ରାଉରକେଲା : ରାଉରକେଲା ମହାନଗର ନିଗମ ଅଫିସ୍କୁ ସାଧାରଣ ଲୋକଙ୍କ ପ୍ରବେଶକୁ ମନା କରାଯାଇଛି । ଅଗଷ୍ଟ 31 ଯାଏଁ ଅଫିସ୍ ଯିବାକୁ ବାରଣ କରିଛନ୍ତି ଆରଏମ୍ସି କମିଶନର । ଅଫିସ୍ରୁ 4 ଜଣ ଇଞ୍ଜିନିୟର ସହ କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ଆରଏମ୍ସି ତରଫରୁ କୋଭିଡ ନିୟମ ଖିଲାପକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ନିୟମ ଖିଲାପକାରୀଙ୍କ ଫଟୋ ଓ ଭିଡିଓ ପଠାଇବା ଲାଗି ଆର୍ଏମ୍ସି ହ୍ଵାଟ୍ସଆପ ନମ୍ବର ଜାରି କରିଛି । ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 4ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମକୁ ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ଡାଉନ୍ ରଖାଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆଜି ସୁନ୍ଦରଗଡ ଜିଲ୍ଲାରୁ 83 ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Author: Samikhsya Bureau
ଭୁବନେଶ୍ବର : ଓଡ଼ିଶାର ପୂର୍ବତନ ଡିଜି ଏସଏନ୍ ତିଓ୍ବାରୀଙ୍କ ପରଲୋକ ହୋଇଛି । ଆଜି ସକାଳରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ଦେଇଛନ୍ତି ତାଙ୍କ ପରିବାର ଲୋକେ । ମୃତ୍ୟୁବେଳକୁ ତାଙ୍କୁ 81ବର୍ଷ ହୋଇଥିଲା । ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ଶ୍ରୀ ତିଓ୍ବାରୀ ବହୁ ଦିନ ଧରି ଅସୁସ୍ଥ ରହିଥିବାର ସୂଚନା ଦେଇଛନ୍ତି ତାଙ୍କ ପରିବାର ଲୋକେ । ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପରେ 1965 ମସିହାରେ ଆଇପିଏସ୍ ଭାବେ ଦାୟିତ୍ବ ସମ୍ଭାଳିଥିଲେ ।
ଭୁବନେଶ୍ବର : ଭୁବନେଶ୍ବରରେ ଥିବା ଏକମାତ୍ର ପ୍ରାଣୀଉଦ୍ୟାନ ନନ୍ଦନକାନନ ଏବେ ଖୋଲିବନି । ପର୍ଯ୍ୟଟକଙ୍କ ପାଇଁ ଏବେ ଖୋଲିବନି ନନ୍ଦନକାନନ । ବର୍ଷା ଦିନରେ ନନ୍ଦନକାନନ ଖୋଲିବା ସମ୍ଭାବନା ନାହିଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କରୋନା ସ୍ଥିତି ଠିକ୍ ରହିଲେ ଅକ୍ଟୋବରରେ ନନ୍ଦନକାନନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନ କାନନ କର୍ତ୍ତୃପକ୍ଷ । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ 14ରୁ ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ଅନଲକ୍ 3.0ରେ କେନ୍ଦ୍ର ସରକାର ମନ୍ଦିର, ତୀର୍ଥସ୍ଥାନ, ପର୍ଯ୍ୟଟନ ସ୍ଥାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ।
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ କଟକଣାରେ ସାମାନ୍ୟ କୋହଳ କରାଯାଇଛି । ଅନୁମତିପ୍ରାପ୍ତ ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଅନୁମତି ପ୍ରାପ୍ତ ସମସ୍ତ ଦୋକାନ ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ଦୋକାନ ଆଗରେ ଭିଡକୁ ବାରଣ କରାଯାଇଥିବାବେଳେ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ତେବେ ଔଷଧ ଦୋକାନ ଖୋଲିବାରେ କୌଣସି ସମୟ କଟକଣା ନାହିଁ ବୋଲି ସୂଚନା ରହିଛି ।
