କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ଉପଜିଲ୍ଲାପାଳ ଭାବରେ ପଦ୍ମନାଭ ବେହେରାଙ୍କୁ ରାଜ୍ୟସରକାର ନିଯୁକ୍ତ ଦେଇଥିବା ଜଣାପଡ଼ିଛି। ଏଠାରେ ଉପଜିଲ୍ଲାପାଳ ଥିବା ଡୋଳାମଣି ପଟେଲ ସୋନପୁର DRDA PDଭାବରେ ନିଯୁକ୍ତି ପାଇଛନ୍ତି। ପଦ୍ମନାଭ ବେହେରା ୨୦୧୩-୧୪ ମସିହାରେ ରେଢ଼ାଖୋଲ ବିଡ଼ିଓ ଥିଲେ। ନାକଟିଦେଉଳ ବ୍ଲକ୍ ର ବିଡ଼ିଓ ଦାୟିତ୍ବରେ ମଧ୍ୟ କିଛିମାସ ଅବସ୍ଥାପିତ ଥିଲେ। ସେ ଏହା ପୂର୍ବରୁ ନବରଙ୍ଗପୁର ଉପଜିଲ୍ଲାପାଳ ଥିବାବେଳେ ଗଞ୍ଜାମ ଜିଲ୍ଲା ରେ କୋଭିଡ ପରିଚାଳନା ଦାୟିତ୍ବ ମଧ୍ୟ ତୁଲାଇଛନ୍ତି।
Author: Samikhsya Bureau
ଯାଜପୁର : ଜମିବାଡି ବିବାଦରୁ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏପରିକି ଘଟଣାସ୍ଥଳକୁ ଯାଇଥିବା ପୋଲିସ୍କୁ ମଧ୍ୟ ଆକ୍ରମଣ ହୋଇଥିବାର ସୂଚନା ରହିଛି । ପାଣିକୋଇଲି ଥାନା ଅମୃତିଆ ଗ୍ରାମରେ ଏହି ଆକ୍ରମଣ ହୋଇଥିବାର ଖବର ମିଳିଛି । ଟେକାପଥର ମାଡ଼ରେ ପୋଲିସ୍ ପିସିଆର ଭ୍ୟାନ୍ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣକାରୀମାନେ 2 ଟି ବାଇକ୍କୁ ମଧ୍ୟ ଜାଳି ଦେଇଛନ୍ତି ଆକ୍ରମଣକାରୀ । ଏହି ଘଟଣାରେ ଗୁରୁତର ଆହତ 4 ଜଣ ସଦର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ୍ ମଧ୍ୟ ଘଟଣାସ୍ଥଳରୁ ପଳାଇ ଆସିଥିବା ସୂଚନା ରହିଛି ।
ଜୟପୁର : ଚଳିତ ଥର କରୋନା ଯୋଗୁଁ ଆଇପିଏଲ୍କୁ ସ୍ଥଗିତ ରଖାଯାଇଥିବାବେଳେ ସେପ୍ଟେମ୍ବର 10ରୁ ଏହା ୟୁଏଇରେ ଆରମ୍ଭ ହେବାକୁ ଯାଉଛି। ତେବେ ଆଇପିଏଲ୍ ଆରମ୍ଭ ପୂର୍ବରୁ କରୋନାର ଝଟ୍କା ଲାଗିଛି । ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ୍ ଦିଶାନ୍ତ ୟାଗ୍ନିକ । ବୁଧବାର ୟାଗ୍ନିକଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ରାଜସ୍ଥାନ ଟିମ୍ ଅଭ୍ୟାସ ପାଇଁ ମୁମ୍ବାଇରେ ଏକତ୍ରିତ ହୋଇଥିବା ବେଳେ ଆସନ୍ତା ସପ୍ତାହରେ ଦଳ ୟୁଏଇ ନିମନ୍ତେ ଯାତ୍ରା କରିବ । ରାଜସ୍ଥାନର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଦିଶାନ୍ତ ପୂର୍ବରୁ ରୟାଲ୍ସ ପାଇଁ ଖେଳି ସାରିଛନ୍ତି । ଦିଶାନ୍ତ ଟ୍ୱିଟ୍ଟର ଜରିଆରେ ଏହି ସୂଚନା ଦେଇଥିବା ବେଳେ ବିଗତ 10 ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହି ଡାକ୍ତରୀ ପରୀକ୍ଷଣ କରାଇବା ପାଇଁ ଅନୁରୋଧ କରିଛନ୍ତି । ବିସିସିଆଇର ନିୟମ ଅନୁଯାୟୀ ସମସ୍ତ ଖେଳାଳି…
