Author: Samikhsya Bureau

ଜମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରରେ ପୁଣି ଜଣେ ସରପଞ୍ଚକୁ ଆତଙ୍କୀମାନେ ହତ୍ୟା କରିଛନ୍ତି । କୁଲଗାମ ଜିଲ୍ଲା କାଞ୍ଜିଗୁଣ୍ଡ ବ୍ଲକର ଭେସୁ ଗ୍ରାମରେ ଭାରତୀୟ ଜନତା ପାର୍ଟିର ସରପଞ୍ଚଙ୍କୁ ଗୁରୁବାର ଦିନ ଆତଙ୍କୀମାନେ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ବିଜେପି ସରପଞ୍ଚଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ମୃତ ସରପଞ୍ଚ ଜଣକ ହେଉଛନ୍ତି ସଜାଦ ଅହମ୍ମଦ ଖାଣ୍ଡେ । ଗତ 48 ଘଣ୍ଟା ମଧ୍ୟରେ ଦ୍ବିତୀୟ ବିଜେପି ସରପଞ୍ଚ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ପୂର୍ବରୁ ଅଗଷ୍ଟ 4 ତାରିଖ ସନ୍ଧ୍ୟାରେ କାଞ୍ଜିଗୁଡା ଅଖରାନରେ ଆତଙ୍କୀମାନେ ବିଜେପିର ଅନ୍ୟ ଏକ ସରପଞ୍ଚ ଆରିଫ୍‌ ଅହମ୍ମଦକୁ ଆକ୍ରମଣ କରିଥିଲେ । ସେ ଗୁରୁତର ହୋଇଛନ୍ତି । ଏହା ପୂର୍ବରୁ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଜୁନ୍‌ 8 ତାରିଖର ଜଣେ କାଶ୍ମୀର ପଣ୍ଡିତ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିଲେ । ଲଶ୍କର-ଏ-ତୋଏବା…

Read More

ମୁମ୍ବାଇ: କରୋନା ସଂକଟ ସମୟରେ ବଲିଉଡ୍‌ ଓ ଛୋଟ ପରଦାର ବହୁ କଳାକାର ଅବସ୍ଥା ଏବେ ସଂକଟାପନ୍ନ ହୋଇଛି। ଏପରି ସମୟରେ ବହୁ କଳାକାର ଜୀବନ ହାରିବା ପରି ଚରମ ନିଷ୍ପତ୍ତି ନେଉଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ମାମଲା ଥମି ନଥିବାବେଳେ ଆଉ ଜଣେ ଛୋଟପରଦାର ଲୋକପ୍ରିୟ କଳାକାର ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଟିଭି ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇଠାରେ ଆତ୍ମହତ୍ୟା କରିଥିବା ଏହି ଅଭିନେତାଙ୍କ ବୟସ 44 ବର୍ଷ। ବୁଧବାର ରାତ୍ରି ପଶ୍ଚିମ ମଲାଡ ସ୍ଥିତ ନେହା ସିଏଚଏସ୍‌ ବିଲିଡିଂରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ବର୍ଷ ଫେବୃଆରୀରେ ସମୀର୍‌ ଆପାର୍ଟମେଣ୍ଟକୁ ଭଡାରେ ନେଇଥିଲେ।  ସମୀର ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘କ୍ୟୁଁ କି ଶାଶ୍‌ ଭି କଭୀ ବୋହୂ ଥୀ’, ‘ କାହାନୀ ଘର୍‌ ଘର୍‌ କୀ’ରେ ଅଭିନୟ କରିଥିଲେ। ଏହି ଅଭିନେତା ଜଣକ…

