ଆଜି ରାଜ୍ୟରୁ ସୁସ୍ଥ ହେଲେ ୨ ହଜାର ୫୧୦ଜଣ କରୋନା ଆକ୍ରାନ୍ତ

Published: Aug 27, 2020, 7:58 pm IST

ଭୁବନେଶ୍ବର : ଆଜି ରାଜ୍ୟରୁ ୨ ହଜାର ୫୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୩୫ ଜଣ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୨୭୭, କଟକରୁ ୨୨୫, ପୁରୀରୁ ୨୧୮, କୋରାପୁଟରୁ ୧୮୨, ଯାଜପୁରରୁ ୧୩୫, ମୟୂରଭଞ୍ଜରୁ ୧୧୯, ବାଲେଶ୍ବରରୁ ୧୦୧, ଗଜପତିରୁ ୮୯, ମାଲକାନଗିରିରୁ ୭୫, ସୁନ୍ଦରଗଡରୁ ୭୨, ସମ୍ବଲପୁରରୁ ୬୪, ବଲାଙ୍ଗିରିରୁ ୫୧, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୪୭, ଭଦ୍ରକରୁ ୪୩, ଝାରସୁଗୁଡାରୁ ୪୨, ସୋନପୁରରୁ ୩୮, ବରଗଡରୁ ୩୬, ନୟାଗଡରୁ ୩୩, ବୌଦ୍ଧରୁ ୩୧, ଢେଙ୍କାନାଳରୁ ୩୦, କେନ୍ଦୁଝରରୁ ୩୦, କେନ୍ଦ୍ରାପଡାରୁ ୨୫, ରାୟଗଡାରୁ ୨୫, ଜଗତସିଂହପୁରରୁ ୧୭, ନବରଙ୍ଗପୁରରୁ ୧୧, ଅନୁଗୁଳରୁ ୫, ଦେବଗଡରୁ  ଏବଂ ନୂଆପଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସର୍ବମୋଟ ସୁସ୍ଥଙ୍କ ସଂଖ୍ୟା ୬୫ ହଜାର ୩୨୩ରେ ପହଞ୍ଚିଛି। ତେବେ ଓଡିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୮୬ ରହିଥିବା ବେଳେ ୨୫, ୧୬୨ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ମୋଟ ୪୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts