ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ପୁଣି ଥରେ ଟ୍ରାଫିକ୍ ନିୟମକୁ କଡାକଡି କରାଯାଇଛି । ଉତ୍ତରପ୍ରଦେଶରେ ଗାଡି ଚଲାଇବା ସମୟରେ ମୋବାଇଲ୍ରେ କଥା ହେବା ବେଶ୍ ମହଙ୍ଗା ପଡିବ । ଯଦି ଆପଣ ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡି ଚଳାଉଥିବା ସମୟରେ ମୋବାଇଲ୍ ଫୋନ୍ରେ କଥା ହେଉଛନ୍ତି ତେବେ ଆପଣଙ୍କୁ ପ୍ରଥମ ଥର ପାଇଁ 1ହଜାର ଟଙ୍କା, ଦ୍ବିତୀୟ ଥର ପାଇଁ 10 ହଜାର ଟଙ୍କାର ଜରିମାନା ଲାଗିବ । ଉତ୍ତରପ୍ରଦେଶରେ ମୋଟର ଯାନ ସମ୍ପର୍କିତ ନିୟମାବଳୀ ଜାରି କରାଯାଇଛି । ନିୟମମୁତାବକ ବିନା ହେଲମେଟ୍ରେ ଗାଡି ଚାଳନା ପାଇଁ 1000ଟଙ୍କା ଜରିମାନା ପଡିବ । ସେହିପରି ପ୍ରଥମ ଥର ପାଇଁ ପାର୍କିଂ ଉଲ୍ଲଂଘନ ଅଭିଯୋଗରେ 500ଟଙ୍କା ଓ ଦ୍ବିତୀୟ ଥର ପାଇଁ 1500ଟଙ୍କାର ଜରିମାନା ପଡିବ । ଏହା ସହିତ ସିଟ୍ ବେଲ୍ଟ ପାଇଁ ଏକ ହଜାର ଓ ବିନା ଲାଇସେନ୍ସ ବା 14 ବର୍ଷର କମ୍ ଶିଶୁଙ୍କ…
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ଆଜି 1499 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 914ଜଣ ଚିହ୍ନଟ ହୋଇଥିବାବେଳେ 585ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 31ହଜାର 877କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 11ହଜାର 918ଜଣ । ସେହିପରି ସୁସ୍ଥ ହୋଇଛନ୍ତି 19ହଜାର745ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 169ଜଣ । ସେହିପରି 36 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
କଟକ : ଏସ୍ସିବି କାଜୁଆଲଟିରେ କରୋନା ଆକ୍ରାନ୍ତ ହନ୍ତସନ୍ତ ହେଉଥିବାର ଅଭିଯୋଗ ହୋଇଛି। ଏସ୍ସିବି କାଜୁଆଲିଟିରେ ୧୨ ଘଣ୍ଟା ଧରି ବିଷ ପିଇଥିବା ରୋଗୀ ପଡିଥିବାର ଅଭିଯୋଗ ହୋଇଛି। କାଲି ବାଲେଶ୍ବରରୁ ଆସି ରାତି ୯ଟାରେ କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ। ବିଷ ପିଇଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବାରୁ ହନ୍ତସନ୍ତ ହୋଇଛନ୍ତି। ୧୨ ଘଣ୍ଟା ବିତିଥିଲେ ବି ସମ୍ପୃକ୍ତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରାଯାଉନଥିବାର ଅଭିଯୋଗ ହୋଇଛି। ରୋଗୀ ଜଣକ ହନ୍ତସନ୍ତ ହେଉଥିବାର ତାଙ୍କ ପରିବାର ଏକ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି। ତେବେ ଏନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂ ଖ୍ୟା 16 ଲକ୍ଷ 38 ହଜାର 871ରେ ପହଞ୍ଚିଛି। 