ଆଜି ରାଜଧାନୀ ଭୁବନେଶ୍ବରରୁ 190ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି କ୍ବାରେଣ୍ଟାଇନ୍ରୁ 138ଜଣ ଚିହ୍ନଟ ହୋଇଥିବାବେଳେ 52 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍ସି ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 138ଜଣଙ୍କ ମଧ୍ୟରୁ କପିଳେଶ୍ବରରୁ 21 ଜଣ, ବମିଖାଲ ଗାୟତ୍ରୀ ଏନ୍କ୍ଲେଭ୍ରୁ 6 ଜଣ, ବରମୁଣ୍ଡା ବେହେରା ସାହିରୁ 7ଜଣ ରହିଛନ୍ତି। ସେହିପରି ସମାନ୍ତରାପୁରରୁ 3 ଜଣ, ୟୁନିଟ୍-1 ରୁ5 ଜଣ, ସହିଦ ନଗରରୁ 4ଜଣ, ୟୁନିଟ୍ 3ରୁ ଚାରି ଜଣ, ନୟାପଲ୍ଲୀରୁ ଚାରିଜଣ, ଲକ୍ଷ୍ମୀସାଗରରୁ ଚାରିଜଣ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା 52 ଜଣ ଲୋକାଲ୍ କେସ୍ ମଧ୍ୟରୁ ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ 3 ଜଣ ଥିବାବେଳେ କଟକ ରୋଡ୍ ଷ୍ଟେସନ ସ୍କୋୟାର୍ଣୁ 3 ଜଣ ରହିଛନ୍ତି । ସେହିପରି କପିଳେଶ୍ବରରୁ 3 ଜଣ ରହିଛନ୍ତି । ସେହିପରି ସୁନ୍ଦରପଦାରୁ ଜଣେ, ବରମୁଣ୍ଡାରୁ 3 ଜଣ, ୟୁନିଟ୍-9 ରୁ…
Author: Samikhsya Bureau
ନୂଆଦିଲ୍ଲୀ, ଆଜି ହରିୟାନାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାରଙ୍କୁ ଭେଟିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାପା ଓ ଭଉଣୀ। ଫରିଦାବାଦରେ ଉଭୟ ମନୋହରଙ୍କୁ ସାକ୍ଷାତ କରି ସହଯୋଗ କରିବାକୁ କାମନା କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମନୋହର ସବୁ ପ୍ରକାରର ସାହାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ବର୍ତ୍ତମାନ ଘଟଣାଟି ସିବିଆଇ ତଦନ୍ତ କରୁଥିବାରୁ ଧର୍ଯ୍ୟ ଧରିବା ପାଇଁ ମନୋହର ସେମାନଙ୍କୁ ଜଣାଇଥିଲେ। ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତଙ୍କୁ ଆତ୍ମହତ୍ୟା ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଇଡିରେ ହାଜର ହୋଇ ତାଙ୍କର ପକ୍ଷ ରଥିଛନ୍ତି। ଏହାପରେ ସିବିଆଇ ମଧ୍ୟ ତାଙ୍କୁ ଖୁବ ଶିଘ୍ର ଜେରା କରିବ ବୋଲି ଜଣାପଡିଛି। ଏହି ମାମଲାରେ ମହାରାଷ୍ଟ୍ର ପୋଲିସ କୌଣସି ସହଯୋଗ ଦେଇ ଆସୁ ନାହିଁ ବୋଲି ବିହାର ଅଭିଯୋଗ କରିଆସୁଥିଲା। ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବା ପରେ ତଦନ୍ତ ଆରମ୍ଭ ହୋଇଛି।
ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ସଦର ମହକୁମାକୁ ରେଳପଥ ସଂଯୋଗ କରାଯିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜଗତସିଂହପୁର ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଜରିଆରେ ଆଜି ପ୍ରଦାନ କରାଯାଇଛି। କଟକ -ପାରାଦ୍ବୀପ ରେଳପଥର ଛପଡା ଷ୍ଟେସନରୁ ଜଗତସିଂହପୁର ସର୍କିଟ ହାଉସ୍,କାଳିଆବରା,ଆଳିପିଙ୍ଗଳ, ସିଠାଳୋ ଦେଇ ବାରଙ୍ଗ ଅସ୍ତରଙ୍ଗ ରେଳପଥର ନିଆଳି ରୋଡ୍ ଷ୍ଟେସନ(ବାହାରଣା)କୁ ଏହି ରେଳପଥ ସଂଯୋଗ କରାଯିବା ନିମନ୍ତେ ଦାବୀ ହୋଇଛି। ଏନେଇ ପୂର୍ବରୁ ୧୧.୦୪.୨୦୧୮ ରିଖରେ ଜିଲ୍ଲାପାଳ ଜଗତସିଂହପୁରଙ୍କ ଜରିଆରେ ୧୭.୦୪.୨୦୧୮ ରିଖରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ, ୨୬.୦୪.୨୦୧୮ରିଖରେ ମୁଖ୍ୟ ଶାସନ ସଚିବ ଓଡିଶାଙ୍କ ଜରିଆରେ କରାଯାଇଥିବା ଗଣ ନିବେଦନ ଏବଂ ୧୬.୦୫.୨୦୧୮ରିଖରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଦାବୀପତ୍ର,୨୩.୦୭.୨୦୧୮ରିଖରେ ରାଜ୍ୟପାଳ ଓଡିଶାଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଦାବୀପତ୍ର,୧୨.୧୦.୨୦୧୮ ରିଖରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ ଓ ୧୮.୦୧.୨୦୨୦ ରିଖରେ ପ୍ରଧାନମନ୍ତ୍ରୀଙ୍କୁ ଲିଖିତ ଗଣ ନିବେଦନ କରାଯାଇଥିଲା। ଏହି ଅବସରରେ ଅଭିଯାନର କର୍ମକର୍ତ୍ତା…
ବରଗଡ, ବିଜେପି ସାଂସଦ ସୁରେଶ ପୂଜାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସେ ତାଙ୍କର ସ୍ବାବ ପରୀକ୍ଷା ପାଇଁ ଦେଇଥିଲେ। ତାଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସମସ୍ତେ ପରୀକ୍ଷା କରୁଥିବାରୁ ସେ ମଧ୍ୟ କରିଥିଲେ। ଆଜି ରିପୋର୍ଟ ଆସିବା ପରେ ସେ କରୋନା ପଜେଟିଭ ଅଛନ୍ତି ବୋଲି ଜିଲ୍ଲାପାଳ ଫୋନ କରି ଜଣାଇଲେ। ଏପରି ପରିସ୍ଥିତିରେ ସେ ହୋମ ଆଇସୋଲେସନରେ ରହିବା ପାଇଁ ଜିଲ୍ଲା ପ୍ରଶାସନ ଉପଦେଶ ଦେଇଛନ୍ତି। ସେହି ଅନୁସାରେ ସେ ଆଜିଠାରୁ ହୋମ୍ ଆଇସୋଲେସନରେ ରହିବା ଆରମ୍ଭ କରିଛନ୍ତି।
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ଆନ୍ଧିୟାରୀ ଗ୍ରାମରେ ଜଣେ ପିତା ନିଜ ତିନି ଝିଅଙ୍କ ସହିତ କୁଅଁକୁ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି । ତେବେ ସ୍ବାମୀ-ସ୍ତ୍ରୀଙ୍କ ବିବାଦ କାରଣରୁ ସ୍ବାମୀ ଜଣକ ଏପରି କଠୋର ନିଷ୍ପତ୍ତି ନେଇଥିବାର ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଚାରିଜଣଙ୍କ ଶବକୁ କୂଅରୁ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁସାରେ ଆନ୍ଧିୟାରୀ ଗ୍ରାମରେ ରହୁଥିବା ରାଜେଶ ରଜକ ଗ୍ରାମରେ ଶ୍ରମିକ ଭାବେ କାମ କରୁଥିଲା । ରାଜେଶରେ ଘରେ ତାଙ୍କ ସ୍ତ୍ରୀ ସମେତ ତିନି ଝିଅ ଓ ଛୋଟ ପୁଅ ରହୁଥିଲେ । ଶୁକ୍ରବାର ଦିନ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ତେବେ ଘର ନିକଟରେ ରହୁଥିବା ରାଜେଶ ପିତାଙ୍କ ଦୁଇଜଣଙ୍କୁ ମଧ୍ୟରେ ଦୋଇଥିବା ବିବାଦକୁ ଶାନ୍ତ କରାଇଥିଲେ । ଏହା ପରେ ରାଜେଶଙ୍କ ସ୍ତ୍ରୀ ସୁମନ ନିଜର ତିନି ବର୍ଷର ପୁଅକୁ ନେଇ…
