Author: Samikhsya Bureau

ରାୟସେନ : କରୋନା ସଂକ୍ରମଣରୁ ମୁକ୍ତ ପାଇଁ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଏହି ସାମାଜିକ ଦୂରତ୍ବ ଏବେ ସାମାଜିକ ବାସନ୍ଦରେ ପରିଣତ ହେବାକୁ ଲାଗିଲାଣି । ଏପରି ଏକ ଘଟଣା ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରୁ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ଓବୁଦୁଲାଗଞ୍ଜ ବ୍ଲକରେ କରୋନାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଚରମ ବିଫଳତା ସାମ୍ନାକୁ ଆସିଛି । ଏଠାରେ ଖସରୋଦ ଗ୍ରାମରେ ଜଣେ କରୋନା ସଂକ୍ରମିତ ଯୁବକଙ୍କ ପରିଜନଙ୍କୁ ଏକ ଟାପରିଆରେ ଅଗଷ୍ଟ 17 ତାରିଖରେ ଗାଈ ଓ ବଳଦ ସହିତ ହୋମ୍‌ କ୍ବାରେଣ୍ଟାଇନ୍‌ କରିଛନ୍ତି । ଏହା ସହିତ କରୋନା ସଂକ୍ରମିତ ଯୁବକଙ୍କ ପରିଜନଙ୍କ ସହିତ ଗ୍ରାମବାସୀମାନେ ସଉତୁଣୀ ପୂର୍ଣ୍ଣ ବ୍ୟବହାର କରୁଛନ୍ତି । ତାଙ୍କୁ ଏକପ୍ରକାର ବାସନ୍ଦ କରିଥିବାର ସୂଚନା ରହିଛି । ଏପରିକି କ୍ବାରେଣ୍ଟିନ୍‌ରେ ଥିବା ପରିଜନଙ୍କୁ ରାସନ ନା ପିଇବାକୁ ପାଣି ମିଳୁଛି । ସେମାନେ ବାଧ୍ୟ ହୋଇ ବର୍ଷା…

Read More

କେଦାର ମିଶ୍ର ପ୍ରତି ବର୍ଷ ଭାରତର କେନ୍ଦ୍ରୀୟ ବ୍ଯାଙ୍କ ବା ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ଭାରତ ସରକାରଙ୍କ ନିକଟରେ ଏକ ବାର୍ଷିକ ରିପୋର୍ଟ ଦାଖଲ କରିଥାନ୍ତି। ଏହା ଦେଶର ଅର୍ଥନୀତି ଓ ତାର ଭବିଷ୍ୟତ ବିଷୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ବୋଲି କୁହାଯାଏ। ଏହି ରିପୋର୍ଟର ବ୍ୟାପକ ତର୍ଜମା କରିବା ଗଣମାଧ୍ୟମର ଏକ ପ୍ରାଥମିକ ଦାୟିତ୍ଵ। ତେବେ ଆଜିର ତାରିଖରେ ଆମର ଗଣମାଧ୍ୟମ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ କୁ ପୂରା ପଢିବ ଓ ତାର ବିଶ୍ଳେଷଣ କରିବ ବୋଲି ଭାବିବା ବୃଥା। ଅର୍ଥନୀତିର ଯେଉଁ ସବୁ ଅନ୍ଧାର ଦିଗ ବିଷୟରେ ରିଜର୍ଭ ବ୍ୟାଙ୍କର ଏହି ରିପୋର୍ଟ ସୂଚନା ଦେଇଛି, ତାକୁ ଜାଣିଶୁଣି ଆମର ଗଣମାଧ୍ୟମ ଅଣଦେଖା କରୁଛି। କରିବା ସ୍ଵାଭାବିକ। ସବୁକିଛି ଠିକ ଚାଲିଛି ବୋଲି ଯେଉଁ ସରକାରୀ ପ୍ରଚାର ଚାଲିଛି, ସେଥିରେ ଏହି ରିପୋର୍ଟ ଛୁଞ୍ଚି ଫୋଡି ଦେଇଛି। ସେପ୍ଟେମ୍ବର ମାସ ପର୍ୟନ୍ତ ଦେଶର ଋଣାତ୍ମକ ଅଭିବୃଦ୍ଧି…

Read More

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ମୋଡ ଦେଖିବାକୁ ମିଳିଛି । ସୁଶାନ୍ତଙ୍କ ମୃତ୍ୟୁ ନେଇ ଏବେ ଏନ୍‌ସିବି ତଦନ୍ତ ଆରମ୍ଭ କରିଥିବାବେଳେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏହି ପ୍ରସଙ୍ଗରେ କଙ୍ଗନାଙ୍କ ଟୁଇଟ୍‌ ପୁଣି ଚର୍ଚ୍ଚାକୁ ଆସିଛି । ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ସୁଶାନ୍ତଙ୍କ ମାମଲାରେ ଏନ୍‌ସିବିକୁ ସାହାଯ୍ୟ କରିବାକୁ ଆଗ୍ରହୀ ଥିବାବେଳେ ନିଜ ସୁରକ୍ଷା ପାଇଁ ଦାବି କରିଛନ୍ତି । ଏହାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନ୍‌ସିବିକୁ ସାହାଯ୍ୟ କରିବା ପାଇଁ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଉତ୍ସୁକ ରହିଛନ୍ତି। କିନ୍ତୁ ସେ ଏଥିପାଇଁ ନିଜର ସୁରକ୍ଷା ପାଇଁ ଦାବି ଜଣାଇଛନ୍ତି ।  ସୁଶାନ୍ତଙ୍କ ମାମଲାରେ ଏନସିବି ତଦନ୍ତ ଆରମ୍ଭ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କଙ୍ଗନା କହିଛନ୍ତି ଯେ, ସେ ଏହି…

Read More

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ 7 ଜଣଙ୍କ ଜୀବନ ନେଇଛି କରୋନା । ଏହା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 448କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ 3ଜଣ  ରହିଥିବା ବେଳେ ବରଗଡରୁ 2 ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତୀତ ଭୁବନେଶ୍ୱର ଏବଂ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 62 ବର୍ଷ ହୋଇଥିବାବେଳେ ଭଦ୍ରକର ଆକ୍ରାନ୍ତଙ୍କ ବୟସ 60 ବର୍ଷ ବୋଲି ସୂଚନା ରହିଛି । ସେହିପରି ବରଗଡରୁ ଦୁଇ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ ଜଣେ 76 ବର୍ଷୀୟ ମହିଳା ଓ ଅନ୍ୟ ଜଣେ 65 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ଆଜି ସମ୍ବଲପୁରରୁ ତିନିଜଣ ମୃତ୍ୟୁବରଣ କରିଥିବାବେଳେ ମୃତକଙ୍କ ମଧ୍ୟରେ  ଜଣେ 60 ବର୍ଷୀୟ…

