Author: Samikhsya Bureau

ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଭଳି ତ୍ରିମୂଖୀ ରଣନୀତି ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଗତ ୫ ମାସ ମଧ୍ୟରେ ମୋଟ ସଂକ୍ରମିତଙ୍କ ତିନି ଚତୁର୍ଥାଂଶ କରୋନାରୁ ସୁସ୍ଥ ହୋଇଥିବା ବେଳେ କେବଳ ଏକ ଚତୁର୍ଥାଂଶ ସଂକ୍ରମିତ ଏବେ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି । ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ (ଗୁରୁତର ଓ ଜଟିଳ ଲକ୍ଷଣଯୁକ୍ତ) ଓ ଘରୋଇ ଏକାନ୍ତବାସ (ସାଧାରଣ ଓ ସ୍ୱଳ୍ପ ଲକ୍ଷଣଯୁକ୍ତ) ମୁକ୍ତ ହେଉଥିବା ବେଳେ ସୁସ୍ଥ ରୋଗୀଙ୍କ ସଂଖ୍ୟା ପାଖାପାଖି ୨୬ ଲକ୍ଷରେ ପହଞ୍ଚିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬୦,୧୭୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହ ଦେଶରେ ହାରାହାରି ଆରୋଗ୍ୟ ହାର ଶତକଡା ୭୬.୨୮ରେ ପହଞ୍ଚିଛି । ମୋଟ ସଂକ୍ରମିତଙ୍କ ତୁଳନାରେ ୩.୫ଗୁଣ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି,…

Read More

ଭୁବନେଶ୍ବର, ଆଜି କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଦ୍ଵାଦଶ ପ୍ରତିଷ୍ଠା ଦିବସ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ । ପ୍ରାରମ୍ଭରେ ମହାମହିମ ରାଷ୍ଟ୍ରପତି ତଥା ବିଶ୍ୱବିଦ୍ୟାଳୟର ଭିଜିଟର୍ ରାମନାଥ କୋବିନ୍ଦଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରାଯିବ। ଏହାପରେ‍ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କର ସ୍ଵତନ୍ତ୍ର ଭିଡିଓ ଶୁଭେଚ୍ଛା ବାର୍ତ୍ତା ଜଣାଇବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରୀୟାଲ ‘ନିଶଙ୍କ’, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ଏହି ଭର୍ଚୁଆଲ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ନୂତନ କେନ୍ଦ୍ରୀୟ ପାଠାଗାର, ଶ୍ରେଣୀଗୃହ, ଷ୍ଟାଫ-କ୍ଵାର୍ଟର୍ସ ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମବ୍ରହ୍ମମ୍ ସମାରୋହରେ ସଭାପତିତ୍ଵ କରିବେ। ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡ. ସଂଜୀବ ସାନ୍ୟାଲ୍ ପ୍ରତିଷ୍ଠା ଦିବସ ଅଭିଭାଷଣ ପ୍ରଦାନ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି କେସରିୟା ହିନ୍ଦୁ ବାହିନୀ ତରଫରୁ ଗଂଜାମ ଏବଂ ବ୍ରହ୍ମପୁରରେ ସମସ୍ତ ରେଳ ଯାତାୟତ ପୁନଃ ଚାଲୁ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ଅହରହ ବୃଦ୍ଧି ଯୋଗୁଁ ଜୁଲାଇ ୨୯ ତାରିଖରୁ ବ୍ରହ୍ମପୁର ଏବଂ ବାଲୁଗାଁ ରେଳଷ୍ଟେସନରେ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ କରାଯାଇଥିଲା। କିନ୍ତୁ ଜନସାଧାରଣ ଭୁବନେଶ୍ୱରରେ ଓହ୍ଲାଇ ଗଂଜାମକୁ କାର୍ କରି ଆସିବା ଅତ୍ୟନ୍ତ ଖର୍ଚ୍ଚାନ୍ତ ଏବଂ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଆଜି ଗଂଜାମ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦ୍ୱାରା ପୁନଃ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। କେସରୀୟା ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ମଧୁସୂଦନ ସାହୁ, ରାଜ୍ୟ ଯୁବ ସଂଯୋଜକ ଗଜେନ୍ଦ୍ର ଚୌଧୁରୀ, ବ୍ରହ୍ମପୁର ମହାନଗର ସଭାପତି ନରେଶ କୁମାର ବେହେରା, ଜିଲ୍ଲା ଶୈକ୍ଷଣିକ ପ୍ରବନ୍ଧକ ପଦ୍ମଚରଣ ଦାସ, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷ ମନୋରଂଜନ ମହାପାତ୍ର, ଛତ୍ରପୁର ବ୍ଲକ୍…

