ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୬,୧୨୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଭାରତର ସମୁଦାୟ କୋଭିଡ-୧୯ ରୋଗୀଙ୍କ ଆରୋଗ୍ୟ ସଂଖ୍ୟା ୧୩ ଲକ୍ଷ ୨୮ହଜାର ୩୩୬ ରେ ପହଞ୍ଚିଛି। ଏହିପରି ନିୟମିତ ସୁସ୍ଥତା ହାର ବୃଦ୍ଧି ପାଉଥିବାରୁ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୭,୩୨,୮୩୫ରେ ପହଞ୍ଚିଛି। ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ ୬୭.୬୨% ରେ ପହଞ୍ଚିଛି। ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫,୯୫,୫୦୧ ହୋଇଥିବା ବେଳେ ଏହା ମୋଟ ମାମଲାର ଶତକଡା ୩୦.୩୧ ଭାଗ । ସକ୍ରିୟ ରୋଗୀମାନେ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଜୁଲାଇ ୨୪, ୨୦୨୦ ବେଳକୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ରୋଗୀଙ୍କ ତୁଳନାରେ ୩୪.୧୭ ପ୍ରତିଶତ ଥିବା ବେଳେ ଆଜି ଏହା ୩୦.୩୧ ପ୍ରତିଶତକୁ ହ୍ରାସ ପାଇଛି। ସରକାରଙ୍କ ସମନ୍ଵିତ ଉଦ୍ୟମ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ କୋଭିଡ-୧୯ ପରିଚାଳନା କୌଶଳ…
Author: Samikhsya Bureau
ନୂଆଦିଲ୍ଲୀ, ସୁନାମି ସତର୍କତା ଅବଲମ୍ବନ ଏବଂ ତଦନୁସାରେ ପ୍ରସ୍ତୁତ ରହି ଧନଜୀବନ ହାନିକୁ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି ଗାଁ ଆସନ୍ତାକାଲି ଆନ୍ତର୍ଜାତିକ ପ୍ରମାଣପତ୍ର ଲାଭ କରିବେ। ଏହି ଦୁଇ ଗାଁ ହେଲା ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଏବଂ ଜଗତସିଂହପୁର ଜିଲାର ନୋଳିଆ ସାହି। ୟୁନେସ୍କୋ, ଭାରତ ମହାସାଗର ସୁନାମି ସତର୍କତା ପରିଚାଳନା କମିଟି ଏବଂ ଏନ୍ଡିଆରଏଫ୍, ଓସ୍ଡମା ଏବଂ ଭାରତୀୟ ଭୂବିଜ୍ଞାନ ବିଭାଗର ମିଳିତ ସୁପାରିସରେ ଏହି ପ୍ରମାଣପତ୍ର ସଂପୃକ୍ତ ଦୁଇ ଗାଁ ପାଇବେ। ଗୋଷ୍ଠୀ ସଚେତନତା କ୍ଷେତ୍ରରେ ଏହି ଦୁଇ ତଟବର୍ତ୍ତୀ ଗାଁର ଲୋକେ ସୁନାମି ସତର୍କତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି । ଓଡ଼ିଶା ସମେତ ଭାରତର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରେ ସୁନାମି ସତର୍କତା ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ସେଥିରେ ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ ବା ଇନ୍କଏସ୍ର ନିର୍ଦ୍ଦେଶକ, ଭୂବିଜ୍ଞାନ ମନ୍ତ୍ରଣାଳୟ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଗତକାଲି ୨୦ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୪ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଏରସମା ବ୍ଲକରୁ ୪ଜଣ, ଜଗତସିଂହପୁର ବ୍ଲକରୁ ୩ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୩ଜଣ, ପାରାଦ୍ଵୀପରୁ ୨ଜଣ ଏବଂ ବିରିଡ଼ି ଓ ବାଲିକୁଦା ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏରସମା ବ୍ଲକରେ ଚିହ୍ନଟ ହୋଇଥିବା ୪ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନରେ ଥିଲେ। ଏବଂ ସେମାନେ ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ଜଗତସିଂହପୁର ବ୍ଲକରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨ଜଣ ଭୂବନେଶ୍ବରର କଳିଙ୍ଗ ହସପିଟାଲ ଓ ଉତ୍କଳ ହସପିଟାଲରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଜଗତସିଂହପୁର ମ୍ୟୁନିସିପାଲିଟିରୁ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହେବା ସହ ଜଣେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସମବାୟ ପାଇକରି ଭଣ୍ଡାର ସମ୍ପାଦକ ଶଙ୍କର ପ୍ରସାଦ ଦାସଙ୍କୁ କାର୍ଯ୍ୟରୁ ବହିସ୍କୃତ କରାଯାଇଥିବା ନେଇ ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ପୂର୍ବତନ ସମ୍ପାଦକ ଦେବେନ୍ଦ୍ର ଦାସ କାର୍ଯ୍ୟରୁ ଅବସର ନେବାପରେ ବେଆଇନ ଭାବରେ ନିଜ ପୁଅ ଶଙ୍କର ପ୍ରସାଦ ଦାସଙ୍କୁ ଉକ୍ତ ସଂସ୍ଥାର ସମ୍ପାଦକ କାର୍ଯ୍ୟଭାର ପ୍ରଦାନ କରିଥିଲେ। ସମ୍ପାଦକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ବ୍ରହ୍ମପୁର ସମବାୟ ସମିତି ସମୂହ ଉପ-ନିବନ୍ଧକ ବିଶ୍ୱ ରଞ୍ଜନ ଦାସଙ୍କ ନିକଟରେ ଖବର ପହଞ୍ଚିବା ପରେ ଘଟଣାର ତଦନ୍ତ ଖୋଦ ଶ୍ରୀ ଦାସ କରିଥିଲେ ଏବଂ ଉପ-ନିବନ୍ଧକ ତଦନ୍ତ କରି ଜାଣିବାକୁ ପାଇଥିଲେ ନିଯୁକ୍ତିରେ ଅନିୟମିତତା ହୋଇଅଛି। କିଛି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ହାତବାରିସୀ କରି ପୂର୍ବତନ ସମ୍ପାଦକ ଜାଲିଆତି କରି ନିଜ ପୁଅକୁ ବେଆଇନ ଭାବରେ ଉକ୍ତ ସଂସ୍ଥାର ଦାୟିତ୍ୱ ଦେଇଥିବା ନେଇ ପ୍ରମାଣ ମିଳିବା ପରେ ସମ୍ପାଦକଙ୍କୁ ବହିଷ୍କାର କରିବା ପାଇଁ ଉପ-ନିବନ୍ଧକ…
ରମେଶ ମହାନ୍ତି ଜଗତସିଂହପୁର: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ଅବାଧ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏହି କଟକଣା ଆସନ୍ତା ୧୫.୦୮.୨୦୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ପ୍ରଶାସନର ଇ-ଅଭିଯୋଗ ପୋର୍ଟାଲ https://janasahajogajspur.org କିମ୍ବା ସୋସିଆଲ୍ ମିଡିଆ ନଚେତ୍ ହ୍ୱାଟସଆପ୍ ମାଧ୍ୟମରେ ଦାଖଲ କରିପାରିବେ। ଏତଦବ୍ୟତୀତ ଜନସାଧାରଣ ତଥା ଅଧିକାରୀ ଓ କର୍ମଚାରୀଙ୍କ ନିରାପଦ ଦୃଷ୍ଟିରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରବେଶ ପଥ ନିକଟରେ ଥିବା ଅଭିଯୋଗ ବାକ୍ସରେ ପକାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୧୫୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ କାରୋନାରୁ ଆରୋଗ୍ଯ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୨୬୮୮୭ ହୋଇଥିବା ବେଳେ ୧୩,୫୪୯ ଆକ୍ରାନ୍ତଙ୍କର ଏବେ ଚିକିତ୍ସା ଚାଲିଛି। ଆଜି ଗଞ୍ଜାମରୁ ୨୯୦, ଖୁର୍ଦ୍ଧାରୁ ୧୯୭, ରାୟଗଡାରୁ ୧୨୧, ସୁନ୍ଦରଗଡରୁ ୭୬, ଯାଜପୁରରୁ ୪୭, କୋରାପୁଟରୁ ୪୫, କଟକରୁ ୪୪, ପୁରୀରୁ ୪୦, ନୟାଗଡରୁ ୩୫, କେନ୍ଦୁଝରରୁ ୩୩, ବାଲେଶ୍ବର ଓ କଳାହାଣ୍ଡିରୁ ୨୫, ମୟୂରଭଞ୍ଜରୁ ୨୪, ସମ୍ବଲପୁରରୁ ୨୩,ବଲାଙ୍ଗୀରରୁ ୨୨, ଭଦ୍ରଖରୁ ୧୫, କନ୍ଧମାଳରୁ ୧୪, ଜଗତସିଂପୁରରୁ ଓ କେନ୍ଦ୍ରାପଡାରୁ ୧୧, ମାଲକାନଗିରିରୁ ୧୦, ନୂଆପଡାରୁ ୮, ବରଗଡରୁ ୭, ଢେଙ୍କାନାଳରୁ ୬ ଓ ଅନୁଗୁଳ ତଥା ସୋନପୁରରୁ ୫, ଗଜପତି ଓ ଝାରସୁଗୁଡାରୁ ୪, ବୌଦ୍ଧ ରୁ ୨ ଓ ନବରଙ୍ଗପୁର ଜିଲାରୁ ୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ଫ୍ଲୋରିଡା : ଫ୍ଲୋରିଡାର ଜନୈକ ଯୁବକ ନକଲି ଚେକ୍ ଜରିଆରେ ଏକ କାର୍ କିଣି ଜେଲ୍ ଯାଇଛନ୍ତି । ଯୁବକ ଜଣକ ନିଜ ଘରେ ରଖିଥିବା କମ୍ପ୍ୟୁଟରରେ ଏକ ନକଲି ଚେକ୍ ପ୍ରସ୍ତୁତ କରିବା ସହିତ ଉକ୍ତ ଚେକ୍ ଜରିଆରେ ଏକ ପୋର୍ସେ କାର୍ କିଣିଥିଲେ । ଫ୍ଲୋରିଡାର 42 ବର୍ଷୀୟ ୱିଲିୟମ୍ କେଲି ନକଲି ଚେକ୍ ବ୍ୟବହାର କରିବା ସହିତ ପୋର୍ସେ 911 ଟର୍ବୋ କାର୍ଟି କିଣିଥିଲେ । ଡେଷ୍ଟିନରେ ଓକାଲୁସା କାଉଣ୍ଟିର ଏକ କାର୍ ସୋ ରୁମ୍ରୁ କେଲି କାର କିଣିବା ସହିତ 139, 203.05 ଡଲାରର ଚେକ୍ ପ୍ରଦାନ କରିଥିଲେ । ଜୁଲାଇ 27 ତାରିଖରେ କାର୍ଟି କିଣିବା ପରେ ଚେକ୍ଟି ବାଉନ୍ସ ହେବାରୁ କାର୍ଟି ଚୋରି ହୋଇଥିବା ନେଇ ସୋରୁମ୍ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ କେବଳ କାର୍ ଚଳାଇ ନଥିଲେ ବରଂ ଏହାର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର…
ସୀତରାମ ଅଗ୍ରଓ୍ବାଲ ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସମଗ୍ର ଜିଲ୍ଲାରେ ଆଜି ୨୨0 ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ଯଦି ଏହିପରି ଆକ୍ରାନ୍ତ ବଢୁଥିବେ ତାହାଲେ ଅଳ୍ପ ଦିନ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ନମ୍ବର ହଟସ୍ପଷ୍ଟ ଜିଲ୍ଲା ଭାବେ ପରିଗଣିତ ହେବ । ଅନୁରୂପ ଭାବେ ଚିଲିକା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବାଣପୁର ରେ ଆଜି ସକାଳ ସୁଦ୍ଧା ୪୭ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାସ୍ଥଳେ କେବଳ ବାଣପୁର ଏନ.ଏ.ସି ରେ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ଗୋଟିଏ ଦିନର ସର୍ବକାଳୀନ ରେକର୍ଡ । ସମସ୍ତ ଆକ୍ରାନ୍ତ ଲୋକାଲ/ହୋମ କ୍ଵାରେନଟାଇନ କେସ ବୋଲି ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ସବୁ ବାଣପୁର ଏନ.ଏ.ସି ର ୪,୫,୭,୮,୯,୧0,୧୨,୧୩ ନମ୍ବର ୱାର୍ଡର ଥିବାର ସୂଚନା ମିଳିଛି।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ବ୍ରହ୍ମପୁର ସମବାୟ ପାଇକରି ଭଣ୍ଡାର ସମ୍ପାଦକ ଶଙ୍କର ପ୍ରସାଦ ଦାସଙ୍କୁ କାର୍ଯ୍ୟରୁ ବହିସ୍କୃତ କରାଯାଇଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ପୂର୍ବତନ ସମ୍ପାଦକ ଦେବେନ୍ଦ୍ର ଦାସ କାର୍ଯ୍ୟରୁ ଅବସର ନେବାପରେ ବେଆଇନ ଭାବରେ ନିଜ ପୁଅ ଶଙ୍କର ପ୍ରସାଦ ଦାସଙ୍କୁ ଉକ୍ତ ସଂସ୍ଥାର ସମ୍ପାଦକ କାର୍ଯ୍ୟଭାର ପ୍ରଦାନ କରିଥିଲେ । ସମ୍ପାଦକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ବ୍ରହ୍ମପୁର ସମବାୟ ସମିତି ସମୂହ ଉପ-ନିବନ୍ଧକ ବିଶ୍ୱ ରଞ୍ଜନ ଦାସଙ୍କ ନିକଟରେ ଖବର ପହଞ୍ଚିବା ପରେ ଘଟଣାର ତଦନ୍ତ ଖୋଦ ଶ୍ରୀ ଦାସ କରିଥିଲେ ଏବଂ ଉପ-ନିବନ୍ଧକ ତଦନ୍ତ କରି ଜାଣିବାକୁ ପାଇଥିଲେ ନିଯୁକ୍ତିରେ ଅନିୟମିତତା ହୋଇଅଛି । କିଛି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ହାତବାରିସୀ କରି ପୂର୍ବତନ ସମ୍ପାଦକ ଜାଲିଆତି କରି ନିଜ ପୁଅକୁ ବେଆଇନ ଭାବରେ ଉକ୍ତ ସଂସ୍ଥାର ଦାୟିତ୍ୱ ଦେଇଥିବା ନେଇ ପ୍ରମାଣ ମିଳିବା ପରେ ସମ୍ପାଦକଙ୍କୁ…
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଆଉ 118 ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ନୂତନ 118 ଆକ୍ରାନ୍ତଙ୍କ ମଧ୍ୟରେ 71 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 47ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛନ୍ତି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ ଚିହ୍ନଟ 71 ଜଣଙ୍କ ମଧ୍ୟରୁ ସ୍ବାସ୍ଥ୍ୟ ବିଭାଗରୁ 10 ଜଣ ରହିଥିବାବେଳ ରିଜର୍ଭ ପୋଲିସ୍ କଲୋନୀ, କଳିଙ୍ଗ ଷ୍ଟାଡିୟମ୍ନିକଟରୁ 7 ଜଣ, ନୟାପଲ୍ଲୀ ନୂଆ ସାହିରୁ 6 ଜଣ,ସୂର୍ଯ୍ୟ ନରଗରରୁ 4 ଜଣ, ୟୁନିଟ୍ -1ରୁ 3ଜଣ, ଗଜପତି ନଗରରୁ 2 ଜଣ ରହିଛନ୍ତି । ଆଜି ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ପୋଲିସ୍ କର୍ମଚାରୀ ରହିଛନ୍ତି । ସେହିପରି ଲୋକାଲ୍ କଣ୍ଟାକ୍ଟ 47ଜଣଙ୍କ ମଧ୍ୟରୁ ନୟାପଲ୍ଲୀରୁ ଜଣେ,ବରଗଡ ବ୍ରିଟ୍ କଲୋନୀରୁ ଜଣେ, ଭୀମଟାଙ୍କିରୁ ଜଣେ, କଳିଙ୍ଗନଗରରୁ 2 ଜଣ, ଚାରିନମ୍ବର ମସ୍ଜିଦ୍ କଲୋନୀରୁ ଜଣେ, ପୁରୁଣା ଭୁବନେଶ୍ବରରୁ 2 ଜଣ, ଭିଏସ୍ଏସ ନରରୁ ଜଣେ,…
ପୁରୀ : ଏଣିକି ଜଗାର ଦର୍ଶନ ଅନ୍ଲାଇନ୍ରେ କରିପାରିବେ। ପରିଚୟପତ୍ର ଓ ତଥ୍ୟ ଦେଇ ଜଣେ ଅନଲାଇନ୍ରେ ବୁକିଂ କରିପାରିବେ। କେଉଁଦିନ ଏବଂ କେଉଁ ସମୟରେ ଦର୍ଶନ ସୁବିଧା ମିଳିବ, ସେନେଇ ଜଣାଇ ଦିଆଯିବ। ଅନଲାଇନ୍ ଜରିଆରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବା ନେଇ ପ୍ରଶାସନ ବିଚାର ବିମର୍ଷ କରିଛି। ଏନେଇ ଜିଲ୍ଲାପାଳ ଖୁବ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରଥମେ ପୁରୀବାସୀ ଏବଂ ପରେ ଅନ୍ୟମାନଙ୍କୁ ଦର୍ଶନ ସୁବିଧା ମିଳିବ ବୋଲି ସୂଚନା ରହିଛି।
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ କେନ୍ଦ୍ର ଦ୍ବିତୀୟ ଦଫା ସହାୟତା ରାଶି ପ୍ରଦାନ କରିଛି । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ସମେତ 22ଟି ରାଜ୍ୟ ପାଇଁ 890 କୋଟି 32 ଲକ୍ଷର ସହାୟତା ଦେଇଛି କେନ୍ଦ୍ର । ପୂର୍ବରୁ ଏପ୍ରିଲ୍ ମାସରେ କେନ୍ଦ୍ର 3 ହଜାର କୋଟି ଟଙ୍କା ଦେଇଥିଲା । ସହାୟତା ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଜଣାଇଛନ୍ତି ଧର୍ମେନ୍ଦ୍ର । ଟୁଇଟ୍ ଯୋଗେ ଉଭୟଙ୍କୁ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଛତିଶଗଡ, ଝାଡଖଣ୍ଡ, ମଧ୍ୟ ପ୍ରଦେଶ, ଓଡିଶା, ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ପଞ୍ଜାବ, ତାମିଲନାଡୁ, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ମିଜୋରାମ ଓ ସିକ୍କିମ ଆଦି ରାଜ୍ୟକୁ ଦ୍ବିତୀୟ କିସ୍ତିରେ ଆର୍ଥିକ ସାହାଯ୍ୟ ଦିଆଯାଇଛି । କରୋନା…
ଭୁବନେଶ୍ବର, ମାତ୍ରାଧିକ ବର୍ଷା ଦ୍ୱାରା ମୁମ୍ବାଇ ରେ ରେଳଧାରଣା ଉପରେ ପାଣି ଜମିରହିଥିବା ଯୋଗୁଁ ଗତକାଲି (୦୫.୦୮.୨୦୨୦ ବୁଧବାର) ମୁମ୍ବାଇରୁ ଛାଡିବାକୁ ଥିବା ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ କୁ ବାତିଲ କରାଯାଇଅଛି। ସଂଯୋଗକାରୀ ଟ୍ରେନ ନଆସିବା ଯୋଗୁଁ ଆସନ୍ତା କାଲି (୦୭.୦୮.୨୦୨୦ ଶୁକ୍ରବାର) ଦିନ ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ଠାରୁ ବାତିଲ ରହିବ।
ମୁମ୍ବାଇ : ବଲିଉଡ୍ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବଂ ଅଭିନେତ୍ରୀ ଉର୍ବଶୀ ରୌଟେଲାଙ୍କ ସମେତ ଏକାଧିକ ଅଭିନେତା ଓ ଅଭିନେତ୍ରୀଙ୍କୁ ମହିଳା କମିଶନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏକ ଯୌନ ନିର୍ଯାତନା ମାମଲାରେ ସମାଜସେବୀ ୟୋଗିତା ଭାବନାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମାମଲାରେ ଏହି ନୋଟିସ ଜାରି କରାଯାଇଛି । ମହେଶ ଭଟ୍ଟ ଏବଂ ଉର୍ବଶୀଙ୍କ ସମେତ ଈଶା ଗୁପ୍ତା, ରଣବିଜୟ ସିଂଘା, ମୌନୀ ରୟ ଏବଂ ପ୍ରିନ୍ସ ନରୁଲାଙ୍କୁ ନୋଟିସ୍ ଜାରି କରାଯାଇଛି । ୟୋଗିତା ତାଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ, ମଡେଲିଂରେ କ୍ୟାରିଅର୍ କରିବାର ସୁଯୋଗ ଦେବା ବାହାନରେ ବହୁ ଯୁବତୀଙ୍କୁ ବ୍ଲାକ୍ ମେଲ୍ କରିବା ସହିତ ଯୌନଶୋଷଣ କରାଯାଇଛି । ଏହି ମାମଲାରେ ସମସ୍ତଙ୍କୁ ଅଗଷ୍ଟ 18 ତାରିଖ ଦିନ 11.30 ମିନିଟ୍ରେ ହାଜର ହେବା ପାଇଁ କୁହାଯାଇଛି । ଅନୁପସ୍ଥିତ ରହିଲେ ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣର ଧମକ ଦେଇଛନ୍ତି…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ପେଣ୍ଡୁରାପଲ୍ଲୀ, ଭେଟେଶ୍ବର ଓ ବୋରିଗାଁକୁ ସଟ୍ ଡାଉନ ଘୋଷଣା କରାଯାଇଛି। ଏହି ଗ୍ରାମରୁ କରୋନା ବ୍ୟକ୍ତି ଚିହ୍ନଟ ହେବା ପରେ ପଦକ୍ଷେପ ଗ୍ରହଣ କରାଯାଇ ସଟ୍ଡାଉନ୍ କରାଯାଇଛି । ଆଜି ମଧ୍ୟାହ୍ନ ଅର୍ଥାତ 06.08.2020 ଗୁରୁବାର ଦିବା 12 ଘଟିକାଠାରୁ ଆସନ୍ତା 9 ତାରିଖ ରବିବାର ମଧ୍ୟାହ୍ନ 12 ଘଟିକା ଯାଏଁ ଏହି ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ପଂଚାୟତ ସରପଞ୍ଚ। ଏହି ପଞ୍ଚାୟତରୁ ଆଜି ଚାରି ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣର ଭୟାବହତାକୁ ରୋକିବା ନିମେନ୍ତ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି ଭେଟେଶ୍ବର ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ। ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ସରପଞ୍ଚମାନେ କଡା ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରି ସମ୍ପୃକ୍ତ ଲୋକଙ୍କ ସ୍ବାବ୍ ଟେଷ୍ଟ କରିବା…