ଭୁବନେଶ୍ବର : କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଓ ରାଉରକେଲାରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିଛି । ତେବେ ଅଗଷ୍ଟ 15ତାରିଖ ଦିନ କିଛି ଘଣ୍ଟା ପାଇଁ କୋହଳ ରହିବ ସପ୍ତାହାନ୍ତ ସଟ୍ଡାଉନ୍ । ଅଗଷ୍ଟ 15 ତାରିଖ ଦିନ 11ଟା ପର୍ଯ୍ୟନ୍ତ ସଟ୍ଡାଉନ୍ କଟକଣା କୋହଳ ରହିବ ବୋଲି ସୂଚନା ରହିଛି । ଅଗଷ୍ଟ 15 ତାରିଖ ଅର୍ଥାତ୍ ସ୍ବାଧୀନତା ଦିବସ ପାଇଁ ଏହି କଟକଣାରେ କୋହଳ କରାଯାଇଛି । ନିଜ ଅଞ୍ଚଳରେ ପତାକା ଉତ୍ତୋଳନ ପାଇଁ କୋହଳ ରହିବ ଏହି କଟକଣା । ତେବେ ଏହି ସମୟରେ ସର୍ତ୍ତମୂଳକ ଭାବେ ପତାକା ଉତ୍ତୋଳନ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସ୍ଥାନରେ 10ରୁ ଅଧିକ ଲୋକେ ଏକାଠି ନହେବାକୁ ନିର୍ଦ୍ଦେଶ ରହିଛି । ସେହିପରି ସାମାଜିକ ଦୂରତ୍ବ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଖାଇ’ ଲାଗି ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଆସନ୍ତା ଅଗଷ୍ଟ 23 ତାରିଖରେ ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ନୂଆଖାଇ ପାଳନ ହେବ। କୃଷିଭିତ୍ତିକ ପର୍ବ ନୂଆଖାଇ ପାଇଁ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ଅଗଷ୍ଟ 23 ତାରିଖ ସକାଳ 9ଟା 35ରୁ 9ଟା 50 ମଧ୍ୟରେ ଲଗ୍ନ ନିର୍ଦ୍ଧାରଣ ହୋଇଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ନବାନ୍ନ ଲଗ୍ନ ଘୋଷଣା କରାଯାଇଛି ।
ନାଗପୁର : ମହାରାଷ୍ଟ୍ର ନାଗପୁର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାଗପୁର ଅଞ୍ଚଳର 57 ବର୍ଷୀୟ ଜଣେ ବ୍ୟକ୍ତି ବିଜୁଳି ବିଲ୍ ପାଇଁ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯଶୋଧାରା ଅଞ୍ଚଳରୁ 57 ବର୍ଷୀୟ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ନାମ ଲୀଲାଧର ଲକ୍ଷ୍ମଣ ବୋଲି ସୂଚନା ରହିଛି । ପରିବାର ଲୋକଙ୍କ ମତରେ ଗୋଟିଏ ମାସର ଘରର ବିଜୁଳି ବିଲ୍ 40 ହଜାର ଟଙ୍କା ଆସିଥିବାବେଳେ ଏହାକୁ ଦେଖି ମୃତକ ଜଣକ ଚିନ୍ତାଗ୍ରସ୍ତ ହୋଇପଡିଥିଲେ ଓ ଏହାପରେ ସେ ଆତ୍ମହତ୍ୟା କରିଥିଲେ । ସେହିପରି ଯଶୋଧାରା ପୋଲିସ୍ ଥାନାଧିକାରୀଙ୍କ ମତରେ ବର୍ଦ୍ଧିତ ବିଜୁଳି ବିଲ୍ ଦେଖି ଅତ୍ୟଧିକ ଚିନ୍ତାରେ ଲୀଲାଧର ଅଧିକ ମାତ୍ରାରେ ମଦ ପିଇବା ଆରମ୍ଭ କରି ଦେଇଥିଲେ । ଶନିବାର ଦିନ ଲୀଲାଧର ନିଜ ଉପରେ କିରୋସିନ ତେଲ ପକାଇ ନିଆଁ ଲଗାଇ…
ଭୁବନେଶ୍ୱର : କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କ ଦୁଇ ସହଯୋଗୀଙ୍କୁ କମିଶନରେଟ୍ ପୋଲିସ୍ ପକ୍ଷରୁ ଗିରଫ କରାଯାଇଛି।ଶଶୀକାନ୍ତ ଖଣ୍ଡେଇ ଓରଫ୍ ଡାନି ଏବଂ ରଣଜିତ ଓରଫ୍ ରଣିଆଙ୍କୁ ଗିରଫ କରାଯାଇଛି । ଉଭୟଙ୍କ ନିକଟରୁ ପୋଲିସ୍ 2ଟି ବନ୍ଧୁକ 3ଟି ମାଗଜିନ୍ ଏବଂ 69 ରାଉଣ୍ଡ ଗୁଳି ଜବତ କରାଯାଇଛି । ଏହା ସହିତ ଗୋଟିଏ ବିଳାଶପୂର୍ଣ୍ଣ କାର ଏବଂ ଗୋଟିଏ ବାଇକ୍ ସହିତ ଦୁଇଟି ମୋବାଇଲ୍ ଜବତ କରାଯାଇଛି । ଧଳ ସାମନ୍ତ ବ୍ରଦର୍ସ ଜେଲରେ ରହିଥିବା ବେଳେ ଏହି ଦୁଇ ଜଣ ସମସ୍ତ କାରବାର ବୁଝାଶୁଝା କରୁଥିବା ଜଣାପଡିଛି ।
