Author: Samikhsya Bureau

କେଦାର ମିଶ୍ର ପିଲାଦିନର ପାଠ ବହିରେ ଆମେ ପଢିଥିଲୁ- “ଆମେ ଚଳାଉଛୁ ଦେଶ ଆମରି, ଆମରି ନାଆ ରେ ଆମେ ନାଉରୀ”। ସ୍ଵାଧୀନ ଭାରତ ପରେ ଗଣତାନ୍ତ୍ରିକ ଭାରତର ଗଠନକୁ ଏହାଠୁ ସରଳ ଭାଷାରେ ଆଉ କହି ହୋଇନଥାନ୍ତା। ଗଣତନ୍ତ୍ରର ଅର୍ଥ ଇ ସେଇଆ। ଆମେ ଆମର ଶାସନ ଚଳାଉଛୁ। ଆମରି ହାତରେ ଇ ଆମକୁ ଶାସନ କରିବାର ଲଗାମ ରହିଛି। ଦେଶକୁ ଚଳାଇବା ଲାଗି ଆମେ ନିଜେ ନିଜର ସମ୍ବିଧାନ ପ୍ରସ୍ତୁତ କରିଛୁ। ମନେ ରଖନ୍ତୁ, ସ୍ଵାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ, ଦେଶର ସମ୍ବିଧାନ ପ୍ରଣୟନ ଲାଗି ୧୯୪୬ ମସିହାରେ “ସମ୍ବିଧାନ ପ୍ରଣୟନ ସଭା” ଲାଗି ନିର୍ବାଚନ ହୋଇଥିଲା ଓ ସେଥିରେ ନିର୍ବାଚିତ ୨୯୯ ଜଣ ସଦସ୍ୟ ଆମ ସମ୍ବିଧାନ ପ୍ରଣୟନରେ ଅଂଶଗ୍ରହଣ କରିଥିଲେ। ବିଧିବଦ୍ଧ ସ୍ଵାଧୀନତା ପାଇବା ଆଗରୁ ସ୍ବାଧିନତାର ସଦୁପଯୋଗ ପାଇଁ ସମ୍ବିଧାନ ପ୍ରଣୟନ ସଭା ଏକ ଗଣତାନ୍ତ୍ରିକ ଭାରତ…

Read More

ଭୁବନେଶ୍ବର, ସ୍ବାଧୀନତା ଦିବସ ପୂର୍ବରୁ ଭୁବନେଶ୍ବରସ୍ଥିତ ପୂର୍ବତଟ ରେଳ କାର୍ଯ୍ୟାଳୟ ରଂଗୀନ ଆଲୋକରେ ଝଲସି ଉଠିଛି

Read More

ନୂଆଦିଲ୍ଲୀ, ରାତିପାହିଲେ ସ୍ବାଧୀନତା ଦିବସ. ଏହା ପୂର୍ବରୁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ରଂଗୀନ ଆଲୋକମାଳାରେ ଝଲସି ଉଠିଛି।

