ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର-ଅଡଶପୁର୍ ରାସ୍ତାର ଆଳିପିଙ୍ଗଳ ବଜାର ନିକଟରେ ଥିବା ହାଇସ୍କୁଲ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଅଭିଯୋଗ ଅନୁଯାୟୀ ଏହି ହାଇସ୍କୁଲ ଜଗତସିଂହପୁର-ଅଡଶପୁର୍ ମୁଖ୍ୟ ରାସ୍ତା ଠାରୁ ମାତ୍ର ୪୦୦ ଫୁଟ ଦୂରତାରେ ଅବସ୍ଥିତ ଥିବା ବେଳେ ମୁଖ୍ୟ ରାସ୍ତା ଓ ଏହି ହାଇସ୍କୁଲ ରାସ୍ତାର ସଂଯୋଗ ସ୍ଥଳରେ ଖାଲଖମା ଯୋଗୁଁ ଅସରାଏ ବର୍ଷା ହେଲେ ଏଠି ଆଣ୍ଠୁଏ ପାଣି ଜମିରହୁଛି। ଫଳରେ ଏହି ରାସ୍ତାଦେଇ ସ୍କୁଲକୁ ଅଧ୍ୟୟନ ପାଇଁ ଯାତାୟତ କରୁଥିବା ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହିତ ଏହି ରାସ୍ତା ଉପରେ ସ୍ଥାନୀୟ ଅଞ୍ଚଳର ୧୦ଟି ଗ୍ରାମର ଲୋକେ ଯାତାୟତ ପାଇଁ ନିର୍ଭର କରୁଥିବା ବେଳେ ରାସ୍ତାରେ ଆଣ୍ଠୁଏ ପାଣି ହେବା ଯୋଗୁଁ ଲୋକମାନେ ଯାତାୟତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୪କି.ମି ଦୂର ହୋଇଥିବା ବେଳେ ଉକ୍ତ ରାସ୍ତାକୁ ମରାମତି ପାଇଁ…
Author: Samikhsya Bureau
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକ ପରିମିତ ଜମି ଉପରେ ଏହି ଯୋଜନା କାର୍ୟ୍ୟକାରୀ ହେବାକୁ ଯାଉଛି। ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ବର ଭବ୍ୟ ବିକାଶ କରାଯାଇ ଏଠାରେ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତି ପରିବେଶ ସୃଷ୍ଟି କରାଯାଉଛି। ପୂର୍ବରୁ ୧୦ ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ନୂଆ ଯୋଜନା ପରେ ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ମହାପ୍ରଭୁଙ୍କର ଶିବରାତ୍ରୀ ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନର ଆଧ୍ୟାତ୍ମିକ ଅନୁଭବ ଲାଭ କରିପାରିବେ। ଶିବରାତ୍ରୀ ସହିତ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ମହାପ୍ରଭୁଙ୍କର ଅନ୍ୟ ଯାନିଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନାରେ ମଧ୍ୟ ଏହା ବିଶେଷ ସହାୟକ ହେବ। ଶ୍ରାବଣ ମାସରେ…
କୋଲକାତା : ସାରା ଦେଶରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ବହୁ ରାଜନୈତିକ ହସ୍ତୀମାନଙ୍କର ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ୟୁପିର ଦୁଇଜଣ ମନ୍ତ୍ରୀ କରୋନାରେ ପ୍ରାଣ ହରାଇଥିବାବେଳେ ଆଜି ପଶ୍ଚିମବଙ୍ଗର ଜଣେ ଟିଏମ୍ସି ବିଧାୟକ କରୋନାରେ ପ୍ରାଣ ହରାଇଛନ୍ତି । ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ପଶ୍ଚିମବଙ୍ଗର ତୃଣମୂଳ ବିଧାୟକ ସମରେଶ ଦାସ ସୋମବାର ଦିନ ପ୍ରାଣ ହରାଇଛନ୍ତି । ଏଗ୍ରା ବିଧାନସଭା ଆସନର ବିଧାୟକ ତଥା ପୂର୍ବ ମେଦିନୀପୁର ବାସିନ୍ଦା ଦାସ କରୋନା ପ୍ରଭାବରେ 76 ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ଶ୍ରୀଦ ଦାସ କରୋନା ସହିତ ସେ ହୃଦରୋଗ ଏବଂ କିଡନୀ ସମସ୍ୟାରେ ମଧ୍ୟ ପୀଡିତ ଥିଲେ । ସମରେଶ ଦାସଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ଦାସ ପୂର୍ବରୁ ଫାଲଟା ଆସନରୁ ତିନି ଥର…
