Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରାଜନୈତିକ ଚକ୍ରବ୍ୟୁହରେ ମରଣଯନ୍ତା ପାଲଟିଛି ଆକାଶବାଣୀ ରାସ୍ତା
ଆଞ୍ଚଳିକ

ରାଜନୈତିକ ଚକ୍ରବ୍ୟୁହରେ ମରଣଯନ୍ତା ପାଲଟିଛି ଆକାଶବାଣୀ ରାସ୍ତା

August 26, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗେଟ୍‌ବଜାର ମୁଖ୍ୟ ଛକଠାରୁ ବସ୍ ଏବଂ ଭାରିଯାନ ଯିବା ବନ୍ଦ କରି ନୂଆବସ୍‌ଷ୍ଟାଣ୍ଡ ରୋଡ଼୍ ଗୋକର୍ଣ୍ଣେଶ୍ୱର ମନ୍ଦିର ଦେଇ ଲୋଚାପଡ଼ା ଆଡ଼କୁ ଯିବାର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଏହି ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାଦେଇ ଅନେକଗୁଡ଼ିଏ ବସ୍ ଏବଂ ଭାରିଯାନ ଯାତାୟତ ହୋଇଥାଏ। ଯାହାକି କିଛି ମାତ୍ରାରେ ଗେଟ୍‌ବଜାର ଟ୍ରାଫିକ୍ ସମସ୍ୟା ସମାଧାନ ହୋଇପାରିଥିଲା। ରାସ୍ତାର ଅବସ୍ଥା ବର୍ତ୍ତମାନ ଶୋଚନୀୟ। ରାସ୍ତାଟିର କିଛି ଅଂଶ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ହୋଇଥିବାବେଳେ ଅନ୍ୟ କିଛି ରାସ୍ତା ପୂର୍ତ୍ତବିଭାଗ ଅନ୍ତର୍ଭୁକ୍ତ।

ମୁଖ୍ୟତଃ ଗୋକର୍ଣ୍ଣେଶ୍ୱର ମନ୍ଦିରରୁ ଆସୁଥିବା ରାସ୍ତା ସାଉଥ୍‌କୋ ସବ୍‌ଷ୍ଟେସନ ଏବଂ ବୈକୁଣ୍ଠନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଆଣ୍ଠୁଏ ଗର୍ତ୍ତ। ସାମାନ୍ୟ ବର୍ଷା ହେଲେ ସେହି ଗର୍ତ୍ତରେ ପାଣି ଜମି ରହୁଛି। ସେଗୁଡ଼ିକ ସହଜରେ ଗାଡ଼ି ଚାଳକ ଠିକ୍‌ସେ ଅନୁମାନ କରିପାରନ୍ତି ନାହିଁ। ଖାସ୍ କରି ଦୁଇଚକିଆ ଗାଡ଼ି ସେହି ଗର୍ତ୍ତରେ ଖସି ଅନେକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଠିକ୍ ସେହିଭଳି ମହାନଗର ନିଗମର ପରିସୀମାର ସମାପ୍ତି ସ୍ଥାନରେ ଯାହାକି କୁକୁଡ଼ାଖଣ୍ଡି ବ୍ଳକ୍ ଅନ୍ତର୍ଭୁକ୍ତ ଆକାଶବାଣୀ ନିକଟ ଏସ୍‌ବିଆଇ ଏଟିଏମ୍ ସମ୍ମୁଖ ରାସ୍ତାକଥା ନ ଦେଖିବା ଲୋକ ବିଶ୍ୱାସ କରିପାରିବେ ନାହିଁ। ଏହି ରାସ୍ତା ରାଜ୍ୟର ସୀମା ଯେପରି ରୁହେ ଠିକ୍ ସେହିପରି ପୂର୍ତ୍ତବିଭାଗ ସବୁଜାଣି ସୁଦ୍ଧା ଦୀର୍ଘଦିନ ହେଲା ଅଣଦେଖା କରି ଆସୁଛି।

ତଳଦିନେ ପୂର୍ତ୍ତବିଭାଗ ଦ୍ୱାରା ସେହି ରାସ୍ତା ନିର୍ମାଣ ହୋଇଥିଲା, କିନ୍ତୁ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଏଭଳି ମଧୁଚନ୍ଦ୍ରିକାରେ ରାସ୍ତାରୁ ପିଚୁ ଉଠି ଛୋଟିଆ ଛୋଟିଆ ଗର୍ତ୍ତ ହୋଇ ସେଠାରେ ଏକ କ୍ଷୁଦ୍ର ପୋଖରୀ ସୃଷ୍ଟି ହେଲାଣି। ପ୍ରତ୍ୟେକ ଦିନ ଏହି ରାସ୍ତାଦେଇ କୁକୁଡ଼ାଖଣ୍ଡି ବିଡ଼ିଓ, ତହସିଲ୍‌ଦାର ଏବଂ ପୂର୍ତ୍ତବିଭାଗର ଉପରିସ୍ଥ ଅଧିକାରୀମାନେ ଯାତାୟତ କରୁଥିଲେ ମଧ୍ୟ ସହରର ସାବତପୁଅ ପରି ଏହି ରାସ୍ତାକୁ କିଏ ଦେଖୁନାହାନ୍ତି। ଯାହାଫଳରେ ଅନେକ ଦୁର୍ଘଟଣା ସେଠାରେ ଘଟୁଥିବା ଦେଖିବାକୁ ମିଳିଛି।

