ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସନ୍ନିକଟ ଲାଠି ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଲକ୍ଷାଧିକ ଟଙ୍କାର କାଠପଟା ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ ଲାଠି ନିକଟସ୍ଥ ଏକ ନିର୍ମାଣାଧୀନ ଘର ପାଖରେ ଶାଳ, ଶାଗୁଆଣି କାଠପଟା ଥିବା ଖବରପାଇ ଡ଼ିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବନବିଭାଗ ମୋବାଇଲ ସ୍କ୍ୱାର୍ଡ଼ ଚଢ଼ାଉ କରିଥିଲା। ଚଢ଼ାଉରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଳ, ଶାଗୁଆଣି କାଠ ଜବତ ହୋଇଛି। ତେବେ ଏନେଇ କାହାରିକୁ ଧରାଯାଇନାହିଁ। ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଏହି କାଠପଟା ଆଣି ରଖିଥିବା ତାହା ଜଣାପଡ଼ିନାହିଁ।
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୨୬ ତାରିଖରେ ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗରରେ ରହୁଥିବା ଜନୈକ ମହିଳାଙ୍କୁ ଘରେ ପଶି ମାଡ଼ ମାରିବା ସହ ସୁନା ଅଳଙ୍କାର ଲୁଟ୍ ଘଟଣାରେ ବଡ଼ବଜାର ପୋଲିସ୍ ଅନୁସନ୍ଧାନ କରି ମାତ୍ର ୩ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତକୁ ଗିରଫ କରି ସଫଳତା ହାସଲ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଉତ୍ତରମୁଖୀ ସାହିର ଶିବ ପଟ୍ଟନାୟକ (୨୮) ଏବଂ ମାର୍ଥା ସାହିର ନରସିଂହ ବାଡ଼ତ୍ୟା (୨୩)। ଅଭିଯୁକ୍ତଙ୍କଠାରୁ ଲୁଟ୍ ସୁନା ଚେନ୍, ଗୋଟିଏ ଖଣ୍ଡା ଓ ମୋଟର ସାଇକେଲ୍କୁ ପୋଲିସ୍ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ରଘୁପତି ନଗରରେ ରହୁଥିବା ମୀନତି ଦାସ (୫୩) ଘରେ ଏକୁଟିଆ ଥିବା ସମୟରେ ଦୁଇ ଅଭିଯୁକ୍ତ ଶିବ ପଟ୍ଟନାୟକ ଏବଂ ନରସିଂହ ବାଡ଼ତ୍ୟା ତାଙ୍କ ଘରେ କବାଟ ଭାଙ୍ଗି ଜବରଦସ୍ତ ପଶିଥିଲେ। ସେମାନେ ଖଣ୍ଡା ଦ୍ୱାରାଂ ମହିଳାଙ୍କୁ…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପାଇଁ ଚାଷୀମାନଙ୍କ ଆଗୁଆ ପଞ୍ଜିକରଣ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବେଗୁନିଆପଡା ବ୍ଲକ ଓଏଲମ କକ୍ଷରେ ସୋସାଇଟ ସମ୍ପାଦକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାଷୀମାନେ ସେମାନଙ୍କ ଅଧିକୃତ ପ୍ରାଥମିକ କୃଷି ସମବାୟ ସମିତିରେ କେଉଁଭଳି ଭାବେ ପଞ୍ଜିକରଣ କରିବେ ସେଥିପାଇଁ ସମ୍ପାଦକମାନେ ଚାଷୀଙ୍କୁ ସହଯୋଗ କରିବେ। ସେମାନଙ୍କ ଠାରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରି ଏହାକୁ ତୁରନ୍ତ ପଞ୍ଜିକରଣ କରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ବିଗତ ବର୍ଷ ବେଗୁନିଆପଡା ବ୍ଲକରେ ୬୦୦୩ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଚଳିତ ବର୍ଷ ପାଇଁ ବର୍ତ୍ତମାନ ସୁଦ୍ଧା ୩୦୦୦ ଚାଷୀ ପଞ୍ଜିକରଣ କରିଥିବା ଯୋଗାଣ ଅଧିକାରୀ କହିଥିଲେ। ଏଥିସହ ବ୍ଲକରେ ପଞ୍ଜିକରଣ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଉପସ୍ଥିତ ସମବାୟ ସମିତିର ସମ୍ପାଦକ ମାନଙ୍କୁ କହିଥିଲେ ଯୋଗାଣ ଅଧିକାରୀ। ପଞ୍ଜିକରଣ ପାଇଁ ଚାଷୀଙ୍କ ଠାରୁ ଗ୍ରହଣ…
ଭୁବନେଶ୍ବର : ଆଜି ରାଜ୍ୟରୁ ୨ ହଜାର ୫୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୩୫ ଜଣ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୨୭୭, କଟକରୁ ୨୨୫, ପୁରୀରୁ ୨୧୮, କୋରାପୁଟରୁ ୧୮୨, ଯାଜପୁରରୁ ୧୩୫, ମୟୂରଭଞ୍ଜରୁ ୧୧୯, ବାଲେଶ୍ବରରୁ ୧୦୧, ଗଜପତିରୁ ୮୯, ମାଲକାନଗିରିରୁ ୭୫, ସୁନ୍ଦରଗଡରୁ ୭୨, ସମ୍ବଲପୁରରୁ ୬୪, ବଲାଙ୍ଗିରିରୁ ୫୧, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୪୭, ଭଦ୍ରକରୁ ୪୩, ଝାରସୁଗୁଡାରୁ ୪୨, ସୋନପୁରରୁ ୩୮, ବରଗଡରୁ ୩୬, ନୟାଗଡରୁ ୩୩, ବୌଦ୍ଧରୁ ୩୧, ଢେଙ୍କାନାଳରୁ ୩୦, କେନ୍ଦୁଝରରୁ ୩୦, କେନ୍ଦ୍ରାପଡାରୁ ୨୫, ରାୟଗଡାରୁ ୨୫, ଜଗତସିଂହପୁରରୁ ୧୭, ନବରଙ୍ଗପୁରରୁ ୧୧, ଅନୁଗୁଳରୁ ୫, ଦେବଗଡରୁ ଏବଂ ନୂଆପଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସର୍ବମୋଟ ସୁସ୍ଥଙ୍କ ସଂଖ୍ୟା ୬୫ ହଜାର ୩୨୩ରେ ପହଞ୍ଚିଛି। ତେବେ ଓଡିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୮୬ ରହିଥିବା ବେଳେ ୨୫, ୧୬୨ ଜଣ ଚିକିତ୍ସାଧୀନ…
ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ମେ’ରେ ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ଲକ୍ଷ ସତାଅଶୀ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଏହି ସଫଳତା ଏହି ଦୃଷ୍ଟିରୁ ଅଧିକ ଗୁରୁତ୍ୱ ବହନ କରୁଛି କାରଣ ଚଳିତ ସପ୍ତାହରେ ଟ୍ରାଇ ପକ୍ଷରୁ ପ୍ରକାଶ ପାଇଥିବା ଆର୍ଥିକ ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓର ଓଡିଶାରେ ଟେଲିକମ୍ କ୍ଷେତ୍ରରେ ମୋଟ ରାଜସ୍ୱ ବଜାର ଅଂଶ ୫୦ ପ୍ରତିଶତ ଅତିକ୍ରମ କରିଛି। ମଧ୍ୟ ପ୍ରଦେଶ ସହିତ ଓଡ଼ିଶା ହେଉଛି ଦେଶର ଅନ୍ୟତମ ରାଜ୍ୟ ଯେଉଁଠାରେ ରିଲାଏନ୍ସ ଜିଓର ମୋଟ ରାଜସ୍ୱ ବଜାର ଅଂଶ ୫୦ ପ୍ରତିଶତରୁ ଅଧିକ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଚଳିତ ସପ୍ତାହରେ ଟ୍ରାଇ ପ୍ରକାଶ କରିଥିବା ଆର୍ଥିକ ରିପୋର୍ଟରେ ଆଲୋଚ୍ୟ ତ୍ରୟମାସ ପାଇଁ…
ଭୁବନେଶ୍ବର : ଭୁବନେଶ୍ୱରରେ ସଂକ୍ରମଣ ଦିନକୁ ଦିନ ବଢୁଛି । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଏବେ ଚିନ୍ତାର ବିଷୟ ପାଲଟିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଆଜି ପୁଣି ରାଜଧାନୀରୁ 386 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ 183ଜଣ ଚିହ୍ନଟ ହୋଇଥିବାବେଳେ 203 ଜଣ ଲୋକାଲ୍ କେସ୍ ରହିଥିବାର ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ଚିହ୍ନଟ ହୋଇଥିବା 183 ଆକ୍ରାନ୍ତଙ୍କ ମଧ୍ୟରେ ଗଙ୍ଗନଗର ଏସ୍ୟୁଏଚ୍ରୁ 38 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀ ଆଇଡି ମାର୍କେଟରୁ 15ଜଣ ଚିହ୍ନଟ ହୋଇଛନ୍ତି । ସପ୍ତମ ବାଟାଲିଅନ୍ରୁ 11ଜଣ ରହିଥିବାବେଳେ ଘରୋଇ ହସ୍ପିଟାଲରୁ 12 ଜଣ, ସିଆରପିଏଫ୍ କ୍ୟାମ୍ପସ୍ରୁ5ଜଣ, ବରଗଡ କେନାଲ୍ ରୋଡରୁ 5ଜଣ ରହିଛନ୍ତି । ଆଜି 203 ଲୋକାଲ୍ କେସ୍ ମଧ୍ୟରୁ ସରକାରୀ ସେଣ୍ଟ୍ରାଲ୍ ହସ୍ପିଟାଲରୁ 3 ଜଣ କର୍ମଚାରୀ ଥିବାବେଳେ ବିଶ୍ବେଶ୍ବର ବସ୍ତିରୁ 5…
ସୀତାରାମ ଅଗ୍ରୱାଲ ଟାଙ୍ଗୀ : ଅନ୍ ଲାଇନ୍ କ୍ଲାସ ହେଲା କାଳ। ମୃତ୍ୟୁ ମୁଖରୁ ଅଳ୍ପକେ ବଂଚିଲେ ୭ ମ ଶ୍ରେଣୀର ଛାତ୍ର ବ୍ଲେସନ ପ୍ରଭୁ ଦାସ। ଘଟଣା ଘଟିଛି ଖୋରଧା ଜିଲା ଟାଙ୍ଗୀ ଥାନା ପାରି ଓରଡ ଗ୍ରାମରେ। କୋରୋନା ମହାମାରୀ ଯୋଗୁଁ ସାରା ଦେଶରେ ସ୍କୁଲ୍ କଲେଜ୍ ବନ୍ଦ ରହିଛି । ତେଣୁ ପିଲାଙ୍କୁ ଶିକ୍ଷା ଦେବା ଲାଗି ସ୍କୁଲ୍ ଏବଂ କଲେଜ୍ ପକ୍ଷରୁ ଅନ ଲାଇନ୍ କ୍ଲାସ ଚାଲିଛି । ପିଲାମାନେ ମୋବାଇଲ ଓ କମ୍ପ୍ୟୁଟର ମାଧ୍ୟ୍ୟମରେ ଅନ ଲାଇନ କ୍ଲାସରେ ପାଠ ପଢୁଛନ୍ତି, ତେବେ ଆଜି ଟାଙ୍ଗୀ ଥାନା ଟାଙ୍ଗୀ ବ୍ଲକ ର ପାରିଓରଡ଼ ଗ୍ରାମର ପ୍ରସନ ପ୍ରଭୁ ଦାସଙ୍କ ୧୪ ବର୍ଷ ବୟସ୍କ ପୁତ୍ର ବ୍ଲେସନ ପ୍ରଭୁ ଦାସ ମୋବାଇଲ୍ ମାଧ୍ୟ୍ୟମରେ ଅନ ଲାଇନ କ୍ଲାସ ରେ ପାଠ ପଢୁଥିଲେ। ପାଠ ପଢି ସାରିବା ପରେ ମୋବାଇଲରେ ଚାର୍ଜ ସରି ଯିବାରୁ ସେ ମୋବାଇଲ୍…
