Author: Samikhsya Bureau

ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମିତଙ୍କ ମୃତ୍ୟୁହାର କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ଏବେ ଭାରତରେ ଏହି ମୃତ୍ୟୁହାର ବିଶ୍ୱରେ ଅନ୍ୟତମ ସର୍ବନିମ୍ନ। ଆଜିସୁଦ୍ଧା ଏହି ହାର ୧.୯୩ ଶତାଂଶ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସମନ୍ୱିତ ଉଦ୍ୟମ ଫଳରେ କୋଭିଡ୍ ମୃତ୍ୟୁହାର କମିବାରେ ଲାଗିଛି ଏବଂ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି। ଆମେରିକାରେ ୫୦ ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପାଇଁ ୨୩ ଦିନ ଲାଗିଥିବାବେଳେ ବ୍ରାଜିଲରେ ଏହା ୯୫ ଦିନ ଓ ମେକ୍ସିକୋରେ ୧୪୧ ଦିନ। ଭାରତରେ ଏହି ମୃତ୍ୟୁସଂଖ୍ୟା ଟପିବା ପାଇଁ ୧୫୬ ଦିନ ଲାଗିଛି। କରୋନା ଆକ୍ରାନ୍ତଙ୍କୁ ହସପିଟାଲରେ ଚିକିତ୍ସା, ସ୍ୱଳ୍ପ ଆକ୍ରାନ୍ତଙ୍କୁ ଘରୋଇ ଏକାନ୍ତବାସରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖିବା, ନନ୍‌ଇନ୍‌ଭେସିଭ ଅକ୍ସିଜେନ ସପୋର୍ଟ, ରୋଗୀଙ୍କ ଯିବା ଆସିବା ପାଇଁ ଉତ୍ତମ ଆମ୍ବୁଲାନ୍ସ ସେବା ଓ ଉପଯୁକ୍ତ ଚିକିତ୍ସା ଫଳରେ ଭାରତରେ କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରିତ ଅବସ୍ଥାରେ ରହିଛି।…

Read More

ନୂଆଦିଲ୍ଲୀ, ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଓ ତଟବର୍ତ୍ତୀ ଜିଲ୍ଲାଗୁଡିକର ଯୁବ ସମାଜର ଆକାଂକ୍ଷା ପୂରଣ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍‌ସିସିର ଏକ ବୃହତ୍ ସଂପ୍ରସାରଣ ଯୋଜନାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି। ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍‌ସିସିର ଏହି ସଂପ୍ରସାରଣ ସଂପର୍କରେ ସୂଚନା ଦେଇଥିଲେ। ଏହି ସଂପ୍ରସାରିତ ଯୋଜନା ଅନୁସାରେ ଦେଶର ୧୭୩ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାରୁ ଏକ ଲକ୍ଷ କ୍ୟାଡଟଙ୍କୁ ଏନ୍‌ସିସିରେ ଭର୍ତ୍ତି କରାଯିବ। ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା କ୍ୟାଡେଟ ରହିବେ। ଏହିସବୁ ଜିଲ୍ଲାଗୁଡିକରେ ଏକ ହଜାରରୁ ଅଧିକ ସ୍କୁଲ ଓ କଲେଜକୁ ଏଥିପାଇଁ ଚିହ୍ନଟ କରାଯାଇଛି। ଏହିସବୁ ଶିକ୍ଷାନୁଷ୍ଠାନରେ ଏନ୍‌ସିସି ଆରମ୍ଭ କରାଯିବ। ଯୋଜନା ଅନୁସାରେ ବର୍ତ୍ତମାନର ୮୩ଟି ଏନସିସି ୟୁନିଟ ଉନ୍ନୀତ ହେବ। ସେଥିମଧ୍ୟରେ ସ୍ଥଳବାହିନୀର ୫୩, ନୌବାହିନୀର ୨୦ ଓ ବିମାନ ବାହିନୀର ୧୦ଟି ଲେଖାଏଁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ମୋହନା ପୋଲିସ୍ ପକ୍ଷରୁ ୧୩ ବସ୍ତା ଗଂଜେଇ ଜବତ ହୋଇଥିବାବେଳେ ଏହା ଚାଲାଣ କରୁଥିବା ଅଭିଯୋଗରେ ୨ ଜଣକୁ ଗିରଫ କରାଯାଇଛି। ଘଟଣାରୁ ପ୍ରକାଶ ଯେ ମୋହନା ଆର୍ ଉଦୟଗିରି ଏସ୍‌ଡ଼ିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋହନା ଆଇଆଇସିଙ୍କ ନେତୃତ୍ୱରେ ଏସ୍‌ଆଇ ହେମନ୍ତ କୁମାର ସେଠୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଲୁହାଗୁଡ଼ି ଏବଂ ଚାନ୍ଦପୁଟ ମଧ୍ୟରେ ଯିବା ଆସିବା ଗାଡ଼ିଗୁଡ଼ିକ ଯାଞ୍ଚ କରୁଥିଲେ। ଏହି ସମୟରେ ସେମାନେ ସଂଦେହରେ ଏକ ଟାଟା ଡ଼ାୟକର (ଓଡ଼ି ୦୫ ଜାଡ଼୍ ୯୪୪୪)କୁ ଅଟକାଇଥିଲେ। ଗାଡ଼ି ମଧ୍ୟରୁ ୧୩ ବସ୍ତା ଗଂଜେଇ ଜବତ ହୋଇଥିଲା। ମୋହନା ବିଡ଼ିଓଙ୍କ ଉପସ୍ଥିତିରେ ଗଂଜେଇକୁ ଓଜନ କରିବା ପରେ ଏହା ୩୯୧ କେଜି ୭୦୦ ଗ୍ରାମ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ଗାଡ଼ିର ଆର୍ ଉଦୟଗିରି ଥାନା ରଣଲଇ ଗ୍ରାମର ମାଲିକ ପାଉଲ ପାଣି ଏବଂ ଡ଼୍ରାଇଭର…