Read More

ନୂଆଦିଲ୍ଲୀ, କୋଭିଡ-୧୯ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସମନ୍ଵୟରେ ମୂଳରୁ କାଯ୍ୟ କରି ଆସୁଛନ୍ତି। ସେଥିପାଇଁ ଦେଶବ୍ୟାପୀ ମେଡିକାଲ ଭିତ୍ତିଭୂମିର ଉନ୍ନତି ସହ କେତେକ ନୀତିଗତ ନିଷ୍ପତ୍ତି ମଧ୍ୟ ନିୟମିତ ଭାବେ ନିଆଯାଉଛି। ବୈଶ୍ଵିକ ମହାମାରୀ କେତେବେଳେ ତାହାର କାୟା ବିସ୍ତାର କରିବା ଆରମ୍ଭ କଲା ସେତେବେଳେ ବିଶ୍ଵବ୍ୟାପୀ ଏନ-୯୫ ମାସ୍କ, ପିପିଇ କିଟ୍ସ ଓ ଭେଣ୍ଟିଲେଟର ସହିତ ଅନ୍ୟାନ୍ୟ ଡାକ୍ତରୀ ଉପକରଣର ଘୋର ଅଭାବ ପରିଲକ୍ଷିତ ହୋଇଥିଲା। ପ୍ରଥମତଃ ଅଧିକାଂଶ ସାମଗ୍ରୀ ଦେଶରେ ତିଆରି ହେଉନଥିଲା। ଏଥିପାଇଁ ଆବଶ୍ୟକ ଯନ୍ତ୍ରାଂଶ ବାହାରୁ ଆମଦାନୀ କରିବାକୁ ପଡୁଥିଲା। ବୈଶ୍ଵିକ ମହାମାରୀ ଯୋଗୁଁ ବୈଦେଶିକ ବଜାରରେ ମଧ୍ୟ ସେ ସମସ୍ତ ଉପକରଣର ଚାହିଦା ବୃଦ୍ଧି ପାଇଲା। ବୈଶ୍ଵିକ ମହାମାରୀକୁ ଏକ ସୁଯୋଗ ଭାବେ ବିବେଚନା କରି ଦେଶରେ ଏହି ମେଡିକାଲ ଉପକରଣମାନ ପ୍ରସ୍ତୁତ କରିବାକୁ ସ୍ଥିର ହେଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୟନ ଓ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭବ୍ୟ ଲାଲକିଲ୍ଲା ଠାରେ ଆୟୋଜିତ ହେବାକୁ ଥିବା ୭୪ତମ ସ୍ୱାଧୀନତା ଦିବସ ସମାରୋହରେ ସାରା ଦେଶର ନେତୃତ୍ୱ ନେବେ। ସେ ଜାତୀୟ ପତାକା ଉତୋଳନ କରିବା ସହିତ ଏହି ଐତିହାସିକ ଅଟ୍ଟାଳିକାର ପ୍ରାଚୀରରୁ ସମଗ୍ର ରାଷ୍ଟ୍ର ଉଦ୍ଦେଶ୍ୟରେ ପାରମ୍ପରିକ ଅଭିଭାଷଣ ରଖିବେ। ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ଲାହୋର ଗେଟ ନିକଟରେ ସକାଳ ୭ଟା ୧୮ମିନିଟରେ ପହଁଚିବେ। ସେଠାରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଓ ପ୍ରତିରକ୍ଷା ସଚିବ ଡ. ଅଜୟ କୁମାର ସ୍ୱାଗତ କରିବେ। ଏହା ପରେ ଦିଲ୍ଲୀ କ୍ଷେତ୍ରର ଜେନେରାଲ କମାଣ୍ଡିଂ ଅଫିସର (ଜିଓସି) ଲେଫ୍ଟନାଂଟ ଜେନେରାଲ ବିଜୟ କୁମାର ମିଶ୍ରଙ୍କୁ ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କ ସହିତ ପରିଚୟ କରାଇ ଦେବେ। ଏହାପରେ ଦିଲ୍ଲୀ କ୍ଷେତ୍ରର ଜିଓସି ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ସ୍ଥଳୀକୁ ପାଛୋଟି ନେବେ। ସେଠାରେ ଆନ୍ତଃସେବା ଏବଂ ପୁଲିସ ଗାର୍ଡମାନେ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇବେ। ଏହାପରେ ପ୍ରଧାନମନ୍ତ୍ରୀ ଗାର୍ଡ ଅଫ…

Read More

ଭୁବନେଶ୍ବର, ଆସନ୍ତାକାଲି ମନ୍ତ୍ରୀ ପତାକା ଉତ୍ତୋଳନ କରିଥାଆନ୍ତେ। ହେଲେ ତାଙ୍କର ପାଖ ଲୋକ କୋଭିଡ ପଜେଟିଭ ଆସିବାରୁ ବର୍ତ୍ତମାନ ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡିବ। ଫଳରେ ସେହି ଜିଲ୍ଲାରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ। ଏହି ଘଟଣାଟି ଗଂଜାମ ଓ ପୁରୀ ଜିଲ୍ଲା ପାଇଁ ଘଟିଛି। ପୁରୀ ପାଇଁ ମନ୍ତ୍ରୀ ନିରଂଜନ ପୂଜାରୀ ଏବଂ ଗଂଜାମ ଜିଲ୍ଲା ପାଇଁ ମନ୍ତ୍ରୀ ପଦ୍ମନାଭ ବେହେରା ପତାକା ଉତ୍ତୋଳନ କରିବେ ବୋଲି ନିଷ୍ପତି ହୋଇଥିଲା। ହେଲେ ସେମାନଙ୍କ ପାଖ ଅଧିକାରୀ ଆଜି କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇମନ୍ତ୍ରୀ ସେମାନଙ୍କ ସହିତ ଏକ ବୈଠକରେ ବସିଥିଲେ। ଫଳରେ ସେମାନଙ୍କୁ ପତାକା ଉତ୍ତୋଳନ କାର୍ଯ୍ୟରୁ ନିବୃତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Read More

