ଭୁବନେଶ୍ୱର: ସାଂପ୍ରତିକ ପରିସ୍ଥିତିରେ ଘରେ ରହି କାର୍ଯ୍ୟ ସଂପାଦନ କରିବା ଏବଂ ଅନଲାଇନ୍ କ୍ଲାସ୍ କରିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରକାର ନିୟମ ହୋଇପଡ଼ିଛିି । ଏଭଳି ସ୍ଥିତିରେ ଲୋକଙ୍କୁ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଉପଲବ୍ଧ କରାଇବା ପାଇଁ ରିଲାଏନ୍ସ ଜିଓ ଓଡିଶାର ୧୨ରୁ ଅଧିକ ପ୍ରମୁଖ ସହରକୁ ଏହାର ହାଇସ୍ପିଡ୍ ଜିଓ ଫାଇବର ବ୍ରଡବ୍ୟାଣ୍ଡ ସେବାକୁ ସଂପ୍ରସାରିତ କରିଛି । ଉପଭୋକ୍ତାମାନଙ୍କୁ ସଂକଟ ସମୟରେ ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ ସହିତ ସଂଯୁକ୍ତ ରଖିବା ପାଇଁ ଏହାର ପ୍ରତିବଦ୍ଧତା ସ୍ୱରୂପ ଜିଓ ଫାଇବର ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ସେବା, ପରିବର୍ଦ୍ଧିତ ନେଟୱର୍କ କଭରେଜ୍ ଏବଂ ପ୍ରମୁଖ ସହରର ମୁଖ୍ୟ ଅଂଚଳଗୁଡିକରେ ସେବା ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି । ପୂର୍ବରୁ ଜିଓ ଫାଇବର ସେବା ଉପଲବ୍ଧ ହୋଇଥିବା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଏବଂ ବଲାଙ୍ଗିର ଆଦି ସହରଗୁଡିକରେ ଏବେ ଏହା ଅଧିକ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି । ବିଗତ…
Author: Samikhsya Bureau
ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା କଂପାନୀର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା କୋଭିଡ୍-19 ଟିକା କୋଭିସିଲ୍ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁଣେ ସ୍ଥିତ ଭାରତୀୟ ସେରମ୍ ପ୍ରତିଷ୍ଠାନରେ କରିବା ପାଇଁ ଭେଷଜ ନିୟନ୍ତ୍ରଣ ମହାନିର୍ଦେଶକ (ଡିସିଜିଆଇ) ଅନୁମତି ପ୍ରଦାନ କରିଛନ୍ତି। ଅପରପକ୍ଷରେ ଆକ୍ରାନ୍ତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା କମିବା (ସିଏଫ୍ଆର) ଏବଂ ଅଧିକ ସୁସ୍ଥ ହେବା ଘଟଣାରେ ଭାରତ ସମଗ୍ର ବିଶ୍ୱରେ ତାହାର ସଫଳତା ବଜାୟ ରଖିଛି। ଏବେ ଭାରତରେ କୋଭିଡ୍ ରୋଗୀଙ୍କ ମୃତ୍ୟୁସଂଖ୍ୟା ଆକ୍ରାନ୍ତଙ୍କ ଅନୁପାତରେ ସର୍ବନିମ୍ନ ସ୍ତରରେ ରହିଛି। ଆଜିର ସର୍ବଶେଷ ତଥ୍ୟ ଅନୁସାରେ ଏହି ମୃତ୍ୟୁହାର ବା ସିଏଫ୍ଆର ଆହୁରି ହ୍ରାସ ପାଇ 2.11 ଶତାଂଶରେ ପହଞ୍ଚିଛି। ଭାରତ ସରକାର କୋଭିଡ୍ ପରିଚାଳନା ପାଇଁ ଯେଉଁ ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ପ୍ରଣୟନ କରିଛନ୍ତି ଏହି ଉପଲବ୍ଧି ତାହାର ସଫଳ କାର୍ଯ୍ୟକାରିତାର ପରିଣତି। ଦେଶରେ ଏବେ କୋଭିଡ୍ ପରିଚାଳନା ପାଇଁ ଯେଉଁ ରଣନୀତି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ଶକ୍ତିନଗର ତୃତୀୟ ଗଳିରେ ଗତକାଲି ରାତ୍ରରେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା । ଯାହାକି ଏତେ ଚରମ ସୀମାରେ ପହଞ୍ଚି ଯାଇଥିଲା ଯେ, ବାଧ୍ୟ ହୋଇ ଶେଷରେ ସ୍ୱାମୀ ଲୋକନାଥ ପାତ୍ର (୩୫) କୌଣସି ବିଷ ଖାଇ ଆତ୍ମହତ୍ୟା କରିଥିଲେ । ସେ ବିଷ ଖାଇଲା ପରେ ଅତିମାତ୍ରାରେ ଗୁରୁତର ହେବା ପରେ ତାଙ୍କୁ ସ୍ଥାନୀୟ ଏମ୍କେସିଜି ମେଡ଼ିକାଲ୍କୁ ନିଆଯାଇଥିଲା । କିନ୍ତୁ ସେଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି । ସୂଚନାଥାଉକି ସେ ଦୀର୍ଘଦିନ ହେଲା ବାହା ହୋଇଥିଲେ ସୁଦ୍ଧା ତାଙ୍କର କୌଣସି ପିଲାଛୁଆ ନଥିଲେ । କେଉଁ କାରଣରୁ ସ୍ୱାମୀ ଲୋକନାଥ ପାତ୍ର ଆତ୍ମହତ୍ୟା କଲେ ତାହା ସଂଦେହ ଘେରରେ । ସୂଚନାଯୋଗ୍ୟ ସେ ଜଣେ ସରକାରୀ କର୍ମଚାରୀ । ସେ କୃଷି ବିଭାଗରେ କାମ କରୁôଥିଲେ । ଏନେଇ ସଦରଥାନାରେ ୨୩/୨୦ ଏକ…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଳକରୁ ୮ଜଣ, ବିରିଡ଼ି ବ୍ଲକରୁ ୪ଜଣ, ବାଲିକୁଦା ବ୍ଲକରୁ ୪ଜଣ, ଜଗତସିଂହପୁରରୁ ୫ଜଣ ଓ ରଘୁନାଥପୁର ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ହୋଇଥିବା ୮ଜଣ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ସାଉଦିଆରବ, ତାମିଲନାଡୁ, ତେଲେଙ୍ଗାନା, ୱେଷ୍ଟବେଙ୍ଗଲ ଓ ଦୁବାଇ ଫେରନ୍ତା ପ୍ରବାସୀ ହୋଇଥିବା ବେଳେ ସେମାନେ ସମସ୍ତେ କ୍ଲଷ୍ଟର ଲେବଲ୍ ଟି.ଏମ୍.ସି ରେ ଥିଲେ। ବିରିଡ଼ି ବ୍ଲକରୁ ଚିହ୍ନଟ ହୋଇଥିବା ୪ଜଣ ଆଠଗଡ ଫେରନ୍ତା ପ୍ରବାସୀ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ଚିହ୍ନଟ ହୋଇଥିବା ୪ଜଣଙ୍କ ମଧ୍ୟରୁ ଜଣେ କ୍ଲଷ୍ଟର ଲେବଲ୍ ଟିଏମସି ରେ ଥିବା ବେଳେ ଅନ୍ୟ ୩ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିଲେ। ଜିଲ୍ଲାରୁ ସମୁଦାୟ ୭୬୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୭ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ୧୬୨ଜଣ ଆକ୍ରାନ୍ତ ବର୍ତ୍ତମାନ ଆକ୍ଟିଭ…