ଏହାକୁ ନେଇ ବ୍ୟାଙ୍କ କଲୋନୀ ଏବଂ ଆଖପାଖ ଅଂଚଳର ଅନେକ ବୁଦ୍ଧିଜୀବୀ ଅନେକଥର ଅଭିଯୋଗ କରି ଆସୁଥିଲେ। ତଳ ଦିନେ କିଛି ସ୍ୱେଚ୍ଛାସେବୀ ଯୁବକ ନିଜ ପକେଟ୍‌ରୁ ଖର୍ଚ୍ଚ କରି ସେହି ରାସ୍ତାରେ ମୋରମ ପକାଇ ଠିକ୍ କରିଥିଲେ। କିନ୍ତୁ ବର୍ଷାରେ ସେ ସବୁ ଧୋଇ ହୋଇଗଲା। ଏଭଳିକି ସ୍ଥାନୀୟ ବିଧାୟକ ଏବଂ ବିଜେଡ଼ିର ଜିଲ୍ଲା ସଭାପତିଙ୍କୁ ମଧ୍ୟ ଉକ୍ତ ଅଂଚଳବାସୀ ଡ଼ାକି ଦେଖାଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଫଳ ମିଳିପାରିନାହିଁ।

ସୂଚନାଥାଉକି ସୀମା ବିବାଦ ଯୋଗୁଁ ରାସ୍ତାଟିର ଏହି ଅବସ୍ଥା। କୁକୁଡ଼ାଖଣ୍ଡି ବ୍ଲକ୍ ଯାହାକି କିଛି ଅଂଚଳ ସୂର୍ଯ୍ୟ ପାତ୍ର ଏବଂ କିଛି ଅଂଚଳର ଗୋପାଳପୁର ନିର୍ବାଚନ ମଣ୍ଡଳୀ ପ୍ରଦୀପ ପାଣିଗ୍ରାହୀଙ୍କର ଅଂଚଳ ହୋଇଥିବା ଯୋଗୁଁ ଏହି ଶିତଳ ଯୁଦ୍ଧରେ ବଳି ପଡ଼ୁଛନ୍ତି ଅଂଚଳବାସୀ। କାରଣ ପୂର୍ତ୍ତବିଭାଗ-୨ ଯାହାକି ପ୍ରଦୀପ ପାଣିଗ୍ରାହୀଙ୍କ ହାତବାରିସି ସାଜିଛି। ଯାହାଫଳରେ ପୂର୍ତ୍ତବିଭାଗ ସବୁ ଜାଣି ସୁଦ୍ଧା ଉକ୍ତ ଅଂଚଳର କାର୍ଯ୍ୟ ଏବଂ ଶୈଳୀକୁ ଅତି ନିମ୍ନମାନର ହେଉଥିବା ଦେଖିବାକୁ ମିଳୁଛି। ଏହି ରାସ୍ତା କାମ ବେଳେ ଅନେକ ଅଭିଯୋଗ ଉଠିଥିଲା। କୌଣସି ପ୍ରକାର ଫଳକ ନଥାଇ ଏହି କାର୍ଯ୍ୟ ହୋଇଥିଲା। ଯାହାକି ଠିକାଦାର ଏବଂ ଯନ୍ତ୍ରୀଙ୍କ ଭାଗମାପରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଏହା ବ୍ରହ୍ମପୁର ସହରର ଏକ ମୁଖ୍ୟ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ।