ଅଯୋଧ୍ୟା : ଆଜି ଅଯୋଧ୍ୟାଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଓ ଶିଳାନ୍ୟାସ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି । ରାମ ମନ୍ଦିର ନିର୍ମାଣ ଦ୍ବାରା କେବଳ ଇତିହାସ ସୃଷ୍ଟି ହେଉନାହିଁ, ଇତିହାସର ପୁନରାବୃତ୍ତି ହେଉଛି ବୋଲି କହିଛନ୍ତି ମୋଦି । ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ଭାରତୀୟ ସଂସ୍କୃତିର ଦର୍ଶନ ଦେବ । ଏହାସହ ମାନବିକତାକୁ ଅନନ୍ତକାଳ ପାଇଁ ପ୍ରେରଣା ଦେବ। ରାମ ମନ୍ଦିର ଆମ ସଂସ୍କୃତିର ଆଧୁନିକ ପ୍ରତୀକ ଓ ଜାତୀୟତାର ଭାବକୁ ଦର୍ଶାଇବ । ରାମ ସମସ୍ତଙ୍କର ଓ ସମସ୍ତଙ୍କଠାରେ ରାମ ରହିଛନ୍ତି । ଅନେକ ତ୍ୟାଗ, ବଳିଦାନ, ତପସ୍ୟା ଯୋଗୁଁ ଆଜି ସ୍ବପ୍ନ ସାକାର ହୋଇଛି । ଆମ ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ ରାମ ମନ୍ଦିର । ମନ୍ଦିର ସହ ଏହି ଅଞ୍ଚଳର ଅର୍ଥନୀତି ମଧ୍ୟ ବଦଳିବ । ଏଠାକୁ ସାରା ଦୁନିଆରୁ ଲୋକେ…
ନୂଆଦିଲ୍ଲୀ : ବିହାରର ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟିନ୍ ରଖିବାକୁ ନେଇ ମୁମ୍ବାଇ ମହାନଗର ନିଗମ (ବିଏମ୍ସି)କୁ ସର୍ବୋଚ୍ଚ କୋର୍ଟ ସମାଲୋଚନା କରିଛନ୍ତି । ଏପରି ପଦକ୍ଷେପ ସମାଜକୁ ଏକ ଭୁଲ୍ ବାର୍ତ୍ତା ପ୍ରଦାନ କରିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ଏହା ସହିତ ମୁମ୍ବାଇ ପୋଲିସ୍ ନିକଟରୁ ମାମଲାରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି । ସେହିପରି ପାଟନାରେ ଦାଖଲ କରାଯାଇଥିବା ମାମଲାକୁ ପୁନେକୁ ସ୍ଥାନାନ୍ତର କରିବା ପାଇଁ କରାଯାଇଥିବା ରିୟା ଚକ୍ରବର୍ତ୍ତୀଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ମଧ୍ୟ ଶୁଣାଣି ହୋଇଥିଲା । ଏହି ଘଟଣାରେ ବିହାର ପୋଲିସ୍, ମୁମ୍ବାଇ ପୋଲିସ୍, ଉଭୟ ରାଜ୍ୟର ସରକାର, କେନ୍ଦ୍ର ସରକାର ଏବଂ କେକେ ସିଂଙ୍କୁ ତିନି ଦିନ ମଧ୍ୟରେ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଉଭୟ ରାଜ୍ୟର ପୋଲିସ୍ ମଧ୍ୟରେ ବିବାଦ ପରେ ମାମଲାର ସିବିଆଇ ତଦନ୍ତ ଅନୁରୋଧକୁ କେନ୍ଦ୍ର…
ବେରୁଟ : ଲେବାନନର ବେରୁଟ୍ରେ ବିସ୍ଫୋରଣରେ ପ୍ରାୟ 2750 ଟନ୍ ଆମୋନିୟମ ନାଇଟ୍ରେଟ୍ ବ୍ୟବହୃତ ହୋଇଥିବା ନେଇ ଲେବାନନ୍ ପ୍ରଧାନମନ୍ତ୍ରୀ ହସନ୍ ଡିଆବ୍ ସୂଚନା ଦେଇଛନ୍ତି । ବେରୁଟ୍ ବନ୍ଦରର ଏକ ଗୋଦାମ ଘରେ ବିଗତ 6 ବର୍ଷ ଧରି ଏହି ବିସ୍ଫୋରକ ମହଜୁଦ ରହିଥିବା ନେଇ ଲେବାନନ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଏକ ପ୍ରତିରକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଏହି ସୂଚନା ପ୍ରଦାନ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ କାହାରିକୁ ବି ଛଡାଯିବ ନାହିଁ ବୋଲି ହସନ ଡିଆବ ପ୍ରକାଶ କରିଛନ୍ତି । ବିନା କୌଣସି ପ୍ରତିଶେଧକ ବ୍ୟବସ୍ଥାରେ ଏକ ଗୋଦାମ ଘରେ 2750 ଟନ୍ ଆମୋନିୟମ ନାଇଟ୍ରେଟ୍ ରଖିବା ଆଦୌ ଗ୍ରହଣୀୟ ନୁହେଁ, ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, ବେରୁଟ୍ରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ 78ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 4 ହଜାରରୁ…
ଅଯୋଧ୍ୟା : ପ୍ରାୟ 500 ବର୍ଷ ପରେ ରାମ ମନ୍ଦିର ନିର୍ମାଣ ନେଇ ସ୍ବପ୍ନ ପୂରା ହେବାକୁ ଯାଉଛି । ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ଅନୁଷ୍ଠିତ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା ଓ ଶିଳାନ୍ୟାସ କଲେ । 12ଟା 30ରୁ 32 ସେକେଣ୍ଡର ଶୁଭ ମୁହୂର୍ତ୍ତ ମଧ୍ୟରେ ନରେନ୍ଦ୍ର ମୋଦି ଭୂମିପୂଜନ ଓ ଶିଳାନ୍ୟାସ କରିଛନ୍ତି । ସ୍ବତନ୍ତ୍ର ଭାବେ ନିର୍ମିତ ରୂପା ଇଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରର ଶିଳାନ୍ୟାସ କରିଛନ୍ତି । ଭୂମି ପୂଜନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାମ ଲଲାଙ୍କ ଦର୍ଶନ କରିବା ସହିତ ପୂଜା କରି ସାଷ୍ଟାଙ୍ଗ ଦଣ୍ଡବତ ହୋଇଥିଲେ । ଗତକାଲି ଶ୍ରୀ ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମନ୍ଦିର ନିର୍ମାଣ ପରେ କିପରି ଦେଖାଯିବ, ସେନେଇ କିଛି ମଡେଲ୍ ଫଟୋ ଶେୟାର କରିଥିଲେ । ଯେଉଁଥିରେ ରାମ ମନ୍ଦିରର ମଡେଲକୁ ବଦଳା…
ଦିଲ୍ଲୀ: ଜଣେ ପଡୋଶୀ ଅନ୍ୟ ଜଣେ ପଡୋଶୀଙ୍କ ଘରେ ପଶି ରକ୍ତର ଖେଳ ଖେଳିଛି। ବିହାରର ଦୁଇ ପରିବାରର ଦିଲ୍ଲୀରେ ଦୁଇ ପଡୋଶୀ ଭାବେ ରହୁଥିବାବେଳେ ଜଣେ ପଡୋଶୀ ଅନ୍ୟ ଦୁଇ ପଡୋଶୀଙ୍କର ଗଳା କାଟି ହତ୍ୟା କରିବା ସହ ନିଜେ ମଧ୍ୟ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦିଲ୍ଲୀର ନରେଲା ଥାନା କ୍ଷେତ୍ରରେ ଘଟିଛି। ଦିଲ୍ଳୀର ନରେଲା ଥାନା ଅଞ୍ଚଳରେ ରହୁଥିବା ବାଙ୍କନେର୍ ଗ୍ରାମର ସ୍ବାମୀ –ସ୍ତ୍ରୀଙ୍କର ଗଳା କାଟି ହତ୍ୟା କରାଯାଇଛି । ହତ୍ୟାକାରୀ ଜଣକ ହତ୍ୟା କରିବା ପରେ ବିଷ ଖାଇ ଆତ୍ମହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ବିହାରର ମୂଳ ନିବାସୀ ଦୁଇ ଜଣ ଦିଲ୍ଲୀରେ ଦୁହେଁ ଦୁଇଜଣ ପଡୋଶୀ ଭାବେ ଅବସ୍ଥାନ କରୁଥିଲେ। ଦୁହେଁ ଦିଲ୍ଲୀରେ ଭଡାରେ ରହୁଥିଲେ। ହତ୍ୟା କରିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ମୋହମ୍ମ ମୁସ୍ତାକ୍। ମୃତ୍ୟୁବରଣ କରିଥିବା ସ୍ବାମୀ-ସ୍ତ୍ରୀ ହେଉଛନ୍ତି ମୋହମ୍ମଦ ହାସିମ୍ ଓ…
ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ। ଗତକାଲି ବିହାର ମୁଖ୍ୟମନ୍ତ୍ରୀ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ୍ କରିଥିଲେ । ବିହାର ସରକାରଙ୍କ ଅନୁରୋଧକୁ କେନ୍ଦ୍ର ଗ୍ରହଣ କରିଛି । ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ମୁମ୍ବାଇ ପୋଲିସ୍ ଏବଂ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହାକୁ ଖାରଜ କରାଯାଇଥିଲା । ତେବେ ବିହାର ପୋଲିସ୍ ପକ୍ଷରୁ ମାମଲାର ତଦନ୍ତ ପାଇଁ ନିଯୁକ୍ତ ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟାଇନରେ ରଖାଯିବାରୁ ବିହାର ସରକାର ବାଧ୍ୟ ହୋଇ ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ । ମାମଲାର ସିବିଆଇ ତଦନ୍ତ ଅନୁରୋଧକୁ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯିବା ସହିତ ମାମଲା ସିବିଆଇ ହାତକୁ ଯାଇଛି । ସୂଚନାଯୋଗ୍ୟ ଯେ, ଜୁନ୍ 14 ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର…
ଅଯୋଧ୍ୟା : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ଭୂମି ପୂଜନ ଆରମ୍ଭ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଥମେ ହନୁମାନଗଢୀ ମନ୍ଦିର ଯାଇ ସେଠାରେ ହନୁମାନଙ୍କ ପୂଜା କରିଥିଲେ । ଏହାପରେ ସେ ମନ୍ଦିର ପରିଭ୍ରମଣ କରିଥିଲେ । ଏହାପରେ ନରେନ୍ଦ୍ର ମୋଦି ରାମଲଲାଙ୍କ ଦର୍ଶନ କରିଥିଲେ । ରାମ ଲଲାଙ୍କ ପୂଜା କରିବା ପରେ ଏକ ପାରିଜାତ ବୃକ୍ଷ ଲଗାଇଥିଲେ । ଏହାପରେ ସେ ଭୂମି ପୂଜନ ସ୍ଥଳରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ପ୍ରଥମେ ଅଭିଷେକ ପୂଜା କରିବା ପରେ ଭୂମି ପୂଜନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ଭୂମି ପୂଜନ ସ୍ଥଳରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମୋହନ ଭାଗବତ, ଆନନ୍ଦୀ ବେନ୍ ପଟେଲ୍ ପ୍ରମୁଖ ଉପସ୍ଥିତ ରହିଛନ୍ତି।
ଭୁବନେଶ୍ୱର : ଆଜି ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ଭୂମି ପୂଜନ ଅନୁଷ୍ଠିତ ହେଉଛି । ଏହି ଅବସରରେ ସାରା ଦେଶବାସୀ ରାମନାମ ଜପିବା ସହିତ ଏହି ପ୍ରତୀକ୍ଷିତ ମୁହୂର୍ତ୍ତକୁ ଆକୁଳ ସହକାରେ ଅପେକ୍ଷା କରିଛନ୍ତି । ଆଜିର ଏକ ଐତିହାସିକ ଦିବସକୁ ବାଲୁକା କୃତିରେ ପ୍ରଦର୍ଶନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଅଯୋଧ୍ୟାରେ ହେବାକୁ ଥିବା ମନ୍ଦିର ସହିତ ପ୍ରଭୁ ଶ୍ରୀରାମଙ୍କ ଏକ ପ୍ରତିଛବିକୁ ବାଲୁକା କଳାରେ ସୁନ୍ଦର ଭାବେ ପ୍ରଦର୍ଶିତ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ପୁରୀ ବେଳାଭୂମିରେ ସୁଦର୍ଶନ ଏହି ବାଲୁକା କଳା ନିର୍ମାଣ କରିଥିଲେ । ରାମ ମନ୍ଦିର ପରିସରରେ ଏହି ବାଲୁକା କଳା ନିର୍ମାଣ କରିବାକୁ ଚାହୁଁଥିଲେ ମାତ୍ର କରୋନା କାରଣରୁ ପୁରୀ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିଥିବାର କହିଛନ୍ତି ସୁଦର୍ଶନ ପଟ୍ଟନାୟକ । ପ୍ରାୟ ୪ ଟନ୍ ବାଲିର ବ୍ୟବହାରରେ ୫ ଫୁଟ୍ ଉଚ୍ଚର ଏହି ବାଲୁକା ପ୍ରତିକୃତି…