Read More

ମୁମ୍ବାଇ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଅର୍ଥନୈତିକ ମୁଦ୍ରାନୀତି ସମ୍ପର୍କରେ ଘୋଷଣା କରିଛନ୍ତି । ଶୁକ୍ରବାର ଆରବିଆଇ ପକ୍ଷରୁ ଘୋଷିତ ମୁଦ୍ରାନୀତିରେ ରେପୋରେଟକୁ ଅପରିବର୍ତ୍ତିତ ରଖାଯାଇଛି । ରେପୋ ରେଟ୍ ପୂର୍ବବତ ୪ ପ୍ରତିଶତ ରହିଛି । ମାନ୍ଦାବସ୍ଥା ଲାଗିରହିଥିବା ବେଳେ ଉନ୍ନତ ମୌସୁମୀ କାରଣରୁ କୃଷି ବ୍ୟବସ୍ଥାରେ ସୁଧାର ଦେଖା ଦେବା ନେଇ ଆକଳନ କରିଛନ୍ତି ଶକ୍ତିକାନ୍ତ ଦାସ । ତେବେ ସମଗ୍ର ବିଶ୍ୱର ଅର୍ଥନୀତି ତଳୁଆ ରହିଥିବାରୁ ରେପୋରେଟ୍ ଅପରିବର୍ତ୍ତିତ ରଖିବାକୁ ଆରବିଆଇ ବାଧ୍ୟ ହୋଇଛି ବୋଲି ଗଭର୍ଣ୍ଣର କହିଛନ୍ତି । ରେପୋ ରେଟ ଅପରିବର୍ତ୍ତିତ ରହିବା ଦ୍ୱାରା ଗ୍ରାହକଙ୍କୁ ଋଣ ହାସଲରେ ସୁବିଧା ହେବ ବୋଲି ମଧ୍ୟ ପ୍ରେସ୍‌ ମିଟ୍‌ରେ ଉଲ୍ଲେଖ କରିଛନ୍ତି ଆରବିଆଇ ଗଭର୍ଣ୍ଣର। ସେହିପରି ଚଳିତ ଅଭିବୃଦ୍ଧି ବିଗତ ୬ ଦଶକ ମଧ୍ୟରେ ସର୍ବନିମ୍ନ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ତେବେ ଋଣକିସ୍ତି ଛାଡ (ମୋରାଟାରିୟମ୍‌ ଲୋନ୍)‌ ବିଷୟରେ ଆରବିଆଇ ଗଭର୍ଣ୍ଣର…

Read More

ଜମ୍ମୁ-କାଶ୍ମୀର : ବୈଷ୍ଣୋ ଦେବୀ ଯାତ୍ରା କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଏବେ ତାଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଜମ୍ମୁ-କାଶ୍ମୀର ପ୍ରଶାସନ ଦୀର୍ଘ ସମୟ ଧରି ବନ୍ଦ ରଖିଥିବା ଧାର୍ମିକସ୍ଥଳକୁ ଆସନ୍ତା ଅଗଷ୍ଟ 16ରୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କରୋନା ସଂକଟକୁ ଦୃଷ୍ଟିରୁରଖି ମାର୍ଚ୍ଚ 19 ତାରିଖରୁ ବୈଷ୍ଣୋ ଦେବୀ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିଲା । ତେବେ ସରକାରୀ ଆଦେଶରେ ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ ନେଇ ସେପରି କୌଣସି ଉଲ୍ଲେଖ କରିନଥିବାବେଳେ  ଧାର୍ମିକ ସ୍ଥଳ ଖୋଲିବା ଓ ଯାତ୍ରା ଆରମ୍ଭ ନେଇ ସବୁଜ ସଂକେତ ଦେଇଛି । ତେବେ ସୀମିତ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯାତ୍ରା କରିପାରିବେ । ଜମ୍ମୁକାଶ୍ମୀରର ପ୍ରମୁଖ ସଚିବ ରୋହିତ୍‌ କନ୍‌ସଲ କହିଛନ୍ତି ଯେ, ଆସନ୍ତା ଅଗଷ୍ଟ 16 ତାରିଖରୁ ଜମ୍ମୁ ଓ କାଶ୍ମୀରର ସମସ୍ତ ଧାର୍ମିକ ସ୍ଥଳ ଓ ପୂଜା ସ୍ଥଳ ଖୋଲିବା ନେଇ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁଙ୍କୁ କରୋନା। ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ସୂଚନା ଦେଇଛନ୍ତି ଏସ୍‌ପି। ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟର ଜଣେ ଷ୍ଟାଫ୍‌ ସଂକ୍ରମିତ ହୋଇଥିଲେ। ସମ୍ପୃକ୍ତ ଷ୍ଟାଫ୍‌ ସଂକ୍ରମିତ ହେବାରୁ ଅନ୍ୟମାନଙ୍କ ସ୍ବାବ୍‌ ନିଆଯାଇଥିଲା। ସ୍ବାବ୍‌ ଟେଷ୍ଟରେ ଏସ୍‌ପିଙ୍କର ପଜିଟିଭ୍‌ ଆସିଥିବା ଜଣାପଡିଥିଲା। ତେବେ ତାଙ୍କର କିଛି ଲକ୍ଷଣ ନଥିଲା ବୋଲି ସୂଚନା ଦେଇଛନ୍ତି ଏସ୍‌ପି। ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧା ଜିଲ୍ଲାରୁ 220 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Read More