Read More

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଇଇ ମେନ ଏବଂ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ଯେଉଁମାନେ ପରୀକ୍ଷା କେନ୍ଦ୍ରକୁ ଆସିବେ ସେମାନଙ୍କର ଯିବା ଆସିବା ଏବଂ ରହିବା ରାଜ୍ୟ ସରକାର ବହନ କରିବେ। ପରୀକ୍ଷାର୍ଥୀ ନିଜ ଜିଲ୍ଲାର ମୁଖ୍ୟାଳୟରୁ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଗାଡିର ବନ୍ଦୋବସ୍ତ କରାଯିବ। ସେହିପରି ପରୀକ୍ଷା କେନ୍ଦ୍ର ନିକଟରେ ରହିବା ପାଇଁ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରିବେ। ଏହି କାର୍ଯ୍ୟକୁ ପରିଚାଳନା କରିବା ପାଇଁ ସବୁ ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ଦିଆଯାଇଛି। ପରୀକ୍ଷାର୍ଥୀ ସେମାନଙ୍କୁ ଫୋନ କରି ନିଜର ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ତାଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯିବ। ସେଥିପାଇଁ ସେମାନେ ଏହି ନୋଡାଲ ଅଫିସରଙ୍କ ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସକାଳୁ ବ୍ରଜନଗର ସ୍ଥିତ ମୋ ପରିବାର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ସଂପାଦକ ସୁବାସ ମହାରଣାଙ୍କ ତତ୍ତ୍ୱାବଧାନରେ ଓ ସାହି ବାସିନ୍ଧାଙ୍କ ସହଯୋଗରେ ରେଡ଼ିଓ ଷ୍ଟେସନର ବିଭିନ୍ନ ଗଳି ରାସ୍ତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ସାହି ବାସିନ୍ଧାଙ୍କୁ ବେଲ, ଅଁଳା, ଡ଼ାଳିମ୍ବ, ନିମ ଗଛ ଚାରା ବଣ୍ଟନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ମମତା ବିଷୋୟୀ, ବିଜୟ ସାମଲ, ମୁକୁନ୍ଦ ଗୌଡ଼, ସଂଜୟ ଜେନା, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ, କୈଳାସ ପଟ୍ଟନାୟକ, ପ୍ରଭାକର ମହାନ୍ତି, ଏଙ୍କଟି ରେଡ଼ି, ସବିତା ବେହେରା, ମମାନି ପାଣି, ବାବୁ ରେଡ଼ିଙ୍କ ସମେତ ସାହିବାସି ଯୋଗ ଦେଇଥିଲେ। ଏହାପରେ ଭାବାନଗର ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟରେ ହିଂଜିଳିକାଟୁ ଅଜୁ ମହାରଣାଙ୍କ ନେତୃତ୍ୱରେ ହିଂଜିଳିବାସୀଙ୍କ ଦ୍ୱାରା ସୁବାସ ମହାରଣା, କୈଳାସ ରଣା ଏବଂ ସଂଘମିତ୍ରା ଦଳେଇଙ୍କୁ ନୂତନ ପଦବୀ ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜିଲ୍ଲାରେ କରୋନାର ସ୍ଥିତି ନିୟନ୍ତ୍ରଣରେ ରହିଥିବା ଆଜି ଜିଲ୍ଲାପାଳ ଏକ ଭିଡ଼ିଓ ମାଧ୍ୟମରେ ଜଣାଇଛନ୍ତି। ସେ ଗଂଜାମରେ ସମସ୍ତ ଲୋକ କରୋନା ନିୟମ ମାନୁଥିବାରୁ ଧନ୍ୟବାଦ ଜଣାଇଥିଲେ। ଏହାସହ କରୋନା ନୂଆ ନୂଆଁ ରୂପରେ ଆସି ପୁଣିଥରେ ସଂକ୍ରମିତ ଯେପରି ନ କରିବ ସେଥିପାଇଁ ଅଧିକ ଯତ୍ନବାନ ହେବାକୁ ସେ କହିଛନ୍ତି। ଦୋକାନୀମାନେ ପଞ୍ଚସୂତ୍ର ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ। ଯେଉଁ ପର୍ଯ୍ୟନ୍ତ ଭେକ୍‌ସିନ ନ ଆସିଛି ଏହି ଲଢ଼େଇ ଜାରି ରହିବ ବୋଲି ଜିଲ୍ଲାପାଳ ଭିଡ଼ିଓ ବାର୍ତ୍ତାରେ ଜଣାଇଥିଲେ। ଆଜି ମଧ୍ୟ ଗଂଜାମରେ ନୂତନ ୧୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି କାହାରି ମୃତ୍ୟୁ ଘଟିନଥିବାବେଳେ ଆଜିର ଦୁଇଜଣ ମୃତ୍ୟୁ ପୁଣି ଚିନ୍ତା ବଢ଼ାଇଛି। ଆଜିର ସଂକ୍ରମଣ ମଧ୍ୟରେ ଭଂଜନଗର ବ୍ଲକ୍‌ରୁ ୧୧, ଜଗନ୍ନାଥପ୍ରସାଦରୁ ୪, ବୁଗୁଡ଼ାରୁ ୩, ବେଲଗୁଣ୍ଠାରୁ ୧, ସୋରଡ଼ାରୁ ୪, ଧରାକୋଟରୁ ୩, ଆସିକାରୁ ୩,…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ହାତୀ ଆକ୍ରମଣରେ ଜଣେ ଲୋକର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ରେଢାଖୋଲ ବନଖଣ୍ଡ ବଡମାଳ ରେଞ ଅଧିନସ୍ଥ ଶାଗଜୁରୀ ଗ୍ରାମରେ ଗତକାଲି ରାତି ୨.୩୦ ମିନିଟରେ ଏକ ହାତୀ ଗାଁ ଆଡକୁ ପଶି ଆସିଥିଲା। ତାକୁ ଘଉଡାଇବାକୁ ବନ ବିଭାଗ ଓ ଗ୍ରାମବାସୀ ବହୁ ଚେଷ୍ଟା କରିବା ସତ୍ତ୍ୱେ ଘଉଡାଇ ପାରି ନ ଥିଲେ ଗ୍ରାମରେ କେତେଜଣଙ୍କର ଘରଦ୍ୱାର ମଧ୍ୟ ଭାଙ୍ଗି ଦେଇଥିଲା  ଗ୍ରାମର ପ୍ରହଲ୍ଲାଦ ମାଝୀ ନାମକ ୬୦ ବର୍ଷିୟ ବ୍ୟକ୍ତି ମଧ୍ୟ ହାତୀ ଘଉଡାଉଥିଲା ହେଲେ ହାତୀ ହାବୁଡରେ ପଡିବାରୁ ହାତୀ ତାକୁ ଦଳି ଚକଟି ମାରିଦେଇଥିଲା। ଘଟଣା ସ୍ଥଳରେ ପ୍ରହଲ୍ଲାଦ ମାଝୀଙ୍କର ମୃତ୍ୟୁ ହୋଇଥିବା ରେଢାଖୋଲ ରେଞ ଅଧିକାରୀ ପ୍ରଦୀପ ସେଠୀ ପ୍ରକାଶ କରିଛନ୍ତି। ମୃତ ବ୍ୟକ୍ତିର ଶବକୁ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ବନ ବିଭାଗ ନେବାରେ ବିଫଳ ହୋଇଥିଲେ। ପରିବାର ଲୋକେ ଶବକୁ ଦାହ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୫୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୬୯ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ୨୮୧ , ଗଞ୍ଜାମରୁ ୨୦୪, ରାୟଗଡାରୁ ୧୩୫, ସମ୍ବଲପୁରରୁ ୧୪୯, ନୟାଗଡରୁ ୧୩୫, ବାଲେଶ୍ବରରୁ ୧୩୨, ମୟୂରଭଞ୍ଜରୁ ୧୦୭, ପୁରୀରୁ ୧୦୨, କୋରାପୁଟରୁ, ୯୫, ଝାରସୁଗୁଡାରୁ ୭୧, ବରଗଡ ଏବଂ ଭଦ୍ରକରୁ ୭୦ ଜଣ ଲେଖାଏଁ, ମାଲକାନଗିରିରୁ ୬୭, କନ୍ଧମାଳରୁ ୫୨, ଗଜପତିରୁ ୪୮, ନବରଙ୍ଗପୁରରୁ ୪୪, କେନ୍ଦ୍ରାପଡାରୁ ୪୩, କଳାହାଣ୍ଡିରୁ ୩୮, ବଲାଙ୍ଗିରିରୁ ୩୬, ଯାଜପୁରରୁ ୩୩, ସୋନପୁରରୁ ୨୬, କେନ୍ଦୁଝରରୁ ୨୧, ଢେଙ୍କାନାଳରୁ ୧୯, ଜଗତସିଂହପୁରରୁ ୧୫, ସୁନ୍ଦରଗଡରୁ ୧୫, ନୂଆପଡାରୁ ୭, ଅନୁଗୁଳରୁ ୩ ଏବଂ ଦେବଗଡରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସର୍ବମୋଟ ସୁସ୍ଥଙ୍କ ସଂଖ୍ୟା ୬୭  ହଜାର ୮୨୬ରେ ପହଞ୍ଚିଛି।