ନୂଆଦିଲ୍ଲୀ : ଦେଶରେ ଗତ 24 ଘଣ୍ଟା ମଧ୍ୟରେ କରୋନାରେ 857 ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ 52 ହଜାର 509ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 19 ଲକ୍ଷ 08 ହଜାର 254ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 39 ହଜାର 795କୁ ବୃଦ୍ଧି ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା 5 ଲକ୍ଷ 86 244 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 12 ଲକ୍ଷ 82 ହଜାର 215 ଜଣ । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତଙ୍କ 16 ହଜାର 142ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 2 ହଜାର 533ଜଣ, ଦିଲ୍ଲୀରେ 4 ହଜାର 033 ଜଣ, ତାମିଲ୍ନାଡୁରେ 4 ହଜାର 349ଜଣ, ଉତ୍ତରପ୍ରଦେଶରେ 1ହଜାର 817ଜଣ, ପଶ୍ଚିମବଙ୍ଗରେ 1 ହଜାର 785ଜଣଙ୍କର ମୃତ୍ୟୁ ହୋଇଛି ।
ଅଯୋଧ୍ୟା : ଆଉ ମାତ୍ର କିଛି ସମୟର ପ୍ରତୀକ୍ଷା ପରେ ରାମ ମନ୍ଦିରର ଭୂମି ପୂଜା ଅନୁଷ୍ଠିତ ହେବ । ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବେ । ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଭୂମି ପୂଜନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଞ୍ଚିଛନ୍ତି । ଲକ୍ଷ୍ନୌରୁ ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବାଗତ କରିଛନ୍ତି । ପ୍ରଥମେ ହନୁମାନଗଡି ମନ୍ଦିରରେ ଦର୍ଶନ କରିବେ ତା’ପରେ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ କରିବେ । 12ଟା30 ସମୟରେ ଭୂମି ପୂଜନରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । (ଏଜେନ୍ସି)
ମହାରାଷ୍ଟ୍ର : କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀରାଓ ପାଟିଲ ନୀଲାଙ୍ଗେକରଙ୍କ ଦେହାନ୍ତ ହୋଇଛି। 88 ବର୍ଷୀୟ ଶିବାଜୀରାଓ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ଗତ ମାସରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା, ପରେ ତାଙ୍କୁ ପୁନେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶିବାଜୀ ପାଟିଲ ନୀଲାଙ୍ଗେକର 1985 ରୁ 1986 ମସିହା ପର୍ଯ୍ୟନ୍ତ କିଛି ସମୟ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । ସୂଚନାଯୋଗ୍ୟ, କରୋନା ସଂକ୍ରମଣରେ ବହୁ ବଡ ବଡ ରାଜନେତା ମାନେ ସଂକ୍ରମିତ ହୋଇଛନ୍ତି । ନିକଟରେ ଗୃହ ମନ୍ତ୍ରୀ ଅମିତ୍ ଶାହା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ବିଚାରପତି ରଞ୍ଜନ ଗୋଗେଇ ପ୍ରମୁଖ ଏହି କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ନିକଟରେ ୟୁପିର ଜଣେ କ୍ୟାବିନେଟ୍ ମନ୍ତ୍ରୀ କରୋନା ଯୋଗୁ୍ଁ ପ୍ରାଣ ହରାଇଛନ୍ତି ।…