ଭୁବନେଶ୍ବର : ଆଜି ରାଜ୍ୟରେ ପ୍ଲାଜମା ଥେରାପିକୁ ଅଧିକ ପ୍ରସାର କରିବା ଲକ୍ଷ୍ୟରେ ପୁଣି ଦୁଇଟି ପ୍ଲାଜମା ବ୍ୟାଙ୍କ ଆରମ୍ଭ ଯାଇଛି। କୋରାପୁଟରେ ଉଦ୍ଘାଟନ ହେଲା ରାଜ୍ୟର ଷଷ୍ଠ ପ୍ଲାଜ୍ମା ବ୍ୟାଙ୍କ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ କରିଛନ୍ତି । କୋରାପୁଟ ମେଡ଼ିକାଲ କଲେଜରେ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ । ଏହା ପୂର୍ବରୁ ରାଜ୍ୟରେ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର, ବୁର୍ଲାର ଭୀମାସର ଆଦିରେ ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟିତ ହୋଇଛି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରରୁ ଆନ୍ଧ୍ରକୁ ରୂପା ଚାଲାଣ ବେଳେ ପୋଲି ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ। ଓଡ଼ିଶା ପୋଲିସ ଠାରୁ ଖସି ଯାଇଥିବା ବେଳେ ଇଚ୍ଛାପୁରରେ ଆନ୍ଧ୍ର ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ତିନି ଜଣ ଅଭିଯୁକ୍ତି । ଏହି ତିନି ଜଣ ଅଭିଯୁକ୍ତଙ୍କ ଠାରୁ ଇଚ୍ଛାପୁର ପୋଲିସ ୬୧ କେଜିର ରୂପା ଇଟା ଜବତ କରିଛି । ଗତକାଲି ବିଳମ୍ବିତ ରାତିରେ ଇଚ୍ଛାପୁର ଟାଉନ୍ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରମ୍ ଚେକ୍ପୋଷ୍ଟରେ ଗାଡ଼ି ଯାଞ୍ଚ ଚାଲିଥିଲା ।ଏହି ସମୟରେ ଓଡ଼ିଶାରୁ ଯାଇଥିବା ଏକ କାର୍କୁ ଅଟକାଇଥିଲା ପୋଲିସ । ଗାଡ଼ି ଯାଞ୍ଚ ପରେ ଡ଼ିକିରୁ ୬୧କେଜି ରୂପା ଇଟା ଜବତ ହୋଇଥିଲା । ଗାଡ଼ିରେ ବସିଥିବା ଅଭିଯୁକ୍ତ ମାନେ ରୂପାଇଟାର କୌଣସି କାଗଜପତ୍ର କି ବିଲ୍ ପୋଲିସକୁ ଦେଖାଇପାରିନଥିଲେ । ଯାହାଫଳରେ ସନ୍ଦେହ ଜାତ ହେବା ସହିତ ଅଧିକ ଜେରା କରିବା ପରେ ସେହି ତିନି ଜଣ ଯୁବକ ବ୍ରହ୍ମପୁରରୁ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋରଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କୟଥପଲା ଗ୍ରାମର ଏକ କ୍ରସରରେ କାମ କରୁଥିବା ଜଣେ ଶ୍ରମିକଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଶ୍ରମିକର ନାମ ମନୋଜ ସାହୁ(୩୦)। ତାଙ୍କ ଘର ଗଂଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ କେଶ ଶ୍ରଦ୍ଧାପୁର ଗ୍ରାମ ବୋଲି ଜଣା ପଡିଛି। ମୃତ ମନୋଜ ଦୀର୍ଘ ଦିନ ହେଲା କୟଥପଲାର ଏକ କ୍ରସରରେ ରହି ଶ୍ରମିକ ଭାବେ କାମ କରି ଆସୁଥିଲେ। ଗତ କାଲି ରାତିରେ କେତେକ ଲୋକ ମନୋଜ କୁ ଟାଙ୍ଗୀ ମେଡିକାଲକୁ ଆଣିଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଗଞ୍ଜାମରୁ ମନୋଜର ପରିବାର ଲୋକେ ମେଡିକାଲରେ ଆସି ପହଞ୍ଚିଥିଲେ। ତଦନ୍ତକାରୀ ଅଧିକାରୀ ତଥା କୁହୁଡି ଫାଣ୍ଡି ଅଧିକାରୀ ଶ୍ରୀ ନିରଞ୍ଜନ ରାଉତଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବର୍ଷା ଲାଗି ମନୋଜ କାମ କୁ ନଯାଇ ଘରେ ଥିଲେ। ସଂଧ୍ୟା ସମୟରେ…