ଚୀନ୍‌ : ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଭାରଇସ୍‌ ସାରା ବିଶ୍ବରେ ଚହଳ ପକାଇଥିବାବେଳେ ଏବେ ଚୀନ୍‌ରେ ଆଉ ଏକ ନୂତନ ଭାଇରସ ବ୍ୟାପୁଥିବାର ସୂଚନା ରହିଛି । ଏହି ଭାଇରସ୍‌ କାରଣରୁ ଏବେ ସୁଦ୍ଧା 7ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 60ଜଣ ଅସୁସ୍ଥ ରହିଛନ୍ତି । ଗ୍ଲୋବାଲ୍‌ ଟାଇମ୍‌ସର ସୂଚନାନୁସାରେ ପୂର୍ବ ଚୀନ୍‌ର ଜିୟାଙ୍ଗୁସ୍‌ ଓ ଅନହୁଇ ପ୍ରାନ୍ତରେ 12ରୁ ଅଧିକ ଲୋକେ ଏହି ଭାଇରସରଶିକାର ହୋଇଛନ୍ତି । ଏହି ଭାରଇସ ଏକ କୀଟ କାମୁଡିବା ଯୋଗୁଁ ବ୍ୟାପୁଥିବାର ସୂଚନା ମିଳିଛି । ଜିୟାଙ୍ଗୁ୍‌ସରେ 37 ଜଣ ଓ ଅନ୍‌ହୁଇରେ 23 ଜଣ ଆକ୍ରାନ୍ତ ହୋଇଛନ୍ତି । ଦୁଇ ରାଜ୍ୟରେ ଏପର୍ଯ୍ୟନ୍ତ 7ଜଣଙ୍କ ମୃତ୍ୟୁ ହୋଇଛି । ଏହି ଭାଇରସର ନାମ ହୁଇୟାଙ୍ଗଶାସନ ବନୟାଙ୍ଗଭାଇରସ  (Huaiyangshan banyangvirus ) ରଖାଯାଇଛି । ଏହି ଭାଇରସକୁ ଏସଏଫଟିଏସ୍‌ ମଧ୍ୟ କୁହାଯାଉଛି । ଏକ କୀଟ କାମୁଡିବା ଦ୍ବାରା ଏହି ଭାଇରସ୍‌ ମଣିଷର ଶରୀରକୁ…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ଆଉ 10ଜଣଙ୍କ ଜୀବନ ଯାଇଛି। ଗଞ୍ଜାମରୁ ସର୍ବାଧିକ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରୁ 2 ଜଣ, ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର ଓ ନୟାଗଡରୁ ଜଣେ ଲେଖାଏଁ ମୃତ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗଞ୍ଜାମର ମୃତକ ତିନିଜଣ ପୁରୁଷ ରହିଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 52 ବର୍ଷ, 40 ବର୍ଷ ଓ 55 ବର୍ଷ ବୋଲି ସୂଚନା ରହିଛି । ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବାଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 54 ବର୍ଷୀୟ ପୁରୁଷଥିବାବେଳେ ଅନ୍ୟ ଜଣେ 28 ବର୍ଷୀୟା ଯୁବତୀ ରହିଛନ୍ତି । ନବରଙ୍ଗପୁରରେ ପ୍ରଥମ କରୋନା ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ବୟସ 40 ବର୍ଷ ବୋଲି ସୂଚନା ରହିଛି । ଭଦକ୍ରରୁ ଜଣେ 53 ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ ଜଣେ 61 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି…

Read More

ଭୁବନେଶ୍ବର : ଆଜି 29ଟି ଜିଲ୍ଲାରୁ ମୋଟ୍‌ 1699 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 268 ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 220 ଜଣ, ସୁନ୍ଦରଗଡରୁ 178, କଟକରୁ 105,  ସମ୍ବଲପୁରରୁ 101, ବରଗଡରୁ 81, କନ୍ଧମାଳରୁ 74, ମାଲ୍‌କାନଗିରିରୁ 72, ପୁରୀରୁ 67, ଭଦ୍ରକରୁ 66, ଗଜପତିରୁ 59,  କେଉଁଝରରୁ 56, କୋରାପୁଟ ଓ ଯାଜପୁରରୁ 41 ଜଣ ଲେଖାଏଁ ଚିହ୍ନଟ ହୋଇଥିବାସ୍ଥଳେ କଳାହାଣ୍ଡିରୁ 30, କେନ୍ଦ୍ରାପଡା ଓ ଢେଙ୍କାନାଳରୁ 27 ଜଣ ଲେଖାଏଁ ରହିଛନ୍ତି । ନୟାଗଡରୁ 25, ମୟୂରଭଞ୍ଜରୁ 24, ବଲାଙ୍ଗିରରୁ 21, ରାୟଗଡାରୁ 19, ଅନୁଗୁଳୁ ଓ ବାଲେଶ୍ବରରୁ 17 ଜଣ ଲେଖାଏଁ  ରହିଥିବାବେଳେ  ଜଗତସିଂହପୁର ଓ ନବରଙ୍ଗପୁରରୁ 16 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ସୋନପୁର ଓ ଝାରସୁଗୁଡାରୁ 10ଜଣ ଲେଖାଏଁ ରହିଛନ୍ତି । ବୌଦ୍ଧରୁ 8 ଜଣ ରହିଥିବାବେଳେ ନୂଆପଡାରୁ 3 ଜଣ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1699 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1073ଜଣ ଚିହ୍ନଟ ହୋଇଥିବାବେଳେ 626ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  40 ହଜାର 717କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 14 ହଜାର 700ଜଣ । ସେହିପରି ସୁସ୍ଥ ହୋଇଛନ୍ତି 25 ହଜାର 737 ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 225ଜଣ । ସେହିପରି 46 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା 19 ଲକ୍ଷ ଅତିକ୍ରମ କରିଛି, ଗୋଟିଏ ଦିନରେ 56,282 ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ଏବଂ 904 ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି ଏହା ସହ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 19 ଲକ୍ଷ 64 ହଜାର 536 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 5 ଲକ୍ଷ 95 ହଜାର ସକ୍ରିୟ ମାମଲା ଥିବାବେଳେ 13 ଲକ୍ଷ 28 ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ 16ହଜାର 476 ଆକ୍ରାନ୍ତଙ୍କ  ମୃତ୍ୟୁ ହୋଇଛି । ତାମିଲନାଡୁରେ 4 ହଜାର461 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ଦିଲ୍ଲୀରେ 4 ହଜାର 44, କର୍ଣ୍ଣାଟକରେ 2 ହଜାର 804ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)

Read More

କଟକ : ଏଣିକି ପ୍ରତ୍ୟେକ ବୁଧବାର ଦିନ କଟକ ମାଲଗୋଦାମ ବନ୍ଦ ରହିବ ବୋଲଇ ସିଏମ୍‌ସି ସୂଚନା ଦେଇଛି । ମାଲ୍‌ଗୋଦାମ ନିକଟରେ ଥିବା ବେହେରା ସାହିରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସିଏମ୍‌ସି ଏପରି ପଦକ୍ଷେପ ନେଇଛି । ତେବେ 3ଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବାକୁ ସିଏମ୍‌ସି ନିଷ୍ପତ୍ତି ନେଇଛି ।  ଅଣଅତ୍ୟାବଶ୍ୟକ ଦୋକାନଗୁଡିକ ସକାଳ 7ରୁ 10ଟା ଯାଏ ଖୋଲିବ । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ହୋଲ୍‌ସୋଲର ମାନେ ସକାଳ 10ଟାରୁ 2ଟା ଯାଏ ଖୋଲିବ । ସେହିପରି ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ଖୁଚୁରା ଦୋକାନଗୁଡିକ ଦିନ 2ଟାରୁ ରାତି 8ଟାଏ ଯାଏ ଖୋଲା ରହିବ । କଟକ ଚାମ୍ବର ଅଫ୍‌ କମର୍ସର ଚିଠି ଆଧାରରେ ସିଏମ୍‌ସି ଏଭଳି ନିଷ୍ପତ୍ତି ନେଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ମାଲଗୋଦାମ ପ୍ରତି ବୁଧବାର ଦିନ ବନ୍ଦ ରହିବ ବୋଲି ସିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଗତକାଲି…