ଭୁବନେଶ୍ୱର : ଭାଇରାଲ୍ ଅଡିଓ ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଜାମିନ ମିଳିଛି । ଭୁବନେଶ୍ୱର ସ୍ଥିତ ଏସଡିଜିଏମ୍ କୋର୍ଟରୁ ଉଭୟଙ୍କୁ ଜାମିନ ମିଳିଛି । ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତଙ୍କ ରିମାଣ୍ଡ ଅବଧି ସରିବା ପୂର୍ବରୁ ଆଜି ଉଭୟଙ୍କୁ ଜାମିନ ମିଳିଛି । ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜଣେ ଜାମିନଦାର ଓ 10ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି । ଜାମିନ ନେଇ ଲକ୍ଷ୍ମୀକାନ୍ତଙ୍କ ଓକିଲ ଶିଳାଭଦ୍ର ଶାସ୍ତ୍ରୀଙ୍କ ପକ୍ଷରୁ ପ୍ରକାଶ । ତିନିଦିନିଆ ପୋଲିସ୍ ରିମାଣ୍ଡ ସରିବା ପୂର୍ବରୁ ଉଭୟଙ୍କୁଜାମିନ୍ ମିଳିଛି । କରୋନା ଅନୁଭୂତି ସମ୍ପର୍କିତ ଅଡିଓ ନେଇ ପୋଲିସ୍ ଗିରଫ କରିଥିଲା ।
ଭୁବନେଶ୍ବର : ପଇସା ଅଭାବରୁ କେହି ଜଣେ ବି କୋଭିଡ୍ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ୍ ଚିକିତ୍ସା ପାଇଁ ରାଜ୍ୟ ସରକାର ରୋଗୀ ମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି । ଏ କ୍ଷେତ୍ରରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ କି ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଅଧିକରୁ ଅଧିକ ଲୋକଙ୍କ ଜୀବନ ଯେପରି ବଞ୍ଚାଯାଇପାରିବ ସେ ଦିଗରେ ଆମେ ନିଷ୍ଠାର ସହିତ କାର୍ଯ୍ୟ କରୁଛୁ । କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଲକ୍ଷଣ…
ୱାଶିଂଟନ୍ : ଆମେରିକୀୟ ଉପ ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ । ଆମେରିକାରେ କରୋନା ସଂକଟ ସମୟରେ ରାଷ୍ଟ୍ରପତି ନିର୍ବାଚନର ପ୍ରସ୍ତୁତି ଚାଲିଛି । ନଭେମ୍ବର ତିନି ତାରିଖରେ ହେବାକୁ ଥିବା ଏହି ନିର୍ବାଚନ ପୂର୍ବରୁ ମଙ୍ଗଳବାର ଦିନ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପାର୍ଥୀ ବିଡେନ୍ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରିଛନ୍ତି । ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ କମଳାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରିଛନ୍ତି । ଆମେରିକା ସିନେଟ୍ରେ କମଲା ସବୁଠୁ କନିଷ୍ଠ ସିନେଟର୍ । କମଲାଙ୍କ ମନୋନୟନକୁ ରାଜନୈତିକ ସମୀକ୍ଷକ ଏବଂ ନେଟିଜେନ୍ ବେଶ୍ ପ୍ରଶଂସା କରିଛନ୍ତି। କମଲା ଭାରତୀୟ ବଂଶଜ ହୋଇଥିବାରୁ ଆମେରିକାରେ ଅବସ୍ଥାନ କରୁଥିବା ଭାରତୀୟ ବଂଶଜଙ୍କ ସମର୍ଥନ ଡେମୋକ୍ରାଟିକ୍ ପାର୍ଟିକୁ ମିଳିବ ବୋଲି ସମୀକ୍ଷକ ମାନେ ମତ ଦେଇଛନ୍ତି । ମନୋନୀତ ହେବାର କିଛି ସମୟ ମଧ୍ୟରେ ହାରିସ୍ ଟ୍ୱିଟ୍ କରି ନିଜର…