ସୁରତ : ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ବନ୍ଧୁତ୍ୱ ପରେ ପ୍ରେମ ସମ୍ପର୍କ । ପରେ ବିହାର ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । ଏପରି ଏକ ଘଟଣା ସୁରତ ଜିଲ୍ଲାର ଭୈରଭ ଗ୍ରାମରେ ଘଟିଥିବାର ସୂଚନା ରହିଛି । ଏହି ଗ୍ରାମର ଜଣେ ଯୁବତୀଙ୍କର ଇନ୍ଷ୍ଟାଗ୍ରାମରେ ପାଖ ଅଞ୍ଚଳର ଜଣେ ଇକ୍ରାମ୍ ଫାନ୍ସି ନାମକ ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ପରେ ଏହା ପ୍ରେମର ରୂପ ନେଇଥିଲା। ଏପରିକି ଦୁହେଁ ନିର୍ବନ୍ଧ ମଧ୍ୟ କରିଥିଲେ । ପରିବାରର ସମ୍ମତି କ୍ରମେ ଯୁବତୀ ଜଣକ ଯୁବକଙ୍କ ସହ ମିଳାମିଶା କରୁଥିଲେ । ଏପରିକି ବହୁବାର ଯୁବକ ଜଣକ ଯୁବତୀଙ୍କୁ ନିୟମିତ ଭାବରେ ହୋଟେଲ୍ ନେଇଥା’ନ୍ତି। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବେଶ୍ ନିକଟତର ଥିବାବେଳେ ଯୁବତୀ ଜଣକ ଯୁବକଙ୍କୁ ବିବାହ କରିବା ପାଇଁ କହୁଥିଲେ…
ଅଡଭା, ଗତ କିଛି ମାସ ଧରି ଗଜପତି ଜିଲ୍ଲାରେ ଗଂଜେଇ ଧରପଗଡ ଜୋରଦାର ଚାଲିଛି। ପ୍ରତି ସପ୍ତାହରେ ଜିଲ୍ଲାର କୈଣସି ନା କୈଣସି ଥାନା ଚୋରା ଗଂଜେଇ ଜବତ କରିବାରେ ଲାଗିଛନ୍ତି। ସେହିପରି ଆଜି ଅଡଭା ଥାନା ପୋଲିସ ବିପୁଳ ପରିମାଣର ଗଂଜେଇ ଜବତ କରିଛି। ରାୟଗଡାରୁ ଏକ ଟାଟା ଏସି ଗାଡିର ଗଂଜେଇ ବସ୍ତା ବୋଝେଇ ହୋଇ ଆସୁଥିବା ବେଳେ ପୋଲିସ ତାହାକୁ ଜବତ କରିଛି। ଏଥିରେ ପ୍ରା ଏକ କ୍ବାଣ୍ଟାଲ 15 କେଜି ଗଂଜେଇ ଥିଲା। ଏହି ଗାଡିଟି ଝାଡଖଣ୍ଡ ଯାଇଥିବା ବେଳେ ଧରାପଡିଛି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି।
ବାଲିପଡ଼ା: ବର୍ତ୍ତମାନ ସମୟରେ ଗର୍ଭବତୀ ମହିଳା ମାନେ ପ୍ରସବ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୌଣସି ସରକାରୀ ଡାକ୍ତରଖାନାକୁ ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା କିମ୍ବା ପ୍ରସବ ପାଇଁ ଗଲେ ପ୍ରଥମେ ନମୁନା ପରୀକ୍ଷା କରିବା ପାଇଁ ଧାଡିରେ ଜଗିବାକୁ ପଡୁଚି ଯାହାକି ଅତି ଚିନ୍ତା ଜନକ ବିଷୟ । କରୋନା ମହାମାରୀ ଭଳି ଭୟାନକ ପରିସ୍ଥିତିରେ ଏମିତି ଏକ ଉଦାହରଣ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକରେ ସାମ୍ନାକୁ ଆସିଚି ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଚି। ଯେଉଁଥି ପାଇଁ କୁକୁଡାଖଣ୍ଡି ବ୍ଲକରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ସମସ୍ତ ଗର୍ଭବତୀ ମହିଳା ମାନଙ୍କ ନମୁନା ପରୀକ୍ଷା ଆରମ୍ଭ କରିଚି ପ୍ରଶାସନ । ଲାଞ୍ଜିଆ ପଞ୍ଚାୟତର ପଦରବାଲି ଗ୍ରାମର ଜଣେ ଗର୍ଭବତୀ ମହିଳା ସଙ୍ଗିତା ମହାନ୍ତି କୌଣସି କାରଣ ବଶତଃ ସାମାନ୍ୟ ଲକ୍ଷଣ ଦେଖାଦେବାରୁ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ପ୍ରଶାସନର ସହଯୋଗରେ ମହିଳା ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା…
ନୂଆଦିଲ୍ଲୀ : ଲକ୍ଡାଉନ୍ ସମୟରେ ଚୋରି, ରାହାଜାନି ପରି ଘଟଣାଗୁଡିକ ବଢିବାରେ ଲାଗିଛି । ତେବେ ଦିଲ୍ଲୀ ପୋଲିସ୍ ଏହି ଦିଗରେ ସଫଳତା ପାଇଛି। ଦୁଇ ଲୁଟେରା ସମେତ କୋଟିଏର ଉର୍ଦ୍ଧ୍ବ ଅଳଙ୍କାର ଜବତ କରିଛି ଦିଲ୍ଲୀ ପୋଲିସ୍ ।ଠକ ଠକ ଗ୍ୟାଙ୍ଗ ନାମରେ ପରିଚିତ ଏହି ଗ୍ୟାଙ୍ଗକୁ ପୋଲିସ୍ ଶୁକ୍ରବାର ଗିରଫ କରିବା ସହିତ ଲୁଟେରାଙ୍କୁ ଗିରଫ କରାଯାଇଛି । ପୋଲିସ୍ ଗିରଫ କରିଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ଇନ୍ଦରପୁରୀର ସନ୍ଦୀପ ଏବଂ ମଦନଗିରିର ସନ୍ତୋଷ । ଏକ ସିସିଟିଭି ଫୁଟେଜ୍ ଆଧାରରେ ଉଭୟଙ୍କୁ ଗିରଫ କରିବାରେ ପୋଲିସ୍ ସମର୍ଥ ହୋଇଛି । ଦିଲ୍ଲୀ ଡିସିପି ଅତୁଲ କୁମାର ଠାକୁରଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍ ଚଢାଉ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ସନ୍ଦୀପ ପୂର୍ବରୁ 70 ଲକ୍ଷ ଟଙ୍କା ଚୋରି ଅଭିଯୋଗରେ ପୋଲିସ୍ ଦ୍ୱାରା ଗିରଫ ହୋଇଥିଲା । ଉଭୟ ଲୁଟେରାଙ୍କ ନିକଟରୁ…
କୋଝିକୋଡ : କୋଝିକୋଡରେ ଗତକାଲି ଘଟିଥିବା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ପାଇଛି । ଦୁଇ ପାଇଲଟଙ୍କ ସମେତ 18 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 127 ଜଣ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାର ମୃ୍ତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କେରଳର ମନ୍ତ୍ରୀ କେଟି ଜଲିଲ୍ ସୂଚନା ଦେଇଛନ୍ତି । ଏବେ ସମସ୍ତ ମୃତକଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ରହିଛି । ଏବେ ସମସ୍ତ ଉଦ୍ଧାର କାରୀଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ରହିଛି । ଏହି ଦୁର୍ଘଟଣାରୁ 170 ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ବିମାନରେ ମୋଟ୍ 190 ଜଣ ରହିଥିଲେ । ମୋଟ୍ 190 ଜଣଙ୍କ ମଧ୍ୟରୁ 174 ଜଣ ବୟସ୍କ ଯାତ୍ରୀ ଥିବାବେଳେ 10 ଜଣ ଶିଶୁ ରହିଥିଲେ, 04 ଜଣ କ୍ରୁ…
