Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ସଂକ୍ରମଣରେ ଆଉ 10 ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଓ ରାୟଗଡା ଜିଲ୍ଲାରୁ ସର୍ବାଧିକ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ଗଜପତିରୁ 2ଜଣ ଓ କଳାହାଣ୍ଡି ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ  ଓ ପରିବାର ବିଭାଗ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 207କୁବୃଦ୍ଧି ପାଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 106କୁ ବୃଦ୍ଧି ହୋଇଛି।  ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟସଂଖ୍ୟା 29କୁ ବୃଦ୍ଧି ହୋଇଥିବାବେଳେ ଗଜପତିରେ 13, କଳାହାଣ୍ଡିରେ ମୃତ୍ୟୁ ସଂଖ୍ୟା2କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ରାଜ୍ୟରୁ ଆଜି 1384 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍‌ 26ଟି ଜିଲ୍ଲାରୁ ଆଜି 1384 ଜଣ ଆକ୍ରାନ୍ତ ହୋଇଥିବାବେଳେ ଗଞ୍ଜାମରୁ ସର୍ବାଧିକ 331 ଜଣ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 211 ଜଣ ରହିଛନ୍ତି । କୋରାପୁଟରୁ 97, ସମ୍ବଲପୁରରୁ 93, କଟକରୁ 89, ବାଲେଶ୍ବରରୁ 79,ଗଜପତିରୁ 61, ବଲାଙ୍ଗିରରୁ 51, ସୁନ୍ଦରଗଡରୁ 46, ମାଲ୍‌କାନଗିରିରୁ 39, ରାୟଗଡାରୁ 38,  ବରଗଡରୁ 33, ମୟୂରଭଞ୍ଜରୁ 29, ନବଙ୍ଗରଙ୍ଗପୁରରୁ 26, ଭଦ୍ରକରୁ 25,  ଜଗତସିଂହପୁର ଓ ନୟାଗଡରୁ 22 ଜଣ ଲେଖାଏଁ ରହିଥିବାବେଳେ ଯାଜପୁରରୁ 18, ପୁରୀରୁ 17, ଅନୁଗୁଳୁରୁ 13, ଢେଙ୍କାନାଳ ଓ କେନ୍ଦ୍ରାପଡାରୁ 11 ଜଣ ଲେଖାଏଁ ରହିଛନ୍ତି । ଝାରସୁଗୁଡାରୁ 7,  ସୋନପୁରରୁ 6, ନୂଆପଡାରୁ 5,  କଳାହାଣ୍ଡିରୁ 4 ଜଣ ରହିଛନ୍ତି । ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 11323 7524 3686 106 7…

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1384 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 873ଜଣ ଚିହ୍ନଟ ହୋଇଥିବାବେଳେ 511ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 36ହଜାର 297କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 14 ହଜାର 095ଜଣ । ସେହିପରି ସୁସ୍ଥ ହୋଇଛନ୍ତି 21 ହଜାର 297ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 207ଜଣ । ସେହିପରି 41 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଗୋଟିଏ ଦିନରେ 52 ହଜାର 972 ଜଣ ଆକ୍ରାନ୍ତ ହୋଇଥିବାବେଳେ 771ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ 3 ହଜାର 696ରେ ପହଞ୍ଚିଥିବାବେଳେ ଏବେ ସୁଦ୍ଧା ଆକ୍ଟିଭ୍‌ କେସ୍‌ 5 ଲକ୍ଷ 79 ହଜାର 357ରେ ରହିଛି । ସେହିପରି ସୁସ୍ଥ ହୋଇଛନ୍ତି 11 ଲକ୍ଷ 86 ହଜାର 203 ଜଣ ।  ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 38 ହଜାର 135କୁ ବୃଦ୍ଧି ହୋଇଛି ।