Read More

ଭୁବନେଶ୍ବର, ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଭାରତୀୟ ରେଳବାଇ ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ୫.୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିଛି । ରେଳବାଇ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଏସବୁ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । କରୋନା ଦ୍ୱାରା ନିଯୁକ୍ତି ହରାଇ ନିଜ ନିଜ ରାଜ୍ୟକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ଏସବୁ ୬ଟି ରାଜ୍ୟରେ ୨୯୮୮ କୋଟି ଟଙ୍କ ବ୍ୟୟରେ ପ୍ରାୟ ୧୬୫ଟି ରେଳବାଇ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଅଗଷ୍ଟ ୧୪ ତାରିଖ ସୁଦ୍ଧା ଏହି ଅଭିଯାନରେ ୧୧,୨୯୬ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ପ୍ରକଳ୍ପ କାର‌୍ୟ୍ୟକାରୀ କରୁଥିବା ଠିକାଦାମାନଙ୍କୁ ୧୩୩୬.୮୪ କୋଟି ଟଙ୍କା ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲା ଓ ରାଜ୍ୟରେ ଭାରତୀୟ ରେଳବାଇ ନୋଡାଲ ଅଧିକାରୀଙ୍କୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ପ୍ରଥମ କୋଭିଡ଼୍ ଯୋଦ୍ଧା ଡ଼ାକ୍ତର ତଥା ଓଡ଼ିଶାର ଦ୍ୱିତୀୟ କୋଭିଡ଼୍ ଯୋଦ୍ଧା ଡ଼ାକ୍ତର ଭାବେ ଭାଟକୁମରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ବି. କ୍ରିଷ୍ଣା (୪୫)ଙ୍କ କରୋନାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଡା. ବି. କ୍ରିଷ୍ଣା ଗତ ୪ ତାରିଖରେ ପୁରୁଷୋତ୍ତମପୁର ବ୍ଲକ୍ ରାଣୀ ଗାଁରେ ଗାଁଠାରେ ଲୋକଙ୍କ ଲାଗି ହୋଇଥିବା ଟେଷ୍ଟିଂ ସେଣ୍ଟର କ୍ୟାମ୍ପରେ ନିଜର ସ୍ୱାବ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ୫ ତାରିଖ ଦିନ ଭୁବନେଶ୍ୱର କିମସ୍ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ରବିବାର ଦିନ ସକାଳୁ ତାଙ୍କର ମୃତ୍ୟୁ ଘଟିଛି। ଜଣେ ଆଗଧାଡ଼ି କରୋନା ଯୋଦ୍ଧାଙ୍କ ମୃତ୍ୟୁପରେ ଗଂଜାମ ଜିଲ୍ଲା ତଥା ପୁରୁଷୋତ୍ତମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ବି. କ୍ରିଷ୍ଣାଙ୍କ ମୃତ୍ୟୁ ପରେ ଆଜି ତାଙ୍କ ଶୋକାକୁଳ ପରିବାରକୁ ଭେଟିବାକୁ ଗଂଜାମ ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ଡା. ଉମା ମିଶ୍ର, ଏଡ଼ିଏମ୍ ଏବଂ କିଛି…

Read More

ଭୁବନେଶ୍ୱର, ରାଜଧାନୀର ୟୁନିଟ ୬ ସ୍ଥିତ ଡାକ୍ତର ମାନଙ୍କ ରହିବା ପାଇଁ ଥିବା କ୍ବାର୍ଟରର ଏକ ସୋଫା ଭିତରୁ ବାହାରିଲା ଏକ ସାପ। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏକ ମୂଷାକୁ ଖାଇବା ପାଇଁ ସାପଟି ଘର ଭିତରକୁ ଆସି ସୋଫା ଭିତରେ ପଶିଯାଇଥିଲା। ହେଲେ କେହି ବି ଜାଣିପାରିଲେ ନାହିଁ। ସାପଟି ସୋଫା ଭିତରେ କେମିତି ପଶିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଘଟଣାଟି ଥିଲା ଏହିପରି। ସର୍ଜରୀ ସ୍ପେସିଆଲିଷ୍ଟ ଡାକ୍ତର ଭଗବାନ ସାହୁ ତାଙ୍କ ସୋଫା ରେ ପଡିଥିବା ଗଦି ତଳେ କଣ ଗୋଟିଏ ଚଳପ୍ରଚଳ କରୁଥିବା ଦେଖିଲେ। ମୂଷା ଭାବି ତାଙ୍କର ଘରୋଇ ସହାୟକ ବାଡ଼ିରେ ୨-୩ ପାହାର ସୋଫା ଉପରେ କଷି ଦେଲେ। ଭାବିଥିଲେ ଯେ ତଳ ପଟୁ କପଡା କୁ କାଟି ଉପର ପଟେ ଯାଇ ମୂଷା ଟି ପହଞ୍ଚିଲାଣି। ତେବେ ଉପରୁ ହାତ ମାରିବା ପରେ କପଡା ତଳେ କଣ ଗୋଟେ ସଲ…

Read More

ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୧୫୫୦ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୩୫୫, ଖୁର୍ଦ୍ଧାରୁ ୨୪୧, ସୁନ୍ଦରଗଡରୁ ୧୧୮, କଟକରୁ ୯୯, ସମ୍ବଲପୁରରୁ ୮୯, ଢେଙ୍କାନାଳରୁ ୭୨, ମାଲକାନଗିରିରୁ ୬୪, ବାଲେଶ୍ବରରୁ ୬୩, କନ୍ଧମାଳରୁ ୬୨, ପୁରୀରୁ ୫୯, କୋରାପୁଟରୁ ୪୧, ମୟୂରଭଞ୍ଜରୁ ୩୯, ଭଦ୍ରକରୁ ୩୮, ଗଜପତିରୁ ୩୨, ବଲାଙ୍ଗୀରରୁ ୨୬, ରାୟଗଡାରୁ ୨୦, ଜଗତସିଂପୁରରୁ ୧୮, ଝାରସୁଗୁଡାରୁ ୧୭, ଯାଜପୁର, କେନ୍ଦୁଝର ଓ କେନ୍ଦ୍ରାପଡାରୁ ୧୬, ବୌଦ୍ଧରୁ ୧୫, କଳାହାଣ୍ଡି ଓ ନବରଙ୍ଗପୁରରୁ ୬, ବରଗଡ ଓ ସୋନପୁରରୁ ୫, ଅନୁଗୁଳରୁ ୪, ଓ ନୟାଗଡରୁ ୨ ଜଣ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଲୋକ ସଂଖ୍ୟା ୪୨,୨୭୬ ରେ ପହଞ୍ଚିଛି।