ବର୍ତ୍ତମାନ ଉକ୍ତ ରାସ୍ତା ଦୁଇପଟେ ମହାନଗର ନିଗମ ପକ୍ଷରୁ ବଡ଼ବଡ଼ ନାଳମାନ କାମ ହେଉଥିବାବେଳେ ବର୍ତ୍ତମାନ କିଛିଦିନ ହେଲା ଏହି କାମ ବନ୍ଦ ରହିଛି। ଫଳରେ ବିପଦପୂର୍ଣ୍ଣ ଅବସ୍ଥାରେ ରାସ୍ତାଟି ଥିବାରୁ କେଉଁ ଦିନ ଏକ ବଡ଼ଧରଣର ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଦିନକୁ ହଜାର ହଜାର ଗାଡ଼ି, ମୋଟର ଏବଂ ଆମ୍ବୁଲାନସ ଏହି ରାସ୍ତାଦେଇ ଯାତାୟତ କରୁଛି। ମୁଖ୍ୟତଃ କୁକୁଡ଼ାଖଣ୍ଡି, ହିଂଜିଳିକାଟୁ, ପୁରୁଷୋତ୍ତମପୁର ଏହା ଏକ ମୁଖ୍ୟ ରାସ୍ତା। ଏଭଳିକି ନିମଖଣ୍ଡି, ଗୁରୁଣ୍ଠି, ଜଗଦଳପୁର, ବେଲଗାଁ ଆଦି ଅଂଚଳରୁ ସାଇକେଲ୍ ଏବଂ ମୋଟର ସାଇକେଲ୍ ଯୋଗେ ଅନେକ ଶ୍ରମିକ ତଥା ସାଧାରଣ ଜନତା ଯାତାୟତ କରନ୍ତି। ସନ୍ଧ୍ୟା ସମୟରେ ବିଭିନ୍ନ ହୋଟେଲ୍ ଏବଂ ଦୋକାନମାନଙ୍କରେ କାର୍ଯ୍ୟ କରୁଥିବା ଲୋକମାନେ ସାଇକେଲ ଯୋଗେ ନିଜ ଘରକୁ ଫେରନ୍ତି। ଯାହାଫଳରେ ଏହି ରାସ୍ତାରେ ପାଣି ଜମି ସାଇକେଲ୍ ଏବଂ ମୋଟର ସାଇକେଲ୍‌ରୁ ପଡ଼ିଯାଇ କ୍ଷତବିକ୍ଷତ ହୁଅନ୍ତି। ଏଭଳିକି ଭାରିଯାନ, କାର୍ ନାନା ଗର୍ତ୍ତରେ ପଡ଼ି ଦୁର୍ଘଟଣା ମଧ୍ୟ ଘଟୁଛି।

ଏହି ସମ୍ବନ୍ଧରେ ପୂର୍ତ୍ତ ବିଭାଗ ସହିତ ଯୋଗାଯୋଗ କରିବାରୁ ଆଲର୍ଟମେଣ୍ଟ ଆସିନାହିଁ, ଆସିଲେ କାମ ହେବ ବୋଲି ବେପାରୁଆ ମନ୍ତବ୍ୟ ଦେଇଥିଲେ। ସହରର ମୁଖ୍ୟ ରାସ୍ତା ପ୍ରତି ଏଭଳି ମନ୍ତବ୍ୟ କେତେଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି। ଏଣୁ ଜିଲ୍ଲାପାଳ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନେ ଏହାକୁ ଗୁରୁତର ଭାବରେ ନେଇ ଉକ୍ତ ରାସ୍ତାକୁ ମରାମତି କରିବା ସହ ଉନ୍ନତମାନର କାର୍ଯ୍ୟ ହେବ ସେଥିପ୍ରତି ଦୃଷ୍ଟିଦେବାକୁ ଅଂଚଳବାସୀ ଅଭିଯୋଗ କରିଛନ୍ତି। ନଚେତ୍ ଆଗାମୀ ଦିନରେ ଅଂଚଳବାସୀ ରାସ୍ତାରୋକ କରିବାର ଚେତାବନୀ ମଧ୍ୟ ଦେଇଛନ୍ତି।

ମରଣଯନ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ ଦିବସ ଉପଲକ୍ଷେ ୩ ଜଣ ଗୁରୁଜୀ ସମ୍ବର୍ଦ୍ଧିତ

September 5, 2026

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026
Latest News

ପାଠ୍ୟପୁସ୍ତକ ସୀମାରୁ ବାହାରି ପିଲାଙ୍କ ଜୀବନ ସହ ଯୋଡ଼ି ହୁଅନ୍ତୁ ଶିକ୍ଷକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 5, 2026

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ ବିସିସିଆଇ କେବେ ନିଷ୍ପତ୍ତି ନେବ?: ଏହି ଦିନ ହେବ ସ୍ପଷ୍ଟ

September 5, 2026

ଲାଗୁ ହେବ ନାହିଁ କି ୧୦୦ ପ୍ରତିଶତ ଶୁଳ୍କ?: ତେଲ କ୍ରୟ ଉପରେ ଭାରତକୁ ମିଳିପାରେ ରିହାତି

September 5, 2026

ଗୁରୁ ଦିବସ: ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

September 5, 2026

ମସଜିଦ ଉପରେ ଚାଲିଲା ବୁଲଡୋଜର: ଯୋଗୀ ସରକାରଙ୍କୁ ଏଭଳି ପରାମର୍ଶ ଦେଲେ ମାୟାବତୀ

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.