ରାଜ୍ୟରେ ଆଜି ଆରୋଗ୍ୟ ଲାଭ କଲେ ୧୫୫୦ କରୋନା ଆକ୍ରାନ୍ତ

Published: Aug 16, 2020, 8:49 pm IST

ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୧୫୫୦ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୩୫୫, ଖୁର୍ଦ୍ଧାରୁ ୨୪୧, ସୁନ୍ଦରଗଡରୁ ୧୧୮, କଟକରୁ ୯୯, ସମ୍ବଲପୁରରୁ ୮୯, ଢେଙ୍କାନାଳରୁ ୭୨, ମାଲକାନଗିରିରୁ ୬୪, ବାଲେଶ୍ବରରୁ ୬୩, କନ୍ଧମାଳରୁ ୬୨, ପୁରୀରୁ ୫୯, କୋରାପୁଟରୁ ୪୧, ମୟୂରଭଞ୍ଜରୁ ୩୯, ଭଦ୍ରକରୁ ୩୮, ଗଜପତିରୁ ୩୨, ବଲାଙ୍ଗୀରରୁ ୨୬, ରାୟଗଡାରୁ ୨୦, ଜଗତସିଂପୁରରୁ ୧୮, ଝାରସୁଗୁଡାରୁ ୧୭, ଯାଜପୁର, କେନ୍ଦୁଝର ଓ କେନ୍ଦ୍ରାପଡାରୁ ୧୬, ବୌଦ୍ଧରୁ ୧୫, କଳାହାଣ୍ଡି ଓ ନବରଙ୍ଗପୁରରୁ ୬, ବରଗଡ ଓ ସୋନପୁରରୁ ୫, ଅନୁଗୁଳରୁ ୪, ଓ ନୟାଗଡରୁ ୨ ଜଣ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଲୋକ ସଂଖ୍ୟା ୪୨,୨୭୬ ରେ ପହଞ୍ଚିଛି।

 

Related posts