Read More

କେଦାର ମିଶ୍ର ଗତକାଲିର ଦୁଇଟି ପ୍ରମୁଖ ଖବର ଭିତରୁ ପ୍ରଥମଟି ହେଉଛି ଗୃହମନ୍ତ୍ରୀ ଅମିତ ଶାହ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ଦିଲ୍ଲୀର ପ୍ରସିଦ୍ଧ ଘରୋଇ ଡାକ୍ତରଖାନା ମେଦାନ୍ତରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଦ୍ଵିତୀୟ ଖବର ଅନୁଯାୟୀ ତାମିଲନାଡୁ ରାଜ୍ୟପାଳ, ଉତ୍ତର ପ୍ରଦେଶ ବିଜେପି ସଭାପତି ଓ ଆହୁରି ଅନେକ ରାଜନେତା ବିଭିନ୍ନ ରାଜ୍ୟରେ ଆକ୍ରାନ୍ତ ବୋଲି ଜଣା ପଡ଼ୁଛନ୍ତି। ଆଜିର ସମୟରେ ଏ ଖବର ଅତ୍ୟନ୍ତ ସହଜ ଓ ସ୍ଵାଭାବିକ। କରୋନା ଭୂତାଣୁର ସଙ୍କଟ କୌଣସି ଲୋକର ପରିଚୟ ପଚାରି ଆସେନାହିଁ। ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଓ ବ୍ରାଜିଲ ରାଷ୍ଟ୍ରପତି ମଧ୍ୟ କରୋନା ଆକ୍ରାନ୍ତ ବୋଲି ଜଣା ପଡିଥିଲା।କରୋନା ଦ୍ଵାରା  ଆକ୍ରାନ୍ତ ହେବା ଓ ସୁସ୍ଥ ହେବାର ଏକ ସାଧାରଣ ପ୍ରକ୍ରିୟା ଏବେ ସାରା ଦେଶରେ ଜାରି ରହିଛି। ହଜାର ହଜାର ଲୋକ ଦୈନିକ ଆକ୍ରାନ୍ତ ହେଉଛନ୍ତି ଓ ସମାନ ପରିମାଣରେ ଲୋକେ ସୁସ୍ଥ ମଧ୍ୟ ହେଉଛନ୍ତି।…

Read More

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦ୍ୟୁରପ୍ପା କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ରବିବାର ବିଳମ୍ବିତ ରାତ୍ରିରେ ଏ ସମ୍ପର୍କରେ ଜଣାପଡିବା ପରେ ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୟେଦ୍ୟୁରପ୍ପ  କହିଛନ୍ତି ଯେ, କରୋନା ପରୀକ୍ଷାରେ ପଜିଟିଭ୍‌ ରିପୋର୍ଟ ଆସିଛି । ସେ ସୁସ୍ଥ ଅଛନ୍ତି । ତେବେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ପରୀକ୍ଷା କରିବା ସହିତ ଏକାନ୍ତବାସରେ ରହିବା ପାଇଁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା କରୋନାରେ ପଜିଟିଭ୍‌ ହେବା ଜଣାପଡିଥିଲା । ସେହିପରି ତାମିଲନାଡୁର ରାଜ୍ୟପାଳ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ପ୍ରମୁଖ କରୋନାରେ ସଂକ୍ରମିତ ହୋଇଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ୱର : ଓଡିଶା ଜନଜୀବନ ଭିତରେ ଜଗତର ନାଥ ଜଗନ୍ନାଥ ମଧ୍ୟ ଜଡିତ। ସେଥିପାଇଁ ଓଡିଆ ପରଂପରାରେ ଯାହା ପ୍ରଚଳିତ ତାହା ଶ୍ରୀମନ୍ଦିରରେ ପରିଲକ୍ଷିତ ହୋଇଥାଏ। ସେହିପରି ଆଜିର ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିରରେ ରହିଛି ପରଂପରା ଓ ସ୍ବତନ୍ତ୍ର ପୂଜାନିତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା। ଏଥିପାଇଁ ପାଟରା ବିଶୋଇ ସେବାୟତ ଶ୍ରୀମନ୍ଦିରକୁ ରାକ୍ଷୀ ତିଆରି କରି ଯୋଗାଇ ଦେଇଥାନ୍ତି। ପ୍ରାଚୀନ ସମୟରୁ ଶ୍ରୀମନ୍ଦିରକୁ ପାଟରା ବିଶୋୟୀ ସେବାୟତମାନେ ରାକ୍ଷୀ ପ୍ରସ୍ତୁତ କରି ପଠାଇଥାନ୍ତି। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜିଉଙ୍କ ଚିତାଲାଗି, ରାକ୍ଷୀ ପୂର୍ଣ୍ଣିମା, ଓ ରେଖା ପଞ୍ଚମୀ ସମୟରେ ସାମଗ୍ରୀ ତିଆରି କରିବାକୁ ୧୫ କେଜି ବାସୁଙ୍ଗା ପାଟ ଦିଆଯାଇଥାଏ। ମୁଖତଃ ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ୪ଟି ରଙ୍ଗର ରାକ୍ଷୀ ପ୍ରସ୍ତୁତ ହୋଇଥାଏ। ମହାପ୍ରଭୁଙ୍କ ପାଇଁ ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆ ଦେଇ ୪ଟି…