Read More

ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ ମୋଟ୍‌ 3 ହଜାର 384 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 587ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 492, ସମ୍ବଲପୁରରୁ 182, ଗଞ୍ଜାମ ଓ ମୟୂରଭଞ୍ଜରୁ 177ଜଣ ଲେଖାଏଁ, ଯାଜପୁରରୁ 176, ବରଗଡରୁ 157, ରାୟଗଡାରୁ 154,  ପୁରୀରୁ 121, ବାଲେଶ୍ବରରୁ 119, ସୁନ୍ଦରଗଡରୁ 101, ବଲାଙ୍ଗିରରୁ 99,  ଝାରସୁଗୁଡାରୁ 94, କୋରାପୁଟରୁ 89, ଭଦ୍ରକରୁ 87, କେନ୍ଦ୍ରାପଡା  ଓ ନୟାଗଡରୁ 76ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କେଉଁଝରରୁ 63, ଢେଙ୍କାନାଳରୁ 60, କନ୍ଧମାଳରୁ 58, ମାଲକାନଗିରିରୁ 44, ଜଗତସିଂହପୁରରୁ 43,  ସୋନପୁରରୁ 37, ନବରଙ୍ଗପୁରରୁ 31, କଳହାଣ୍ଡିରୁ 27,  ନୂଆପଡାରୁ 19,ଦେବଗଡରୁ 16, ଅନୁଗୁଳୁରୁ 13, ଗଜପତିରୁ 9, ବୌଦ୍ଧରୁ 5 ଜଣ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 384 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2128ଜଣ ଚିହ୍ନଟ ହୋଇଥିବାବେଳେ 1256ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  90ହଜାର986କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 27 ହଜାର 672ଜଣ । ସେହିପରି ସୁସ୍ଥ ହୋଇଛନ୍ତି 62 ହଜାର 813ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 441ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର :  ଏକକ ପ୍ରବେଶିକା ପରୀକ୍ଷା ନିଟ୍ ଏବଂ ଜେଇଇ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ  ଫୋନ୍‌ରେ କଥା ହୋଇଛନ୍ତି ।  ନିଟ୍‌ ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନବୀନ  ଚିଠି ଲେଖିଥିବା ବେଳେ ଆଜି  ପ୍ରଧାନମନ୍ତ୍ରୀଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ଥିବାବେଳେ ବନ୍ୟା ସ୍ଥିତି ମଧ୍ୟ ଜଟିଳ ରହିଛି । ଏପରି ସମୟରେ ନିଟ୍ ଏବଂ ଜେଇଇ ପରି ପ୍ରବେଶିକା ପରୀକ୍ଷା କରାଇବା ଉପଯୁକ୍ତ ହେବ ନାହିଁ ବୋଲି କହିବା ସହିତ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଛନ୍ତି ନବୀନ । । କରୋନା ଏବଂ ବନ୍ୟା ପରସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ପାଇଁ ମୋଦିଙ୍କୁ ଅନୁରୋଧ କରିଛନ୍ତି ନବୀନ । ପୂର୍ବରୁ ସମସ୍ତ ଅଣ ବିଜେପି ଶାସିତ ରାଜ୍ୟ ମାନଙ୍କ…

Read More

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି । ଏବେ ଏହି ଘଟଣାର ତଦନ୍ତ ଭିଜିଲାନ୍ସ କରୁଥବାବେଳେ ଆଜି ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ମାମଲା ଭିଜିଲାନ୍ସ ବିଭାଗ ହାତକୁ ଯିବା ପରେ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନର ଆବେଦନ କରାଯାଇଥିଲା। ଗୁରୁବାର ଭୁବନେଶ୍ୱର ସ୍ଥିତ ଫରେନସିକ୍ ଲାବରେ ଆଜି ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି। ବିଦ୍ୟାଶ୍ରୀଙ୍କ ବୟାନରେ ତାଳମେଳ ରହୁନଥିବାରୁ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ସୂଚନାଯୋଗ୍ୟ, ଜୁଲାଇ 7 ତାରିଖ ଦିନ ଆଦିତ୍ୟଙ୍କୁ ଲିଙ୍ଗରାଜ ଟେମ୍ପଲ୍‌ ରୋଡ୍‌ ଷ୍ଟେସନ୍ ପାଖ ରେଳଧାରଣା ଉପରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ଜୁନ୍ 9 ତାରିଖ ଦିନ ଆଦିତ୍ୟଙ୍କର ବିଦ୍ୟାଶ୍ରୀଙ୍କ ସହ ବିବାହ ହୋଇଥିଲା।

