ଆକାଶର ତାରା ଭୂମି ଉପରେ, ଏକ ନଡିଆ ଗଛ ଉପରକୁ ନ ବଢି ତଳେ ହିଁ ଫଳିବାରେ ଲାଗିଛି ନଡିଆ
Author: Samikhsya Bureau
ଭୁବନେଶ୍ବର : ବିଶ୍ବ ଅଙ୍ଗଦାନ ଦିବସରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗଦାନ ପାଇଁ ସୂରଜ ସମ୍ମାନ ପ୍ରଦାନ କରାଯାଇଛି । ଅଙ୍ଗଦାନ ପାଇଁ ତିନି ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରାଯାଇଛି । ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ବରର ସୁଚିତ୍ରା ଦାସ ଓ ପୁରୀର ରାଜଲକ୍ଷ୍ମୀ ଦାସଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରାଯାଇଛି । ଭିଡିଓ କନଫରେନ୍ସିଂ ଯୋଗେ ଏହି ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଅଙ୍ଗଦାତାଙ୍କ ପରିବାରଙ୍କୁ 5 ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି । ଗଞ୍ଜାମର ଅଙ୍ଗଦାତା ସୂରଜ ବେହେରାଙ୍କ ନାମରେ ନାମିତ ହୋଇଛି ସୂରଜ ସମ୍ମାନ ।
ଭୁବନେଶ୍ବର : ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସ୍ବତନ୍ତ୍ର ସଚିବ ଗିରଫ ହୋଇଛନ୍ତି । ସ୍ବତନ୍ତ୍ର ସଚିବ ଅଜୟ ଦାସଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଅଜୟ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଅଜୟଙ୍କଘର ସମେତ 6ଟି ସ୍ଥାନରେ ଭିଜିଲାନ୍ସ ଛାପା ମାରିଥିଲା । ଅଜୟଙ୍କ ଟଙ୍କପାଣି ରୋଡ୍ ସ୍ଥିତ ପୈତୃକ ଘର, ଭୁବନେଶ୍ବର ନୂଆଗାଁ ସ୍ଥିତ ଆଉଟ୍ ହାଉସ୍, ପଟିଆ ସ୍ଥିତ ଏକ ଫ୍ଲାଟ୍ ଏବଂ ବାଲେଶ୍ବରରେ ଥିବା ଦୁଇ ମହଲା ଘରେ ଭିଜିଲାନ୍ସ ଟିମ୍ ଚଢାଉ କରି ଯାଞ୍ଚ କରିଥିଲା ।
ଅଯୋଧ୍ୟା: ଗତ ଅଗଷ୍ଟ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶ୍ରୀରାମର ମନ୍ଦିର ନିର୍ମାଣର ଭୂମି ପୂଜନ ହେବା ପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ଆରମ୍ଭ ହୋଇଛି । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏକ ଭିଡିଓ ଜାରି କରି ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ମନ୍ଦିର ନିର୍ମାଣ ନିମନ୍ତେ ଯୋଗଦାନ କରିବାକୁ ସେ ଅପିଲ କରିଛନ୍ତି । ଦେଶର କୋଟି କୋଟି ରାମ ଭକ୍ତ ମନ୍ଦିର ନିର୍ମାଣ ନିମନ୍ତେ ଦାନ କରିବାକୁ ଚାହୁଁଥିବାରୁ ଟ୍ରଷ୍ଟ ପକ୍ଷରୁ ଏକ ଆକାଉଣ୍ଟ ନମ୍ବର ଜାରି କରାଯାଇଥିବା ସେ କହିଛନ୍ତି । ଏହା ସମ୍ପର୍କରେ ଅଧିକ ତଥ୍ୟା ରାମ ଜନ୍ମଭୂମି ଟ୍ରଷ୍ଟ ତରଫରୁ ଟୁଇଟର୍ ହ୍ୟାଣ୍ଡେଲ୍ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏଣୁ ରାମ ଭକ୍ତମାନେ ଯଥା ଶକ୍ତି ଏବଂ ଯଥା ସମ୍ଭବ ଅର୍ଥ…
