ଆଜି ରାଜ୍ୟରୁ ସୁସ୍ଥ ହେଲେ ୨ ହଜାର ୫୦୩ଜଣ କରୋନା ଆକ୍ରାନ୍ତ

Published: Aug 28, 2020, 9:53 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୫୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୬୯ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ୨୮୧ , ଗଞ୍ଜାମରୁ ୨୦୪, ରାୟଗଡାରୁ ୧୩୫, ସମ୍ବଲପୁରରୁ ୧୪୯, ନୟାଗଡରୁ ୧୩୫, ବାଲେଶ୍ବରରୁ ୧୩୨, ମୟୂରଭଞ୍ଜରୁ ୧୦୭, ପୁରୀରୁ ୧୦୨, କୋରାପୁଟରୁ, ୯୫, ଝାରସୁଗୁଡାରୁ ୭୧, ବରଗଡ ଏବଂ ଭଦ୍ରକରୁ ୭୦ ଜଣ ଲେଖାଏଁ, ମାଲକାନଗିରିରୁ ୬୭, କନ୍ଧମାଳରୁ ୫୨, ଗଜପତିରୁ ୪୮, ନବରଙ୍ଗପୁରରୁ ୪୪, କେନ୍ଦ୍ରାପଡାରୁ ୪୩, କଳାହାଣ୍ଡିରୁ ୩୮, ବଲାଙ୍ଗିରିରୁ ୩୬, ଯାଜପୁରରୁ ୩୩, ସୋନପୁରରୁ ୨୬, କେନ୍ଦୁଝରରୁ ୨୧, ଢେଙ୍କାନାଳରୁ ୧୯, ଜଗତସିଂହପୁରରୁ ୧୫, ସୁନ୍ଦରଗଡରୁ ୧୫, ନୂଆପଡାରୁ ୭, ଅନୁଗୁଳରୁ ୩ ଏବଂ ଦେବଗଡରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସର୍ବମୋଟ ସୁସ୍ଥଙ୍କ ସଂଖ୍ୟା ୬୭  ହଜାର ୮୨୬ରେ ପହଞ୍ଚିଛି।

Related posts