ଚୀନ ଓ ଭାରତ ସୀମାନ୍ତରେ ଆମର ସୀମାକୁ ସୁରକ୍ଷିତ ରଖିବାକୁ ଯାଇ ପ୍ରାଣବଳି ଦେଇଥିବା ଆମ ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯାଇନାହିଁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।  ସ୍ଵାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଯେ କୌଣସି ପ୍ରକାର ଆକ୍ରମଣର ମୁକାବିଲା କରିବାରେ ଆମର ସେନାବାହିନୀ ସଫଳକାମ ହୋଇଛନ୍ତି। ଆଜିର ମହାମାରୀ ସମୟରେ ଆମେ ଏକ ଭିନ୍ନ ପ୍ରକାର ସ୍ଵାଧୀନତା ଦିବସ ପାଳନ କରୁଛେ ବୋଲି ସେ କହିଛନ୍ତି। ଏହି ଅବସରରେ ଆମର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଅକଥନୀୟ ପରିଶ୍ରମ କରୁଛନ୍ତି। ଜାତି ସେମାନଙ୍କ ପାଖରେ କୃତଜ୍ଞ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଅବସରରେ ଆତ୍ମନିର୍ଭର ଭାରତ ଗଠନ ଲାଗି ସେ ଦେଶବାସୀଙ୍କୁ ଆହ୍ଵାନ ଦେଇଥିଲେ। (ଏଜେନ୍ସି)

Read More

ଆଜି ରାଜ୍ୟରୁ ୧୩୦୫ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ଆରୋଗ୍ଯ ଲାଭ କରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଗଞ୍ଜାମ ଜିଲାରେ ସର୍ବାଧିକ ୨୬୬ ଜଣ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ଅନ୍ୟ ଜିଲା ଗୁଡିକ ମଧ୍ୟରୁ ଖୁର୍ଦ୍ଧାରୁ ୧୫୬, କଟକରୁ ୧୨୮, ଯାଜପୁରରୁ ୧୧୧, ମାଲକାନଗିରିରୁ ୭୫, ବାଲେଶ୍ବରରୁ ୭୧, ସୁନ୍ଦରଗଡରୁ ୬୩, ପୁରୀରୁ ୫୦, କଳାହାଣ୍ଡିରୁ ୪୪, କେନ୍ଦ୍ରାପଡାରୁ ୪୨, କୋରାପୁଟ ଓ ନଯାଗଡରୁ ୩୩, ଢେଙ୍କାନାଳରୁ ୨୮, ଗଜପତି ଓ ନବରଙ୍ଗପୁରରୁ ୨୫, ସମ୍ବଲପୁରରୁ ୨୪, ଭଦ୍ରକରୁ ୨୦, ଝାରସୁଗୁଡାରୁ ୧୯, ମୟୂରଭଞ୍ଜରୁ ୧୮, ନୂଆପଡାରୁ ୧୬, କନ୍ଧମାଳ ଓ କେନ୍ଦୁଝରରୁ ୧୨, ରାୟଗଡାରୁ ୧୦, ଜଗତସିଂପୁରରୁ ୯, ବଲାଙ୍ଗୀରରୁ ୮ ଓ ବରଗଡରୁ ୭ ଜଣ କରୋନା ମୁକ୍ତ ଘୋଷିତ ହୋଇଛନ୍ତି। ରାଜ୍ୟରେ କରୋନାମୁକ୍ତ ଲୋକଙ୍କ ସଂଖ୍ୟା ୩୯୨୦୫ରେ ପହଞ୍ଚିଛି।