Read More

ଭୁବନେଶ୍ବର, ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତଥା ପ୍ରଭୁ ବଳରାମଙ୍କ ଜନ୍ମଦିନ। ପରଂପରା ରହିଛି ଆଜିର ଦିନରେ ଭଉଣୀର ରକ୍ଷା କବଚ ଭାବେ ଭାଇଙ୍କୁ ମନେ ପକାଇବାର ଦିନ। ସେଥିପାଇଁ ଭାଇଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ତାହାକୁ ମନେ ପକାଇଥାନ୍ତି। ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ଅନେକ ଦୂରଦୂରାନ୍ତରେ ଥିବା ଭଉଣୀମାନେ ଭାଇମାନଙ୍କ ପାଖକୁ ନ ଆସି ଡିଜିଟାଲ ରାକ୍ଷୀ ବାନ୍ଧିଛନ୍ତି। ତେବେ ଯେଉଁ ଭଉଣୀମାନେ ଭାଇଙ୍କ ନିକଟରେ ଅଛନ୍ତି ସେମାନେ କଟକଣାକୁ ନଜରରେ ରଖି ରାକ୍ଷୀ ବାନ୍ଧିଛନ୍ତି। ସେହିପରି କରୋନା ପାଇଁ ଚଳିତ ବର୍ଷ ରାକ୍ଷୀ ବଜାର ମଧ୍ୟ ମାନ୍ଦା ରହିଛି। କାରଣ ଲକଡାଉନ ଭିତରେ ରାକ୍ଷୀ ଦୋକାନ ଖୋଲିବାର ଅନୁମତି ମିଳିବା କଷ୍ଟକର ହୋଇପଡିଛି। ଫଳରେ ପୂର୍ବ ବର୍ଷଗୁଡିକରେ ଯେପରି ଦୋକାନ ଖୋଲାଯାଇଥାଏ ତାହା ଏଥର ପରିଲକ୍ଷିତ ହୋଇ ନାହିଁ।