ବେଙ୍ଗାଲୁରୁ : ଲୋକପ୍ରିୟ ଭିଡିଓ ଆପ୍ ଟିକ୍ଟକ୍କୁ ଅଧିଗ୍ରହଣ କରିବ ରିଲାଏନ୍ସ । ଭାରତର ସବୁଠାରୁ ବୃହତ କମ୍ପାନୀ ରିଲାଏନ୍ସ ଆଗାମୀ ଦିନରେ ଟିକଟକକୁ ଅଧିଗ୍ରହଣ କରିବାକୁ ଯାଉଛି । ପ୍ରାୟ 5 ବିଲିୟନ୍ ଡଲାରରେ ରିଲାଏନ୍ସ ଟିକ୍ଟକ୍କୁ ଅଧିଗ୍ରହଣ କରିବା ନେଇ ଖବର ପ୍ରକାଶ ପାଇଛି । ଉଭୟ କମ୍ପାନୀ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନଥିଲେ ମଧ୍ୟ ବିଗତ ଏକ ମାସ ଧରି ଉଭୟ କମ୍ପାନୀ ମଧ୍ୟରେ ଆଲୋଚନା ଜାରି ରହିଛି । ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଏବଂ ଟିକ୍ଟକ୍ର ମୂଳ କମ୍ପାନୀ ବାଇଟ୍ ଡାନ୍ସ ମଧ୍ୟରେ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ଖବର ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ, ତଥ୍ୟ ଚୋରି କାରଣରୁ ଭାରତ ସରକାର ଟିକଟକକୁ ବ୍ୟାନ କରିଥିବା ବେଳେ ଆମେରିକାରେ ମଧ୍ୟ ବ୍ୟାନ କରାଯାଇଛି । (ଏଜେନ୍ସି)
ଭୁବନେଶ୍ୱର : ଆସନ୍ତା 19 ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରେସ୍ ମିଟ୍ କରି ଏହି ସୂଚନା ଦେଇଛନ୍ତି । ଆସନ୍ତା 19 ତାରିଖ ଦିନ 11.30 ମିନିଟ ସମୟରେ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବ। ସେହିପରି ଆସନ୍ତା ଅଗଷ୍ଟ 31 ତାରିଖ ପୂର୍ବରୁ ଯୁକ୍ତ ଦୁଇ କଳାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି। ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି 3 ଲକ୍ଷ 50 ହଜାର ଛାତ୍ରଛାତ୍ରୀ। କରୋନା ମହାମାରୀ ଯୋଗୁଁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି ।
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 198 ପଜିଟିଭ୍ ଚିହ୍ନଟ ହୋଇଛି । ଚିହ୍ନଟ 198 ଜଣଙ୍କ ମଧ୍ୟରୁ 104 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାସ୍ଥଳେ 94 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ସୂଚନା ଦେଇଛି ବିଏମ୍ସି । କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 104 ଜଣଙ୍କ ମଧ୍ୟରେ ବରଗଡ ବ୍ରିଟ୍ କଲୋନୀରୁ 3 ଜଣ, ପାେଲିସ୍ କଲୋନୀରୁ ଚାରି ଜଣ, ଚନ୍ଦ୍ରେଶଖରପୁର ହାଉସିଂ ବୋର୍ଡ କଲୋନୀରୁ ଚାରି ଜଣ, ଏକ ସିକ୍ୟୁରିଟି ଏଜେନ୍ସିର 7 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସାଲିଆ ସାହିରୁ ଛଅଜଣ ଚିହ୍ନଟ ହୋଇଛନ୍ତି । ଚିନ୍ତାମଣିଶ୍ବରରୁ ଛଅ ଜଣ, ଝାରପଡା ଜଗନ୍ନାଥ କଲୋନୀରୁ 3 ଜଣ, ନୟାପଲ୍ଲୀର ଏକ ହୋଟେଲରୁ 2 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜଧାନୀରୁ 94 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବାବେଳେ ଶିଖରଚଣ୍ଡୀ ନଗରରୁ 7ଜଣ, ଚନ୍ଦ୍ରଶେଖପୁର ରେଲ୍ ବିହାରରୁ 3 ଜଣ, ସିଆରପିଏଫ୍ କ୍ୟାମ୍ପସ୍ରୁ…
ବାସୁଦେବପୁର : ପବ୍ଜି ଖେଳିବାକୁ ବାରଣ କରିବାରୁ ଜଣେ 20 ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ମାମୁଁ ବାରଣ କରିବାରୁ ଭଣଜା ଆତ୍ମହତ୍ୟା କରିଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଏହିପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ଘଟିଛି । ଯୁବକଙ୍କ ଘର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପାଣିଝଣିଆ ଅଞ୍ଚଳରେ ବୋଲି ସୂଚନା ରହିଛି। ଧାମରାର ଏକ ଚିଙ୍ଗୁଡି ଘେରିରେ ମାମୁଁ ଭଣଜା ଏକାଠି କାମ କରୁଥିଲେ । ଭଣଜା ବାରମ୍ବାର ପବ୍ଜି ଖେଳିବାରୁ ମାମୁଁ ମୋବାଇଲ୍ ଛଡାଇ ନେଇଥିଲେ । ରାଗରେ ଭଣଜା ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବାର ଜଣାପଡିଛି । ଉଭୟ ମାମୁ ଭଣଜା ରାତିରେ ଖାଇସାରି ଶୋଇଥିଲେ । ହେଲେ ଆଜି ସକାଳେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା ।
ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ମିସନ ଅନ୍ନ ସେବାର ଅଂଶ ସ୍ୱରୂପ କୋଭିଡ୍-୧୯ ଲକ୍ଡାଉନ୍ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକ ଓ ଅଭାବୀ ବର୍ଗର ଲୋକମାନଙ୍କୁ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଭୋଜନ ବଣ୍ଟନ ଓ ସହାୟତା ପ୍ରଦାନ କରିଥିବା ରିଲାଏନ୍ସ ଫାଉଣ୍ଡେସନ ଏବେ ଏହି ସହାୟତାକୁ ସଂପ୍ରସାରିତ କରି ଓଡ଼ିଶାର ଶହ ଶହ ହସ୍ତକଳା ଶିଳ୍ପୀ ପରିବାର ତଥା ପ୍ରବାସୀ ଶ୍ରମିକ ପରିବାରଙ୍କୁ ସହାୟତାର ହାତ ବଢାଇଛି। ସ୍ଥାନୀୟ ଏନଜିଓ ସହଯୋଗୀଙ୍କ ସହଯୋଗରେ ଚଳିତ ସପ୍ତାହରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୁରୀ ଜିଲ୍ଲାର ରଘୁରାଜପୁର ଶିଳ୍ପ ଗ୍ରାମର ପଟ୍ଟଚିତ୍ର ଶିଳ୍ପୀ ପରିବାର ସମୂହ, ବାଲେଶ୍ୱରର ବାଲିଆପାଳର ସବାଇ ଘାସ ବା ଗୋଲଡେନ୍ ଗ୍ରାସ ଶିଳ୍ପୀ ପରିବାର ସମୂହଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଣ୍ଟନ କରାଯାଇଛି। କୋଭିଡ୍-୧୯ ଯୋଗୁଁ ସୃଷ୍ଟି ହୋଇଥିବା ବର୍ତମାନର ସ୍ଥିତି ଓ ପର୍ଯ୍ୟଟକଙ୍କ ଚଳପ୍ରଚଳ ଉପରେ ରହିଥିବା କଟକଣା ଯୋଗୁଁ ଅନେକ ମାସ ଧରି ଏହି ଦୁଇ ହସ୍ତକଳା…