ଭୁବନେଶ୍ବର: ଆଜି ରାଜ୍ୟରେ ମୋଟ ୧୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନା ରୁ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ସର୍ବାଧିକ ୩୫୪ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ଖୋର୍ଦ୍ଧାରୁ ୯୭, ଗଜପତିରୁ ୮୩, ଯାଜପୁରରୁ ୭୦, କେନ୍ଦୁଝରରୁ ୫୭, କଟକରୁ ୫୦, ବୌଦ୍ଧରୁ ୪୦, ନୟାଗଡରୁ ୩୭,ରାୟଗଡାରୁ ୩୫, ପୁରୀରୁ ୩୧, ବାଲେଶ୍ବରରୁ ୩୦, ମୟୂରଭଞ୍ଜରୁ ୨୯, ଭଦ୍ରକରୁ ୨୮, ଜଗତସିଂପୁରରୁ ୨୭, ଢେଙ୍କାନାଳରୁ ୨୪, ସୁନ୍ଦରଗଡରୁ ୨୨, କନ୍ଧମାଳରୁ ୧୭, ବଲାଙ୍ଗୀରରୁ ୧୬, ସମ୍ବଲପୁରରୁ ୧୬, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୨, କେନ୍ଦ୍ରାପଡା ରୁ ୧୧, କୋରାପୁଟ ଓ ଅନୁଗୁଳରୁ ୫, ବରଗଡରୁ ୪, ସୋନପୁରରୁ ୩, ଝାରସୁଗୁଡାରୁ ଜଣେ ଆରୋଗ୍ଯ ଲାଭ କରିଛନ୍ତି। ଏବେ ରାଜ୍ୟରେ ସମୁଦାୟ ୨୩,୦୭୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି।
ଗୋବିନ୍ଦ ପଟ୍ଟନାୟକ ଦୁନିଆରେ ଏପରି କୌଣସି ସମ୍ପତ୍ତି ନାହିଁ ଯାହା ମାନସିକ ଶାନ୍ତି ସହ ତୁଳନୀୟ। ମାନସିକ ଶାନ୍ତି ହଜିଗଲେ ମଣିଷ ମାନସିକ ଅବସାଦର ଶିକାର ହୁଏ। ଜୀବନ କଣ ବୁଝିବା ପୂର୍ବରୁ ଜୀବନ ଶେଷ ହୋଇଯାଏ। ଦୁଲ୍ଲର୍ଭ ମଣିଷ ଜନମ, ଯାହା ଦେହରେ ଦିବ୍ୟଜ୍ଞାନ ଦେଖି ସ୍ୱୟଂ ଭଗବାନ ସନ୍ତୋଷ ଲାଭ କରିଛନ୍ତି। ସେହି ବିବେକୀ ମାନବ ଜୀବନ ପ୍ରତି ଲୋଭ, ମୋହ କାହିଁକି ଅଧାବାଟରେ ତୁଟିଯାଏ, ସେମାନେ କଣ ପରିବାର, ବନ୍ଧୁ, ସମାଜ ଉପରେ ଆସ୍ଥା ହରାଇ ବସନ୍ତି? ଏମିତି ଅନେକ ପ୍ରଶ୍ନକୁ ନେଇ ସମାଜ ବିଜ୍ଞାନୀ, ମନସ୍ତତ୍ତ୍ୱବିତ୍, ସାମାଜିକ କର୍ମୀମାନେ ଏହାର କାରଣ ଖୋଜନ୍ତି। ଅସୁମାରୀ ଆଶା ପଛରେ ଧାଇଁ ଧାଇଁ ଯେତେବେଳେ ସେ ନିରାଶ ହୋଇଯାଉଛି, ଆତ୍ମବିଶ୍ୱାସ ହରାଇ ବସୁଛି। ସନ୍ଦେହ ଓ ଆତ୍ମବିଶ୍ୱାସ ଜାଲରେ ଛନ୍ଦି ହୋଇ ପଡ଼ୁଛି, ନିଜକୁ ଅତୀବ ଅସହାୟ ବୋଲି ଭାବୁଛି। ମାନସିକ ଶାନ୍ତି ମନରୁ ଦୂରେଇଯାଇ ଅଶାନ୍ତିର ଝଡ଼…
ନୂଆଦିଲ୍ଲୀ : ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍ ଜେଟ୍ ଗ୍ରାହକଙ୍କ ନିମନ୍ତେ ଏକ ନୂଆ ଚମତ୍କାର ଅଫର ଆଣିଛି । ଏଣିକି ମାତ୍ର 899 ଟଙ୍କାରେ ଆପଣ ଘରୋଇ ବିମାନ ଯାତ୍ରା କରିପାରିବେ । ଅଗଷ୍ଟ 7 ତାରିଖ ପର୍ଯ୍ୟନ୍ତ ଏହି ଅଫର ଜାରି ରହିବା ସହିତ ଏହି ସମୟରେ ଟିକେଟ କରି ଅକ୍ଟୋବର 15 ପର୍ଯ୍ୟନ୍ତ ଏହି ସୁବିଧାର ଲାଭ ଉଠାଇ ପାରିବେ । ଏହା ସହିତ ଏହି ବିମାନ ଯାତ୍ରା ସମୟରେ ଏକ ଭାଉଚର ପ୍ରଦାନ କରାଯିବ ଯାହାର ମୂଲ୍ୟ ସର୍ବାଧିକ 2000 ପର୍ଯ୍ୟନ୍ତ ରହିବ । ଏହି ଭାଉଚର ନିଜର ଆସନ୍ତା ଯାତ୍ରା ସମୟରେ ବ୍ୟବହାର କରି ହେବ । ହାଇଦ୍ରାବାଦ-ବେଲଗାମ, ଆଜମେର- ଅହମଦାବାଦ ସମେତ ଦେଶର ସମସ୍ତ ଘରୋଇ ବିମାନ ଯାତ୍ରା ପାଇଁ ଏହି ଅଫର ଉପଲବ୍ଧ ହେବ । ଏହା ସହିତ ମିଳିଥିବା ଭାଉଚର ଗୁଡିକ ଅନ୍ତର୍ଜାତୀୟ ଯାତ୍ରା ନିମନ୍ତେ ବ୍ୟବହାର କରିହେବ ବୋଲି…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 89 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ 89 ଜଣ ସଂକ୍ରମିତଙ୍କ ମଧ୍ୟରୁ 65ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ସ୍ଥଳେ 24 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଥିବାର ସୂଚନା ଦେଇଛି ବିଏମ୍ସି । ଆଜି ଚିହ୍ନଟ ହୋଇଥିବା କ୍ବାରେଣ୍ଟାଇନ୍ରୁ 65 ଜଣ ମଧ୍ୟରେ ଗୌତମ ନମର ବସ୍ତିରୁ 5 ଜଣ ଥିବାବେଳେ ରିଜର୍ଭ ପୋଲିସ୍ କଲୋନୀରୁ ଅଛନ୍ତି 7 ଜଣ । ସେହିପରି ଆଇଗିଣିଆରୁ ଅଛନ୍ତି 17ଜଣ ପଜିଟିଭ୍ । ସେହିପରି ଲୋକାଲ୍ 24 କେସ୍ ମଧ୍ୟରୁ ପୋଖରୀପୁଟରୁ 34 ବର୍ଷୀୟ ପୁରୁଷ ଥିବାବେଳେ ଗଙ୍ଗନଗରରୁ ଦୁଇଜଣ, ଡୁମୁଡୁମା ଫେଜ୍ 2ରୁ ଜଣେ 26 ବର୍ଷୀୟା ମହିଳା ରହିଛନ୍ତି । ରାମେଶ୍ବର ପାଟଣାରୁ ଜଣେ 48 ବର୍ଷୀୟ ପୁରୁଷ ଥିବାବେଳେ ବରଗଡ ବ୍ରିଟ୍ କଲୋନୀରୁ 72 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ବିଜେବି ନଗରରୁ 2 ଜଣ ରହିଥିବାବେଳେ ସିଆରପି ସ୍କୋୟାରରରୁ…
ଭୁବନେଶ୍ବର : ଆସନ୍ତାକାଲିଠାରୁ ଗଡିବ ’ମୋ ବସ୍’ । ଆସନ୍ତାକାଲିଠାରୁ ବସ୍ ଚଳାଚଳ କରିବା ନେଇ ମୋ ବସ ପରିଚାଳନା କରୁଥିବା CRUT ପକ୍ଷରୁ ସୂଚନା ଦିଆଯାଇଛି । 8ଟି ରୁଟ୍ରେ ଚଳାଚଳ କରିବ ନନ୍ ଏସି ବସ୍ । ରୁଟ୍ ନମ୍ବର 11, 16, 18, 20, 23, 25, 27, 33ରେ ମୋ’ ବସ୍ ଚାଲିବ । ସକାଳ 7ଟାରୁ ସନ୍ଧ୍ୟା 7ଟା ମଧ୍ୟରେ ବସ୍ ଚଳାଚଳ କରିବ ବୋଲି ସୂଚନା ରହିଛି । ତେବେ ଅଗଷ୍ଟ ମାସର ସପ୍ତାହାନ୍ତରେ ‘ମୋ ବସ୍’ ସେବା ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ 18 ତାରିଖ ରାତ୍ରି 9ଟାରୁ ମାେ’ ବସ୍ ସେବା ବନ୍ଦ କରାଯାଇଥିଲା । ଜୁଲାଇ 18 ତାରିଖରୁ ଜୁଲାଇ 31 ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ଲକ୍ଡାଉନ୍ ଜାରି ହୋଇଥିଲା । ଏହି ଲକ୍ଡାଉନ୍ ପରିପ୍ରେକ୍ଷୀରେ ଭୁବନେଶ୍ବରରେ ମୋ’ ବସ୍ ସେବାକୁ ବନ୍ଦ…