Read More

ନୂଆଦିଲ୍ଲୀ, ଅଯୋଧ୍ୟାରେ ରାମମନ୍ଦିର ଭୂମି ପୂଜା ପ୍ରାୟ ସମସ୍ତ ଭାରତୀୟଙ୍କୁ ଉତ୍ସାହିତ କରିଛି। ବହୁ ବାଦବିଦାଦ ପରେ ବର୍ତ୍ତମାନ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ସମ୍ଭବ ହୋଇଥିବାରୁ ତାହା ସମସ୍ତଙ୍କୁ ଖୁସି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଭୂମିପୂଜନ କରୁଥିଲେ ସେତେବେଳେ କୋଟି କୋଟି ଭାରତୀୟ ଜୟ ଶ୍ରୀରାମଙ୍କୁ ସ୍ମରଣ କରୁଥିଲେ। ସେହିପରି ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ମଧ୍ୟ ବାଦ ପଡି ନାହାଁନ୍ତି। ଉପରାଷ୍ଟ୍ରପତି ଭୂମିପୂଜା ଉପଲକ୍ଷେ ତାଙ୍କ ଉପରାଷ୍ଟ୍ରପତି ଭବନରେ ଗତକାଲି ରାମାୟଣ ପାଠ କରୁଥିଲେ। ପ୍ରଥମେ ଧର୍ମପତ୍ନୀ ଉଷା ନାଇଡୁଙ୍କ ସହିତ ଶ୍ରୀରାମ, ଭାଇ ଲକ୍ଷ୍ଣଣ ଏବଂ ମାତା ସୀତାଙ୍କ ଫଟୋରଖି ପୂଜାପାଠ କରିଥିଲେ। ଏହାପରେ ଉପରାଷ୍ଟ୍ରପତି ଭେଙ୍କୟା ରାମାୟଣ ପାଠ କରିଥିଲେ। ଭୂମି ପୂଜନ ପୂର୍ବରୁ ଉପରାଷ୍ଟ୍ରପତି ପ୍ରଭୃ ଶ୍ରୀରାମଙ୍କ ଉପରେ ଏକ ବିସ୍ତୁତ ଲେଖା ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଲେଖାକୁ ସେ ବିଭିନ୍ନ ଭାଷାରେ ଅନୁବାଦ କରି ପୋଷ୍ଟ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ଦେଉଳିଆପଡା ସ୍ଥିତ ସିଦ୍ଧେସ୍ୱର ମନ୍ଦିର ପରିସରରେ ବେଗୁନିଆପଡା ବ୍ଲକ ଶାଖା ଋଷିକୁଲ୍ୟା ରୟତ ମହାସଭା ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ବଞ୍ଚିଲେ ଜୀବ ଜଗତ ବଞ୍ଚିବ ଏହି ନାରାରେ ୫୦ ରୁ ଊର୍ଦ୍ଧ୍ଵ ବୃକ୍ଷରୋପଣ ସହ ୨୦୦ ଗୋଟି ଚାରା ମାଗଣାରେ ବଣ୍ଟନ କରାଯାଇଥିଲା। ବେଗୁନିଆପଡା ବ୍ଲକର ୨୩ ଗୋଟି ପଞ୍ଚାୟତର କୃଷକ ମାନଙ୍କୁ ୫୦ ହଜାର ଚାରା ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ଏଥିରେ ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖାର ସମ୍ପାଦକ ଭାସ୍କର ନାୟକ, ସଭାପତି ଜୋହନ ସ୍ଵାଇଁ, ଆବାହକ ନବକୃଷ୍ଣ ସ୍ଵାଇଁ, ଖଲ୍ଲିକୋଟ ବନାଞ୍ଚଳ ବନରଖି କମଳ ପତିଆର ସମେତ ବୃକ୍ଷପ୍ରେମୀ…

