହି ଯୋଜନାକୁ ପେଟ୍…
ଲକ୍ଷ୍ନୌ : ଉତ୍ତରପ୍ରଦେଶର ଆଉ ଜଣେ ମନ୍ତ୍ରୀ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ଅତୁଲ ଗର୍ଗଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ତାଙ୍କୁ ଆଇସୋଲେସନ୍ କରାଯାଇଛି । ଅତୁଙ୍କୁ ମିଶାଇ ଯୋଗୀ ସରକାରଙ୍କ 9ଜଣ ମନ୍ତ୍ରୀ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ଯୋଗୀ ସରକାରଙ୍କ ଦୁଇ ମନ୍ତ୍ରୀ କମଲ ରାଣୀ ବରୁଣ ଓ ଚେତନ୍ ଚୌହାନଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଯୋଗୀ ସରକାରଙ୍କ ମୋଟ୍ ଆଠ ଜଣ ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ, ଗ୍ରାମ୍ୟ ବିକାଶ ମନ୍ତ୍ରୀ, ରାଜେନ୍ଦ୍ର ପ୍ରତାପ ସିଂ ଓରଫ ମୋତି ସିଂହ, ବିଧି ଏବଂ ନ୍ୟାୟ ମନ୍ତ୍ରୀ ବ୍ରଜେଶ ପାଠକ, ଜଳ ଶକ୍ତି ମନ୍ତ୍ରୀ ମହେନ୍ଦ୍ର ସିଂହ, ଆୟୁଷ ରାଜମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର) ଧରମ ସିଂହ ସୈନୀ, ଖେଳ…
ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି 9 ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ସର୍ବାଧିକ 3 ଜଣଙ୍କ ମୃତ୍ୟୁହୋଇଥିବାବେଳେ ରାୟଗଡାରୁ 2, ସମ୍ବଲପୁର, ମାଲକାନଗିରି, ଖୋର୍ଦ୍ଧା ଓ ବାଲେଶ୍ବରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 362କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ଏହା 158, ଖୋର୍ଦ୍ଧାରେ 49, ରାୟଗଡାରେ 17, ସମ୍ବଲପୁରରରେ 8, ମାଲକାନଗିରିରରେ 3 ଓ ବାଲେଶ୍ବରରେ କରୋନାଜନିତ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବର : ଆଜି 29ଟି ଜିଲ୍ଲାରୁ ମୋଟ୍ 2 ହଜାର 239ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 419 ଜଣ ଚିହ୍ନଟ ହୋଇଥିବାସ୍ଥଳେ ଗଞ୍ଜାମରୁ 246, ନୟାଗଡରୁ 147, ବାଲେଶ୍ବରରୁ 130, ରାୟଗଡାରୁ 120 କଟକରୁ 117, କୋରାପୁଟରୁ 91, କନ୍ଧମାଳରୁ 90, ମୟୂରଭଞ୍ଜରୁ 80, ଯାଜପୁରରୁ 75, ଭଦ୍ରକରୁ 73, କେଉଁଝରରୁ 72, ବଲାଙ୍ଗିରରୁ 66, ସୁନ୍ଦରଗଡରୁ 64, ମାଲ୍କାନଗିରିରୁ 55, ବୌଦ୍ଧ ଓ ସମ୍ବଲପୁରରୁ 53ଜଣ ଲେଖାଏଁ ରହିଥିବାବେଳେ ବରଗଡରୁ 51, ଗଜପତିରୁ 42, ପୁରୀରୁ 40, ଢେଙ୍କନାଳରୁ 36, ଜଗତସିଂହପୁରର 26, ସୋନପୁରରୁ 24, କଳାହାଣ୍ଡିରୁ 21, ଝାରସୁଗୁଡାରୁ 13, ନବରଙ୍ଗପୁରରୁ 14, ନୂଆପଡାରୁ 8, କେନ୍ଦ୍ରାପଡାରୁ 7, ଅନୁଗୁଳରୁ 