Author: Samikhsya Bureau

କେଦାର ମିଶ୍ର ଗତକାଲି ସ୍ଵାଧୀନତା ଦିବସ ପାଳନ କଲାବେଳେ, ଆମେ ନିଜେ ନିଜକୁ ଅନେକ ପ୍ରଶ୍ନ ପଚାରିବା ଉଚିତ ଥିଲା। ହେଲେ ପ୍ରଶ୍ନ ପଚାରିବାର କଳା ଆମେ ଭୁଲି ସାରିଛୁ। ଆମର କିଛି  ପ୍ରଶ୍ନ ନଥିବା କାରଣରୁ ଆମକୁ ଆମର ନେତାମାନେ ପୁଣି ଭାଷଣ ଶୁଣାଇ ଭୁଲାଇବାରେ ସଫଳ ହେଲେ। ଗତକାଲି ଦେଶରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ୨୫ ଲକ୍ଷ ଟପିଥିଲା।ଗତକାଲି କରୋନା କାରଣରୁ ଦେଶରେ ମରିଥିବା ଲୋକଙ୍କ ସଂଖ୍ୟା ୫୦ ହଜାରରେ ପହଞ୍ଚିଥିଲା। ଗତ ଦଶଦିନ ହେଲା ପୃଥିବୀର ସର୍ବାଧିକ କରୋନା ଆକ୍ରାନ୍ତ ଆମ ଦେଶରୁ ବାହାରୁଛନ୍ତି। ଗତକାଲି ଓଡିଶାରେ ସର୍ବାଧିକ ପ୍ରାୟ ଅଢେଇ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁଲାଇ ଓ ଅଗଷ୍ଟ ପୂରା ଦେଶରେ ସଂକ୍ରମଣ ତଥା ମୃତ୍ୟୁର ସମୟ ପାଲଟିଛି। ୟାରି ଭିତରେ ଆମେ କିନ୍ତୁ ଏମିତି ଦେଖେଇ ହେଉଛୁ, ଯେମିତି ଆମର ସବୁକିଛି ଠିକ ଚାଲିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ…

Read More

ଆସିକା : ଆସିକା ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର କରାଯାଇଛି । ମନ୍ଦିର ପରିସରରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ କରାଯାଇଛି । ହରିଡାପଦର ଗାଁ ଶିବ ମନ୍ଦିର ପରିସରରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି । ମହିଳାଙ୍କୁ କେହି ହତ୍ୟା କରିଥିବାର ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ତେବେ ପାରିବାରିକ କଳହ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପୋଲିସ୍‌ ସନ୍ଦେହ କରିଛି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆଜି ସକାଳୁ ମନ୍ଦିର ପରିସରକୁ ପୂଜା ପାଇ ଆସିଥିଲେ ସମ୍ପୃକ୍ତ ମହିଳା ଜଣକ । ସେହି ମନ୍ଦିରରେ ସଫେଇ କାର୍ଯ୍ୟରେ ମହିଳାଙ୍କ ଦେଢଶୁର ନିୟୋଜିତ ରହିଥିଲେ । ମହିଳା ଜଣକ ପୂଜା ସାରି ମନ୍ଦିରରୁ ଫେରୁଥିବା ପୂର୍ବ ପ୍ରସ୍ତୁତି ଅନୁଯାୟୀ ଦେଢଶୁର ଜଣକ ଏକ ଲୁହା ରଡ୍‌ରେ ଅତର୍କିତ ଭାବରେ ଭାଇବୋହୂଙ୍କୁ ଆକ୍ରମଣ କରିଥିଲେ ।…