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା : ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଏବେ ଗଞ୍ଜାମକୁ ପଛରେ ପକାଇଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଚିଲିକା ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲାର ପଡୋଶୀ ଅଞ୍ଚଳ କରୋନା ସଂକ୍ରମଣ ବଢିବାର ଏହା ମଧ୍ୟ ପ୍ରମୁଖ କାରଣ ।  ହେଲେ ବର୍ତ୍ତମାନ ଗଞ୍ଜାମ ସ୍ଥିତି ସ୍ୱାଭାବିକ ହେଉଥିବାବେଳେ ଖୋର୍ଦ୍ଧା ଜିଲ୍ଲା ସ୍ଥିତି ଜଟିଳ ହେଉଛି । ଚିଲିକା ନିର୍ବାଚନମଣ୍ଡଳୀ ର ବାଣପୁର-ବାଲୁଗାଁ ଅଞ୍ଚଳ ରେ ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ବାଣପୁର-ବାଲୁଗାଁ ଅଞ୍ଚଳ ଏକ ନମ୍ବର ହଟସ୍ପଟ ହୋଇଥିବାସ୍ଥଳେ ଏଠାରେ ଏକ ଅସ୍ଥାୟୀ କୋଭିଡ ହସ୍ପିଟାଲ ପାଇଁ ଦାବି ହେଉଛି । ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ବାଣପୁର ବ୍ଲକ ଏବଂ ଏନ.ଏ.ସି ଥିବାସ୍ଥଳେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ…

Read More

ଭୁବନେଶ୍ବର : ଭୁବନେଶ୍ବର ମହାନଗର ଅଞ୍ଚଳରୁ ଆଉ 247 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 247 ମଧ୍ୟରୁ 148 ଜଣ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବାବେଳେ 99ଟି ଲୋକାଲ୍‌ କେସ୍‌ ରହିଥିବାର ସୂଚନା  ଦେଇଛି ବିଏମ୍‌ସି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 148ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଭୋଇ ନଗର ଶୁକ ବିହାରରୁ 11ଜଣ ଚିହ୍ନଟ ହୋଇଥିବାବେଳେ ଛଅ ନମ୍ବରରୁ 11 ଜଣ, ବମିଖାଲରୁ 8ଜଣ, ରିଜର୍ଭ ପୋଲିସ୍‌ କଲୋନୀରୁ 6 ଜଣ, ନୟାପଲ୍ଲୀ ଏକ ହୋଟେଲରୁ 6 ଜଣ, ଆଚାର୍ଯ୍ୟ ବିହାର, ସାଇନ୍ସ ପାର୍କ ବସ୍ତିରୁ 5 ଜଣ, ଡୁମୁଡୁମା ଫେଜ୍‌ 2ରୁ 4 ଜଣ, ସିଆରପିଏଫ୍‌ କ୍ୟାମ୍ପସ୍‌ରୁ 3 ଜଣ ଚିହ୍ନଟ ହୋଇଛନ୍ତି । ସେହପରି ଆଜି 99 ଲୋକାଲ୍‌ କେସ୍‌ ମଧ୍ୟରୁ ରିଜର୍ଭପୋଲିସ୍‌ କଲୋନୀରୁ ତିନି ଜଣ, ୟୁନିଟ୍‌ -9 ଏସଏ୍‌ସ୍‌ବି ଅଫିସ୍‌ରୁ ଜଣେ, ଶୈଳଶ୍ରୀ ବିହାର ଅନନ୍ତ ବସ୍ତିରୁ  ଜଣେ, ଚକେଇସିଆଣିରୁ 2 ଜଣ, ନିଳାଦ୍ରି ବିହାରରୁ…

Read More

ନୂଆଦିଲ୍ଲୀ : କରୋନାରୁ ସୁସ୍ଥ ହେଲେ ଅମିତ୍‌ ଶାହା ।କରୋନାରେ ଆକ୍ରାନ୍ତ ହୋଇ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୃହମନ୍ତ୍ରୀ ଅମିତ୍‌ ଶାହା ସୁସ୍ଥ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିବା ନେଇ ନିଜେ ଶାହା ଟୁଇଟ୍‌ କରି ସୂଚନା ଦେଇଛନ୍ତି । କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ନିଜ ଶୁଭେଚ୍ଛୁ ଓ ମେଦାନ୍ତ ହସ୍ପିଟାଲର ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ଶାହା ।  ତେବେ ଏବେ ଆଉ କିଛି ଦିନ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଆଇସୋଲେସନ୍‌ରେ ରହିବେ ବୋଲି ସୂଚନା ରହିଛି। (ଏଜେନ୍ସି)

Read More

ଥିରୁଅନନ୍ତପୁରମ : କେରଳର କୋଝିକୋଡରେ ହୋଇଥିବା ବିମାନ ଦୁର୍ଘଟଣାର ତଦନ୍ତରେ ନିୟୋଜିତ ରହିଥିବା 22 ଜଣ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ତଥା ତଦନ୍ତରେ ନିୟୋଜିତ ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଥିବା ବେଳେ ଆଜି 22 ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ମଲ୍ଲାପୁରମ୍ ମେଡିକାଲ ଅଫିସର ସୂଚନା ଦେଇଛନ୍ତି । 100ରୁ ଅଧିକ ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି । ସୂଚନାଯୋଗ୍ୟ ଯେ,  ବନ୍ଦେ ଭାରତ ମିଶନରେ ଦୁବାଇରୁ ଫେରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଏକ୍ସପ୍ରେସ୍ ବିମାନଟି କେରଳର କୋଝିକୋଡଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନ ଦୁର୍ଘଟଣାରେ 18ଜଣ ମୃତ୍ୟୁବରଣ କରିଥିବାବେଳେ 150ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ । (ଏଜେନ୍ସି)

Read More

ବାଂଲାଦେଶ : ବାଂଲାଦେଶ ସୀମାରେ ବିଏସଏଫ ଯବାନମାନେ ତଲାସି କରୁଥିବା ସମୟରେ ସେଠାରେ ଥିବା କିଛି ସନ୍ଦିଗ୍ଧ ଏକ ପିଞ୍ଜରା ପକାଇ ଦେଇ ପଳାଇଥିଲେ। ପିଞ୍ଜରାରେ ଦୁର୍ଲ୍ଲଭ ଟୁକେନ ପକ୍ଷୀର ଯୋଡ଼ା ଥିଲା, ଯାହାର ମୂଲ୍ୟ ପ୍ରାୟ 15 ଲକ୍ଷଟଙ୍କା। ଏହା ଏକ ଦୁର୍ଲ୍ଲଭ ପକ୍ଷୀ। ଏହି ପକ୍ଷୀ ମଧ୍ୟ ଆମେରିକା ଦେଶର ବେଲିଜର ରାଷ୍ଟ୍ରୀୟ ପକ୍ଷୀ ବୋଲି ସୂଚନା ମିଳିଛି। ଯବାନମାନେ ଜଙ୍ଗଲରେ ତଲାସି କରୁଥିବା ସମୟରେ ଲୁଚି ରହିଥିବା ଦୁଇ ସନ୍ଦିଗ୍ଧଙ୍କୁ ଦେଖିଥିଲେ। ସେମାନଙ୍କୁ ଧରିବାକୁ ପ୍ରୟାସ କରିଥିବା ସମୟରେ ସେମାନେ ସେଠାରେ ଏହି ପିଞ୍ଜରାଟିକୁ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ। ପିଞ୍ଜରାରରୁ ଯବାନମାନେ ଏହି ପକ୍ଷୀକୁ ଆଣିବା ପରେ ଏହା ଟୁକେନ ପକ୍ଷୀ ଭାବେ ଚିହ୍ନଟ ହୋଇଥିଲା। ଏହି ପ୍ରଜାତି ପକ୍ଷୀ ଦକ୍ଷିଣ ମେସ୍କିକୋ ଠାରୁ କୋଲମ୍ବିଆ ପର୍ଯ୍ୟନ୍ତ ଜଙ୍ଗଲରେ ଦେଖାଯାଆନ୍ତି।ଅନ୍ତଃରାଷ୍ଟ୍ରୀୟ ବଜାରରେ ଏହି ପକ୍ଷୀର ମୂଲ୍ୟ ୧୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।ଦ୍ଧାର ହୋଇଥିବା ପକ୍ଷୀଙ୍କୁ…