Read More

କେଦାର ମିଶ୍ର ଗତକାଲି ଭାରତରେ କରୋନା ଜନିତ ମୃତ୍ୟୁ ୪୦ ହଜାର ଟପିଲା। ଚାଳିଶ ହଜାର- ଇଏ କେବଳ ଏକ ସଂଖ୍ୟା। ସରକାରୀ ଖାତାରେ ଏମାନେ କେବଳ ଗୋଟେ ଗୋଟେ ସଂଖ୍ୟା ବାଚକ। ଗୋଟେ ମହାମାରୀ ୪୦ ହଜାର ପରିବାରକୁ ତଳି ତଳାନ୍ତ କରି ଦେଇଛି। ତେବେ ୪୦ ହଜାର ଚୂଡାନ୍ତ ସଂଖ୍ୟା ନୁହେଁ। ସରକାର କହୁଛନ୍ତି, ଆମର ମୃତ୍ୟୁ ହାର କମ। ତେବେ ସରକାରକୁ କହିବ କିଏ ଯେ, ପାକିସ୍ତାନରେ ମୃତ୍ୟୁହାର ଆମଠୁ ମଧ୍ୟ କମ। ଭୁଟାନରେ ଜଣେ ବି ଲୋକ କରୋନାରେ ମୃତ୍ୟୁ ବରଣ କରି ନାହାନ୍ତି। ଦକ୍ଷିଣ କୋରିଆରେ ଏହି ଭୂତାଣୁକୁ ସେମାନେ ସହଜରେ ଆୟତ୍ତ କରିପାରିଥିଲେ, ଯେତେବେଳେ କି ଏହି ଭୂତାଣୁ ବିଷୟରେ କାହାକୁ କିଛି ଜଣା ନଥିଲା। ଆମ ପଡୋଶୀ ପାକିସ୍ତାନରେ ଜୁନ ମାସ ବେଳକୁ ଦୈନିକ ୬୦୦୦ରୁ ଅଧିକ କରୋନା ଆକ୍ରାନ୍ତ ବାହାରୁଥିଲେ। ଏବେ ତାହା ୩୦୦/୪୦୦ କୁ ଖସି ଆସିଛି। ଆମର…

Read More

ଭୁବନେଶ୍ବର, ଆଜି ଭାରତର ଜଣେ ଲୋକପ୍ରିୟ ମହିଳା ନେତ୍ରୀ ସୁଷମା ସ୍ବରାଜଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଠିକ୍ ବର୍ଷକ ତଳେ ସୁଷମା ସମସ୍ତଙ୍କୁ ଛାଡି ପରଲୋକ ଗମନ କରିଥିଲେ। ତାଙ୍କର ସ୍ମତି ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏକ ବାଲୁକା କଳା। ସୁଷମାଙ୍କ ମୁଣ୍ଡରେ ବଡ ସିନ୍ଦୁର ଟୋପା ଏବଂ ସିନ୍ଥିରେ ସିନ୍ଦୁରକୁ ସୁଦର୍ଶନ ବେଶ୍ ଆକର୍ଷଣୀୟ ଭାବେ କରିଛନ୍ତି।

Read More

ଭୁବନେଶ୍ବର, ପୁଣି ଏକ ଲଘୁଚାପ ଆସୁଛି। ଆସନ୍ତା 9 ତାରିଖରେ ଏହା ବଙ୍ଗୋସାଗରରେ ସଂଗଠିତ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖି ସତର୍କ କରାଇ ଦେଇଛନ୍ତି। ଅଗଷ୍ଟ ପ୍ରଥମ ସପ୍ତାହରେ ଉତ୍ତର ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିଲା ଏକ ଲଘୁଚାପ ବଳୟ। ସେଥିପାଇଁ ସାରା ରାଜ୍ୟରେ ଭଲ ବର୍ଷା ହୋଇଛି। ପ୍ରଥମ ସପ୍ତାହ ପରେ ପୁଣି ଦ୍ବିତୀୟ ସପ୍ତାହରେ ଏହି ଲଘୁଚାପ ଆସୁଥିବାରୁ ଚାଷିଙ୍କ ପାଇଁ ଉପଯୁକ୍ତ ହୋଇପାରିବ ବୋଲି ଆଶା କରାଯାଉଛି।