24 ଘଣ୍ଟାରେ ସର୍ବାଧିକ 55 ହଜାର 079 ଆକ୍ରାନ୍ତ ହୋଇଥିବା ସ୍ଥଳେ779 ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ପରିବାର ବିଭାଗ ସୂଚନା ଦେଇଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା 35 ହଜାର 747କୁ ବୃଦ୍ଧି ହୋଇଛି। ସେହିପରି ଏବେ ସୁଦ୍ଧା ଦେଶରେ 5 ଲକ୍ଷ 45 ହଜାର 318 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 10 ଲକ୍ଷ 57 ହଜାର 805 ଜଣ। ମହାରାଷ୍ଟ୍ରରେ ସର୍ବାଧିକ 14 ହଜାର 729 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 3 ହଜାର 936, ତାମିଲନାଡୁରେ 3 ହଜାର 838, ଗୁଜୁରାଟରେ 2 ହଜାର 418ଜଣଙ୍କର ମୃତ୍ୟୁ ହୋଇଛି।
Kolkata : Women busy shopping ahead of Raksha Bandhan celebrations, in Kolkata on July 30, 2020. (Photo: IANS)
Kolkata : Women busy shopping ahead of Raksha Bandhan celebrations, in Kolkata on July 30, 2020. (Photo: IANS)
କେଦାର ମିଶ୍ର କେନ୍ଦ୍ର ସରକାର ଜାତୀୟ ଲକ ଡାଉନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ଅବ୍ଯାହତ ରଖିଥିବା ବେଳେ ଓଡିଶା ସରକାର ଲକ ଡାଉନକୁ କରୋନା ସଂକ୍ରମଣ ରୋକିବାର ସହଜ ବାଟ ବୋଲି ଧରି ନେଇଛନ୍ତି। ଗତ ଜୁନ ଓ ଜୁଲାଇ ମାସରେ ଜାତୀୟ ସ୍ତରର ଲକ ଡାଉନ ପ୍ରତ୍ୟାହୃତ ହୋଇ ଅର୍ଥନୈତିକ ଗତିବିଧି ବାଧା ଯାଇଛି। ମାର୍ଚ୍ଚ-ମଇ ରେ ହୋଇଥିବା ସଂପୂର୍ଣ୍ଣ ଲକ ଡାଉନ ଯୋଗୁଁ ଅର୍ଥନୀତିର ଯେଉଁ କ୍ଷତ ସୃଷ୍ଟି ହୋଇଥିଲା ତାହା ଆଜି ବି ଭରଣା ହୋଇନାହିଁ। ତେଣୁ ସଂକ୍ରମଣ ଓ ଅର୍ଥନୈତିକ ଗତିବିଧି ମଧ୍ୟରେ ତାଳମେଳ ରଖି ଆସ୍ତେ ଆସ୍ତେ ଲକ ଡାଉନ ପ୍ରତ୍ୟାହୃତ ହେଉଛି। ଓଡିଶା ସରକାର କିନ୍ତୁ ଗତ ଦୁଇମାସ ଧରି ଓଡିଶାରେ ଲକ ଡାଉନ ପ୍ରତ୍ୟାହାର କରିନାହାନ୍ତି। ବରଂ ଜୁନ ଓ ଜୁଲାଇ ମାସରେ ଲକ ଡାଉନକୁ ଅଧିକ କଡାକଡି କରିଛନ୍ତି। ସ୍ଥାନୀୟ ସ୍ତରରେ “କଣ୍ଟେନମେଣ୍ଟ” ଜୋନ କୁ ନିର୍ଦ୍ଦିଷ୍ଟ ସଂକ୍ରମିତ ଅଞ୍ଚଳରେ…
ଆଫଗାନିସ୍ତାନ : ଆଫଗାନିସ୍ତାନର ଲୋଗର୍ ପ୍ରାନ୍ତରେ ଏକ ବମ୍ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ 8ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 30 ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଲୋଗାର ପ୍ରାପ୍ତର ରାଜଧାନୀ ଫୁଲ୍-ଏ ଆଲମ୍ ସହରର ଆଜାଦୀ ଚୌକିଠାରେ ଏହି ବିସ୍ଫୋରଣ ହୋଇଛି । କାର୍ ବମ୍ ବିସ୍ଫୋରଣରେ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 30ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତଙ୍କ ସେଣ୍ଟ୍ରାଲ୍ ହସ୍ପିଟାଲ ଓ ନାଏବ ଅମିନ୍ଉଲ୍ଲା ଖାନ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ସୂଚନାଯୋଗ୍ୟ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଆଫଗାନିସ୍ତାନରେ ଏବେ ପ୍ରାୟ 6ରୁ ସାଢ 6 ହଜାର ପାକିସ୍ତାନୀ ଆତଙ୍କବାଦୀ ରହିଛନ୍ତି । (ଏଜେନ୍ସି)
କେନ୍ଦ୍ରାପଡା : ନିଆଁରେ ପୋଡି ହୋଇ ଗୋଟିଏ ପରିବାରର 5 ଜଣ ଗୁରୁତର ହୋଇଛନ୍ତି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଘର ଲୋକେ ଶୋଇଥିବାବେଳେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ କାଣ୍ଡ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଘଟିଛି । ଏହି ଅଗ୍ନିକାଣ୍ଡରେ ଘରେ ଶୋଇଥିବା 20 ଦିନର ଶିଶୁ ସହ ପରିବାରର 5 ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଦୁମୁକା ପଞ୍ଚାୟତ ଗିରଙ୍ଗ ଗ୍ରାମରେ ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଘରର ଉଭୟ ପଟରେ ତାଲା ପଡିଥିବାବେଳେ ଘର ଜଳି ଯାଇଛି । ପୂର୍ବ ଶତ୍ରୁତାରୁ କେହି ନିଆଁ ଲଗାଇଥିବାର ଅଭିଯୋଗ ହୋଇଛି । ଘରେ 8 ଜଣ ସଦସ୍ୟ ଥିବାବେଳେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସ୍କାଏ ଲାଇଟ୍ ଭାଙ୍ଗି ଗ୍ରାମବାସୀମାନେ ଉକ୍ତ ପରିବାରକୁ ଉଦ୍ଧାର କରିଥିବାର ସୂଚନା ରହିଛି ।
ଭଦ୍ରକ : ବିରିୟାନି ଖାଇବାକୁ କେନ୍ଦ୍ର କରି ମାରପିଟ୍ ହୋଇଛି । ଉଭୟ ପକ୍ଷରୁ 8 ଆହତ ହୋଇଥିବା ବେଳେ 5ଟି ବାଇକ ଭାଙ୍ଗିଛି । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଜଗନ୍ନାଥସାହି ଗ୍ରାମରେ ଏମିତି ଘଟଣା ଘଟିଛି । ଗାଁରେ ଠେଲାଗାଡି ଲଗାଇ ବିରିୟାନି ବିକ୍ରି ବେଳେ ଗଣ୍ଡଗୋଳ ହୋଇଛି । ବିରିୟାନୀ ବାସି ହୋଇଥିବା ନେଇ କିଛି ବ୍ୟକ୍ତି ଅଭିଯୋଗ କରିଥିଲେ । ଗାଁର କିଛି ଯୁବକ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହିଗଣ୍ଡଗୋଳରେ 8 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଗଣ୍ଡଗୋଳରେ ଗୋଟିଏ ଘର ସହ 5ଟି ବାଇକ୍ ଭାଙ୍ଗିଯାଇଥିବାର ସୂଚନା ରହିଛି । ଘଟଣାସ୍ଥଳରେ ଧୁଷୁରୀ ଥାନା ପୋଲିସ୍ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ଖୋଜୁଛି ।