ଉମରକୋଟ : ତେଲ ନଦୀରେ ତିନିଜଣ ଶିଶୁ ଡୁବି ଯାଇଛନ୍ତି । ନବରଙ୍ଗପୁର ଜିଲ୍ଲା ତୋହରା କୋଟଲଡିହି ଗାଁ ନିକଟରେ ଏକ ଅଭାନବୀୟ ଘଟଣା ଘଟିଛି । ତେଲ ନଦୀରେ ତିନିଜଣ ଶିଶୁ ବୁଡି ଯାଇଛନ୍ତି । ଗାଧୋଇବାକୁ ଯାଇଥିବାବେଳେ ଏହି ତିନି ଶିଶୁ ଡୁବି ଯାଇଥିବାରୁ ସୂଚନା ରହିଛି । ମୃତ ତିନିଶିଶୁଙ୍କ ମଧ୍ୟରେ 2 ଜଣ ଝିଅ ଓ ଜଣେ ପୁଅ ଅଛନ୍ତି । ତିନି ଶିଶୁଙ୍କ ବୟସ 4ରୁ 6 ବର୍ଷ ହେବ ବୋଲି ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ତିନି ଶିଶୁଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।
କାଶ୍ମୀର, ଆଜି ସକାଳେ ଦକ୍ଷିଣ କାଶ୍ମୀର ଭାସୁଠାରେ ଜଣେ ବିଜେପି ସରପଞ୍ଚଙ୍କୁ ସନ୍ତ୍ରସବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାମ ହେଉଛି ସାଜାଦ ଅହମ୍ମଦ ଖାଣ୍ଡି। ତାଙ୍କୁ ସନ୍ତ୍ରସବାଦୀମାନେ ଅତି ପାଖରୁ ଗୁଳି କରି ଫେରାର ହୋଇଯାଇଥିଲେ। ପରବର୍ତ୍ତି ସମୟରେ ତାଙ୍କୁ ହସପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଣଷା କରିଥିଲେ। ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଧାରାବାହିକ ଭାବେ ରାଜନେତାଙ୍କୁ ସନ୍ତ୍ରାସବାଦୀମାନେ ଗୁଳି କରି ହତ୍ୟା କରୁଛନ୍ତି। ଗତମାସରେ ମଧ୍ୟ ସେହିପରି ଜଣେ ବିଜେପି ନେତା ୱାମି ବରିଙ୍କୁ ସନ୍ତ୍ରାସବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ବରି ଉତ୍ତର କାଶ୍ମୀରର ବନ୍ଦିପୁର ଜିଲ୍ଲାର ଜିଲ୍ଲା ସଭାପତି ଥିଲେ।
ବଲାଙ୍ଗିର : ଓଡ଼ିଶାର ଏହି ଜିଲ୍ଲା 4 ଦିନ ପାଇଁ ସଟ୍ଡାଉନ୍ ରହିବ । ବଲାଙ୍ଗିର ଜିଲ୍ଲାକୁ ଆସନ୍ତା 4 ଦିନ ପାଇଁ ସଟ୍ଡାଉନ୍ କରାଯିବ । ଚାରି ଦିନ ସଟ୍ଡାଉନ୍ ହେବା ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆସନ୍ତା 8 ତାରିଖରୁ 11 ତାରିଖ ଯାଏଁ ବଲାଙ୍ଗିର ଜିଲ୍ଲା ସଟ୍ଡାଉନ୍ ରହିବ । କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ସଟ୍ଡାଉନ୍ କରିବା ନେଇ ନିଷ୍ପତ୍ତି ନେଇଛି । ସଟ୍ଡାଉନ୍ ବେଳେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ । ଏହି ସମୟରେ ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠା ବନ୍ଦ ରହିବ। ମେଡିକାଲ, ଜଳ ଯୋଗାଣ, ପରିମଳ ପରି ଅତ୍ୟାବଶ୍ୟକ ସେବା ଚାଲୁ ରହିବ । ସେହିପରି ମାଲବାହୀ ଗାଡି, ନିର୍ମାଣ କାର୍ଯ୍ୟ ଓ ଶିଳ୍ପ ପ୍ରତିଷ୍ଠାନକୁ ଅନୁମତି ରହିଛି ।
