ସୀତାରାମ ଅଗ୍ରୱାଲ ଚିଲିକା: ବାଣପୁର-ବାଲୁଗାଁ ବାଇପାସ ନିକଟ ପାରିକଂସାରୀ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପ୍ରାଣ ଯାଇଥିବା ବେଳେ ଆଉଜଣେ ବ୍ୟକ୍ତିଙ୍କ ବାମ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପାଖାପାଖି ୫ ଘଟିକା ସମୟରେ ବିଶାଖାପାଟଣାରୁ ୮ ଜଣଲୋକଙ୍କୁ ନେଇ ଏକ ଟାଟା ପିକ ଅପ ଭ୍ୟାନ(ଏ.ପି ୩୯ ଟି. ଏଲ. ୮00୩) ପୁରୀ ପେଣ୍ଠକଟା ଅଞ୍ଚଳକୁ ଯାଉଥିବା ସମୟରେ ବାଣପୁର ବାଲୁଗାଁ ବାଇପାସ ପାରିକଂସାରୀ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ି ଚାଳକଙ୍କ ଆଖି ଲାଗିଯାଇଥିବା ସ୍ଥଳେ ଗାଡ଼ିଟି ଡିଭାଇଡର ଡେଇଁ ବିପରୀତ ଦିଗରେ ଓଲଟି ପଡିଥିଲା। ଫଳରେ ଭ୍ୟାନ ପଛପଟେ ଡ଼ାଲାରେ ଥିବା ଏମ. ତାତା ପାଇ ନାମକ ଜଣେ ବୃଦ୍ଧ ବ୍ୟକ୍ତି ପବନରେ ଛିଟିକିପଡ଼ି ଗାଡ଼ି ଆଗକୁ ପଳେଇଆସିଥଲେ ଏବଂ ଗାଡିଚାଳକ ତାଙ୍କ ଉପରେ ଗାଡ଼ି ଚଢେଇ ଦେଇଥିଲେ ଫଳରେ ଘଟଣାସ୍ଥଳରେ ତାଙ୍କ…
Author: Samikhsya Bureau
ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ରାଜ୍ୟସଭା ସଦସ୍ୟ ରଞ୍ଜନ ଗୋଗୋଇ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କର କଫ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଦେଶର ପୂର୍ବତନ ମୁଖ୍ୟ ବିଚାରପତି ଭାବରେ ସେ ରାମ ମନ୍ଦିର ମାମଲାର ରାୟ ଶୁଣାଇଥିଲେ। (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭାରତୀୟ ସିନେମା ହେଉ ବା ରଙ୍ଗମଞ୍ଚ, ବିଜ୍ଞାପନ ହେଉ ବା ମଞ୍ଚକଳାରେ ନୂତନ ପ୍ରୟୋଗ, ଅଭିନୟ କଳାର ପ୍ରତ୍ୟେକ କ୍ଷେତ୍ରରେ ସେ ଥିଲେ ଅନନ୍ୟ ଶିଳ୍ପୀ। ଭାରତର ସବୁଠୁ ଭଲ ଅଭିନେତା ନାସିରୁଦ୍ଦିନ ଶାହ, ଓମ ପୁରୀ, ପଙ୍କଜ କପୁର, ସୁରେଖା ସିକ୍ରି ପ୍ରମୁଖଙ୍କର ସେ ଥିଲେ ପରମପୂଜ୍ୟ ଗୁରୁ। ଦେଶର ସର୍ବଶ୍ରେଷ୍ଠ ନାଟ୍ୟ ଅନୁଷ୍ଠାନ ନେସନାଲ ସ୍କୁଲ ଅଫ ଡ୍ରାମାର ସେ ଥିଲେ ସର୍ବ ବରିଷ୍ଠ ନିର୍ଦ୍ଦେଶକ। ୧୯୬୨ରୁ ଏହି ଅନୁଷ୍ଠାନକୁ ବିଶ୍ଵ ସ୍ତରୀୟ କରି ଗଢିବାରେ ତାଙ୍କର ଅବଦାନ ଅତୁଳନୀୟ। ସେ ଇବ୍ରାହିମ ଅଳକାଜି, ଭାରତୀୟ ରଙ୍ଗମଞ୍ଚର କିମ୍ବଦନ୍ତୀ ପୁରୁଷ। ଶହ ଶହ ଅଭିନେତାଙ୍କୁ ସେ ନିଜ ହାତରେ ଗଢିଛନ୍ତି। କୁହାଯାଏ, ଅଲକାଜି ସାହେବ ଗୋଟେ ନଜରରେ ଅଭିନେତାର ପ୍ରତିଭାକୁ ଚିହ୍ନଟ କରି ପାରୁଥିଲେ। ଦିଲ୍ଲୀର ନେସନାଲ ସ୍କୁଲ ଅଫ ଡ୍ରାମାରେ ତାଙ୍କର ବହୁ ନାଟକ ସ୍ମୃତିର କିମ୍ବଦନ୍ତୀ ହୋଇ ରହିଛି। ଗିରୀଶ କର୍ଣ୍ଣାଡଙ୍କର…