ହୁଓ୍ବଇ : ପାଞ୍ଚ ମାସ ପୂର୍ବେ କରୋନାରୁ ସୁସ୍ଥ ହୋଇଥିବା ମହିଳା ପୁଣିଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚୀନ୍ର ଜଣେ ମହିଳା 5 ମାସ ପରେ ପୁଣିଥରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ମହିଳା ଜଣକ ପାଞ୍ଚ ମାସ ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଥିଲେ । 68 ବର୍ଷୀୟା ଏହି ମହିଳାଙ୍କ ଘଟଣା ସାମ୍ନାକୁ ଆସିବା ପରେସ ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତା ଘାରିଛି । ତେବେ ଶରୀରରେ ଆଣ୍ଟିବଡି ହେବା ପରେ ଦ୍ବିତୀୟ ଥର ପାଇଁ କରୋନା ସଂକ୍ରମଣ ହେଉନଥିବାବେଳେ ଏହି ମହିଳାଙ୍କ କ୍ଷେତ୍ରରେ କିନ୍ତୁ ଏହା ବ୍ୟତିକ୍ରମ ଘଟିଛି । ଏହି ମାମଲା ଏକ ନୂତନ ସଂକଟ ଆଡକୁ ଇଶାରା କରୁଥିବାର ଜଣାଯାଇଛି । ମଧ୍ୟଚୀନ୍ ହୁଓ୍ବଇ ପ୍ରାନ୍ତର ଜଣେ ମହିଳା କରୋନାରେ ଆକ୍ରାନ୍ତ ହେବା ପରେ ଜିଙ୍ଗଝାଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ସେ ସମ୍ପୂର୍ଣ୍ଣ…
ଭୁବନେଶ୍ବର : ଆସନ୍ତା ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ 4 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଆଗାମୀ 24 ଘଣ୍ଟା ପାଇଁ 2ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ରହିଛି । ମାଲ୍କାନଗିରି ଓ କୋରାପୁଟକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି । ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲି ସକାଳ 8ଟା 30 ଯାଏଁ 10 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ପୁରୀ, ଗଜପତି, ଜଗତସିଂହପୁର, ରାୟଗଡା,କନ୍ଧମାଳ, କଳାହାଣ୍ଡି,ସମ୍ବଲପୁର ଓ ଦେବଗଡ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦୁଇ ଦିନ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ…
ଲଣ୍ଡନ : ପ୍ରେମିକାକୁ ମନାଇବା ପାଇଁ କିଏ କେତେ ପ୍ରକାରର ଉପାୟ ଅବଲମ୍ବନ କରିଥାଏ । କିନ୍ତୁ ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବାର ଦେଖଶଯାଇଛି । ଲଣ୍ଡନର ଜଣେ ବ୍ୟକ୍ତି ନିଜ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପାଇଁ ଏମିତି କାର୍ଯ୍ୟ କରିଛନ୍ତି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବ୍ରିଟେନର ଜଣେ ଷ୍ଟଣ୍ଟମ୍ୟାନ୍ ରିକି ଏସ୍ ଅଲଗା ଅନ୍ଦାଜରେ ନିଜ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିଛନ୍ତି । ବିପଦପୂର୍ଣ୍ଣ ଉପାୟରେ ସେ ଏପରି କାର୍ଯ୍ୟ କରିଛନ୍ତି । ନିଜ ଶରୀରରେ ନିଆଁ ଲଗାଇ ଆଣ୍ଠୁରେ ବସି ନିଜ ପ୍ରେମିକାକୁ ପ୍ରପୋଜ କରିଛନ୍ତି ଏହି ବ୍ୟକ୍ତି । ତେବେ ବ୍ୟକ୍ତି ପ୍ରପୋଜ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଷ୍ଟଣ୍ଟମ୍ୟାନ୍ ରିକି ନିଜ ପ୍ରେମିକା କ୍ୟାଟରୀନା ଡବ୍ସନ୍ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବା ପାଇଁ ଏକ…