ଫରିଦାବାଦ : ଦିଲ୍ଲୀର ଫରିଦାବାଦଠାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଫରିଦାବାଦଠାରେ ସ୍ବାମୀ-ସ୍ତ୍ରୀଙ୍କୁ ରସିରେ ବାନ୍ଧି ଗୁଳି କରି ହତ୍ୟା କରାଯାଇଥିବାର ସୂଚନା ରହିଛି । ଜାସାନ ଗ୍ରାମରେ ଏପରି ଏକ ଘଟଣା ଘଟିଥିବାର ସୂଚନା ରହିଛି । ସମ୍ପତ୍ତି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ କରାଯାଇଥିବାର ଅନୁମାନ କରାଯାଉଛି । ପୋଲିସ୍ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ବାମୀଙ୍କର ବୟସ 30ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି । ଘରେ ବଳପୂର୍ବକ ପଶି ସ୍ବାମୀ-ସ୍ତ୍ରୀଙ୍କୁ ରଶିରେ ବାନ୍ଧି ଗୁଳି ମାରିଥିବାର ଜଣାପଡିଛି । ପୋଲିସ୍ ଶବକୁ ଜବତ କରି ପୋଷ୍ଟମର୍ଟମ୍ ପାଇଁ ହସ୍ପିଟାଲ ପଠାଇଥିବାର ଜଣାପଡିଛି । ମୃତକ ଦ୍ବୟ ହେଉଛନ୍ତ ମୋନିକା ଓ ସୁଖବୀର୍ । ଦୁହେଁ 2013ମସିହାରେ ବିବାହ କରିଥିବାବେଳେ କିଛି ସମୟ ଧରି ମୋନିକା ନିଜ ସ୍ବାମୀଙ୍କ ସହିତ ନିଜ ବାପଘର ପାଖରେ ଘର ନେଇ ରହୁଥିଲେ । ଘର ବାହାରେ…
ମୁମ୍ବାଇ : ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ଆଦିତ୍ୟ ରାୟ କପୁର୍ଙ୍କ ଅଭିନୀତ ଫିଲ୍ମ ’ସଡକ୍ -2’ର ଆଜି ଟ୍ରେଲର୍ ରିଲିଜ୍ ହୋଇଛି । ଏହି ଫିଲ୍ମଟି 1991ରେ ରିଲିଜ୍ ହୋଇଥିବା ହିଟ୍ ଫିଲ୍ମ ‘ସଡକ୍’ ଦ୍ବାରା ଅନୁପ୍ରେରିତ । ଏହି ଫିଲ୍ମରେ ’ସଡକ୍’ର ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ପୁନଃ ଏହି ଫିଲ୍ମରେ ନଜର ଆସିଛନ୍ତି । ଏହି ଫିଲ୍ମରେ ଟ୍ରେଲରରେ ସଡକ୍ର କିଛି ସିନ୍ ଦେଖାଯାଇଛି । ସଡକ୍ -2ରେ ସଞ୍ଜୟ ଦତ୍ତଙ୍କ ଚରିତ୍ର ରହିଥିବାବେଳେ ପୂଜା ଭଟ୍ଟଙ୍କ ଚରିତ୍ରର ମୃତ୍ୟୁ ହୋଇଥିବାର ଦେଖାଯାଇଛି। ଟ୍ରେଲରର କାହାଣୀ ଅନୁସାରେ ପୂଜାଙ୍କ ଚାଲିଯିବା ପରେ ସଞ୍ଜୟ ତାଙ୍କ ସ୍ମୃତିରେ ଜୀବନ କାଟୁଥିବାର ଦେଖାଯାଇଛି । ଏହି ସମୟରେ ଫିଲ୍ମରେ ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି ହୋଇଛି । ଆଲିଆଙ୍କ ଚରିତ୍ର ଏହି ଫିଲ୍ମରେ ଭଣ୍ଡ ଗୁରୁଙ୍କ ମୁଖା ଖୋଲୁଥିବାର ଦେଖାଯାଇଛି । ସେ କୈଳାସ ଯିବାକୁ ଚାହୁଁଥବାବେଳେ। ପୂଜା ଆଲିଙ୍କ କୈଳାସ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଶନିବାର ଶାଗଵାହାଲି ଗାଁରେ ଏକତରଫା ପ୍ରେମ ନିବେଦନକୁ ନେଇ ନାବାଳିକା ଦଉଡି ଦେଇ ଆତ୍ମହତ୍ୟା କରିଥିଲେ।କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ତେଣ୍ଡାପାଲି ପଞ୍ଚାୟତ ଶାଗବାହାଳି ଗାଁର ଜନୈକା ନାବାଳିକା ଆତ୍ମହତ୍ୟା ଘଟଣା ରେ କୋକସରା ପୋଲିସ ଜଣେ ନାବାଳକ ସହ ୫ ଜଣ ଯୁବକ ଙ୍କୁ ଗିରଫ କରିଛି। ମାମଲା ରେ ଯୁବକ ଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହେବା ପରେ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଶାଗବାହାଳି ଗାଁ ର ଦନ୍ତେଶ୍ୱର ବାଗଙ୍କ ୧୭ ବର୍ଷୀୟା ନାବାଳିକା ଝିଅ କୁ ପଡ଼ୋଶୀ ବେହେରା ଗାଁ ର ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲା ଓ ବିଭିନ୍ନ ସମୟରେ ମୋବାଇଲ ରେ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ। ତେବେ ନାବାଳିକା ଏହାକୁ…
ଭୁବନେଶ୍ବର : ଆସନ୍ତା 21ତାରିଖରୁ ଯୁକ୍ତ ଦୁଇ ଆଡମିଶନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ରହିଛି । ଅଗଷ୍ଟ 21ରୁ ସେପ୍ଟେମ୍ବର 4 ମଧ୍ୟରେ ଆବେଦନ କରିହେବ । ସାମସ୍ ସେଣ୍ଟର ଜରିଆରେ ଅନଲାଇନ୍ରେ ଆବେଦନ କରି ହେବ ।କରୋନା ପାଇଁ ମୁଖ୍ୟମନ୍ତ୍ରୀ ଆବେଦନ ଫି’ କମାଇଥିବାର କହିଲେ ମନ୍ତ୍ରୀ । ସାଧାରଣ ବର୍ଗ ଓ ଏସ୍ସି/ ଏସ୍ଟି ପିଲାଙ୍କ ପାଇଁ ଶହେ ଟଙ୍କା ଫି’ ହ୍ରାସ ହୋଇଛି । ଏ ବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି‘ 2ଶହଟଙ୍କା ରହିଥିବାବେଳେ ଏସ୍ସି/ଏସ୍ଟି ପିଲାଙ୍କ ପାଇଁ ଆବେଦନ ଫି’100ଟଙ୍କା ରଖାଯାଇଛି। ସେପ୍ଟମ୍ବରରେ 9ରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଚଳିତ ବର୍ଷ 70.21% ଛାତ୍ରଛଶତ୍ରୀ ପାସ୍ କରିଥିବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ଚଳିତ ବର୍ଷ ମୋଟ୍ 97 ହଜାର 377 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପାସ୍ କରିଛନ୍ତି 68 ହଜାର 374 ଜଣ । ସେହିପରି ଚଳିତ ବର୍ଷ ଛାତ୍ରଙ୍କ ପାସ୍ ହାର 39ପ୍ରତିଶତ ରହିଥିବାବେଳେ ଛାତ୍ରୀ ପାସ୍ 31 ପ୍ରତିଶତ ରହିଛି । 38 ହଜାର 301 ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିବାବେଳେ 30 ହଜାର 073 ଜଣ ଛାତ୍ରୀ ପାସ୍ କରିଛନ୍ତି । 25 ହଜାର 339 ଜଣ ଛାତ୍ରଛାତ୍ରୀ ଫାଷ୍ଟ ଡିଭିଜନ୍ରେ ପାସ୍ ହୋଇଥିବାବେଳେ 24 ହଜାର 121 ଜଣ ଦ୍ବିତ୍ରୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ତୃତୀୟ ଶ୍ରେଣୀରେ 18 ହଜାର 268 ଜଣ ପାସ୍ କରିଛନ୍ତି । ସେହିପରି 137 ଜଣ ଛାତ୍ରଛାତ୍ରୀ…