ରତଲାମ୍ : ବାହାଘରର ଦୁଇ ଦିନ ପରେ ନବବଧୂ ଜଣକ ନିଜ ବାପଘରକୁ ଯିବା ପାଇଁ ଜିଦ୍ କରିଥିଲେ । ନବବଧୂଙ୍କୁ ସାଥୀରେ ଧରି ବର ଯେତେବେଳେ ଶଶୁର ଘରକୁ ଯାଉଥିଲେ । ହଠାତ୍ ରାସ୍ତାରେ କିଛି ଗଡବଡ ହେବାର ଆଭାସ ପାଇଥିଲେ ବର ଜଣକ । କିନ୍ତୁ କିଛି ବୁଝିବା ପୂର୍ବରୁ ତାଙ୍କର ହତ୍ୟାର ପ୍ଲାନିଂ ହୋଇସାରିଥିଲା । ତା’ପରଦିନ ବରକୁ ରାସ୍ତାର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ ଲୋକେ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ରତଲାମ୍ ଜିଲ୍ଲାରେ 7 ଦିନ ପୂର୍ବରୁ ଘଟିଥିବାର ସୂଚନା ରହିଛି। ରତଲାମ ଜିଲ୍ଲା ସୌଲାନ ନିକଟରୁ ଜଣେ ଯୁବକଙ୍କ ଶବ ମିଳିବା ପରେ ପୋଲିସ୍ ଏହି ଘଟଣାରେ ଲୁଟେରୀ ଦୁଲହନ୍ର ପର୍ଦ୍ଦାଫାସ କରିଥିଲେ । ଅଭିଯୁକ୍ତା ଯୁବତୀ ଜଣକ ପୂର୍ବରୁ ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ପରି କିଛି ରାଜ୍ୟରେ ମିଛ ବିବାହ କରିସାରିଥିବାର ସୂଚନା ମିଳିଥିଲା। ମିଳିଥିବା…
ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱର ଧନୀଙ୍କ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହି ତାଲିକାରେ ବର୍ଣ୍ଣାଡ ଆର୍ଣ୍ଣଲ୍ଟ, ଲାରି ପେଜ୍, ଷ୍ଟିଭ୍ ବାଲ୍ମର ଏବଂ ଏଲନ୍ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ଶୁକ୍ରବାର ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ 326 ମିଲିୟନ୍ ଡଲାରୁ 80.2 ବିଲିୟନ୍ ଡଲାର ଅର୍ଥାତ 6.04 ଲକ୍ଷ କୋଟି ବୃଦ୍ଧି ପାଇଥିଲା। ପୂର୍ବରୁ ଚତୁର୍ଥ ସ୍ଥାନରେ ରହିଥିବା ବର୍ଣ୍ଣାଡ ଆର୍ଣ୍ଣଲ୍ଟଙ୍କ ସମ୍ପତ୍ତିରେ 1.24 ବିଲିୟନ୍ ହ୍ରାସ ଘଟିବାରୁ ଅମ୍ବାନୀ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ପ୍ରଥମ ଅଣ ଆମେରିକୀୟ/ୟୁରୋପୀୟ ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି ଅମ୍ବାନୀ। ଟପ୍ 5 ମଧ୍ୟରେ ତିନି ଜଣ ଆମେରିକୀୟ ରହିଥିବା ବେଳେ ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ ରହିଛନ୍ତି । ଏହା ସହିତ ଅମ୍ବାନୀ କେବଳ ଭାରତ ନୁହେଁ ବରଂ ଏସିଆର ଏକ ନମ୍ବର ଧନୀ…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ବ୍ରେକ ଦେବା ପାଇଁ ବାଣପୁର ପ୍ରଶାସନ କେତେ ଗୋଟି କଡ଼ା ନିଷ୍ପତ୍ତି ନେଇଛି । ନିକଟରେ ନୂତନ ଭାବେ ଯୋଗ ଦେଇଥିବା ବାଣପୁର ବି.ଡ଼ି.ଓ ତଥା କୋଭିଡ କମିଟି ଚେୟାରମ୍ୟାନ ଡ଼ାଃ ଶୁଭଶ୍ରୀ ତ୍ରିପାଠୀ ଗତକାଲି କରୋନା ମୁକାବିଲା ପାଇଁ ଏକ ଜରୁରୀ ବୈଠକ ଡାକିଥିଲେ ଯେଉଁଥିରେ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଉପସ୍ଥିତ ଥିବାବେଳେ ବାଣପୁର ତହସିଲଦାର, ବାଣପୁର ଥାନାଧିକାରୀ ଏବଂ ସି.ଡ଼ି.ପି.ଓ ବାଣପୁର ଟେଲିଫୋନ ମାଧ୍ୟମରେ ବୈଠକରେ ଭାଗ ନେଇଥିଲେ। ଉକ୍ତ ବୈଠକରେ ବହୁ ଗୁରୁତ୍ୱପୂର୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା ଏବଂ ସର୍ବସମ୍ମତି କ୍ରମେ ବାଣପୁର ବ୍ଲକ ଏବଂ ଏନ.ଏ.ସି କୁ ଅଗଷ୍ଟ ୧୨ ରୁ ଅଗଷ୍ଟ ୧୮ ଯାଏଁ ୭ ଦିନ ପାଇଁ ସମ୍ପୂର୍ଣ୍ଣ …
ନୂଆଦିଲ୍ଲୀ, ଗତକାଲି ଦୁର୍ଘଟଣା ଗସ୍ତ ହୋଇଥିବା ଏୟାର ଇଣ୍ଡିଆର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି। ଆଜି ସକାଳେ ନୂଆଦିଲ୍ଲୀରୁ ଏକ ତଦନ୍ତ ଦଳ ଦୁର୍ଘଟଣା ସ୍ଥଳରେ ପହଁଚିଥିଲେ। ସେଠାରେ ସେମାନେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବା ପରେ ବ୍ଲାକ ବକ୍ସଟି ହାସଲ କରିଥିଲେ। ଏହି ବ୍ଲାକ ବକ୍ସ ମିଳିଛି ବୋଲି ଡିଜିସିଏ ସ୍ପଷ୍ଟ କରିଛି। ଏହି ବକ୍ସରୁ ଜଣାପଡିବ ସେତେବେଳେ ପାଇଲଟ କଂଣ୍ଟ୍ରୋଲ ରୁମ ସହିତ କଣ ଆଲୋଚନା କରିଥିଲେ। ଦୁର୍ଘଟଣା ପୂର୍ବରୁ ପାଇଲଟ କି ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହାର ତଥ୍ୟ ମିଳିପାରିବ। ଏହି ବିମାନର ଥିବା ଦୁଇଜଣ ପାଇଲଟ ହେଲେ ଦୀପକ ସେଠ୍ ଏବଂ କୋପାଇଲଟ ଅଖିଲେଶ କୁମାର। ଉଭୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିମାନଟି ରନୱେ ସ୍ପର୍ଶ କରିବା ପରେ 35 ଫୁଟ ତଳକୁ ଖସିପଡିଥିଲା।
ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 12 ଜଣଙ୍କ ଜୀବନ ନେଲା କରୋନା । ଗଞ୍ଜାମ, କନ୍ଧମାଳ, କେଉଁଝର ଓ ଖୋର୍ଦ୍ଧା ଜିଲ୍ଳାରୁ 2 ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ବାଲେଶ୍ବର, ବରଗଡ, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି ହୋଇଥିବାବେଳ ଗଞ୍ଜାମ ଜିଲ୍ଲାରେ ଏହା 125କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 33କୁ ବୃଦ୍ଧି ହୋଇଛି । ବାଲେଶ୍ବରରୁ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଥିବାବେଳେ ଗଜପତିରେ ଏହା 16କୁ ବୃଦ୍ଧି ହୋଇଛି । ସୁନ୍ଦରଗଡରେ ଏବେସୁଦ୍ଧା 17ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବରଗଡରେ ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି ହୋଇଛି । ଜିଲ୍ଲା ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ମୃତ(ଅନ୍ୟାନ୍ୟ) ଗଞ୍ଜାମ 12633 9611 2889 125 8 ଖୋର୍ଦ୍ଧା 6103 2817…
ଭୁବନେଶ୍ବର : ଆଜି ରାଜ୍ୟରୁ ମୋଟ୍ 1643 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ 28ଟି ଜିଲ୍ଲାରୁ ଆଜି 1643 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ସର୍ବାଧିକ ଖୋର୍ଦ୍ଧା ଓ ଗଞ୍ଜାମରୁ 274ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ରାୟଗଡାରୁ 136, ସୁନ୍ଦରଗଡରୁ 118, ସମ୍ବଲଫୁରରୁ 112, କଟକରୁ 98, ପୁରୀରୁ 92, ବାଲେଶ୍ବରରୁ 73, କନ୍ଧମାଳରୁ 52, କୋରାପୁଟ୍ରୁ 50, ନୟାଗଡରୁ 40, ବଲାଙ୍ଗିରୁରୁ 43, ମୟରୂଭଞ୍ଜରୁ 39, ଢେଙ୍କାନାଳ ଓ ଯାଜପୁରରୁ 36 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଗଜପତିରୁ 36, କଳାହାଣ୍ଡିରୁ 30 ଜଣ ରହିଛନ୍ତି । ମାଲ୍କାନଗିରିରୁ 27, ଜଗତସିଂହପୁରରୁ 21, ଅନୁଗୁଳୁରୁ 16, କେନ୍ଦ୍ରାପଡାରୁ 14, ବରଗଡ ଓ ବୌଦ୍ଧରୁ 7ଜଣ ଲେଖାଏଁ ରହିଛନ୍ତି । ନବରଙ୍ଗପୁରୁରୁ 5, କେଉଁଝରରୁ 3, ଭଦ୍ରକ ଓ ଝାରସୁଗୁଡାରୁ 2ଜଣ ଲେଖାଏଁ ରହିଥିବାବେଳେ ନୂଆପଡାରୁ ଜଣେ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1643 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1018ଜଣ ଚିହ୍ନଟ ହୋଇଥିବାବେଳେ 625ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 44 ହଜାର 193କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15 ହଜାର 189ଜଣ । ସେହିପରି ସୁସ୍ଥ ହୋଇଛନ୍ତି 28 ହଜାର 697 ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 259ଜଣ । ସେହିପରି 48 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ, ବରିଷ୍ଠ ଆଇଏଏସ ତଥା ଜମ୍ମୁକାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ମୁର୍ମୁ ଆଜି ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତି ଭବନରେ ଶପଥପାଠ କରିବା ପରେ ସିଏଜି ଅଫିସକୁ ଦାୟିତ୍ବ ଗ୍ରହଣ କରିବା ପାଇଁ ଆସିଥିଲେ। ତେବେ ମୁର୍ମୁ ଅଫିସ ଭିତରକୁ ଯିବା ପୂର୍ବରୁ କ୍ୟାମ୍ପସରେ ଥିବା ମହାତ୍ମା ଗାନ୍ଧୀ ଏବଂ ଡ. ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଗିରିଶ ହେଉଛନ୍ତି ପ୍ରଥମ ଓଡିଆ ଯେ କି ଏପରି ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ମୟୁରଭଂଜରେ ଜନ୍ମିତ ଗିରିଶ ହେଉଛନ୍ତି ଗୁଜୁରାଟ କ୍ୟାଡର ଆଇଏଏସ। ଏହା ପୂର୍ବରୁ ସେ ନୂଆ କରି କରାଯାଇଥିବା ଜମ୍ମୁକାଶ୍ମୀରର ଉପରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ।