Read More

ଭୁବନେଶ୍ବର :ଆସନ୍ତା 24 ଘଣ୍ଟାରେ ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହେବ । ପୁରୀ, ଜଗତସିଂହପୁର, ଦେବଗଡ, ଅନୁଗୁଳ, କେନ୍ଦ୍ରାପଡାରେ ପ୍ରବଳ ବର୍ଷିବ । ସେହିପରି କଟକ, କନ୍ଧମାଳ, ଯାଜପୁର, ଭଦ୍ରକ, ବଲାଙ୍ଗିର ଓ ଖୋର୍ଦ୍ଧାରେ ମଧ୍ୟ ବର୍ଷିବ । ଗତ 24 ଘଣ୍ଟାରେ ଆଠଗଡରେ ସର୍ବାଧିକ 182 ମିମି ବର୍ଷା ହୋଇଛି । ବାଙ୍କୀରେ 165ମିମି ଓ ଢେଙ୍କାନାଳରେ 144.3 ମିମି ବର୍ଷା ହୋଇଛି । ଜୁନ୍‌ 1ରୁ ଅଗଷ୍ଟ 14 ମଧ୍ୟରେ 643.4 ମିମି ବର୍ଷା ହୋଇଥିବାବେଳେ ସ୍ବାଭାବିକଠାରୁ 13 ପ୍ରତିଶତ କମ୍‌ ହୋଇଛି । ସୂଚନା ଦେଲେ ଆଞ୍ଚଳିକ  ପାଣିପାଗ ନିର୍ଦ୍ଦେଶକ ଏଚ.ଆର.ବିଶ୍ବାସ ।

Read More

ଅମରାବତୀ : କରୋନାରେ ଏବେ ରାଜନୈତିକ ଦଳର ବହୁ ବଡ ବଡ ହସ୍ତୀମାନେ ଶିକାର ହେଉଛନ୍ତି । ବହୁ ସାଂସଦ, ବିଧାୟକ, କେନ୍ଦ୍ରୀୟ ମନ୍ତ୍ରୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ପରିବାରବର୍ଗ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଅମରାବତୀର ସାଂସଦଙ୍କ ପରିବାରର 16ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଅମରାବତୀ ସାଂସଦ ନବନୀତ ରାଣା କରୋନା ପଜିଟିଭ୍‌ ଚିହ୍ନଟ ହେବାର ଏକ ସପ୍ତାହ ମଧ୍ୟରେ ତାଙ୍କ ପରିବାରର ପ୍ରାୟ 16 ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଅଗଷ୍ଟ 6 ତାରିଖରେ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିବା ବେଳେ ରାଣାଙ୍କ ପୁଅଝିଅଙ୍କ ସହିତ ତାଙ୍କର ସମ୍ପର୍କୀୟଙ୍କୁ ମିଶାଇ ସମୁଦାୟ 16 ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନବନୀତଙ୍କ ଦୁଇ ସନ୍ତାନ ଘରେ କ୍ବାରେଣ୍ଟାଇନରେ ରହିଥିବାବେଳେ ତାଙ୍କ ସମ୍ପର୍କୀୟମାନେ ଅମରାବତୀ…

Read More

ଯାଜପୁର : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିଖୋଲ ବଜାରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ।  ଚଣ୍ଡିଖୋଲ ବଜାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି କଟକଣା ଲାଗୁ କରାଯାଇଛି । ଏହି କଟକଣା ଆଜି ଅପରାହ୍ନ 2ଟାଠାରୁ 17 ତାରିଖ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ଅଗଷ୍ଟ ପନ୍ଦର ଦିନ ଏହି କଟକଣାରେ ସାମାନ୍ୟ କୋହଳ କରାଯାଇଛି । ଏହି ଦିନ ସକାଳ 6ଟାରୁ ଦିନ 11 ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ସୂଚନାଯୋଗ୍ୟ, ଆଜି ଯାଜପୁରରୁ 69ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଯାଜପୁରର ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1831ରେ ପହଞ୍ଚିଛି ।ସେହିପରି 1424 ଜଣ ସୁସ୍ଥ ହୋଇଥିବାବେଳେ ଏବେ ସୁଦ୍ଧା ଜିଲ୍ଲାରେ 403ଟି ସକ୍ରିୟ ମାମଲା ରହିଛି ।

Read More

କାସରଗୋଡ : ବଦଳୁଥିବା ପରିସ୍ଥିତରେ ସମ୍ପର୍କର ସମୀକରଣ ମଧ୍ୟ ବଦଳିଗଲାଣି। ଜଣେ ଯୁବକ ଏକାକୀ ରହିବାକୁ ଯାଇ ନିଜ ଉଉଣୀକୁ ଆଇସକ୍ରିମ୍‌ରେ ବିଷ ଦେଇ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି । ଏହିପରି ଏକ ଅଭାବନୀୟ ଘଟଣା କାସରଗୋଡରେ ଘଟିଛି । ଏଠାରେ ଜଣେ 22ବର୍ଷୀୟ ଯୁବକ ନିଜ ଭଉଣୀକୁ ଆଇସକ୍ରିମ୍‌ରେ ବିଷ ଦେଇ ହତ୍ୟା କରିଛି । ଯୁବକ ଜଣକ ଅଲ୍‌ବିନ୍‌ ବୋଲି ସୂଚନାରହିଛି । ପୋଲିସ୍‌ର କହିବାନୁସାରେ ଅଲବିନ୍‌ ଏକାକୀ ରହିବାକୁ ଚାହୁଁଥିଲା । ଏଥିପାଇଁ ସେ ଆଇସକ୍ରିମ୍‌ରେ ବିଷ ମିଶାଇଥିଲା । ଏହି ଆଇସକ୍ରିମ୍‌କୁ ମା’, ବାପା ଓ ଭଉଣୀ ଖାଇଥିଲେ ।  ଅଗଷ୍ଟ 5 ତାରିଖରେ 16 ବର୍ଷୀୟ ଯୁବତୀର ହତ୍ୟା କାଣ୍ଡସାମ୍ନାକୁ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଅଲବିନ୍‌ ଆଇସକ୍ରିମ୍‌ରେ ବିଷ ଦେଇଥିବାର ସ୍ବୀକାର କରିଛି । (ଏଜେନ୍ସି)

Read More

ରାଉରକେଲା : ରାଉରକେଲା ସ୍ବତନ୍ତ୍ର ଜେଲ୍‌ରେ 54ଜଣ ଅନ୍ତେବାସୀ କରୋନାରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତଙ୍କୁ ଜେଲ୍‌ରେ ଥିବା ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଇଛି।   ପୂର୍ବରୁ ଏହି ଜେଲ୍‌ରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ସୁଦ୍ଧା ରାଉରକେଲା ସ୍ବତନ୍ତ୍ର ଜେଲ୍‌ରୁ 122 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏତେସଂଖ୍ୟକ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହେଉଥିବାରୁ ଏବେ ନିୟମିତ ଭାବେ ଜେଲ୍‌କୁ ସାନିଟାଇଜ୍‌ କରାଯାଉଛି । ରାଉରକେଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଠାରେ ସପ୍ତାହାନ୍ତ ଲାଗୁ କରାଯାଇଛି ।

