ସୁନାମି ପ୍ରସ୍ତୁତି ନେଇ ଜଗତସିଂହପୁର ଜିଲ୍ଲାକୁ ମିଳିଲା ଆନ୍ତର୍ଜାତୀୟ ସମ୍ମାନ

Published: Aug 7, 2020, 10:35 am IST

ରମେଶ ମହାନ୍ତି

ଜଗତସିଂହପୁର: ସୁନାମି ପ୍ରସ୍ତୁତି ନେଇ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଗଡହରିଶପୁର ନୋଳିଆସାହି ଗାଁକୁ ମିଳିଲା ଆନ୍ତର୍ଜାତୀୟ ସମ୍ମାନ। ଜିଲ୍ଲା ପ୍ରଶାସନ ତରଫରୁ ସୁନାମି ମୁକାବିଲା ନିମନ୍ତେ ଡିସେମ୍ବର ୧୪.୨୦୧୯ ମସିହାରେ କରାଯାଇଥିବା ପ୍ରସ୍ତୁତିକୁ ଆନ୍ତର୍ଜାତିୟ ସଦସ୍ୟମାନେ ଦେଖିବା ପରେ ଜଗତସିଂହପୁର ଜିଲ୍ଲା ଏହି ସମ୍ମାନର ଅଧିକାରୀ ହୋଇପାରିଛି। ଜଗତସିଂହପୁର ଜିଲ୍ଲାକୁ ମିଳିଥିବା ଏହି ଆନ୍ତର୍ଜାତିୟ ସମ୍ମାନ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ଏନେଇ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି।

ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମିଳିଥିବା ଏହି ଆନ୍ତର୍ଜାତିକ ସମ୍ମାନ ପାଇଁ ଏରସମା ବ୍ଲକର ଗଡହରିଶପୁର ନୋଳିଆସାହି ଗାଁର ସମସ୍ତ ଗ୍ରାମବାସୀ, ସରପଞ୍ଚ ଓ କମ୍ୟୁନିଟିକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶୁଭେଚ୍ଛା ଜଣାଇବା ସହ ବାତ୍ୟା ମୁକାବିଲା ନିମନ୍ତେ ଆଗକୁ ଆହୁରି ଅଧିକ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୨ଟି ଗାଁକୁ ମିଳିଲା ଏହି ଆନ୍ତର୍ଜାତିୟ ସମ୍ମାନ।

Related posts