ଭୁବନେଶ୍ବର : ରାଜ୍ୟରେ ସମସ୍ତ କୋଭିଡ୍ ହସ୍ପିଟାଲରେ ଅଗ୍ନିନିରାପତ୍ତା ଯାଞ୍ଚ କରାଯିବ । ଯାଞ୍ଚ ନେଇ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତିଙ୍କ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ଏଏଫ୍ଓ ଏବଂ ଡିଏଫ୍ଓମାନଙ୍କୁ କୁହାଯାଇଛି । ସେମାନେ ଯାଞ୍ଚ କରି ଅସୁବିଧା ଥିଲେ ପରାମର୍ଶ ଦେବେ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି । ଆଜି ଅହମ୍ମଦାବାଦର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି 8ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ଘଟିବା ପରେ ରାଜ୍ୟ ସରକାର ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଉତ୍ତରପ୍ରଦେଶ : ଦୁନିଆର ସବୁଠୁ ସୁନ୍ଦର ଅନୁଭବ ହେଉଛି ପ୍ରେମ । ପ୍ରେମ ମଣିଷକୁ ବଞ୍ଚିବା ଶିଖାଇଥାଏ । କିନ୍ତୁ ଆଜି ବି କିଛି ମଣିଷ ଅଛନ୍ତି ଯେଉଁମାନେ ପ୍ରେମକୁ କଳଙ୍କିତ କରୁଛନ୍ତି । ପ୍ରେମ ପାଇଁ ଜୀବନ ନେଉଛନ୍ତି । ପ୍ରେମକୁ ଘୃଣା କରି ନିଜ ରକ୍ତର ସମ୍ପର୍କକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି । ଏହିପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ଏଠାରେ ଜଣେ ଯୁବକ ଯୁବତୀଙ୍କୁ ପ୍ରେମ କରିବା ମହଙ୍ଗା ପଡିଛି । ମିଛ ସମ୍ମାନ ପାଇଁ ଯୁବତୀଙ୍କ ପରିବାର ଲୋକେ ପ୍ରେମୀ ଯୁଗଳଙ୍କୁ ଜୀଅଁନ୍ତା ଜଳାଇଦେଇଛନ୍ତି । ଉତ୍ତରପ୍ରଦେଶର ବାନ୍ଧା ଅଞ୍ଚଳରୁ ଏକ ଅନର କିଲିଂ ଘଟଣା ସାମ୍ନାକୁ ଆସିଛି । କରଛା ଗ୍ରାମରେ ଏହି ଘଟଣାଟି ଘଟିଛି । ପ୍ରେମୀ ଯୁଗଳଙ୍କ ମୃତ୍ୟୁଘଟିଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ…
ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗର 10 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । 10 କର୍ମଚାରୀଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିଥିବା ବିଭାଗର ସୂଚନା ରହିଛି । ସଂକ୍ରମିତ ସମସ୍ତ 10 କର୍ମଚାରୀଙ୍କୁ ଆଇସୋଲେସନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି । ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ପଜିଟିଭ୍ ପରେ ଅନ୍ୟମାନଙ୍କର ଟେଷ୍ଟ ହୋଇଥିଲା । ଆଜି ଟେଷ୍ଟ ରିପୋର୍ଟ ଆସିବା ପରେ 10 ଜଣ ସଂକ୍ରମିତ ହୋଇଥିବାର ଜଣା ପଡିଥିଲା । ସେହିପରି ଗତକାଲି ଭୀମ୍ସାର୍ର ମେଡିସିନ୍ ବିଭାଗର 9 ଜଣ ଡାକ୍ତର କରୋନା ସଂକ୍ରମିତ ହେବା ପରେ ଭୀମ୍ସାରର 70 ଜଣ ଡାକ୍ତର ଏବେ କ୍ବାରେଣ୍ଟାଇନ୍ରେ ରହିବେ ବୋଲି ସୂଚନା ରହିଛି । (ଏଜେନ୍ସି)