6 ଜଣ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 2 ହଜାର 239 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1416ଜଣ ଚିହ୍ନଟ ହୋଇଥିବାବେଳେ 823ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 64ହଜାର533କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 20 ହଜାର 339ଜଣ । ସେହିପରି ସୁସ୍ଥ ହୋଇଛନ୍ତି 43 ହଜାର 779ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 353ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଏକ ଡାକ୍ତରୀ ଦଳ ତାଙ୍କର ନିରୀକ୍ଷଣ କରୁଛନ୍ତି । ନିକଟରେ ଅମିତ୍ ଶାହା କରୋନାକୁ ମାତ୍ ଦେଇଥିବାବେଳେ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଡକ୍ଟର ରଣଦୀପ ଗୁଲେରିଆଙ୍କ ଅଧ୍ୟକ୍ଷତାରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଗତକାଲି ରାତ୍ରି 2ଟା ସମୟରେ ଏମ୍ସ୍ରେ ଭର୍ତ୍ତି କରାଯାଇଛି । ତାଙ୍କୁ ପୁରୁଣା ପ୍ରାଇଭେଟ୍ ଓ୍ବାର୍ଡରେ ରଖଶଯାଇଛି । ତାଙ୍କ ନିକଟରେ ହାଲ୍କା ଜ୍ବର ରହିଥିବାର ଜଣାପଡିଛି । ସୂଚନାଯୋଗ୍ୟ, ଅଗଷ୍ଟ 14ରେ ଶାହାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ମେଦାନ୍ତ ହସ୍ପିଟାଲରୁ ଆସି ହୋମ୍ ଆଇସୋଲେସନ୍ରେ ରହିଥିଲେ ଶାହା । (ଏଜେନ୍ସି)
ନୂଆଦିଲ୍ଲୀ : ଦେଶରେ କରୋନା ଦିନକୁ ଦିନ ଭୟଙ୍କର ରୂପ ଗ୍ରହଣ କରିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବିଗତ 24 ଘଣ୍ଟା ମଧ୍ୟରେ 55 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 55ହଜର 79 ଜଣ ଆକ୍ରାନ୍ତ ହୋଇଥିବାବେଳେ 876 ଜଣଙ୍କର ମୃତ୍ୟୁହୋଇଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 27 ଲକ୍ଷ ଅତିକ୍ରମ କରିଛି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 27 ଲକ୍ଷ 2 ହଜାର 742ରେ ପହଞ୍ଚିଥିବାବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 51 ହଜାର 797ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 73 ହଜାର 166 ରହିଥିବାବେଳେ ଏବେ ସୁଦ୍ଧା ସୁସ୍ଥ ହୋଇଛନ୍ତି 19 ଲକ୍ଷ 77 ହଜାର 779 ଜଣ । ଦେଶରେ କରୋନା ଟେଷ୍ଟ କ୍ଷମତା ବଢାଯାଇଛି । ଦିନକରେ ସାତ ଲକ୍ଷରୁ ଅଧିକ ନମୁନା…