ଅଯୋଧ୍ୟା, ବହୁ ପ୍ରତିକ୍ଷିତ ଶ୍ରୀରାମ ମନ୍ଦିର ଭୂମି ପୂଜା ପାଇଁ ବର୍ତ୍ତମାନ ଅଯୋଧ୍ୟା ନଗରୀ ସଜେଇ ହୋଇ ପଡିଛି। ଏହି ଭୂମିପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରମୁଖ ଯୋଗଦେବେ। ସେଥିପାଇଁ ପୁରା ଅଯୋଧ୍ୟାକୁ ସୁରକ୍ଷା କବଳକୁ ନିଆଯାଇଛି। ଯେହେତୁ ସେହି ସ୍ଥାନଟି ବହୁ ବର୍ଷ ଧରି ବିବାଦୀୟ ହୋଇ ରହିଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ରଖି ତ୍ରିସ୍ତରୀୟ ସୁରକ୍ଷା କରାଯାଇଛି। ଗତ ସୋମବାରଠାରୁ ଅଯୋଧ୍ୟାକୁ ସିଲ କରାଯାଇଛି। ମନ୍ଦିର ସ୍ଥଳରେ କମାଣ୍ଡୋମାନେ ପଇଁତରା ମାରୁଛନ୍ତି। ପ୍ରଧାନମନ୍ତ୍ରୀ ବୁଧବାର ସକାଳେ ଭୂମିପୂଜା ଉତ୍ସବରେ ଯୋଗଦେବେ।
ଭୁବନେଶ୍ବର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ କାର୍ଯ୍ୟ ଅବଧି ଆଜି ଶେଷ ହେଲା। ସେଥିପାଇଁ ବିଭାଗ ତରଫରୁ ସଂସ୍କୃତି ଭବନରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଯୋଗ ଦେଇ ବିଦାୟୀ ସଚିବଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ମନୋରଞ୍ଜନ ଏହି ବିଭାଗ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିସହିତ ସେସବୁକୁ ଲୋକ ପ୍ରିୟ କରିବା ଦିଗରେ ପାଣିଗ୍ରାହୀଙ୍କ ଭୂମିକାକୁ ଉପସ୍ଥିତ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ । ସଂସ୍କୃତି ବିଭାଗ ଅଧୀନସ୍ଥ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବୃନ୍ଦ ବିଭାଗରେ ପାଣିଗ୍ରାହୀଙ୍କ ଅବଦାନ, ଶୃଙ୍ଖଳା ଓ ନେତୃତ୍ୱ ନେଇ ତାଙ୍କୁ ପ୍ରଶଂସା କରିବା ସହିତ ତାଙ୍କ ମାର୍ଗଦର୍ଶନ ବିଭାଗ ପାଇଁ ଭବିଷ୍ୟତରେ ଅନୁକୂଳ ସାବ୍ୟସ୍ତ ହେବ ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ଯୁଗ୍ମ…
ଭୁବନେଶ୍ବର,ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ପ୍ରକାଶିତ ‘ସଂସ୍କୃତି ଚର୍ଚ୍ଚା’ର ପ୍ରଥମ ଖଣ୍ଡ ମନ୍ତ୍ରୀ ଜ୍ୟୋତୀ ପ୍ରକାଶ ପାଣିଗ୍ରାହୀ ଓ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଲୋକା ର୍ପିତ ହୋଇଥିଲା। ରାଜ୍ୟ ଅଭିଲେଖାଗାର ଆନୁକୂଲ୍ୟରେ ପ୍ରତି ମାସରେ ଅନୁଷ୍ଠିତ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଦତ୍ତ ବକ୍ତବ୍ୟ ସନ୍ନିବିଷ୍ଟ ଏହି ସଂକଳନ ଛାତ୍ରଛାତ୍ରୀ,ବିଦ୍ୱାନ, ଗବେଷକ ଓ ସଚେତନ ସଂସ୍କୃତି ପ୍ରେମୀମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା କରାଯାଇଛି। ଓଡିଶାର ସଂସ୍କୃତି ଉପରେ ରାଜ୍ୟ ଅଭିଲେଖାଗାର ତରଫରୁ ପ୍ରତିମାସରେ ବିଭିନ୍ନ ଗବେଷକଙ୍କୁ ନେଇ ଏହି ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ଗବେଷକମାନେ ଯୋଗଦେଇ ସେମାନେ ଓଡିଶାର ସଂସ୍କୃତି ଉପରେ ଆଲୋଚନା କରିଆସୁଛନ୍ତି। ସେସବୁ ବକ୍ତବ୍ୟକୁ ସଂକଳନ କରାଯାଇ ପୁସ୍ତକ ଭାବେ ପ୍ରକାଶିତ କରାଯାଇଛି।
ଭୁବନେଶ୍ବର, ଏଣିକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରହିଥିବା ଭୁବନେଶ୍ୱରର ତିନୋଟି ମଣ୍ଡପ ଯଥା ରବିନ୍ଦ୍ରମଣ୍ଡପ, ଉତ୍କଳମଣ୍ଡପ ଓ ଭଞ୍ଜକଳା ମଣ୍ଡପର ସଂରକ୍ଷଣ ଅନ୍ଲାଇନ୍ରେ ହୋଇ ପାରିବ । ଆଜି ଅପରାହ୍ନରେ ସ୍ଥାନୀୟ ସଂସ୍କୃତିଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ଅନ୍ଲାଇନ୍ ବୁକିଂ ବ୍ୟବସ୍ଥାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରାଯାଇ ବିଭାଗକୁ ଅଧିକ କି୍ରୟାଶୀଳ ଓ ଚଳଚଞ୍ଚଳ କରାଯିବାକୁ ଉଦ୍ୟମ ଅବ୍ୟାହତ ରହିଛି। ଏହି ତିନୋଟି ମଣ୍ଡପର ସଂରକ୍ଷଣ ପାଇଁ ଏବେ କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନକୁ ଅଯଥା ଧାଁଦଉଡ଼ କରିବାକୁ ପଡ଼ିବ ନାହିଁ । ଯେକୌଣସି ସ୍ଥାନରେ ରହି ଅନ୍ଲାଇନ୍ ସଂରକ୍ଷଣ କରାଯାଇ ପାରିବ ଓ ଏହା ଫଳରେ କାର୍ଯ୍ୟ ସଂପାଦନ ସହଜ ଓ ଉପାଦେୟ ହୋଇ ପାରିବ ବୋଲି ସେ…
ସୀତାରାମ ଅଗ୍ରୱାଲ ଖୋର୍ଦ୍ଧା: ଆଜି ଦାୟିତ୍ଵ ଗ୍ରହଣ କରିବା ସହ କାର୍ଯ୍ୟରେ ଯୋଗଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। କାର୍ଯ୍ଯାଭାର ଗ୍ରହଣ କରିବାର ପ୍ରଥମ ଦିନରେ ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଠାରେ ୧୪୫ ଶଯ୍ୟା ବିଶିଷ୍ଟ କୋଭିଡ ଯତ୍ନ କେନ୍ଦ୍ରକୁ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ। ଏହି ଅବସରରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳଙ୍କୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ଵାଇଁ ଏବଂ ଅନ୍ୟ ଅଧିକାରୀମାନେ ସୌଜନ୍ୟମୂଳକ ଭାବରେ ସାକ୍ଷାତ କରିଥିଲେ। ଏହା ସହିତ ଜିଲ୍ଲାପାଳ କାର୍ଯ୍ଯାଳୟରେ ନୂତନ ଜିଲ୍ଲାପାଳଙ୍କୁ ଅଧିକାରୀମାନେ ସ୍ଵାଗତ ଦେବା ସହିତ ପୂର୍ବତନ ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅନୁଜ କୁମାର ଦାସ ପଟ୍ଟନାୟକ, ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ଵାଇଁ,…
ଭୁବନେଶ୍ବର, ବନ୍ଦେ ଉତ୍କଳ ଜନନୀ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜ୍ୟବାସୀଙ୍କୁ ଆଉ ଏକ ଅନୁରୋଧ କରିଛନ୍ତି। ତାହା ହେଲା ଆସନ୍ତାକାଲି ସଂଧ୍ୟା ୬ଟାରେ ନିଜ ଘରେ ବା ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା କରନ୍ତୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏ ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଶପଥ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ନିଜେ ସମସ୍ତଙ୍କୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବେ ବୋଲି କହିଛନ୍ତି। ଏପରି ଅନୁରୋଧ କରି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ହେଲା ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ…
ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଭିଡ-୧୯ ଆକ୍ରାନ୍ତ ହୋଇ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପ୍ରଧାନଙ୍କୁ ଫୋନ କରି ତାଙ୍କର ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି ଯେ – ଧର୍ମେନ୍ଦ୍ର ପ୍ରଧାନ କୋଭିଡ-୧୯ ଆକ୍ରାନ୍ତ ଖବର ପାଇବା ପରେ ମୁଁ ଚିନ୍ତିତ। ତାଙ୍କ ସହିତ କଥା ହୋଇଛି ଓ ତାଙ୍କର ଦ୍ରୁତ ଆରୋଗ୍ୟଲାଭ କାମନା କରୁଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ବହୁ ରାଜନୈତିକ ନେତା ଓ କର୍ମୀ ଶ୍ରୀ ପ୍ରଧାନଙ୍କର ଆରୋଗ୍ୟ କାମନା କରିଛନ୍ତି।
ଅନିଦ୍ୟା ବାନାର୍ଜି ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା। ତେବେ ଏହି ରାମମନ୍ଦିର ନିର୍ମାଣ ପାଇଁ ଯେଉଁ ଡିଜାଇନିଂ ପ୍ରସ୍ତୁତ ହୋଇଛି ତାହା କିଏ କରିଛି, କିପରି କରିଛି ତାହା ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। କାରଣ ଏବେ ନୁହେଁ ବାବରୀ ମସଜିଦ ଭଙ୍ଗା ପୂର୍ବରୁ ସେଠାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିଲା। ସେତେବେଳଠାରୁ ଏହି ନୂଆ ମନ୍ଦିରର ରୂପରେଖ କିପରି ହେବ ତାହା ପ୍ରସ୍ତୁତ ହୋଇଥିଲା। ଏହା ପଛରେ ଯେଉଁ ସ୍ଥପତିଙ୍କ ହାତ ରହିଛି ସେ ହେଉଛନ୍ତି ଚନ୍ଦ୍ରକାନ୍ତ ସୋମପୁରା ଏବଂ ଆଶୀଷ ସୋମପୁରା। ପୂର୍ବରୁ ମନ୍ଦିରର ଡିଜାଇନିଂ ଓ ନିର୍ମାଣରେ ଏହି ସୋମପୁରା ପରିବାରର ବେଶ୍ ଖ୍ୟାତି ରହିଛି। କେବଳ ଏହି ରାମମନ୍ଦିର ନୁହେଁ ପୂର୍ବରୁ ଏହି ପରିବାରର ସଦସ୍ୟମାନେ ଗୁଜୁରାଟର ସୋମନାଥ ମନ୍ଦିର ଏବଂ ମଥୁରା ପରି ବହୁ ମନ୍ଦିର ନିର୍ମାଣ କରିଛନ୍ତି। ବର୍ତ୍ତମାନ…