Read More

ଭୁବନେଶ୍ବର, ଆଜି ୮୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିଶ୍ବଭୂଷଣ । ଓଡିଶା ରାଜନୈତିକ ଇତିହାସରେ ସେ ହେଉଛନ୍ତି ଜଣେ ବେଶ୍ ପରିଚିତ ବ୍ୟକ୍ତିତ୍ବ। ଭାରତୀୟ ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ହେବା କିଛି ସହଜ କଥା ନୁହେଁ। ବିଶ୍ବଭୂଷଣଙ୍କ ରାଜନୈତିକ ଜୀବନ ବେଶ ଲମ୍ବା। ସେ ପ୍ରଥମେ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ।୧୯୭୭ ମସିହାରେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ ସେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ୮ ବର୍ଷ ଧରି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ପ୍ରହ୍ଲାଦ ନଗର ତୃତୀୟ ଗଳିରେ ଥିବା ଏକ ଜୁଆଆଡ୍ଡା ଉପରେ ବଡ଼ବଜାର ଥାନା ପୋଲିସ୍ ଚଢ଼ାଉ କରି ୧୭ ଜଣ ଜୁଆଡ଼ିକୁ ଗିରଫ କରିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ପ୍ରହ୍ଲାଦ ନଗର ତୃତୀୟ ଗଳିରେ ରହୁଥିବା ୱାଇ. ଯୋଗେଶ୍ୱର ରାଓ ଓରଫ୍ କାଣ୍ଟି ନାମକ ଯୁବକ ନିଜ ଘରେ ଏଭଳି ଜୁଆଆଡ୍ଡା ଚଳାଇଥିଲେ । ବହୁ ଅଂଚଳରୁ ଜୁଆଡ଼ିମାନେ ଆସି ଏଠାରେ ସୁରକ୍ଷିତ ଭାବେ ଜୁଆ ଖେଳି ଯାଉଥିଲେ । ଆଜି ବଡ଼ବଜାର ଥାନା ପୋଲିସ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଘର ଉପରେ ଅତର୍କିତ ଚଢ଼ାଉ କରିଥିବାବେଳେ ୧୭ ଜୁଆଡ଼ିକୁ ଗିରଫ କରାଯାଇଛି । ଜୁଆଆଡ୍ଡାରୁ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି । ସୂଚନାଥାଉକି କରୋନା ସମୟରେ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍‌କୁ ଆଖି ଆଗରେ ରଖି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ଏକ ବଡ଼ଧରଣର ଗୁଟ୍‌ଖା କାରଖାନା ଉପରେ ତହସିଲ୍‌ଦାର ଏବଂ ଉପଜିଲ୍ଲାପାଳ ଚଢ଼ାଉ କରି ଦେଢ଼କୋଟି ଟଙ୍କାର ଗୁଟ୍‌ଖା ଏବଂ ସରଞ୍ଜାମ ଜବତ କରିଥିବାବେଳେ ଆଜି ପୁଣି ତହସିଲ୍‌ଦାର ଏକ ବେଆଇନ ମଦ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରିଛନ୍ତି । ଲଗାତାର ଭାବେ ଏଭଳି ଚଢ଼ାଉ ହେଉଥିବାରୁ ଆକ୍ସନ୍ ମୋଡ଼୍‌ରେ ତହସିଲ୍‌ଦାର ଇପ୍‌ସିତା ପ୍ରିୟଦର୍ଶିନୀ ଥିବା ଲୋକେ ଚର୍ଚ୍ଚା କରୁଛନ୍ତି । ତହସିଲ୍‌ଦାରଙ୍କ ଏଭଳି ଚଢ଼ାଉକୁ ଦେଖି ଅଂଚଳରେ ଥିବା ବେଆଇନ କଳା ସାମ୍ରାଜ୍ୟ ବିସ୍ତାର କରିଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଗଲାଣି । ଆଜି କୌଣସି ବିଶେଷ ସୂତ୍ରରୁ କୁକୁଡ଼ାଖଣ୍ଡି ତହସିଲ୍ ଅନ୍ତର୍ଗତ ଢ଼େପାଗୁଡ଼ା ଅଂଚଳରେ ଏକ ଚୋରା ଦେଶୀ ମଦ ତିଆରି କାରଖାନା ଚାଲିଥିବା ଖବର ପାଇଁ ତହସିଲ୍‌ଦାର, ତାଙ୍କ ଟିମ୍ ଏବଂ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ୧୮୦୦୦ ଲିଟର ପୋଚକୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଖେଳୁଥିବାବେଳେ ଏକ ଚାରିବର୍ଷର ଶିଶୁକନ୍ୟାର ପାଟିରେ ଏକ ଲୁଡାରଡ଼୍ ପଶିଯାଇଥିବାବେଳେ ବ୍ରହ୍ମପୁର ଏମ୍‌କେସିଜି ଡ଼ାକ୍ତରୀ ଟିମ୍ ଦ୍ୱାରା ଏହାକୁ ଅସ୍ତ୍ରୋପଚାର କରି ବାହାର କରାଯାଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ଗଂଜାମ ଜିଲ୍ଲା ଖଲିକୋଟ ବ୍ଲକ୍ ଅନ୍ତର୍ଗତ ପାଳକଷଣ୍ଢ ଗ୍ରାମର ସନ୍ୟାସୀ ଗୌଡ଼ଙ୍କ ଘର କାମ ଚାଲିଥିଲା । ତାଙ୍କ ୪ ବର୍ଷର ଝିଅ ମନସ୍ମିତା ଛାତ ଉପରକୁ ଯାଇ ଖେଳୁଖେଳୁ ଅସାବଧନତା କାରଣରୁ ନିର୍ମାଣ କାମ ଚାଲୁଥିବା ସ୍ଥାନରେ ପଡ଼ିଯାଇଥିଲା । ସେଠାରେ ପୋତାଯାଇଥିବା ଏକ ଲୁହାଛଡ଼ ଥୋଡ଼ିରେ ପଶି ପାଟି ବାଟେ ବାହାରି ଯାଇଥିଲା । ଝିଅର ଏଭଳି ଅବସ୍ଥାରେ ଦେଖି ପରିବାର ଲୋକ ତାକୁ ତୁରନ୍ତ ବ୍ରହ୍ମପୁର ଏମ୍‌କେସିଜକୁ ଆଣିଥିଲେ । କିନ୍ତୁ କରୋନା ସମୟ ଯୋଗୁଁ ଡ଼ାକ୍ତରମାନ ବିଳମ୍ବ କରିବାକୁ ବ୍ରହ୍ମପୁରର କିଛି ସାମ୍ବାଦିକ ଚଳଚଞ୍ଚଳ ହୋଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ପରେ ମେଡ଼ିକାଲ୍ ପ୍ରଶାସନ ତତ୍ପର…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ମୋଟ ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନା ରୁ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ସର୍ବାଧିକ ୯୧ ଜଣ ଆକ୍ରାନ୍ତ କଟକ ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ଗଜପତିରୁ ୮୮, କୋରାପୁଟରୁ ୬୬, ଖୁର୍ଦ୍ଧାରୁ ୬୧, ରାୟଗଡାରୁ ୫୭, ଗଞ୍ଜାମରୁ ୪୩, ସୁନ୍ଦରଗଡରୁ ୩୨, ନୟାଗଡରୁ ୩୦, ସୁବର୍ଣ୍ଣପୁରରୁ ୨୫, କନ୍ଧମାଳରୁ ୨୦, କେନ୍ଦୁଝର ଓ ଢେଙ୍କାନାଳରୁ ୧୮,  ଭଦ୍ରଖରୁ ୧୬, ସମ୍ବଲପୁରରୁ ୧୫, ଜଗତସିଂପୁରା ଓ ଯାଜପୁରରୁ ୧୪, ଦେବଗଡରୁ ୧୩, ମୟୂରଭଞ୍ଜ ଓ ପୁରୀରୁ ୧୦, ଝାରସୁଗୁଡା ଓ କଳାହାଣ୍ଡି ରୁ ୭, ବଲାଙ୍ଗୀରରୁ ୬, ଅନୁଗୁଳ, ବାଲେଶ୍ବର ଓ ମାଲକାନଗିରିରୁ ୫, କେନ୍ଦ୍ରାପଡା ରୁ ୪ ଓ ବୌଦ୍ଧ ରୁ ଜଣେ ଆରୋଗ୍ଯ ଲାଭ କରିଛନ୍ତି। ଏବେ ରାଜ୍ୟରେ  ସମୁଦାୟ ୨୧,୯୫୪…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ ରୋଡରେ ଏକ ଦୁର୍ଘଟଣା ଘଟିଛି। ଆଜି ଅପରାହ୍ନରେ ଜଣେ ବାଇକ ଚାଳକ ଜଣେ ସାଇକେଲ ଆରୋହୀ ଝିଅ ଟିକୁ ଆଗ ପଟୁ ଧକ୍କା ଦେବାରୁ ଝିଅଟି ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜଣେ ଆପାଚି ବାଇକ ଚାଳକ ଦ୍ରୁତ ଗତିରେ ଯାଉଥିବାବେଳେ ଜଣେ ଯୁବତୀଙ୍କୁ ଆଗ ପଟୁ ଧକ୍କାଦେଇଥିଲେ। ଭୀମପୁର ଗ୍ରାମ ଶଗଡ଼ିଆ ସାହିର ବିଶ୍ୱନାଥ ପରିଡ଼ାଙ୍କ ଝିଅ ସୁଚିତ୍ରା ପରିଡ଼ା(୨0) ସାଇକେଲ ଯୋଗେ ବାଣପୁର ବଜାରରୁ ନିଜ ଗ୍ରାମକୁ  ଫେରୁଥିବା ସମୟରେ ଭେଟେଶ୍ୱର ଗ୍ରାମର ସର୍ବେଶ୍ୱର ପଲେଇ(୨୧) ନାମକ ଜଣେ ଯୁବକ ନିଜ ବାଇକ ଦ୍ଵାରା ସାମ୍ନାରୁ ଧକ୍କା ଦେଇଥିଲେ। ଫଳରେ ସୁଚିତ୍ରା ସାଇକେଲରୁ ଛିଟିକି ତଳେ ପଡିଯାଇଥିଲେ। ଖବର ପାଇ ବାଣପୁର ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁଚିତ୍ରାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝିଅଟିର ମୁହଁରେ ଦୁଇ ଗୋଟି ଷ୍ଟିଚ ପଡ଼ିଥିବା…