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ବ୍ଲକରେ ବନ୍ୟାଞ୍ଚଳ ପରିଦର୍ଶନକରିଛନ୍ତି। ଲଘୁଚାପ ବର୍ଷା ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ମହାନଦୀ ବନ୍ୟାପାଣି ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର ଦୁଇଟି ଗ୍ରାମପଞ୍ଚାୟତର ୧୦ଖଣ୍ଡ ଗାଁରେ ବନ୍ୟା ଜଳ ପ୍ରବାହିତ ହେଵାରୁ ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଓରବରସିଂହ ଗ୍ରାମପଞ୍ଚାୟତର ଡିହଖଳା, ଓରବରସିଂହ, ଦୁର୍ଗାପୁର, ହିରିମୂଳ ସଂପୂର୍ଣ୍ଣ ବାହ୍ୟଜଗତରୁ ବିଛିନ୍ନ। ବନ୍ୟାଘେରରେ ଥିବା ଗାଁକୁ ବୁଲି ଲୋକମାନଙ୍କ ସହିତ ଆଲୋଚନା କଲେ ଖୋର୍ଦ୍ଧା ଜିଲ୍ଲାପାଳ। ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଖୋର୍ଦ୍ଧା ବ୍ଲକର ଓରବରସିଂହ, ଡିହଖଳା, କୃଷ୍ଣପୁର, ଲେଖନପୁର ଓ ନରଣଗଡ ଗ୍ରାମପଞ୍ଚାୟତ ବିଭିନ୍ନ ଗ୍ରାମରେ ବନ୍ୟା ପାଣି ପ୍ରବେଶ କରିଛି।ବନ୍ୟା ପାଣି ମାଡିଆସିବାରୁ ଓରବରସିଂହ ଗ୍ରାମପଞ୍ଚାୟତର ୫ଖଣ୍ଡ ଗ୍ରାମ ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଉକ୍ତ ରାସ୍ତାରେ ଏବଂ ଗାଁ ଦାଣ୍ଡରେ ତିନି ଚାରି ଫୁଟ ପାଣି ଚାଲିଛି।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୁରୁଷୋତ୍ତମପୁର ବ୍ଲକ୍‌ର ବିଭିନ୍ନ ପଂଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ଅନିୟମିତତା ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହିକ୍ରମରେ ବ୍ରହ୍ମପୁର ଭିଜିଲାନସ ବିଭାଗର ଏକ ଟିମ୍ ପରିଦର୍ଶନ କରି ଏହି ଦୁର୍ନୀତିର ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ ଏହି ବ୍ଲକ୍‌ର କେଏନ୍‌ପୁର ପଂଚାୟତର