ପୁରୀ, ଆଜି ଗଣେଷ ପୂଜା। ହେଲେ କରୋନା ଯୋଗୁଁ ଯେପରି ଧୂମଧାମରେ ଏହି ପୂଜା ହେବା କଥା ତାହା ହୋଇପାରୁ ନାହିଁ। ତେବେ ଏପରି ପରିସ୍ଥିତରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଏକ ଭିନ୍ନ ବାର୍ତ୍ତା ଦେଉଛି। ଗଣେଷ ପୂଜା ଅବସରରେ ସୁଦର୍ଶନ ପୁରୀ ବେଳାଭୂମିରେ କରିଛନ୍ତି ଏକ ଗଣେଷ ବାଲୁକା କଳା। ସୁଦର୍ଶନ ଏହି ବିରାଟକାୟ ଗଣେଷ ସ୍ଥାପତ୍ୟ କରିବା ସହିତ କରୋନା ସଚେତନତାର ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ପ୍ରଭୃ ଗଜାନନଙ୍କୁ ସାରା ବିଶ୍ବକୁ କରୋନାରୁ ମୁକ୍ତି ଦେବା ପାଇଁ ପ୍ରାର୍ଥନା କରିଛନ୍ତି। ଗଣେଷ ପ୍ରତିମୂର୍ତ୍ତିର ଶୁଣ୍ଢ ପାଖରେ ସୁଦର୍ଶନ ଏକ ଗୋଲାକାର ସ୍ଥାପତ୍ୟ କରି ସେଥିରେ ଏହି ବାର୍ତ୍ତା ଲେଖିଛନ୍ତି। ଇଂରାଜୀରେ ଲେଖିଥିବା ଏହି ବାର୍ତ୍ତାର ଓଡିଆରେ କୁହାଯାଇପାରେ ଯେ, କୋରନା ସହିତ ଯୁଦ୍ଧ କରିବା ପାଇଁ ପ୍ରଭୃ ଗଣେଷ ଆମକୁ ଶକ୍ତି ପ୍ରଦାନ କରନ୍ତୁ। ତେବେ ଏହି ବାଲୁକାକଳାକୁ ଅନୁଧ୍ୟାନ କଲେ ପ୍ରଭୃ…
Author: Samikhsya Bureau
ଭୁବନେଶ୍ବର, ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧିରେ ଧିରେ ଦାନା ବାନ୍ଧିବାରେ ଲାଗିଛି। ଏହାର ପ୍ରଭାବରେ 22 ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବା ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଏହା 24 ତାରିଖ ବେଳକୁ ଭୀଷଣ ରୂପରେ ପରିବର୍ତ୍ତନ ହେବାର ସମ୍ଭାବନା ରହଛି। ଯାହା ଫଳରେ 25 ଏବଂ 26 ତାରିଖରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି। ବିଶେଷ କରି ଉପକୂଳ ଓଡିଶା ଏବଂ ଉତ୍ତର ଓଡିଶାର ଏହି ବର୍ଷାର ପ୍ରଭାବ ବେଶୀ ପରିଲକ୍ଷିତ ହେବ।
ଭୁବନେଶ୍ବର, କୋଭିଡ-୧୯ର ମୁକାବିଲା ନିମନ୍ତେ ବୈଷୟିକ ଜ୍ଞାନ ପ୍ରୟୋଗ କରି ଉଦ୍ଭାବନ କରିଥିବା ୩ଟି ସାମଗ୍ରୀ ପାଇଁ ଆଇଟିଆଇ ବ୍ରହ୍ମପୁର ପ୍ୟାଟେଣ୍ଟକୁ ପଞ୍ଜୀକୃତ କରିବା ପାଇଁ ଆବେଦନ କରିଛି । ଏହି ଉଦ୍ଭାବନ ଉପରେ ଆଇଟିଆଇ ବ୍ରହ୍ମପୁରର ଅଗ୍ରାଧିକାର ରହିବ । ଦେଶର ଅନ୍ୟାନ୍ୟ ଆଇଟିଆଇ ଓ ଏନଆଇଟିଗୁଡିକର ପଦାଙ୍କ ଅନୁସରଣ କରି ଆଇଟିଆଇ ବ୍ରହ୍ମପୁର ଦେଶର ଏହି ପ୍ୟାଟେଣ୍ଟ କ୍ଲବରେ ସାମିଲ ଦେଇଛି । ଯେଉଁ ୩ଟି ଉଦ୍ଭାବନ ପ୍ରତିଷ୍ଠାନ କରିଛି, ସେଥିରେ ରହିଛି – 1-ଭ୍ରାମ୍ୟମାଣ ସ୍ଵାବ ସଂଗ୍ରହ କିଓସ୍କ – ନିକଟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁ ବାୟୁ ଦ୍ଵାରା ବ୍ୟାପିବାର ଘୋଷଣା କରିଛି। ଜଳୀୟ କଣାଗୁଡିକ ଅଧିକ ସମୟ ବାୟୁ ମଣ୍ଡଳରେ ତିଷ୍ଠି ରହୁଥିବାରୁ ସ୍ଵାବ ସଂଗ୍ରହ ସମୟରେ ସନ୍ଦିଗ୍ଧ ରୋଗୀ ହସ୍ପିଟାଲ ବା ଭ୍ରାମ୍ୟମାଣ କିଓସ୍କର ବାହାରେ ରହିଥାଏ। ସ୍ଵାବ ସଂଗ୍ରହକାରୀ ଟେକନିସିଆନକୁ କିଓସ୍କ ଭିତରେ ରହିବାକୁ ପଡେ । ସେଥିପାଇଁ ସଂକ୍ରମିତ…