Read More

ଭୁବନ: ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାର ଭୁବନ ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ଏହି ବ୍ଲକର ବହୁ ଗାଁ ଏବେ ପାଣି ଘେରରେ ରହିଛନ୍ତି । ଜାତୀୟ ରାଜପଥ-53ର ବାଉଁଶକଣା ନିକଟରେ 20 ଫୁଟର ଘାଇ ସୃଷ୍ଟି ହୋଇଛି । ସେହିପରି ବଡସୁଆଁଳୋ ନିକଟରେ ଜାତୀୟ ରାଜପଥ ଧୋଇ ଯାଇଛି । ମାଳପୁରା, ଓଢଣା, ଜୟପୁର, କାଶିପୁର, ସିଆରଦୋଳି ଗ୍ରାମଗୁଡିକ ପାଣି ଘେରରେ ରହିଥିବାର ଖବର ରହିଛି । ରାସ୍ତା ବୁଡି ଯିବାରୁ ତାଳଚେରରୁ ଯାଜପୁର ଗମନାଗମନ ବ୍ୟାହତ ହୋଇଛି ।

Read More

ମାଲକାନଗିରି : ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ମାଲ୍‌କାନଗିରି ଜିଲ୍ଲା । ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଗତ କିଛି ଦିନ ହେବ ବର୍ଷା ଯୋଗୁଁ ଗମାନଗମନ ପ୍ରଭାବିତ ହୋଇଥିବା ବେଳେ ଲୋକେ ଘରୁ ବାହାରକୁ ଯାଇପାରୁ ନାହାନ୍ତି । ପାଙ୍ଗମ, ପୋଟେରୁ, କୋଙ୍କରକୋଣ୍ଡା, ଏମଭି-37ରେ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଜିଲ୍ଲାର କିଛି ସ୍ଥାନରେ ଥିବା ପୋଲ ଉପରେ 4ରୁ 5 ଫୁଟ ପାଣି ପ୍ରବାହିତ ହେଉଛି । ମାଲକାନଗିରି ଜିଲ୍ଲା ସଦର ମହକୁମାକୁ ବିଭିନ୍ନ ସ୍ଥାନରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବହୁ ଗାଁ ଜଳବନ୍ଦୀ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବା ନିମେନ୍ତ ବ୍ୟବସ୍ଥା କରାଯାଉଛି । ମାଲ୍‌କାନଗିରିରୁ ବାଲିମେଳା, କାଲିମେଳା ଆଦିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Read More

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ତଥା ଉତ୍ତରପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ଚେତନ ଚୌହାନ ଗୁରୁତର । କିଡ୍‌ନୀ ସଂକ୍ରମଣ ଯୋଗୁଁ ଗୁରୁତର ହେବା ପରେ ତାଙ୍କୁ ଗୁରୁଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଗତ ମାସ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ପରେ କରୋନାରୁ ସୁସ୍ଥ ହୋଇଥିଲେ। ଚେତନ ଚୌହାନ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)ରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଡିଡିସିଏର ସଭାପତି, ଉପସଭାପତି, ସଚିବ, ମୁଖ୍ୟ ଚୟନକର୍ତ୍ତା ଭାବେ କାମ କରିଥିଲେ । ଏପରିକି ଭାରତୀୟ କ୍ରିକେଟ ଟିମର ଅଷ୍ଟ୍ରେଲିଆ ଗସ୍ତ କାଳରେ ପରିଚାଳକ ଦାୟିତ୍ୱ ତୁଲାଇଥିଲେ ।  ସେ 1981 ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। (ଏଜେନ୍ସି)

Read More

ଜୟପୁର : କରୋନା ସଂକ୍ରମଣ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି । ଏହି ମହାମାରୀ କବଳରେ ସାଧାରଣ ଲୋକଙ୍କ ଠାରୁ ଦୁନିଆର ବଡ ବଡ ନେତା, ଅଭିନେତାମାନେ ମଧ୍ୟ ଏହା କବଳରେ ପଡୁଛନ୍ତି । ନିକଟରେ ବହୁ କେନ୍ଦ୍ର ମନ୍ତ୍ରୀମାନେ ଏହି ସଂକ୍ରମଣରେ ସଂକ୍ରମିତ ହୋଇଥିବାବେଳେ  ବର୍ତ୍ତମାନ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ସୂଚନା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ, ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍‌ ମହାନ୍ତି ଶନିବାର ଅର୍ଥାତ୍‌ ଅଗଷ୍ଟ 15 ତାରିଖ ଦିନ ସକାଳୁ ସ୍ୱାଧୀନତା ଦିବସ ଅବସରରେ ହାଇକୋର୍ଟ ପରିସରରେ ଆୟୋଜିତ ଉତ୍ସବରେ ଯୋଗଦେଇଥିଲେ । ବୃକ୍ଷରୋପଣ କରି ମହାଭିଯାନ ଆରମ୍ଭ କରିଥିଲେ । ଏହି ଅବସରରେ ହାଇକୋର୍ଟର ଅନ୍ୟ ବିଚାରପତି ଓ କର୍ମଚାରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ…