ନୂଆଦିଲ୍ଲୀ: ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ଭାରତ ଏବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଗତ 24 ଘଣ୍ଟା ମଧ୍ୟରେ 57,584 ଜଣ କୋଭିଡ-19 ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଆଜି ଦେଶରେ ଗୋଟିଏ ଦିନର ସର୍ବାଧିକ ଆରୋଗ୍ୟ ସଂଖ୍ୟା ପଞ୍ଜୀକୃତ ହୋଇଛି। ଏହି 72% ମାଇଲଖୁଣ୍ଟକୁ ସଫଳତାର ସହ ଅତିକ୍ରମ କରିବା ଭାରତର ଆରୋଗ୍ୟ ହାରକୁ ଆହୁରି ଉନ୍ନତ କରିଛି। ଏହାକୁ ପ୍ରଭାବଶାଳୀ ଆବଧାଞ୍ଚଳ କୌଶଳ, ଦୃଢ ଏବଂ ବିସ୍ତୃତ ପରୀକ୍ଷଣ, ଜଟିଳ ରୋଗୀଙ୍କ ଉନ୍ନତ ମାନର ଚିକିତ୍ସା ପରିଚାଳନା ସହିତ ସଫଳ ତଥା ସମନ୍ୱିତ କାର୍ଯ୍ୟକାରିତାର ଫଳ ଭାବେ ବିବେଚନା କରାଯାଉଛି। କୋଭିଡ-19 ରୋଗୀଙ୍କୁ ସାମାନ୍ୟ, ମଧ୍ୟମ ଏବଂ ଜଟିଳ ଭାବେ ବିଭକ୍ତ କରିବା ପାଇଁ ଭାରତ ଏକ ଚିକିତ୍ସା ମାନକ ଅନୁସରଣ କରିଛି ଯାହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଚିକିତ୍ସା ପରିଚାଳନା ନିୟମାବଳୀରେ ସ୍ପଷ୍ଟ ଭାବରେ ସୂଚିତ କରାଯାଇଛି।…
ପଦ୍ମପୁର, ବରଗଡ ଜିଲ୍ଲାର ପଦ୍ମପୁର ପୋଲିସ ବିପୁଳ ପରିମାଣର ଔଷଧ, କଫ ସିରାପ୍ , ଇଂଜେକ୍ସନ ଏବଂ ଟାବଲେଟ ଜବତ କରିଛି। ଏଥିରେ 5ଶହ ବୋତଲ କୋରେକ୍ସ, 4 ହଜାର ପ୍ୟାକେଟ ନିଟ୍ରୋସନ ଟାବେଲଟ ଏବଂ ଦୁଇ ହଜାରଟି ପେଣ୍ଟାଜୋସିନ ଇଂଜେକସନ ଅଛି। ଖବର ଅନୁସାରେ ଦୁଇଟି ଗାଡିରେ ବିପୁଳ ପରିମାଣର କଫ ସିରାପ ବିକ୍ରି ପାଇଁ ଯାଉଥିବାର ପୋଲିସ ପାଖକୁ ସୂଚାନା ଆସିଥିଲା। ସେହି ସୂଚନା ଆଧାରରେ ପଦ୍ମପୁର ପୋଲିସ ରାସ୍ତା ବ୍ଲକ କରି ଯାଞ୍ଚ କରି ଏହି ଗାଡିକୁ ଜବତ କରିଥିଲା। ଏହି ମାମଲାରେ ପୋଲିସ 8 ଜଣଙ୍କୁ ଗିରଫ କରିବା ସହିତ ଦୁଇଟି ଗାଡି ଜବତ କରିଛି।
ମାଲାକାନାଗିରି, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ଓଡିଶାର ବିଭିନ୍ନ ନଦୀର ଜଳପତନ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ମାଲାକାନାଗିରିର ସାବେରୀ ନଦୀ ଫୁଲିବାରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଏହି ନଦୀ ବୋଝାଗୁଡାଠାରେ ପାଣି ମାଡିଯିବାରୁ ପୋଡିଆ ବ୍ଲକର କେତେକ ଗାଁ ଜଳମଗ୍ନ ହୋଇପଡିଥିଲା। କେତେକ ଲୋକେ ପାଣିଘେରରେ ରହିଯାଇଥିଲେ। ଫଳରେ ପୋଡିଆ ଏବଂ ମାଲାକାନାଗିରି ଅଗ୍ନିଶମ ବିଭାଗ 45 ଜଣଙ୍କୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ମଧ୍ୟ ସେଠାକାର ପରିସ୍ଥିତିରେ କୌଣସି ସୁଧାର ଆସି ନାହିଁ।