ଭୁବନେଶ୍ୱର, କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଅର୍ଜୁନ କ୍ରୀଡା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶାର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଇଲୋକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ପ୍ରଚେଷ୍ଟା ବଳରେ ସଫଳତାର ପାହାଚ ଚଢି ଚାଲିଥିବା ଦୂତୀ ଆଜି ଅର୍ଜୁନ ପୁରସ୍କାର ବିଜୟୀ ହୋଇ ସମଗ୍ର ଓଡିଶା ପାଇଁ ଯଥେଷ୍ଟ ଗୌରବ ଆଣି ପାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଆଗାମୀ ଅଲମ୍ପିକ ପାଇଁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଦୂତୀ କ୍ରୀଡା କ୍ଷେତ୍ରରେ ଆହୁରି ସଫଳତା ଆଣି ଓଡିଶା ତଥା ଆମ ଦେଶ ଭାରତକୁ ଗୌରବାନ୍ୱିତ କରିବେ ବୋଲି ମନ୍ତ୍ରୀ ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।
ନୂଆଦିଲ୍ଲୀ, ଭାରତର ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ ପାଇଛନ୍ତି ପୂର୍ବତନ ଅର୍ଥ ସଚିବ ରାଜୀବ କୁମାର। ଏନେଇ ଆଜି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଥିବା ଅଶୋକ ଲାଭାସା ପୂର୍ବରୁ ଇସ୍ତଫା ଦେଇଛନ୍ତି। ତାଙ୍କର କାର୍ଯ୍ୟକାଳ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ରହିଛି। ଏହା ପୂର୍ବରୁ 1984 ବ୍ୟାଚ ଝାଡଖଣ୍ଡ କ୍ୟାଡର ରାଜୀବ କୁମାରଙ୍କୁ ଏହି ନିଯୁକ୍ତି ଦିଆଯାଇଛି।
ଭୁବନେଶ୍ବର, ପୁଣି ଜଣେ ବିଧାୟକଙ୍କୁ କରୋନା ପଜେଟିଭ ଚିହ୍ନଟ ହୋଇଛି। ସେ ହେଉଛନ୍ତି ଭଦ୍ରକର ବିଜେଡି ବିଧାୟକ ସଂଜୀବ ମଲ୍ଲିକ। ସଂଜୀବ ଆଜି ଟୁଇଟ କରି ଏହି ଖବର ଦେଇଛନ୍ତି। ସେ ଅସୁସ୍ଥତା ଅନୁଭବ କରିବାରୁ କୋଭିଡ19 ପରୀକ୍ଷା କରାଇଥିଲେ। ପରୀକ୍ଷା ରିପୋର୍ଟ ପଜେଟିଭ ଆସିଛି ବୋଲି ସେ କହିଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ19 ପରୀକ୍ଷା କରାଇ ନିଅନ୍ତୁ। ଟୁଇଟ ମାଧ୍ୟମରେ ଏହି ଅନୁରୋଧ କରିଛନ୍ତି ବିଧାୟକ ସଂଜୀବ।
ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨,୨୮୨ ଜଣ ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥତା କ୍ଷେତ୍ରରେ ଭାରତର ଆଉ ଏକ ରେକର୍ଡ ସୃଷ୍ଟି ହୋଇଛି। ଅଧିକରୁ ଅଧିକ ରୋଗୀ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ଦୃଷ୍ଟିରୁ ମୋଟ ଆରୋଗ୍ୟ ସଂଖ୍ୟା ୨୧.୫ ଲକ୍ଷ ଅର୍ଥାତ ୨୧,୫୮,୯୪୬କୁ ଅତିକ୍ରମ କରିଛି। ଆଜି ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୬୬,୯୧୮ ହୋଇଛି। ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ତଥା ଏହି ଧାରା ଅବ୍ୟାହତ ରହିବା ଫଳରେ ସକ୍ରିୟ ରୋଗୀଙ୍କ ହାରାହାରି ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଦେଶରେ ସୁସ୍ଥତା ହାର ଶତକଡା ୭୪ରୁ ବୃଦ୍ଧି ପାଇ ଆଜି ୭୪.୨୮ ପ୍ରତିଶତରେ ପହଞ୍ଚିଛି, ଯାହା ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ସୁନିଶ୍ଚିତ କରିଛି। ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥତା ହାର ଶତକଡା ୫୦ରୁ ଅଧିକ ହୋଇଛି। ବର୍ତ୍ତମାନ…
ଭୁବନେଶ୍ବର, ସ୍ୱାଧୀନତା ଦିବସ ୨୦୨୦ର ଏକ ଅଂଶ ଭାବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଓ ରାଷ୍ଟ୍ରୀୟ ଫିଲ୍ମ ବିକାଶ ନିଗମ (ଏନଏଫଡିସି) ମିଳିତ ଭାବେ ଯୁବଗୋଷ୍ଠିଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବନା ଜାଗ୍ରତ କରିବା ପାଇଁ ଏକ ଲଘୁ ଫିଲ୍ମ ପ୍ରତିଯୋଗିତାର ଆୟୋଜନ କରିଥିଲେ । ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଅନଲାଇନରେ ୧୪ ଜୁଲାଇ, ୨୦୨୦ରୁ ୭ ଅଗଷ୍ଟ ପର୍ୟ୍ୟନ୍ତ MyGov ପୋର୍ଟାଲରେ ଏହି ଲଘୁ ଫିଲ୍ମର ଏକ ଲାଇଭ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । www.MyGov.in ୱେବସାଇଟରେ ଏହି ପ୍ରତିଯୋଗିତାର ବିସ୍ତୃତ ବିବରଣୀ ସହ ପଞ୍ଜିକରଣ କରାଯାଇଥିଲା । ଏହାର ବିଷୟବସ୍ତୁ “ରାଷ୍ଟ୍ରର ପ୍ରଗତିରେ ଦେଶାତ୍ମବୋଧ ଓ ଆତ୍ମନିର୍ଭରତାର ନୂତନ ମନ୍ତ୍ର” ରଖାଯାଇଥିଲା । ଏହି ପ୍ରତିଯୋଗିତାର ବିଜେତାମାନଙ୍କ ନାମ ମନ୍ତ୍ରଣାଳୟ ଦ୍ୱାରା ଆଜି ଘୋଷଣା କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ଟୁଇଟ କରି ପ୍ରତିଯୋଗିତାର ବିଜେତାମାନଙ୍କୁ ଅଭିନନ୍ଦନ…
ଭୁବନେଶ୍ବର: ଆଜି ରାଜ୍ୟରେ ୧୯୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୪୬ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୧୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ନୟାଗଡରୁ ୧୫୧, ରାୟଗଡାରୁ ୧୪୬, ସୁନ୍ଦରଗଡରୁ ୧୦୮, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୫, ମୟୂରଭଞ୍ଜରୁ ୮୮, କୋରାପୁଟରୁ ୮୬, କଟକରୁ ୭୮, ପୁରୀରୁ ୭୭, ବଲାଙ୍ଗୀରିରୁ ୭୫, ଯାଜପୁରରୁ ୭୪, ବାଲେଶ୍ବରରୁ ୭୦, ମାଲକାନଗିରିରୁ ୪୩, ନବରଙ୍ଗପୁରରୁ ୪୦, ଗଜପତିରୁ ୩୪, ଜଗତସିଂହପୁରରୁ୩୦, ଭଦ୍ରକରୁ ୨୮, ନୂଆପଡାରୁ ୨୭, କଳାହାଣ୍ଡିରୁ ୨୧, କେନ୍ଦ୍ରାପଡାରୁ ୧୯, କେଉଁଝରରୁ ୧୮, ଦେବଗଡରୁ ୧୭, ଝାରସୁଗୁଡାରୁ ୧୩, ବରଗଡରୁ ୧୨, ବୌଦ୍ଧରୁ ୮, ସୋନପୁରରୁ ୬, ଅନୁଗୁଳରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୫୦, ୫୦୩ ଜଣ କରୋନା ଆକ୍ରାନ୍ତ…
ଭୁବନେଶ୍ବର, ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ହରିତ ପଥ ନାମକ ଏକ ମୋବାଇଲ ଆପ ବିକଶିତ ହୋଇଛି। ଏହି ଆପ ଜରିଆରେ ଏହାର ବିଭିନ୍ନ କ୍ଷେତ୍ରୀୟ ସଂସ୍ଥା ଅଧୀନରେ ଥିବା ବୃକ୍ଷ ପ୍ରକଳ୍ପ, ଏହାର ଲକ୍ଷ୍ୟ, ପ୍ରଗତି ଓ ରକ୍ଷଣାବେକ୍ଷଣ ଇତ୍ୟାଦି ଉପରେ ନଜର ରଖାଯିବ। ବିଭାଗୀୟ ମନ୍ତ୍ରୀ ନିତିନ ଗଡକରୀ ଆଜି ଏହି ଆପର ଉଦଘାଟନ କରିଛନ୍ତି। ଦେଶରେ ୨୫ ବର୍ଷ ଧରି ସେବା ଯୋଗାଉଥିବା ଏନଏଚଏଆଇ ହରିତ ଭାରତ ସଂକଳ୍ପ ଯୋଜନା ହାତକୁ ନେଇଛି । ଏହି ଯୋଜନା ଅଧୀନରେ ଦେଶବ୍ୟାପୀ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା କରାଯିବ ବୋଲି ଏନଏଚଏଆଇ ପକ୍ଷରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଏହି ଯୋଜନା ଅଧୀନରେ ଏନଏଚଏଆଇ ୨୫ ଦିନରେ ୨୫ ଲକ୍ଷ ଚାରା ରୋପଣ କରିଛି। ଦେଶର ବିଭିନ୍ନ ରାଜପଥର କଡେ କଡେ ଜୁଲାଇ ୨୧ରୁ ଅଗଷ୍ଟ ୧୫ ମଧ୍ୟରେ ଏହି ଚାରା ରୋପଣ କାର୍ଯ୍ୟ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ବର୍ତ୍ତମାନ ପ୍ରଶାସନର ନିୟନ୍ତ୍ରଣରେ ରହିଛି। ପ୍ରାୟ ଏକମାସ ପରେ ଆଜି ସଂକ୍ରମିତ ସଂଖ୍ୟା ଦୁଇଶହ ତଳକୁ ଖସି ୧୬୨ ଚିହ୍ନଟ ହୋଇଛି। ସମୁଦାୟ ୮୦୭୩ ଜଣଙ୍କ ପରୀକ୍ଷା କରାଯାଇଥିବାବେଳେ ୧୬୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିପାରୁନାହିଁ। ଆଜି ମଧ୍ୟ ୪ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ୪୨ ବର୍ଷୀୟ ଯୁବକ, ଜଣେ ୫୦ ବର୍ଷୀୟ ମହିଳା, ଜଣେ ୭୦ ବର୍ଷୀୟ ବୃଦ୍ଧ ଏବଂ ଜଣେ ୫୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ନୂତନ ସଂକମ୍ରିତ ମଧ୍ୟରେ ଜଗନ୍ନାଥପ୍ରସାଦରୁ ୩, ଭଂଜନଗରରୁ ୩, ବେଲଗୁଣ୍ଠାରୁ ୩, ବୁଗୁଡ଼ାରୁ ୧, ସୋରଡ଼ାରୁ ୧, ଆସିକାରୁ ୧୬, ପୋଲସରାରୁ ୬, ଖଲିକୋଟରୁ ୯, ସାନଖେମୁଣ୍ଡିରୁ ୩, କବିସୂର୍ଯ୍ୟନଗରରୁ ୯, ପୁରୁଷୋତ୍ତମପୁରୁର ୪, ହିଂଜିଳିକାଟୁରୁ ୧୦, ଗଂଜାମରୁ ୭, ଛତ୍ରପୁରୁରୁ ୧୫, ରଙ୍ଗେଇଲୁଣ୍ଡାରୁ ୧୫, କୁକୁଡ଼ାଖଣ୍ଡିରୁ ୬, ଚକିଟିରୁ ୫, ଦିଗପହଣ୍ଡିରୁ ୩, ପାତ୍ରପୁରରୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ ବିଶ୍ୱର ଛୋଟ କାଠ ଓ ପଥରରେ ଗଣେଶ ମହାପ୍ରଭୁଙ୍କ ମୂର୍ତ୍ତି ତିଆରି କରିଛନ୍ତି। କାଠରେ ନିର୍ମିତ ମୂର୍ତ୍ତିର ଉଚ୍ଚତା ୬ଏମ୍ଏମ୍, ୧ ସିଏମ୍, ପଥରରେ ନିର୍ମିତ ମୂର୍ତ୍ତିର ଉଚ୍ଚତା ୩ ଏମ୍ଏମ୍, ୫ ଏମ୍ଏମ୍ ଓ ୧ ସିଏମ୍। ଏହା ବ୍ୟତୀତ ଜଳ ପ୍ରଦୂଷଣ ରୋକିବା ନେଇ ସଚେତନ କରିବାକୁ ସ୍ପଟିକ୍ରେ ଦୁଇଟଇ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। ପୂର୍ବରୁ ୟୁନିଭରସାଲ୍ କଲମ ବୁକ୍ ଅଫ୍ ରେକର୍ଡ଼ସରେ ୧.୯ ଇଞ୍ଚ କାଠରେ ନିର୍ମିତ ଗଣେଶ ମୂର୍ତ୍ତି ରହିଥିଲା। ସେ ବର୍ତ୍ତମାନ ନିଜ ରେକର୍ଡ଼କୁ ନିଜେ ଭାଙ୍ଗିଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାରିବାରିକ କହଳ ଯେ କେତେ ଭୟଙ୍କର ହୋଇପାରେ ଆଜି ଭାବିନିପୁର ଅଂଚଳର ଏକ ଘଟଣାକୁ ଦେଖିଲା ପରେ ଜଣାପଡ଼ୁଛି। ପାରବାରିକ କଳହରୁ ଜନୈକ ମା’ ନିଜର ୭ ମାସର ଶିଶୁକନ୍ୟାର ତଣ୍ଟି ଚିପିଦେଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଛି। ଘଟଣାରୁ ପ୍ରକାଶ ଯେ ସଦରଥାନା ଅନ୍ତର୍ଗତ ଭାବିନିପୁର ଗ୍ରାମ ମହାନ୍ତି ସାହିରେ କୁଳମଣି ଗୌଡ଼ ଏବଂ ସାବିତ୍ରୀ ଗୌଡ଼ ତିନିବର୍ଷ ହେଲା ବିବାହ କରି ରହୁଛନ୍ତି। ବିବାହର କିଛି ଦିନ ପରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ନେଇଥିଲା। କୁଳମଣିକୁ ପୁଅ ଇଚ୍ଛାଥିବାବେଳେ ଝିଅଟି ଜନ୍ମ ହେବାରୁ ଏନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସବୁବେଳେ ଗଣ୍ଡଗୋଳ ଲାଗୁ ରହୁଥିଲା। କିନ୍ତୁ ଆଜି ଅତ୍ୟଧିକ ଗଣ୍ଡଗୋଳ ହେବାରୁ ସ୍ତ୍ରୀ ସାବିତ୍ରୀ ଉତ୍ତେଜିତ ହୋଇ ନିଜ ୭ ମାସ ଝିଅର ତଣ୍ଟି ଚିପି ଦେଇ ହତ୍ୟା କରିଥିଲା। ପରେ ନିଜ ହାତକୁ ବ୍ଲେଡ଼୍ରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଏୟାର ଇଣ୍ଡିଆରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଭଳି ଏକ ଅଭିଯୋଗ ଗୋଳନ୍ଥରା ଥାନାରେ ହୋଇଛି। ଘଟଣାରୁ ପ୍ରକାଶ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମର ଗୁପେଶ୍ୱର ପ୍ରଧାନଙ୍କୁ ଗତ ୭.୬.୨୦୨୦ରେ ଏକ ଫୋନ୍ କଲ୍ ଆସିଥିଲା। ଯେଉଁଥିରେ ରୋହିତ କୁମାର ଶର୍ମା କହୁଥିବା ଜଣେ ବ୍ୟକ୍ତି ନିଜକୁ ଏୟାର ଇଣ୍ଡିଆର ମ୍ୟାନେଜର ବୋଲି ପରିଚୟ ଦେଇ ଗୁପେଶ୍ୱଣଙ୍କ ସହ ଯୋଗାଯୋଗ ରକ୍ଷା କରି ତୁମେ ଅନ୍ଲାଇନ୍ରେ ଏୟାର ଇଣ୍ଡିଆ ପାଇଁ ଫର୍ମ ପକାଇଛ ତେଣୁ ତୁମର ଆଧାର କାର୍ଡ଼, ପାନ୍ କାର୍ଡ଼ ଏବଂ ସାର୍ଟିଫିକେଟ୍ର ଜେରେକ୍ସ ପଠାଇ ତୁମର ଚାକିରି ହେବ ବୋଲି କହିଥିଲେ। ଗୁପ୍ତେଶ୍ୱର ସମସ୍ତ କାଗଜପତ୍ର ପଠାଇଥିଲେ। ଦୁଇଦିନ ପରେ ଫୋନ୍ କରି ତୁମର ସିଲେକସନ ହୋଇଛି ତୁମେ ୨୫୦୦ ଟଙ୍କା ଡ଼କ୍ୟୁମେଣ୍ଟ ଭେରିଫିକେସନ ଚାର୍ଜ ପଠାଅ ବୋଲି କହିଥିଲେ। ସେ…