Read More

ଭୁବନେଶ୍ବର, ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ରାଜ୍ୟର 4ଟି ନଦୀର ଜଳ ବର୍ତ୍ତମାନ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେଗୁଡିକ ହେଲା ନରାଜଠାରେ ମହାନଦୀ, ଆନନ୍ଦପୁର ଏବଂ ଆଖୁଆପଦାଠାରେ ବୈତରଣୀ, ଜାମଶୋଳା ଗେଟ ନିକଟରେ ସୁବର୍ଣ୍ଣରେଖା ଏବଂ ଜଳକା ନଦୀ। ଜଳସଂପଦ ବିଭାଗ ଅନୁସାରେ ଏହି ନଦୀଗୁଡିକର ଯେଉଁ ଜଳସ୍ତର ରହିଛା ତାହା ହେଉଛି 1-ମହାନଦୀ (ନରଜାଠାରେ)- ବର୍ତ୍ତମାନ ଜଳ ସ୍ତର 26.41 ରହିଛି, ଏହାର ବିପଦ ସଙ୍କେତ ହେଉଛି 25.93 2-ବୈତରଣୀ ( ଆନନ୍ଦପୁରଠାରେ)- ବର୍ତ୍ତମାନ ଜଳସ୍ତର 40.83,ବିପଦ ସଙ୍କେତ ହେଉଛି 38.35, ଆଖୁଆପଦାରେ-  ଜଳସ୍ତର, 19.52, ବିପଦ ସଙ୍କେତ ହେଉଛି 17.83 3-ସୁବର୍ଣ୍ଣରେଖା ( ଜାମଶୋଳାଗେଟ)- ବର୍ତ୍ତମାନ ଜଳସ୍ତର 48.38, ବିପଦ ସଙ୍କେତ-49.15 4-ଜଳକା ନଦୀ ( ମାଥାଳି)- ବର୍ତ୍ତମାନ ଜଳସ୍ତର 7.05, ଏହାର ବିପଦ ସଙ୍କେତ-5.00

Read More

ଭୁବନେଶ୍ବର, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରୀ ରହିଛି। ପାଣିପାଗ ବିଭାଗ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟ ୨୧ ଜିଲ୍ଳାରେ ବର୍ଷା ହେଉଛି । ତେବେ ଏହିପରି ପାଗ ଆହୁରି ଦୁଇ ଦିନ ଧରି ଲାଗି ରହିବ ବୋଲି ଜଣାପଡିଛି। ସେଥିପାଇଁ ୯ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡିକ ହେଲା ସମ୍ବଲପୁର, ସୋନପୁର, ଝାରୁସୁଗୁଡା, ବରଗଡ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ସୁନ୍ଦରଗଡ ଓ ଦେଓଗଡ।  ଏହି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସେଥିପାଇଁ ବନ୍ୟା ସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ। ସେହିପରି ଅନୁଗୁଳ, ନୂଆପଡା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ, ମୟୁରଭଞ୍ଜ ଓ କନ୍ଧମାଳ ଜିଲ୍ଲାଗୁଡୁକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

Read More

ଭୁବନେଶ୍ୱର, ଆଜି ଭାରତୀୟ ଚାମ୍ବର ଅଫ୍‌ କମର୍ସ ଆନୁକୂଲ୍ୟରେ ଭାରତ-ଜାପାନ ବ୍ୟବସାୟ ଫୋରମ୍‌ ଏକ ଭର୍ଚୁଆଲ୍‌ ବୈଠକରେ ଜାପାନ ସହ ଭାରତର ଓ ସର୍ବୋପରି ଓଡ଼ିଶାର ସାଂସ୍କୃତିକ ସଂ ପର୍କ ଅତି ନିବିଡ଼ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର ପ୍ରକାଶ କରିଛନ୍ତି। ଓଡ଼ିଶା ଆଉ ଭାରତର ସୁରକ୍ଷିତ ଗୋପନୀୟତା ହୋଇ ରହିନାହିଁ, ରାଜ୍ୟ ଶିଳ୍ପର ବିକାଶ କ୍ଷେତ୍ରରେ ଯେଉଁ ସୁଯୋଗ ସୃଷ୍ଟି କରିଛି ତାହା ଶିଳ୍ପ ସଂପ୍ରଦାୟମାନଙ୍କୁ ବେଶ୍‌ ଆକୃଷ୍ଟ କରି ପାରିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ମନ୍ତ୍ରୀ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ନିମନ୍ତେ ରହିଥିବା ସୁସ୍ଥ ପରିବେଶ ସହିତ ଅତ୍ୟାଧୁନିକ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଗୋ-ସ୍ୱିଫଫ ଏକକ ବାତାୟନ ଜରିଆରେ ଶିଳ୍ପ ପ୍ରତିଷ୍ଠା ଓ ସଂଚାଳନ ପାଇଁ ସହାୟକ ହୋଇ ପାରିବ ବୋଲି କହିଥିଲେ। ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଯେଉଁସବୁ ଶିଳ୍ପ ପାର୍କର ବିକାଶ…