Read More

ଭୁବନେଶ୍ୱର : ମହାନ୍ ରାଷ୍ଟ୍ରପୁରୁଷ, ଦୂରଦ୍ରଷ୍ଟା, ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୂଣ୍ୟତିଥିରେ ରାଜ୍ୟ ବିଜେପି ନେତୃବୃନ୍ଦ ଓ କାର୍ଯ୍ୟକତାଙ୍କ ସମେତ ସାରା ଓଡିଶାବାସୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟ ନେତୃବୃନ୍ଦ ସ୍ୱର୍ଗତଃ ଅଟଳଜୀଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଅଟଳଜୀ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ଉପସ୍ଥିତ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଓଡିଶାର ବିକାଶ କ୍ଷେତ୍ରରେ ସ୍ୱର୍ଗତଃ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ। ସ୍ୱର୍ଗତଃ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ…

Read More

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ତଥା ଉତ୍ତରପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ଚେତନ ଚୌହାନ ଆଉ ନାହାଁନ୍ତି । କିଡ୍‌ନୀ ସଂକ୍ରମଣ ଯୋଗୁଁ ଗୁରୁତର ହେବା ପରେ ତାଙ୍କୁ ଗୁରୁଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ମାସରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ପରେ କରୋନାରୁ ସୁସ୍ଥ ହୋଇଥିଲେ। ଚେତନ ଚୌହାନ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)ରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଡିଡିସିଏର ସଭାପତି, ଉପସଭାପତି, ସଚିବ, ମୁଖ୍ୟ ଚୟନକର୍ତ୍ତା ଭାବେ କାମ କରିଥିଲେ । ଏପରିକି ଭାରତୀୟ କ୍ରିକେଟ ଟିମର ଅଷ୍ଟ୍ରେଲିଆ ଗସ୍ତ କାଳରେ ପରିଚାଳକ ଦାୟିତ୍ୱ ତୁଲାଇଥିଲେ ।  ସେ 1981 ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ବ୍ଲକ ସାମ୍ନାରେ ପ୍ରଶାସନ ତରଫରୁ ନିର୍ମାଣଧୀନ ଏକ ପାଚେରୀକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗତ ଦୁଇ ଦିନ ତଳେ ବାଣପୁର ବ୍ଲକ ପ୍ରଶାସନ ତରଫରୁ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ବିରୋଧ କରିବା ଆରମ୍ଭ କରିଛନ୍ତି। ବ୍ଲକ୍‌ ପ୍ରଶାସନ ତରଫରୁ ନିର୍ମାଣ ହେଉଥିବା ପାଚେରୀ ଯାଗାର କିଛି ଅଂଶ  ଐତିହ୍ୟସମ୍ପନ୍ନ ପଞ୍ଚୁଦୋଳ ଯାତ୍ରାରେ ବ୍ୟବହୃତ ହୋଇଥାଏ। ସେହି ରାସ୍ତାଟା ଓସାରିଆ ହୋଇଥିବାରୁ ବହୁ ସଂଖ୍ୟକ ଲୋକେ ସେହି ବାଟ ଦେଇ ଯିବାଆସିବା କରିଥାନ୍ତି। ଅପରପକ୍ଷରେ ଏହି ଅଞ୍ଚଳର ଏକ ପ୍ରମୁଖ ଗ୍ରାମ ଭୀମପୁରର ସମେତ ଆଉ ଅନେକ ଗ୍ରାମବାସୀମାନେ ଏହି ରାସ୍ତାରେ ନିର୍ଭରଶୀଳ ରହିଥିବା ସ୍ଥଳେ ବ୍ଲକ ପ୍ରଶାସନ ରାସ୍ତା କଡ଼ରେ  ପାଚେରୀ ଉଠାଇବା ପାଇଁ ପ୍ରୟାସ କରିଛି। ସାଧାରଣ ଯାତାୟତ ପାଇଁ ରାସ୍ତାକୁ ପ୍ରଶସ୍ତିକରଣ କରାଯାଉଥିବାବେଳେ ବାଣପୁର ବ୍ଲକ ପ୍ରଶାସନର ପ୍ରାଚୀର ନିର୍ମାଣ ଏହି ରାସ୍ତାକୁ…

Read More

ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସାନ ଭାଇ ରର୍ବଟ ଟ୍ରମ୍ପଙ୍କର ମୃତ୍ୟୁ ହୋଇଛି। ଶନିବାର ଦିନ ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରର୍ବଟଙ୍କର ମୃତ୍ୟୁ ହୋଇଛି । 71 ବର୍ଷୀୟ ରର୍ବଟ ଗୁରୁତର ରହିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ରାଷ୍ଟ୍ରପତି ଟ୍ରମ୍ପ୍‌ ଏକ ବୟାନ ଜରିଆରେ ଏହାର ସୂଚନା ଦେଇଛନ୍ତି । ଶୁକ୍ରବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍‌ ତାଙ୍କ ଭାଇଙ୍କ ସହ ହସ୍ପିଟାଲରେ ସାକ୍ଷାତ କରିଥିଲେ । ସେହିପରି ହ୍ବାଇଟ୍‌ ହାଉସ୍‌ ତରଫରୁ ଜାରି ହୋଇଥିବା ଏକ ବୟାନରେ ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି ଯେ, ‘ମୁଁ ବହୁତ ଦୁଃଖ ସହକାରେ ସୂଚନା ଦେଉଛି ଯେ, ମୋ ଭାଇ ରର୍ବଟଙ୍କର ଆଜି ରାତ୍ରିରେ ନିଧନ ହୋଇଯାଇଛି । ସେ କେବଳ ମୋର ଭାଇ ନଥିଲେ, ବରଂ ସେସବୁଠାରୁ ଭଲ ସାଙ୍ଗ ଥିଲେ । ତାଙ୍କ କଥା ବହୁତ ମନେ ପଡିବ।’ ସେ ସର୍ବଦା…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଉକ୍ତ ଦୁର୍ଘଟଣାରେ ଚାରି ଜଣ ଆହତ ହୋଇଥିବାସ୍ଥଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି। ସୂଚନା ମୁତାବକ ଆଜି ସକାଳ ପାଖାପାଖି ୧୧ ଘଟିକା ସମୟରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ନାଭାଲ ଛକ ଗୁରୁଦ୍ୱାର ନିକଟରେ ଏହି ଦୁର୍ଘଟଣା ଘଟିଛି।  ବାଲୁଗାଁ ଗାନ୍ଧୀ ନଗରର ଅକ୍ଷୟ ପରିଡ଼ା ତାଙ୍କ ପିଉସୀ ଉମା ଜେନାଙ୍କୁ ସାଇକେଲରେ ବସାଇ ବାଲୁଗାଁରୁ ନାଭାଲ ଅଭିମୁଖେ ଜାତୀୟ ରାଜପଥରେ ଯାଉଥିବା ସମୟରେ ଏକ କାର୍‌ ପଛପଟୁ ଧକ୍କା ଦେଇଥିଲା। ଭୁବନେଶ୍ୱରରୁ ଆନ୍ଧ୍ରା ଫେରୁଥିବା  ଏପି.୩୦ ଏ.ଆର ୮୯୨୫ ନମ୍ବର ବିଶିଷ୍ଟ ଏକ କାର ଅକ୍ଷୟଙ୍କୁ ପଛପଟୁ ଧକା ଦେଇଥିଲା। ଫଳରେ ଅକ୍ଷୟ ଏବଂ ଉମା ସାଇକେଲରୁ ଛିଟିକି ପଡ଼ି ଗୁରୁତର ଆହତ ହେବା ସହ କାରଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତା କଡ଼କୁ…