ନୂଆଦିଲ୍ଲୀ : ଦେଶରେ କରୋନା ପ୍ରକୋପ ଲଗାତାର ଭାବରେ ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 61 ହଜାର 537 ଜଣ ଆକ୍ରାନ୍ତ ହୋଇଥିବାବେଳେ 933 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟା 20 ଲକ୍ଷ 86 ହଜାର ପାର୍ କରିସାରିଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 42 ହଜାର 518କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା 20 ଲକ୍ଷ 88 ହଜାର 612 ପାର୍ କରିଛି । ଦିନକରେ 61, 537 କରୋନା ଆକ୍ରାନ୍ତ ହୋଇଥିବାବେଳେ 933 ଜଣଙ୍କର ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 14.27 ଲକ୍ଷ ଛୁଇଁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ ରହିଛି । ଦେଶରେ କରୋନାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା 68. 32% ରହିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦେଶର ନୂତନ ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ । ଗିରୀଶ ମୁର୍ମୁଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜି ଦେଶର ନୂଆ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିଛନ୍ତି ଗିରୀଶ ମୁର୍ମୁ। ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରୀଶ ମୁର୍ମୁଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରଥମ ଓଡ଼ିଆ ଭାବେ ଶ୍ରୀ ମୁର୍ମୁ ସିଏଜିର ଦାୟିତ୍ବ ଗ୍ରହଣ କରିଛନ୍ତି ।ମୁର୍ମୁଙ୍କ ଘର ଓଡିଶାର ମୟୂରଭଂଜ ଜିଲ୍ଲାରେ। ଓଡ଼ିଶାର ଜନ୍ମିତ ଶ୍ରୀ ମୁର୍ମୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଆସିଛନ୍ତି । 370 ଧାରା ଉଚ୍ଛେଦ ପରେ ନୂଆ କରି ସୃଷ୍ଟି ହୋଇଥିବା…
କେଦାର ମିଶ୍ର “ନା ଆମର ସୀମାରେ କେହି ଅନୁପ୍ରବେଶ କରିଛି, ନା କେହି ଆମ ମାଟିରେ ପାଦ ଦେଇଛି କିମ୍ବା ଆମର ସାମରିକ ପୋଷ୍ଟ ଦଖଲ କରିଛି। ଲଦ୍ଦାଖରେ ଆମର ୨୦ ବୀର ଜବାନ ସହିଦ ହୋଇଛନ୍ତି। ସେମାନଙ୍କର ବଳିଦାନ ବ୍ୟର୍ଥ ହୋଇନାହିଁ।“ ଗତ ଜୁନ ୨୦ ତାରିଖ ଦିନ ଏକ ସର୍ବଦଳୀୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କଥା ଦୃଢତାର ସହିତ କହିଥିଲେ। ସେହି ସମୟରେ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ଓ ଦେଶର କେତେଜଣ ବରିଷ୍ଠ ସୁରକ୍ଷା ବିଶେଷଜ୍ଞ ଆମକୁ ଚେତାଇ ଦେଉଥିଲେ ଯେ ଲଦ୍ଦାଖ ଅଞ୍ଚଳରେ ଆମର ଅନେକ ଅଞ୍ଚଳକୁ ଚୀନ ସେନା ଅନୁପ୍ରବେଶ କରିଛନ୍ତି। ସେତେବେଳେ ସରକାର ଓ ସରକାରଙ୍କ ଗୁଣଗାନ କରୁଥିବା ଆମର କେତୋଟି ଟେଲିଭିଜନ ଚ୍ୟାନେଲ ଏହି ସତ୍ୟକୁ ଲୁଚାଇବାକୁ ଚାହୁଁଥିଲେ। ଭାରତ ସରକାର ଓ ଖୋଦ ପ୍ରଧାନମନ୍ତ୍ରୀ ଚୀନର ଅନୁପ୍ରବେଶକୁ ଲୋକଙ୍କ ଆଗରେ ଅସ୍ଵୀକାର କରିଥିଲେ। ଯଦି ଚୀନ ସେନା ଆମର…