Read More

ଭୁବନେଶ୍ବର, ପଶ୍ଚିମବଙ୍ଗ ରାଜ୍ୟରେ ଅଗଷ୍ଟ 2020 ର 5, 8, 16, 17, 23, 24 ଓ 31 ତାରିଖରେ ସମ୍ପୂର୍ଣ୍ଣ ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ ପ୍ରଭାବିତ ହେବ – ବାତିଲ ହେଉଥିବା ଟ୍ରେନ : A. ହାଓଡ଼ାରୁ ଛାଡୁଥିବା 02245 ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସିଆଲକୁ 5, 8, 16 ଓ 23 ଅଗଷ୍ଟ , 2020 ତାରିଖ ଗୁଡିକରେ ବାତିଲ କରାଯିବ l B. ଯଶୋବନ୍ତପୁରରୁ ଛାଡୁଥିବା 02246 ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ 7, 10, 16, 18, 23, 25 ଓ 30 ଅଗଷ୍ଟ 2020 ତାରିଖ ଗୁଡିକରେ ବାତିଲ କରାଯିବ l C. ସିଆଲଦାରୁ ଛାଡୁଥିବା 02201 ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ 03 ଅଗଷ୍ଟ 2020 ତାରିଖ ଦିନ ବାତିଲ କରାଯିବ l D. ଭୁବନେଶ୍ୱରରୁ ଛାଡୁଥିବା 02202 ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ 4 ଅଗଷ୍ଟ 2020…

Read More

ତାମିଲନାଡୁ : ତାମିଲନାଡୁ ରାଜ୍ୟପାଳ ବନଓ୍ବାରିଲାଲ୍‌ ପୁରୋହିତ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ହୋମ୍ ଆଇସୋଲେସନ୍‌ରେ ରହିବା ପାଇଁ ମେଡ଼ିକାଲ ପକ୍ଷରୁ ପରାମର୍ଶ ଦିଆଯାଇଛି । ଚେନ୍ନାଇର କାବେରୀ ହସ୍ପିଟାଲ ରାଜ୍ୟପାଳଙ୍କୁ କରୋନା ହୋଇଥିବା ସମ୍ପର୍କରେ ସୂଚନା ଦେଇଛି । ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟପାଳଙ୍କଠାରେ ଲକ୍ଷଣହୀନ କରୋନା ଚିହ୍ନଟ ହୋଇଥିବାବେଳେ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ସୂଚନାଯୋଗ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ଜଣାପଡିଛି । ସେହିପରି ଉତ୍ତରପ୍ରଦେଶର ବିଜେପି ଅଧ୍ୟକ୍ଷ ସ୍ବତନ୍ତ୍ରଦେବ ସିଂହ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ୟୁପି କ୍ୟାବିନେଟ୍‌ରେ ଜଣେ ମନ୍ତ୍ରୀ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଅପରପକ୍ଷରେ କରୋନା ଆକ୍ରାନ୍ତ ହୋଇଥିବା ବଲିଉଡ୍‌ ମେଗା ଷ୍ଟାର୍‌ ଅମିତାଭ ବଚ୍ଚନ କରୋନାରୁ ମୁକ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ନେଇ ଟୁଇଟ୍‌ ଜରିଆରେ ସୂଚନା…

Read More

ଭୁବନେଶ୍ବର : ଭୁବନେଶ୍ବରରେ ଆଉ 118 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ 118 ଆକ୍ରାନ୍ତଙ୍କ ମଧ୍ୟରୁ 69 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କେସ୍‌ 49ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ  ସୂଚନା ଦେଇଛି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 69 କେସ୍‌ ମଧ୍ୟରୁ ଏକ ଘରୋଇ ହସ୍ପିଟାଲରୁ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଲାଶ ପଲ୍ଲୀରୁ 6ଜଣ ଓ ଜାଗମରାରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ପୋଲିସ କର୍ମଚାରୀ ରହିଛନ୍ତି । ୟୁନିଟ୍‌ 8 ଅଞ୍ଚଳରୁ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 125 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରହିଛି । ନୂତନ 118 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 2ହଜାର 979ରେ ପହଞ୍ଚିଥିବାବେଳେ…