Read More

ଭୁବନେଶ୍ବର, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ତାଙ୍କର ବାନ୍ଧବୀ ରିଆ ଚକ୍ରବର୍ତ୍ତି ଛନ୍ଧି ହୋଇପଡିଛନ୍ତି। ଏହାର ତଦନ୍ତ ସିବିଆଇ କରୁଥିବା ବେଳେ ଏବେ ରିଆଙ୍କ ବିରୋଧରେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ। ଜାତୀୟ ଗଣମାଧ୍ୟମ ‘ଟାଇମସ ନାଓ’ ର ରିପୋର୍ଟ ଅନୁସାରେ ରିଆଙ୍କର କୁଆଡେ ଗଂଜେଇ କାରାବାର ସଂପୃକ୍ତି ରହିଛି। ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ରିଆଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍ସଆପ ଚାଟରୁ ଏହା ଜଣାପଡିଛି ବୋଲି ଏହି ମିଡିଆ ପ୍ରମାଣିତ କରିଛି। ଏହି ଚାଟରୁ ଜଣାପଡିଛି ଯେ ରିଆ ଦୁଇ ପ୍ୟାକେଟ ଗଞ୍ଜେଇ କିଣିବାକୁ କୁଆଡେ ସୁଶାନ୍ତଙ୍କ ଘରୋଇ ସହାୟକ ଦିପେଶ ସାଓ୍ଵନ୍ତକୁ ୧୭ ହଜାର ଟଙ୍କା ଦେଇଥିଲେ। ତେବେ ରିଆ ଏହି ଚାଟ ବେଳେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱରର ଗଞ୍ଜେଇ ସବୁଠୁ ଭଲ। ତେବେ ପ୍ରକୃତରେ ଏହି ତଥ୍ୟ କେତେ ସତ ତାହା ଜଣାପଡି ନାହିଁ।

Read More

ଭୁବନେଶ୍ବର, ରାଜ୍ୟରେ ବର୍ଷା ଓ ସମ୍ଭାବିତ ବନ୍ୟା ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ଭିସି ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ବୈଠକ କରିତିଲେ। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଥିଲେ ଗତ ଦୁଇ ଦିନ ଭିତରେ ରାଜ୍ୟର ୯ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟର ବର୍ଷା ହୋଇଛି। ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ ନଦୀରେ ଅଧିକ ପାଣି ଆସିଛି। ଆଜି ରାତି ଠାରୁ ଆସନ୍ତା କାଲି ମଧ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ବୈତରଣୀ, ବୁଢାବଳଙ୍ଗ ଓ ତେଲ ଆଦି ନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି। ଲୋକଙ୍କୁ ବନ୍ୟା ସମୟରେ ଉଦ୍ଧାର କରିବା ପାଇଁ ୧୦ଟି ODRAF team ଓ ଅଗ୍ନିଶମ ସେବା ୟୁନିଟ୍‌ ନିୟୋଜିତ ହୋଇଛନ୍ତି। ନଦୀବଂଧ ଗୁଡିକରେ patrolling କରାଯାଉଛି । ଜଳପ୍ଲାବିତ ଅଞ୍ଚଳ ଗୁଡିକରେ ଜଳ ନିଷ୍କାସନର ବ୍ୟବସ୍ଥା…