ଭୁବନେଶ୍ବର: ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ସର୍ବାଧିକ ୨୫୮ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ଖୋର୍ଦ୍ଧାରୁ ୨୧୮, ରାୟଗଡାରୁ ୧୨୮, ସୁନ୍ଦରଗଡରୁ ୧୨୨, ପୁରୀରୁ ୧୨୧, ଗଜପତିରୁ ୧୨୦, କୋରାପୁଟରୁ ୮୪, କଟକରୁ ୬୮, ବାଲେଶ୍ବରରୁ ୫୮, ନବରଙ୍ଗପୁରରୁ ୩୪, କନ୍ଧମାଳରୁ ୩୦, ଯାଜପୁରରୁ ୨୫, ମାଲକାନଗିରିରୁ ୨୪, କେନ୍ଦୁଝରରୁ ୧୯, ବଲାଙ୍ଗୀରରୁ ୧୬, ବରଗଡରୁ ୧୨, କେନ୍ଦ୍ରାପଡାରୁ ୧୨, ଝାରସୁଗୁଡାରୁ ୧୧, ନୟାଗଡରୁ ୧୦, ବୌଦ୍ଧରୁ ୯, ନୂଆପଡାରୁ ୮, ମୟୂରଭଞ୍ଜରୁ ୭, ଢେଙ୍କାନାଳରୁ ୫, ଭଦ୍ରକରୁ ୪, ଜଗତସିଂପୁର ଓ ଅନୁଗୁଳରୁ ୨ ଜଣ ଲେଖାଏଁ ଏବଂ ଦେଓଗଡ ଓ କଳାହାଣ୍ଡି ରୁ ଜଣେ ଲେଖାଏଁ ଆରୋଗ୍ଯ ଲାଭ କରିଛନ୍ତି।…
ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ବୋଲି ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। “କରୋନା ଲକ୍ଷଣ ଦେଖା ଦେବାରୁ ମୁଁ ନିଜର କଫ ପରୀକ୍ଷା ପାଇଁ ଦେଇଥିଲି ଓ ତାହା ପୋଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଡାକ୍ତରଖାନା ରେ ଭର୍ତ୍ତି ହୋଇଛି ଓ ସୁସ୍ଥ ଅଛି’ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସପ୍ତାହେ ଭିତରେ ଗୃହମନ୍ତ୍ରୀ ଅମିତ ଶାହ ଙ୍କ ପରେ ମୋଦୀ କ୍ୟାବିନେଟର ଆଉ ଜଣେ ବରିଷ୍ଠ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଶ୍ରୀ ପ୍ରଧାନ କରୋନା ଆକ୍ରାନ୍ତ ବୋଲି ଜଣା ପଡିବା ପରେ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତି ତାଙ୍କର ଆରୋଗ୍ଯ କାମନା କରିଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର : ଦିନକୁ ଦିନ ବୃଦ୍ଧି ପାଉଥିବା ଏହି କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଆଜି ପୁଣି ଜଗତସିଂହପୁର ଜିଲ୍ଲାରୁ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ଜଗତସିଂହପୁରରୁ ସର୍ବାଧିକ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ରଘୁନାଥପୁର ବ୍ଲକରୁ ୨ଜଣ, ତିର୍ତ୍ତୋଲ ବ୍ଲକରୁ ୪ଜଣ ଚିହ୍ନଟ ହେବା ସହ ଏରସମା,ବିରିଡି, ବାଲିକୁଦା ବ୍ଲକରୁ ଜଣେ ଲେଖାଏଁ ଓ ପାରାଦ୍ଵୀପରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ସେମାନଙ୍କ ମଧ୍ୟରୁ ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସମସ୍ତ ୧୦ଜଣ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବିରିଡ଼ି ଓ ବାଲିକୁଦା ବ୍ଲକରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ସମସ୍ତ ୪ଜଣ ଆକ୍ରାନ୍ତ କ୍ଲଷ୍ଟର ଲେବଲ୍ ଟି.ଏମ୍.ସିରୁ ଚିହ୍ନଟ ହୋଇଛନ୍ତି। ନୂତନ ୨୦ଜଣ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାରେ ସମୁଦାୟ…