ପାଟନା : ଅନଲାଇନ୍ ଗେମିଂ ନିଶା ଆଜି କାଲିର ଯୁବପିଢିକୁ ପଥଭ୍ରଷ୍ଟ କରୁଛି । ଏହି ନିଶାରେ ସେମାନେ ଅପରାଧୀ ହୋଇ ପଡୁଛନ୍ତି । ଏହି ଖେଳ ନିଶା ପାଇଁ ବିହାରର ଜଣେ ନାବାଳକ ନିଜେ ନିଜର ଅପହରଣ କରିଥିବାର ସୂଚନା ରହିଛି । ବିହାରର ଜଣେ 14 ବର୍ଷୀୟ ବାଳକ ନିଜ ଅପହରଣର ନାଟକ ରଚିଛି । ଅନଲାଇନ ଗେମିଙ୍ଗ ନିଶା ପାଇଁ ପଇସା ଦରକାର ଥିବାରୁ ବାଳକ ଜଣକ ନିଜ ଅପହରଣର ନାଟକ କରି ନିଜ ପରିବାର ଲୋକଙ୍କ ଠାରୁ ଅର୍ଥ ହାସଲ କରିବାର ଯୋଜନାରେ ରହିଥିଲା । ତେବେ ପୋଲିସ ନାବାଳକକୁ ଗିରଫ କରିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ନାବାଳକ ଜଣକ ଘରୁ ଲୁଚି ପଳାଇ ଯାଇ 5 ଲକ୍ଷ ଟଙ୍କାର ଅର୍ଥ ଦାବି କରିଥିଲା । ଏହି ଘଟଣା ପରେ ନାବାଳକଙ୍କ ମା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ…
ଭୁବନେଶ୍ୱର: ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ୀ’ ନିଲାମ ହେବ । ଅନଲାଇନରେ 15 ତାରିଖରୁ ନିଲାମ ଆରମ୍ଭ ହୋଇଥିବା ବେଳେ 20 ତାରିଖ ରାତି 10 ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଆଗ୍ରହୀ ବ୍ୟକ୍ତି ବିଶେଷ ଏହାକୁ କିଣିବା ପାଇଁ ‘ଗୁଗୁଲ ଫର୍ମସ’ରେ ଆବେଦନ କରିପାରିବେ। ଶାଢ଼ୀ ବିକ୍ରି ସମସ୍ତ ଅର୍ଥ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ। ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ ନାଁରେ ଏହାକୁ ବିଦ୍ୟା ବାଲାନଙ୍କ ପାଖେ ପହଞ୍ଚାଇଥିବା ସାବତ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ଅନିତା ସାବତ ଓ ଅମ୍ରିତା ସାବତ ଏ ନେଇ ସୂଚନା ଦେଇଛନ୍ତି । ବିଦ୍ୟା ଶାଢ଼ି ପିନ୍ଧି ସୋସିଆଲ ମିଡିଆରେ ବୁଣାକାରଙ୍କୁ ବହୁତ ପ୍ରଶଂସା କରିଥିଲେ । ଏଥିସହ ଚୁକ୍ତି ମୁତାବକ ଶାଢ଼ୀଟି ପିନ୍ଧିବା ପରେ ଫେରାଇ ଦେଇଥିଲେ । ଶାଢ଼ୀଟି ଆସିବା ପରେ ଏହାକୁ କିଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିଥିଲେ ।…
ଭୁବନେଶ୍ୱର : ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟରଲେନ୍ସ ନୀତି ଆପଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଆଉ ଜଣେ ବରିଷ୍ଠ ପ୍ରଶାସକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସୋମବାର ରାଜ୍ୟ ସରକାର ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତି । ଶ୍ରୀ ମହାନ୍ତି କୋରାପୁଟର ଜିଲ୍ଲା କୃଷି ଅଧିକାରୀ ଥିଲେ । ଜୁଲାଇ 2 ତାରିଖରେ ମହାନ୍ତିଙ୍କ ଗାଡ଼ିରୁ ଭିଜିଲାନ୍ସ ପକ୍ଷରୁ 11 ଲକ୍ଷ ଟଙ୍କା ଜବତ କରାଯାଇଥିଲା । ସେହି ଦିନ ତାଙ୍କୁ ଭିଜିଲାନ୍ସ ଗିରଫ କରି ଜେଲ ପଠାଇଥିଲା । ତାଙ୍କୁ ନିଲମ୍ବନ କରାଯିବା ସହ ରିମାଣ୍ଡରେ ଆଣି ଜେରା କରାଯାଇଥିଲା । ତାଙ୍କ ଘରେ ଚଢଉ କରାଯାଇ 3.5 କୋଟିର ସମ୍ପତ୍ତି ଠାବ କରାଯାଇଥିଲା । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର…