Read More

ହେମାଙ୍ଗ ପ୍ରସାଦ ରାଉଳ  ବ୍ରହ୍ମପୁର: ବୁଗୁଡ଼ା ବଡ଼ଶଙ୍ଖ ଠାରେ ଓଡ଼ିଶା ସରକାର ପୂର୍ତ୍ତବିଭାଗ ରାଜ୍ୟ ଯୋଜନା ପାଣ୍ଠିରୁ ବାଲିପଦର, କରସିଂ ରାଜ୍ୟ ରାଜପଥ-୩୩ କୁସମିସେତୁର ପ୍ରଶସ୍ତିକରଣକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଆଜି ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବୁଗୁଡ଼ା ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଶାସକଦଳର ପୋଲସରା ହିଁ ବିଧାୟକ ଯିଏକି କରୋନା ସମୟରେ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। କ୍ୱାରେଣ୍ଟାଇନ୍‌ରେ ରଖିବା ବେଳେ ହେଉ କିମ୍ବା ସେମାନେ ଫେରିବା ବେଳେ ଟଙ୍କା ଦେବା ବେଳେ ହେଉ। ସେମାନଙ୍କ ଖାଇବା ପିଇବା ବୁଝିବା ସହ ସମସ୍ତ ସମସ୍ୟାମାନ ସମାଧାନ କରିଥିଲେ। ଏଥି ଯୋଗୁଁ ସେ କିଛି ଦିନ ତଳେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇ ଭୁବନେଶ୍ୱରଠାରେ ଚିକିତ୍ସାଧୀନ ହୋଇ ଫେରିଥିଲେ। ଏହି ସେତୁର ପ୍ରଶସ୍ତିକରଣ ପରେ ଯିବା…

Read More

ଭୁବନେଶ୍ବର, କୋଭିଡ ପରିଚାଳନା ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ଏକ ଗରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ।ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ ଶତ୍ରୁ। ତେଣୁ ସାଧାରଣ ଲୋକ ହୁଅନ୍ତୁ, ବା ସରକାରୀ କର୍ମଚାରୀ ସମସ୍ତେ ଏଥିପ୍ରତି ସତର୍କ ରହି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ରାଜ୍ୟରେ ଅଧିକ ପରୀକ୍ଷା କରାଯାଉଥିବା ସହିତ ସଂକ୍ରମଣ ହାର କମିଥିବା ଏବଂ ମୃତ୍ୟୁ ହାର ମଧ୍ୟ କମି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ହଟଷ୍ପଟ ଜିଲ୍ଲା ମାନଙ୍କରେ ଯେଉଁ ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡାକଡ ଭାବରେ ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଆଞ୍ଚଳିକ କୋଭିଡ ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକ ମୁତାବକ ଆଇସିୟୁ ଶଯ୍ୟାର ଉପଲବ୍‌ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ପୋଲିସ୍ ଏବଂ ବ୍ରହ୍ମପୁର ପୋଲିସ୍ ଦ୍ଵାରା ଅମାନିଆଙ୍କଠାରୁ ଜୋରିମାନା ଆଦାୟ ଜାରି ରହିଛି। ଆଜି ବ୍ରହ୍ମପୁର ପୋଲିସ୍ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଏବଂ ଚଢ଼ାଉ ଜାରି ରହିଥିଲା। ସାମାଜିକ ଦୂରତା ଉଲ୍ଲଂଘନରେ ୨ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବାବେଳେ ମାସ୍କ ପିନ୍ଧିନଥିବା ୬୫ ଜଣ ଅମାନିଆଙ୍କଠାରୁ ୧୩ ହଜାର ଟଙ୍କା ଆଦାୟ ହୋଇଛି। ଗାଡ଼ି ସମ୍ବନ୍ଧୀୟ ୧୫୪ ଜଣଙ୍କ ଚାଲାଣ କଟି ୭୭ହଜାର ଜୋରିମାନା ଆଦାୟ ହୋଇଛି। ସେହିପରି ଗଂଜାମ ପୋଲିସ୍ ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ତରଫରୁ ଚଢ଼ାଉ ଏବଂ ପେଟ୍ରୋଲିଂ ମଧ୍ୟ ଜାରି ରହିଛି। ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧ଲକ୍ଷ ୩୧ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ସେହପରି ୧୦ଟି ସ୍ଥାନରେ ଅବକାରୀ ଚଢ଼ାଉ ହୋଇ ୪ ଜଣକୁ ଗିରଫ କରାଯାଇଥିବାବେଳେ ୪୯୦ ଲିଟର ବେଆଇନ ମଦ ଜବତ ହୋଇଛି।