ନୂଆଦିଲ୍ଲୀ : ଆଇପିଏଲ୍ ଟାଇଟଲ୍ ପ୍ରାୟୋଜକରୁ ଓହରିଲା ଭିଭୋ। ଆଇପିଏଲ୍ର ଟାଇଟଲ୍ ପ୍ରାୟୋଜକ ଥିଲା ଚାଇନିଜ୍ ମୋବାଇଲ୍ କମ୍ପାନୀ ଭିଭୋ। ଭାରତ ଚୀନ୍ ବିବାଦ ଯୋଗୁଁ ଭିଭୋ ଆଇପିଏଲ୍ରୁ ଓହରିଛି। ଚୁକ୍ତି ସରିବାର 3 ବର୍ଷ ପୂର୍ବରୁ ଭିଭୋ ଆଇପିଏଲ୍ରୁ ଓହରିଛି। 2017ରେ ଭିଭୋ 5 ବର୍ଷ ପାଇଁ 2199 କୋଟି ବିନିମୟରେ ଆଇପିଏଲ୍ ଟାଇଟଲ୍ ପ୍ରାୟୋଜକ ପାଇଁ ଚୁକ୍ତି କରିଥିଲା। ମୃଦ୍ୟୁପାନୀୟ ପେପ୍ସିକୋକୁ ବଦଳରେ ଭିଭୋ ଆଇପିଏଲ୍ର ଟାଇଟଲ୍ ପ୍ରାୟୋଜକ ହୋଇଥିଲା। ତେବେ ଭିଭୋ ଆଇପିଏଲ୍ର ଟାଇଟଲ୍ ପ୍ରାୟୋଜକ ହେବା ପାଇଁ ପ୍ରତ୍ୟେକ ସିଜିନ୍କୁ 440 କୋଟି ଟଙ୍କା ଆଇପିଏଲ୍ ବୋର୍ଡକୁ ପ୍ରଦାନ କରିଥାଏ। ଆଇପିଏଲ୍ ସହ ଭିଭୋର ଚୁକ୍ତି 2020 ବର୍ଷ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ଚୀନ୍ ବିବାଦ ପରେ ଚୁକ୍ତିର ତିନି ବର୍ଷ ପୂର୍ବରୁ ଆଇପିଏଲ୍ରୁ ଭିଭୋ ଓହରୁଛି। ତେବେ ଚୀନ୍ ସହିତ ଭାରତର ବିବାଦ ପରେ ଚାଇନିଜ୍ ମୋବାଇଲ୍ କମ୍ପାନୀ ଭିଭୋକୁ ଆଇପିଏଲ୍ରୁ ବାଦ୍ ଦେବା…
ଭୁବନେଶ୍ବର : ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ ଗାଇଡଲାଇନ୍ ଜାରି କରିଛି । ରେଷ୍ଟୁରାଣ୍ଟ, ଢାବା, ରାସ୍ତାକଡ ଠେଲା ଦୋକାନୀଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି ବିଏମ୍ସି । ହୋଟେଲ୍ରେ ଥିବା ଅତିଥିମାନଙ୍କ ପାଇଁ ରେଷ୍ଟୁରାଣ୍ଟ ଖୋଲିପାରିବ । ତେବେ ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟଗୁଡିକ ଗ୍ରାହକଙ୍କୁ ବସାଇ ଖୁଆଇପାରିବେନି । ପାର୍ସଲ ଦେଇପାରିବେ ବୋଲି ସୂଚନା ରହିଛି । ସେହିପରି ରାସ୍ତାକଡରେ ଥିବା ଢାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ । ରାସ୍ତାକଡରେ ଥିବା ଜଳଖିଆ ଦୋକାନୀ, ଗୁପ୍ଚୁପ୍, ଚାଟ୍ କେବଳ ପାର୍ସଲ ଦେଇପାରିବେ । ଚା, ଲସି, ଜୁସ୍ ଦୋକାନ ମଧ୍ୟ କେବଳ ପାର୍ସଲ ଦେଇପାରିବେ ବୋଲି ବିଏମ୍ସି ସୂଚନା ଦେଇଛି । ଅନଲକ୍ 3.0ରେ ରେଷ୍ଟୁରାଣ୍ଟ ଖୋଲିବାକୁ ସର୍ତ୍ତ ମୂଳକ ଅନୁମତି ମିଳିଛି । ସେହିପରି ରାସ୍ତାକଡରେ ବିକ୍ରି ହେଉଥିବା ଦୋକାନରେ ଗହଳି ହେଉଥିବାରୁ ବିଏମ୍ସି ଗାଇଡ୍ ଲାଇନ୍ ଜାରି କରିଛି । ଅନଲକ୍…
ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି 5ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍ର ଶୁଭାରମ୍ଭ କରିଛନ୍ତି । ଟାଟା ଷ୍ଟିଲ୍ ଏସ.ଇ.ଜେଡ୍ ଯୋଜନାରୁ ଏହି 5ଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳନା କରାଯିବ । ଏହି ଭ୍ରାମ୍ୟମାଣ ମୋବାଇଲ୍ ସେବାରେ ଡାକ୍ତର, ଫାର୍ମାସିଷ୍ଟ, ସ୍ବାସ୍ଥ୍ୟକର୍ମୀ ସେବା ଯୋଗାଇବେ । ଟାଟା ଦ୍ବାରା ପ୍ରଦତ୍ତ ଏହି 5 ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍ଗୁଡିକରେ ଅକ୍ସିଜେନ୍ ସୁବିଧା ରହିଛି । ଏହା ମୋବାଇଲ୍ କ୍ଲିନିକ୍ ଭଳି କାର୍ଯ୍ୟ କରିବ । ସାଧାରଣ ଚିକିତ୍ସା ମଧ୍ୟ ଏହି ଭ୍ୟାନ୍ରୁ ମିଳିପାରିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଖଣ୍ଡକୁ ଗୋଟିଏ ଲେଖାଏଁ ଭ୍ୟାନ୍ ଓ ବ୍ରହ୍ମପୁର ମହାନଗର ଅଞ୍ଚଳବାସୀଙ୍କ ନିମେନ୍ତ ଦୁଇଗୋଟି ଭ୍ୟାନ୍ ସେବା ଯୋଗାଇଦେବ । ପଞ୍ଚାୟତ ସ୍ତରରେ 89ଟି…
ଭୁବନେଶ୍ୱର : ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଉଥିବା ବେଳେ ବର୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଏକ ଭର୍ଚୁଆଲ୍ ଲେକ୍ଚର ସିରିଜି୍ରେ ଆଲୋଚନା କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଏହି ଭର୍ଚୁଆଲ୍ ଲେକ୍ଚର ସିରିଜ୍ ଆୟୋଜିତ ହୋଇଯାଇଛି । କୋଭିଡ-୧୯ ମହାମାରୀ ସମୟରେ ବଂଚିବା ନିମନ୍ତେ ଜରୁରୀ ହୋଇପଡ଼ୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି “କନେକ୍ଟ ଟୁ ଲର୍ନ” ଶୀର୍ଷକ ଲେକ୍ଚର ସିରିଜ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଲେକ୍ଚରର ବିଷୟବସ୍ତୁ ଥିଲା “ କ୍ୟାରିୟର୍ ପ୍ରୋଗ୍ରେସନ୍ ଇନ୍ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀ” ଅର୍ଥାତ୍ ହୋଟେଲ୍ ଶିଳ୍ପରେ କ୍ୟାରିୟରରେ ଅଗ୍ରଗତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବର୍ତ୍ତମାନ ପରିସ୍ଥିତିରେ ହୋଟେଲ୍ ଶିଳ୍ପ ସହିତ ଛାତ୍ରଛାତ୍ରୀମାନଙ୍କୁ ଖାପଖୁଆଇବା ।…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 149 ପଜିଟିଭ୍ ଚିହ୍ନଟ ହୋଇଛି । ଏହି ନୂତନ 149ଙ୍କ ମଧ୍ୟରୁ 98ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 51ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ବୋଲି ସୂଚନା ଦେଇଛି ବିଏମ୍ସି । କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 98ଜଣଙ୍କ ମଧ୍ୟରେ ସାଲିଆ ସାହିରୁ 11 ଜଣ ଥିବାବେଳେ ଶିରିପୁରର କନ୍ଧ ସାହିରୁ 14ଜଣ ରହିଛନ୍ତି । ନୟାପଲ୍ଲୀ ବ୍ରିଟ୍ କଲୋନୀରୁ 7ଜଣ ରହିଛନ୍ତି । ସେହିପରି ଖଣ୍ଡଗିରି ତପୋବନ ବସ୍ତିରୁ 3 ଜଣ, ଡୁମୁଡୁମା ରଘୁନାଥ ନଗରରୁ 6 ଜଣ, ବରଗଡ ବ୍ରିଟ୍ କଲୋନୀରୁ 3 ଜଣ, ୟୁନିଟ୍-1ରୁ 3ଜଣ, ୟୁନିଟ୍ 6ରୁ ଚାରିଜଣ ରହିଛନ୍ତି । ଚିହ୍ନଟ 51 ଲୋକାଲ୍ କଣ୍ଟାକ୍ଟ କେସ୍ ମଧ୍ୟରେ ସେଣ୍ଟ୍ରାଲ୍ ସରକାରୀ ଚିକିତ୍ସାଳୟରୁ ଜଣେ, ଓଲ୍ଡ ଟାଉନ୍ରୁ 4 ଜଣ, ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରୁ 2 ଜଣ, ଡୁମୁଡୁମାରୁ ଜଣେ, ଝାରପଡାରୁ ଜଣେ, ଛଅ ନମ୍ବର ଏଲ୍ଆଇସି କଲୋନୀରୁ…