ରମେଶ ମହାନ୍ତି ଜଗତସିଂହପୁର: କୋଭିଡ ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢେଇ ସହିତ ଲୋକଙ୍କ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତେଣୁ ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର କରାଯିବ। ସଡକ, ସେତୁ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇ ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ। ଆଜି ଜଗତସିଂହପୁରର ବିଲୁଆଖାଇ ନଦୀ ଉପରେ ଏକ ବୃହତ ସେତୁର ଉଦ୍ଘାଟନ ସହିତ ଜିଲ୍ଲାରେ ଏକ ମାତୃ ଓ ଶିଶୁ ଚିକିତ୍ସାଳୟ ପାଇଁ ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି କହିଛନ୍ତି। ସୂଚନାଯୋଗ୍ୟ ଜଗତସିଂହପୁରର ଶଂଖାରୀ ସାହି ନିକଟରେ ଥିବା ବିଲୁଆଖାଇ ନଦୀ ଉପରେ ୬୧.୪୨ କୋଟି ଟଙ୍କା ବ୍ୟୟରେ ଏକ ବୃହତ ସେତୁ ନିର୍ମାଣ କରାଯାଇଛି। ୨୦୧୬ ଅକ୍ଟୋବରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ସେତୁ ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟକୁ କଟକ ବାଇଶ ମୌଜା ସହିତ ସିଧାସଳଖ ଯୋଡିବା ସହିତ ଜଗତସିଂହପୁରରୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ଲାଞ୍ଚ ନେବା ସମୟରେ ଦୁଇଜଣ ଲାଞ୍ଚୁଆ ଅଧିକାରୀଙ୍କୁ ଧରାଯାଇଥିଲା। ପ୍ରଥମଘଟଣା କ୍ରମରେ ଫୁଲବାଣୀ ଜିଲ୍ଲା ଟ୍ରେଜେରୀ ଅଧିକାରୀ ଅରୁପ କୁମାର ମିଶ୍ରଙ୍କୁ ଧରାଯାଇଥିବାବେଳେ ଦ୍ୱିତୀୟ ଘଟଣାକ୍ରମେ କନ୍ଧମାଳ ଦାରିଙ୍ଗିବାଡ଼ି ସିମନାବାଡ଼ି ଗ୍ରାମପଞ୍ଚାୟତର ଜିଆର୍ଏସ୍ ଦିଲିପ କୁମାର ସାହୁ ମଧ୍ୟ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ପ୍ରଥମ ଘଟଣା କ୍ରମେ ଫୁଲବାଣୀ ମତ୍ସ୍ୟଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀ ଯିଏକି ଅବସର ନେଇସାରିଛନ୍ତି ତାଙ୍କର ଏରିୟର୍ ବିଲ୍ କରିଦେବାକୁ ଟ୍ରେଜେରୀ ଅଧିକାରୀ ଅରୁପଙ୍କ ସହ ଯୋଗାଯୋଗ କରିଥିଲେ। ଏହା କରିଦେବା ପାଇଁ ଲାଞ୍ଚୁଆ ଅଧିକାରୀ ଅରୁପ ତାଙ୍କୁ ୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରମୋଦ ବ୍ରହ୍ମପୁର ଭିଜିଲାନ ବିଭାଗକୁ ଜଣାଇବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଆଜି ପୂର୍ବ ଯୋଜନା ମୁତାବକ ପ୍ରମୋଦ ତାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେବା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବର୍ତ୍ତମାନ ଗଂଜାମ ଜିଲ୍ଲା କରୋନା ସଂକ୍ରମଣରେ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଦୈନିକ ୮ ହଜାରରୁ ଉର୍ଦ୍ଧ୍ୱ ଟେଷ୍ଟ ହେଉଥିଲେ ମଧ୍ୟ ଆଉ ସଂକ୍ରମଣ ଚିହ୍ନଟ ହେଉନାହିଁ। ଗତ ୪ ଦିନର ହିସାବକୁ ଦେଖିଲେ ୨୪୩, ୨୪୬, ୨୪୨ ଏଭଳି ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏହି ସଂଖ୍ୟା ଗତ ମାସର ସର୍ବନିମ୍ନ ସ୍ତରରେ ୧୬୨ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ କରୋନା କଟକଣା କୋହଳ କରିବାକୁ ନିଷ୍ପତ୍ତି ହୋଇଛି। ସୋମବାରଠାରୁ ୫ ମାସ ପରେ ପ୍ରଥମ ଥର ପାଇଁ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟାଉନ୍ହଲ୍ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜିଲ୍ଲାବାସୀଙ୍କ ସଂଯମତା ଏବଂ ଅଧିକାରୀମାନଙ୍କ କଠୋର ପରିଶ୍ରମ ଯୋଗୁଁ ଏଭଳି ଗ୍ରାଫ୍ ହ୍ରାସ ପାଇଛି। ତେଣୁ ଆଗକୁ ମଧ୍ୟ ଲୋକେ…
ବିହାର : ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁସାରେ ବିହାର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଅନଲାଇନରେ ଦାଖଲ କରାଯିବ। ଏଥର ପ୍ରାର୍ଥୀମାନେ ଅନଲାଇନରେ ସିକ୍ୟୁରିଟି ମନି ଜମା କରିପାରିବେ ବୋଲି ବିହାର ବିଧାନସଭା ନିର୍ବାଚନ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ସୂଚନା ରହିଛି। ଏହା ବ୍ୟତୀତ ପ୍ରାର୍ଥୀଙ୍କୁ ଅନଲାଇନରେ ନାମାଙ୍କନ ଦାଖଲ କରିବାକୁ ପଡିବ।ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ସର୍ବାଧିକ ପାଞ୍ଚ ଜଣ ଲୋକ ଦ୍ୱାରରୁ ଦ୍ୱାର ପ୍ରଚାର ପାଇଁ ପ୍ରାର୍ଥୀଙ୍କ ସହ ରହିପାରିବେ। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ସଭା ଏବଂ ରୋଡ୍ ସୋକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ସମୟରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନିର୍ବାଚନ ଆୟୋଗ କହିଛନ୍ତି।ନିର୍ବାଚନ ପ୍ରକ୍ରିୟା ସମୟରେ ଫେସ୍ ମାସ୍କ, ସାନିଟାଇଜର, ଥର୍ମାଲ୍ ସ୍କାନର୍, ଗ୍ଲୋଭସ୍, ପିପିଏ କିଟ୍ ବ୍ୟବହାର କରାଯିବ ଏବଂ…