Read More

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରିଠାରୁ ଏକ ଲଜ୍ଜ୍ୟାଜନକ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଏଠାରେ ଦୁଷ୍କର୍ମ ସହ ନୃଶଂସ କାଣ୍ଡ ଘଟିଥିବାର ସୂଚନା ରହିଛି। ଏଠାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ ତା’ ସହିତ ହୋଇଥିବା କ୍ରୁରତା ସମଗ୍ର ମାନବ ଜାତିକୁ ନିନ୍ଦିତ କରିଛି । ମିଳିଥିବା ସୂଚନା ଅନୁସାରେ 13 ବର୍ଷୀୟା ନାବାଳିକାଙ୍କ ସହ ଗଣ ଦୁଷ୍କର୍ମ କରିବା ସହ ନାବାଳିକାର ଆଖି ପୋଡିବା ସହିତ ନାବାଳିକର ଜିଭ କାଟି ଦେଇଛନ୍ତି । କେବଳ ଏତିକି ନୁହେଁ, ଏହାସହିତ ନାବାଳିକାର ବେକରେ ପଟ୍ଟା ପକାଇ ତାକୁ ଘୋଷାରି ଘୋଷାରି ନେଇ ଆଖୁ କିଆରୀରେ ଫୋପାଡି ଦେଇଛନ୍ତି । ଜଣେ ନାବାଳିକ ସହ ଏପରି ଆଚରଣକୁ ଶୁଣିଲେ ଲୋମମୂଳ ଟାଙ୍କୁରି ଯାଉଛି । ପୋଲିସ୍‌ର ସୂଚନା ଅନୁସାରେ ଅଗଷ୍ଟ 14 ତାରିଖ ଦ୍ବିପ୍ରହର ପ୍ରାୟ 1ଟା ସମୟରେ ନାବାଳିକା ଜଣକ ନିଜ ଘରକୁ ଶୌଚ ପାଇଁ ଆଖୁ କିଆରିକୁ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି ଦଶ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଓ  ଭୁବନେଶ୍ବରରୁ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କଟକ, ବଲାଙ୍ଗିର, ଯାଜପୁର  କନ୍ଧମାଳ,ସୋନପୁର, ଭଦ୍ରକରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବାଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 32 ବର୍ଷୀୟା ମହିଳା ଥିବାବେଳେ ଜଣେ 55 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଗଞ୍ଜାମରୁ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 67 ଓ 66 ବର୍ଷ ବୋଲି ସୂଚନାରହିଛି । ସେହିପରି କଟକରୁ ମୃତ୍ୟବରଣ କରିଥିବା ଆକ୍ରାନ୍ତଙ୍କ ବୟସ 60ବର୍ଷ ଓ ବଲାଙ୍ଗିରରୁ ମୃତ୍ୟୁବରଣ କରିଥିବା 62 ବର୍ଷ ବୋଲି ସୂଚନା ରହିଛି । ଭଦ୍ରକ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 75 ବର୍ଷ ବୋଲି ସୂଚନା ରହିଛି । ସେହିପରି  ସୋନପୁରରୁ ମୃତ୍ୟୁବରଣ କରିଥିବା…