ରଙ୍ଗାଚରଣ ପ୍ରଧାନ ଇଣ୍ଡିଆନ୍ ଏକ୍ସପ୍ରେସରେ ନିରୁପମା ସୁବ୍ରମନିଆନ୍ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି । ଆମେରିକାରେ ଆସନ୍ନ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଳା ହ୍ୟାରିସ୍ ନାମକ ଜଣେ ମହିଳାଙ୍କର ଉପରାଷ୍ଟ୍ରପତି ପଦ ପାଇଁ ମନୋନୟନକୁ ନେଇ ସେ ଏହି ଲେଖା ଲେଖିଛନ୍ତି । ସେ ପଚାରିଛନ୍ତି ଭାରତ ହୋଇଥିଲେ କମଲା ହ୍ୟାରିସ୍ ଙ୍କ ଭଳି ଜଣେ ବ୍ୟକ୍ତି ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ଦ୍ବିତୀୟ ଉଚ୍ଚ କ୍ଷମତାଶାଳୀ ପଦବୀ ପାଇଁ ମନୋନୀତ ପାରିଥାନ୍ତେ କି ? କମଳାଙ୍କ ମା’ ମୂଳତଃ ଜଣେ ତାମିଲ ମହିଳା । ତାଙ୍କ ଆମେରିକା ରହଣି କାଳରେ ସେ ଜଣେ ଅଶ୍ବେତ ଲୋକଙ୍କୁ ବିବାହ କରିଥିଲେ । କମଳାଙ୍କ ବାପା ବି ମୂଳତଃ ଜଣେ ଆମେରିକୀୟ ନୁହନ୍ତି । ତାଙ୍କ ଘର ଜାମାଇକାରେ । ମାତ୍ର ଏଭଳି ଦମ୍ପତିଙ୍କ କନ୍ୟା ଆମେରିକାରେ ନିର୍ବାଚନ ପୂର୍ବରୁ ଉପରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟ ଦଳ ପକ୍ଷରୁ ମନୋନୀତ ହୋଇଛନ୍ତି ।…
ପ୍ରମୋଦ କୁମାର ମାହାକୁଡ କେନ୍ଦୁଝର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ନିକଟରେ ଥିବା ବୈତରଣୀ ସେତୁ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁ ଗତକାଲି ଦୀର୍ଘ ସମୟ ପର୍ଯ୍ୟନ୍ତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇଥିଲା । ଏହା ଯୋଗୁଁ ରାସ୍ତା କଡରେ ଶହ ଶହ ମାଲବାହୀ ଟ୍ରକ ଛିଡା ହେଇଥିବାର ଦେଖିବାକୁ ମିଳିଥିଲା । ବନ୍ୟା ଜଳ ପ୍ରବାହିତ ହେଉଥିବା ସମୟରେ ଯଶିପୁରରୁ କେନ୍ଦୁଝର ଫେରୁଥିବା ଏକ ଟ୍ରକ ବନ୍ୟା ସ୍ରୋତରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକଙ୍କ ଦ୍ଵାରା ଡ୍ରାଇଭର ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଅପରପକ୍ଷରେ ଢେଙ୍କିକୋଟ ପାଟଣାକୁ ସଂଯୋଗ କରୁଥିବା ରାସ୍ତାର ସ୍ଵାମନାଳ ପୋଲ ଉପରେ ପ୍ରାୟ ୬…
ନୂଆଦିଲ୍ଲୀ : ମହରମ ଶୋଭାଯାତ୍ରାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ମହରମ ଶୋଭାଯାତ୍ରା ଆୟୋଜନକୁ ନେଇ ଦାଖଲ କରାଯାଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଉତ୍ତର ପ୍ରଦେଶର ସୟେଦ କବାଲ ଜୱାଦଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଶୋଭାଯାତ୍ରାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ସର୍ବୋର୍ଚ୍ଚ ଅଦାଲତ । ଏହି ଶୋଭାଯାତ୍ରାକୁ ଅନୁମତି ପ୍ରଦାନ କରାଗଲେ ଦେଶବ୍ୟାପୀ କରୋନାର ବିସ୍ତାରକୁ ଗୋଟିଏ ନିର୍ଦ୍ଧିଷ୍ଟ ଧର୍ମ ସହିତ ଯୋଡାଯିବ ବୋଲି କହିବା ସହିତ ଅନୁମତି ଦେବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ମୁ୍ଖ୍ୟ ବିଚାରପତି ଏସ୍ ଏ ବୋବଡେ ଏହି ମାମଲାର ଶୁଣାଣି କରିଥିଲେ । ଏହି ଶୁଣାଣୀ ସମୟରେ ପିଟିସନର ପକ୍ଷରୁ ପୁରୀ ରଥଯାତ୍ରାର ଉଦାହରଣ ନିଆଯାଇଥିଲା । ତେବେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାହାକୁ ଖାରଜ କରାଯାଇଥିଲା । ରଥଯାତ୍ରା କେବଳ ଗୋଟିଏ ସ୍ଥାନରେ…
ଯାଜପୁରରେ ବର୍ଷା ପାଣି ମାଡିଯାଇଥିବା ବିଭିନ୍ନ ଅଞ୍ଚଳକୁ ବୁଲି ଦେଖୁଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ
ପୁରୀ : ପୁରୀ ଶ୍ରୀମନ୍ଦିର ଦ୍ବାରରେ ଥିବା କବାଟକୁ ରୁପାରେ ଛାଉଣୀ କରାଯିବ । ଶ୍ରୀମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ । ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୁପାର ଚାଦର ଦିଆଯିବ । ଶ୍ରୀମନ୍ଦିରର ତିନୋଟି ମୁଖ୍ୟ ଦ୍ବାର କବାଟରେ ଛାଉଣୀ ହେବ ରୁପା । ବେହରଣ, ଜୟବିଜୟ ଏବଂ କଳାହାଟ ଦ୍ବାରରେ ଲାଗିବ ରୁପା । ଏହି ରୂପାକୁ ମହାପ୍ରଭୁଙ୍କର ଜଣେ ଭକ୍ତ ଦାନ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି । କବାଟରେ ରୂପା ଛାଉଣୀ ପାଇଁ ଡିଜାଇନ୍ ପ୍ରସ୍ତୁତି ଚାଲିଥିବା ସୂଚନା ରହିଛି । ମନ୍ଦିରର ସିଂହଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟ ଦ୍ୱାର, ରତ୍ନଭଣ୍ଡାର ଭିତର ଓ ବାହାର ଦ୍ୱାର, ଏବଂ ବଡ ଦେଉଳର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ନୂଆ କରି ତିଆରି ହେବ । ଏହି ସବୁ ଦ୍ୱାର ବର୍ମା ଟିକ୍…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକରେ ମଧ୍ୟ ଦିନକୁ ଦିନ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବାଣପୁର ବ୍ଲକରୁ ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ବାଣପୁର ତହସିଲଦାର୍ ମନ୍ମଥ ବେହେରା ରହିଛନ୍ତି। ତହସିଲଦାର୍ଙ୍କ ସମେତ ତହସିଲ କାର୍ଯ୍ୟାଳୟର ଅନ୍ୟ ଚାରିଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଶ୍ରୀ ବେହେରା ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବାବେଳେ ତାଙ୍କର କରୋନା ପଜିଟିଭ୍ ଆସିଥିବା ନେଇ ସେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ହୋମ୍ କ୍ବାରେଣ୍ଟାଇନ୍ରେ ରହିବା ସହିତ କରୋନା ପରୀକ୍ଷା କରିବାକୁ ନିବେଦନ କରିଛନ୍ତି। ଜଣେ ଉତ୍ତମ ତହସିଲଦାର ଭାବେ ନିଜ ଦାୟିତ୍ବ ସମ୍ପାଦନ କରୁଥିବା ଶ୍ରୀ ବେହେରା କରୋନା ଆକ୍ରାନ୍ତ ହେବା ପରେ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କ ଓ…