ଭୁବନେଶ୍ବର : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା ହୋଇଥିବାର ସୂଚନା ରହିଛି । କରୋନା ଆକ୍ରାନ୍ତ ନେଇ ଟୁଇଟ୍ ଯୋଗେ ସୁଶାନ୍ତ ସୂଚନା ଦେଇଛନ୍ତି । ସୁଶାନ୍ତ କହିଛନ୍ତି ଯେ, ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି, ସୁସ୍ଥ ଅଛି ବୋଲି କହିଛନ୍ତି ସୁଶାନ୍ତ । ତେବେ ନିକଟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ଆଇସୋଲେସନ୍ରେ ରହି ଡାକ୍ତରୀ ପରାମର୍ଶ କରନ୍ତୁ ବୋଲି ସୂଚନା ଦେଇଛନ୍ତି ସୁଶାନ୍ତ ।
ହେମାଙ୍ଗ ପ୍ରସାଦ ରାଉଳ ଦିଗପହଣ୍ଡି : ବଡଡୁମୁଳା ଗାଁରେ ପିଇଟି ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ଦିଗପହଣ୍ଡିରେ ରହୁଥିଲେ ସୀମାଞ୍ଚଳ ସାହୁ। ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ସାହିରେ ପଶି ଶିକ୍ଷକଙ୍କ ସମେତ ଆଖପାଖ କିଛି ଲୋକଙ୍କ ଘର ତାଲା ଗ୍ରୀଲ ଭଙ୍ଗାରୁଜା କରିଥିଲେ। ପରେ ବାହାରେ ଶିଙ୍କୁଳି ଲାଗିଥିବା ଦୁଇଟି ବାଇକକୁ ଚୋରି ଉଦ୍ୟମ କରି ଗୋଟିକକୁ ଚୋରି କରି ନେବାରେ ସଫଳ ହୋଇଥିଲେ। ପିଇଟି ଶିକ୍ଷକଙ୍କ ଗାଡି ନଂ ଓଡ଼ି 07 ଏ 3024 ବାଇକକୁ ଲୁଟି ନେଇଯାଇଛନ୍ତି । ସମସ୍ତେ ଶୋଇଥିବା ବେଳେ ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସେହିପରି ଗତ ୧୪ ତାରିଖ ରାତିରେ ନୁଆମୌଲାଭଣଜା ଗାଁ ମୁଖ୍ୟ ରାସ୍ତାରେ ଥିବା ଝରଣା ମେଡ଼ିସିନ ଷ୍ଟୋର ସମେତ ଆଖପାଖ ଦୋକାନ ଓ ମାଁ ସାତଭଉଣୀ ମନ୍ଦିର ଆଦିରୁ ଲକ୍ଷାଧିକ ଟଙ୍କା ଓ ସାମଗ୍ରୀ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।ଏନେଇ ଦିଗପହଣ୍ଡି…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଗତକାଲି ଅପରାହ୍ନରେ ନୂତନ ଭାବେ ଦାୟିତ୍ୱ ନେଇଥିବା ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ପ୍ରଥମ ଥର ପାଇଁ ଚିଲିକା ନିର୍ବାଚନମଣ୍ଡଳୀ ପରିଦର୍ଶନରେ ଆସିଥିଲେ । ଉକ୍ତ ଗସ୍ତରେ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ମଧ୍ୟ ସାମିଲ ଥିଲେ। ସର୍ବପ୍ରଥମେ ଜିଲ୍ଲାପାଳ ନାଚୁଣୀ ମହାବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ଏକ ୨୦୦-୨୫୦ ବେଡ଼ ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଭିତ୍ତିଭୂମିର ତଦାରଖ କରିଥିଲେ। ଉକ୍ତ ସେଣ୍ଟରଟି ସପ୍ତାହରୁ ଦଶ ଦିନ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାପରେ ଜିଲ୍ଲାପାଳ ଚିଲିକା ବ୍ଲକ କାର୍ଯ୍ୟାଳୟରେ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା ହୋଇଥିଲା। ଚିଲିକା ନିର୍ବାଚନମଣ୍ଡଳୀରେ ବଢୁଥିବା କରୋନାର ପ୍ରକୋପକୁ କିପରି ବ୍ରେକ ଲଗାଯିବ ସେ ଉପରେ ଜିଲ୍ଲାପାଳ ବିସ୍ତୃତ ଆଲୋଚନା କରିବା ସହ ରୋଡ଼ମ୍ୟାପ ପ୍ରସ୍ତୁତ କରିଥିଲେ। ଏହା ସହ…