ଅଗରତାଲା : ତ୍ରିପୁରାର ଏକ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ବହୀନତା କାର୍ଯ୍ୟ ସାମ୍ନାକୁ ଆସିଛି। ଏଠାରେ ଏକ 10 ମାସ ଶିଶୁର ଅବସ୍ଥା ଗୁରୁତର ହୋଇଛି । ଘଟଣାଟି ସାମ୍ନାକୁ ଆସିବା ପରେ ଏହି କାର୍ଯ୍ୟ ପାଇଁ ଜଣେ ଆଶା କର୍ମୀଙ୍କ ବିରୋଧରେ ପୋଲିସ୍ ଏତଲା ଦେଇଛି । ମିଳିଥିବା ସୂଚନା ଅନୁସାରେ ବୁଧବାର ଦିନ ଉନ୍କୋଟି ଜିଲ୍ଲାର ସୋନମୁରା ଗ୍ରାମର ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ 10 ମାସର ଶିଶୁ ପୋଲିଓ ଟୀକା ଲଗାଇବା ପାଇଁ ଆସିଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁକୁ ସାନିଟାଇଜର୍ ମିଶା ପାଣି ପିଆଇ ଦେଇଥିବାର ଅଭିଯୋଗ ଆସିଛି । ଏହି ପାଣି ପିଇବା ପରେ ଶିଶୁଟି ଅସୁସ୍ଥ ହୋଇପଡିଥିବାବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଶିଶୁଟିର ଅବସ୍ଥା ଏବେ ସ୍ଥିର ରହିଛି । ଏହି ଘଟଣାରେ ଆଶା କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିଓ ରୋଗରୁ ମୁକ୍ତି ପାଇଁ ଶିଶୁକୁ 6 ବର୍ଷ ପର୍ଯ୍ୟନ୍ତ…
ଭୁବନେଶ୍ବର : ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଓଏଏସ୍ ବିଭୁ ଷଡଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟା ଅଫିସର ଥିଲେ । ବିଭୂଙ୍କ ନାଁରେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଥିଲା । ଜୁଲାଇ 9ରେ ବିଭୁଙ୍କୁ ଗିରଫ କରିଥିଲା ମହିଳା ଥାନା ପୋଲିସ୍ । ଗିରଫ ପରେ ବିଭୁଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ସରକାର ।
ତାମିଲନାଡୁ : କରୋନା ପାଇଁ ଏବେ ସମେସ୍ତ ଘରେ ଗୃହବନ୍ଦୀ । ବୁଲିବାକୁ ଇଚ୍ଛା ଥିଲେ ବି ଯାଇ ହେଉନାହିଁ । ତେବେ ଏବେ ଏମିତି ଏକ ଘର ଚର୍ଚ୍ଚାକୁ ଆସିଛି । ଯେଉଁ ଘରେ ରହିଲେ ବି ଆପଣ ଯାଇପାରିବେ ମାଇଲ ମାଇଲ୍ ଦୂର ବାଟ । ଯୁଆଡେ ଇଚ୍ଛା ପାରିବେ । ଏମିତି ଏକ ଘର ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ 1 ଲକ୍ଷ ଟଙ୍କାର ଏକ ଘରର ଫଟୋ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଘରର ସବୁଠୁ ଖାସ୍ କଥା ହେଉଛି ଯେ ଏହି ଘର ଯୁଆଡେ ଇଚ୍ଛା ସିଆଡେ ଯାଇପାରିବ । ମାନେ ଏହି ଘର ଚାଲିପାରିବ । ତାମିଲନାଡୁର 23 ବର୍ଷୀୟ ଅରୁଣ ପ୍ରଭୁ ଏକ ଅଟୋକୁ ଏପରି ଭାବରେ ଡିଜାଇନ୍ କରିଛନ୍ତି ଯେ, ଏହି ଅଟୋରେ ବେଡରୁମ୍, ଲିଭିଂ ରୁମ୍ଏ କିଚେନ୍ ସହିତ…
ଅଲବର: ଜଣେ ପୁଅ ନିଜ ସ୍ତ୍ରୀ ସହିତ ପିତାର ଅବୈଧ ସମ୍ପର୍କ ଦେଖି ଏହାକୁ ସହ୍ୟ କରି ନ ପାରି ବାପାର ଜୀବନ ନେଇଛି ପୁଅ । ସ୍ତ୍ରୀ ସହିତ ବାପର ଏପରି ସମ୍ପର୍କକୁ ଦେଖି ମୁଣ୍ଡନ କରି ପିତାଙ୍କୁ ତର୍ପଣ ଦେବା ସହିତ ରାତିରେ ବାପାଙ୍କୁ ହତ୍ୟା କରି ଫେରାର୍ ହୋଇଥିଲା ପୁଅ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନର ଅଲବର ଜିଲ୍ଲାରେ ଘଟିଛି । ଅଲବର ଜିଲ୍ଲାର ମୁଣ୍ଡାଓ୍ବାର ଥାନା ତିନରୁଡକୀ ଗ୍ରାମରେ ଏକ ଘରର ଛାତ ଉପରେ ଶୋଇଥିବା 60 ବର୍ଷୀ ରାମସିଂହ ଯାଦବଙ୍କ ହତ୍ୟା ଘଟଣାର ପୋଲିସ୍ ପର୍ଦ୍ଦାଫାସ କରିଛି । ହତ୍ୟା ହେବାର 48 ଘଣ୍ଟା ପରେ ପୋଲିସ୍ ଏହି ଘଟଣାର ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ଅଭିଯୁକ୍ତ 32ବର୍ଷୀୟ ପ୍ରଦୀପ ଯାଦବଙ୍କୁ ଗିରଫ କରିଛି । ବୟସ୍କ ରାମ ସିଂହଙ୍କ ହତ୍ୟା ତାଙ୍କ ପୁତ୍ର ବିଜୁଳି ଖୁମ୍ବରେ ଲଗାଯାଉଥିବା ଡିସ୍କ…
ଭୁବନେଶ୍ବର : କରୋନା ପାଇଁ ମନ୍ଦିର ତଥା ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିବାବେଳେ ପୂଜା ପାର୍ବଣରେ ମଧ୍ୟ କଟକଣା ଲଗାଯାଇଛି । ଚଳିତ ଥର କାଉଡି ଯାତ୍ରାକୁ ସ୍ଥଗିତ ରଖାଯାଇଥିବାବେଳେ ଗଣେଶ ପୂଜା ଉପରେ ମଧ୍ୟ କରୋନାର ମାଡ ଦେଖାଯାଇଛି । କରୋନା ପାଇଁ ଏ ବର୍ଷ କଟକ- ଭୁବନେଶ୍ବରରେ ଗଣେଶ ପୂଜା ମନା। ଟୁଇନ୍ସିଟିରେ କୌଣସି ମଣ୍ଡପରେ ଗଣେଶ ପୂଜା ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଟୁଇନ୍ ସିଟିରେ ଗଣେଶ ପୂଜା ବନ୍ଦ ନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଧର୍ମୀୟ ସମାବେଶକୁ ମନା ଥବାରୁ ମଣ୍ଡପରେ ଗଣେଶ ପୂଜା ହୋଇପାରିବ ନାହିଁ ସୂଚନା ଦିଆଯାଇଛି । ମଣ୍ଡପରେ ଗୋଷ୍ଠୀଗତ ଭାବେ କୌଣସି ଗଣେଶ ପୂଜା ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ମାର୍ଚ୍ଚ ମାସଠାରୁ ଧିରେ ଧିରେ କରୋନା ମହାମାରୀର ଉଗ୍ର ରୂପ ଦେଖିବାକୁ ମିଳୁଛି । ଯାହାଫଳରେ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ମଧ୍ୟବର୍ତ୍ତୀ ତଥା ଖଟିଖିଆମାନେ ବିଭିନ୍ନ ପ୍ରକାରର ଅସୁବିଧା ଦେଇ ଗତି କରୁଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଲକ୍ଡ଼ାଉଡ଼୍ ଏବଂ ସଟ୍ଡ଼ାଉନ୍ ଦୀର୍ଘ ଛଅମାସ ହେଲା ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଲାଣି । ମୁଖ୍ୟତଃ ବ୍ୟବସାୟୀ ଏବଂ ମଧ୍ୟବର୍ତ୍ତୀ ପରିବାରର ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଦୋକାନବଜାର ବନ୍ଦ ରହୁଥିବା ଯୋଗୁଁ ବ୍ୟବସାୟ ପ୍ରାୟ ବନ୍ଦ କହିଲେ ଚଳେ । ସବୁଠାରୁ ଅଧିକ କ୍ଷତିଗସ୍ତ ହୋଇଛି ଗଂଜାମ ଜିଲ୍ଲା। ଏଠାରେ ଗତ କିଛି ମାସ ହେଲା ପ୍ରାୟ ସଟ୍ଡ଼ାଉନ୍, ଲକ୍ଡ଼ାଉନ୍ ହୋଇଛି । ଫଳରେ ଦୋକାନୀ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନଙ୍କ ଆୟର ସ୍ରୋତ ବନ୍ଦ ହୋଇଯାଇଛି । ଏମାନଙ୍କୁ ଦୁଇଓଳି ଖାଇବା ମଧ୍ୟ କଷ୍ଟକର…