ବିଭିନ୍ନ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। କିନ୍ତୁ ପଞ୍ଚାୟତର ନିର୍ବାହୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଥିରେ ଦୁର୍ନୀତି ହୋଇଥିଲା। କେତେକ ସ୍ଥାନରେ ପୋଲ ପୋତି ଷ୍ଟ୍ରିଟ ଲାଇଟ୍ ଲଗାଇବା ବଦଳରେ ଗ୍ରାମରେ ଥିବା ପୋଲ ଉପରେ ଲଗାଯାଇଛି। କେତେକେ ଗ୍ରାମରେ କିଛି ବି ଲଗାଯାଇନାହିଁ। ଏହିଭଳି ଅନ୍ୟାନ୍ୟ ପଂଚାୟତରେ ମଧ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି। କେ.ଏନ୍‌ପୁର ପଂଚାୟତର କିଛି ୱାର୍ଡ଼ସଭ୍ୟ ଏହି ଦୁର୍ନୀତି ନେଇ ଜିଲ୍ଲାପାଳ, ଭିଜିଲାନସ ବିଭାଗ ଏବଂ ହାଇକୋର୍ଟରେ ମାମଲା ଦାୟର କରିବା ପରେ ଭିଜିଲାନସକୁ ଏହି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କରୋନା ମହାମାରୀ ପ୍ରାଦୁର୍ଭାବ ବଢ଼ିବାରୁ ପ୍ରବାସୀ ଓଡ଼ିଆମାନେ ଟ୍ରେନ, ବସ୍ ଏବଂ ଅନ୍ୟାନ୍ୟ ସାଧନ ମାଧ୍ୟମରେ ନିଜ ଭିଟାମାଟିକୁ ଫେରି ଆସିଥିଲେ। ଏପରିକି ଗଂଜାମକୁ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଫେରିଛନ୍ତି। ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ଓଡ଼ିଶା ସରକାର ଥଇଥାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜୀବନ ଓ ଜୀବିକା ଦାୟିତ୍ୱ ନେଇ କୁଶଳୀ ଓ ଅଣକୁଶଳୀ କାରିଗରଙ୍କୁ ଥଇଥାନ କରିବେ ବୋଲି ଡ଼ିଣ୍ଡିମ ପିଟିଥିଲେ। କିନ୍ତୁ ବର୍ତ୍ତମାନ ଏହା ପାଣିର ଗାର ହୋଇଯାଇଛି ବୋଲି ଜିଲ୍ଲା ବିଜେପି ଅଭିଯୋଗ କରିଛି। ଦୀର୍ଘ ୪ ମାସ କାଳ ବାହାରୁ ଫେରିଥିବା ପ୍ରବାସୀମାନେ କୌଣସି କାମଧନ୍ଦା ନପାଇ ଖାଲି ବସିଲେ, ସଂଚିତ ଅର୍ଥ ଶେଷ ହେବା ପରେ ବର୍ତ୍ତମାନ ଭୋକ ଦାଉରୁ ରକ୍ଷା ପାଇବା ପାଇଁ ପୁଣି ପ୍ରବାସୀ ଜୀବନ ବିତାଇବାକୁ ବାହାରି ଗଲେଣି। ଅନ୍ୟ ରାଜ୍ୟ କାରଖାନାର ମାଲିକମାନେ ଦଲାଲ…