ଭୁବନେଶ୍ୱର: ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର । କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ତରଫରୁ ଏନେଇ ଘୋଷଣା କରାଯାଇଛି । ଚଳିତ ବର୍ଷ 27 ଜଣ ଖେଳାଳିଙ୍କୁ ଏହି ସମ୍ମାନ ଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଏହାବାଦ ପାଞ୍ଚ ଜଣଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ । ଦୂତୀଙ୍କ ସହ କ୍ରିକେଟର ଈଶାନ୍ତ ଶର୍ମା, ତୀରନ୍ଦାଜ ଅତନୁ ଦାସ, ବନ୍ଧୁକଚାଳକ ମନୁଭାକର, ମହିଳା କ୍ରିକେଟର ଦୀପ୍ତି ଶର୍ମା ପ୍ରମୁଖ ରହିଛନ୍ତି । ସେହିପରି ଉତ୍କଷ୍ଠ କୋଚିଂ ପାଇଁ 8ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ ବୋଲଇ ସୂଚନା ରହିଛି । ସେହିପରି 15 ଜଣ କ୍ରୀଡାବିତ୍ଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।
ଭୁବନେଶ୍ବର: କରୋନା ଟେଷ୍ଟରେ ସାରା ଦେଶରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଦିନକରେ ଏକ ନିୟୁତ ଲୋକସଂଖ୍ୟାରେ ଟେଷ୍ଟ ହାରରେ ଓଡିଶା ଦ୍ବିତୀୟରେ ରହିଛି। ପ୍ରତି 10ଲକ୍ଷରେ ନମୁନା ପରୀକ୍ଷାରେ ଗୋଆ ପ୍ରଥମ ସ୍ଥାନରେ ଥିବା ବେଳେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ଏକ ନିୟୁତରେ ଓଡ଼ିଶା 1265 ଜଣଙ୍କ ଟେଷ୍ଟ କରୁଥିବା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଓଡ଼ିଶାରେ ଏବେ ଦୈନିକ ହାରାହାରି 50ହଜାର ଟେଷ୍ଟ କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ରାଜ୍ୟରେ ରେକର୍ଡ ଟେଷ୍ଟ ହେଉଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ 10ଲକ୍ଷ ଟପିଯାଇଛି। କେବଳ ନମୁନା ପରୀକ୍ଷାରେ ବୃଦ୍ଧି ନୁହେଁ, ଦୈନିକ ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର) 5ରୁ ତଳକୁ ଖସି ଆସିଛି।
ତେଲେଙ୍ଗାନା : ତେଲେଙ୍ଗାନା ଶ୍ରୀସାଇଲାମର ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର୍ ୟୁନିଟ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଟିମ୍ ଦ୍ୱାରା ସେମାନଙ୍କର ମୃତଦେହକୁ ଟାଣି ବାହାର କରାଯାଇଛି। ପ୍ଲାଣ୍ଟରେ ଅଗ୍ନିକାଣ୍ଡ ବେଳେ 9 ଜଣ କର୍ମଚାରୀ ଫସି ରହିଥିଲେ । ସେହି 9 ଜଣଙ୍କ ମଧ୍ୟରୁ6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 3 ଜଣ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ରହିଥିବା ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ନିଆଁ ଲାଗିବା ସମୟରେ 19 ଜଣ ଲୋକ ଉପସ୍ଥିତ ଥିଲେ । ଅଗ୍ନିକାଣ୍ଡ ସମୟରେ 10 ଜଣ ଲୋକ ଜୀବନ ବଞ୍ଚାଇ ପଳାଇ ଆସିଥିବା ବେଳେ ଅନ୍ୟ 9 ଜଣ ଫସି ରହିଥିଲେ । ଫସି ରହିଥିବା 9ଜଣଙ୍କ ମଧ୍ୟରେ ଜଣେ ଡିଭିଜନ…