Read More

ନୂଆଦିଲ୍ଲୀ, ଦିଲ୍ଲୀରୁ ପ୍ରକାଶିତ ହେଉଥିବା ହିନ୍ଦି ପତ୍ରିକା ଫେମ ଇଣ୍ଡିଆ ତରଫରୁ ଭାରତର ବିଭିନ୍ନ ବର୍ଗର ଶ୍ରେଷ୍ଠ ବିଧାୟକ ଚୟନ କରାଯାଇଛି। ଏଥିରେ ଭାରତରୁ ବଛାଯାଇଥିବା 50 ଜଣ ବିଧାୟକଙ୍କ ମଧ୍ୟରୁ ଓଡିଶାର ଦୁଇଜଣ ବିଧାୟକ ସ୍ଥାନିତ ହୋଇଛନ୍ତି। ସେମାନେ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ପ୍ରଣବ ପ୍ରକାଶ ଫେମ ଇଣ୍ଡିଆ ଶ୍ରେଷ୍ଠ ଅଭିଳାଷୀ ବିଧାୟକ ଭାବେ ମନୋନିତ ହୋଇଛନ୍ତି। ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ଶ୍ରେଷ୍ଠ ବାକ୍ ଦକ୍ଷତା ବିଧାୟକ ଭାବେ ମନୋନିତ କରାଯାଇଛି।

Read More

ନୂଆଦିଲ୍ଲୀ: ଭେଟେରାନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ସହ ଯୋଗ ଦେଇ ସମସ୍ତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଧୋନିଙ୍କ ପରି ରାଇନା ଏହାକୁ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଫିସିଆଲ୍ କରିଥିଲେ। “ଏହା ତୁମ ସହିତ ସୁନ୍ଦର ଖେଳିବା ଛଡା ଆଉ କିଛି ନଥିଲା। ମୋର ହୃଦୟ ଗର୍ବରେ ପରିପୂର୍ଣ୍ଣ, ମୁଁ ଏହି ଯାତ୍ରାରେ ତୁମ ସହ ଯୋଗଦେବାକୁ ପସନ୍ଦ କରେ। ଧନ୍ୟବାଦ ଭାରତ। ଜୟ ହିନ୍ଦ!” ରାଇନା ଏକ ପୋଷ୍ଟରେ କହିଛନ୍ତି ଯେଉଁଥିରେ ତାଙ୍କ ସିଏସକେ ସାଥୀ ଧୋନି, କେଦାର ଯାଦବ ଏବଂ କର୍ଣ୍ଣ ଶର୍ମାଙ୍କ ସହ ତାଙ୍କର ଚିତ୍ର ଅନ୍ତର୍ଭୁକ୍ତ ହୋଇଛି। ଧୋନି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଚମତ୍କାର ଆନ୍ତର୍ଜାତୀୟ କ୍ୟାରିୟରର ବିଭିନ୍ନ ସ୍ଥାନରେ ଫଟୋଗ୍ରାଫ୍ ସହିତ ଏକ ଭିଡିଓ ମୋଣ୍ଟେଜ୍ ପୋଷ୍ଟ କରିଥିଲେ। ୩୯ ବର୍ଷିୟ ଧୋନୀ ତାଙ୍କ କ୍ୟାପସନରେ ଲେଖିଛନ୍ତି, “ଧନ୍ୟବାଦ। ତୁମର ପ୍ରେମ ଏବଂ ସମର୍ଥନ…