ସୋମାଲିଆ : ସୋମାଲିଆର ରାଜଧାନୀ ମୋଗାଦିଶୁର ସମୁଦ୍ର ତଟରେ ଅବସ୍ଥିତ ଏକ ହୋଟେଲ୍ରେ ଆକ୍ରମଣରେ 10ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 12ରୁ ଅଧିକ ଲୋକେ ଆହତ ହୋଇଥିବାର ସୂଚନାରହିଛି । ସ୍ଥାନୀୟ ପୋଲିସ୍ର ସୂଚନା ଅନୁସାରେ ଏହି ଘଟଣା ରବିବାରଦିନ ଘଟିଥିବାବେଳେ ଘଟଣାସ୍ଥଳରେ ସୁରକ୍ଷା ବଳ ଇସଲାମିକର ଚରମପନ୍ଥୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ହୋଟେଲ୍ର ସୁରକ୍ଷା ଗେଟ୍ ନିକଟରେ କାର୍ ବମ୍ ଦ୍ବାରା ଏକ ବିସ୍ଫୋରଣ କରାଯାଇଥିଲା । ଏହା ପରେ ବନ୍ଧୁକଧାରୀମାନେ ହୋଟେଲ୍ରେ ପ୍ରବେଶ କରି ସେଠାରେ ରହିଥିବା ଲୋକଙ୍କୁ ବନ୍ଧକ ରଖିଥିଲେ । ସୁରକ୍ଷା ବଳ ଦଶ ଜଣଙ୍କୁ ସେଠାରୁ ମୁକ୍ତ କରିବା ସହିତ ଆକ୍ରମଣକାରୀଙ୍କ ସହ ଗୁଳି ବିନିମୟ ଜାରି ରଖିଥିଲେ। ଏହି ଘଟଣା ପାଇଁ ଇସ୍ଲାମୀ ଆତଙ୍କବାଦୀ ସଙ୍ଗଠନ ଅଲ୍-ଶବାବ୍ ନିଜକୁ ଦାୟୀ କରିଛି । (ଏଜେନ୍ସି)
ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରରେ ପୁଣି ଥରେ ସୁରକ୍ଷାବଳଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ସୋମବାର ଦିନ ବାରମୂଳା ଜିଲ୍ଲାର କ୍ରେଇରୀ ଅଞ୍ଚଳରେ ପୋଲିସ୍ ଓ ସିଆରପିଏଫ୍ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆତଙ୍କୀ ଆକ୍ରମଣରେ ଜମ୍ମୁକାଶ୍ମୀର ପୋଲିସ୍ର ଜଣେ ସ୍ପେଶାଲ୍ ଅଫିସରଙ୍କ ସମେତ ଦୁଇ ସିଆରପିଏଫ୍ ଯବାନ ଶହୀଦ୍ ହୋଇଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆଜି ସକାଳୁ ସକାଳୁ ବାରମୂଳା ଜିଲ୍ଲାର କ୍ରେଇରି ଅଞ୍ଚଳରେ ସିଆରପିଏଫ୍ ଓ ପୋଲିସ ଟିମ୍ ଉପରେ ଆତଙ୍କବାହୀ ହମଲା କରିଥିଲେ । ଆଖିବୁଜା ଗୁଳି ଚାଳନା କରିଥିଲେ । ସୁରକ୍ଷାବାହିନୀର ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଇଥିଲେ ଆତଙ୍କବାଦୀ। (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି ଦଶ ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 4 ଜଣଙ୍କ ମୃତ୍ୟୁହୋଇଥିବାବେଳେ ବରଗଡ, କଟକ, ଗଞ୍ଜାମ, ପୁରୀ,ସୁନ୍ଦରଗଡ ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 353କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ଏହା 155, ଖୋର୍ଦ୍ଧାରେ 48, କଟକରେ 18, ସୁନ୍ଦରଗଡରେ 22, ରାୟଗଡାରେ 15 ଓ ବରଗଡରେ କରୋନାଜନିତ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବର : ଆଜି 29ଟି ଜିଲ୍ଲାରୁ ମୋଟ୍ 2 ହଜାର 224ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 311 ଜଣ ଚିହ୍ନଟ ହୋଇଥିବାସ୍ଥଳେ ଗଞ୍ଜାମରୁ 