ମୁମ୍ବାଇ : ବିରୁଷ୍କାଙ୍କ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ବିରୁଷ୍କା ନୂଆ ବର୍ଷରେ ନୂଆ ଅତିଥିଙ୍କ ସ୍ବାଗତ କରିବେ ବୋଲି ସୂଚନା ଦେଇଛନ୍ତି । ନିଜେ କୋହଲି ଏକ ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି । ଆସନ୍ତା ଜାନୁୟାରୀ 2021ରେ ଆମେ ଦୁଇରୁ ତିନି ହେବାକୁ ଯାଉଛୁ ବୋଲି କୋହଲି ଟ୍ୱିଟ୍ କରିଛନ୍ତି । https://twitter.com/imVkohli/status/1298856026544906240?s=20 ପୂର୍ବରୁ ଯଦିଓ ଅନୁଷ୍କା ଗର୍ଭବତୀ ହେବାର କଥାଟି ସୋସିଆଲ ମିଡିଆରେ ଘୂରିବୁଲୁଥିଲା କିନ୍ତୁ ଏହାକୁ ନେଇ ଅନୁଷ୍କା କି ବିରାଟ କେହି ମତ ରଖିନଥିଲେ । ତେବେ ବିରାଟ ଏକ ଫଟୋ ଜରିଆରେ ନିଜ ପ୍ରଶଂସକଙ୍କ ସହିତ ଏହି ଖୁସି ଖବରକୁ ସେୟାର କରିଛନ୍ତି । ଏହି ଫଟୋରେ ଅନୁଷ୍କାଙ୍କ ବେବି ବମ୍ପ୍ ମଧ୍ୟ ଜଣାପଡିଛି । ଦୁହେଁ ବେଶ୍ ଖୁସି ଥିବାବେଳେ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ଏହି ଖବର ଜଣାପଡିବା ପରେ ବିଭିନ୍ନ ଭାରତୀୟ…
ଭୁବନେଶ୍ବର, ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଆଖପାଖ ଅଞ୍ଚଳରେ ଲଘୁଚାପ ବର୍ତ୍ତମାନ ଝାଡଖଣ୍ଡ ମୁହାଁ ହେବାରେ ଲାଗିଛି। ଏହା ଦକ୍ଷିଣ-ପଶ୍ଚିମ ଝାଡଖଣ୍ଡ ଉପରେ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ସମୁଦ୍ର ଭିତରେ ଏହି ଲଘୁଚାପର ବାତ୍ୟା ବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ଦକ୍ଷିଣ-ପଶ୍ଚିମ ଦିଗକୁ 7.6 କିଲୋମିଟର ଉଚ୍ଚତାରେ ପ୍ରବାହିତ ହେଉଛି। ଏହାଦ୍ବାରା ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଗତ ଦୁଇଦିନ ଧରି ଏହାର ପ୍ରଭାବରେ ଅଧିକାଂଶ ସ୍ଥାନରେ ମଧ୍ୟମ ବୃଷ୍ଟିପାତ ହୋଇଛି। ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହୋଇଛି। ସେହିପରି ଅଧିକାଂଶ ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବୃଷ୍ଟିପାତ ହୋଇଛି। ଗତ 24 ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସହରରେ ରେକର୍ଡ ହୋଇଥିବା ବୃଷ୍ଟିପାତର ମୁଖ୍ୟ ପରିମାଣ ହେଉଛି:…