Read More

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ତଥା ଭାରତକୁ ବିଶ୍ଵକପ ବିଜୟୀ କରାଇଥିବା ଦ୍ଵିତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ଆନ୍ତର୍ଜାତିକ କ୍ରିକେଟରୁ ଅବସର ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ଧୋନୀ ନିଜର ଅବସର ଘୋଷଣା କରିଛନ୍ତି। ଧୋନୀଙ୍କ ନେତୃତ୍ବରେ ଭାରତ ୨୦୦୭ ମସିହାରେ ୨୦-୨୦ ବିଶ୍ଵକପ, ୨୦୧୧ ବିଶ୍ଵକପ ଓ ୨୦୧୩ ଚମ୍ପିଆନ୍ସ ଟ୍ରଫି ବିଜେତା ହୋଇଥିଲା। ୧୯୮୩ରେ କପିଲ ଦେବଙ୍କ ନେତୃତ୍ବରେ ପ୍ରଥମ ବିଶ୍ଵକପ ଜିତିଥିବା ଭାରତ ୨୮ ବର୍ଷ ପରେ ଧୋନୀଙ୍କ ନେତୃତ୍ବରେ ଏହି ସଫଳତା ଦୋହରାଇଥିଲା। ଭାରତର ସବୁଠୁ ସଫଳତମ ୱିକେଟ କିପର-ଅଧିନାୟକ ଭାବେ ତାଙ୍କର ବିଶେଷ ରେକର୍ଡ ରହିଛି। ଏହା ପୂର୍ବରୁ ଡିସେମ୍ବର ୨୦୧୪ ରେ ଧୋନୀ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିଲେ। ୩୫୦ ଟି ଆନ୍ତର୍ଜାତିକ ଏକଦିବସୀୟ ମ୍ୟାଚ ଖେଳି ଧୋନୀ ୧୦,୭୭୩ ରନ କରିଛନ୍ତି। ବର୍ତ୍ତମାନ ଆଇପିଏଲ ରେ ଚେନ୍ନାଇ ସୁପର…

Read More

ବିଜନ କୁମାର ମହାପାତ୍ର ଏମିତି କିଛି ଭାରତୀୟ ଫିଲ୍ମ ରହିଛି, ଯାହା କି ‘ଟାଇମଲେସ୍ କ୍ଲାସିକ’ ପଯ୍ୟାୟଭୁକ୍ତ ହୋଇଛି। ଭାରତୀୟ ସିନେମା ଇତିହାସରେ ସେସବୁ କାଳଜୟୀ ଫିଲ୍ମ ଭାବେ ସ୍ୱୀକୃତ। ବୋଧହୁଏ ମାହେନ୍ଦ୍ର ବେଳାରେ ହିଁ ଏସବୁ ଚିରସବୁଜ ଓ କ୍ଲାସିକ ଫିଲ୍ମ ନିର୍ମିତ ହୋଇଥିବ। ସେଥିପାଇଁ ତ ରିଲିଜର ଦଶକ ଦଶକ ପରେ ବି ସେସବୁ ଫିଲ୍ମ ନୂଆ ଭଳି ଲାଗେ । ସେହିଭଳି ଏକ ଫିଲ୍ମ ହେଲା ‘ଶୋଲେ’ । ଭାରତର ସର୍ବକାଳିନ ‘କଲ୍ଟ ଫିଲ୍ମ’ ମଧ୍ୟରେ ଅନ୍ୟତମ। ଏକ ମାଇଲଖୁଂଟ ଫିଲ୍ମ ‘ଶୋଲେ’ ରିଲିଜକୁ ପୂରିଛି ୪୫ ବର୍ଷ। କିନ୍ତୁ ଆଜି ବି ଏହି ଫିଲ୍ମ ସିନେପ୍ରେମୀଙ୍କ ପାଇଁ ଅପାସୋରା ହୋଇ ରହିଛି। ୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହୋଇଥିଲା ରମେଶ ସିପ୍ପି ନିର୍ଦ୍ଦେଶିତ ଶୋଲେ। ଅନେକଙ୍କ ମତରେ ଏହା ଥିଲା ଏକ ମସାଲା ମନୋରଂଜନଧର୍ମୀ ଫିଲ୍ମ। ଏକ ରିଭେଂଜ ଡ୍ରାମା, ଯାହା କି…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧୫୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଛି।ଆଜି ଗଞ୍ଜାମରୁ ୨୭୨, ଖୁର୍ଦ୍ଧାରୁ ୨୩୧, କଟକରୁ ୧୬୬, ରାୟଗଡାରୁ ୯୩, ସୁନ୍ଦରଗଡରୁ ୮୯, ପୁରୀରୁ ୮୦, କଳାହାଣ୍ଡିରୁ ୭୭, ବାଲେଶ୍ବରରୁ ୬୧, ନୟାଗଡରୁ ୫୬, ଗଜପତି ଓ ସମ୍ବଲପୁରରୁ ୫୪,ଯାଜପୁରରୁ ୫୨, କୋରାପୁଟରୁ ୪୬, ଭଦ୍ରକ ଓ କନ୍ଧମାଳରୁ ୨୬, ମାଲକାନଗିରିରୁ ୨୨, କେନ୍ଦୁଝରରୁ ୧୯, ଜଗତସିଂପୁରରୁ ୧୬, ଅନୁଗୁଳ, ବଲାଙ୍ଗୀର ଓ କେନ୍ଦ୍ରାପଡାରୁ ୧୩, ବରଗଡ ଓ ଝାରସୁଗୁଡାରୁ ୧୦, ସୋନପୁରରୁ ୯, ମୟୂରଭଞ୍ଜରୁ ୬, ବୌଦ୍ଧ ରୁ ୫ ଏବଂ ନବରଙ୍ଗପୁରରୁ ୨ ଜଣ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ କରୋନା ରୁ ମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ମୋଟ ୪୦,୭୨୬ ରେ ପହଞ୍ଚିଛି।