ଭୁବନେଶ୍ବର : ଆଜି ରାଜ୍ୟରୁ କରୋନା 9ଜଣଙ୍କ ଜୀବନ ନେଇଛି । ଗଞ୍ଜାମରୁ ସର୍ବାଧିକ 5 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ଗଜପତି, ସୁନ୍ଦରଗଡ, ଓ କେନ୍ଦୁଝରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମର ମୃତକଙ୍କ ମଧ୍ୟରେ ଚାରିଜଣ ପୁରୁଷ ଥିବାବେଳେ ଜଣେ ମହିଳା ରହିଛନ୍ତି । ଗଞ୍ଜାମର ମୃତକଙ୍କ ମଧ୍ୟରେ 42, 59, 53, 63 ବର୍ଷୀୟ ପୁରୁଷ ଥିବାବେଳେ ଜଣେ 52 ବର୍ଷୀୟ ମହିଳା ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ 60 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ସୁନ୍ଦରଗଡରୁ 55 ବର୍ଷୀୟ ପୁରୁଷ ଓ ଗଜପତିରୁ 27 ବର୍ଷୀୟ ଯୁବକ ମୃତ୍ୟୁବରଣ କରିଛନ୍ତି । ଆଜି କେନ୍ଦୁଝରର ପ୍ରଥମ କରୋନା ମୃତ୍ୟୁ ହୋଇଛି । କେନ୍ଦୁଝରରୁ 21 ବର୍ଷୀୟ ଯୁବକ କରୋନାରେ ମୃତ୍ୟୁବରଣ କରିଛନ୍ତି ।…
ଭୁବନେଶ୍ବର : ଆଜି ରାଜ୍ୟର 28ଟି ଜିଲ୍ଲାରୁ ମୋଟ୍ 1337ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 201ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 196, କଟକରୁ 168ଜଣ, ସୁନ୍ଦରଗଡରୁ 83, କେଉଁଝରରୁ 80, ଗଜପତିରୁ 75, ପୁରୀରୁ 73, ସମ୍ବଲପୁରରୁ 72, ନୟାଗଡରୁ 60, ମାଲ୍କାନଗିରିରୁ 38, କେନ୍ଦ୍ରାପଡାରୁ 37, କୋରାପୁଟ ଓ ବାଲେଶ୍ବରରୁ 31 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ଯାଜପୁରରୁ 24, ଭଦ୍ରକ ଓ ରାୟଗଡାରୁ 22ଜଣ ଲେଖାଏଁ ରହିଥିବାବେଳେ ଜଗତସିଂହପୁରରୁ 21, କନ୍ଧମାଳରୁ 20, ମୟୂରଭଞ୍ଜରୁ 15 ଜଣ ଚିହ୍ନଟ ହୋଇଛନ୍ତି । ବରଗଡରୁ 14, କଳାହାଣ୍ଡିରୁ 13, ବଲାଙ୍ଗିରରୁ 11, ଝାରସଗୁଡାରୁ 10, ନବରଙ୍ଗପୁରରୁ 7, ଢେଙ୍କାନାଳରୁ 5, ଅନୁଗୁଳୁରୁ 4, ସୋନପୁରରୁ 3 ଜଣ, ବୌଦ୍ଧରୁ ଜଣେ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1337 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 815ଜଣ ଚିହ୍ନଟ ହୋଇଥିବାବେଳେ 522ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 39ହଜାର 018କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 14 ହଜାର 267ଜଣ । ସେହିପରି ସୁସ୍ଥ ହୋଇଛନ୍ତି 24 ହଜାର 482ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 225ଜଣ। ସେହିପରି 46 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ବର : ଆଜି ଟୁଇନ୍ ସିଟିରେ ଦୁଇ ମିନିଟ୍ ପାଇଁ ଟ୍ରାଫିକ୍ ବନ୍ଦ ରହିବ । ସନ୍ଧ୍ୟା 6ଟାରୁ 6ଟା2 ମିନିଟ୍ ପାଇଁ ବନ୍ଦ ରହିବ ଟ୍ରାଫିକ୍ । କରୋନା ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା ଲାଗି ଆଜି ଟୁଇନ୍ ସିଟିରେ ଟ୍ରାଫିକ୍ ବନ୍ଦ ରହିବ । ଟ୍ରାଫିକ୍ ବନ୍ଦ ନେଇ କମିଶନରେଟ୍ ପୋଲିସ୍ ତରଫରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଆଜି କୋଭିଡ୍ ଯୋଦ୍ଧାଙ୍କ ଲାଗି 2 ମିନିଟ୍ ନିରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି ।
ବେରୁଟ୍ : ଲେବାନନର ରାଜଧାନୀ ବେରୁଟ୍ରେ ଗତକାଲି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ 78ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4000ରୁ ଅଧିକ ଆହତ ହୋଇଥିବାର ସୂଚନା ରହିଛି। ତେବେ ଅନେକ ନିଖୋଜ ରହିଥିବାବେଳ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି। https://www.instagram.com/p/CDeZsLhpcUX/ ଗତକାଲି ସନ୍ଧ୍ୟାରେ ବେରୁଟ୍ ବନ୍ଦରର ଓ୍ବେୟାର ହାଉସ୍ରେ 2,750 ଟନ୍ ଓଜନର ଆମୋନିୟମ୍ ନାଇଟ୍ରେଟ୍ ହଠାତ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ବନ୍ଦରଟି ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଥିବାବେଳେ ଘରଦ୍ବାର, ଗାଡି ମୋଟର, ରାସ୍ତାଘାଟ ଆଦି ନଷ୍ଟ ହୋଇଛି। ବିସ୍ଫୋରଣଠାରୁ ଦୂରରେ ଥିବା କିଛି ଘରର ସିଲିଂ ଝରକା, କବାଟ ଆଦି ନଷ୍ଟ ହୋଇଛି। ଅତ୍ୟଧିକ ଚାପ ଓ ଉତ୍ତାପ ଯୋଗୁଁ ଏହି ବିସ୍ଫୋରଣ ହୋଇଥିବାର ସୂଚନା ରହିଛି। ଏହି ବିସ୍ଫୋରଣରେ ଲେବାନନ୍ର ଗହମ ଷ୍ଟୋର ହାଉସ୍ ପୂରା ଧ୍ବଂସ ହୋଇଯାଇଛି। ଭାରତୀୟ ଦୂତାବାସ ତରଫରୁ ଏକ ହେଲପ୍ ଲାଇନ୍ ନମ୍ବୀ ଜାରି କରାଯାଇଛି। ହେଲ୍ପ…
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୂମି ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ସରିଛି। ମହାସମାରୋହରେ ଭୂମି ପୂଜନ ପାଇଁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଛି। ଅଯୋଧ୍ୟାରେ ଭୂମି ପୂଜନ ପାଇଁ ସରଜୁ ନଦୀ କୂଳକୁ ସଜ୍ଜିତ କରାଯାଇଛି। ସାଧୁସନ୍ଥଙ୍କ ରାମଧ୍ବନି ସହ ଅଖଣ୍ଡ ରାମାୟଣ ଗାନରେ କମ୍ପୁଛି ଚଉଦିଗ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଯୋଧ୍ୟା ପାଇଁ ବାହାରି ସାରିଲେଣି। ପିଏମ୍ଓ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଅଭିମୁଖେ ଏକ ସ୍ବତନ୍ତ୍ର ବିମାନରେ ଆସୁଥିବାର ଏକ ଫଟୋ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ନୌ ବିମାନ ବନ୍ଦରରେ 10ଟା 35ରେ ପହଞ୍ଚିବେ। ଅଯୋଧ୍ୟାରେ ପ୍ରଥମେ ହନୁମାନଗଡି ମନ୍ଦିର ଦର୍ଶନ କରିବେ ମୋଦି। ମଧ୍ୟାହ୍ନ 12ଟା ସମୟରେ ରାମଜନ୍ମଭୂମିରେ ନରେନ୍ଦ୍ର ମୋଦି ପହଞ୍ଚିବେ। ମଧ୍ୟାହ୍ନ 12ଟା 30ରୁ ଭୂମି ପୂଜା ଆରମ୍ଭ ହେବ। …