ହାଇଦ୍ରାବାଦ, ଗୋଦାବରୀ ଓ କ୍ରିଷ୍ଣା ନଦୀର ଗୋଟିଏ ବି ବିନ୍ଦୁ ଜଳ ତେଲାଙ୍ଗାନା ହରାଇବାକୁ ଚାହେଁ ନାହିଁ। ଯେତେ ଯାହା କରିବାକୁ ହେଉ ପଛେ ତେଲାଙ୍ଗାନା ସରକାର କରିବାକୁ ପ୍ରସ୍ତୁତ। ଏ କଥା କହିଛନ୍ତି ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଗତକାଲି ରାଜ୍ୟ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ବୈଠକ କରାଯାଇ ଏହି ନିଷ୍ପତି ନିଆଯାଇଛି। ଏ ନେଇ ତେଲାଙ୍ଗାନାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ଜଳ ସଂପଦ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛନ୍ତି। ତୁରନ୍ତ କେନ୍ଦ୍ର ଉଚ୍ଚସ୍ତରୀୟ ବୈଠକ କରି ଏହା ନିଷ୍ପତି କରୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଆନ୍ଧ୍ର ପ୍ରଦେଶ ଦୁଇଭାଗ ହେବା ପରେ ବର୍ତ୍ତମାନ ଏହି ଦୁଇ ରାଜ୍ୟ ମଧ୍ୟରେ ନଦୀ ଜଳ ନେଇ ବିବାଦ ଲାଗି ରହିଛି। ଆନ୍ଧ୍ର ପ୍ରଦେଶ ନଦୀ ଜଳ ଉପରେ ଆଧିପତ୍ୟ ବିସ୍ତାର କରୁଛି ବୋଲି ପୂର୍ବରୁ ତେଲାଙ୍ଗାନା କହିଆସୁଛି। ବର୍ତ୍ତମାନ ଏହାର ସମାଧାନ ନ ହେଲେ…
ଭୁବନେଶ୍ବର, କେନ୍ଦ୍ର ସରକାର ଅନଲକ 3.0 ଘୋଷଣା କରିବା ପରେ ବର୍ତ୍ତମାନ ରାଜ୍ୟ ସରକାର କଣ କରିବେ ସେ ନେଇ ସମସ୍ତଙ୍କର ଅପେକ୍ଷା। କେନ୍ଦ୍ର କରିଥିବା ଘୋଷଣା ଅନୁସାରେ ରାଜ୍ୟରେ ଜିମ, ଯୋଗ କେନ୍ଦ୍ରଗୁଡିକ ଖୋଲିବ। ହେଲେ ଓଡିଶାରେ ଯେପରି ପରିସ୍ଥିତି ରହିଛି ସେଥିରେ ଏସବୁ ଖୋଲିବ କି ନାହିଁ ସନ୍ଦେହ। ସେହିପରି କେନ୍ଦ୍ର ରାତ୍ରୀକାଳିନ କର୍ଫୁ ଉଠାଇ ଦେଇଛନ୍ତି। ହେଲେ ତାହା ରାଜ୍ୟ ସରକାର ଲାଗୁ କରିବେ କି ନାହିଁ ଜଣାପଡି ନାହିଁ। ଅନଲକ 3.0 ଆସନ୍ତାକାଲିଠାରୁ ଲାଗୁ ହେଉଥିବାରୁ ରାଜ୍ୟ ସରକାର ଆଜି ତାଙ୍କର ଗାଇଡ ଲାଇନ ପ୍ରକାଶ କରିବେ ବୋଲି ଜଣାପଡିଛି।
ରମେଶ ମହାନ୍ତି ଜଗତସିଂହପୁର: ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେଅନୁଷ୍ଠିତ ଏକ ବୈଠକରେ ଯୋଗଦେଇ ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏବଂ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଜିଲ୍ଲାରେ କରୋନା ସ୍ଥିତି,ପ୍ଲାଜମା ଥେରାପି ପାଇଁ ପ୍ଲାଜମା ଦାନର ଆବଶ୍ୟକତା ଓ କୋଭିଡ୍ କେୟାର ସେଣର ସମ୍ପର୍କରେ ସମୀକ୍ଷା କରିଛନ୍ତି । କୋଭିଡ୍-୧୯ ଚିକିତ୍ସାରେ ପ୍ଲାଜମା ଥେରାପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗୁରୁତର କୋଭିଡ୍ ରୋଗୀ ଏହି ଚିକିତ୍ସା ଫଳରେ ଶୀଘ୍ର ଆରୋଗ୍ୟ ଲାଭ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କର ପ୍ଲାଜମା ଦାନ କରିବା ପାଇଁ ଉତ୍ସାହିତ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ପ୍ଲାଜମା ଦାନ ପାଇଁ ଇଛୁକ ଏବଂ କରୋନାରୁ ଆରୋଗ୍ୟ ଲାଭ କରିଥିବା…