Read More

ଭୁବନେଶ୍ବର, ଆଜି ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସରେ ବେଶୀ ଲୋକ ନ ଥିଲେ। ହେଲେ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଥିବା ଏହି ଉତ୍ସବ ଏକ ନୂଆ ଉଦାହରଣ ପାଲଟିଛି। ତାହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର ଚାଳକ ସାଜିଲେ ତାଙ୍କର ବ୍ୟକ୍ତିଗତ ସଚିବ ତଥା ଫାଇଭ୍ ଟି ସଚିବ ଭି. କେ ପାଣ୍ଡିୟାନ। କାରଣ ଥିଲା କରୋନା ଭୟ। ଓଡିଶାରେ କରୋନା ଆସିବା ଦିନଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା ଘରେ ବସି ସରକାରୀ କାମ କରୁଛନ୍ତି। ଦୀର୍ଘ ଛଅ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନକୁ ମାତ୍ର ଦୁଇ ତିନି ଥର ଆସିଥିବେ। ନଚେତ ସବୁବେଳେ ସେ ନିଜ ବାସଭବନରେ ଭିଡିଓ କନଫ୍ରେନସିଂ ମାଧ୍ୟମରେ ସରକାରୀ କାମ କରନ୍ତି। ହେଲେ ସ୍ବାଧୀନତା ଦିବସ ପାଳନ ତ ଭିଡିଓ କନପ୍ରେନସିଂ ମାଧ୍ୟମରେ ହୋଇ ପାରିବ ନାହିଁ। ଫଳରେ ସେ କିପରି ଉତ୍ସବ ସ୍ଥଳକୁ ଯିବେ ସେ ନେଇ ତାଙ୍କର…