ବେଙ୍ଗାଲୁରୁ : ସୋସିଆଲ ମିଡିଆରେ ଏକ ଆପତ୍ତି ଜନକ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ଭୟଙ୍କର ହିଂସା ଘଟିଛି । ଏହି ସଂଘର୍ଷରେ 3 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 60 ଜଣ ଆହତ ହୋଇଛନ୍ତି ।ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଫେସ୍ବୁକ୍ର ଏକ ପୋଷ୍ଟକୁ ନେଇ କିଛି ଲୋକେ ହଙ୍ଗାମା ସୃଷ୍ଟି କରିଥିଲେ । ପୋଲିସ୍ ଷ୍ଟେସନ୍ ଓ ବିଧାୟକଙ୍କ ଘର ଆଗରେ ନିଆଁ ଜାଳିବା ସହିତ ଗାଡି ଜାଳି ଥିଲେ । ଏହା ସହିତ ଏଟିଏମ୍ ମଧ୍ୟ ଭାଙ୍ଗି ଥିଲେ । ଏହା ସହିତ 110 ଜଣ ଲୋକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ବିଧାୟକଙ୍କ ଜନୈକ ସମ୍ପର୍କୀୟ ଫେସ୍ବୁକରେ କିଛି ଆପତ୍ତି ଜନକ ପୋଷ୍ଟ କରିଥିଲେ । ଏହା ପରେ ପ୍ରତିବାଦକାରୀ ମାନେ ବିଧାୟକଙ୍କ ଘରକୁ ଯିବା ମଧ୍ୟରେ ଅନେକ ଗାଡିକୁ ନିଆଁ ଲଗାଇ ଦେଇଥିଲେ। ଏହି ପ୍ରତିବାଦ ସମୟରେ ହିଂସାକାଣ୍ଡ ଘଟି 24ଟି…
ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ 9 ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରାୟଗଡାରୁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନୁଗୁଳ, ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସୂଚନା ଓ ପରିବାର ବିଭାଗ ସୂଚନାଦେଇଛି । ଗଞ୍ଜାମରୁ ଆଜି 4 ଜଣଙ୍କର ମୃତ୍ୟୁହୋଇଥିବାବେଳେ ତିନିଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ମୃତ ମହିଳାଙ୍କ ବୟସ 48 ବର୍ଷ ହୋଇଥିବାବେଳେ ଅନ୍ୟ ତିନି ପୁରୁଷଙ୍କ ମଧ୍ୟରୁ ଦୁଇଜଣଙ୍କର ବୟସ 57 ବର୍ଷ ହୋଇଥିବାବେଳ ଅନ୍ୟ ଜଣେ 74 ବର୍ଷ ବୟସ୍କ ବୋଲି ସୂଚନା ରହିଛି । ସେହିପରି ରାୟଗଡାରୁ ଦୁଇ 65 ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 58 ବର୍ଷ, ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 38…
ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରେ 1876ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ 297 ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 260, ସୁନ୍ଦରଗଡରୁ 119, କଟକରୁ 109, ନୟାଗଡରୁ 105, ରାୟଗଡାରୁ 98, ବାଲେଶ୍ବରରୁ 81, ପୁରୀରୁ 80, କୋରାପୁଟରୁ 77, ଗଜପତିରୁ 71, ମୟୂରଭଞ୍ଜରୁ 70, କେନ୍ଦ୍ରାପଡାରୁ 58, ଯାଜପୁରରୁ 53, ଭଦ୍ରକରୁ 50, କଳାହାଣ୍ଡିରୁ 41, ଢେଙ୍କାନାଳ ଓ ସମ୍ବଲପୁରରୁ 36ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିରୁର 31, କନ୍ଧମାଳ ଓ ନବରଙ୍ଗପୁରରୁ 30ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ 26, ମାଲ୍କାନଗିରିରୁ 24, ସୋନପୁରରରୁ 22, କେଉଁଝରରୁ 21, ଅନୁଗଳ ଓ ବରଗଡରୁ 15 