Read More

ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରଥମ ଦୂରସଂଚାର ଅପରେଟର ଭାବରେ ମୋଟ ରାଜସ୍ୱ କ୍ଷେତ୍ରରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କରିଥିବା ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡିଛି। ଜୁନ୍ ସୁଦ୍ଧା ଶେଷହୋଇଥିବା ତ୍ରୟମାସିକ ନିମନ୍ତେ ଟ୍ରାଇ ପକ୍ଷରୁ ଚଳିତ ସପ୍ତାହରେ ପ୍ରକାଶିତ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡିଶା ସମେତ ଦେଶର ଦୁଇଟି ରାଜ୍ୟରେ ରିଲାଏନ୍ସ ଜିଓ ମୋଟ ଟେଲିକମ୍ ରାଜସ୍ୱର ୫୦% ବଜାର ଅଂଶ ହାସଲ କରିଛି। ୨୦୨୦ ଏପ୍ରିଲରୁ ଜୁନ୍ ତ୍ରୟମାସିକ ଅବଧିରେ ଓଡ଼ିଶାରେ ରିଲାଏନ୍ସ ଜିଓର ମୋଟ ରାଜସ୍ୱ ଆୟ ୧୫%ରୁ ଅଧିକ ବୃଦ୍ଧିପାଇ ୫୯୪.୩ କୋଟି ଟଙ୍କା ହୋଇଥିବା ରିପୋର୍ଟରେ କୁହାଯାଇଛି। ଆଲୋଚ୍ୟ ତ୍ରୟମାସିକରେ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ସଂଗ୍ରହ ୪.୬% ବୃଦ୍ଧିପାଇ ୧୧୭୪ କୋଟି ଟଙ୍କା ହୋଇଛି। ଏହି ତ୍ରୟମାସିକରେ ବିଏସିଏନଏଲର ମୋଟ ରାଜସ୍ୱରେ ପରିବର୍ତ୍ତନ…

Read More

ସୀତରାମ ଅଗ୍ରଓ୍ବାଲ ବାଣପୁର: ଆଜି ଦିନ ଦ୍ବିପହରରେ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବାଣପୁର ସହରରୁ ଏକ ବଡ ଧରଣର ଡକାୟତି ହୋଇଛି। ଦୁଇ ଜଣ ଡକାୟତ ଲୁଟି ନେଇଛନ୍ତି ଦେଢ଼ ଲକ୍ଷ ଟଙ୍କା ଓ ବହୁ ମୂଲ୍ୟବାନ ଜିନିଷ। ମିଳିଥିବା ସୂଚନା ଅନୁସାରେ ଆଜି ଆଜି ମଧ୍ୟାହ୍ନ ପାଖାପାଖି ୧୨.୩୦ ମିନିଟରେ ବାଣପୁର ଥାନା କୁମାରାଙ୍ଗ ଗ୍ରାମ ଅନ୍ତର୍ଗତ ଗୋଦାବରୀଶ ମହାବିଦ୍ୟାଳୟ ର  ପୂର୍ବତନ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ସତ୍ୟବାଦୀ ମହାପାତ୍ର(୮୭) ତାଙ୍କ ସ୍ତ୍ରୀ ଏବଂ ତିନି ଝିଅ ଙ୍କ ସହ ଏକ ଅଟୋ ରେ ବାଣପୁର ସ୍ଥିତ ୟୁକୋ ବ୍ୟାଙ୍କକୁ ଯାଇ  ନିଜର ପେନସନ ପଇସା ଦେଢ଼ ଲକ୍ଷ ଟଙ୍କା ଉଠାଇଥିଲେ। ଏହାପରେ ସମ୍ପୃକ୍ତ ଟଙ୍କା, ଦୁଇ ଗୋଟି ମୋବଇଲ, ପେନସନ ବହି, ବିଭିନ୍ନ ବ୍ୟାଙ୍କ ପାସ ବୁକ, ଇନକମ ଟାକ୍ସ କାଗଜ, ଚେକ ବହି, ଏ.ଟି.ଏମ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ଏକ କଳା ବ୍ୟାଗ ରେ ରଖି…

Read More

ୟୁଏଇ : ଆଇପିଏଲ୍‌ ଖେଳିବାକୁ ୟୁଏଇ ଯାଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ଙ୍କୁ ଝଟ୍‌କା ଲାଗିଛି । ଚେନ୍ନାଇ ସୁପରକିଙ୍ଗସ୍‌ର ଜଣେ ଖେଳାଳୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ଦଳର 12ଜଣ ସର୍ପୋର୍ଟ ଷ୍ଟାଫ୍‌ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । କରୋନା ମାମଲା ଆସିବା ପରେ ଏହି ଟିମ୍‌କୁ ଆଉ ଏକ ସପ୍ତାହ ପାଇଁ କ୍ବାରେଣ୍ଟାଇନ୍‌ ଅବଧିକୁ ବଢାଯାଇଛି । ତେବେ ଏହି ଦଳର ଜଣେ ଦ୍ରୁତ ବୋଲର କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ୟୁଏଇରେ ଏହି ଟିମ୍‌ ଛଅ ଦିନ ପାଇଁ କ୍ବାରେଣ୍ଟାଇନ୍‌ରେ ରହିଥିଲେ । ତେବେ କ୍ବାରେଣ୍ଟାଇନ୍‌ ସମୟ ସୀମା ଶେଷ ହେବା ପରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଏବେ ଏହି ଟିମ୍‌ର ଖେଳାଳୀ ଆଉ ଅଧିକ ସପ୍ତାହେ କ୍ବାରେଣ୍ଟାଇନ୍‌ରେ ରହିବେ ବୋଲି ସୂଚନା ରହିଛି । ସମସ୍ତ ଖେଳାଳୀଙ୍କ ଚତୁର୍ଥ ଥର…

Read More

ଭୁବନେଶ୍ବର : ପୁରୀ ବାଇପାସ୍‌ ରୋଡ୍‌ରେ ଗୋଟିଏ ରେଷ୍ଟୁରାଣ୍ଟ ସିଲ୍‌ କରିଛି ବିଏମ୍‌ସି । କୋଭିଡ୍‌ କଟକଣା ଉଲ୍ଲଂଘନ କରି ଜନ୍ମଦିନ ଉତ୍ସବ ପାଳନ ହେଉଥିଲା । ଟ୍ରେଡ୍‌ ଲାଇସେନ୍ସ ନ ଥାଇ ମଦ ପରିବେଷଣ ହେଉଥିବା ଅଭିଯୋଗ ହୋଇଥିବାର ଜଣାପଡିଛି । ସମ୍ପ୍ରତି ରାଜଧାନୀରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ସ୍ଥାନୀୟ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 775 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଭୁବନେଶ୍ବରରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ଆନାକୋଣ୍ଡା ମୃତ। 8ଟି ହଳଦିଆ ଆନାକୋଣ୍ଡାରୁ ଏଯାବତ 3ଟିର ମୃତ୍ୟୁ ଘଟିଲାଣି। ବ୍ୟାକ୍ଟେରିଆ ନା ରକ୍ତ ସଂକ୍ରମଣ ଯୋଗୁ ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ଏ ଯାଏ ଜଣାପଡ଼ିନି। 2019 ଅକ୍ଟୋବରରେ 8 ଆନାକୋଣ୍ଡା ଚେନ୍ନାଇ ଚିଡିଆଖାନାରୁ ଆସିଥିଲେ। ଆନାକୋଣ୍ଡା ଆସିବାର ଶହେ ଦିନ ନପୁରୁଣୁ 2ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିଲା।

Read More

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ମହିଳା ଭାବେ ସମ୍‌ ହସ୍ପିଟାଲରେ କାର୍ଯ୍ୟରତ ଷ୍ଟାଫ୍‌ନର୍ସ ରଶ୍ମିତା ମୁଦୁଲି ପ୍ଲାଜ୍‌ମା ଦାନ କରିଛନ୍ତି । ତାଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ମନ୍ତ୍ରୀ ଅରୁଣ ସାହୁ।