Read More

ମଣିପୁର : ମଣିପୁର ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଅବଧିକୁ ଆସନ୍ତା ଅଗଷ୍ଟ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ସରକାର ଆଦେଶ ଜାରି କରିଛନ୍ତି । ପୂର୍ବରୁ ରାଜ୍ୟରେ ଅଗଷ୍ଟ 15 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ରହିଥିଲା । ତେବେ ଆଜି ଏହି ଅବଧିକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ, ମଣିପୁରରେ ଏବେ 1825 କରୋନା ମାମଲା ରହିଛି । ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବାଙ୍କ ସଂଖ୍ୟା 2 ହଜାର 360 ରହିଛି ।ତେବେ ଏହି କରୋନା ଯୋଗୁଁ 13ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଶ୍ରୀ ଗୁରୁଜୀ ସାପ୍ତାହିକ ମିଳନ, କାଳୁପଡା ଆନୁକୁଲ୍ୟରେ ଭାରତୀୟ ବିଦ୍ୟା ନିକେତନ ପରିସରରେ ମଣ୍ଡଳ ପ୍ରମୁଖ ପ୍ରଭାକର ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜରିପଡା ପଞ୍ଚାୟତର ସରପଞ୍ଚ ଉମାକାନ୍ତ ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ। ’ଦି ବ୍ଲଡ ଡୋନର୍ସ ଓଡ଼ିଶା’ ସଙ୍ଗଠନ ତରଫରୁ ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ସହଯୋଗରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାକେନ୍ଦ୍ରର ରକ୍ତ ଭଣ୍ଡାର ଅଧିକାରୀ ଡ. ସ୍ବରୂପ ସାହୁ, ଲାବୋରେଟାରୀ ଟେକ୍‌ନସିଆନ ଅରୁଣ କୁମାର ସାହୁ, ଷ୍ଟାଫ୍‌ ନର୍ସ ଶ୍ବେତାଲିନ୍‌ ଜେନା, ଅମରଜ୍ୟୋତି ମହାପାତ୍ର, ରଶ୍ମିକାନ୍ତ ମହାରଣା, ବଳରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ରକ୍ତଦାନ ଶିବିରରୁ ମୋଟ୍‌ ୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିବାର ସୂଚନା ରହିଛି। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ଘଡାଇ, ମାନସ ମହାରଣା, ସୌମ୍ୟ ରଞ୍ଜନ ପୁରୋହିତ, ସନ୍ତୋଷ…

Read More

ଦୁବାଇ : ଆଜି 74ତମ ସ୍ବାଧୀନତା ଦିବସ ପାଳିତ ହେଉଛି । ସାରା ଭାରତରେ ଏହାକୁ ହର୍ଷୋଲ୍ଲାସରେ ପାଳନ କରାଯାଉଥିବାବେଳେ ଭାରତ ବାହାରେ ଥିବା ଆମ ଭାରତୀୟ ଭାଇ ଭଉଣୀମାନେ ମଧ୍ୟ ଏହି ଦିବସଟିକୁ ପାଳନ କରିଛନ୍ତି । ସ୍ବାଧୀନତା ଦିବସ ଉପଲକ୍ଷେ ଭାରତକୁ ଆମେରିକା, ଇସ୍ରାଏଲ ପରି ଅନେକ ଦେଶ ଶୁଭେଚ୍ଛା ଜଣାଇଥିବାବେଳେ ୟୁଏଇରେ ବାସ କରୁଥିବା ଜଣେ ପ୍ରବାସୀ ଭାରତୀୟ ଅନନ୍ୟ ଉପାୟରେ ଗାନ୍ଧିଙ୍କ ସ୍ମୃତି ଚାରଣ କରିଛନ୍ତି । ୟୁଏଇରେ ଅବସ୍ଥାନ କରୁଥିବା ଜଣେ ଭାରତୀୟ ଶିକ୍ଷକ ଏକ ଅନନ୍ୟ ଉପାୟରେ ଗାନ୍ଧୀଙ୍କୁ ମନେ ପକାଇଛନ୍ତି । ପ୍ରାୟ 5 ହଜାର ବୋତାମ ବ୍ୟବହାର କରି ଜଣଙ୍କ ଗାନ୍ଧୀଙ୍କ ଏକ ପ୍ରତିକୃତି ବନାଇଛନ୍ତି । ୟୁଏଇରେ ଅବସ୍ଥାନ କରୁଥିବା 29 ବର୍ଷୀୟ ରଶିଦା ଆଦିଲ ଏହି ପ୍ରତିକୃତି ପ୍ରସ୍ତୁତ କରିଛନ୍ତି । ଏହି ଅନନ୍ୟ କଳାକୃତି ବନାଇବା ପାଇଁ ତାଙ୍କୁ ତିନି ମାସ ସମୟ ଲାଗିଥିଲା ।…