ଭୁବନେଶ୍ୱର : ରାଜ୍ୟରେ ଗତକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ 15ଟି କଲେଜରେ ଫଳାଫଳ ଶୂନ ରହିଛି । ଏହାକୁ ନେଇ ଉକ୍ତ 15ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେହିପରି ଏହି ସମସ୍ତ ସ୍କୁଲରେ ନାମଲେଖା କଣ ପାଇଁ ବନ୍ଦ କରାନଯିବ ଏହାର କାରଣ ଦର୍ଶାଇବା ପାଇଁ ନୋଟିସ୍ ଜାରି କରାଯାଇଛି । ସେହିପରି ଶିକ୍ଷାନୁଷ୍ଠାନର ବିଜ୍ଞାନ ପାଠ୍ୟକ୍ରମ କ’ଣ ପାଇଁ ରଦ୍ଦ ନ ହେବ ସେନେଇ ମଧ୍ୟ ନୋଟିସ୍ ଜାରି କରାଯାଇଛି । 7 ଦିନ ମଧ୍ୟରେ ଏହାର ଜବାବ ଦେବାକୁ ନୋଟିସରେ ନିର୍ଦ୍ଦେଶ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପାଶ ହାର ଦୁଇ ପ୍ରତିଶତ ହ୍ରାସ ପାଇଥିବା ବେଳେ 15ଟି କଲେଜରେ ପରୀକ୍ଷା ଫଳ ଶୂନ ରହିଥିଲା । ଗତକାଲି ମନ୍ତ୍ରୀ ଏହି କଲେଜକୁ ସୋ’ କଜ୍ ନୋଟିସ୍ ପଠାଯିବା ନେଇ ସୂଚନା ଦେଇଥିଲେ…
Delhi Chief Minister Arvind Kejriwal washes the idol of Lord Krishna with milk during Krishna Janmashtami celebrations at the ISKCON Temple in New Delhi on Aug 12, 2020. (Photo: IANS)
ଉତ୍ତରପ୍ରଦେଶ : ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଲ ଦାସଙ୍କୁ କରୋନା । ନୃତ୍ୟ ଗୋପାଲ ଦାସଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେଉଥିଲା । ଏହା ପରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ । ପଜିଟିଭ୍ ଆସିଥିଲା । ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜନ୍ମାଷ୍ଟମୀ ପାଳନ ପାଇଁ ନିକଟରେ ମଥୁରା ଯାଇଥିବା ବେଳେ ସେଠାରେ ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ପରୀକ୍ଷାରୁ ତାଙ୍କୁ କରୋନା ହୋଇଥିବା ଜଣାପଡିଥିଲା । ନିକଟରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିଙ୍କ ମଧ୍ୟରେ ଅନ୍ୟତମ ଅତିଥ ରହିଥିଲେ ନୃତ୍ୟ ଗୋପାଳ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ ଶତାଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । (ଏଜେନ୍ସି)
ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ 9 ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ ଓ ମୟୂରଭଞ୍ଜ ଜିଲ୍ଲାରୁ 2ଜଣ ଲେଖାଏଁ ମୃତ୍ୟୁ ହୋଇଛନ୍ତି । ସୁନ୍ଦରଗଡ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମର ତିନି ମୃତକଙ୍କ ବୟସ ଯଥାକ୍ରମେ 73, 82 ଓ 36 ବର୍ଷ ବୋଲି ସୂଚନା ରହିଛି । ସେହିପରି କଟକରୁ ଆଜି ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ବୟସ ଯଥାକମେ 23 ଓ 72 ବର୍ଷ । ସେହିପରି ମୟୂରଭଞ୍ଜରୁ 60 ଓ 58ବର୍ଷୀୟ ବ୍ୟକ୍ତି ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 81ବର୍ଷ ହୋଇଥିବାବେଳେ କନ୍ଧମାଳରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 61ବର୍ଷ ବୋଲି ସୂଚନା ରହିଛି ।…