Read More

ଭୁବନେଶ୍ୱର: ଓଡିଶା କ୍ୟାଡର ଆଇଏଏସ ଉଷା ପାଢୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ମିଳିଛି। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବେ ନିଯୁକ୍ତି ପାଇଛନ୍ତି ଉଷା । ପ୍ରଥମ ମହିଳା ଭାବରେ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ନୂଆ ନିଯୁକ୍ତି ପାଇଥିବା ନେଇ ସେ ନିଜେ ଟ୍ୱିଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

Read More

ଭୁବନେଶ୍ବର : ପିଜି କମନ ଏଣ୍ଟ୍ରାନ୍ସ ଆବେଦନର ଅବଧିକୁ ବୃଦ୍ଧି କରାଯାଇଛି । ଏଣିକି ପିଲାମାନେ ସେପ୍ଟେମ୍ବର 10 ତାରିଖ ପର୍ଯ୍ୟନ୍ତ ପିଜି ନାମଲେଖା ପାଇଁ ଫର୍ମପୂରଣ କରିପାରିବେ। ରାଜ୍ୟରେ ପିଜି ନାମଲେଖା ଆବେଦନ ଅବଧିକୁ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁଥିରେ ନାମଲେଖା ପାଇଁ ଆବେଦନ ସେପ୍ଟେମ୍ବର 10 ତାରିଖ ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି। ଏହି ବିଜ୍ଞପ୍ତି ଅନୁସାରେ ପ୍ରବେଶିକା ପରୀକ୍ଷା ଅକ୍ଟୋବର 10ରୁ 19 ପର୍ଯ୍ୟନ୍ତ ହେବ ।  ନଭେମ୍ବର 7ରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ଡିସେମ୍ବର 3ରୁ କ୍ଲାସରୁ ଆରମ୍ଭ ହେବ । ସେହିପରି ସେପ୍ଟେମ୍ବର 30 ତାରିଖରୁ ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ଅନଲାଇନ୍‌ରେ ହଲ୍‌ ଟିକେଟ ଉପଲବ୍ଧ ହେବ ।

Read More

ଭୁବନେଶ୍ବର :  କରୋନା ପାଇଁ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ମେନ୍‌ ଲିଖିତ ପରୀକ୍ଷା ଘୁଞ୍ଚିଛି। ନଭେମ୍ବରରେ ଓଏଏସ ମୁଖ୍ୟ ଲିଖିତ ପରୀକ୍ଷା ହେବାର ସମ୍ଭାବନା ରହିଛି । ତେବେ ପରୀକ୍ଷା ସମ୍ପର୍କୀୟ ସମସ୍ତ ତଥ୍ୟ www.opsc.gov.in ୱେବସାଇଟ ମାଧ୍ୟମରେ ସୂଚନା ଦିଆଯିବା । ସେପ୍ଟେମ୍ବର ବଦଳରେ ନଭେମ୍ବରରେ ମେନ ଲିଖିତ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ସରକାରଙ୍କ ଗାଇଡ ଲାଇନ ଦେଖି ତାରିଖ ସ୍ଥିର କରାଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ପରୀକ୍ଷା କୁ ବାରମ୍ବାର କରୋନା ପାଇଁ ବାତିଲ କରିବାକୁ ପଡିଛି ।

Read More

ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ଓଡ଼ିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ରାୟଗଡ଼ା ଜିଲ୍ଲାରେ 218 ଜଣ ଜେଲ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତନ୍ମଧ୍ୟରୁ ରାୟଗଡ଼ା ସବଜେଲରୁ 125 ଓ ଗୁଣପୁର ସବଜେଲରୁ 61ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ ବେହେରା ସୂଚନା ଦେଇଛନ୍ତି । ଚିହ୍ନଟ କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ଆଜି ରାୟଗଡ଼ା ଜିଲ୍ଲାରୁ ମୋଟ 495 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Read More