ନୂଆଦିଲ୍ଲୀ, ଜାତୀୟ ଟିକା ବିଶେଷଜ୍ଞ ଗୋଷ୍ଠୀ ଆଜି ଅଗ୍ରଣୀ ଘରୋଇ ଟିକା ଉତ୍ପାଦନକାରୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁଣେ; ଭାରତ ବାୟୋଟେକ, ହାଇଦ୍ରାବାଦ; ଜାଇଡସ କାଡିଲା, ଅହମ୍ମଦାବାଦ; ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ, ପୁଣେ; ଏବଂ ବାୟୋଲୋଜିକାଲ ଇ, ହାଇଦ୍ରାବାଦଙ୍କୁ ଭେଟିଛନ୍ତି । ଏହି ବୈଠକ ଅତି ଫଳପ୍ରଦ ଥିଲା । ବୈଠକରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ସ୍ଵଦେଶୀ ଉତ୍ପାଦନକାରୀଙ୍କ ଦ୍ଵାରା ବିକଶିତ ବିଭିନ୍ନ ଟିକାର ବର୍ତ୍ତମାନ ସ୍ଥିତି ତଥା କେନ୍ଦ୍ର ସରକାରଙ୍କ ଠାରୁ ସେମାନେ କଣ ଆଶା କରୁଛନ୍ତି ସେ ବିଷୟରେ ସୂଚନା ପାଇଥିଲେ ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଇନର ହ୍ୱିଲ୍ କ୍ଲବ୍ ଅଫ୍ ବ୍ରହ୍ମପୁର ପକ୍ଷରୁ ଦେଶରକ୍ଷା ତଥା ସାମାଜିକ ସେବାରେ ନିଜକୁ ନିୟୋଜିତ କରୁଥିବା ଭାରତୀୟ ସୈନ୍ୟବାହିନୀର ଜୱାନ ତଥା ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି। କ୍ଲବ୍ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ସେବାମୂଳକ କାର୍ଯ୍ୟରେ ନିୟୋଜିତ କର୍ମୀଙ୍କୁ ଚୟନ କରାଯାଇ କିଛି ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଉଥାଏ। ଚଳିତବର୍ଷ କ୍ଲବ୍ ପକ୍ଷରୁ ଭାରତର ବିଭିନ୍ନ ସ୍ଥାନରେ ଏଭଳି ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ବ୍ରହ୍ମପୁର ସ୍ଥିତ ଏହି କ୍ଲବ୍ ପକ୍ଷରୁ ପ୍ରଥମ ଓଡ଼ିଶା ସିଟିସିର ଜୱାନଙ୍କ ସମେତ ସିଟି ହାଇସ୍କୁଲର ଏନ୍ସିସି ଚିଫ୍ ଅଫିସର ଗୋପାଳକୃଷ୍ଣ ମିଶ୍ର ଓ କନଭେଣ୍ଟ ସ୍କୁଲର ସେକେଣ୍ଡ ଅଫିସର ପୁଷ୍ପିତାଙ୍କୁ ସମ୍ମାନିତ କରାଯାଇଥିଲା।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆୟୁଷ ଡ଼ାକ୍ତରମାନେ ଅଳ୍ପ ଦରମା ପାଉଥିଲେ ମଧ୍ୟ ସମସ୍ତ ନିୟମ ମାନି କୋଭିଡ଼୍-୧୯ରେ ଚିକିତ୍ସା କରୁଛନ୍ତି। ସେମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ଓ ବୈମାତୃକ ମନୋଭାବର ବିରୋଧ ଏବଂ ନିଜର ଦାବି ପୂରଣ ପାଇଁ ଅଗଷ୍ଟ ୫ ତାରିଖରୁ କଳା ବ୍ୟାଜ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ଆସୁଛନ୍ତି। ଯଦି ସରକାର ସେମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଅଗଷ୍ଟ ୧୫ ତାରିଖରେ ସାମୂହିକ ଇସ୍ତଫା ଦେବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ସେମାନଙ୍କ ଦାବି ମଧ୍ୟରେ ମାସିକ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି, ଚାକିରିର ସ୍ଥାୟୀକରଣ, କରୋନା ଯୋଦ୍ଧା ଭାବେ ଘୋଷଣା, ଆର୍ବିଏସ୍କେ ଡ଼ାକ୍ତରଙ୍କୁ ଆୟୁଷ ବିଭାଗରେ ଅନ୍ତର୍ଭୁକ୍ତ କରିବା, ସ୍କୁଲ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଆୟୁର୍ବେଦିକ ଓ ହୋମିଓପାଥିକ ଔଷଧ ବଣ୍ଟନ ଇତ୍ୟାଦି ରହିଛି। କିନ୍ତୁ ସରକାର ସହିତ ଦୂରଭାଷ ଜରିଆରେ ପ୍ରତିଶ୍ରୁତି କ୍ରମେ, ଜନମଙ୍ଗଳ କଲ୍ୟାଣ ନିମନ୍ତେ,…
କେଦାର ମିଶ୍ର “ଜୟ ହୋ”‘ ଏ ବାଣୀ, ମୂଳତଃ ଗୁଲଜାର ସାହେବଙ୍କର ନୁହଁ। ଯେଉଁମାନେ ପଣ୍ଡିତ ଯଶରାଜଙ୍କର ଗୁଣୀ ଗ୍ରାହକ ସେମାନେ ଜାଣନ୍ତି, ଏ ବାଣୀର ଉଦଗାତା ପଣ୍ଡିତ ଯଶରାଜ। ପଣ୍ଡିତଜୀଙ୍କର ସବୁ ସଙ୍ଗୀତର ଆରମ୍ଭ ଜୟ ହୋ ଉଚ୍ଚାରଣରୁ ହୋଇଥାଏ। ତାଙ୍କ ସଙ୍ଗୀତ ମାଧୁର୍ୟର ମହୋତ୍ସବ।ସମକାଳୀନ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀଙ୍କ ମଧ୍ୟରେ ତାଙ୍କ ଗଳାଟି ସବୁଠୁ ମିଠା। ସୁର ଓ ତାନର କଠୋର ତାରକସି ରଚନା କରିବାରେ ସେ ଯେତିକି ସଫଳ, ଭାବର ମଧୁରତା କୁ ମୂର୍ଛନାରେ ରୂପାନ୍ତରିତ କରିବାରେ ସେ ସେତିକି ଅନନ୍ୟ। ପଣ୍ଡିତ ଯଶରାଜଙ୍କୁ ଗୀତା ଗାଇବା ଯିଏ ଦେଖିଛି, ସେ ତାଙ୍କ ପ୍ରେମରେ ପଡିବାକୁ ବାଧ୍ୟ। ଅତ୍ୟନ୍ତ ସୌମ୍ୟ ଓ ସୁଦର୍ଶନ ପୁରୁଷ। ବ୍ୟକ୍ତିତ୍ବ ଅତ୍ୟନ୍ତ ପ୍ରଭାବଶାଳୀ। ସ୍ଵର, ଭାବ ଓ ଲୟକୁ ଏକତ୍ର କରି ଯାଦୁକରୀ ପରିବେଶ ତିଆରି କରିବାରେ ତାଙ୍କ ଭଳି ଉସ୍ତାଦ ବହୁତ କମ ମିଳିବେ। ରୂପା ଭଳି ଚିକ ଚିକ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଷ୍ଟ୍ରୀୟ ଯୁବକ କଂଗ୍ରେସ ଏବଂ ରାଜ୍ୟ ଯୁବ କଂଗ୍ରେସ ତରଫରୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ବିରୋଧରେ ଆଜି ଗଂଜାମ ଜିଲ୍ଲା ଯୁବ କଂଗ୍ରେସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଅଭିଯୋଗ ଅନୁସାରେ ଗତ ୧୨ ତାରିଖ ଦିନ ଏକ ହିନ୍ଦୀ ନ୍ୟୁଜ ଚ୍ୟାନେଲ୍ ବିତର୍କରେ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରାଜୀବ ତ୍ୟାଗି ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମଧ୍ୟରେ ବିତର୍କ ହେଉଥିବାବେଳେ ସମ୍ବିତ ପାତ୍ର, ରାଜିବ ତ୍ୟାଗୀଙ୍କୁ ଅଭଦ୍ର ଅସଭ୍ୟ ଗାଳି ଏବଂ ଆପତ୍ତିଜନକ ମନ୍ତବ୍ୟ କରି ଅପମାନିତ କରିଥିବାରୁ ରାଜୀବ ତ୍ୟାଗିଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଥିଲା। ଏହାକୁ କଡ଼ା ବିରୋଧ କରି ପ୍ରଥମେ କଂଗ୍ରେସ ଭବନଠାରେ ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇ ପରେ ବ୍ରହ୍ମପୁର ଏସ୍ପିଙ୍କୁ ଏଫ୍ଆଇଆର୍ ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସାନଖେମୁଣ୍ଡି ଯୁବ…