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବୌଦ୍ଧରୁ 10, ଝାରସୁଗୁଡାରୁ 6, ନୂଆପଡାରୁ 3 ଓ ଦେବଗଡରୁ 2 ଜଣ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1876 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1182ଜଣ ଚିହ୍ନଟ ହୋଇଥିବାବେଳେ 694ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାର 672କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15ହଜାର 509ଜଣ । ସେହିପରି ସୁସ୍ଥ ହୋଇଛନ୍ତି 34ହଜାର 805ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 296ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଦେଶରେ କରୋନା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅଗଷ୍ଟ ମାସରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହେଉଛି । ତେବେ ଦେଶରେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି, ଯାହା ଟିକେ ଆଶ୍ବସ୍ତି ପ୍ରଦାନ କରୁଛି । ଦେଶରେ ଆରୋଗ୍ୟ ହାର 70 ପ୍ରତିଶତରେ ପହଞ୍ଚିଛି । ସେହିପରି 10ଟି ସହରରୁ ଦେଶର 80 ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 60 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 834ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ 60 ହଜାର 963ଜଣ ଆକ୍ରାନ୍ତ ହୋଇଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 23 ଲକ୍ଷ 29 ହଜାର 639 ରେ ପହଞ୍ଚିଛି । ସେହିପରି ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 46…
କେଦାର ମିଶ୍ର ଗତକାଲି ଦେଶର ସର୍ବାଧିକ କରୋନା ପୀଡିତ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଏହି ଦଶଟି ରାଜ୍ୟରେ ଆମେ ଯଦି କରୋନା କୁ ନିୟନ୍ତ୍ରଣ କରିପାରିବା ତା ହେଲେ କରୋନା ଉପରେ ଆମର ବିଜୟ ସମ୍ଭବ। ଏହି ୧୦ ଟି ରାଜ୍ୟରେ ବର୍ତ୍ତମାନ ମୋଟ ୮୦% କରୋନା ଆକ୍ରାନ୍ତ ରହିଛନ୍ତି ଓ କରୋନା ଜନିତ ମୃତ୍ୟୁର ୮୨% ଏହି ସବୁ ରାଜ୍ୟରେ ରେକର୍ଡ ହୋଇଛି। ପ୍ରଧାନମନ୍ତ୍ରୀ ଯେଉଁ ଦଶଟି ରାଜ୍ୟ କଥା କହୁଛନ୍ତି ସେସବୁ ରାଜ୍ୟରେ ଆମ ଲୋକ ସଂଖ୍ଯାର ୯୦ କୋଟି ଜନତା ବସବାସ କରନ୍ତି। ତେଣୁ ଏହି ସବୁ ରାଜ୍ୟରେ ସଙ୍କ୍ରମିତଙ୍କ ସଂଖ୍ୟା ଅଧିକ ହେବା ସ୍ଵାଭାବିକ। ଉତ୍ତରପ୍ରଦେଶ ଭଳି ବଡ ରାଜ୍ୟ ଏଥିରେ ରହିଛି ଯେଉଁଠି ଆମର ୨୨ କୋଟିରୁ ଅଧିକ ଲୋକ ରୁହନ୍ତି।ଉତ୍ତର ପ୍ରଦେଶ ମହାରାଷ୍ଟ୍ର, ବିହାର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ,…