Read More

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ କରୋନା । ଅମିତ୍‌ ଶାହାଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋବ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କରୋନା ଆକ୍ରାନ୍ତ ହୋଇଥିବା ନେଇ ନିଜେ ଗୃହମନ୍ତ୍ରୀ ଟୁଇଟରରେ ସୂଚନା ଦେଇଛନ୍ତି । ତାଙ୍କଠାରେ ପ୍ରାଥମିକ ଲକ୍ଷଣ ଦେଖାଯିବା ପରେ ସେ କରୋନା ଟେଷ୍ଟ କରାଇଥିଲେ ।  ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରିବା ସହ ଆଇସୋଲେସନ୍‌ରେ ରହିବାକୁ ନିବେଦନ କରିଛନ୍ତି ଶାହା । ସୂଚନାଯୋଗ୍ୟ, ଆଜି କରୋନାରେ ଉତ୍ତରପ୍ରଦେଶର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର :ଆଜି ଜଗତସିଂହପୁର ଜିଲ୍ଲାରୁ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକରୁ ୩ଜଣ, ବିରିଡ଼ି ବ୍ଲକରୁ ୩ଜଣ, ବାଲିକୁଦା ବ୍ଲକରୁ ୩ଜଣ, ପାରାଦ୍ଵୀପରୁ ୨ଜଣ ,ଏରସମା ଓ ରଘୁନାଥପୁର ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୧୩ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖା ୭୩୯ରେ ପହଞ୍ଚିଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୫୮୩ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୫୪ ଜଣ ଆକ୍ରାନ୍ତ ଏବେ ଆକ୍ଟିଭ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Read More

ଭୁବନେଶ୍ବର : ଆସନ୍ତା 4 ତାରିଖରୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବର ଆଜିଠାରୁ 5 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହି ସମୟରେ କେନ୍ଦୁଝର, ସୁନ୍ଦରଗଡ, ବଲାଙ୍ଗିର ଆଦି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନଇେ ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।  ଆସନ୍ତା କାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଉଛି- କୋରାପୁଟ, ମାଲକାନଗିରି, ସମ୍ବଲପୁର ଝାରସୁଗୁଡା, ବରଗଡ, ଦେବଗଡ, ବୌଦ୍ଧ , ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଜଗତସିଂହପୁର ।

Read More

ନୂଆଦିଲ୍ଲୀ: ଦୁଇ ଘଣ୍ଟାର ଟ୍ରେନ୍‌ରେ ଯାତ୍ରାରେ ଯଦି କୌଣସି ଯାତ୍ରୀଙ୍କ 8 ଫୁଟ୍‌ ପରିସର ମଧ୍ୟରେ କେହି ସଂକ୍ରମିତ ବ୍ୟକ୍ତି ଥା’ନ୍ତି, ତେବେ ସେ ଯାତ୍ରୀ ଜଣକ ମଧ୍ୟ କରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ଏକ ଅନୁଶୀଳନରୁ ଜଣାପଡିଛି । ଏହି ଅନୁଶୀଳନରେ  ଏକ ଘଣ୍ଟାର ରେଳଯାତ୍ରାରେ ସାମାଜିକ ଦୂରତ୍ବ ଅତି କମ୍‌ରେ 3.2 ଫିଟ୍‌ ରଖିବା ଆବଶ୍ୟକ ବୋଲି ଚେତାବନୀ ଦିଆଯାଇଛି । ଚୀନର ହାଇସ୍ପିଡ୍ ଟ୍ରେନକୁ ଧ୍ୟାନରେ ରଖି ବ୍ରିଟେନର ସାଉଥେମ୍ପଟନ୍ ୟୁନିଭର୍ସିଟିର ଓ୍ବାର୍ଲ୍ଡପପ୍ ପ୍ରୋଜେକ୍ଟ ଅନୁସାରେ ଏହି ଅନୁଶୀଳନ କରାଯାଇଛି। ଏହି ଅନୁଶୀଳନରେ 2019 ଡିସେମ୍ବର 19 ତାରିଖଠାରୁ 2020 ମାର୍ଚ୍ଚ 6 ପର୍ଯ୍ୟନ୍ତ ତଥ୍ୟକୁ ବିଶ୍ଲେଷଣ କରାଯାଇଥିଲା । କୌଣସି ଅସୁସ୍ଥ ବ୍ୟକ୍ତିଠାରୁ ପାଞ୍ଚୋଟି ସିଟ୍‌ ଆଗରେ କିମ୍ବା ପଛରେ ବା ଡାହାଣ ଓ ବାହାଣରେ ତିନି ସିଟି ଭିତରେ ବସିଥିବା ଲୋକ ମଧ୍ୟ ସଂକ୍ରମିତ ହୋଇଯାଇପାରନ୍ତି। ସେହିପରି ଆକ୍ରାନ୍ତଙ୍କ ପାଖରେ ବସିଥିବା ଲୋକଙ୍କ ସଂକ୍ରମିତ…

Read More