ମୁମ୍ବାଇ: ଅଭିନେତ୍ରୀ ଇଶା କୋପିକର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ନ୍ୟାୟ ଚାହୁଁଥିବା ସେଲିବ୍ରିଟି ତାଲିକାରେ ଯୋଗ ଦେଇଛନ୍ତି। ସୋମବାର ଦିନ, ଇଶା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି: “ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ନ୍ୟାୟ ପାଇଁ ପ୍ରାର୍ଥନା କରୁଛି। ତାଙ୍କ ପରିବାର ନ୍ୟାୟ ପାଇବା ସହିତ ସତ୍ୟ ଜାଣିବା ଆବଶ୍ୟକ। ଆମେ ଆପଣଙ୍କ ସହ ଅଛୁ!” ଅଭିନେତ୍ରୀ ମଧ୍ୟ ଆଖି ବନ୍ଦ କରି ପ୍ରାର୍ଥନାରେ ହାତ ବାନ୍ଧି ନିଜର ଏକ ଚିତ୍ର ସେୟାର କରିଥିଲେ। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ପ୍ରକାଶ କରିଛନ୍ତି ଯେ ଏକ ଲକ୍ଷରୁ ଅଧିକ ଲୋକ ସ୍ୱର୍ଗତ ତାରାଙ୍କ ପାଇଁ ବିଶ୍ୱ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି ଏବଂ ଏହି ମୁହୂର୍ତ୍ତକୁ ଆଧ୍ୟାତ୍ମିକ ବିପ୍ଳବ ବୋଲି କହିଛନ୍ତି। ଶ୍ୱେତା ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ସ୍ୱର୍ଗତ ଅଭିନେତାଙ୍କ ପ୍ରଶଂସକ ତଥା ଶୁଭେଚ୍ଛୁମାନଙ୍କୁ ତାଙ୍କ ଭାଇଙ୍କ ପାଇଁ ପ୍ରାର୍ଥନା ସଭାରେ ଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।
ଭୁବନେଶ୍ବରରୁ: ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୧୫୦୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୨୩୨, କଟକରୁ୧୩୧, ରାୟଗଡାରୁ ୧୧୨, ସୁନ୍ଦରଗଡରୁ ୧୧୧, ବାଲେଶ୍ବରରୁ ୧୦୧, ଖୋର୍ଦ୍ଧାରୁ ୯୯, ଢେଙ୍କାନାଳରୁ ୬୩, ମୟୂରଭଞ୍ଜରୁ ୫୧, ଗଜପତିରୁ ୪୯, କୋରାପୁଟରୁ ୪୯, ମାଲକାନଗିରିରୁ ୪୨, ଭଦ୍ରକରୁ ୩୮, ଜଗତସିଂହପୁରରୁ ୩୮, କନ୍ଧମାଳରୁ ୩୭, ବଲାଙ୍ଗିରିରୁ ୩୬, ଯାଜପୁର ରୁ ୩୬, ସମବଲପୁରରୁ ୩୫, ନୟାଗଡରୁ ୩୪, କଳାହାଣ୍ଡି, ନୂଆପଡା ଓ ନବରଙ୍ଗପୁରରୁ ୩୧ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ସୋନପୁରରୁ ୩୦, କେଉଁଝରରୁ ୨୦, ଅନୁଗୁଳରୁ ୧୮, ବରଗଡରୁ ୧୫, ଝାରୁସୁଗୁଡାରୁ ୧୪, କେନ୍ଦ୍ରାପଡାରୁ ୧୪, ଦେବଗଡରୁ ୪ ଏବଂ ପୁରୀରୁ ଜଣେ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଲୋକ ସଂଖ୍ୟା ୪୩,୭୭୯ ରେ ପହଞ୍ଚିଛି।