Read More

ଭୁବନେଶ୍ବର : ଆଜି ଭୁବନେଶ୍ବର ମହାନଗର ନିଗମରୁ 277 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ 181 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 96 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ବିଏମ୍‌ସି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 181 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ ବ୍ରିଟ୍‌ କଲୋନୀରୁ 4 ଜଣ, ଆଇଆରସି ଭିଲେଜରୁ 8 ଜଣ, ସାଲିଆ ସାହିରୁ 6ଜଣ, ନୟାପଲ୍ଲୀର ଏକ ହୋଟେଲରୁ 5ଜଣ ଚିହ୍ନଟ ହୋଇଛନ୍ତି । ୟୁନିଟ୍‌ 3 – ଟେଲିଫୋନ୍‌ ଭବନରୁ 3 ଜଣ, ସାମନ୍ତରାପୁରରୁ 8ଜଣ,  ନୟାପଲ୍ଲୀର ଏକ ହୋଟେଲ୍‌ରୁ 5 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଚିହ୍ନଟ ଲୋକାଲ୍‌ କେସ୍‌ 96ଜଣଙ୍କ ମଧ୍ୟରେ ବରମୁଣ୍ଡା ଫାୟାର ଷ୍ଟେସନ ବସ୍ତିରୁ 3ଜଣ,  ଆଇଜି ପାର୍କ ନିକଟରୁ 3 ଜଣ ସରକାରୀ କର୍ମଚାରୀ, ନୟାପଲ୍ଲୀ ନୂଆସାହିରୁ 3 ଜଣ, ରସୁଲଗଡ ଶବର ସାହିରୁ 2 ଜଣ, ନୂଆଗାଁ ଉପରସାହିରୁ…

Read More

ୱାଶିଂଟନ୍ : ଆମେରିକୀୟ ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ଡେମୋକ୍ରାଟିକ୍ ଦଳର  ମହିଳା ପ୍ରାର୍ଥୀ କମଲା ହାରିସଙ୍କୁ ଟାର୍ଗେଟ୍‌ କରିଛନ୍ତି ଟ୍ରମ୍ପ । କମଲାଙ୍କ ଅପେକ୍ଷା ଆମେରିକାର ଭାରତୀୟ ଭୋଟର ମତେ ଅଧିକ ପସନ୍ଦ କରନ୍ତି ବୋଲି ଟ୍ରମ୍ପ କହିଛନ୍ତି । ବିଡେନଙ୍କ ଆମେରିକାରେ କେହିବି ସୁରକ୍ଷିତ ନୁହନ୍ତି, ଏପରିକି କାଲିଫର୍ଣ୍ଣିଆ ସିନେଟର କମଲା ମଧ୍ୟ ନୁହନ୍ତି । ନ୍ୟୁୟର୍କ ପୋଲିସ୍ ବେନେଭୋଲେଣ୍ଟ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଏହି ମତ ଦେଇଛନ୍ତି । ଉଭୟ ବିଡେନ୍ ଏବଂ କମଲା ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ଏବଂ ପୋଲିସ ବାହିନୀ ପ୍ରତି ବିପଦ ବୋଲି ଟ୍ରମ୍ପ କହିଛନ୍ତି । ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ହେବାକୁ ଥିବା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ରହିଛି ।