Read More

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆକ୍ଷେପମୂଳକ ଟୁଇଟ୍ ମାମଲାରେ ନିଜ ଆଡ଼ୁ ମାମଲା ଗ୍ରହଣ କରି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ ତାଙ୍କୁ କେଉଁ ଦଣ୍ଡ ଦିଆଯିବ, ସେ ନେଇ ଅଗଷ୍ଟ 20ରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ।ସୁପ୍ରିମ୍‌କୋର୍ଟ ଓ ମୁଖ୍ୟ ବିଚାରପତିଙ୍କ ବିରୋଧରେ ପ୍ରଶାନ୍ତ ଟୁଇଟ୍‌ କରିଥିଲେ ।  ତେବେ ଘଟଣା ସମ୍ପର୍କରେ ପ୍ରଶାନ୍ତ ଭୂଷଣ କହିଥିଲେ ଯେ, ଏହି ଟୁଇଟ୍ ଅପ୍ରିୟ ହୋଇପାରେ କିନ୍ତୁ ‘ଅବମାନନା’ ନୁହେଁ। ଏଥିଲାଗି ସେ କ୍ଷମାଯାଚନା ମଧ୍ୟ କରିଥିଲେ।

Read More

ଭୁବନେଶ୍ବର : ଓଡ଼ିଶାର 14 ଜଣଙ୍କୁ ମିଳିବ ପୋଲିସ୍‌ ମେଡାଲ୍‌ । ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପୋଲିସ୍‌ ପଦକ ଘୋଷଣା କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୋଲିସ୍‌ ପଦକ ଘୋଷଣା କରାଯାଇଛି ।ବିଶିଷ୍ଟ ସେବା ପାଇଁ ଓଡ଼ିଶାର 2 ପୋଲିସ୍‌ ପାଇବେ ରାଷ୍ଟ୍ରପତି ପଦକ । ଭିଜିଲାନ୍ସ ଡିଏସ୍‌ପି କେ. ବେଣୁଗୋପାଳ ଆଚାର୍ଯ୍ୟ ଓ କନଷ୍ଟେବଳ ବିରଞ୍ଚି ନାରାୟଣ ସାହୁ ପାଇବେ ରାଷ୍ଟ୍ରପତି ପଦକ । ସେହିପରି 12 ପୋଲିସ୍‌ କର୍ମଚାରୀଙ୍କୁ ଉତ୍କୃଷ୍ଟ  ସେବା ପଦକ ମିଳିବ । ଭିଜିଲାନ୍ସ ଏସ୍‌ଏସ୍‌ପି ଅଭିରାମ କର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର, ଏସ୍‌ପି ଅନୀଲ୍‌ ମିଶ୍ର, ଡିଏସ୍‌ପି ଅନୁପମା ମହାପାତ୍ର, ଏଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାସ, ଇନ୍ସପେକ୍ଟର ଅତୁଲକ୍ରିଷ୍ଣା ଦାସ, ଇନ୍ସପେକ୍ଟର ସରୋଜ ପଟେଲ୍‌, ଇନ୍ସପେ୍କଟର ନିର୍ମଳ ମହାପାତ୍ର, ସୁବେଦାର କିଶୋର ବଳବନ୍ତରାୟ,ସିପାହୀ ରଥ ଲାକ୍ରା, ହାବିଲଦାର ମହ୍ମଦ ଫଜଲ ଉମରଙ୍କୁ ଉତ୍କୃଷ୍ଟ ସେବା ପଦକ ମିଳିବ…

Read More

ତାଳଚେର : କରୋନା ପାଇଁ ସବୁ ପୂଜା ପର୍ବାଣୀ ଉପରେ କଟକଣା ଜାରି କରାଯାଇଛି । ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଉପରେ କିନ୍ତୁ ରୋକ୍ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ପୂଜା ଉପରେ ରୋକ୍ ଲଗାଇଛନ୍ତି ଉପଜିଲ୍ଲାପାଳ । ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ସାମୁହିକ ପୂଜା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି ହୋଇଛି । ଚଳିତ ବର୍ଷ ତାଳଚେରରେ କୌଣସି ସର୍ବସାଧାରଣ ସ୍ଥାନ, ମଣ୍ଡପ, କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଅନୁଷ୍ଠିତ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ, ଗତକାଲି କମିସନ୍‌ରେଟ ପୁଲିସ ଟୁଇନ୍‌ ସିଟିରେ ସାମୂହିକ ଗଣେଶ ପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । କୌଣସି ମଣ୍ଡପରେ ଚଳିତ ଥର ଗଣେଶ ପୂଜା ହୋଇପାରିବନି ବୋଲି ନିର୍ଦ୍ଦେଶ ରହିଛି…

Read More