ଆଲିଗଡ : ଆଲିଗଡ ର ଥାନା ଅନ୍ତର୍ଗତ ଗାନ୍ଧି ପାର୍କ ଅଞ୍ଚଳରେ ନଗଲା ମାଲୀରେ ଜଣେ ଯୁବତୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଯୁବତୀ ଜଣକ ରକ୍ଷାବନ୍ଧନ ଉପଲକ୍ଷେ ନିଜ ବାପ ଘରକୁ ଆସିଥିବାବେଳେ ରାତିରେ ଛାତ ଉପରେ ଶୋଇଥିବାବେଳେ ତାଙ୍କ କାନମୁଣ୍ଡାକୁ ଗୁଳିମାରି ହତ୍ୟା କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ୍ ପଠାଇବା ପାଇଁ ପଠାଇଛି । ତେବେ ମୃତ ଯୁବତୀଙ୍କ ପରିଜନମାନଙ୍କ କହିବାନୁସାରେ ଯୁବତୀଙ୍କର ପଡୋଶୀର ଜଣେ ରହୁଥିବା କୌଶଳ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଗତ ତିନି ତାରିଖରେ ଯୁବତୀଙ୍କର ବୁଲନ୍ଦସହର ନିବାସୀ ବିଶାଲ ସହିତ ବିବାହ କରିଥିଲେ । ତେବେ ଯୁବତୀଙ୍କ ବିବାହ ପରେ ତାଙ୍କ ପ୍ରେମିକ ଜଣକ ଏପରି କାଣ୍ଡ କରୁଥିବାର ଅଭିଯୋଗ କରିଛନ୍ତି ମୃତ ଯୁବତୀଙ୍କ ଭଉଣୀ । ମୃତା ଯୁବତୀଙ୍କ ଭଉଣୀଙ୍କ କହିବାନୁସାରେ ବିବାହ ପରେ କୌଶଲ୍…
କଟକ : କଟକ ସହରରେ ଆଉ 87 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 87 ଜଣଙ୍କ ମଧ୍ୟରୁ 79ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 8ଟି ଲୋକାଲ୍ କେସ୍ ରହିଥିବାର ସିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ ଚିହ୍ନଟ 87ଜଣଙ୍କ ମଧ୍ୟରୁ 76ଜଣ ହୋମ୍ କ୍ବାରେଣ୍ଟାିଇନ୍ରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ମାଲ୍ଗୋଦାମ ବେହେରା ସାହିରୁ 57 ଚିହ୍ନଟ ହୋଇଛନ୍ତି । ପୁରୁଣା ରାଉସରାପାଟଣା କଣ୍ଟେନମେଣ୍ଟ ଜୋନ୍ରୁ 5 ଜଣ ଚିହ୍ନଟ ହୋଇଥିବାବେଳେ ମାଛ ବଜାରରୁ 10 ଜଣ ରହିଛନ୍ତି । ସେହିପରି ସରକାରୀ କ୍ବାରେଣ୍ଟାଇନ୍ରୁ ଜଣେ ଚିହ୍ନଟ ହୋଇଥିବାବେଳେ ଦୁଇ ଜଣ ପେଡ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି । ଆଠ ଲୋକାଲ୍ କେସ୍ ମଧ୍ୟରୁ କାଳି ଗଳିରୁ 72 ବର୍ଷୀୟ ପୁରୁଷ ଥିବାବେଳେ ଚୌଧୁରୀବଜାର ନୟାସଡକରୁ 21 ବର୍ଷୀୟ ଯୁବକ ରହିଛନ୍ତି । ସାନ୍ତା ସାହିରୁ 35 ବର୍ଷୀୟ ପୁରୁଷ ଥିବାବେଳେ…