ଭୁବନେଶ୍ବର :ଆଜି 30ଟି ଜିଲ୍ଲାରୁ 1981 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 274 ଜଣ ଚିହ୍ନଟ ହୋଇଥିବାସ୍ଥଳେ ଗଞ୍ଜାମରୁ 267ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ 179, ସୁନ୍ଦରଗଡରୁ 145, କଟକରୁ 131,କୋରାପୁଟରୁ 97, ପୁରୀରୁ 77,ଭଦ୍ରକରୁ 65, ମାଲ୍କାନଗିରିରୁ 64, ଯାଜପୁରରୁ 60, ବାଲେଶ୍ବରରୁ 59, ସୋନପୁରରୁ 57, ନୟାଗଡାରୁ 56, ରାୟଗଡାରୁ 55 ଜଗତସିଂହପୁରରୁ 42, , କଳହାଣ୍ଡିଓ ଢେଙ୍କାନାଳରୁ 39ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜ 37, ସମ୍ବଲପୁରରୁ 38, ମୟୂରରଭଞ୍ଜରୁ 37,କେନ୍ଦ୍ରାପଡାରୁ 29, ବଲାଙ୍ଗିର ଓ ବରଗଡରୁ 27ଜଣ ଲେଖାଏଁ ରହିଥିବାବେଳେ କେଉଁଝରରୁ 23ଜଣ ରହିଛନ୍ତି । ବୌଦ୍ଧରୁ 22 ଜଣ, ନବରଙ୍ଗପୁରରୁ 18, ନୂଆପଡା ଓ ଦେବଗଡରୁ 16 ଜଣ ଲେଖାଏଁ, ଗଜପତି ଓ ଝାରସୁଗୁଡାରୁ 8 ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳରୁ 6ଜଣ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1981 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1225ଜଣ ଚିହ୍ନଟ ହୋଇଥିବାବେଳେ 756ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 52 ହଜାର 653କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15ହଜାର 808ଜଣ । ସେହିପରି ସୁସ୍ଥ ହୋଇଛନ୍ତି 36ହଜାର 478ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 305ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଆଜି ହୋଇଛନ୍ତି ଚିହ୍ନଟ 1. Angul: 6 2. Balasore: 59 3. Bargarh: 27…
SHG facilitating distribution of PDS commodities at Balangir Municipalit
ନୂଆଦିଲ୍ଲୀ : ଦେଶରେ ନୂତନ ଆୟକର ବ୍ୟବସ୍ଥାର ଶୁଭାରମ୍ଭ ନିମନ୍ତେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିନ 11ଟା ସମୟରେ ପ୍ରଧାନମନ୍ତ୍ରୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ସଚ୍ଚୋଟ ଟିକସଦାତାଙ୍କୁ ଉତ୍ସାହିତ କରିବା ଏବଂ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ନୂତନ ସ୍ୱତନ୍ତ୍ର ପ୍ଲାଟଫର୍ମ ଆରମ୍ଭ କରିଛନ୍ତି। ଏହାର ନାମ ହେଉଛି ‘ସ୍ୱଚ୍ଛ କର: ସଚ୍ଚୋଟଙ୍କୁ ସମ୍ମାନ’। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ଲାଟଫର୍ମ ହେଉଛି ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥାର ଆରମ୍ଭ, ଯେଉଁଥିରେ ଫେସଲେସ୍ ଆସେସମେଣ୍ଟ-ଅପିଲ୍ ଏବଂ ଟିକସଦାତା ଚାର୍ଟର୍ ଭଳି ପ୍ରମୁଖ ସଂସ୍କାର ରହିଛି। ଏହି ନୂତନ ଆୟକର ବ୍ୟବସ୍ଥା ଅନୁଯାୟୀ କରଦାତାଙ୍କୁ ଫେସଲେସ୍ ଆସେସ୍ମେଣ୍ଟ, ଟ୍ୟାକ୍ସ ପେୟର୍ସ ଚାର୍ଟର୍ ଓ ଫେସଲେସ ଅପିଲ୍ର ସୁବିଧା ମିଳିବ । ଆଜିଠାରୁ ଏହି ସେବା ଆରମ୍ଭ ହୋଇଥିବା ବେଳେ ଫେସଲେସ୍ ଅପିଲ୍ ସେବା ସେପ୍ଟେମ୍ବର 25ରୁ…