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଜିଲ୍ଲାର ଏକ ନମ୍ବର ହଟସ୍ପଟ କରୋନା ଅଞ୍ଚଳ ବାଲୁଗାଁ-ବାଣପୁର ଗସ୍ତ କରିଥିଲେ। ଉକ୍ତ ଗସ୍ତରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଜେୟ ପ୍ରତାପ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ , ଉପଜିଲ୍ଲାପାଳ ଅଶୋକ ବେହୁରିଆ, ବାଲୁଗାଁ ଏସ୍ଡିପିଓ ସୁରେଶ କୁମାର ଦାସ ଏବଂ ଖୋର୍ଦ୍ଧା ଡିଏସ୍ପି ସତୀଶ ଚନ୍ଦ୍ର ପାଢୀ ସାମିଲ୍ ଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ଏବଂ ବାଣପୁର ଏନଏସି କାର୍ଯ୍ୟାଳୟରେ ଦୁଇଟି ପୃଥକ ପୃଥକ ବୈଠକ ହୋଇଥିଲା। ଉକ୍ତ ବୈଠକରେ ଅଞ୍ଚଳର ସରକାରୀ ଅଧିକାରୀମାନଙ୍କ ସହ ସ୍ଥାନୀୟ ବ୍ୟବସାୟୀ ପ୍ରତିନିଧି, ବୁଦ୍ଧିଜୀବୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀ ପ୍ରତିନିଧି ଏବଂ କିଛି ସମାଜସେବୀ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳ କିପରି ଉଭୟ ଅଞ୍ଚଳରେ କରୋନାକୁ ପ୍ରତିହତ କରିହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଗ ଭାବେ ଆଲେଚନା କରିବା ସହିତ ଏ ସମ୍ପର୍କରେ ସ୍ଥାନୀୟ ପ୍ରତିନିଧିମାନଙ୍କ ଠୁ ଅଭିଯୋଗମାନ…
Golden beach #Puri ready with all world class facilities…can’t wait for #Blueflag tag.
ନୂଆଦିଲ୍ଲୀ : ଟିକଟକ ସିଇଓ କେଭିନ ମେୟର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଆମେରିକାରେ ଟିକଟକ ବ୍ୟାନକୁ ନେଇ ଟ୍ରମ୍ପ ସରକାରଙ୍କୁ ନୋଟିସ ଜାରି କରାଯିବାର ଦୁଇ ଦିନ ମଧ୍ୟରେ କେଭିନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । କମ୍ପାନୀର ଜିଏମ ରହିଥିବା ଭାନେସା ପପ୍ପେସଙ୍କୁ ଅନ୍ତରୀଣ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି । କମ୍ପାନୀକୁ ବିଶ୍ୱସ୍ତରରେ ପ୍ରସିଦ୍ଧ କରାଇବା ତାଙ୍କର ଦାୟିତ୍ବ ରହିଥିଲା । ମାତ୍ର ଭାରତ ଏବଂ ଆମେରିକା ପରି ବଜାରରେ କମ୍ପାନୀକୁ ଅଗ୍ରଣୀ ଭାବରେ ରଖିବାରେ ବିଫଳ ହୋଇଥିବାରୁ ସେ ଅବ୍ୟାହତି ନେଉଛନ୍ତି ବୋଲି ମେୟର ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ଭାରତ ଏବଂ ଆମେରିକାରେ କମ୍ପାନୀ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଶୀଘ୍ର ଉଦ୍ୟମ କରାଯିବ ବୋଲି ବାଇଟଡ୍ୟାନ୍ସ କମ୍ପାନୀର ପ୍ରତିଷ୍ଠାତା ୟିମିଙ୍ଗ ଝାଙ୍ଗ ପ୍ରକାଶ କରିଛନ୍ତି । ଚାରି ମାସ ପୂର୍ବରୁ ମେୟର…