Read More

ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 30ଟି ଜିଲ୍ଲାରୁମୋଟ୍‌ 2 ହଜାର 924ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସର୍ବାଧିକ 50 ହଜାରଟେଷ୍ଟ ହୋଇଥିବାବେଳେ ଆଜି 2 ହଜାର 924 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ 400ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 10ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 100ରୁ ଉର୍ଦ୍ଧ୍ବ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 488 ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ 318ଜଣ, ଯାଜପୁରରୁ 200, କଟକରୁ 189, ସୁନ୍ଦରଗଡରୁ 161, ପୁରୀରୁ 144, ନୟାଗଡରୁ 142, ମୟୂରଭଞ୍ଜରୁ 136, ବାଲେଶ୍ବରରୁ 127, ରାୟଗଡାରୁ 116, ଭଦ୍ରକରୁ 107, କୋରାପୁଟରୁ 95, ମାଲକାନଗିରିରୁ 93, ଗଜପତିରୁ 71, କେନ୍ଦ୍ରାପଡାରୁ 60, କନ୍ଧମାଳରୁ 50,  ବରଗଡରୁ 48, ଜଗତସିଂହପୁରରୁ 47, ଢେଙ୍କାନାଳରୁ 40, ସୋନପୁରରୁ 38 ଓ ସମ୍ବଲପୁର ଓ ଅନୁଗୁଳରୁ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 2 ହଜାର 924 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1815ଜଣ ଚିହ୍ନଟ ହୋଇଥିବାବେଳେ 1109ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  60ହଜାର50କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 18ଜାର928 । ସେହିପରି ସୁସ୍ଥ ହୋଇଛନ୍ତି 40ହଜାର 726ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 333ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଆଠଗଡ : ପୁରୁଣା କଟକ- ସମ୍ବଲପୁର ରାସ୍ତା ବୁଡିଯାଇଛି । ପୁରୁଣା କଟକ- ସମ୍ବଲପୁର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାଧପୁର ପାଖରେ ପ୍ରାୟ ଅଢେଇ କିମି ରାସ୍ତା ପାଣିରେ ବୁଡିଯାଇଥିବାର ସୂଚନା ରହିଛି । କଣ୍ଟିଆ ନଦୀରେ ବନ୍ୟା ଜଳ ଆସି ରାସ୍ତା ଉପରେ ପ୍ରବାହିତ ହେବାରୁ ଏହି ରାସ୍ତା ବୁଡି ଯାଇଛି । ବନ୍ୟା ଆସିବାରୁ ଶହ ଶହ ଏକର ପରିବା ଫସଲ ନଷ୍ଟ ହୋଇଯାଇଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି । 24 ଘଣ୍ଟାରେ 52 ହଜାର 795 କରୋନା ଟେଷ୍ଟ ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିମୁକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତମହାପାତ୍ର ।  ଆର୍‌ଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନୁଟ୍‌‌ ମାଧ୍ୟମରେ ଏହି ପରୀକ୍ଷା କରାଯାଇଛି । ଆର୍‌ଟିପିସିଆର୍‌ ଜରିଆରେ 10 ହଜାର 240ଟି ଟେଷ୍ଟ ହୋଇଥିବାବେଳେ ଆଣ୍ଟିଜେନ୍‌ରେ 42 ହଜାର 414ଟି ଓ ଟୁନଟ୍‌ ଜରିଆରେ 141ଟି କରୋନା ପରୀକ୍ଷା ହୋଇଛି  । ଆଗାମୀ ସମୟରେ ଏହି ଟେଷ୍ଟିଂ ଅଧିକ ହେବ ବୋଲି ସୂଚନା ରହିଛି ।

Read More

ନୂଆଦିଲ୍ଲୀ, ଆଜି ଭାରତର ପ୍ରତିଷ୍ଠିତ ବ୍ୟକ୍ତିତ୍ବ, ଜନନାୟକ, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜେପୟୀଙ୍କ ଶ୍ରାଦ୍ଧ ଦିବସ। 2018 ମସିହା ଅଗଷ୍ଠ 16 ତାରିଖରେ ବାଜପେୟୀ ପରଲୋକ ଗମନ କରିଥିଲେ। ତାଙ୍କର ଶ୍ରାଦ୍ଧ ଦିବସରେ ରାଜଘାଟରେ ଥିବା ସମାଧୀ ସ୍ଥଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Read More

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 63 ହଜାର 489 ଆକ୍ରାନ୍ତ ହୋଇଥିବାବେଳେ 944ଜଣଙ୍କର ମୃତ ହୋଇଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 49ହଜାର 980କୁ ବୃଦ୍ଧି ହୋଇଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 25 ଲକ୍ଷ 89 ହଜାର 682କୁ ବୃଦ୍ଧି। 6 ଲକ୍ଷ 77 ହଜାର 444ଟି ଆକ୍ଟିଭ କେସ୍‌ ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 18 ଲକ୍ଷ 62ହଜାର 258ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 19ହଜାର 749ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ5 ହଜାର 641, ଦିଲ୍ଲୀରେ 4 ହଜାର 188, କର୍ଣ୍ଣାଟକରେ 3 ହଜାର 831ଜଣଙ୍କର ମୃତ୍ୟୁ ହୋଇଛି ।

Read More