Read More

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦର ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗିଯାଇଛି। ଅହମ୍ମଦାବାଦ ସ୍ଥିତ ଶ୍ରେୟ ହସ୍ପିଟାଲରେ ନିଆଁ ଲାଗିଥିବାର ସୂଚନା ରହିଛି। ଏହି ଅଗ୍ନିକାଣ୍ଡରେ 8 କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। କରୋନାକୁ ଦୃଷ୍ଟିରେ ରଖି ଶ୍ରେୟ ହସ୍ପିଟାଲକୁ କୋଭିଡ ହସ୍ପିଟାଲ ରୂପେ ରୂପାନ୍ତରିତ କରାଯାଇଛି। ଏହି ଅଗ୍ନିକାଣ୍ଡରେ ଜଣେ ମେଡିକାଲ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନାନୁସାରେ ସକାଳ 3.15 ମିନିଟରେ ହସ୍ପିଟଲରେ ନିଆଁ ଲାଗିଥିଲା। 3.22 ସମୟରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ। ନିଆଁ ଲାଗିବା ସମୟରେ ଆଇସିଇଉରେ 10 ଜଣ କରୋନା ରୋଗୀ ଥିଲେ। ସେହିପରି ଉକ୍ତ ହସ୍ପିଟାଲରେ 49 ଜଣ ଆକ୍ରାନ୍ତ ରହିଥିଲେ। ତେବେ ନିଆଁ ଲାଗିବା ପରେ କୋରୋନା ରୋଗୀଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବାର ସୂଚନା ମିଲଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।  (ଏଜେନ୍ସି)

Read More

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ନୂତନ ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ସ୍ନିହାଙ୍କୁ ଜମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଗତକାଲି ଗିରୀଶ ଚନ୍ଦ୍ର ମୁର୍ମୁ ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ମନୋଜ ସିହ୍ନା ଏବେ ମୁର୍ମୁଙ୍କ ସ୍ଥାନରେ ଜାମ୍ମୁକାଶ୍ମୀର ଉପରାଜ୍ୟପାଳ  ଦ୍ଵାୟିତ୍ଵ ସମ୍ଭାଳିବେ। ଧାରା 370 ଉଛେଦ ହେବ ପରେ ଜମ୍ମୁ ଓ କାଶ୍ମୀର ରାଜ୍ୟ  ଗତ ବର୍ଷ ଅକ୍ଟୋବର 31 ରେ ଗିରୀଶ ମୁର୍ମୁଙ୍କୁ ଜମ୍ମୁ ଓ କାଶ୍ମୀରର ପ୍ରଥମ ଉପ – ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ତେବେ ଗିରୀଶ ମୁର୍ମ୍ମୁ ପରବର୍ତୀ ସିଏଜି  ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Read More

ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଦାୟିତ୍ଵ ତୁଲାଉଥିବା ଓଡିଆ ଆଇଏଏସ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ପରବର୍ତ୍ତୀ କମ୍ପ୍ତ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ଦେଶର ମହା ଲେଖାକାର ଦାୟିତ୍ଵ ମିଳିପାରେ ବୋଲି ଜଣା ପଡିଛି। ଯଦି ଶ୍ରୀ ମୁର୍ମୁ ଙ୍କ ନିଯୁକ୍ତି ସ୍ପଷ୍ଟ ହୁଏ ତାହେଲେ ପ୍ରଥମ ଓଡିଆ ଭାବରେ ସେ ଏହି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହେବେ। ପୂର୍ବରୁ ଗୁଜରାଟ କ୍ୟାଡରର ଆଇଏଏସ ଅଧିକାରୀ ଥିବା ଶ୍ରୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଏ।

Read More

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ରାଜ୍ୟ କ୍ରୀଡା ଓ ଯୁବ କଲ୍ୟାଣ ବିଭାଗ ତରଫରୁ କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଛି। ବିଭାଗର ଶାସନ ସଚିବ ବିଶାଳ ଦେବଙ୍କ ନେତୃତ୍ୟରେ କ୍ରୀଡା ଛାତ୍ରଛାତ୍ରୀ ଏବଂ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Read More

ଭୁବନେଶ୍ବର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀ। ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ବରେ ରହିବେ। ବର୍ତ୍ତମାନ ବିଷ୍ଣୁପଦ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏହି ବିଭାଗର ସଚିବ ଭାବେ ମନୋରଂଜନ ପାଣିଗ୍ରାହୀ ପୂର୍ବରୁ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କର ଡେପୁଟେସନ ସମୟ ସରିଯିବା ପରେ ସେ ଦିଲ୍ଲୀ ଫେରିଯାଇଛନ୍ତି। ବିଷ୍ଣୁପଦ ଆଜି ଦାୟିତ୍ବ ନେବା ପରେ ତାଙ୍କୁ ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରେଜିଷ୍ଟାର ଅନନ୍ତ ବିଜୟ ପଟ୍ଟନାୟକ ପ୍ରମୁଖ ସ୍ବାଗତ କରିଛନ୍ତି।

Read More