ବରଗଡ : ଅଗଷ୍ଟ 1 ତାରିଖରୁ ଅଗଷ୍ଟ ତିନି ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ସଟ୍ଡାଉନ ରହିବ । ଏନେଇ ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ । କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ସୂଚନାଯୋଗ୍ୟ, ଆଜି ବରଗଡ ଜିଲ୍ଲାରୁ 12 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ସର୍ବମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 402କୁ ବୃଦ୍ଧି ହୋଇଛି । ସେହିପରି ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 334 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ 67ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ରାୟଗଡା : କରୋନା ପାଇଁ ମଣିଷ ନିଜର ମାନବିକତାକୁ ଭୁଲିଯାଇଛି । ଏପରିକି ତା’ ଭିତରେ ଦୟା, ଉଦାରତା ପରି ଭାବନାଗୁଡିକ ମଧ୍ୟ ଉଭେଇ ଗଲାଣି । କରୋନା ଏବେ ଆମକୁ ଅସଭ୍ୟ ଓ ଅଶିକ୍ଷିତ କରି ସାରିଲାଣି । କରୋନାକୁ ଭୟ କରିବା ସହିତ ଆମେ ଲୋକଙ୍କୁ ଘୃଣା କରିବା ଆରମ୍ଭ କଲେଣି । କରୋନା ଯୋଗୁଁ ଆମ ସଭ୍ୟ ଶିକ୍ଷିତ ସମାଜ ନିମ୍ନଗାମୀ ହୋଇପଡିଛି । କରୋନା ଯୋଗୁଁ ଆମ ଭିତରେ ସୃଷ୍ଟି ହୋଇଥିବା ଅମାନବିକତା ଆମକୁ ଦିନକୁ ଦିନ ତଳକୁ ନେଉଥିବାବେଳେ ଆମେ ଏହାକୁ ଅଣଦେଖା କରି ଚାଲିଛୁ । କରୋନା ପରିସ୍ଥିତିରେ ଏକ ଅମାନବୀୟ ଘଟଣା ରାୟଗଡା ଜିଲ୍ଲାରୁ ନଜରକୁ ଆସିଛି । ରୋଗଙ୍କୁ ଘୃଣା କରିବା ଦରକାର, ରୋଗୀକୁ ନୁହେଁ । ଏଠି କିନ୍ତୁ ପରିସ୍ଥିତି ଓଲଟା ହେଉଛି । ରୋଗୀ, କି ରୋଗ ନୁହେଁ ବରଂ ପ୍ରଭାବିତ ଅଞ୍ଚଳକୁ ଯାଇଥିବା ନିଜର ଲୋକଙ୍କୁ…
ଢେଙ୍କାନାଳ : ଢେଙ୍କାନାଳରେ ଅସଦାଚରଣର ଶିକାର ହୋଇ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାପୁର ଫାଣ୍ଡି ଏଏସ୍ଆଇ ପଦ୍ମନାଭ ସାହୁଙ୍କୁ ନିଲମ୍ବିତ କରାଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏନେଇ ସୂଚନା ଦେଇଛନ୍ତି । ପୋଲିସର ନିଷ୍କ୍ରିୟତା ଯୋଗୁଁ ଢେଙ୍କାନାଳ ଭାପୁର ଅଞ୍ଚଳରେ ଜଣେ ନାବାଳିକା ଆତ୍ମହତ୍ୟା କରିଥିବାର ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନାଯୋଗ୍ୟ, ଗତ 6 ତାରିଖରେ ଜଣେ ଯୁବକ ପାଣି ପିଇବା ବାହାନାରେ ଘରେ ଏକୁଟିଆ ଥିବା ନାବାଳିକାଙ୍କୁ ଅସଦାଚରଣ କରିଥିଲେ ବୋଲି ମୃତ ନାବାଳିକାଙ୍କ ପରିବାର ଅଭିଯୋଗ କରିଥିଲେ । ଏନେଇ ପରିବାର ପକ୍ଷରୁ ଫାଣ୍ଡିରେ ଏତଲା ମଧ୍ୟ ଦିଆଯାଇଥିଲା । ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଅପରପକ୍ଷରେ ମାନସିକ ଅଶାନ୍ତି ଯୋଗୁଁ ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିଲା…
ମହାରାଷ୍ଟ୍ର : ମହରାଷ୍ଟ୍ରର ଅମରାବତୀ ଅଞ୍ଚଳରୁ ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଲ୍ୟାବ୍ ଟେକ୍ନସିଆନ୍ କରୋନା ଟେଷ୍ଟ ପାଇଁ ଯୁବତୀଙ୍କ ପ୍ରାଇଭେଟ୍ ପାର୍ଟ (ଗୁପ୍ତାଙ୍ଗ)ରୁ ସାମ୍ପଲ୍ ଟେଷ୍ଟ ନେଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଯୁବତୀ ଏହି ଘଟଣାକୁ ନେଇ ପୋଲିସ୍ରେ ଅଭିଯୋଗ କରିଛନ୍ତି । ପୋଲିସ୍ ତରଫରୁ ଦୁଷ୍କର୍ମ ମାମଲା ଅଭିଯୋଗ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଜଣକ କୋଭିଡ୍ ଟ୍ରମା ସେଣ୍ଟରରେ ଲ୍ୟାବ୍ ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ଏକ ସର୍ଭିସ୍ ସେଣ୍ଟରରେ କାର୍ଯ୍ୟ କରୁଥିଲେ । ଏକ କୋଭିଡ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ଷ୍ଟାରର ସମସ୍ତ 28 ଜଣ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ଏକ ସରକାରୀ ଲ୍ୟାବରେ ଏହି କରୋନା ଟେଷ୍ଟ କରାଯାଇଥିଲା । ସ୍ବାବ୍…
ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ରିଲାଏନ୍ସ ଜିଓର ନିଟ୍ ଲାଭରେ ୧୮୩ ପ୍ରତିଶତ ବୃଦ୍ଧି ଘଟି ଏହା ୨୫୨୦ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଆର୍ଥିକ ବର୍ଷର ଏହି ସମାନ ତ୍ରୟମାସରେ ଜିଓର ନିଟ୍ ଲାଭ ୮୯୧ କୋଟି ଟଙ୍କା ରହିଥିଲା । କମ୍ପାନୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ପାଇଁ ଘୋଷଣା କରାଯାଇଥିବା ଆର୍ଥିକ ଫଳାଫଳ ଅନୁଯାୟୀ ଏପ୍ରିଲ୍ ରୁ ଜୁନ୍ ତ୍ରୟମାସରେ ଜିଓର ପରିଚାଳନାଗତ ରାଜସ୍ୱ ଗତ ବର୍ଷ ତୁଳନାରେ ୩୩.୭ ପ୍ରତିଶତ ବୃଦ୍ଧି ପାଇ ୧୬୫୫୭ କୋଟି ଟଙ୍କା ହୋଇଛି । ୨୦୨୦ ଜୁନ୍ ୩୦ ସୁଦ୍ଧା କମ୍ପାନୀର ମୋଟ ଗ୍ରାହକ ସଂଖ୍ୟା ୩୯.୮୩ କୋଟିରେ ପହଞ୍ଚିଥିବାବେଳେ ଗ୍ରାହକ ପ୍ରତି ରାଜସ୍ୱ (ଆର୍ପୁ) ବୃୃଦ୍ଧି ପାଇ ମାସକୁ ୧୪୦.୩ ଟଙ୍କାରେ ପହଞ୍ଚିଛି । ଏହି ତ୍ରୟମାସରେ କମ୍ପାନୀ…
ଚେନ୍ନାଇ : କରୋନା ସଂକ୍ରମଣକୁ ଦେଖି ତାମିଲନାଡୁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲକ୍ଡାଉନ୍ର ଅବଧିକୁ ଅଗଷ୍ଟ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏହି ଲକ୍ଡାଉନର କିଛିଟା କୋହଳ କରାଯାଇଛି । ପୂର୍ବରୁ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଖୋଲିବା ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ 75 ପ୍ରତିଶତ କର୍ମଚାରୀରେ ଅଫିସ୍ ଖୋଲାଯିବ ବୋଲି ସୂଚନା ରହିଛି । ତେବେ କଣ୍ଟେନମେଣ୍ଟ ଜୋନ୍ରେ କଟକଣା ପୂର୍ବବତ୍ ରହିବ ବୋଲି ସୂଚନା ଦିଆଯାଇଛି । ସେହିପରି ନୂତନ ଗାଇଡଲାଇନ ଅନୁଯାୟୀ ଅଗଷ୍ଟ 1 ତାରିଖରୁ ବିନା ଏସି ଥିବା ହୋଟେଲରେ 50 ପ୍ରତିଶତ ଲୋକଙ୍କ ପ୍ରବେଶକୁ ଅନୁମତି ଦିଆଯାଇଛି । ତେବେ ଏଠାରେ ସାମାଜିକ ଦୂରତ୍ବକୁ କଡାକଡି ପାଳନ କରାଯିବ । ସକାଳ 6ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ହୋଟେଲ୍ ଖାଦ୍ୟ ଖାଇବା ପାଇଁ ଅନୁମତି ମିଳିଥିବାବେଳେ ପାର୍ସଲ ସୁବିଧା ରାତ୍ରି 9ଟା ପର୍ଯ୍ୟନ୍ତ…
ଭୁବନେଶ୍ବର : ଆସନ୍ତାକାଲିଠାରୁ ଭୁବନେଶ୍ବରର ୟୁନିଟ୍ -4 ମାର୍କେଟ୍ । ଏଥିପାଇଁ ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ୍ (ବିଏମ୍ସି) ଅନୁମତି ପ୍ରଦାନ କରିଛି । ମାଛ ମାର୍କେଟ୍ରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗତ 16 ତାରିଖରେ ୟୁନିଟ -4 ମାର୍କେଟ୍ ବନ୍ଦ ରହିଥିଲା । ଏହା ପରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁଁ ମାର୍କେଟ ବନ୍ଦ ରହିଥିଲା । ତେବେ ମାର୍କେଟ୍ ଖୋଲାଯିବା ପରେ ବ୍ୟବସାୟୀଙ୍କୁ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ବିଏମ୍ସି ନିର୍ଦ୍ଦେଶ ଦେଇଛି । ଏନେଇ ବ୍ୟବସାୟୀ ସଂଘ ଅଣ୍ଡରଟେକିଂ ଦେଇଛନ୍ତି । ସୂଚନାଯୋଗ୍ୟ ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଆଜି ଭୁବନେଶ୍ବରରୁ 104 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ସୋନିଆ ଗାନ୍ଧି ଭର୍ତ୍ତି ହୋଇଛନ୍ତି । ତେବେ ସେ ରୁଟିନ୍ ଚେକ୍ଅପ୍ ପାଇଁ ହସ୍ପିଟାଲ ଯାଇଥିବାର ସୂଚନା ରହିଛି । ସାର ଗଙ୍ଗାରାମ ହସ୍ପିଟାଲର ଚେୟାରମ୍ୟାନ୍ ଡାକ୍ତର ଡିଏସ୍ ରାନା କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ସନ୍ଧ୍ୟା 7ଟାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ତାଙ୍କର ରୁଟିନ୍ ଚେକଅପ୍ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଚେକଅପ୍ କରାଯିବ । ତେବେ ତାଙ୍କର ଅବସ୍ଥା ସ୍ଥିର ରହିଛି ବୋଲି ସୂଚନା ରହିଛି ।