Read More

ଭୁବନେଶ୍ବର,  କୋଭିଡ19 ମୁକାବିଲା ପାଇଁ ଏଣିକି ବିଧାୟକମାନେ ତାଙ୍କର ଆଞ୍ଚଳିକ ବିକାଶ ପାଣ୍ଠିରୁ ମାସ୍କ କିଣିପାରିବେ। ତେବେ କୌଣସି କଂପାନୀରୁ ନୁହେଁ, ନିଜ ଅଞ୍ଚଳର SHG ମା’ମାନଙ୍କଠାରୁ ଏହି ମାସ୍କ କିଣିପାରିବେ। ଆଜି ଏକ ଭିଡିଓ କନଫ୍ରେସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି। ଏହାଦ୍ବାରା ମାସ୍କ ତିଆରିରେ ନିୟୋଜିତ ଥିବା SHGର ମା ମନେ ଏହି ସମୟରେ ରୋଜଗାର ପାଇପାରିବେ। ଏଥିସହିତ SHG ମାନେ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ମଧ୍ୟ ଦୃଷ୍ଟି ରଖିବା ସହିତ ବ୍ୟାଙ୍କମାନଙ୍କ ସହିତ ଯୋଗାଯୋଗରେ ରହିବା  ପାଇଁ ନବୀନ ପରାମର୍ଶ ଦେଇଥିଲେ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗେଟ୍‌ବଜାର ମୁଖ୍ୟ ଛକଠାରୁ ବସ୍ ଏବଂ ଭାରିଯାନ ଯିବା ବନ୍ଦ କରି ନୂଆବସ୍‌ଷ୍ଟାଣ୍ଡ ରୋଡ଼୍ ଗୋକର୍ଣ୍ଣେଶ୍ୱର ମନ୍ଦିର ଦେଇ ଲୋଚାପଡ଼ା ଆଡ଼କୁ ଯିବାର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଏହି ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାଦେଇ ଅନେକଗୁଡ଼ିଏ ବସ୍ ଏବଂ ଭାରିଯାନ ଯାତାୟତ ହୋଇଥାଏ। ଯାହାକି କିଛି ମାତ୍ରାରେ ଗେଟ୍‌ବଜାର ଟ୍ରାଫିକ୍ ସମସ୍ୟା ସମାଧାନ ହୋଇପାରିଥିଲା। ରାସ୍ତାର ଅବସ୍ଥା ବର୍ତ୍ତମାନ ଶୋଚନୀୟ। ରାସ୍ତାଟିର କିଛି ଅଂଶ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ହୋଇଥିବାବେଳେ ଅନ୍ୟ କିଛି ରାସ୍ତା ପୂର୍ତ୍ତବିଭାଗ ଅନ୍ତର୍ଭୁକ୍ତ। ମୁଖ୍ୟତଃ ଗୋକର୍ଣ୍ଣେଶ୍ୱର ମନ୍ଦିରରୁ ଆସୁଥିବା ରାସ୍ତା ସାଉଥ୍‌କୋ ସବ୍‌ଷ୍ଟେସନ ଏବଂ ବୈକୁଣ୍ଠନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଆଣ୍ଠୁଏ ଗର୍ତ୍ତ। ସାମାନ୍ୟ ବର୍ଷା ହେଲେ ସେହି ଗର୍ତ୍ତରେ ପାଣି ଜମି ରହୁଛି। ସେଗୁଡ଼ିକ ସହଜରେ ଗାଡ଼ି ଚାଳକ ଠିକ୍‌ସେ ଅନୁମାନ କରିପାରନ୍ତି ନାହିଁ। ଖାସ୍ କରି…

Read More