Read More

ନୂଆଦିଲ୍ଲୀ :  ଆଜି ଦେଶବ୍ୟାପୀ 74ତମ ସ୍ବାଧୀନତା ଦିବସ ପାଳନ ହେଉଛି । ସ୍ବାଧୀନତା ଦିବସ ଅବସରରେ କ୍ରୀଡାବିତ୍‌ମାନେ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଅଲମ୍ପିକ୍ସ ପଦକ ବିଜୟିନୀ ସାକ୍ଷୀ ମଲ୍ଲିକ, ସୁନୀଲ ଛେତ୍ରୀ ପ୍ରମୁଖ ଟ୍ୱିଟ୍ଟର ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ,ଦେଶବାସୀଙ୍କୁ ଭଗବାନ ସୁରକ୍ଷିତ ରଖନ୍ତୁ ଏବଂ ଯେଉଁମାନେ ମହାମାରୀ ସମୟରେ ନିଜର ପରିବାରଠୁ ଦୂରରେ ରହି ଆମର ସୁରକ୍ଷାରେ ବ୍ୟସ୍ତ ଅଛନ୍ତି ସେମାନଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ବୋଲି ଭାରତୀୟ ଅଧିନାୟକ କୋହଲି ଟ୍ୱିଟ୍ କରିଛନ୍ତି । ଆମ ଦେଶର ବିବିଧତା ହିଁ ଆମର ଶକ୍ତି ଏହାକୁ ନେଇ ଆମକୁ ସଶକ୍ତ ହେବା ଉଚିତ। ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ବୋଲି ଫୁଟବଲର ସୁନୀଲ ଛେତ୍ରୀ ଟ୍ୱିଟ କରିଛନ୍ତି । ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନରୁ ଆମେ…

Read More

ଭୁବନେଶ୍ବର : ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ । ତେବେ ପିଲାଙ୍କ ପାଠ ପଢା ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଆଜି ଯାଜପୁରଠାରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଉତ୍ସବରେ ଯୋଗ ଦେଇ ଜିଲ୍ଲା ପ୍ୟାରେଡ୍‌ରେ ଏହା ସମ୍ପର୍କରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।  ତେବେ ପିଲାଙ୍କୁ ଶିକ୍ଷାଦାନ ନେଇ ସରକାର ‘ଶିକ୍ଷା ସମ୍ପର୍କ ଯୋଜନା’ ଶୀର୍ଷକ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ନୂଆ ଯୋଜନାରେ ଶିକ୍ଷକ ଗାଁକୁ ଗାଁ ଯାଇ ପାଠ ପଢାଇବେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ଚଳିତ ବର୍ଷ ସିଲାବସ୍‌ କମାଇବା ନେଇ ନିଷ୍‌ପତ୍ତି ହୋଇଛି । ଆଗାମୀ ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ସିଲାବସ୍‌ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟର…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ଥାନା କୁନ୍ଦଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡି ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତର ଦୁଇଜଣ ଛାତ୍ର ଟିଉସନ୍ ହେବାକୁ ଯାଇ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ସୂଚନାନୁଯାୟୀ ତୁଳଙ୍ଗ ଗ୍ରାମର ଦୁଇଜଣ ଛାତ୍ର ଦିଲ୍ଲିପ ବିଶ୍ୱାଳଙ୍କ ଏକମାତ୍ର ପୁତ୍ର ପ୍ରତ୍ୟୁଷ ବିଶ୍ୱାଳ(ଚନ୍ଦନ)୧୩ ଓ ତନ୍ମୟ ବିଶ୍ୱାଳଙ୍କ ଏକମାତ୍ର ପୁତ୍ର ଆୟୁଷ ବିଶ୍ୱାଳ ଦୁଇଜଣଯାକ ନବମରେ ପଢୁଥିବା ବେଳେ ଘରପାଖରୁ ୩କି.ମି ଦୁର ଖୁନ୍ଦଳ ଗ୍ରାମକୁ ସକାଳ ୧୦ଟାରୁ ୧୧ଟା ଟିଉସନ୍ ହେବାକୁ ଯାଇ ଫେରୁଥିବା ବେଳେ ନିକଟସ୍ଥ ଏକ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ଦୁଇ ଛାତ୍ରଙ୍କୁ ପୋଖରୀରୁ ଉଦ୍ଧାର କରାଯିବା ପରେ ଯଥାଶୀଘ୍ର ନିକଟସ୍ଥ ଏରସମା ମେଡିକାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା ପରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏଠାରେ…

Read More