ମୁମ୍ବାଇ : ଏଚ୍ଡିଏଫ୍ସି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ଶଶୀଧର ଜଗଦୀଶନ । ଅଗଷ୍ଟ 3 ତାରିଖରେ ଆରବିଆଇ ପକ୍ଷରୁ ଜଗଦୀଶନଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଥିବା ନେଇ ଏଚ୍ଡିଏଫ୍ସି ପକ୍ଷରୁ ଘୋଷଣା କରାଯାଇଛି । ବର୍ତ୍ତମାନ ବ୍ୟାଙ୍କର ଏମ୍ଡି ତଥା ସିଇଓ ଆଦିତ୍ୟ ପୁରୀଙ୍କ ସ୍ଥାନରେ ଜଗଦୀଶନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତା ଅକ୍ଟୋବର 27 ତାରିଖରେ ପୁରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ନିକଟରେ ସମାପିତ ହୋଇଥିବା କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଜଗଦୀଶନଙ୍କ ନାମ ସୁପାରିଶ କରିଥିଲେ ଆଦିତ୍ୟ ପୁରୀ । 1996ରେ ଫାଇନାନ୍ସ ମ୍ୟାନେଜର ଭାବରେ ଯୋଗ ଦେଇଥିବା ଜଗଦୀଶନ 2008ରୁ ସିଏଫ୍ଓ ଭାବରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଅଗଷ୍ଟ 2019ରେ ଏଚ୍ଡିଏଫ୍ସି ବ୍ୟାଙ୍କ ବୋର୍ଡ ଜଗଦୀଶନଙ୍କୁ ‘ଚେଞ୍ଚ ଏଜେଣ୍ଟ’ଭାବରେ ପ୍ରଦର୍ଶିତ କରିଥିଲା । ଗତ 25 ବର୍ଷ ଧରି ସେ ବ୍ୟାଙ୍କ…
ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ଏବେ ଭାରତରେ ଖେଳ ବନ୍ଦ ରହିଛି । ଭାରତୀୟ କ୍ରିକେଟ୍ ଟିମ୍ ଏବେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳୁ ନାହିଁ । ଯଦିଓ ଆଇପିଏଲ୍ 2020 ଆରମ୍ଭ ହେବାକୁରହିଛି । କିନ୍ତୁ ଟିମ୍ ଇଣ୍ଡିଆ କେବେ କ୍ରିକେଟ୍ ଖେଳିବ ସେନେଇ କୌଣସି ସୂଚନା ମିଳିପାରିନାହିଁ । କରୋନାସଂକଟ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲା, ଏହା ପରେ ଆଉ କୌଣସି ମ୍ୟାଚ୍ ଖେଳି ନାହିଁ ଭାରତୀୟ କ୍ରିକେଟ୍ ଦଳ । ତେବେ ମାର୍ଚ୍ଚ ମାସରେ ତ୍ରିଦିବସୀୟ କିକ୍ରେଟ୍ ଖେଳ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତ କରିଥିଲା। କିନ୍ତୁ କରୋନା ସଂକଟ ଯୋଗୁଁ ଏହି ଗସ୍ତକୁ ବାତିଲ୍ କରାଯାଇଥିଲା। ଏହା ମଧ୍ୟରେ ଭାରତୀୟ ଦଳର ଜର୍ସିକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଭାରତୀୟ ଦଳ ଏବେ ନୂତନ ଜର୍ସି ସହିତ ପଡିଆକୁ ଓହ୍ଲାଇବ। ତେବେ…