243, କଟକରୁ 194, ରାୟଗଡାରୁ 160, ବାଲେଶ୍ବରରୁ 142, ସୁନ୍ଦରଗଡରୁ 136, କନ୍ଧମାଳ 12, ଭଦ୍ରକରୁ 104, ମାଲକାନଗିରିଓ ଯାଜପୁରରୁ 98 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୋରାପୁଟରୁ 94, ମୟୂରଭଞ୍ଜରୁ 91, ପୁରୀରୁ 68କଳାହାଣ୍ଡିରୁ 67, ବୌଦ୍ଧରୁ 49, ବଲାଙ୍ଗିରରୁ 37, ବରଗଡ ଓ ସମ୍ବଲପୁରରୁ 35, କେନ୍ଦ୍ରାପଡାରୁ 27, ନବରଙ୍ଗପୁରରୁ 21, ଢେଙ୍କାନାଳରୁ 18, ଜଗତସିଂହପୁରରୁ 16 ଅନୁଗୁଳରୁ 15, କେଉଁଝରରୁ ଓ ନୟାଗଡରୁ 13ଜଣ ଲେଖାଏଁ ରହିଛନ୍ତି । ଝାରସୁଗୁଡାରୁ12, ସୋନପୁରରୁ 11, ନୂଆପଡାରୁ 9, ଗଜପତିରୁ 6ଜଣ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 2 ହଜାର 224 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1390ଜଣ ଚିହ୍ନଟ ହୋଇଥିବାବେଳେ 854ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 62ହଜାର294କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 19 ହଜାର 612 । ସେହିପରି ସୁସ୍ଥ ହୋଇଛନ୍ତି 42 ହଜାର 276ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 353ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ସମ୍ବଲପୁର : ହୀରାକୁଦ ଡ୍ୟାମର 12ଟି ଗେଟ ଖୋଲାଯାଇଛି । ଉପର ମୁଣ୍ଡରେ ବର୍ଷା କାରଣରୁ ଡ୍ୟାମର 12ଟି ଗେଟ ଖୋଲାଯାଇଛି । ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା 630 ଘନଫୁଟ ହୋଇଥିବା ବେଳେ ବର୍ତ୍ତମାନ ଜଳସ୍ତର 615.41 ଘନ ଫୁଟ ରହିଛି । ବର୍ତ୍ତମାନ ଡ୍ୟାମ୍ ମଧ୍ୟକୁ 2 ଲକ୍ଷ 4 ହଜାର 79 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 1ଲକ୍ଷ 93 ହଜାର 453କ୍ୟୁସେକ ଜଳ ନିଷ୍କାଷିତ ହେଉଛି।
ନୂଆଦିଲ୍ଲୀ : ଦେଶରେ କରୋନା ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ 57 ହଜାର 982ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 26 ଲକ୍ଷ 47 ହଜାର 664ରେ ପହଞ୍ଚିଛି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 941 ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 50 ହଜାର 921ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ସୁସ୍ଥ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 19ଲକ୍ଷ 19ହଜାର 842ରେ ପହଞ୍ଚିଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 76ହଜାର 900ରହିଛି । ମହାରାଷ୍ଟ୍ରରେ ସର୍ବାଧିକ 20 ହଜାର 37 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ ମୃତ୍ୟୁ ସଂଖ୍ୟା 5 ହଜାର 766 ହୋଇଥିବାବେଳେ ଦିଲ୍ଲୀରେ 4ହଜାର…

