ରାଜ୍ୟରେ ଆଜି ସୁସ୍ଥ ହେଲେ ୧୫୨୧ କରୋନା ଆକ୍ରାନ୍ତ

Published: Aug 15, 2020, 9:08 pm IST

ଭୁବନେଶ୍ବର: ରାଜ୍ୟରେ ଆଜି ୧୫୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଛି।ଆଜି ଗଞ୍ଜାମରୁ ୨୭୨, ଖୁର୍ଦ୍ଧାରୁ ୨୩୧, କଟକରୁ ୧୬୬, ରାୟଗଡାରୁ ୯୩, ସୁନ୍ଦରଗଡରୁ ୮୯, ପୁରୀରୁ ୮୦, କଳାହାଣ୍ଡିରୁ ୭୭, ବାଲେଶ୍ବରରୁ ୬୧, ନୟାଗଡରୁ ୫୬, ଗଜପତି ଓ ସମ୍ବଲପୁରରୁ ୫୪,ଯାଜପୁରରୁ ୫୨, କୋରାପୁଟରୁ ୪୬, ଭଦ୍ରକ ଓ କନ୍ଧମାଳରୁ ୨୬, ମାଲକାନଗିରିରୁ ୨୨, କେନ୍ଦୁଝରରୁ ୧୯, ଜଗତସିଂପୁରରୁ ୧୬, ଅନୁଗୁଳ, ବଲାଙ୍ଗୀର ଓ କେନ୍ଦ୍ରାପଡାରୁ ୧୩, ବରଗଡ ଓ ଝାରସୁଗୁଡାରୁ ୧୦, ସୋନପୁରରୁ ୯, ମୟୂରଭଞ୍ଜରୁ ୬, ବୌଦ୍ଧ ରୁ ୫ ଏବଂ ନବରଙ୍ଗପୁରରୁ ୨ ଜଣ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ କରୋନା ରୁ ମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ମୋଟ ୪୦,୭୨୬ ରେ ପହଞ୍ଚିଛି।

 

Related posts