ନୂଆଦିଲ୍ଲୀ : ଜିମ୍ନାସିୟମ୍ ଓ ଯୋଗକେନ୍ଦ୍ର ପାଇଁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗକେନ୍ଦ୍ରକୁ ଖୋଲିବାକୁ ଅନୁମତି ମିଳିଛି । ସେହିପରି ଏହି ଜିମ୍ ଓ ଯୋଗ କେନ୍ଦ୍ରକୁ 65 ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ 10 ବର୍ଷରୁ କମ୍ ଶିଶୁଙ୍କୁ ବାରଣ କରାଯାଇଛି । ଯୋଗାଭ୍ୟାସ ଓ ବ୍ୟାୟାମ ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।ଅତିକମ୍ରେ 6 ଫୁଟ୍ ଦୂରତା ବଜାୟ ରଖିବାକୁ ପରାମର୍ଶ । ଜିମ୍ନାସିୟମ୍ ଓ ଯୋଗକେନ୍ଦ୍ର ପରିସରରେ ଛେପ ପକାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସେହିପରି ବ୍ୟାୟମ ଉପକରଣ ବ୍ୟବହାର କରିବା ପୂର୍ବରୁ ହାତକୁ ସାନିଟାଇଜ୍ କରାଯିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ଅନଲକ୍ 3.0ରେ କେନ୍ଦ୍ର ସରକାର ଅଗଷ୍ଟ 5 ତାରିଖରୁ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । (ଏଜେନ୍ସି)
ଖୋର୍ଦ୍ଧା: ଆଜି ଆଇଏଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ବ୍ରହ୍ମପୁର ଅତିରିକ୍ତ ଚକବନ୍ଦୀ କମିଶନର ଭାବେ ସୀତାଂଶୁ କୁମାର ରାଉତଙ୍କୁ ଦାୟିତ୍ବ ଦିଆଯାଇଛି। ତାଙ୍କ ବଦଳରେ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ରୂପେ ନିଯୁକ୍ତି ପାଇଛନ୍ତି ସନତ କୁମାର ମହାନ୍ତି। ସେହିପରି ଆଇଏଏସ୍ କୀର୍ତ୍ତି ଭାସାନା ଗଞ୍ଜାମ କୋଭିଡ୍ ମ୍ୟାନଜେମେଣ୍ଟର ଓଏସ୍ଡିର ଦାୟିତ୍ବ ଦିଆଯାଇଛି। ଆଇଏଏସ୍ ଶୁଭଙ୍କର ମହାପାତ୍ର ହେଲା ବାଲିଗୁଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବାବେଳେ ସେହିପରି ଆଇଏଏସ୍ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବଲପୁର ଉପଜିଲ୍ଲାପାଳର ଦାୟିତ୍ବ ମିଳିଛି। ଆଇଏଏସ୍ ସୋନାଲ୍ ଙ୍କୁ ଗଜପତି କୋଭିଡ୍ ମ୍ୟାନେଜମେଣ୍ଟର ଓଏସ୍ଡି ଭାବେ ଦାୟିତ୍ବ ଦିଆଯାଇଛି।
Let’s celebrate this #RakshaBandhan2020 with our #FrontLineHeroes, who are protecting us and our family from #COVID19 . Sand art by Sudarshan Patnaik
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଯାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ବବିଦ୍ୟାଳୟର ଆଡ଼ମିସନ ଟେଷ୍ଟ (ସାଟ-୨୦୨୦)। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନଲାଇନ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ପରିଚାଳନା କରାଯାଉଛି। ଦୁଇଟି ପର୍ଯ୍ୟାୟରେ ଏହି ଅନଲାଇନ ପରୀକ୍ଷା କରା ଯାଉଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ୩ ରୁ ୭ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ୧୦ ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ସୂଚନା ଦିଆ ଯାଇଛି। ସୋଆରେ ନାମ ଲେଖାଇବା ନିମନ୍ତେ ଇଛୁକ ଛାତ୍ରଛାତ୍ରୀ ମାନେ ସାଟ ଆଡ଼ମିସନ ଫର୍ମ ପୂରଣ କରି ଏହି ଜାତୀୟସ୍ତରୀୟ ପରୀକ୍ଷା ଦେଇପାରିବେ। ଫର୍ମ ପୂରଣର ଶେଷ ତାରିଖ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ରହି ଥିଲା। ମାତ୍ର ଏହାକୁ ଅଗଷ୍ଟ…
Kolkata : Raksha Bandhan-themed sweets on sale at a sweetmeat shop ahead of the festival in Kolkata on Aug 2, 2020. (Photo: IANS)
ତ୍ରିପୁରା : କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ ପାର କରି ସାରିଛି । ତ୍ରିପୁରାରେ କରୋନା ଯୋଗୁଁ ଏକ ନବଜାତର ମୃତ୍ୟୁ ହୋଇଛି । ଏହି ଶିଶୁଟି ସବୁଠୁ କମ ବୟସ୍କ ଭାବେ ମୃତ୍ୟୁ ବରଣ କରିଛି । ଦୁଇ ଦିନ ପୂର୍ବେ ଜନ୍ମ ହୋଇଥିବା ଏହି ଶିଶୁଟିର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଶିଶୁଟିର ମା’ ସଂକ୍ରମିତ ହୋଇଥିବାବେଳେ ଜନ୍ମିତ ଶିଶୁଟି ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଛି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଭିଡିଓ କନଫେରେନ୍ସରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ପ୍ରତିନିଧିଙ୍କ ସହ ଆଲୋଚନା କରି ନିର୍ଦିଷ୍ଟ ସମୟ ଯାଏଁ ସର୍ତ୍ତମୂଳକ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି ନିୟମ ଗୁଡିକରେ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଥିବାସ୍ଥଳେ ଦୋକାନ ଓ ଗ୍ରାହକ ମଧ୍ୟରେ ୬ଫୁଟ ଦୂରତ୍ଵ ରକ୍ଷା କରିବା ସହ ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନ ମଧ୍ୟ ବାଧ୍ୟତାମୂଳକ କରାଯାଇଅଛି। ଯଦି କୌଣସି ଦୋକାନରେ ଏହାର ବ୍ୟତିକ୍ରମ ଘଟେ ତାହାଲେ ସମ୍ପୃକ୍ତ ଦୋକାନ ଉପରେ ଜରିମାନା ଏବଂ ଦରକାର ପଡିଲେ ସିଲ କରିବା ପାଇଁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଆଜି ତତ୍ପର ହୋଇଉଠିଛି ବାଣପୁର ପ୍ରଶାସନ। ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଣପୁର ବଜାରରେ ସମ୍ଭାବ୍ୟ ଭିଡ଼କୁ ପରିଲକ୍ଷିତ କରି ସକାଳେ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲ ବଜାରରେ ପାଟ୍ରୋଲିଂକୁ କଡ଼ାକଡ଼ି…
ନୂଆଦିଲ୍ଲୀ : କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ କରୋନାରେ ଆକ୍ରାନ୍ତ । ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ଙ୍କୁ ପୁଅ କାର୍ତ୍ତି କରୋନ ପଜିଟିଭ୍ ହୋଇଛନ୍ତି । ସାମାନ୍ୟ ଲକ୍ଷଣ ଥିବାରୁ ହୋମ୍ କ୍ବାରେଣ୍ଟିନ୍ରେ ରହିଛନ୍ତି କାର୍ତ୍ତି । କାର୍ତ୍ତି କରୋନା ପଜିଟିଭ୍ ହୋଇଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେବା ସହିତ ନିକଟ ଦିନଗୁଡିକରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରାଇବା ସହିତ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦେଇଛନ୍ତି । ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦ୍ୟୁରପ୍ପା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଗତକାଲି ୟୁପିର ଜଣେ କ୍ୟାବିନେଟ୍ ମନ୍ତ୍ରୀ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି…
Kolkata : A specially-abled person ties rakhi to a plant on the eve of Raksha Bandhan in Kolkata on Aug 2, 2020. (Photo: IANS)
ଭୋପାଳ: ରାମ ମନ୍ଦିର ନିର୍ମାଣ ଆନ୍ଦୋଳନର ଅନ୍ୟତମ ସାରଥି ତଥା ବରିଷ୍ଠ ବିଜେପି ନେତା ଉମା ଭାରତୀ ଅଗଷ୍ଟ 5 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଭୂମିପୂଜା ସମାରୋହରେ ଯୋଗଦେବନାହିଁ ବୋଲି ଟୁଇଟ୍ କରି ଜଣାଇଛନ୍ତି। କରୋନା ସଂକ୍ରମଣ ଜନିତ ସମ୍ଭାବନାକୁ ଏଡ଼ାଇବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ଯେଉଁମାନେ ଏହି ଉତ୍ସବରେ ଯୋଗଦେଉଛନ୍ତି ସେମାନଙ୍କ ଲାଗି ସେ ଚିନ୍ତିତ ବୋଲି ଉମା ଭାରତୀ କହିଛନ୍ତି। ନିମନ୍ତ୍ରଣ ଅତିଥୀଙ୍କ ସୂଚୀରୁ ତାଙ୍କ ନାମ କାଟି ଦେବାକୁ ଉମା ଭାରତୀ ରାମ ଜନ୍ମଭୂମି ନ୍ୟାସର ବରିଷ୍ଠ ଅଧିକାରୀଙ୍କୁ ନିବେଦନ କରିଛନ୍ତ । ତେବେ ସେ ଶିଳାନ୍ୟାସ କାର୍ଯ୍ୟକ୍ରମ ମୁହୂର୍ତ୍ତରେ ଅଯୋଧ୍ୟାର ସରୟୁ ତଟରେ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ, ଅଗଷ୍ଟ 5 ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଶିଳାନ୍ୟାସ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ…

